Posted inଜାତୀୟ

ପିପିଇ କିଟ୍‌ ପିନ୍ଧି କରୋନା ରୋଗୀଙ୍କୁ ଭେଟିଲେ ବିଧାୟକ, ତା’ପରେ ଘଟିଲା ଏମିତି

ଅଗରତାଲା,୪।୮: କରୋନା ପ୍ରଭାବିତ ରାଜ୍ୟ ତ୍ରିପୁରାର ବିଧାୟକ ସୁଦୀପ ରାୟବର୍ମନ ପିପିଇ କିଟ୍‌ ପିନ୍ଧି କରୋନା ରୋଗୀଙ୍କୁ ଭେଟିବାକୁ ଯିବା ମହଙ୍ଗା ପଡିଛି। ପଶ୍ଚିମ ତ୍ରିପୁରାର ଜିଲାଧିକାରୀ ବିଧାୟକଙ୍କୁ ଏକ ନୋଟିସ ପଠାଇଛନ୍ତି। ପୂର୍ବତନ ସ୍ବାସ୍ଥ୍ୟମନ୍ତ୍ରୀ ରହିସାରିଥିବା ସୁଦୀପ ସହିଦ ଭାଗବତ ସିଂ ଯୁବ ହଷ୍ଟେଲ କୋଭିଡ କେନ୍ଦ୍ରରେ ଲୋକଙ୍କୁ ମଧ୍ୟରେ ଫଳ ବାଣ୍ଟିଥିବା ଅଭିଯୋଗ ହୋଇଛି। ଡିଏମଙ୍କ ନୋଟିସରେ ତାଙ୍କୁ କ୍ୱାରାଣ୍ଟାଇନ ସେଣ୍ଟରରେ ଭର୍ତ୍ତି ହେବାକୁ କୁହାଯାଇଛି। ଜିଲାଧିକାରୀ ସନ୍ଦୀପ ମହାତ୍ମେ ରାୟବର୍ମାନଙ୍କୁ ପଠାଯାଇଥିବା ବିଜ୍ଞପ୍ତିରେ କହିଛନ୍ତି ଯେ, ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟର ବିଜ୍ଞପ୍ତି ଅନୁଯାୟୀ ତାଙ୍କୁ ୭ ଦିନ ପାଇଁ କୋବିନ୍ଦ କେନ୍ଦ୍ରରେ ଭର୍ତ୍ତି କରାଯିବା ଉଚିତ। ଏହା ସହିତ କୋବିଡ କେୟାର ସେଣ୍ଟରରେ ଭୁଲ ପ୍ରବେଶ ଏବଂ କରୋନା ସହ ଜଡିତ ସୁରକ୍ଷା ନିୟମ ପାଳନ ନ କରିବାରୁ ବିଧାୟକଙ୍କ ନାଁରେ ଏକ ମାମଲା ରୁଜୁ ହୋଇଛି।

ଏହାପରେ ରାୟବର୍ମନ କହିଛନ୍ତି, ‘ମୁଁ ପିପିଇ କିଟ ସହ ସମସ୍ତ ସୁରକ୍ଷା ନିୟମ ପାଳନ କରିଥିଲି। ମୁଁ ଯେମିତି ସଂକ୍ରମିତ ନ ହୁଏ ସେଥିପାଇଁ ଡାକ୍ତରଙ୍କ ପରାମର୍ଶ ଗ୍ରହଣ କରିଥିଲି। ଆହୁରି ମଧ୍ୟ, ମୁଁ ସମସ୍ତଙ୍କଠାରୁ ପ୍ରାୟ ୧ ମିଟର ଦୂରତା ରଖିଥିଲି ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମହାଗୁନ ବିଲଡର ଅଫିସରେ ଡକାୟତି, ୬ଶହ କେଜି ଟ୍ରେଜେରୀକୁ ଉଠାଇନେଲେ ଦୁର୍ବୃତ୍ତ

ନୂଆଦିଲ୍ଲୀ,୨୯।୪: ନୂଆଦିଲ୍ଲୀର ଗ୍ରେଟର ନୋଏଡା ସେକ୍ଟରରେ ଥିବା ମହାଗୁନ ବିଲଡର ଅଫିସରେ ଡକାୟତି ହୋଇଛି। ଶନିବାର ବିଳମ୍ବିତ ରାତିରେ କିଛି ଦୁର୍ବୃତ୍ତ କାନ୍ଥ ଡେଇଁ ଅଫିସ...

ଅନ୍ୟଙ୍କୁ ମୃତ୍ୟୁ ଭଳି ସଙ୍କଟରେ ପକାଇ ଉତ୍ସବ ପାଳନ କରିବା ଠିକ ନୁହେଁ…

ନୂଆଦିଲ୍ଲୀ,୬।୧୦: ଉତ୍ସବ ପାଳନ କରିବାକୁ ମନା ନାହିଁ। କିନ୍ତୁ ଅନ୍ୟଙ୍କୁ ମୃତ୍ୟୁ ଭଳି ସଙ୍କଟରେ ପକାଇ ଉତ୍ସବ ପାଳନ କରିବା ଠିକ ନୁହେଁ ବୋଲି ସୁପ୍ରିମ୍‌କୋର୍ଟ...

ସୁସ୍ଥ ଭବିଷ୍ୟତ ଆଡ଼କୁ ଭାରତ

ନୂଆଦିଲ୍ଲୀ,୩୦-୮(ପି.ଟି.):ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୁରୁବାର ଏକ ରଙ୍ଗାରଙ୍ଗ ଉତ୍ସବରେ ‘ଫିଟ୍‌ ଇଣ୍ଡିଆ ମୁଭ୍‌ମେଣ୍ଟ’ର ଶୁଭାରମ୍ଭ କରିଛନ୍ତି। ଭାରତକୁ ସୁସ୍ଥ ଭବିଷ୍ୟତ ଆଡ଼କୁ ଆଗେଇନେବାରେ ଏହା ସମୟର...

ଅପରାହ୍ନରେ ୫ ରାଜ୍ୟର ନିର୍ବାଚନ ତାରିଖ ଘୋଷଣା

ନୂଆଦିଲ୍ଲୀ,୮।୧: ୫ ରାଜ୍ୟରେ ହେବାକୁ ଥିବା ବିଧାନସଭା ନିର୍ବାଚନ ତାରିଖ ଆଜି ଅପରାହ୍ନ ୩ଟା ୩୦ରେ ଘୋଷଣା କରାଯିବ। ତେବେ ନିର୍ବାଚନ ଆୟୋଗ ତାରିଖ ଘୋଷଣା...

ଲକ୍ଷଣ ପ୍ରକାଶ ପାଇଥିବା ଆକ୍ରାନ୍ତଙ୍କ କ୍ଷେତ୍ରରେ କୋଭାକ୍ସିନ୍‌ ୫୦ ପ୍ରତିଶତ ଫଳପ୍ରଦ, ଏମ୍ସ୍‌ ରିପୋର୍ଟ…

ନୂଆଦିଲ୍ଲୀ,୨୪।୧୧: ଦେଶରେ କରୋନା ମହାମାରୀ ସଂକ୍ରମଣ ଦିନେ କମିଲେ ପୁଣି ବଢୁଛି। ଦୈନିକ ସଂକ୍ରମଣ ଏବଂ ମୃତ୍ୟୁ ସଂଖ୍ୟା ପୁଣି ବଢ଼ିଛି। ଦେଶରେ ଟିକାକରଣ ଅଭିଯାନ...

୩୦ ବର୍ଷରେ ୩ ଲକ୍ଷ ଚାରା ଲଗାଇଲେଣି ବସ୍‌ କଣ୍ଡକ୍ଟର, ଛୁଟୁଛି ପ୍ରଶଂସାର ସୁଅ

ଚେନ୍ନାଇ,୭।୩: ସୋସିଆଲ ମିଡିଆରେ ତାମିଲନାଡୁର ଜଣେ ବସ୍‌ କଣ୍ଡକ୍ଟର ଖୁବ୍‌ ଭାଇରାଲ ହେଉଛନ୍ତି। ଏହି କଣ୍ଡକ୍ଟର ଜଣକ ଗତ ୩୦ ବର୍ଷ ଧରି ନିଜେ ଟଙ୍କା...

ମୋଦିଙ୍କ ଜନ୍ମଦିନରେ ଏହି କାର୍ଯ୍ୟ ଆରମ୍ଭ କରିବେ ସ୍ମୃତି ଇରାନୀ

ଆମେଠି,୨।୯: ଟୋକିଓ ଅଲିମ୍ପିକ୍ସ ଏବଂ ପାରା ଅଲିମ୍ପିକ୍ସରେ ଭାରତର ଚମତ୍କାର ପ୍ରଦର୍ଶନ ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନ୍ମଦିନରେ ଆମେଠିରେ କୁସ୍ତି ପ୍ରତିଯୋଗିତା ଆରମ୍ଭ ହେବାକୁ...

ଦେଶଦ୍ରୋହ ମାମଲାରେ ଉତ୍ତର ପାଇଁ ସମୟ ଲୋଡିଲେ କେନ୍ଦ୍ର ସରକାର..

ନୂଆଦିଲ୍ଲୀ, ୫।୫ : ଦେଶଦ୍ରୋହ ଆଇନକୁ ଚ୍ୟାଲେଞ୍ଜ କରୁଥିବା ଆବେଦନର ଶୁଣାଣି ସୁପ୍ରିମକୋର୍ଟରେ ଗୁରୁବାର କରାଯାଇଛି। ଶୁଣାଣି କରାଯାଇଥିଲା। ଆଟର୍ନି ଜେନେରାଲ କେ.କେ ଭେନୁଗୋପାଲ କେନ୍ଦ୍ର...

Advertisement
Archives

Model This Week