ମନ୍ଦିର ଖୋଲା ନ ଯିବା ନେଇ ପ୍ରଶ୍ନ ଉଠାଇଲା ଭାଜପା

ଭୁବନେଶ୍ୱର,୨୦ା୮(ବ୍ୟୁରୋ): କରୋନା ମହାମାରୀ ଏବଂ ଲୋକଙ୍କ ସ୍ବାସ୍ଥ୍ୟକୁ ଦୃଷ୍ଟିରେ ରଖି ଧର୍ମାନୁଷ୍ଠାନ ବନ୍ଦ ରଖିବା ପାଇଁ କଟକଣା ଜାରି କରାଯାଇଥିଲା। କିନ୍ତୁ ପରବର୍ତ୍ତୀ ସମୟରେ କେନ୍ଦ୍ର ସରକାରଙ୍କ ଅନ୍‌ଲକ୍‌-୧ ଗାଇଡ୍‌ଲାଇନ ଅନୁଯାୟୀ, ଜୁନ୍‌ ୮ରୁ ଧର୍ମାନୁଷ୍ଠାନ ଖୋଲିବାକୁ ନେଇ ନିର୍ଦ୍ଦେଶନାମା ଜାରି କରାଯାଇଛି। ହେଲେ ରାଜ୍ୟ ସରକାର ଏ ପର୍ଯ୍ୟନ୍ତ ଶ୍ରୀମନ୍ଦିର, ଲିଙ୍ଗରାଜ ମନ୍ଦିର ସମେତ ଅନ୍ୟ ମନ୍ଦିର ଖୋଲିବା ନେଇ କୌଣସି ନିଷ୍ପତ୍ତି ନ ନେବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ବୋଲି ଭାଜପା ନେତା ପୃଥ୍ବୀରାଜ ହରିଚନ୍ଦନ କହିଛନ୍ତି।
ପୃଥ୍ବିରାଜ ବୁଧବାର ଏକ ଖବରଦାତା ସମ୍ମିଳନୀରେ କହିଛନ୍ତି, ଓଡ଼ିଶା ଲୋକଙ୍କ ଆସ୍ଥା ଏବଂ ବିଶ୍ୱାସର ପ୍ରତୀକ ହେଉଛନ୍ତି ମହାପ୍ରଭୁ ଜଗନ୍ନାଥ। କିନ୍ତୁ ଦୁର୍ଭାଗ୍ୟର ବିଷୟ ଦୀର୍ଘଦିନ ଧରି ଶ୍ରୀମନ୍ଦିର ବନ୍ଦ ରହିଛି। ରାଜ୍ୟରେ ମନ୍ଦିର ଓ ଧର୍ମାନୁଷ୍ଠାନ ଖୋଲିବା ନେଇ ସରକାର ଚୂଡାନ୍ତ ନିଷ୍ପତ୍ତି ନେବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଏହାସତ୍ତ୍ୱେ ସରକାର ଏ ଦିଗରେ କୌଣସି ପଦକ୍ଷେପ ନ ନେଇ ଚୁପ୍‌ ରହିବା ଅତ୍ୟନ୍ତ ନିନ୍ଦନୀୟ। ଅନ୍ୟ ରାଜ୍ୟରେ ମନ୍ଦିର ଏବଂ ଧର୍ମାାନୁଷ୍ଠାନଗୁଡିକ ମାନକ ପରିଚାଳନା ପ୍ରକ୍ରିୟା (ଏସ୍‌ଓପି)ପାଳନ କରାଯାଇ ଖୋଲା ହୋଇଛି। ଗତ କିଛିଦିନ ତଳେ ବୈଷ୍ଣୋଦେବୀଙ୍କ ମନ୍ଦିର ଖୋଲାଯାଇଛି। ତିରୁପତିରେ ବାଲାଜୀଙ୍କ ମନ୍ଦିର ଏସ୍‌ଓପି ପାଳନ କରି ଖୋଲାଯାଇଥିବାରୁ ଭକ୍ତମାନେ ଦର୍ଶନ କରିପାରୁଛନ୍ତି। ଯଦି ଅନ୍ୟ ରାଜ୍ୟରେ ମନ୍ଦିର ଖୋଲାଯାଇ ପାରୁଛି ତେବେ ରାଜ୍ୟରେ ଅସୁବିଧା କେଉଁଠି ରହିଛି ବୋଲି ପୃଥ୍ବୀରାଜ କହିଛନ୍ତି। ରାଜ୍ୟ ସରକାର ଏହାକୁ ଗୁରୁତର ସହ ନେଇ କୋଭିଡ୍‌-୧୯ ନିୟମ ଏସ୍‌ଓପି ପାଳନ କରି ମନ୍ଦିର ଏବଂ ଧର୍ମାନୁଷ୍ଠାନ ଖୋଲନ୍ତୁ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏ ଦିଗରେ ହସ୍ତକ୍ଷେପ କରି ମନ୍ଦିର ଖୋଲିବା ନେଇ ପଦକ୍ଷେପ ଗ୍ରହଣ କରନ୍ତୁ ବୋଲି ପୃଥ୍ବୀରାଜ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ତାରାତାରିଣୀଙ୍କ ଦର୍ଶନ କଲେ ଉପମୁଖ୍ୟମନ୍ତ୍ରୀ: ଓଡିଶାବାସୀଙ୍କ କଲେ ମଙ୍ଗଳକାମନା,ମନ୍ଦିରର ପୂର୍ଣ୍ଣାଙ୍ଗ ବିକାଶ ପାଇଁ…

ପୁରୁଷୋତ୍ତମପୁର, ୨୮।୭(ସବିତା ମିଶ୍ର): ରାଜ୍ୟ ସରକାରଙ୍କ ଉପମୁଖ୍ୟମନ୍ତ୍ରୀ ପ୍ରଭାତି ପରିଡ଼ା ଗଞ୍ଜାମ ଜିଲା ଗସ୍ତରେ ଆସିଥିବା ଅବସରରେ ମଙ୍ଗଳବାର ରାତ୍ରିରେ ଦକ୍ଷିଣ ଓଡ଼ିଶାର ପ୍ରସିଦ୍ଧ ଆରାଧ୍ୟାଦେବୀ ମା’…

ରେମାଳ ନଦୀର ପ୍ରଖର ସୁଅରେ ଭାସିଗଲେ ଯୁବତୀ: ମିଳୁନି ପତ୍ତା, କେଶଦୁରାପାଳ ଗାଁରେ ଶୋକାକୂଳ…

ଆନନ୍ଦପୁର, ୨୮।୭(ସୁଶାନ୍ତ କୁମାର ସାହୁ): ଲଗାଣ ବର୍ଷା ଯୋଗୁ ଫୁଲିଉଠିଥିବା ରେମାଳ ନଦୀରେ ଭାସିଯାଇ ଜଣେ ୨୫ ବର୍ଷୀୟା ଯୁବତୀ ନିଖୋଜ ହୋଇଯାଇଛନ୍ତି। ଘସିପୁରା ବ୍ଲକ୍ ଅନ୍ତର୍ଗତ…

ଲଗାଣ ବର୍ଷା ଯୋଗୁ ଭୁଶୁଡ଼ି ପଡ଼ିଲା ମାଟି କାନ୍ଥ, ଚାଲିଗଲା ୩ ବର୍ଷର ଶିଶୁପୁତ୍ର ଜୀବନ,ଶୋକାକୂଳ…

ରିଆମାଳ, ୨୮।୭(ବଦ୍ରିନାରାୟଣ ଅଗ୍ରୱାଲା): ଦେବଗଡ଼ ଜିଲା ରିଆମାଳ ଥାନା ଅନ୍ତର୍ଗତ କଂସର ଫାଣ୍ଡି ଦୁଧିଆନାଳି ଗ୍ରାମପଞ୍ଚାୟତର ବେଲମୁଣ୍ଡା ଗ୍ରାମରେ ଲଗାଣ ବର୍ଷା ଯୋଗୁ ଘରର କାନ୍ଥ ପଡ଼ି…

ବୁଧବାର ବରଗଡ଼ରେ ସ୍କୁଲ ଛୁଟି, ଜିଲା ଶିକ୍ଷା ବିଭାଗର ଘୋଷଣା:

ବରଗଡ଼,୨୮।୭(ପ୍ରେମାନନ୍ଦ ଖମାରୀ)- ପ୍ରବଳ ବର୍ଷା ସମ୍ଭାବନାକୁ ଦୃଷ୍ଟିରେ ରଖି ବରଗଡ଼ ଜିଲାର ସମସ୍ତ ସ୍କୁଲକୁ ଆସନ୍ତାକାଲି ଅର୍ଥାତ୍ ବୁଧବାର ବନ୍ଦ ରଖିବାକୁ ଜିଲା ପ୍ରଶାସନ ପକ୍ଷରୁ ନିଷ୍ପତ୍ତି…

Rule Change From 1st August: ପହିଲାରୁ ବଦଳିବ ଏହି ୫ ବଡ଼ ନିୟମ! LPG, ବ୍ୟାଙ୍କ ଠାରୁ ନେଇ ଟ୍ରେନ୍ ଟିକେଟ୍ ପର୍ଯ୍ୟନ୍ତ ପଡିବ ପ୍ରଭାବ, ଜାଣନ୍ତୁ…

ନୂଆଦିଲ୍ଲୀ, ୨୮।୭: ଜୁଲାଇ ମାସ ଶେଷ ହେବାକୁ ଯାଉଛି, ଏବଂ ଚାରି ଦିନ ପରେ ଅର୍ଥାତ୍ ଅଗଷ୍ଟ ମାସ ଆରମ୍ଭ ହେବା ସହ ଅନେକ ବଡ଼ ପରିବର୍ତ୍ତନ…

ମହାକାଶରୁ ପାକିସ୍ତାନରେ ଦେଖାଗଲା ଭୟଙ୍କର ଦୃଶ୍ୟ! ବୈଜ୍ଞାନିକ କହିଲେ ୬ କୋଟି ବର୍ଷ ହେଲା…

ନୂଆଦିଲ୍‌ଲୀ,୨୮।୭: ପାକିସ୍ତାନରେ ଏକ ବିଶାଳ ବିଞ୍ଚଣା ଭଳି ଆକୃତି ରହିଛି, ଯାହା ମହାକାଶରୁ ମଧ୍ୟ ସ୍ପଷ୍ଟ ଦେଖାଯାଏ। ନାସାର ଟେରା ସାଟେଲାଇଟ୍ (Terra Satellite) ଏହି ଆକୃତିର…

ବଢୁଛି ବୈତରଣୀ ଜଳସ୍ତର: ବନ୍ୟା ଆଶଙ୍କାରେ ହାଟଡିହୀର ୯ ପଞ୍ଚାୟତବାସୀ, ସ୍ଥାନାନ୍ତର ହେଲେଣି…

ହାଟଡିହୀ/ଛେନାପଦୀ,୨୮।୭(ଶୁଭକାନ୍ତ ନାୟକ/ନିରାକାର ପରିଡା): ଦୁଇ ଦିନ ଧରି ଲଘୁଚାପ ଜନିତ ଲଗାଣ ବର୍ଷା ଲାଗି ରହିବା ଯୋଗୁ କେନ୍ଦୁଝର ଜିଲା ହାଟଡିହୀ ବ୍ଲକରେ ବୈତରଣୀ ନଦୀର ଜଳସ୍ତର…

ହାତଛଡ଼ା ହେଲା ସ୍ବର୍ଣ୍ଣ, ରୌପ୍ୟ ପାଇଲେ ଅଜୟ

ଗ୍ଲାସ୍‌ଗୋ,୨୮ା୭: ଭାରତର ଉଦୀୟମାନ ଭାରୋତ୍ତୋଳକ ଭେଲୁରି ଅଜୟ ବାବୁ ମଙ୍ଗଳବାର ଚଳିତ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ରୌପ୍ୟ ପଦକ ଜିତିଛନ୍ତି। ସେ ପୁରୁଷ ୭୯ କେଜି କାଟେଗୋରୀରେ ଏହି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri