‘ମିଥ୍ୟା ପ୍ରତିଶ୍ରୁତି ଦେଇ ନିର୍ବାଚନୀ ବୈତରଣୀ ପାର୍‌ ହେବାକୁ ଚାହୁଁଛି ଭାଜପା’

ମୋରଡ଼ା/ରାସଗୋବିନ୍ଦପୁର,୨୨ା୫(ସ୍ମାରକ ମାଜୀ): ମୟୂରଭଞ୍ଜ ଜିଲା ମୋରଡ଼ା ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ରାସଗୋବିନ୍ଦପୁର ବ୍ଲକର ଅମର୍ଦ୍ଦା ପଡ଼ିଆରେ ବିଜୁ ଜନତା ଦଳ ଶକ୍ତି ପ୍ରଦର୍ଶନ କରିଛି। ଅପରାହ୍ନ ୫ଟାରେ ଅମର୍ଦ୍ଦା ପଡ଼ିଆରେ ଆୟୋଜିତ ୪୮ ନମ୍ବର ଜୋନସ୍ତରୀୟ ନିର୍ବାଚନ ସଭାରେ ୭ ହଜାରରୁ ଊର୍ଦ୍ଧ୍ୱ ଲୋକଙ୍କ ସମାଗମ ହୋଇଥିଲା।

କାର୍ଯ୍ୟକ୍ରମର ପ୍ରଥମ ପର୍ଯ୍ୟାୟରେ ଯୁବ ସଭାପତି ଉତ୍କଳ ମହାନ୍ତି ଓ ଛାତ୍ର ସଭାପତି ଆଶିଷ ମହାନ୍ତଙ୍କ ନେତୃତ୍ୱରେ ବିଧାୟକ ପ୍ରାର୍ଥିନୀ ପ୍ରୀତିନନ୍ଦା କାନୁନ୍‌ଗୋଙ୍କୁ ଏକ ବାଇକ୍‌ ଶୋଭାଯାତ୍ରାରେ ମଞ୍ଚ ନିକଟକୁ ଅଣାଯିବା ପରେ ତାଙ୍କୁ ପୁଷ୍ପଗୁଚ୍ଛ ଦେଇ ସ୍ବାଗତ କରାଯାଇଥିଲା। ଏହାପରେ ରାସଗୋବିନ୍ଦପୁର ବ୍ଲକ ପର୍ଯ୍ୟବେକ୍ଷକ ବିଜନ ନାଏକଙ୍କ ପରିଚାଳନାରେ ଅନୁଷ୍ଠିତ ସଭାକାର୍ଯ୍ୟରେ ପ୍ରାର୍ଥିନୀଙ୍କ ସହିତ ମୋରଡ଼ା ବିଧାୟକ ରାଜକିଶୋର ଦାସ, ନିର୍ବାଚନମଣ୍ଡଳୀ ସଂଯୋଜକ କୃଷ୍ଣାନନ୍ଦ ମହାନ୍ତି, ଜୋନ୍‌ କୋଅଡିନେଟର ଜୟନ୍ତ ବେହେରା, ଜିଲା ପରିଷଦ ସଭ୍ୟ ଶ୍ୟାମସୁନ୍ଦର ଡାକୁଆ, ଦଶରଥ ରାମ, ବିନୋଦବିହାରୀ ଦାସ, ଉତ୍ତମ ମହାନ୍ତି, ମୀନକେତନ ମହାନ୍ତି, ବ୍ଲକ ଉପାଧକ୍ଷା ପଦନ ଦେହୁରୀ, ମହିଳା ସଭାପତି ଉଜ୍ଜ୍ୱନୀ ବେହେରା,ସମସ୍ତ ପଞ୍ଚାୟତ ସରପଞ୍ଚ, ସମିତି ସଭ୍ୟାସଭ୍ୟ ପ୍ରମୁଖ ମଞ୍ଚାସୀନ ଥିଲେ। ଜୟ ଜଗନ୍ନାଥ ଧ୍ୱନି ଦେଇ ଶ୍ରୀମତୀ କାନୁନ୍‌ଗୋ ନିଜର ଅଭିଭାଷଣ ଆରମ୍ଭ କରିଥିଲେ। ମିଶନ ଶକ୍ତି ମାଧ୍ୟମରେ ମହିଳାମାନେ ସଶକ୍ତି ହେବା, ଆମ ଓଡ଼ିଶା ନବୀନ ଓଡ଼ିଶା ଯୋଜନାରେ ଗ୍ରାମାଞ୍ଚଳର ବିକାଶ, ୫ଟି ଯୋଜନାରେ ଗାଁଠୁ ଆରମ୍ଭ କରି ସହରର ବିକାଶ, ଚାଷୀମାନଙ୍କ ପାଇଁ ସହାୟତା, ଛାତ୍ରୀଛାତ୍ରଙ୍କ ପାଇଁ ସହାୟତା, ଯୁବ ଗୋଷ୍ଠୀ ପାଇଁ ସ୍ବୟଂ ଯୋଜନା ଇତ୍ୟାଦି ଯୋଜନା ବାବଦରେ ଉପସ୍ଥିତ ହଜାର ହଜାର ଜନସାଧାରଣଙ୍କୁ ଅବଗତ କରାଇଥିଲେ। ସେହିପରି ଆସନ୍ତା ଜୁଲାଇରୁ ୧୦୦ ୟୁନିଟ୍‌ ପର୍ଯ୍ୟନ୍ତ ମାଗଣା ବିଦ୍ୟୁତ ବିଲ୍‌ ନବୀନ ପଟ୍ଟନାୟକ ଯୋଗାଇ ଦେବେ ବୋଲି କହିଥିଲେ ପ୍ରୀତିନନ୍ଦା। ପୂର୍ବ ନିର୍ବାଚନରେ ପ୍ରତିଶ୍ରୁତି ଦେଇଥିବା କେନ୍ଦ୍ର ସରକାର ସବୁବେଳେ ମିଥ୍ୟା ପ୍ରତଶ୍ରୁତି ଦେଇ ନିର୍ବାଚନୀ ବୈତରଣୀ ପାର କରିବା ପାଇଁ ଚେଷ୍ଟା କରେ ବୋଲି କହିଛନ୍ତି ବିଧାୟିକା ପ୍ରାର୍ଥିନୀ। ଏହାପରେ ଉପସ୍ଥିତ ଜନସାଧାରଣଙ୍କୁ ଯୋଡ଼ିଶଙ୍ଖ ଚି଼ହ୍ନରେ ଭୋଟ୍‌ ଦେବାକୁ ସେ ଅନୁରୋଧ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ପୂର୍ବତନ ରାଜ୍ୟପାଳ ମୁରଲୀଧର ଚନ୍ଦ୍ରକାନ୍ତ ଭଣ୍ଡାରେଙ୍କ ପରଲୋକ

ଭୁବନେଶ୍ବର,୧୫।୬: ଓଡ଼ିଶାର ପୂର୍ବତନ ରାଜ୍ୟପାଳ ତଥା ବିଶିଷ୍ଟ ରାଜନେତା ମୁରଲୀଧର ଚନ୍ଦ୍ରକାନ୍ତ ଭଣ୍ଡାରେଙ୍କ ଶନିବାର ପରଲୋକ ହୋଇଛି। ମୁରଲୀଧରଙ୍କ ପରଲୋକ ଖବର ଜାଣିବା ପରେ ବର୍ତ୍ତମାନ...

ହାଇଦ୍ରାବାଦରେ ପୁଣି ଦାଦନ ଶ୍ରମିକଙ୍କ ମୃତ୍ୟୁ

କୋକସରା,୧୫ା୬ (ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ)- କଳାହାଣ୍ଡି ଜିଲାରେ ଦାଦନ ସମସ୍ୟା ଥମିବାର ନାଁ ଧରିନି। ଜିଲାର ଜଣେ ଦାଦନ ଶ୍ରମିକଙ୍କ ହାଇଦ୍ରାବାଦରେ ଦୁର୍ଘଟଣାରେ ମୃତ୍ୟୁ ଘଟିଥିବା...

କାଠଯୋଡ଼ିରୁ ମିଳିଲା ନିଖୋଜ ଯୁବକଙ୍କ ମୃତଦେହ

କଟକ,୧୫ା୬(କାର୍ତ୍ତିକ ସାହୁ): କାଠଯୋଡ଼ି ନଦୀରେ ଗାଧୋଇବା ବେଳେ ପାଣିରେ ବୁଡ଼ିଯାଇ ନିଖୋଜ ଯୁବକଙ୍କ ମୃତଦେହ ଶନିବାର ଉଦ୍ଧାର ହୋଇଛି। ମୃତ ଯୁବକ ଜଣକ ହେଲେ ବାଦାମବାଡ଼ି...

ବାଣ ବିସ୍ଫୋରଣରେ ହାବିଲଦାର ମୃତ ଘଟଣା: ୫୦ ଲକ୍ଷ କ୍ଷତିପୂରଣ ଦେବାକୁ ଓଏଚ୍‌ଆର୍‌ସିରେ ମାମଲା

କଟକ,୧୫ା୬(କାର୍ତ୍ତିକ ସାହୁ): କଟକ ସଦର ଥାନାର କାର୍ଯ୍ୟରତ ହାବିଲଦାର ପ୍ରଦୀପ କୁମାର ମଲ୍ଲିକ ଗତ ୧୪ ତାରିଖରେ ବାଣ ନିଷ୍କ୍ରିୟ କରୁଥିବା ବେଳେ ବିସ୍ଫୋରଣରେ ମୃତ୍ୟୁବରଣ...

ଦୁଇ ଉପମୁଖ୍ୟମନ୍ତ୍ରୀଙ୍କ ହାତରେ ରହିଛି ଏହି ଗୁରୁତ୍ୱପୂର୍ଣ୍ଣ ବିଭାଗ, ଜାଣନ୍ତୁ…

ଭୁବନେଶ୍ୱର,୧୫ା୬: ରାଜ୍ୟରେ ନୂଆ ସରକାରରେ ଶନିବାର ମନ୍ତ୍ରୀମାନଙ୍କୁ ବିଭାଗ ବଣ୍ଟନ କରାଯାଇଛି। ଏହି ପରିପ୍ରେକ୍ଷୀରେ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂଦେଓଙ୍କୁ କୃଷି ଓ କୃଷକ ସଶକ୍ତିକରଣ,...

ନୂଆ ପନ୍ଥା ଆପଣାଇ ଯବାନଙ୍କ ଉପରେ ଆକ୍ରମଣ କରୁଛନ୍ତି ମାଓବାଦୀ, ୩ ସ୍ନାଇପର ଜ୍ୟାକେଟ୍‌ ଜବତ

ମାଲକାନଗିରି,୧୫ା୬(ଦୁର୍ଯ୍ୟୋଧନ ପାତ୍ର): ଛତିଶଗଡ଼ରେ ମାଓବାଦୀଙ୍କ ପ୍ରାଦୁର୍ଭାବ ଦିନକୁ ଦିନ ବଢ଼ିବାରେ ଲାଗିଛି। ସୁକ୍‌ମା ଜିଲା କଙ୍ଗାଲତୋଙ୍ଗ ଜଙ୍ଗଲରେ ଡିଆର୍‌ଜି, ବସ୍ତର ଫାଇଟର୍ସ ଓ କୋବ୍ରା ବାହିନୀର...

ମୃତ ଦିଲୀପଙ୍କ ପରିବାରକୁ ଭେଟିଲେ ମନ୍ତ୍ରୀ ଗୋକୁଳାନନ୍ଦ

ଖଲ୍ଲିକୋଟ,୧୫।୬(ପ୍ରଶାନ୍ତ କୁମାର ମିଶ୍ର): ରାଜ୍ୟରେ ନୂଆ ସରକାରରେ ଶନିବାର ମନ୍ତ୍ରୀମାନଙ୍କୁ ବିଭାଗ ବଣ୍ଟନ କରାଯାଇଛି। ପୋଲସରା ବିଧାୟକ ଗୋକୁଳାନନ୍ଦ ମଲ୍ଲିକଙ୍କୁ ମତ୍ସ୍ୟ ଓ ପଶୁ ସମ୍ପଦ...

ପାରଳାଖେମୁଣ୍ଡିରେ ବର୍ଷା, ପବନ, ବଜ୍ରପାତର ତାଣ୍ଡବ

ପାରଳାଖେମୁଣ୍ଡି,୧୫।୬(ଗିରିଧାରୀ ପରିଛା): ମାଡ଼ି ଆସିଲା ପବନ, ଘଡଘଡି ସହ ବର୍ଷା। କିଛିକ୍ଷଣ ପାଇଁ ରଚିଲା ତାଣ୍ଡବ। କାଳ ବୈଶାଖୀ ପ୍ରଭାବରେ ପବନ, ଘଡଘଡି ସାଙ୍ଗକୁ ବର୍ଷାରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri