ଅମିତାଭ ବଚ୍ଚନଙ୍କ ନାଁରେ ଥାନାରେ ମାମଲା

ମୁମ୍ବାଇ,୩।୧୧- ବିବାଦରେ ଫସିଛି ଲୋକପ୍ରିୟ ଟେଲିଭିଜନ ଶୋ’ କୌନ ବନେଗା କରୋଡ ପତି ସିଜନ ୧୨। ଅକ୍ଟୋବର ୩୦ରେ ଶୋ’ର କରମବୀର ଏପିସୋଡରେ ଅଭିନେତା ଅମିତାଭ ବଚ୍ଚନ ମନୁସ୍ମୃତି ସମ୍ପର୍କିତ ଏକ ପ୍ରଶ ଜଣେ ସମାଜସେବୀଙ୍କୁ ପଚାରିଥିଲେ। ତେବେ ଏହି ପ୍ରଶ୍ନ ହିନ୍ଦୁ ଧର୍ମ ପ୍ରତି କୁଠାରଘାତ ଦର୍ଶାଇ ଅମିତାଭଙ୍କ ସମେତ ସୋନି ଟେଲିଭିଜନ ନାଁରେ ଏତଲା ଦାୟର କରିଛନ୍ତି ମହାରାଷ୍ଟ୍ର ଲାଟୁର ଜିଲାର ଆୟୁସା ଭାଜପା ବିଧାୟକ ଅଭିମନ୍ୟୁ ପାୱାର। ଏ ନେଇ ଅଭିମନ୍ୟୁ ଲାଟୁର ଏସପିଙ୍କ ନିକଟରେ ଅଭିଯୋଗ କରିବା ସହ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଦାବି କରିଛନ୍ତି।
ପ୍ରଶ୍ନଟି ଥିଲା-୧୯୨୭ ଡିସେମ୍ବର ୨୫ ତାରିଖରେ ବି.ଆର୍‌ ଆମ୍ବେଦକର ଓ ତାଙ୍କ ସମର୍ଥକମାନେ କେଉଁ ଧର୍ମଗ୍ରନ୍ଥ ପୃଷ୍ଠା ଜାଳି ଦେଇଥିଲେ ?
ଏହାର ଅପସନ ଥିଲା- (ଏ) ବିଷ୍ଣୁପୁରାଣ, ( ବି) ଭଗବତ ଗୀତା ( ସି ) ରୁଗବେଦ ଏବଂ ( ଡି ) ମନୁସ୍ମୃତି।
ଏହି ପ୍ରଶ୍ନର ଉତ୍ତରରେ ଅମିତାଭ କହିଥିଲେ ଯେ, ୧୯୨୭ରେ ଆମ୍ବେଦକର ଜାତିଗତ ଭେଦଭାବ ଏବଂ ଅସ୍ପୃଶ୍ୟତାକୁ ଆଦର୍ଶଗତ ଭାବରେ ନ୍ୟାୟ ଦେବା ପାଇଁ ପ୍ରାଚୀନ ହିନ୍ଦୁ ପାଠ ମନୁସ୍ମୃତିକୁ ନିନ୍ଦା କରିବା ସହିତ ଏହାର ନକଲକୁ ପୋଡି ଦେଇଥିଲେ। ଏହାପରେ ବିବାଦ ଘେରକୁ ଆସିଥିଲେ ଅମିତାଭ।


Enter your email to get our daily news in your inbox.

All Right Reserved By Dharitri.Com

ମା’ଙ୍କୁ ନିଦ ଲାଗିଯାଇଥିବା ବେଳେ ହସ୍ପିଟାଲରେ ଶିଶୁ ସହ ଘଟିଲା ଏଭଳି ଘଟଣା

ମୁମ୍ବାଇ,୧୪।୬: ମୁମ୍ବାଇର ଏକ ହସ୍ପିଟାଲରେ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି। ହସ୍ପିଟାଲରେ ଜଣେ ମା’ଙ୍କୁ ନିଦ ଲାଗିଯାଇଥିବା ବେଳେ ଏହାର ସୁଯୋଗ ନେଇ ଜଣେ ଦୁର୍ବୃତ୍ତ...

୨୦୨୧ ଯାଏ ରହିବ କରୋନା

ନୂଆଦିଲ୍ଲୀ,୨୮ା୫(ପି.ଟି.): ଭାରତରେ କରୋନା ସଂକ୍ରମଣ ୨୦୨୧ ପର୍ଯ୍ୟନ୍ତ ରହିବ। ଏହାର ସଂକ୍ରମଣକୁ କମାଇବାକୁ ହେଲେ କୋଭିଡ୍‌ ପରୀକ୍ଷାକୁ ଅତ୍ୟଧିକ ବଢ଼ାଇବାକୁ ପଡ଼ିବ ବୋଲି ବୁଧବାର ସ୍ବାସ୍ଥ୍ୟ...

ପୁଣି ବିବାଦରେ ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ

ଡେରାଡୁନ,୨୧।୩: ଉତ୍ତରାଖଣ୍ଡ ସିଏମ ତିରଥ ସିଂ ରାୱତଙ୍କ ଆଉ ଏକ ବିବାଦୀୟ ମନ୍ତବ୍ୟ ସାମ୍ନାକୁ ଆସିଛି। ରବିବାର ଏକ ସରକାରୀ କାର୍ଯ୍ୟକ୍ରମକୁ ସମ୍ବୋଧିତ କରିବା ପାଇଁ...

ଅଭିନେତା ସୁଶାନ୍ତ ସିଂ ମୃତ୍ୟୁ ମାମଲାରେ ମିଳିଲା ଏହି ବଡ଼ ସଫଳତା, ଜାଣନ୍ତୁ…

ବମ୍ବେ: ଅଭିନେତା ସୁଶାନ୍ତ ସିଂ ରାଜପୁତ ମୃତ୍ୟୁ ମାମଲାରେ ବହୁ ପ୍ରତିକ୍ଷିତ ମୋଡ ଆସିଛି। ଦୀର୍ଘ ଦିନ ଧରି ମାମଲାର ସିବିଆଇ ଯାଞ୍ଚ କରାଯାଉ ବୋଲି...

ଆଇଟିବିପିର ୨୦ ଯବାନଙ୍କୁ ଦିଆଗଲା କରୋନା ଟିକା

ନୂଆଦିଲ୍ଲୀ,୧୬ ।୧: କରୋନା ମହାମାରୀକୁ ନେଇ ଭାରତରେ ବିଶ୍ୱର ସବୁଠାରୁ ବଡ ଟିକାକରଣ କାର୍ଯ୍ୟକ୍ରମ ଶନିବାର ଆରମ୍ଭ ହୋଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହାର...

ଯିଏ କୃଷକଙ୍କ ସମର୍ଥକ ନୁହେଁ, ସେ ଦେଶଭକ୍ତ ହୋଇପାରିବେ ନାହିଁ: କେଜ୍‌ରିୱାଲ

ନୂଆଦିଲ୍ଲୀ,୪।୪: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍‌ରିୱାଲ ପୁଣି କୃଷକଙ୍କ ସମର୍ଥନରେ ମତ ଦେଇଛନ୍ତି। ସେ କହିଛନ୍ତି ଯେ, ଯିଏ କୃଷକଙ୍କ ସମର୍ଥକ ନୁହଁନ୍ତି, ସେ ଦେଶପ୍ରେମୀ...

ଭୁଲ କରିଥିଲେ ଦଣ୍ଡ ଭୋଗିବି : ତାପସୀ

ମୁମ୍ବାଇ, ୮।୩ : ଅଭିନେତ୍ରୀ ତାପସୀ ପନ୍ନୁଙ୍କ ଘର ଉପରେ ଗତ ସପ୍ତାହରେ ଚଢ଼ାଉ କରିଥିଲା ଆୟକର ବିଭାଗ (ଆଇଟି)। ଏ ସମ୍ପର୍କରେ ସୋମବାର ପ୍ରଥମ...

ମାନବ ସେବା ହିଁ ମାଧବ ସେବା: କାଉଡିଆଙ୍କ ପାଦ ଦାବିଲେ ଏସ୍‌ପି

ଲକ୍ଷ୍ନୌ, ୨୮।୭: ଶ୍ରାବଣରେ ଆରମ୍ଭ ହୋଇଯାଇଛି କାଉଡି ଯାତ୍ରା। ବିଶେଷ କରି ଉତ୍ତର ପ୍ରଦେଶରେ କାଉଡିଆଙ୍କ ପାଇଁ ସ୍ବତନ୍ତ୍ର ବ୍ୟବସ୍ଥାମାନ କରାଯାଇଛି। ଏମାନଙ୍କ ପାଇଁ ଖୋଲାଯାଇଥିବା...

Advertisement


Archives

Model This Week

Why Dharitri