Posted inଜାତୀୟ

ହାତ ଯୋଡି ଏମିତି ଅପିଲ୍‌ କଲେ ରାଜ୍ୟପାଳ

କୋଲକତା,୧୪।୬: ପଶ୍ଚିମବଙ୍ଗ ବିଧାନସଭାରେ ବିରୋଧୀ ଦଳର ନେତା ଶୁଭେନ୍ଦୁ ଅଧିକାରୀ ସୋମବାର ନିର୍ବାଚନ ଫଳାଫଳ ପରେ ରାଜ୍ୟରେ ହିଂସା ଘଟଣାକୁ ନେଇ ଏକ ବୈଠକ କରିଥିଲେ। ଭାଜପା ଦଳର ବିଧାୟକଙ୍କ ସହ ଏହି ବୈଠକ ଅନୁଷ୍ଠିତ ହୋଇଥିଲା। ଏହି ବୈଠକ ପରେ ଶୁଭେନ୍ଦୁ ଅଧିକାରୀଙ୍କ ସହ ପ୍ରାୟ ୫୦ ଭାଜପା ନେତା ରାଜ୍ୟପାଳ ଜଗଦୀପ ଧନଖଡଙ୍କୁ ଭେଟି ଏକ ସ୍ମାରକପତ୍ର ଦାଖଲ କରିଥିଲେ। ଏହାପରେ ରାଜ୍ୟପାଳ କହିଛନ୍ତି ଯେ, ବିରୋଧୀ ଦଳର ନେତା ଶୁଭେନ୍ଦୁ ଅଧିକାରୀଙ୍କ ସମେତ ୫୦ ଜଣ ବିଧାୟକ ମୋତେ ଏକ ସ୍ମାରକପତ୍ର ଦେଇଛନ୍ତି ।  ସେଥିରେ ସେମାନେ ପଶ୍ଚିମବଙ୍ଗର ଭୟାବହ ପରିସ୍ଥିତିକୁ ବର୍ଣ୍ଣନା କରିଛନ୍ତି ଏବଂ ମୁଖ୍ୟତଃ ଚାରିଟି ବିଷୟ ପ୍ରତି ଗୁରୁତ୍ୱାରୋପ କରିଛନ୍ତି ।
ରାଜ୍ୟପାଳ ଆହୁରି ମଧ୍ୟ କହିଛନ୍ତି , ମୁଁ ସମସ୍ତଙ୍କୁ ହାତ ଯୋଡି ଅପିଲ୍‌ କରିବାକୁ ଚାହୁଁଛି ଯେ, ଆମକୁ ରକ୍ତ ଭିଜା ବଙ୍ଗଳା ଦରକାର ନାହିଁ। ଏହି ପୃଥିବୀରେ ହିଂସା ପାଇଁ କୌଣସି ସ୍ଥାନ ନାହିଁ। ରାଜ୍ୟରେ ଭୟ ଏତେ ଅଧିକ ଯେ ଗଣତନ୍ତ୍ର ଶେଷ ନିଶ୍ୱାସ ନେଉଛି। ମୁଁ ସରକାରୀ କର୍ମଚାରୀ ଏବଂ ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରୁଛି ଯେ ଗଣତନ୍ତ୍ରର ବିକାଶ ଆମ ପାଇଁ ଗୁରୁତ୍ୱପୂର୍ଣ୍ଣ।  ଆଶା କରୁଛି ମୁଖ୍ୟମନ୍ତ୍ରୀ ଆବଶ୍ୟକ ପଦକ୍ଷେପ ନେବେ ଏବଂ ସରକାର ସକାରାତ୍ମକ ଆଭିମୁଖ୍ୟ ଗ୍ରହଣ କରିବେ। ବଙ୍ଗଳାରେ ନିଆଁ ଲାଗିବାକୁ ଆମେ ଅନୁମତି ଦେଇ ପାରିବୁ ନାହିଁ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମେ ୧୫ରେ ଖୋଲିବ ବଦ୍ରିନାଥ ମନ୍ଦିର: ୨୭ ଜଣଙ୍କୁ ପ୍ରବେଶ ଅନୁମତି

ଚାମୋଲି,୧୧।୫: ଉତ୍ତରାଖଣ୍ଡରେ ଥିବା ପ୍ରଭୁ ବଦ୍ରିନାଥଙ୍କ ମନ୍ଦିର ମେ ୧୫ରେ ଖୋଲିବ। ତେବେ ମନ୍ଦିରରେ ପ୍ରବେଶ ପାଇଁ କେବଳ ୨୭ଜଣଙ୍କୁ ଅନୁମତି ମିଳିବ ବୋଲି ସୋମବାର...

ଡ୍ରଗ୍ସ ମାମଲା: ଜବତ ହେଲା ଅଭିନେତ୍ରୀଙ୍କ ଫୋନ

ମୁମ୍ବାଇ,୨୭ ।୯: ସୁଶାନ୍ତ ସିଂ ରାଜପୁତ ମୃତ୍ୟୁ ମାମଲା ସହ ଯୋଡି ହୋଇଥିବା ଡ୍ରଗ୍ସ ମାମଲା ବେଳକୁ ବେଳ ନୂଆ ମୋଡ ନେଉଛି । ଏହି...

ରାମ ମନ୍ଦିର ପାଇଁ ଦାନ ଦେଉଥିବା ଲୋକଙ୍କ ଘରକୁ ନାଜି ଭଳି ଚିହ୍ନଟ କରୁଛି ଆର୍‌ଏସ୍‌ଏସ୍‌: କୁମାରସ୍ୱାମୀ

ବେଙ୍ଗାଲୁରୁ,୧୬ ।୨: କର୍ନାଟକର ପୂର୍ବତନ ମୁଖ୍ୟମନ୍ତ୍ରୀ ଏଚ୍ ଡି କୁମାରସ୍ୱାମୀ ଅଭିଯୋଗ କରିଛନ୍ତି ଅଯୋଧ୍ୟାରେ ନିର୍ମାଣ ହେଉଥିବା ରାମ ମନ୍ଦିର ପାଇଁ ଯେଉଁମାନେ ଚାନ୍ଦା ଦେଉଛନ୍ତି...

ଗୋଟିଏ ଦିନ ଉପବାସ ରହିବ ଡିଏମ୍‌କେ

ଚେନ୍ନାଇ,୧୮ ।୧୨: ତାମିଲନାଡୁର ରାଜନୈତିକ ପାର୍ଟି ଡିଏମ୍‌କେ ଗୋଟିଏ ଦିନ ଉପବାସ ରହି କୃଷକଙ୍କୁ ସହଯୋଗ କରିବ ବୋଲି କହିଛି । କେବଳ ଡିଏମ୍‌କେ ନୁହେଁ...

ମୋଦିଙ୍କୁ ଭେଟିଲେ ଉଦ୍ଧବ ଠାକରେ ସାଙ୍ଗରେ ଥିଲେ ଆଦିତ୍ୟ

ନୂଆଦିଲ୍ଲୀ,୨୧।୨: ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ଓ ତାଙ୍କ ପୁଅ ଆଦିତ୍ୟ ଠାକରେ ଶୁକ୍ରବାର ନୂଆଦିଲ୍ଲୀଠାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ସାକ୍ଷାତ୍‌ କରିଛନ୍ତି। ଉଦ୍ଧବଙ୍କ ଏହି...

ଗୋଟିଏ ମେସେଜ୍‌ ୪୪ ଜଣ ସାଥୀଙ୍କୁ ଏକାଠି କଲା

ରତଲାମ,୨୧।୭: ଆଧୁନିକ ଯୁଗରେ ସମସ୍ତେ ମୋବାଇଲ ମାନିଆ ହୋଇଥିବା ବେଳେ ଏବେ ହ୍ବାଟସ୍‌ ଆପ୍‌ ମଧ୍ୟ ଅନେକ ସମୟରେ ଦୂରରେ ଥିବା ବନ୍ଧୁଙ୍କୁ ଏକାଠି କରିବାରେ...

୨୦୨୫ ସୁଦ୍ଧା ଭାରତ ହେବ ଯକ୍ଷ୍ମା ମୁକ୍ତ: ପୃଥିବୀର ଧାର୍ଯ୍ୟ ଲକ୍ଷ୍ୟର ୫ ବର୍ଷ ପୂର୍ବରୁ ମିଳିବ ସଫଳତା

ନୂଆଦିଲ୍ଲୀ,୧।୬: ଭାରତରୁ ୨୦୨୫ ସୁଦ୍ଧା ଯକ୍ଷ୍ମା ଲୋପ ପାଇବ। ପୃଥିବୀରୁ ଏହା ୨୦୩୦ ସୁଦ୍ଧା ଲୋପ ହେବ ବୋଲି ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି। ତେବେ ଏହାର...

ମୋଦି ଜଣେ ଦୁର୍ବଳ ପ୍ରଧାନମନ୍ତ୍ରୀ, ଚାଇନାର ନାମ ନେବାକୁ ଭୟ କରୁଛନ୍ତି: ଓଓ୍ବାଇସି

ନୂଆଦିଲ୍ଲୀ, ୨୦।୧: ଅରୁଣାଚଳ ପ୍ରଦେଶରେ ଚାଇନା ୧୦୦ ଘର ବିଶିଷ୍ଟ ଏକ ଗାଁ ନିର୍ମାଣ କରିଛି। ଏନେଇ ଖବର ପ୍ରକାଶ ପାଇବା ପରେ କଂଗ୍ରେସ ସମେତ...

Advertisement


Archives

Model This Week