Posted inଜାତୀୟ

ଭାଜପାର ମିଶନ ପଶ୍ଚିମବଙ୍ଗ: ଘରଘର ବୁଲି ଏକ ମୁଠା ଚାଉଳ ସଂଗ୍ରହ କରିବେ ନଡ୍ଡା

କୋଲକାତା,୯।୧: ଆଗକୁ ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ। ଏହାକୁ ଦୃଷ୍ଟିରେ ରଖି ଭାଜପା ପକ୍ଷରୁ ମିଶନ ପଶ୍ଚିମବଙ୍ଗ ଯୋଜନା ଉପରେ ଗୁରୁତ୍ୱାରୋପ କରାଯାଉଛି। ଭାଜପା ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି. ନଡ୍ଡା ପୁଣିଥରେ ରାଜ୍ୟଗସ୍ତରେ ଆସିଛନ୍ତି। ବର୍ଦ୍ଧମାନରେ ୯ କିଲୋମିଟର ରୋଡ ଶୋ’ରେ ନଡ୍ଡା ଯୋଗଦେବେ। ଏହି ଅବସରରେ ସେ ଘରଘର ଅନ୍ନଦାତାଙ୍କ ପରିବାରରୁ ଏକ ମୁଠା ଚାଉଳ ସଂଗ୍ରହ କରିବେ। ଏହି କାର୍ଯ୍ୟକ୍ରମ ଜାନୁୟାରୀ ୨୪ ପର୍ଯ୍ୟନ୍ତ ଜାରି ରହିବ। ଜାନୁୟାରୀ ୨୫ରୁ ୩୦ ମଧ୍ୟରେ ସଂଗୃହୀତ ଚାଉଳ ଦ୍ୱାରା କମ୍ୟୁନିଟ୍‌ କିଚେନ ଆରମ୍ଭ କରାଯିବ। ରନ୍ଧା ଖାଦ୍ୟକୁ ଗରିବ ଏବଂ ଚାଷୀ ପରିବାରଙ୍କୁ ପ୍ରଦାନ କରାଯିବ। ରାଜ୍ୟର ୨୩ଟି ଜିଲାର ୪୮ ଗାଁରେ ଏହି ଅଭିଯାନ ଅନୁଷ୍ଠିତ ହେବ। ସୁରକ୍ଷା ଦୃଷ୍ଟିରୁ ସମ୍ବେଦନଶୀଳ ଅଞ୍ଚଳରେ ସିଆର୍‌ପିଏଫ୍‌ ବାହିନୀଙ୍କୁ ମୁତୟନ କରାଯାଇଛି। ଏହା ଦ୍ୱାରା ରାଜ୍ୟର ୭୪ ଲକ୍ଷ ଚାଷୀ ପରିବାରଙ୍କ ପାଖରେ ପହଞ୍ଚିବାର ଲକ୍ଷ୍ୟ ରଖାଯାଇଛି। କେନ୍ଦ୍ର ସରକାରଙ୍କ କୃଷି ଆଇନକୁ ଅନ୍ନଦାତାମାନେ ବିରୋଧ କରୁଥିବାବେଳେ ଭାଜପାର ଏଭଳି ଅଭିଯାନ ନେଇ ଏବେ ରାଜନୈତିକ ମହଲରେ ଚର୍ଚ୍ଚା ଆରମ୍ଭ ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ବେଆଇନ ଗୋରୁ ଚାଲାଣ ମାମଲାରେ ପ୍ରାଣୀଙ୍କ ଚିକିତ୍ସା ଖର୍ଚ୍ଚ ବହନ କରିବେ ଗାଡ଼ି ମାଲିକ : ହାଇକୋର୍ଟ…

ମୁମ୍ବାଇ,୨୯।୧୨ : ବମ୍ବେ ହାଇକୋର୍ଟ କହିଛନ୍ତି ଯେ ବେଆଇନ ଗୋରୁ ଚାଲାଣ ମାମଲାରେ ବିଚାର ଶେଷ ନହେବା ପର୍ଯ୍ୟନ୍ତ ପ୍ରାଣୀଙ୍କର ପରିବହନ, ଚିକିତ୍ସା ତଥା ଯତ୍ନ...

ଦରବୃଦ୍ଧି ପ୍ରତିବାଦକୁ ମାଡ଼

ନୂଆଦିଲ୍ଲୀ,୨୭।୭: ଜୁଲାଇ ୧୮ରେ ଆରମ୍ଭ ହୋଇଥିବା ପାର୍ଲାମେଣ୍ଟର ମୌସୁମୀ ଅଧିବେଶନରେ ବିରୋଧୀଙ୍କ ବିକ୍ଷୋଭ ଓ ହଟ୍ଟଗୋଳ ଯୋଗୁ ଅଚଳାବସ୍ଥା ଲାଗି ରହିବାରୁ ଉଭୟ ଗୃହରେ ବିଶେଷ...

ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ସୁଖବିନ୍ଦର ସିଂ ସୁଖୁ, ମୁକେଶ ଅଗ୍ନିହୋତ୍ରୀ ହେଲେ ଉପମୁଖ୍ୟମନ୍ତ୍ରୀ

ଶିମଲା,୧୧ ।୧୨: ହିମାଚଳ ପ୍ରଦେଶର ୧୫ ତମ ମୁଖ୍ୟମନ୍ତ୍ରୀ ଭାବେ ସୁଖବିନ୍ଦର ସିଂ ସୁଖୁ ରବିବାର ଶପଥ ଗ୍ରହଣ କରିଛନ୍ତି । ଏହା ବ୍ୟତୀତ ମୁକେଶ...

ପୋଷାକ ବଦଳାଇବାରେ ମୋଦିଙ୍କୁ ପଛରେ ପକାଇଦେଇଛନ୍ତି ଓ୍ବାଙ୍ଖଡେ

ମୁମ୍ବାଇ,୨।୧୧: ମୁମ୍ବାଇର ଡ୍ରଗ୍ସ ମାମଲାରେ ମହାରାଷ୍ଟ୍ର ମନ୍ତ୍ରୀ ନବାବ ମଲିକ ପୁଣି ବର୍ଷିଛନ୍ତି। ମଙ୍ଗଳବାର ଏକ ଖବରଦାତା ସମ୍ମିଳନୀ ଡକାଇ ସେ ଭାଜପା ନେତା ଦେବେନ୍ଦ୍ର...

ହିମାଚଳରେ ବଢ଼ିଲା ଲକ୍‌ଡାଉନ୍‌ ଅବଧି

ଶିମଲା,୨୬ା୫: ହିମାଚଳ ପ୍ରଦେଶରେ କରୋନା ଭୂତାଣୁ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ି ୨୧୪ରେ ପହଞ୍ଚିଥିବା ବେଳେ ରାଜ୍ୟ ସରକାରଙ୍କ ପକ୍ଷରୁ ଲକ୍‌ଡାଉନ୍‌ ଅବଧିକୁ ୫ ସପ୍ତାହ ଲାଗି...

କରୋନାକୁ ସର୍ଜିକାଲ ଷ୍ଟ୍ରାଇକ୍‌ କର

ମୁମ୍ବାଇ,୧୦ା୬: କେନ୍ଦ୍ର ସରକାର ସୀମାରେ ଅପେକ୍ଷା କରନ୍ତୁ ନାହିଁ। କରୋନା ଭାଇରସ୍‌ ଆମର ସବୁଠୁ ବଡ଼ ଶତ୍ରୁ। ଏହାକୁ ଶେଷ କରିବାକୁ ପଡ଼ିବ। କେନ୍ଦ୍ରର ଆଭିମୁଖ୍ୟ...

ଆସନ ବଞ୍ଚାଇପାରିଲେନି ଉପମୁଖ୍ୟମନ୍ତ୍ରୀ

ଲକ୍ଷ୍ନୌ,୧୦।୩ : ଉତ୍ତରପ୍ରଦେଶ ଜନାଦେଶର ଚିତ୍ର ଏବେ ଧିରେ ଧିରେ ସ୍ପଷ୍ଟ ହେବାରେ ଲାଗିଛି। ଭାଜପା ସରକାରରେ ଉପମୁଖ୍ୟମନ୍ତ୍ରୀ ଥିବା କେଶବ ପ୍ରସାଦ ମୌର୍ଯ୍ୟ ସିରାଥୁ...

୧୦୦ ଟପିଲା ଓମିକ୍ରନ ଆକ୍ରାନ୍ତଙ୍କ ସଂଖ୍ୟା

ନୂଆଦିଲ୍ଲୀ,୧୭ା୧୨: କରୋନା ଭାଇରସର ନୂଆ ଭାରିଆଣ୍ଟ ଓମିକ୍ରନ ଦ୍ରୁତ ଗତିରେ ବ୍ୟାପିବାରେ ଲାଗିଛି। ବର୍ତ୍ତମାନ ଭାରତରେ ୧୦୦ ଟପିଛି ଓମିକ୍ରନ ଆକ୍ରାନ୍ତଙ୍କ ସଂଖ୍ୟା। ଆଜି ଦେଶରେ...

Advertisement
Archives

Model This Week