ମନ୍ଦିର ଖୋଲା ନ ଯିବା ନେଇ ପ୍ରଶ୍ନ ଉଠାଇଲା ଭାଜପା

ଭୁବନେଶ୍ୱର,୨୦ା୮(ବ୍ୟୁରୋ): କରୋନା ମହାମାରୀ ଏବଂ ଲୋକଙ୍କ ସ୍ବାସ୍ଥ୍ୟକୁ ଦୃଷ୍ଟିରେ ରଖି ଧର୍ମାନୁଷ୍ଠାନ ବନ୍ଦ ରଖିବା ପାଇଁ କଟକଣା ଜାରି କରାଯାଇଥିଲା। କିନ୍ତୁ ପରବର୍ତ୍ତୀ ସମୟରେ କେନ୍ଦ୍ର ସରକାରଙ୍କ ଅନ୍‌ଲକ୍‌-୧ ଗାଇଡ୍‌ଲାଇନ ଅନୁଯାୟୀ, ଜୁନ୍‌ ୮ରୁ ଧର୍ମାନୁଷ୍ଠାନ ଖୋଲିବାକୁ ନେଇ ନିର୍ଦ୍ଦେଶନାମା ଜାରି କରାଯାଇଛି। ହେଲେ ରାଜ୍ୟ ସରକାର ଏ ପର୍ଯ୍ୟନ୍ତ ଶ୍ରୀମନ୍ଦିର, ଲିଙ୍ଗରାଜ ମନ୍ଦିର ସମେତ ଅନ୍ୟ ମନ୍ଦିର ଖୋଲିବା ନେଇ କୌଣସି ନିଷ୍ପତ୍ତି ନ ନେବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ବୋଲି ଭାଜପା ନେତା ପୃଥ୍ବୀରାଜ ହରିଚନ୍ଦନ କହିଛନ୍ତି।
ପୃଥ୍ବିରାଜ ବୁଧବାର ଏକ ଖବରଦାତା ସମ୍ମିଳନୀରେ କହିଛନ୍ତି, ଓଡ଼ିଶା ଲୋକଙ୍କ ଆସ୍ଥା ଏବଂ ବିଶ୍ୱାସର ପ୍ରତୀକ ହେଉଛନ୍ତି ମହାପ୍ରଭୁ ଜଗନ୍ନାଥ। କିନ୍ତୁ ଦୁର୍ଭାଗ୍ୟର ବିଷୟ ଦୀର୍ଘଦିନ ଧରି ଶ୍ରୀମନ୍ଦିର ବନ୍ଦ ରହିଛି। ରାଜ୍ୟରେ ମନ୍ଦିର ଓ ଧର୍ମାନୁଷ୍ଠାନ ଖୋଲିବା ନେଇ ସରକାର ଚୂଡାନ୍ତ ନିଷ୍ପତ୍ତି ନେବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଏହାସତ୍ତ୍ୱେ ସରକାର ଏ ଦିଗରେ କୌଣସି ପଦକ୍ଷେପ ନ ନେଇ ଚୁପ୍‌ ରହିବା ଅତ୍ୟନ୍ତ ନିନ୍ଦନୀୟ। ଅନ୍ୟ ରାଜ୍ୟରେ ମନ୍ଦିର ଏବଂ ଧର୍ମାାନୁଷ୍ଠାନଗୁଡିକ ମାନକ ପରିଚାଳନା ପ୍ରକ୍ରିୟା (ଏସ୍‌ଓପି)ପାଳନ କରାଯାଇ ଖୋଲା ହୋଇଛି। ଗତ କିଛିଦିନ ତଳେ ବୈଷ୍ଣୋଦେବୀଙ୍କ ମନ୍ଦିର ଖୋଲାଯାଇଛି। ତିରୁପତିରେ ବାଲାଜୀଙ୍କ ମନ୍ଦିର ଏସ୍‌ଓପି ପାଳନ କରି ଖୋଲାଯାଇଥିବାରୁ ଭକ୍ତମାନେ ଦର୍ଶନ କରିପାରୁଛନ୍ତି। ଯଦି ଅନ୍ୟ ରାଜ୍ୟରେ ମନ୍ଦିର ଖୋଲାଯାଇ ପାରୁଛି ତେବେ ରାଜ୍ୟରେ ଅସୁବିଧା କେଉଁଠି ରହିଛି ବୋଲି ପୃଥ୍ବୀରାଜ କହିଛନ୍ତି। ରାଜ୍ୟ ସରକାର ଏହାକୁ ଗୁରୁତର ସହ ନେଇ କୋଭିଡ୍‌-୧୯ ନିୟମ ଏସ୍‌ଓପି ପାଳନ କରି ମନ୍ଦିର ଏବଂ ଧର୍ମାନୁଷ୍ଠାନ ଖୋଲନ୍ତୁ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏ ଦିଗରେ ହସ୍ତକ୍ଷେପ କରି ମନ୍ଦିର ଖୋଲିବା ନେଇ ପଦକ୍ଷେପ ଗ୍ରହଣ କରନ୍ତୁ ବୋଲି ପୃଥ୍ବୀରାଜ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଦିଲ୍ଲୀରୁ ଫେରିଲେ ମୋକିମ: କହିଲେ ସଂଗଠନ ସୁଦୃଢ଼ ହେବା ନେଇ ଆଲୋଚନା ହୋଇଛି

ଭୁବନେଶ୍ୱର,୧୪।୨(ବ୍ୟୁରୋ): ବଦଳିବେ ରାଜ୍ୟ ପ୍ରଦେଶ କଂଗ୍ରେସ କମିଟି(ପିସିସି) ସଭାପତି। କଟକ-ବାରବାଟୀ ବିଧାୟକ ମହମ୍ମଦ ମୋକିମ ଅଖିଳ ଭାରତ କଂଗ୍ରେସ କମିଟି(ଏଆଇସିସି) ନେତାଙ୍କ ଡକରା ପାଇ ଦିଲ୍ଲୀ...

‘ଉମଙ୍ଗ’ରେ ଭୁବନେଶ୍ୱର ପାଣିପାଗ କେନ୍ଦ୍ର

ଭୁବନେଶ୍ୱର,୨୫।୫(ବ୍ୟୁରୋ): ମୋବାଇଲ୍‌ ଆପ୍‌ ମାଧ୍ୟମରେ ମିଳିବ ପାଣିପାଗର ଆଗୁଆ ସୂଚନା। ଏଣିକି ଘରେ ବସି ଜାଣିହେବ ପାଣିପାଗର ଟିକିନିଖି ସୂଚନା। ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ...

ଘରୋଇ ହସ୍ପିଟାଲରେ ଦଳିତ କର୍ମଚାରୀଙ୍କୁ ନିର୍ଯାତନା : କମିଶନଙ୍କ ନିର୍ଦ୍ଦେଶ ପରେ ମାମଲା ରୁଜୁ କରୁନି ପୋଲିସ

ଭୁବନେଶ୍ୱର,୧୯।୮(ବ୍ୟୁରୋ) : ଚନ୍ଦ୍ରଶେଖରପୁର ଥାନା ଅଞ୍ଚଳରେ ଥିବା ଏକ ଘରୋଇ ହସ୍ପିଟାଲରେ ଅନେକ ଦିନ ଧରି ଉପରିସ୍ଥ କର୍ମଚାରୀ ଦ୍ୱାରା ନିର୍ଯାତିତ ହେଉଥିଲେ। ଏ ନେଇ...

ବନୋଜ ବିଶ୍ୱାଳ ଶ୍ରେଷ୍ଠ ମତ୍ସ୍ୟଜୀବୀ

ସଜନାଗଡ଼,୨୫।୧(ଡି.ଏନ.ଏ.)-କୃଷକ ଆମ ଦେଶର ମେରୁଦଣ୍ଡ ସଦୃଶ। ବର୍ତ୍ତମାନ କୃଷି ଉପରେ ନିର୍ଭର କରୁଥିବା କୃଷିଜୀବୀ ମାନଙ୍କର ଜୀବନଧାରଣ ମାନର ପରିବର୍ତ୍ତନ ନିମନ୍ତେ ଗୁରୁବାର ଭୁବନେଶ୍ୱର ଜନତା...

ଥାନାରେ ଯୁବକଙ୍କ ଆତ୍ମହତ୍ୟା

ଗୋପାଳପୁର,୩ା୫: ଗଞ୍ଜାମ ଜିଲା ଗୋଳନ୍ଥରା ଥାନାରେ ଜଣେ ଯୁବକ ସୋମବାର ରାତି ପ୍ରାୟ ୮ଟାରେ ଆତ୍ମହତ୍ୟା କରିଛନ୍ତି। ସେ ହେଲେ ଗୋଳନ୍ଥରା ଥାନା ଅଧୀନ ରଙ୍ଗିପୁର...

ରାଜ୍ୟ ସଂଗ୍ରହାଳୟରେ ସ୍ଥାନ ପାଇବେ କଳ୍ପନା

ଭୁବନେଶ୍ୱର,୨୫।୫(ବ୍ୟୁରୋ): ଦ୍ୱିତୀୟ ଥର ପାଇଁ ଏଭେରେଷ୍ଟ ଶୃଙ୍ଗ ଆରୋହଣ କରି ପ୍ରତ୍ୟାବର୍ତ୍ତନ କରୁଥିବା ସମୟରେ ଜୀବନ ହାରିଛନ୍ତି ଏଭେରେଷ୍ଟ ବିଜୟିନୀ କଳ୍ପନା ଦାସ। ରାଜ୍ୟର ପ୍ରଥମ...

ଆଜି ୫ ଜିଲାରେ ବର୍ଷିବ

ଭୁବନେଶ୍ୱର, ୧୨।୭(ବ୍ୟୁରୋ):ରାଜ୍ୟରେ ଆସନ୍ତା ୧୪ ତାରିଖ ପର୍ଯ୍ୟନ୍ତ ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ହେବ। ଏଥିପାଇଁ ବିଭିନ୍ନ ଜିଲାକୁ ୟେଲୋ ଓ୍ବାର୍ନିଂ ଜାରି କରିଛି ଆଞ୍ଚଳିକ...

୫ରୁ ବର୍ଷିବ

ଭୁବନେଶ୍ୱର,୨।୯(ବ୍ୟୁରୋ): ରାଜ୍ୟରେ ମୌସୁମୀ ଚାଲିଯିବା ସହ ତାତି ବଢ଼ିବାରୁ ଅସହ୍ୟ ଗୁଳୁଗୁଳି ଅନୁଭବ ହେଉଛି। ତେବେ ପୁଣି ମୌସୁମୀ ବାୟୁ ସକ୍ରିୟ ହେବ ବୋଲି ଆଞ୍ଚଳିକ...

Advertisement
Archives

Model This Week