Posted inଜାତୀୟ

‘ନୀତୀଶ କୁମାରଙ୍କୁ ଧୋକା ଦେଇଛି ଭାଜପା’

ପାଟନା,୧୦।୮: ବିହାରରେ ଶପଥ ଗ୍ରହଣ କାର୍ଯ୍ୟକ୍ରମ ପରେ ଜେଡିୟୁ ଜାତୀୟ ସଭାପତି ଲଲାନ ସିଂ ଭାଜପାକୁ କଡ଼ ଟାର୍ଗେଟ୍‌ କରିଛନ୍ତି। ଭାଜପା ନୀତୀଶ କୁମାରଙ୍କ ପ୍ରତି ବିଶ୍ୱାସଘାତକତା କରିଛି ବୋଲି ସେ ଅଭିଯୋଗ କରିଛନ୍ତି। ନୀତୀଶ କୁମାର ପୂର୍ବରୁ ମୁଖ୍ୟମନ୍ତ୍ରୀ ହେବାକୁ ଚାହୁଁ ନ ଥିଲେ କିନ୍ତୁ ତାଙ୍କୁ ଜବରଦସ୍ତ ମୁଖ୍ୟମନ୍ତ୍ରୀ କରାଗଲା। ନୀତୀଶ କୁମାର ଅନ୍ଧ ଭାବେ ଭାଜପା ଉପରେ ବିଶ୍ୱାସ କରୁଥିଲେ କିନ୍ତୁ ଭାଜପା ତାଙ୍କ ପିଠିରେ ଛୁରାଘାତ କରିଛି। ୨୦୨୦ ନିର୍ବାଚନରେ ଆମର କାର୍ଯ୍ୟକର୍ତ୍ତାମାନେ ଭାଜପାକୁ ବିଜୟ ଦେଇଥିଲେ। କିନ୍ତୁ ସେମାନଙ୍କ କାର୍ଯ୍ୟକର୍ତ୍ତା ଆମକୁ ପରାସ୍ତ କରିବାକୁ କାର୍ଯ୍ୟ କରିଥିଲେ। ଏହି କାରଣରୁ ଆମେ ଏନଡିଏରେ ରହିବୁ ନାହିଁ ବୋଲି ନିଷ୍ପତ୍ତି ନେଇଥିଳୁ ବୋଲି ସେ କହିଛନ୍ତି।
ଲଲାନ ସିଂ ଆହୁରି ମଧ୍ୟ କହିଛନ୍ତି, ବହୁ ଭାଜପା ନେତା ଜନମତ ସହ ଖେଳାଯାଇଛି ବୋଲି ମନ୍ତବ୍ୟ ଦେଉଛନ୍ତି। ବିହାର ମୁଖ୍ୟମନ୍ତ୍ରୀ ବିଶ୍ୱାସଘାତକ ନୁହେଁ। ଜେଡିୟୁ ଅରୁଣାଚଳ ପ୍ରଦେଶରେ ୭ଟି ଆସନ ଜିତିଥିଲା। ଆମର ୬ ଜଣ ବିଧାୟକଙ୍କୁ ନିଜ ଦଳରେ ସାମିଲ କରିନେଇଥିଲେ। ୨୦୧୯ରେ ଭାଜପା ଆବଶ୍ୟକ କରୁଥିଲା ତେଣୁ କୌଣସି ବିଶୃଙ୍ଖଳା ହେଲା ନାହିଁ। ୨୦୨୦ ଭାଜପା ଜେଡିୟୁର ଏକମାତ୍ର ବିଧାୟକଙ୍କୁ ମଧ୍ୟ ନିଜ ଦଳରେ ସାମିଲ କରି ଷଡଯନ୍ତ୍ର ରଚିଲା।
ସୂଚନାଯୋଗ୍ୟ, ସୂଚନାଯୋଗ୍ୟ, ବିହାରରେ ୨୦୧୭ରେ ଭାଜପା ସମର୍ଥନରେ ଜେଡିୟୁ ସରକାର ଗଢ଼ିବା ପରଠାରୁ ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଏବଂ ଭାଜପା ନେତା କ୍ରମାଗତ ଭାବେ ପରସ୍ପରକୁ କଟାକ୍ଷ କରିଆସୁଥିଲେ। କିନ୍ତୁ ଗତ କିଛିଦିନ ହେଲା ତାହା ଚରମ ସ୍ଥିତିରେ ପହଞ୍ଚତ୍ ଥିବାବେଳେ ରାଜ୍ୟରେ ଏନ୍‌ଡିଏ ମେଣ୍ଟ ଭାଙ୍ଗି ଯାଇଥିଲା। ଜେଡିୟୁର ଅଭିଯୋଗ ଥିଲା ଦଳ ଭିତରେ ନୀତିଶଙ୍କ ପତିଆରା କ୍ଷୁଣ୍ଣ କରିବାକୁ ଭାଜପା ଉଦ୍ୟମ ଚଳାଇଥିଲା। ଶେଷରେ ଭାଜପାଠାରୁ ଦୂରେଇ ନୀତୀଶ କୁମାର ଆରଜେଡି ସହ ମିଶି ରାଜ୍ୟରେ ସରକାର ଗଢିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଶିବସେନାର କଂଗ୍ରେସକୁ ଉପଦେଶ: ଅମରିନ୍ଦର-ସିଦ୍ଧୁଙ୍କୁ ଖୋସାମଦ କଲେ ଲାଭ ନାହିଁ ଆବଶ୍ୟକ ଫୁଲ ଟାଇମ ଅଧ୍ୟକ୍ଷ

ମୁମ୍ବାଇ,୧ ।୧୦: ପଞ୍ଜାବ କଂଗ୍ରେସରେ ଲାଗି ରହିଥିବା କଳହ ସାଙ୍ଗକୁ ସାରା ଦେଶରେ କଂଗ୍ରେସର ସ୍ଥିତି କିଛି ଭଲ ନ ଥିବା ବେଳେ ଏବେ ଦଳକୁ...

ହିଂସା ମାମଲାକୁ ନେଇ କୃଷକ ନେତାଙ୍କୁ ନୋଟିସ ଜାରି କଲା ଦିଲ୍ଲୀ ପୋଲିସ!

ନୂଆଦିଲ୍ଲୀ,୨୯ ।୧: ରାଜଧାନୀ ଦିଲ୍ଲୀରେ ୨୬ ଜାନୁୟାରୀରେ ହୋଇଥିବା ହିଂସା ମାମଲାକୁ ନେଇ ଦିଲ୍ଲୀ ପୋଲିସ କ୍ରାଇମବ୍ରାଞ୍ଚ ପ୍ରାୟ ୧୨ ଜଣ କୃଷକ ନେତାଙ୍କୁ ନୋଟିସ...

ଏପ୍ରିଲ ୩୦ରେ ଶ୍ରଦ୍ଧାଳୁଙ୍କ ପାଇଁ ଖୋଲିବ ବଦ୍ରିନାଥଙ୍କ କବାଟ

ଡେରାଡୁନ,୨୯।୧: ଉତ୍ତରାଖଣ୍ଡର ହିମାଳୟରେ ଅବସ୍ଥିତ ବିଶ୍ୱ ପ୍ରସିଦ୍ଧ ବଦ୍ରିନାଥଙ୍କ ମନ୍ଦିର କିଛି ମାସ ହେଲା ବନ୍ଦ ରହିଛି। ତେବେ ଶ୍ରଦ୍ଧାଳୁଙ୍କ ପାଇଁ ଏହି ମନ୍ଦିରର ଦ୍ୱାର...

ଶ୍ୱଶୁରଙ୍କୁ ବଳି ଚଢାଇଲା ବୋହୂ

ଲକ୍ଷ୍ନୌ,୬।୨: ତନ୍ତ୍ର ସାଧନାରେ ସିଦ୍ଧି ହାସଲ କରିବା ପାଇଁ ଶ୍ୱଶୁରଙ୍କୁ ବଳି ଚଢାଇଛି ବୋହୂ। ଏହି ଘଟଣା ଘଟିଛି ଉତ୍ତରପ୍ରଦେଶର କୋସମ୍ବିରେ। ପୋଲିସ ହତ୍ୟା କାଣ୍ଡରେ...

ସେରମ୍‌ ଇନଷ୍ଟିଚ୍ୟୁଟ୍‌ର ଟର୍ମିନାଲ-୧ ଗେଟ୍‌ରେ ଅଗ୍ନିକାଣ୍ଡ

ପୁଣେ, ୨୧।୧: କରୋନା ଟିକା ପ୍ରସ୍ତୁତି କ୍ଷେତ୍ରରେ ଖ୍ୟାତି ହାସଲ କରିଥିବା ମହାରାଷ୍ଟ୍ରର ପୁଣେ ସ୍ଥିତ ସେରମ୍‌ ଇନଷ୍ଟିଚ୍ୟୁଟ୍‌ର ଟର୍ମିନାଲ-୧ ଗେଟ୍‌ରେ ଅଗ୍ନିକାଣ୍ଡ ଘଟିଛି। ଘଟଣାସ୍ଥଳରେ...

ଟୁଥ୍‌ପିକ୍‌ରେ ଜାତୀୟ ପତାକା ତିଆରି କଲେ ଶିକ୍ଷକ

ଅମୃତସର,୨୩।୧: ପଞ୍ଜାବ ଅମୃତସରର ସରକାରୀ ଶିକ୍ଷକ ବଲଜିନ୍ଦର ସିଂ ଟୁଥ୍‌ପିକ୍‌ ବ୍ୟବହାର କରି ଜାତୀୟ ପତାକା ତିଆରି କରିଥିବା କହିଛନ୍ତି। ୭୧ତମ ସାଧାରଣତନ୍ତ୍ର ଦିବସ ଅବସରରେ...

ଆଜି ଭାରତ ଆସିବେ ଗୁଟେରସ୍‌

ନୂଆଦିଲ୍ଳୀ,୧୮।୧୦: ଜାତିସଂଘ ମୁଖ୍ୟ ଆଣ୍ଟୋନିଓ ଗୁଟେରସ୍‌ ମଙ୍ଗଳବାର ଭାରତ ଆସିବେ। ଦ୍ୱିତୀୟଥର ପାଇଁ ଜାତିସଂଘର ମହାସଚିବ ଦାୟିତ୍ୱ ଗ୍ରହଣ କରିବା ପରେ ଗୁଟେରସ୍‌ଙ୍କ ଏହା ପ୍ରଥମ...

ଏବେ ନୂଆ ଲୁକରେ ନଜର ଆସିବେ ଏୟାର ଇଣ୍ଡିଆର ଏୟାର ହୋଷ୍ଟେସ

ନୂଆଦିଲ୍ଲୀ,୨୬।୯:ଏବେ ଏୟାର ଇଣ୍ଡିଆର କ୍ରିୟୁ ମେମ୍ବର ନୂଆ ଲୁକରେ ନଜର ଆସିବେ। ଚଳିତ ବର୍ଷ ନଭେମ୍ବର ସୁଦ୍ଧା ଏୟାର ଇଣ୍ଡିଆ ଷ୍ଟାଫଙ୍କୁ ନ୍ୟୁ ୟୁନିଫର୍ମ ମିଳିବ।...

Advertisement
Archives

Model This Week