ମେଣ୍ଟ  ଚର୍ଚ୍ଚା ମଧ୍ୟରେ ଭାଜପା କୋର କମିଟି ବୈଠକ: ୨୧ ଲୋକସଭା,  ୧୪୭ ବିଧାନସଭା ଆସନ ଉପରେ…

ଭୁବନେଶ୍ୱର,୧୬।୩: ମେଣ୍ଟ  ଚର୍ଚ୍ଚା ମଧ୍ୟରେ ଶନିବାର ଭାଜପା ରାଜ୍ୟ ନିର୍ବାଚନ କମିଟି ବୈଠକ ବସିବ । ଏହା ପୂର୍ବରୁ ଦଳର କୋର କମିଟି ବୈଠକ ବସିଛି । ରାଜ୍ୟ ଭାଜପା କାର୍ଯ୍ୟାଳୟରେ ଏହି ବୈଠକ ବସିଛି। ବୈଠକରେ ରାଜ୍ୟ ଭାଜପା ସଭାପତି ମନମୋହନ ସାମଲ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ରାଜ୍ୟ ନିର୍ବାଚନ ପ୍ରଭାରୀ, ସହ ପ୍ରଭାରୀ, ରାଷ୍ଟ୍ରୀୟ ମୁଖପାତ୍ର ସମ୍ବିତ ପାତ୍ରଙ୍କ ସହ ଅନ୍ୟ ବରିଷ୍ଠ ନେତା ବୈଠକରେ ସାମିଲ ହୋଇଛନ୍ତି।
ଏହି ବୈଠକରେ ୨୧ ଲୋକସଭା କ୍ଷେତ୍ର ଏବଂ ୧୪୭ ବିଧାନସଭା ନିର୍ବାଚନ ମଣ୍ଡଳୱାରୀ ସ୍ଥିତି ସମୀକ୍ଷା କରାଯିବ । ଏଥିସହ ନିର୍ବାଚନ ରୋଡ ମ୍ୟାପ ପ୍ରସ୍ତୁତ ନେଇ ବୈଠକରେ ଆଲୋଚନା କରାଯିବ । ବୈଠକରେ ଯୋଗଦେବା ପାଇଁ ସକାଳେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ରାଜ୍ୟ ନିର୍ବାଚନ ପ୍ରଭାରୀ ବିଜୟ ପାଲ ସିଂ ତୋମାର ଭୁବନେଶ୍ୱରରେ ପହଞ୍ଚିଛନ୍ତି । ଭୁବନେଶ୍ୱରରେ ପହଞ୍ଚିବା ପରେ ବିଜୟ ପାଲ ସିଂ ତୋମାର କହିଛନ୍ତି, ନିର୍ବାଚନ କମିଟିରେ ସବୁ ଆସନ ନେଇ ଆଲୋଚନା ହେବ । ଦଳ ବିଧାନସଭା ଓ ଲୋକସଭାରେ ଦୃଢତାର ସହ ଲଢିବ ।

Enter your email to get our daily news in your inbox.

All Right Reserved By Dharitri.Com

ପିଲାସାଲୁଙ୍କି ଜଳଭଣ୍ଡାରରୁ ଜଳ ନିଷ୍କାସନ: ତଳିଆ ଅଞ୍ଚଳରେ ବନ୍ୟା ଆଶଙ୍କା, ଜାରି ହେଲା ହାଇ-ଅଲର୍ଟ!

ଖଜୁରୀପଡ଼ା,୧୯ା୯(ବିଦୁର ବେହେରା): ବଙ୍ଗୋପସାଗରରେ ସୃଷ୍ଟ ସକ୍ରିୟ ଲଘୁଚାପ ପ୍ରଭାବରେ ଖଜୁରୀପଡ଼ା ବ୍ଲକ ଅନ୍ତର୍ଗତ ପିଲାସାଲୁଙ୍କି ଜଳଭଣ୍ଡାରର ଉପରମୁଣ୍ଡରେ ପ୍ରବଳରୁ ଅତି ପ୍ରବଳ ବର୍ଷାର ସମ୍ଭାବନା ଦେଖାଦେଇଛି। ଜଳଭଣ୍ଡାରର…

ରେଷ୍ଟୁରାଣ୍ଟରେ ଭୟଙ୍କର ଅଗ୍ନିକାଣ୍ଡ

ଭୁବନେଶ୍ୱର,୧୯।୯: ଭୁବନେଶ୍ବର ଏୟରଫିଲ୍ଡ ଥାନା ଅଧୀନ ସୁନ୍ଦରପଦା ଅଞ୍ଚଳରେ ଥିବା ଏକ ରେଷ୍ଟୁରାଣ୍ଟରେ ଶନିବାର ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଅଗ୍ନିକାଣ୍ଡରେ ରେଷ୍ଟୁରାଣ୍ଟରେ ପୋଡି ଯାଇଥିବା ବେଳେ ଲକ୍ଷାଧିକ…

ସମୁଦ୍ର ତଟକୁ ସ୍ବଚ୍ଛ ରଖିବା ପାଇଁ ପ୍ରୟାସ, ବରୁଣ ଦେବତାଙ୍କୁ ବନ୍ଦାପନା କରି…

ମହାକାଳପଡ଼ା,୧୯ା୯(ପ୍ରତାପ ଚନ୍ଦ୍ର ସ୍ବାଇଁ): ପୁରାଣରେ ବର୍ଣ୍ଣିତ ସମୁଦ୍ରକୂ ବରୁଣ ଦେବତା ରୂପେ ପୂଜା କରାଯାଏ। ଶନିବାର ପୂର୍ବାହ୍ନରେ କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ନାଞ୍ଜୁରା ପଞ୍ଚାୟତ ଶାସନ…

ଦୁଇ ମୋଟରସାଇକେଲ ମୁହାଁମୁହିଁ, ଶିକ୍ଷକ ଗୁରୁତର ହୋଇ…

ପଟ୍ଟାଙ୍ଗି,୧୯ା୯(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ଥାନା ଅନ୍ତର୍ଗତ ପଡାଲଗୁଡ଼ା ଛକ ନିକଟରେ ଦୁଇ ମୋଟରସାଇକେଲ ମୁହାଁମୁହିଁ ଧକ୍କା ହେବା ଫଳରେ ବିଦ୍ୟାଳୟକୁ ଯାଉଥିବା ଶିକ୍ଷକ…

୨୧ରେ ଅବପାତ, ୨୨ରେ ଗଭୀର ଅବପାତ ସମ୍ଭାବନା: ପ୍ରବଳ ବର୍ଷିବ

ଭୁବନେଶ୍ୱର,୧୯ ।୯: ଉତ୍ତର ଆଣ୍ଡାମାନ ସାଗର ଓ ଏହାର ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ଆଜି ସନ୍ଧ୍ୟା ସୁଦ୍ଧା ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି। ଏହା…

ଘରେ ଶୋଇଥିଲେ ମହିଳା, ଚୋଟ ମାରିଲା ସାପ, ଆଉ ତା’ ପରେ…

ପୁରୁଷୋତ୍ତମପୁର,୧୯ା୯(ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ବ୍ଲକ ଅନ୍ତର୍ଗତ କେଏନପୁର ଗ୍ରାମରେ ଶନିବାର ସାପ କାମୁଡ଼ି ଜଣେ ମହିଳାଙ୍କର ମୃତ୍ୟୁ ଘଟିଛି। ସେ ହେଲେ ଭାସି ବେହେରା…

ସ୍କ୍ରବ୍‌ ଟାଇଫସ୍‌କୁ ନେଇ ଏମିତି କହିଲେ ସ୍ୱାସ୍ଥ୍ୟମନ୍ତ୍ରୀ

ଭୁବନେଶ୍ୱର, ୧୯/୯: ରାଜ୍ୟର କେତେକ ଅଞ୍ଚଳରେ ସ୍କ୍ରବ୍‌ ଟାଇଫସ୍‌କୁ ନେଇ ଚିନ୍ତା ପ୍ରକାଶ ପାଉଥିବା ବେଳେ ଲୋକଙ୍କୁ ଭୟଭୀତ ନ ହେବାକୁ ପରାମର୍ଶ ଦେଇଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ ଡା.…

ମଧ୍ୟପ୍ରଦେଶ ବୁଲିବାକୁ ଯାଇ ୭ ଓଡ଼ିଆ ମୃତ, ଦୁଃଖ ପ୍ରକାଶ କରି ନବୀନ କହିଲେ…

ଭୁବନେଶ୍ୱର,୧୯ା୯: ମଧ୍ୟପ୍ରଦେଶ ବୁଲିବାକୁ ଯାଇ ୭ ଓଡ଼ିଆଙ୍କ ମୃତ୍ୟୁ ଘଟିଥିବା ନେଇ ବିରୋଧୀଦଳ ନେତା ନବୀନ ପଟ୍ଟନାୟକ ଦୁଃଖ ପ୍ରକାଶ କରିଛନ୍ତି। ନବୀନ ଶୋକସନ୍ତପ୍ତ ପରିବାର ସଦସ୍ୟଙ୍କ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?