Posted inଜାତୀୟ

‘ଯୌନ ଶୋଷଣ କରିଛନ୍ତି ଭାଜପା ଏମ୍‌ପି’

ନୂଆଦିଲ୍ଲୀ,୧୯ା୧(ପି.ଟି.): ସର୍ବଭାରତୀୟ କୁସ୍ତି ଫେଡେରେଶନ (ଡବ୍ଲ୍ୟୁଏଫ୍‌ଆଇ) ଅଧ୍ୟକ୍ଷ ତଥା ଭାଜପା ଏମ୍‌ପି ବ୍ରଜଭୂଷଣ ଶରଣ ସିଂଙ୍କ ନାମରେ ଯୌନ ଶୋଷଣ ଓ ହତ୍ୟା ଧମକ ପରି ସଙ୍ଗିନ ଅଭିଯୋଗ ଆଣିଛନ୍ତି ଭିନେଶ ଫୋଗତ। ବିଶ୍ୱ ଚାମ୍ପିୟନଶିପ୍‌ ପଦକ ବିଜେତା ତଥା ଅଲିମ୍ପିଆନ୍‌ ଭିନେଶ ବୁଧବାର କାନ୍ଦି କାନ୍ଦି ଏଭଳି ଅଭିଯୋଗ କରିବା ସହିତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ହସ୍ତକ୍ଷେପ ଲୋଡ଼ିଛନ୍ତି। ବ୍ରଜଭୂଷଣ ଦୀର୍ଘ ବର୍ଷ ଧରି ମହିଳା ରେସଲରମାନଙ୍କ ପ୍ରତି ଯୌନ ଶୋଷଣ କରୁଛନ୍ତି। ଏପରି କି ଲକ୍ଷ୍ନୌରେ ଥିବା କ୍ୟାମ୍ପରେ ଅନ୍ୟ କୋଚ୍‌ମାନେ ମଧ୍ୟ ମହିଳାଙ୍କୁ ଶୋଷଣ କରିଛନ୍ତି। ତାଙ୍କ ସହିତ ଏଭଳି ଘୃଣ୍ୟ ଘଟଣା ଘଟି ନ ଥିଲେ ମଧ୍ୟ ଡବ୍ଲ୍ୟୁଏଫ୍‌ଆଇ ଅଧ୍ୟକ୍ଷ ତାଙ୍କୁ ହତ୍ୟା ଧମକ ଦେଇଥିବା ଭିନେଶ କହିଛନ୍ତି। ଦିଲ୍ଲୀର ଯନ୍ତରମନ୍ତରରେ ବୁଧବାର ଏହାର ପ୍ରତିବାଦରେ ବିକ୍ଷୋଭ ପ୍ରଦର୍ଶନ ବେଳେ ଭିନେଶ କାନ୍ଦି କାନ୍ଦି ଏଭଳି ବୟାନ ଦେଇଛନ୍ତି।

ଡବ୍ଲ୍ୟୁଏଫ୍‌ଆଇ ଅଧ୍ୟକ୍ଷଙ୍କ ଏକଚ୍ଛତ୍ରବାଦ ବିରୋଧରେ ପ୍ରତିବାଦ କରିବା ପାଇଁ ଦେଶର ସମସ୍ତ ରେସଲର ଯନ୍ତରମନ୍ତରଠାରେ ଏକତ୍ରିତ ହୋଇଛନ୍ତି। ମୁଁ ଜାଣିଥିବା ଅନୂ୍ୟନ ୧୦-୧୨ ଜଣ ମହିଳା ରେସଲରଙ୍କ ସହିତ ଡବ୍ଲ୍ୟୁଏଫ୍‌ଆଇ ସଭାପତି ଯୌନ ଶୋଷଣ କରିଥିବା ସେ କହିଛନ୍ତି। ଉକ୍ତ ମହିଳାମାନଙ୍କ ନାମ ମୁଁ କେବଳ ପ୍ରଧାନମନ୍ତ୍ରୀ ଓ ସ୍ବରାଷ୍ଟ୍ର ମନ୍ତ୍ରୀଙ୍କ ଆଗରେ ପ୍ରକାଶ କରିବି ବୋଲି କହିଛନ୍ତି ଭିନେଶ। ଏହି ଧାରଣାରେ ଭିନେଶଙ୍କ ସହିତ ରହିଥିଲେ ଟୋକିଓ ୨୦୨୦ ବ୍ରୋଞ୍ଜ ବିଜେତା ବଜରଙ୍ଗ ପୁନିଆ। ଯେ ପର୍ଯ୍ୟନ୍ତ ଡବ୍ଲ୍ୟୁଏଫ୍‌ଆଇ ଅଧ୍ୟକ୍ଷଙ୍କୁ ହଟାଯାଇ ନାହିଁ ଆମେ କୌଣସି ଟୁର୍ନାମେଣ୍ଟରେ ଅଂଶଗ୍ରହଣ କରିପାରିବୁ ନାହିଁ ବୋଲି ପୁନିଆ କହିଛନ୍ତି। ଏହି ପ୍ରତିବାଦରେ ରିଓ ଅଲିମ୍ପିକ୍ସ ପଦକ ବିଜେତା ସାକ୍ଷୀ ମଲିକ, ସରିତା ମୋର, ସଙ୍ଗୀତା ଫୋଗତ, ସତ୍ୟବ୍ରତ ମଲିକ୍‌, ଜିତେନ୍ଦର କିହ୍ନା ଓ ରାଜ୍ୟଗୋଷ୍ଠୀ ପଦକ ବିଜେତା ସୁମିତ୍‌ ମଲିକ୍‌ ପ୍ରମୁଖ ସାମିଲ ଅଛନ୍ତି। ସରକାର କିମ୍ବା ଭାରତୀୟ କ୍ରୀଡ଼ା ପ୍ରାଧିକରଣ(ସାଇ) ବିରୋଧରେ ଆମର ପ୍ରତିବାଦ ନୁହେଁ ବରଂ ଡବ୍ଲ୍ୟୁଏଫ୍‌ଆଇ ଅଧ୍ୟକ୍ଷଙ୍କ ଏକଚ୍ଛତ୍ରବାଦ ବିରୋଧରେ ଆମେ ଏକତ୍ରିତ ହୋଇଛୁ ବୋଲି କହିଛନ୍ତି ପୁନିଆ।

ବଜରଙ୍ଗଙ୍କ କୋଚ୍‌ ସୁଜିତ ମାନ୍‌ ଓ ଫିଜିଓ ଆନନ୍ଦ ଦୁବେ ମଧ୍ୟ ବିକ୍ଷୋଭକାରୀଙ୍କ ସହ ସାମିଲ ଥିଲେ। ଉଲ୍ଲେଖଯୋଗ୍ୟ ଯେ, ୨୦୧୧ରୁ ଡବ୍ଲ୍ୟୁଏଫ୍‌ଆଇ ଅଧ୍ୟକ୍ଷ ରହିଥିବା ବ୍ରଜଭୂଷଣ ନିଜର ମନମାନି ଚଳାଇଥିବା ନେଇ ଖେଳାଳିମାନେ ଅଭିଯୋଗ କରିଛନ୍ତି । ବ୍ରଜଭୂଷଣ ଖେଳାଳିମାନଙ୍କୁ ଅଶ୍ରାବ୍ୟ ଭାଷାରେ ଗାଳିଗୁଲଜ କରିବାର ଭିଡିଓ ମଧ୍ୟ ରହିଛି। ଏପରି କି ୨୦୨୧ରେ ୧୫ ବର୍ଷରୁ କମ୍‌ ବର୍ଗର ଜଣେ ରେସ୍‌ଲରଙ୍କୁ ସେ ଚାପୁଡା ମଧ୍ୟ ମାରିଥିଲେ ବୋଲି ବଜରଙ୍ଗ କହିଛନ୍ତି।

ଉତ୍ତରପ୍ରଦେଶର କେଶରଗଞ୍ଜରୁ ଲୋକ ସଭାରେ ପ୍ରତିନିଧିତ୍ୱ କରୁଥିବା ଡବ୍ଲ୍ୟୁଏଫ୍‌ଆଇ ଅଧ୍ୟକ୍ଷ ବ୍ରଜଭୂଷଣ ନିଜ ବିରୋଧରେ ଆସିଥିବା ଅଭିଯୋଗକୁ ଖଣ୍ଡନ କରିବା ସହିତ ଉଦ୍ଦେଶ୍ୟ ପ୍ରଣୋଦିତ ବୋଲି କହିଛନ୍ତି। ସେ ନିଜ ପଦରୁ ଓହରିବେ ନାହିଁ ବୋଲି ମଧ୍ୟ ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି। ଜଣେ ମହିଳା ମୋ ବିରୋଧରେ ଅଭିଯୋଗ ପ୍ରମାଣିତ କଲେ ମୁଁ ଫାଶୀରେ ଝୁଲିବା ପାଇଁ ମଧ୍ୟ ପ୍ରସ୍ତୁତ ବୋଲି ସେ କହିଛନ୍ତି। ଏହି ସମସ୍ତ ଘଟଣା ପଛରେ ଜଣେ ଶିଳ୍ପପତିଙ୍କ ହାତ ରହିଛି। ସିବିଆଇ କିମ୍ବା ପୋଲିସ ଦ୍ୱାରା ଏହାର ତଦନ୍ତ ହେବା ଉଚିତ। ବୁଧବାର ପ୍ରତିବାଦ କରୁଥିବା ରେସଲରମାନଙ୍କୁ ମୁଁ ଏକ ସପ୍ତାହ ତଳେ ଭେଟିଥିବା ବେଳେ ଏଭଳି କିଛି ଅଭିଯୋଗ ନ ଥିଲା। ଏହା ସହିତ ଯଦି ଭିନେଶଙ୍କୁ ହତ୍ୟା ଧମକ ମିଳିଥିଲା ତେବେ ସେ ମୋତେ କିମ୍ବା ପୋଲିସକୁ କାହଁକି ଜଣାଇ ନ ଥିଲେ ବୋଲି ଓଲଟା ଅଭିଯୋଗ କରିଛନ୍ତି।

ସମସ୍ତ ରେସ୍‌ଲରଙ୍କ ପାଇଁ ଜାତୀୟ ଚାମ୍ପିୟନଶିପ୍‌ ଟ୍ରାଏଲ୍ସ ବାଧ୍ୟତାମୂଳକ କରାଯିବା ପରେ ଏପରି ଅଭିଯୋଗ ଆସିଥିବା ସେ କହିଛନ୍ତି। ଟ୍ରାଏଲ୍ସରେ ସାମିଲ ଖେଳାଳିଙ୍କୁ ହିଁ ଜାତୀୟ କ୍ୟାମ୍ପରେ ସାମିଲ କରାଯିବ ବୋଲି ନିୟମ ହେବା ପରେ ଏହି ସମସ୍ୟା ଦେଖାଦେଇଛି। ମୁଁ ମୁହଁରେ ଜବାବ ଦେଉଥିବା କାରଣରୁ ମୋତେ ବିଶୃଙ୍ଖଳିତ ଆଥ୍‌ଲେଟ ଭାବରେ ଗଣାଯାଏ। ପ୍ରତ୍ୟେକ ଦିନ ମାନସିକ ନିର୍ଯାତନା ସହିବାକୁ ପଡ଼ିଥାଏ ବୋଲି ଭିନେଶ କହିଛନ୍ତି। ଏହା ସହିତ ବଜରଙ୍ଗ କହିଛନ୍ତି, ଆମେ ଆମ କ୍ୟାରିୟରର ଶେଷ ପର୍ଯ୍ୟାୟରେ, ମାତ୍ର ଭବିଷ୍ୟତର ପିଢ଼ି ପାଇଁ ଏହି ଆନ୍ଦୋଳନ ଆବଶ୍ୟକ ।


Enter your email to get our daily news in your inbox.

All Right Reserved By Dharitri.Com

ମୋଦି, ରାହୁଲଙ୍କୁ ନୋଟିସ ଜାରି କଲେ ନିର୍ବାଚନ ଆୟୋଗ

ନୂଆଦିଲ୍ଲୀ,୨୫ା୪: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ବିରୋଧରେ ନିର୍ବାଚନ ଆୟୋଗ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି। ମୋଦି ଏବଂ ରାହୁଲଙ୍କ ଭାଷଣକୁ...

ଅରୁଣାଚଳ-ଚାଇନା ସୀମାରେ ପ୍ରବଳ ବର୍ଷା, ଭୂସ୍ଖଳନରେ ଧୋଇଗଲା ରାଜପଥ

ଇଟାନଗର,୨୫ା୪: ଦେଶର ଅଧିକାଂଶ ଅଞ୍ଚଳରେ ପ୍ରବଳ ଖରାଗରମ ହେଉଥିବା ବେଳେ ଅରୁଣାଚଳ ପ୍ରଦେଶରେ ପ୍ରବଳ ବର୍ଷା ହୋଇଛି। ଚାଇନା ସୀମାନ୍ତ ଅରୁଣାଚଳ ପ୍ରଦେଶରେ ଲଗାତର ବର୍ଷା...

କ୍ରାସ୍‌ ହେଲା ବାୟୁସେନା ବିମାନ: ଉଡିଗଲା ପଙ୍ଖା

ନୂଆଦିଲ୍ଲୀ,୨୫।୪: ରାଜସ୍ଥାନର ଜୈସଲମେର ନିକଟରେ ବିମାନ ଉଡ଼ାଣ ସମୟରେ ଏକ ଭାରତୀୟ ବାୟୁସେନା ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି। ସୌଭାଗ୍ୟର ବିଷୟ ହେଉଛି ଏହି ଦୁର୍ଘଟଣାରେ ଜୀବନହାନୀ...

ଭୋଟ ଦେଇଥିବା ପ୍ରମାଣ କଲେ ରେଷ୍ଟୁରାଣ୍ଟରେ ମିଳିବ ଡିସକାଉଣ୍ଟ, ଫ୍ରିରେ ମିଳିବ ବିଅର

ନୂଆଦିଲ୍ଲୀ,୨୫।୪: ଆରମ୍ଭ ହୋଇଯାଇଛି ଗଣତନ୍ତ୍ରର ମହାପର୍ବ ନିର୍ବାଚନ। ଏପ୍ରିଲ ୧୯ରେ ପ୍ରଥମ ପର୍ଯ୍ୟାୟ ମତଦାନ ସରିଥିବାବେଳେ ଶୁକ୍ରବାର ଦ୍ୱିତୀୟ ପର୍ଯ୍ୟାୟ ମତଦାନ ହେବାକୁ ଯାଉଛି। ତେବେ...

କଂଗ୍ରେସ ନାଁରେ ସାଂଘାତିକ ଅଭିଯୋଗ ଆଣିଲେ ପ୍ରଧାନମନ୍ତ୍ରୀ ମୋଦି

ଭୋପାଳ,୨୫।୪: ଲୋକ ସଭା ନିର୍ବାଚନର ଦ୍ୱିତୀୟ ପର୍ଯ୍ୟାୟ ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମୋରେନାରେ ଏକ ସାଧାରଣ ସଭାରେ ସମ୍ବୋଧିତ କରିଥିଲେ। ଏହି ସମୟରେ ସେ...

କାହିଁକି କେଜ୍‌ରିୱାଲଙ୍କୁ କରାଗଲା ଗିରଫ: ସୁପ୍ରିମକୋର୍ଟରେ କହିଲା ଇଡି

ନୂଆଦିଲ୍ଲୀ,୨୫।୪: ଦିଲ୍ଲୀ ସିଏମ ଅରବିନ୍ଦ କେଜ୍‌ରିୱାଲଙ୍କ ଆବେଦନକୁ ବିରୋଧ କରି ଏନଫୋର୍ସମେଣ୍ଟ ନିର୍ଦ୍ଦେଶାଳୟ (ଇଡି) ସୁପ୍ରିମକୋର୍ଟରେ ଏକ ଆଫିଡେଭିଟ ଦାଖଲ କରିଛି। ଦାଖଲ ହୋଇଥିବା ଆଫିଡେଭଟ୍‌ରେ...

ମୋଦିଙ୍କୁ ନିର୍ବାଚନ କମିଶନରଙ୍କ ପକ୍ଷରୁ କ୍ଲିନଚିଟ୍‌, ହିନ୍ଦୁ ଦେବୀଦେବତାଙ୍କ ନାମରେ ମାଗି ନାହାନ୍ତି ଭୋଟ୍‌

ନୂଆଦିଲ୍ଲୀ,୨୫।୪: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ନିର୍ବାଚନ କମିଶନରଙ୍କ ଦ୍ୱାରା କ୍ଲିନଚିଟ୍‌। ମୋଦିଙ୍କ ନାମରେ ହିନ୍ଦୁ ଦେବୀଦେବତାଙ୍କ ନାଁରେ ଭୋଟ ମାଗୁଥିବା ଅଭିଯୋଗ ହୋଇଥିଲା। ଯାହାକୁ ଗୁରୁବାର...

ଅଭିନେତ୍ରୀ ତମନ୍ନା ଭାଟିଆଙ୍କୁ ସମନ

ବମ୍ବେ,୨୫।୪: ଅଡ଼ୁଆରେ ଫସିଛନ୍ତି ବଲିଉଡ ଅଭିନେତ୍ରୀ ତମନ୍ନା ଭାଟିଆ। ଅଭିନେତା ସଞ୍ଜୟ ଦତ୍ତଙ୍କ ପରେ ବର୍ତ୍ତମାନ ତମନ୍ନା ଭାଟିଆଙ୍କ ନାମ ମଧ୍ୟ ବେଆଇନ ଆଇପିଏଲ୍‌ ମ୍ୟାଚ୍‌...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri