Posted inଜାତୀୟ

ରାଜ୍ୟପାଳଙ୍କୁ ଭେଟିଲେ ଭାଜପା ନେତା

ମୁମ୍ବାଇ,୨୪।୩: ମହାରାଷ୍ଟ୍ରରେ ସଙ୍କଟ ଜାରି ରହିଛି। ଏପରିସ୍ଥଳେ ପୂର୍ବତନ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ଼ାନଭୀସ୍‌ଙ୍କ ନେତୃତ୍ୱରେ ଭାଜପା ନେତା ରାଜ୍ୟପାଳ ଭଗତ ସିଂ କୋଶିୟାରୀଙ୍କୁ ଭେଟି ଦାବିପତ୍ର ପ୍ରଦାନ କରିଛନ୍ତି। ଘଟଣାର ନିରପେକ୍ଷ ତଦନ୍ତ ପାଇଁ ଭାଜପା ପକ୍ଷରୁ ଦାବି କରାଯାଇଛି। ଦେବେନ୍ଦ୍ର କହିଛନ୍ତି ଯେ, ଏହି ଘଟଣାରେ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକ୍‌ରେଙ୍କ ନୀରବତା ବେଶ୍‌ ଚିନ୍ତାଜନକ ରହିଛି। ଅପରପକ୍ଷରେ ଶାସକ ଦଳ ପକ୍ଷରୁ ମୁମ୍ବାଇର ମାଲାବାର ହିଲ୍ସ୍‌ସ୍ଥିତ ସହୟାଦ୍ରି ଗେଷ୍ଟ ହାଉସ୍‌ରେ ବୈଠକ ଅନୁଷ୍ଠିତ ହେବାର କାର୍ଯ୍ୟକ୍ରମ ରହିଛି। ବୈଠକରେ ରାଜ୍ୟର କେତେକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପରେ ଆଲୋଚନ କରାଯିବାର ଆଶା ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ଥମୁନି ସିଏଏ ନିଆଁ: ରାଜଧାନୀରେ ଜାରି ରହିଛି ବିରୋଧ ପ୍ରଦର୍ଶନ

ନୂଆଦିଲ୍ଲୀ,୨୦।୧୨: ରାଜଧାନୀ ଦିଲ୍ଲୀରେ ଶୁକ୍ରବାର ମଧ୍ୟ ନାଗରିକତ୍ୱ ସଂଶୋଧନ ଆଇନ(ସିଏଏ)କୁ ନେଇ ବିରୋଧ ପ୍ରଦର୍ଶନ ଜାରି ରହିଛି। ଜାମା ମସ୍‌ଜିଦ ବାହାରେ ହଜାର ହଜାର ସଂଖ୍ୟାରେ...

୬ ସହରରେ କୋଭିଡ୍‌ ଟିକାର ମାନବ ପରୀକ୍ଷା ଆରମ୍ଭ

ନୂଆଦିଲ୍ଲୀ,୨୬ା୭: ଭାରତ ବାୟୋଟେକ୍‌ ଏବଂ ଜାଇଡସ କାଡିଲା ଦ୍ୱାରା ପ୍ରସ୍ତୁତ ଦୁଇଟି ଟିକାର ମାନବ ଶରୀରରେ ପରୀକ୍ଷା ୬ଟି ସହରରେ ଆରମ୍ଭ ହୋଇଛି। ଏଥିପାଇଁ ଉକ୍ତ...

ଯବାନଙ୍କ ସହ ଦୀପାବଳି ପାଳିବେ ମୋଦି

ଶ୍ରୀନଗର,୪।୧୧: ଯବାନଙ୍କ ସହ ଦୀପାବଳି ମନାଇବା ପାଇଁ ସୀମାରେ ପହଞ୍ଚିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ପ୍ରଧାନମନ୍ତ୍ରୀ ଗୁରୁବାର ସକାଳ ୧୦.୩୦ ମିନିଟରେ ନୌସେରା ସେକ୍ଟରରେ...

ଆରମ୍ଭ ହେବ ‘କ୍ୟାଚ୍‌ ଦି ରେନ୍‌’

ନୂଆଦିଲ୍ଲୀ, ୧।୩: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରବିବାର ତାଙ୍କର ମନ୍‌ କୀ ବାତ୍‌ ରେଡିଓ କାର୍ଯ୍ୟକ୍ରମରେ ଜଳ ସଂରକ୍ଷଣ ଉପରେ ଗୁରୁତ୍ୱ ଦେଇଛନ୍ତି। ଜଳଶକ୍ତି ମନ୍ତ୍ରଣାଳୟ...

ବେରୋଜଗାର-ମହଙ୍ଗା ମାଡ଼ ବୃଦ୍ଧି ପାଇଁ ଦାୟୀ ମୋଦି: ରାହୁଲ

ନୂଆଦିଲ୍ଲୀ,୨୦।୩: କଂଗ୍ରେସ ପକ୍ଷରୁ ଲଗାତାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସରକାରଙ୍କୁ ଟାର୍ଗେଟ୍‌ କରାଯାଉଛି। ଏହି ମର୍ମରେ ରାହୁଲ ଗାନ୍ଧୀ ଟୁଇଟ୍‌ କରି କହିଛନ୍ତି ଯେ, ମୋଦି...

ଭାରତରେ ପରିବେଶ ସୁରକ୍ଷା କାର୍ଯ୍ୟ କରୁଛନ୍ତି ବିଦେଶିନୀ

କୋବଲମ୍‌,୨୯।୨: ଦେଶରେ ପରିବେଶ ପ୍ରଦୂଷଣ ବୃଦ୍ଧି ପାଇବାରେ ଲାଗିଛି। ଏନେଇ ସରକାର ତଥା ବିଭିନ୍ନ ସେଚ୍ଛାସେବୀ ସଂଗଠନ ପକ୍ଷରୁ ସଚେତନତା କାର୍ଯ୍ୟ ଜାରି ରହିଛି। ତେବେ...

କରୋନା ଟ୍ରାଏଲ ଡୋଜ ପରେ ସ୍ୱେଚ୍ଛାସେବୀଙ୍କ ମୃତ୍ୟୁ

ଭୋପାଳ,୯ ।୧: ମଧ୍ୟପ୍ରଦେଶର ରାଜଚଧାନୀ ଭୋପାଳରେ ଭାରତ ବାୟୋଟେକର କରୋନା ଭ୍ୟାକ୍ସିନ କୋଭାକ୍ସିନର ଟ୍ରାଏଲ ୭ ଜାନୁୟାରୀରେ ଶେଷ ହୋଇଛି । ଏପଟେ ଭୋପାଳର ପିପୁଲ୍ସ...

ସରକାରୀ ବସ୍‌ରେ ଯାତ୍ରା କଲେ ଷ୍ଟାଲିନ୍‌

ଚେନ୍ନାଇ,୭।୫: ତାମିଲନାଡୁର ମୁଖ୍ୟମନ୍ତ୍ରୀ ଏମ.କେ ଷ୍ଟାଲିନ୍‌ଙ୍କ ଉଦାରତା ସାମ୍ନାକୁ ଆସିଛି। ସରକାରୀ ବସ୍‌ରେ ସାଧାରଣ ଜନତାଙ୍କ ସହ ଯାତ୍ରା କଲେ ଷ୍ଟାଲିନ୍‌। ଯାହାର ଏକ ଭିଡିଓ...

Advertisement
Archives

Model This Week