ଭାଜପାର ଗଡ଼ ଦଖଲ, ବିଜେଡି ଧରାଶାୟୀ

କେନ୍ଦୁଝର,୪ା୬(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲାରେ ଦୀର୍ଘ ବହୁବର୍ଷ ପରେ ଭାଜପା ବିଜେଡି ହାତରୁ ଲୋକ ସଭା ସିଟ୍‌ ଛଡ଼ାଇ ନେଇଛି।
ବାଜପେୟୀ ସରକାରରେ ଅନନ୍ତ ନାୟକ ଦୁଇ ଥର ଏମ୍‌ପି ହେବାର ସୁଯୋଗ ପାଇଥିଲେ।  ଏହା ପରେ ସେ କ୍ରମାଗତ ନିର୍ବାଚନରେ ହାରର ସମ୍ମୁଖୀନ ହୋଇଥିଲେ ହେଁ ତାଙ୍କର ଦୃଢ଼ ମନୋବଳ ତାଙ୍କୁ ପୁଣି ଥରେ ଜିତିବାରେ ସହାୟକ ହୋଇଛି। ତାଙ୍କର ସରଳ ସ୍ବଭାବ ଓ ଲୋକଙ୍କ ସହ ସୁସମ୍ପର୍କ ସହିତ ଭୋଟରଙ୍କ ପରିବର୍ତ୍ତନର ସ୍ବର ଏବଂ ମୋଦିଙ୍କ ଗ୍ୟାରେଣ୍ଟି ତାଙ୍କ ଜିତାପଟର ବାଟକୁ ସୁଗମ କରିଛି। ସେ ବିଜେଡିର ତଥା ପୂର୍ବତନ ବିଧାୟକ ଧନୁର୍ଜୟ ସିଦ୍ଧୁଙ୍କୁ ହରାଇ ଜିତିଛନ୍ତି। ଭାଜପା ଓ ବିଜେଡି ମେଣ୍ଟ ଭାଙ୍ଗିବା ପରଠାରୁ ଏହି ସିଟ୍‌ଟି କ୍ରମାଗତ ଭାବେ ବିଜେଡି ହାତରେ ରହିଥିଲା। ସେହିପରି ଭାଜପା ଜିଲାର ଛଅ ବିଧାନସଭା ମଣ୍ଡଳୀରୁ ତିନୋଟିରେ ଜିତ୍‌ ହାସଲ କରିଛି। ତନ୍ମଧ୍ୟରୁ ବରିଷ୍ଠ ନେତା ମୋହନ ମାଝି ଚତୁର୍ଥଥର ପାଇଁ ଏବଂ କ୍ରମାଗତ ଦୁଇ ଥର ସମ୍ମାନଜନକ କେନ୍ଦୁଝର ବିଧାନସଭାରୁ ନିର୍ବାଚିତ ହୋଇଛନ୍ତି। ସେ ତାଙ୍କ ପ୍ରତିଦ୍ୱନ୍ଦ୍ୱୀ ମିନା ମାଝିଙ୍କୁ ହରାଇ ନିର୍ବାଚିତ ହୋଇଛନ୍ତି। ସେହିପରି ନବାଗତ ଭାଜପାର ବରିଷ୍ଠ ନେତା ଡାକ୍ତର ଫକୀର ଚରଣ ନାୟକ ତେଲକୋଇ ନିର୍ବାଚନରୁ ଜିତିଥିବା ବେଳେ ବରିଷ୍ଠ ନେତା ଅଖିଳ ନାୟକ ପାଟଣା ନିର୍ବାଚନ ମଣ୍ଡଳୀରୁ ଜିତିଛନ୍ତି। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ବିଷୟ ହେଉଛି ପାଟଣାରେ ବିଜେଡିର ଗତ ଥରର ବିଧାୟକ ଜଗନ୍ନାଥ ନାୟକଙ୍କୁ ହରାଇ ଅଖିଳ ଗଡ଼ ଦଖଲ କରିଛନ୍ତି। ସେହିପରି ଡାକ୍ତର ଫକୀର ନାୟକ, ବିଜେଡିର ବରିଷ୍ଠ ନେତା ତଥା ପୂର୍ବତନ ଏମ୍‌ପି ଓ  ବିଜେଡିର ପୂର୍ବତନ ଜିଲା ସଭାପତି ମାଧବ ସର୍ଦ୍ଦାରଙ୍କୁ ହରାଇ ବାଜିମାତ କରିଛନ୍ତି। ପୂର୍ବରୁ  ପାଟଣା ଓ ତେଲକୋଇ ସିଟ୍‌ ବିଜେଡିର ଗଡ଼ ଥିଲା। ଡାକ୍ତର  ଚାକିରି ଛାଡ଼ି ବର୍ଷ ତମାମ ଲୋକଙ୍କ ସହିତ ଯୋଡ଼ି ହୋଇ ରହିବା ସହ ଗାଁ ଗାଁ ବୁଲି ଲୋକଙ୍କ ସେବା କରି ଲୋକଙ୍କ ନିକଟତର ହୋଇପାରିଥିଲେ। ତାଙ୍କ ପ୍ରତି ଭୋଟରଙ୍କ ବିଶ୍ୱାସ ଓ ମୋଦିଙ୍କ ଗ୍ୟରେଣ୍ଟି ତାଙ୍କ  ଜିତ୍‌ର ମୁଖ୍ୟ କାରଣ ବୋଲି ମତପ୍ରକାଶ ପାଉଛି।
ଅନ୍ୟପକ୍ଷରେ ବିଜେଡି ଅନ୍ୟ ତିନୋଟିରେ ଜିତି କ୍ରମାଗତ ଜିତ ହାସଲ କରିଆସିଛି। ଘସିପୁରାରେ ଅଭିଜ୍ଞ ସମ୍ପନ୍ନ ବରିଷ୍ଠ ନେତା ତଥା ପୂର୍ବତନ ମନ୍ତ୍ରୀ ବଦ୍ରି ନାରାୟଣ ପାତ୍ର ପୁଣି ଥରେ ବିଜୟର ଧ୍ୱଜା ଉଡ଼ାଇଛନ୍ତି। ସେ  ୮୨୩୦୯ ଖଣ୍ଡ ଭୋଟ୍‌ ପାଇ ଜିତିଛନ୍ତି। ସେ ସ୍ବାଧୀନ ପ୍ରାର୍ଥୀ ସୌମ୍ୟରଞ୍ଜନ ପଟ୍ଟନାୟକଙ୍କୁ ୧୩,୭୫୧ ଭୋଟ ବ୍ୟବଧାନରେ ହରାଇ ପୁଣିଥରେ ଦୁର୍ଗ ଦଖଲକୁ ଆଣିଛନ୍ତି।  ସୌମ୍ୟଙ୍କ ସହିତ ସବୁ ଦଳର ଅସନ୍ତୁଷ୍ଠ ନେତା ଓ କର୍ମୀ ଏବଂ ବଦ୍ରି ବାବୁଙ୍କ ବିରୋଧୀ ଏକଜୁଟ ହୋଇଥିଲେ ହେଁ ବଦ୍ରିଙ୍କ ଗଡ଼ ଭାଙ୍ଗି ପାରନାହାନ୍ତି। ସୌମ୍ୟ ଭାଜପା ଟିକଟରୁ ଲଢ଼ିବା ଆଶା ରଖି ଥିଲେ କିନ୍ତୁ ଦଳ ତାଙ୍କୁ ଟିକେଟ୍‌ ଦେଇ ନ ଥିଲା। ଏଣୁ ସେ ସ୍ବାଧୀନ ପ୍ରାର୍ଥୀ ଭାବରେ ଲଢିଥିଲେ। ଆନନ୍ଦପୁର ନିର୍ବାଚନ ମଣ୍ଡଳୀରେ ନବାଗତ ବିଜେଡି ପ୍ରାର୍ଥୀ ଅଭିମନ୍ୟୁ ସେଠୀ ନିକଟ ପ୍ରତିଦ୍ୱନ୍ଦ୍ୱୀ କଂଗ୍ରେସର ପୂର୍ବତନ ପିସିସି ସଭାପତି ତଥା ମନ୍ତ୍ରୀ ଜୟଦେବ ଜେନାଙ୍କୁ ୧୧୦୨୫ ଖଣ୍ଡ ଭୋଟ୍‌ ବ୍ୟବଧାନରେ ହରାଇ ପୁଣି ଥରେ ବିଜେଡି ଦୁର୍ଗକୁ ଦଖଲରେ ରଖିଛନ୍ତି।  ଏହି ସିଟ୍‌ଟି ମଧ୍ୟ ମେଣ୍ଟ ସରକାର ଭାଙ୍ଗିବା ଦିନଠାରୁ ବିଜେଡି ଦଖଲରେ ରହିଆସିଛି। ଜିଲାର ବିତ୍ତଶାଳୀ ଚମ୍ପୁଆ ନିର୍ବାଚନ ମଣ୍ଡଳୀରେ ପୁଣି ଥରେ ବିଜେଡି ନିଜ ଦଖଲରେ ରଖିଛି। ଏଠାରେ ବିଜେଡି ପ୍ରାର୍ଥୀ ଭାବରେ ପୂର୍ବତନ ବିଧାୟକ ସନାତନ ମହାକୁଡ଼ ଲଢ଼ି ଭାଜପା ଦଳର ମୁରଲୀ ମନୋହର ଶର୍ମାଙ୍କୁ ହରାଇ ପୁଣି ଥରେ ବିଜେଡି ବିଜୟର ବାନା ଉଡ଼ାଇଛନ୍ତି।
ଏଭଳି ପରାଜୟକୁ ନେଇ ବିଜେଡି ଜିଲା ସଭାପତି କୁଶ ଆପଟ କହିଛନ୍ତି, ସେ ଏନେଇ ସମୀକ୍ଷା କରୁଛନ୍ତି ଏବଂ କାରଣ ଖୋଜୁଛନ୍ତି। ଅନ୍ୟପକ୍ଷରେ ଏଭଳି ବିଜୟକୁ ନେଇ ଭାଜପାର ବରିଷ୍ଠ ନେତା ତଥା ପୂର୍ବତନ ବିଧାୟକ ମୋହନ ମାଝି କହିଛନ୍ତି ଏହା ନିଶ୍ଚିତ ଭାବରେ ଆମର ଐତିହାସିକ ବିଜୟ। ଆମେ ଯାହା ଭାବିଥିଲୁ ସେଭଳି ଫଳାଫଳ ହୋଇଛି। ଆମେ ସରକାର କରିବୁ ବୋଲି କହିଥିଲୁ ଏବଂ କରିବୁ। ଭୋଟରଙ୍କ ବିଶ୍ୱାସ ଏବଂ ମୋଦିଙ୍କ ପ୍ରତି ଲୋକଙ୍କ ଆସ୍ଥା ଓ ବିଶ୍ୱାସ ଦଳକୁ ବିଜୟରେ ସହାୟକ ହୋଇପାରିଛି।

Enter your email to get our daily news in your inbox.

All Right Reserved By Dharitri.Com

ଜ୍ଞାନେଶଙ୍କୁ ବହିଷ୍କାର ଦାବିରେ ବିକ୍ଷୋଭ

ବରଗଡ଼,୨୮।୯(ପ୍ରେମାନନ୍ଦ ଖମାରୀ): ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କୁ ପଦବୀରୁ ବହିଷ୍କାର କରିବା ପାଇଁ କଂଗ୍ରେସ ଦାବି କରିଛି। ଏହି ଦାବିରେ ସୋମବାର ଜିଲା କଂଗ୍ରେସ କମିଟି…

ଭାଜପା ନେତାଙ୍କୁ ଆକ୍ରମଣ

ଆସିକା,୨୮।୯: ଗଞ୍ଜାମ ଜିଲା ହରିଡ଼ାପଦର ଭାଜପା ମଣ୍ଡଳ ସଭାପତିଙ୍କୁ ସୋମବାର ରାତିରେ ଆକ୍ରମଣ କରାଯାଇଛି। ମଣ୍ଡଳ ସଭାପତି ନିଜ ଗାଁ ଗୌଡ଼ଗୋଠ ଫେରୁଥିବା ବେଳେ କମାଶାସନ ନିକଟରେ…

କଙ୍କଡ଼ା ଧରୁଥିଲେ ମଦନ, ମାଡ଼ିବସିଲା କୁମ୍ଭୀର: ଆଉ ତା’ପରେ…

ରାଜନଗର, ୨୮।୯ (ଭାସ୍କର ରାଉତରାୟ): କଙ୍କଡ଼ା ଧରୁଥିବା ବେଳେ ଜଣେ ବୃଦ୍ଧଙ୍କୁ ମାଡ଼ି ବସିଲା ବିରାଟକାୟ କୁମ୍ଭୀର। କୁମ୍ଭୀର ଆକ୍ରମଣରେ ତାଙ୍କ ଡାହାଣ ଗୋଡ଼ ଗୁରୁତର ଭାବେ…

ଗୁଣି ସନ୍ଦେହରେ ଯୁବକଙ୍କୁ ପିଟିପିଟି ହତ୍ୟା ଘଟଣା: ୧୨ଜଣଙ୍କୁ ବାନ୍ଧିଲା ପୋଲିସ

ମୋହନା, ୨୮।୯(ମନ୍ମଥ ମିଶ୍ର):ଗୁଣି କରି ଲୋକଙ୍କୁ ମାରୁଥିବା ସନ୍ଦେହରେ ଜଣେ ଯୁବକଙ୍କୁ ପିଟିପିଟି ହତ୍ୟା କରିବା ପରେ ଜଙ୍ଗଲରେ ପୋଡ଼ିଦେବା ଅଭିଯୋଗ ହୋଇଛି। ଗଜପତି ଜିଲା ମୋହନା…

ଜଲାପୁଟ ଜଳଭଣ୍ଡାରର ୨ ଗେଟ୍‌ ଖୋଲିଲା

କୋରାପୁଟ,୨୮।୯(ଅମିତାଭ ବେହେରା): ୪ ଦିନ ଧରି ଲଗାଣ ବର୍ଷା ଯୋଗୁ କୋରାପୁଟ ଜିଲାର ଜଲାପୁଟ ଜଳଭଣ୍ଡାରର ଜଳସ୍ତର ବୃଦ୍ଧି ପାଇଛି। ଜଳସ୍ତର ବିପଦ ସଙ୍କେତ ନିକଟତର ହେବା…

ଲଜ୍‌ରୁ ମିଳିଲା ଦମ୍ପତିଙ୍କ ମୃତଦେହ

କୋରାପୁଟ,୨୮ା୯(ଅମିତାଭ ବେହେରା): କୋରାପୁଟ ସହରସ୍ଥିତ ଏକ ଲଜ୍‌ରୁ ଦମ୍ପତିଙ୍କ ମୃତଦେହ ଜବତ ହୋଇଛି। ମୃତକମାନେ ଦାମନଯୋଡ଼ି ସେକ୍ଟର-୩ ଅଞ୍ଚଳର ବିଜୟ ଡାକୁଆ ଓ ତାଙ୍କ ସ୍ତ୍ରୀ ବିଜୟଲକ୍ଷ୍ମୀ।…

ଶାହି ମସ୍‌ଜିଦ ଭଙ୍ଗାକୁ ନେଇ ଉତ୍ତେଜନା, ଗୁଜବ ପ୍ରଚାର କରୁଥିବା ୫ ଅଟକ

ଉଜ୍ଜୟିନୀ,୨୮ା୯: ମଧ୍ୟପ୍ରଦେଶର ଉଜ୍ଜୟିନୀରେ ରାସ୍ତା ପ୍ରଶସ୍ତୀକରଣ ପାଇଁ ଶାହି ମସ୍‌ଜିଦକୁ ଆଶିଂକ ଭାଙ୍ଗିବା ନିମନ୍ତେ ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଚାଲିଥିବାବେଳେ ସୋମବାର ସକାଳେ ମୁସଲମାନ ସମ୍ପ୍ରଦାୟର ବହୁସଂଖ୍ୟାରେ…

ବନ୍ୟା ଦେଖି ଫେରୁଥିଲେ କୁଳମଣି, ବାଟରେ ଛକିଥିଲା ଯମ: ହଠାତ୍‌ ଘଟିଲା…

ବରଗଡ଼,୨୮।୯(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଅମ୍ବାଭୋନା ଅଞ୍ଚଳରେ ବନ୍ୟା ପରିସ୍ଥିତି ଦେଖି ଫେରୁଥିବାବେଳେ ସୋମବାର ସଡ଼କ ଦୁର୍ଘଟଣାରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ଖଇରପାଲି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?