Posted inଜାତୀୟ

‘ଯୌନ ଶୋଷଣ କରିଛନ୍ତି ଭାଜପା ଏମ୍‌ପି’

ନୂଆଦିଲ୍ଲୀ,୧୯ା୧(ପି.ଟି.): ସର୍ବଭାରତୀୟ କୁସ୍ତି ଫେଡେରେଶନ (ଡବ୍ଲ୍ୟୁଏଫ୍‌ଆଇ) ଅଧ୍ୟକ୍ଷ ତଥା ଭାଜପା ଏମ୍‌ପି ବ୍ରଜଭୂଷଣ ଶରଣ ସିଂଙ୍କ ନାମରେ ଯୌନ ଶୋଷଣ ଓ ହତ୍ୟା ଧମକ ପରି ସଙ୍ଗିନ ଅଭିଯୋଗ ଆଣିଛନ୍ତି ଭିନେଶ ଫୋଗତ। ବିଶ୍ୱ ଚାମ୍ପିୟନଶିପ୍‌ ପଦକ ବିଜେତା ତଥା ଅଲିମ୍ପିଆନ୍‌ ଭିନେଶ ବୁଧବାର କାନ୍ଦି କାନ୍ଦି ଏଭଳି ଅଭିଯୋଗ କରିବା ସହିତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ହସ୍ତକ୍ଷେପ ଲୋଡ଼ିଛନ୍ତି। ବ୍ରଜଭୂଷଣ ଦୀର୍ଘ ବର୍ଷ ଧରି ମହିଳା ରେସଲରମାନଙ୍କ ପ୍ରତି ଯୌନ ଶୋଷଣ କରୁଛନ୍ତି। ଏପରି କି ଲକ୍ଷ୍ନୌରେ ଥିବା କ୍ୟାମ୍ପରେ ଅନ୍ୟ କୋଚ୍‌ମାନେ ମଧ୍ୟ ମହିଳାଙ୍କୁ ଶୋଷଣ କରିଛନ୍ତି। ତାଙ୍କ ସହିତ ଏଭଳି ଘୃଣ୍ୟ ଘଟଣା ଘଟି ନ ଥିଲେ ମଧ୍ୟ ଡବ୍ଲ୍ୟୁଏଫ୍‌ଆଇ ଅଧ୍ୟକ୍ଷ ତାଙ୍କୁ ହତ୍ୟା ଧମକ ଦେଇଥିବା ଭିନେଶ କହିଛନ୍ତି। ଦିଲ୍ଲୀର ଯନ୍ତରମନ୍ତରରେ ବୁଧବାର ଏହାର ପ୍ରତିବାଦରେ ବିକ୍ଷୋଭ ପ୍ରଦର୍ଶନ ବେଳେ ଭିନେଶ କାନ୍ଦି କାନ୍ଦି ଏଭଳି ବୟାନ ଦେଇଛନ୍ତି।

ଡବ୍ଲ୍ୟୁଏଫ୍‌ଆଇ ଅଧ୍ୟକ୍ଷଙ୍କ ଏକଚ୍ଛତ୍ରବାଦ ବିରୋଧରେ ପ୍ରତିବାଦ କରିବା ପାଇଁ ଦେଶର ସମସ୍ତ ରେସଲର ଯନ୍ତରମନ୍ତରଠାରେ ଏକତ୍ରିତ ହୋଇଛନ୍ତି। ମୁଁ ଜାଣିଥିବା ଅନୂ୍ୟନ ୧୦-୧୨ ଜଣ ମହିଳା ରେସଲରଙ୍କ ସହିତ ଡବ୍ଲ୍ୟୁଏଫ୍‌ଆଇ ସଭାପତି ଯୌନ ଶୋଷଣ କରିଥିବା ସେ କହିଛନ୍ତି। ଉକ୍ତ ମହିଳାମାନଙ୍କ ନାମ ମୁଁ କେବଳ ପ୍ରଧାନମନ୍ତ୍ରୀ ଓ ସ୍ବରାଷ୍ଟ୍ର ମନ୍ତ୍ରୀଙ୍କ ଆଗରେ ପ୍ରକାଶ କରିବି ବୋଲି କହିଛନ୍ତି ଭିନେଶ। ଏହି ଧାରଣାରେ ଭିନେଶଙ୍କ ସହିତ ରହିଥିଲେ ଟୋକିଓ ୨୦୨୦ ବ୍ରୋଞ୍ଜ ବିଜେତା ବଜରଙ୍ଗ ପୁନିଆ। ଯେ ପର୍ଯ୍ୟନ୍ତ ଡବ୍ଲ୍ୟୁଏଫ୍‌ଆଇ ଅଧ୍ୟକ୍ଷଙ୍କୁ ହଟାଯାଇ ନାହିଁ ଆମେ କୌଣସି ଟୁର୍ନାମେଣ୍ଟରେ ଅଂଶଗ୍ରହଣ କରିପାରିବୁ ନାହିଁ ବୋଲି ପୁନିଆ କହିଛନ୍ତି। ଏହି ପ୍ରତିବାଦରେ ରିଓ ଅଲିମ୍ପିକ୍ସ ପଦକ ବିଜେତା ସାକ୍ଷୀ ମଲିକ, ସରିତା ମୋର, ସଙ୍ଗୀତା ଫୋଗତ, ସତ୍ୟବ୍ରତ ମଲିକ୍‌, ଜିତେନ୍ଦର କିହ୍ନା ଓ ରାଜ୍ୟଗୋଷ୍ଠୀ ପଦକ ବିଜେତା ସୁମିତ୍‌ ମଲିକ୍‌ ପ୍ରମୁଖ ସାମିଲ ଅଛନ୍ତି। ସରକାର କିମ୍ବା ଭାରତୀୟ କ୍ରୀଡ଼ା ପ୍ରାଧିକରଣ(ସାଇ) ବିରୋଧରେ ଆମର ପ୍ରତିବାଦ ନୁହେଁ ବରଂ ଡବ୍ଲ୍ୟୁଏଫ୍‌ଆଇ ଅଧ୍ୟକ୍ଷଙ୍କ ଏକଚ୍ଛତ୍ରବାଦ ବିରୋଧରେ ଆମେ ଏକତ୍ରିତ ହୋଇଛୁ ବୋଲି କହିଛନ୍ତି ପୁନିଆ।

ବଜରଙ୍ଗଙ୍କ କୋଚ୍‌ ସୁଜିତ ମାନ୍‌ ଓ ଫିଜିଓ ଆନନ୍ଦ ଦୁବେ ମଧ୍ୟ ବିକ୍ଷୋଭକାରୀଙ୍କ ସହ ସାମିଲ ଥିଲେ। ଉଲ୍ଲେଖଯୋଗ୍ୟ ଯେ, ୨୦୧୧ରୁ ଡବ୍ଲ୍ୟୁଏଫ୍‌ଆଇ ଅଧ୍ୟକ୍ଷ ରହିଥିବା ବ୍ରଜଭୂଷଣ ନିଜର ମନମାନି ଚଳାଇଥିବା ନେଇ ଖେଳାଳିମାନେ ଅଭିଯୋଗ କରିଛନ୍ତି । ବ୍ରଜଭୂଷଣ ଖେଳାଳିମାନଙ୍କୁ ଅଶ୍ରାବ୍ୟ ଭାଷାରେ ଗାଳିଗୁଲଜ କରିବାର ଭିଡିଓ ମଧ୍ୟ ରହିଛି। ଏପରି କି ୨୦୨୧ରେ ୧୫ ବର୍ଷରୁ କମ୍‌ ବର୍ଗର ଜଣେ ରେସ୍‌ଲରଙ୍କୁ ସେ ଚାପୁଡା ମଧ୍ୟ ମାରିଥିଲେ ବୋଲି ବଜରଙ୍ଗ କହିଛନ୍ତି।

ଉତ୍ତରପ୍ରଦେଶର କେଶରଗଞ୍ଜରୁ ଲୋକ ସଭାରେ ପ୍ରତିନିଧିତ୍ୱ କରୁଥିବା ଡବ୍ଲ୍ୟୁଏଫ୍‌ଆଇ ଅଧ୍ୟକ୍ଷ ବ୍ରଜଭୂଷଣ ନିଜ ବିରୋଧରେ ଆସିଥିବା ଅଭିଯୋଗକୁ ଖଣ୍ଡନ କରିବା ସହିତ ଉଦ୍ଦେଶ୍ୟ ପ୍ରଣୋଦିତ ବୋଲି କହିଛନ୍ତି। ସେ ନିଜ ପଦରୁ ଓହରିବେ ନାହିଁ ବୋଲି ମଧ୍ୟ ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି। ଜଣେ ମହିଳା ମୋ ବିରୋଧରେ ଅଭିଯୋଗ ପ୍ରମାଣିତ କଲେ ମୁଁ ଫାଶୀରେ ଝୁଲିବା ପାଇଁ ମଧ୍ୟ ପ୍ରସ୍ତୁତ ବୋଲି ସେ କହିଛନ୍ତି। ଏହି ସମସ୍ତ ଘଟଣା ପଛରେ ଜଣେ ଶିଳ୍ପପତିଙ୍କ ହାତ ରହିଛି। ସିବିଆଇ କିମ୍ବା ପୋଲିସ ଦ୍ୱାରା ଏହାର ତଦନ୍ତ ହେବା ଉଚିତ। ବୁଧବାର ପ୍ରତିବାଦ କରୁଥିବା ରେସଲରମାନଙ୍କୁ ମୁଁ ଏକ ସପ୍ତାହ ତଳେ ଭେଟିଥିବା ବେଳେ ଏଭଳି କିଛି ଅଭିଯୋଗ ନ ଥିଲା। ଏହା ସହିତ ଯଦି ଭିନେଶଙ୍କୁ ହତ୍ୟା ଧମକ ମିଳିଥିଲା ତେବେ ସେ ମୋତେ କିମ୍ବା ପୋଲିସକୁ କାହଁକି ଜଣାଇ ନ ଥିଲେ ବୋଲି ଓଲଟା ଅଭିଯୋଗ କରିଛନ୍ତି।

ସମସ୍ତ ରେସ୍‌ଲରଙ୍କ ପାଇଁ ଜାତୀୟ ଚାମ୍ପିୟନଶିପ୍‌ ଟ୍ରାଏଲ୍ସ ବାଧ୍ୟତାମୂଳକ କରାଯିବା ପରେ ଏପରି ଅଭିଯୋଗ ଆସିଥିବା ସେ କହିଛନ୍ତି। ଟ୍ରାଏଲ୍ସରେ ସାମିଲ ଖେଳାଳିଙ୍କୁ ହିଁ ଜାତୀୟ କ୍ୟାମ୍ପରେ ସାମିଲ କରାଯିବ ବୋଲି ନିୟମ ହେବା ପରେ ଏହି ସମସ୍ୟା ଦେଖାଦେଇଛି। ମୁଁ ମୁହଁରେ ଜବାବ ଦେଉଥିବା କାରଣରୁ ମୋତେ ବିଶୃଙ୍ଖଳିତ ଆଥ୍‌ଲେଟ ଭାବରେ ଗଣାଯାଏ। ପ୍ରତ୍ୟେକ ଦିନ ମାନସିକ ନିର୍ଯାତନା ସହିବାକୁ ପଡ଼ିଥାଏ ବୋଲି ଭିନେଶ କହିଛନ୍ତି। ଏହା ସହିତ ବଜରଙ୍ଗ କହିଛନ୍ତି, ଆମେ ଆମ କ୍ୟାରିୟରର ଶେଷ ପର୍ଯ୍ୟାୟରେ, ମାତ୍ର ଭବିଷ୍ୟତର ପିଢ଼ି ପାଇଁ ଏହି ଆନ୍ଦୋଳନ ଆବଶ୍ୟକ ।


Enter your email to get our daily news in your inbox.

All Right Reserved By Dharitri.Com

‘ଭାଜପା ସରକାର ଅଢ଼େଇ ବର୍ଷରେ ଓଡ଼ିଶା ଛବିକୁ ମଳିନ କରିସାରିଲେଣି’

ଭୁବନେଶ୍ୱର, ୯।୧୦(ସୁନିତ୍‌ ମିଶ୍ର): ବିଜେଡି ସବୁବେଳେ ସେବା ଓ ବିକାଶରେ ବିଶ୍ୱାସ କରେ। ବିଜେଡି ସରକାର ସମୟରେ ଦ୍ରୁତ ବିକାଶ ପାଇଁ ଓଡ଼ିଶା ସାରା ଦେଶରେ ଏକ…

ଜୁଆଆଡ୍ଡା ପରିଚାଳନାକୁ ନେଇ ଉତ୍ତେଜନା: ହତ୍ୟା ଉଦ୍ୟମ ଘଟଣାରେ …

ଦିଗପହଣ୍ଡି,୯|୧୦(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ପୋଲିସ ଶୁକ୍ରବାର ବ୍ରହ୍ମପୁର ସଦର ଥାନା ବାଲିପଡ଼ା ଗ୍ରାମର ନିଲୁ ଗୌଡ଼(୨୧) ଙ୍କୁ ଗିରଫ କରି ସନ୍ଧ୍ୟାରେ କୋର୍ଟ…

ଘୂର୍ଣ୍ଣିବଳୟ ସକ୍ରିୟ, ୧୩ ବେଳକୁ ଲଘୁଚାପ: ଫେରନ୍ତା ମୌସୁମୀ ପ୍ରଭାବରେ ବର୍ଷା ଆରମ୍ଭ; ୟେଲୋ ଓ୍ବାର୍ନିଂ ଜାରି…

ଭୁବନେଶ୍ୱର, ୯ା୧୦(ବନ୍ଦନା ସେଠୀ) – ବଙ୍ଗୋପସାଗରରେ ପୁଣି ଏକ ଲଘୁଚାପ ସୃଷ୍ଟି ହେବାକୁ ଯାଉଛି। ଇତିମଧ୍ୟରେ ଥାଇଲାଣ୍ଡ ଉପସାଗର ଓ ଆଖପାଖ ଅଞ୍ଚଳରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ…

ଆମେରିକା କାର୍ଯ୍ୟାନୁଷ୍ଠାନ ଉପରେ ସ୍ପଷ୍ଟୀକରଣ ରଖିଲା ଭାରତ, H-1B ଭିସା ଉପରେ …

ନୂଆଦିଲ୍ଲୀ,୯।୧୦: ଆମେରିକା ସରକାରଙ୍କ ଦ୍ୱାରା କେତେକ ପ୍ରମୁଖ ଟେକ୍ କମ୍ପାନୀକୁ ନିଯୁକ୍ତି-ଭିତ୍ତିକ ଗ୍ରୀନ୍ କାର୍ଡ କାର୍ଯ୍ୟକ୍ରମରୁ ନିଲମ୍ବିତ କରାଯିବା ନିଷ୍ପତ୍ତି ଉପରେ ଭାରତର ବୈଦେଶିକ ମନ୍ତ୍ରାଳୟ (MEA)…

ରାଷ୍ଟ୍ରପତିଙ୍କୁ ଭେଟିଲେ ବିରୋଧୀ MPଙ୍କ ପ୍ରତିନିଧିମଣ୍ଡଳୀ, ରାହୁଲ କହିଲେ- ଆମ କଥା ଶୁଣାଗଲା, ହୃଦୟରୁ ଧନ୍ୟବାଦ

ନୂଆଦିଲ୍ଲୀ,୯।୧୦: ମୁଖ୍ୟ ନିର୍ବାଚନ କମିଶନର (CEC) ଜ୍ଞାନେଶ କୁମାରଙ୍କ ଇସ୍ତଫା ଦାବିରେ ବିରୋଧୀ ଦଳ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ ଜାରି ରହିଛି। ଏହି କ୍ରମରେ ‘ଇଣ୍ଡିଆ’ (INDIA)…

ସ୍ନାତକ ମହାବିଦ୍ୟାଳୟରେ ଇଲେକ୍ସନ ବଦଳରେ ସିଲେକ୍ସନ

ଗୁଡ଼ାରି, ୯।୧୦ (ପ୍ରମୋଦ କୁମାର ପତି): ଗୁଡ଼ାରି ବିଜ୍ଞାନ ସ୍ନାତକ ମହାବିଦ୍ୟାଳୟରେ ଚଳିତ ବର୍ଷ ପ୍ରଥମ ଥର ପାଇଁ ଛାତ୍ର ସଂସଦର ବିଭିନ୍ନ ପଦବୀ ପାଇଁ ଶୁକ୍ରବାର…

ସୁପରଷ୍ଟାର ସଲମାନଙ୍କ ନୂଆ ଇନିଂସ, କିଛି ଏଭଳି ଘୋଷଣା କରି ଚମକାଇଲେ

ମୁମ୍ବାଇ: ବଲିଉଡ୍‌ ସୁପରଷ୍ଟାର ସଲମାନ ଖାନଙ୍କ ନୂଆ ଇନିଂସ। ଆପଣ ଯଦି ଭାବୁଛନ୍ତି ସେ ବୋଧହୁଏ ବିବାହ କରିବାକୁ ଯାଉଛନ୍ତି, ତେବେ ନା। କେତେବେଳେ ସିନେମା ତ…

ପ୍ରଥମେ ସୋସିଆଲ ମିଡିଆରେ ପୋଷ୍ଟ, ଏବେ ଭାଜପାରୁ ଇସ୍ତଫା ଦେଇ ଚମକାଇଲେ ଧର୍ମେନ୍ଦ୍ର

ଲକ୍ଷ୍ନୌ, ୯।୧୦: ଉତ୍ତର ପ୍ରଦେଶରେ ରାଜ୍ୟ ସଭା ନିର୍ବାଚନ ପାଇଁ ଟିକେଟ ନ ମିଳିବାରୁ ଅସନ୍ତୁଷ୍ଟ ହୋଇ ଭାରତୀୟ ଜନତା ପାର୍ଟିର ପୂର୍ବତନ MP ଧର୍ମେନ୍ଦ୍ର କଶ୍ୟପ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?