Posted inଜାତୀୟ

‘ଭାଜପାକୁ ରାଜନୈତିକ ଅମ୍ଳଜାନ ଆବଶ୍ୟକ’

କୋଲକାତା, ୫।୫: ପଶ୍ଚିମବଙ୍ଗ ଜନସାଧାରଣ ଭାଜପାକୁ ପ୍ରତ୍ୟାଖ୍ୟାନ କରିଥିବା ନିର୍ବାଚନ ଫଳାଫଳରୁ ସ୍ପଷ୍ଟ ହୋଇଛି। ଭାଜପାକୁ ଏବେ ରାଜନୈତିକ ଅମ୍ଳଜାନ ଆବଶ୍ୟକ ବୋଲି ତୃଣମୂଳ କଂଗ୍ରେସ ନେତ୍ରୀ ତଥା ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ କହିଛନ୍ତି। ଭାଜପା ହାରିପାରେ ନିର୍ବାଚନ ଫଳାଫଳ ତାହା ପ୍ରମାଣିତ କରିଛି। ଶେଷରେ ଗଣତନ୍ତ୍ରର ବିଜୟ ହୋଇଛି। ରାଜ୍ୟବାସୀ ଭାଜପାକୁ ବାଟ ଦେଖାଇ ଦେଇଛନ୍ତି। ଗଣତନ୍ତ୍ରରେ ତୁମେ ଅହଂକାର ଦେଖାଇବା ଉଚିତ ନୁହେଁ ବୋଲି ଟିଏମ୍‌ସି ନେତ୍ରୀ କହିଛନ୍ତି।
ଭାଜପା ସାମ୍ପ୍ରଦାୟିକ ଦଳ, ସେମାନେ ଅନ୍ୟମାନଙ୍କୁ ଅସୁବିଧାରେ ପକାଇଥାନ୍ତି। ସେମାନେ ଜାଲ୍‌ ଭିଡିଓ ବ୍ୟବହାର କରିବା ସହ କ୍ଷମତାର ଅପବ୍ୟବହାର କରିଥାନ୍ତି। ସେମାନେ କେନ୍ଦ୍ରୀୟ ସଂସ୍ଥାକୁ ନିଜ ଫାଇଦା ପାଇଁ ବ୍ୟବହାର କରିଥାନ୍ତି। ଉକ୍ତ ଦଳ ଭ୍ରାତୃଭାବ ଏବଂ ଦେଶର ସଂଘୀୟ ବ୍ୟବସ୍ଥାକୁ ଧ୍ୱଂସ କରିଦେବାକୁ ଚାହାନ୍ତି। ଏଭଳି ଏଜେନ୍ସି ରାଜନୀତିର ଅନ୍ତ ହେଲେ ନରେନ୍ଦ୍ର ମୋଦି-ଅମିତ୍‌ ଶାହାଙ୍କ ରାଜନୀତି ଯୁଗ ଶେଷ ହେବ। ଏପରିକି ଭାଜପାର ବରିଷ୍ଠ ସଦସ୍ୟମାନେ ମୋଦି-ଶାହାଙ୍କ ରାଜନୈତିକ ଢାଞ୍ଚାକୁ ପ୍ରତ୍ୟାଖ୍ୟାନ କରିଥିବା ପଶ୍ଚିିମବଙ୍ଗ ମୁଖ୍ୟମନ୍ତ୍ରୀ କହିଛନ୍ତି।
ପଶ୍ଚିମବଙ୍ଗରେ ରାଷ୍ଟ୍ରପତି ଶାସନ ଜାରି ହେଉ

ପଶ୍ଚିମବଙ୍ଗରେ ନିର୍ବାଚନ ପରବର୍ତ୍ତୀ ହିଂସାକୁ ନେଇ ସେଠାରେ ରାଷ୍ଟ୍ରପତି ଶାସନ ଜାରି ପାଇଁ ମଙ୍ଗଳବାର ସୁପ୍ରିମକୋର୍ଟରେ ଏକ ସ୍ବେଚ୍ଛାସେବୀ ସଂଗଠନ (ଏନ୍‌ଜିଓ) ଆବେଦନ କରିଛି। ପଶ୍ଚିମବଙ୍ଗରେ ବ୍ୟାପକ ହିଂସାକୁ ଦୃଷ୍ଟିରେ ରଖି ସମ୍ବିଧାନର ଅନୁଚ୍ଛେଦ ୩୫୬ ଅନୁସାରେ ରାଷ୍ଟ୍ରପତି ଶାସନ ଜାରି କରାଯାଉ। ଏହା ସହ କେନ୍ଦ୍ରୀୟ ସୁରକ୍ଷା ବଳ ମୁତୟନ କରାଯାଉ ବୋଲି ଇଣ୍ଡିକ୍‌ କଲେକ୍ଟିଭ୍‌ ଟ୍ରଷ୍ଟ ଅନୁରୋଧ କରିଛି। ଉକ୍ତ ଟ୍ରଷ୍ଟରେ ବୁଦ୍ଧିଜୀବୀ, ସାମାଜିକ କର୍ମୀ, ନାଗରିକ ସ୍ବାଧୀନତା ପାଇଁ କାର୍ଯ୍ୟ କରୁଥିବା ବ୍ୟକ୍ତିମାନେ ରହିଛନ୍ତି। ମେ’୨ରେ ପଶ୍ଚିମବଙ୍ଗ ନିର୍ବାଚନ ଫଳାଫଳ ଘୋଷଣା ପରେ ହିଂସାକାଣ୍ଡ ଆରମ୍ଭ ହୋଇଛି। ବିରୋଧୀ ଦଳର କର୍ମୀ ଓ ସମର୍ଥକମାନଙ୍କୁ ନୃଶଂସ ଭାବେ ହତ୍ୟା କରାଯିବା ସହ ସେମାନଙ୍କ ଘର ଓ ସମ୍ପତ୍ତିକୁ ନଷ୍ଟ କରିଦିଆଯାଉଛି। ରାଜ୍ୟ ସରକାର ଜାଣିଶୁଣି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁ ନ ଥିବାରୁ ଦୁର୍ବୃତ୍ତମାନେ ରାଜ୍ୟକୁ ସମ୍ପୂର୍ଣ୍ଣ ଆଇନଶୂନ୍ୟ ଜୋନ୍‌ରେ ପରିଣତ କରିଦେଇଥିବା ଟ୍ରଷ୍ଟ ଅଭିଯୋଗ କରିଛି।

ହିଂସାକୁ ନେଇ ଉଦ୍‌ବେଗ ଜଣାଇଲେ ମୋଦି

ପଶ୍ଚିମବଙ୍ଗରେ ନିର୍ବାଚନ ପରବର୍ତ୍ତୀ ହିଂସାରେ ୧୨ ଜଣଙ୍କ ଜୀବନ ଗଲାଣି। ମାସବ୍ୟାପୀ ନିର୍ବାଚନ ବେଳେ ମଧ୍ୟ ହିଂସାକାଣ୍ଡରେ କେତେଜଣଙ୍କର ମୃତ୍ୟୁ ଘଟିଥିଲା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପଶ୍ଚିମବଙ୍ଗ ରାଜ୍ୟପାଳ ଜଗଦୀପ୍‌ ଧନଖରଙ୍କୁ ଫୋନ୍‌ କରି ରାଜନୈତିକ ହିଂସା ଓ ରାଜ୍ୟର ଆଇନ ଶୃଙ୍ଖଳା ସ୍ଥିତି ସମ୍ପର୍କରେ ଆଲୋଚନା କରିଛନ୍ତି। ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ହିଂସାକାଣ୍ଡକୁ ନେଇ ରିପୋର୍ଟ ମାଗିଛି। ରାଜ୍ୟର ଆଇନଶୃଙ୍ଖଳା ସ୍ଥିତିକୁ ନେଇ ପ୍ରଧାନମନ୍ତ୍ରୀ ଅସନ୍ତୋଷ ପ୍ରକାଶ କରିବା ସହ ଚିନ୍ତାବ୍ୟକ୍ତ କରିଥିବା ରାଜ୍ୟପାଳ ଟୁଇଟ୍‌ କରିଛନ୍ତି। ନିର୍ବାଚନ ଫଳାଫଳ ପ୍ରକାଶ ପାଇବା ପରେ ପଶ୍ଚିମବଙ୍ଗର ବିଭିନ୍ନ ସ୍ଥାନରେ ଦଙ୍ଗା, ପୋଡ଼ାଜଳା, ହତ୍ୟା, ଲୁଟ୍‌ପାଟ ଜାରି ରହିଛି। ହିଂସାକାଣ୍ଡର ସିବିଆଇ ତଦନ୍ତ ପାଇଁ ଜଣେ ଭାଜପା ନେତା ସୁପ୍ରିମକୋର୍ଟରେ ଆବେଦନ କରିଛନ୍ତି। ଭାଜପା କର୍ମୀଙ୍କୁ ଆକ୍ରମଣ ଓ ହତ୍ୟା କରାଯିବା ସହ ମହିଳାମାନେ ବଳାତ୍କାରର ଶିକାର ହେଉଥିବା ସେ ପିଟିଶନରେ ଉଲ୍ଲେଖ କରିଛନ୍ତି। ଅନ୍ୟ ପକ୍ଷରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଲୋକମାନଙ୍କୁ ଶାନ୍ତ ହେବାକୁ ଅନୁରୋଧ କରିବା ସହ ହିଂସା ପାଇଁ ଭାଜପାକୁ ଦାୟୀ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କରାଚି ବିମାନ ବନ୍ଦରରେ ୧୧ ଘଣ୍ଟା ଫସି ରହିଲେ ୧୩୮ ସ୍ପାଇସଜେଟ ଯାତ୍ରୀ

ମୁମ୍ବାଇ,୬ ।୭: ପାକିସ୍ତାନର କରାଚି ବିମାନ ବନ୍ଦରରେ ପ୍ରାୟ ୧୧ ଘଣ୍ଟା ଫସି ରହିଲେ ୧୩୮ ଭାରତୀୟ ବିମାନଯାତ୍ରୀ । ଶେଷରେ ଏକ ବିକଳ୍ପ ବିମାନରେ...

‘ବଜେଟ ଗରିବଙ୍କୁ ସଶକ୍ତ କରିବ’

ନୂଆଦିଲ୍ଲୀ,୬ା୭(ପି.ଟି.): କେନ୍ଦ୍ର ବଜେଟ ନାଗରିକ ହିତୈଶୀ, ବିକାଶ ଅନୁକୂଳ ତଥା ଭବିଷ୍ୟତୋନ୍ମୁଖୀ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅଭିହିତ କରିବା ସହ ଏହା ଦେଶର ଗରିବଙ୍କୁ...

ଜେଲ ଗଲେ ୧୨ ରୋହିଙ୍ଗ୍ୟା ମୁସଲମାନ

ଶ୍ରୀନଗର,୨।୪: ଜମ୍ମୁ କଶ୍ମୀରର କାଠୁଆ ଜିଲା ଅଧୀନ ହିରାନଗର ଅଞ୍ଚଳରୁ ପୋଲିସ ୧୨ ରୋହିଙ୍ଗ୍ୟା ମୁସଲମାନଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ପୋଲିସ ସୂଚନା...

ବିବାହ ଉତ୍ସବ ସାରି ଫେରୁଥିଲେ, ଘାଟିରୁ ଖସି ପଡ଼ିଲା କାର୍‌: ମୃତ୍ୟୁ ସଂଖ୍ୟା ୬କୁ ବୃଦ୍ଧି

ଶ୍ରୀନଗର,୨୫।୭: ଜମ୍ମୁ-କଶ୍ମୀର ରାମବାନ ଜିଲା ରାମସୁ ଅଞ୍ଚଳରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ୧ ହଜାର ମିଟର ଉଚ୍ଚ ଘାଟିରୁ ଏକ କାର୍‌ ଖସିପଡ଼ିବାରୁ...

ପଞ୍ଜାବରେ ରାଷ୍ଟ୍ରପତି ଶାସନ ଲାଗୁ କରିବାକୁ ପ୍ରୟାସ ଚାଲିଛି

ନୂଆଦିଲ୍ଲୀ,୭।୧: ଢ଼ିଲା ସୁରକ୍ଷା ବ୍ୟବସ୍ଥା କାରଣରୁ ୨୦ ମିନିଟ୍‌ ପାଇଁ ଏକ ଫ୍ଲାଏଓଭରରେ ଫସି ରହିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ରାଜ୍ୟରେ ରାଷ୍ଟ୍ରପତି ଶାସନ ଜାରି...

୮ କୋଟିତମ ସିଲିଣ୍ଡର ସଂଯୋଗ ପ୍ରଦାନ କଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ,୮।୯: ଉଜ୍ଜ୍ୱଳା ଯୋଜନା ଅଧୀନରେ ଧାର୍ଯ୍ୟ ସମୟ ପୂର୍ବରୁ ୮ କୋଟି ଏଲ୍‌ପିଜି ସଂଯୋଗ ଲକ୍ଷ୍ୟ ପୂରଣ ହୋଇଛି। ଶନିବାର ମହାରାଷ୍ଟ୍ରର ଔରଙ୍ଗାବାଦ୍‌ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର...

ସେନାମୁଖ୍ୟଙ୍କ ଚେତାବନୀ, ଭାରତର ଧୈର୍ଯ୍ୟର ପରୀକ୍ଷା ନ ନେଉ ଚାଇନା…

ନୂଆଦିଲ୍ଲୀ, ୧୫।୧ : ଏଲ୍‌ଏସିରେ ଭାରତ ଚାଇନା ସୀମାରେ ଲଗାତାର ଉତ୍ତେଜନା ଲାଗି ରହିଛି। ଚାଇନା ଜାଣିଶୁଣି ଶାନ୍ତି ପ୍ରୟାସରେ ବାଧା ସୃଷ୍ଟି କରୁଛି। ତେବେ...

ନିରାଡମ୍ବର ଭାବେ ଗଣେଶ ପୂଜା ପାଳିବାକୁ ସରକାରଙ୍କ ନିବେଦନ

ନୂଆଦିଲ୍ଲୀ,୮ା୯: କେରଳକୁ ବାଦ୍‌ ଦେଲେ ଭାରତ କରୋନା ମହାମାରୀକୁ ଆୟତ୍ତକୁ ଆଣିସାରିଛି। ତେବେ ତୃତୀୟ ଲହରର ସମ୍ଭାବନା ନେଇ କେନ୍ଦ୍ର ସରକାର ସତର୍କ ଅଛନ୍ତି। ଉତ୍ସବକୁ...

Advertisement
Archives

Model This Week