Posted inଜାତୀୟ

ଜୁଲାଇ ୧୬ରେ ଭାଜପା ଏମ୍‌ପିଙ୍କ ରାତ୍ରିଭୋଜନ…

ନୂଆଦିଲ୍ଲୀ, ୧୩।୭ : ରାଷ୍ଟ୍ରପତି ନିର୍ବାଚନ ସମ୍ପର୍କରେ ଭାଜପା ବର୍ତ୍ତମାନ ଶେଷ ରାଉଣ୍ଡ ପ୍ରସ୍ତୁତି ଉପରେ ଧ୍ୟାନ ଦେଉଛି। ଏଥିପାଇଁ ସମସ୍ତ ଭାଜପା ଏମ୍‌ପିଙ୍କୁ ଜୁଲାଇ ୧୬ରେ ରାତ୍ରିଭୋଜନ ପାଇଁ ନିମନ୍ତ୍ରଣ କରାଯାଇଛି। ଏଥିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହା, ପ୍ରତିରକ୍ଷାନ୍ତ୍ରୀ ରାଜନାଥ ସିଂ ଏବଂ ଭାଜପା ରାଷ୍ଟ୍ରୀୟ ଅଧ୍ୟକ୍ଷ ନେପି ନଡ୍ଡା ପ୍ରମୁଖ ଉପସ୍ଥିତ ରହିବେ।

ରାଷ୍ଟ୍ରପତି ନିର୍ବାଚନ ପୂର୍ବରୁ ସମସ୍ତଏମ୍‌ପିଙ୍କୁ ଶନିବାର ଅପରାହ୍ନ ୫ଟା ସୁଦ୍ଧା ଦିଲ୍ଲୀରେ ପହଞ୍ଚିବାକୁ ନିର୍ଦ୍ଦେଶ ଦିଆଯାଇଛି। ସଂସଦ ଗୃହର ଜିଏମସି ବାଲାୟୋଗୀ ଅଡିଟୋରିୟମରେ ୧୬ ଜୁଲାଇ ସନ୍ଧ୍ୟା ସାଢ଼େ ୬ରେ ଏକ ବୈଠକ ଅନୁଷ୍ଠିତ ହେବ। ଏହି ବୈଠକରେ ରାଷ୍ଟ୍ରପତି ନିର୍ବାଚନରେ ମତଦାନ ସମ୍ପର୍କରେ ସୂଚନା ଦିଆଯିବ। ଭୋଟରେ କିପରି ଦିଆଯିବ, ବାଲାଟ ପେପରରେ ଦ୍ରୌପଦୀ ମୁର୍ମୁଙ୍କ ନାମ ଆଗରେ କିପରି ପ୍ରଥମ ପ୍ରାଥମିକତା ଦିଆଯିବ ତାହା ବୈଠକରେ ତାଲିମ ପ୍ରଦାନ କରାଯିବ। ଏହାପରେ ଜୁଲାଇ ୧୭ ରବିବାର ଅପରାହ୍ନ ୩ଟାରେ ସେହି ସ୍ଥାନରେ ଏନଡିଏର ବୈଠକ ଡକାଯାଇଛି।

ଏଥିରେ ଏନଡିଏର ସମସ୍ତ ଏମ୍‌ପି ଓ ମନ୍ତ୍ରୀଙ୍କୁ ଉପସ୍ଥିତ ରହିବାକୁ କୁହାଯାଇଛି। ଏହା ପଛରେ ରଣନୀତି ହେଉଛି ସମସ୍ତ ଭାଜପା ଏବଂ ସହଯୋଗୀ ଦଳର ଏମ୍‌ପି ଶତପ୍ରତିଶତ ଭୋଟ ହେବା ଆବଶ୍ୟକ। ରାଷ୍ଟ୍ରପତି ନିର୍ବାଚନ ଜୁଲାଇ ୧୮ ରେ ରହିଛି। ଏହା ସହିତ ସେହିଦିନଠାରୁ ସଂସଦର ମୌସୁମୀ ଅଧିବେଶନ ମଧ୍ୟ ଆରମ୍ଭ ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

କରୋନା ଅଗ୍ନିପରୀକ୍ଷାରେ ଦେଶ ସଫଳ ହୋଇଛି: ମୋଦି

ନୂଆଦିଲ୍ଲୀ,୨୩।୨: କରୋନା ମହାମାରୀ ବିରୋଧରେ ଲଢ଼େଇରେ ଦେଶକୁ ସଫଳତା ମିଳିଛି। ଏହା ଏକ ଅଗ୍ନି ପରୀକ୍ଷା ସଦୃଶ ଥିଲା। ତେବେ ଭାରତ ଯୋଜନାବଦ୍ଧ ଭାବେ ବିପଦରୁ...

ଭାରତରେ ବ୍ୟାନ୍‌ ହେବା ପରେ ପ୍ରତିକ୍ରିୟା ରଖିଲା ଟିକ୍‌ଟକ୍‌

ନୂଆଦିଲ୍ଲୀ,୩୦।୬: ଭାରତ ଓ ଚାଇନା ମଧ୍ୟରେ ସୀମା ବିବାଦ ଦେଖାଦେବା ପରେ ଲଦାଖ ଘାଟିରେ ଉତ୍ତେଜନା ଜାରି ରହିଛି। ପୂର୍ବରୁ ଦୁଇ ଦେଶ ମଧ୍ୟରେ କମାଣ୍ଡର...

ଜାଣିଶୁଣି ଶାହ। ନଡ୍ଡାଙ୍କ ମୁଣ୍ଡରେ ବୋଳିଲେ ଅଠା !

ନୂଆଦିଲ୍ଲୀ,୧୧।୨: ଦିଲ୍ଲୀ ବିଧାନସଭା ନିର୍ବାଚନର କିଛି ଦିନ ପୂର୍ବରୁ ଭାଜପା ଜେ.ପି. ନଡ୍ଡାଙ୍କୁ ଦଳର ରାଷ୍ଟ୍ରୀୟ ଅଧ୍ୟକ୍ଷ ନିଯୁକ୍ତ କରିଥିଲା। ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହ। କାର୍ଯ୍ୟକାରୀ...

କୋହଲିଙ୍କ ଘରେ କରୋନା ସଂକ୍ରମଣ…

ବଲିଉଡ୍‌, ୩୦।୮: ବଲିଉଡ୍‌ ଅଭିନେତା ତଥା ‘ୟାରିୟାଁ’ ଫେମ୍‌ ହିଂମାଶ କୋହଲିଙ୍କ ଘରେ କରୋନା ସଂକ୍ରମଣ ହୋଇଛି। ଲକ୍‌ଡାଉନ୍‌ ଯୋଗୁ ହିଂମାଶ ଏବେ ଦିଲ୍ଲୀରେ ପରିବାର...

ସରକାରଙ୍କୁ ଦେଢ଼ କୋଟିର ସମ୍ପତ୍ତି ଦାନକଲେ ବୃଦ୍ଧ

ଲକ୍ଷ୍ନୌ, ୭।୩: ସନ୍ତାନମାନଙ୍କ ଦ୍ୱାରା ନିର୍ଯାତିତ ହେବା ପରେ ଉତ୍ତର ପ୍ରଦେଶର ୮୫ ବର୍ଷୀୟ ନାଥୁ ସିଂ ଦେଢ଼ କୋଟିର ସମ୍ପତ୍ତିକୁ ରାଜ୍ୟ ସରକାରଙ୍କ ନାଁରେ...

ୟୁକ୍ରେନ୍‌ରେ ପାଠପଢ଼ି ଭାରତରେ ଡାକ୍ତର ହେବା ନୁହେଁ ସହଜ, ପାଠପଢ଼ା ଶସ୍ତା-ସ୍ବଦେଶରେ ଚାକିରି ପାଇଁ ହିନସ୍ତା…

ନୂଆଦିଲ୍ଲୀ,୧।୩ : ରୁଷିଆ ଏବଂ ୟୁକ୍ରେନ ମଧ୍ୟରେ ଯୁଦ୍ଧ ଜାରି ରହିଛି। ଏନେଇ ୟୁକ୍ରେନରେ ଅଧ୍ୟୟନ କରୁଥିବା ୧୮ ହଜାରରୁ ଅଧିକ ଭାରତୀୟ ଛାତ୍ରୀଛାତ୍ରଙ୍କୁ ସୁରକ୍ଷିତ...

ସିନେଟରଙ୍କ ସ୍ତ୍ରୀଙ୍କୁ ଭୁଲ ମାଗିଲେ ମୋଦି

ନୂଆଦିଲ୍ଲୀ/ଓ୍ବାଶିଂଟନ,୨୩।୯: ପ୍ରଧାନମନ୍ତ୍ରୀ ନରେନ୍ଦ୍ରମୋଦି ରବିବାର ଆମେରିକାର ହ୍ୟୁଷ୍ଟନଠାରେ ‘ହାଓଡି ମୋଦି’ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ। ତେବେ ବିଶ୍ୱରେ ମୋଦିଙ୍କ ଲୋକପ୍ରିୟତା କାହାକୁ ଅଛପା ନାହିଁ। ବ୍ୟବହାର...

ଅଗଷ୍ଟ ୩୧ ପୂର୍ବରୁ ବିଚାର ଶେଷ ନିର୍ଦ୍ଦେଶ

ନୂଆଦିଲ୍ଲୀ,୯ା୫(ପି.ଟି.): ବାବ୍ରୀ ମସ୍‌ଜିଦ ଭଙ୍ଗା ମାମଲାରେ ବରିଷ୍ଠ ଭାଜପା ନେତା ଲାଲ୍‌କୃଷ୍ଣ ଆଡଭାନୀ, ମୁରଲୀ ମନୋହର ଜୋଷୀ, ଉମା ଭାରତୀ ଓ ଅନ୍ୟମାନଙ୍କ ବିରୋଧରେ ବିଚାର...

Advertisement
Archives

Model This Week