ଭାଜପାର ପ୍ରଚାର ଜୋର, ପ୍ରାର୍ଥୀ ଖୋଜୁଛି ବିଜେଡି

ଯାଜପୁର,୧୫ା୪(ହର୍ଷବର୍ଦ୍ଧନ ବେହେରା): ଯାଜପୁର ଜିଲା କୋରେଇ ନିର୍ବାଚନମଣ୍ଡଳୀରେ ଭାଜପାର ନିର୍ବାଚନୀ ପ୍ରଚାର ଜୋରସୋରରେ ଚାଲିଛି। ଭାଜପା ପ୍ରାର୍ଥୀ ଆକାଶ ଦାସନାୟକ ବିଭିନ୍ନ କାର୍ଯ୍ୟକ୍ରମ ଓ ବନ୍ଧୁମିଳନ ଜରିଆରେ ଭୋଟରଙ୍କ ନିକଟତର ହେବାକୁ ପ୍ରୟାସ ଜାରି ରଖିଛନ୍ତି। କଂଗ୍ରେସ ରବିବାର ରାତିରେ ବ୍ୟାସନଗରର ପୂର୍ବତନ ପୌରାଧ୍ୟକ୍ଷା ବନ୍ଦିତା ପରିଡ଼ାଙ୍କୁ ପ୍ରାର୍ଥୀ ଭାବେ ଘୋଷଣା କରିଛନ୍ତି। ହେଲେ ବିଜେଡିର ପ୍ରାର୍ଥୀ ଘୋଷଣା ଝୁଲି ରହିଥିବାରୁ ଦଳୀୟ କର୍ମୀମାନେ ଏକପ୍ରକାର ନୀରବି ଯାଇଥିବା ମନେହେଉଛି।
ଯାଜପୁର ଜିଲାର ବରୀ, ବଡ଼ଚଣା, ଧର୍ମଶାଳା ଭଳି କୋରେଇ ନିର୍ବାଚନମଣ୍ଡଳୀ ବେଶ୍‌ ଚର୍ଚ୍ଚାରେ ରହିଛି। ଏଠାରେ ଶାସକ ଦଳ ବିଜେଡିରେ ପ୍ରାର୍ଥୀ ହେବାକୁ ଲମ୍ବାଲାଇନ ଲାଗିଛି। ଦଳର ରଣନୀତି ଉପରେ ପ୍ରାର୍ଥୀଙ୍କ ଜିତିବା ହାରିବା ଏଠାରେ ନିର୍ଭର କରିଥାଏ। ଭାଜପା-ବିଜେଡି ମେଣ୍ଟ ଭାଙ୍ଗିବା ପରେ ୨୦୦୯ରୁ ଭାଜପା ଏଠାରେ ବିଜୟର ସ୍ବାଦ ଚାଖି ପାରିନାହିଁ। ସେହିପରି ୧୯୮୫ ପରେ ଏହି ଆସନରେ କଂଗ୍ରେସ ହାର ମାନି ଆସିଛି। ଏଭଳି ସ୍ଥିତିରେ ନିର୍ବାଚନ ଅତି ଗୁରୁତ୍ୱପୂର୍ଣ୍ଣ ହୋଇଛି ା ଚଳିତ ବିଧାନସଭା ନିର୍ବାଚନ ଲାଗି କୋରେଇ ଆସନରୁ ବିଜେଡିର ୫ରୁ ଊର୍ଦ୍ଧ୍ୱ ଆଶାୟୀ ରହିଛନ୍ତି। ସମସ୍ତ ଆଶାୟୀ କହୁଛନ୍ତି ତାଙ୍କର ଟିକେଟ ଫାଇନାଲ। ଏପରିକି ଯାଜପୁର ବିଧାୟକ ତଥା ବିଜେଡିରୁ ସମ୍ବଲପୁର ଲୋକ ସଭା ପ୍ରାର୍ଥୀ ପ୍ରଣବ ପ୍ରକାଶ ଦାସ(ବବି)ଙ୍କ ନାମ ମଧ୍ୟ ଏଠାରେ ଚର୍ଚ୍ଚା ହେଉଛି। ଏହାବାଦ୍‌ ସୁକିନ୍ଦା ବିଧାୟକ ପ୍ରୀତିରଞ୍ଜନ ଘଡ଼େଇଙ୍କ ସ୍ତ୍ରୀ ଝିଲ୍ଲିକ ଭଟ୍ଟାଚାର୍ଯ୍ୟ, ବିଧାୟକ ଅଶୋକ ବଳ, ଜିଲା ବିଜେଡି ମହିଳା ସଭାନେତ୍ରୀ ସବିତା ରାଉତ, ପୂର୍ବତନ ପୌରାଧ୍ୟକ୍ଷ ରସାନନ୍ଦ ମହାନ୍ତି ପ୍ରମୁଖ ଟିକେଟ ଦୌଡ଼ରେ ରହିଛନ୍ତି।
ଜିଲାର ବ୍ୟାସନଗର ପୌରପରିଷଦ ଓ କୋରେଇ ବ୍ଲକ ସମେତ ରସୁଲପୁର ବ୍ଲକର ଭୋଟକା, ଲକ୍ଷ୍ମୀନଗର, ପହଙ୍ଗା, ବଡକଇଁଚି, ଗନ୍ଧଣ, ଟିକରପଡ଼ା, ବାହାଦଲପୁର, ନରସିଂହପୁର ଓ ମୁଙ୍ଗପାଳ ଗ୍ରାମପଞ୍ଚାୟତକୁ ନେଇ କୋରେଇ ନିର୍ବାଚନମଣ୍ଡଳୀ ଗଠିତ ହୋଇଛି। ଏହାର ଲୋକସଂଖ୍ୟା ୨,୭୦,୩୨୪ ହୋଇଥିବାବେଳେ ୨,୦୭,୨୮୩ ଭୋଟର ରହିଛନ୍ତି। ସେଥିମଧ୍ୟରେ ବ୍ୟାସନଗର ପୌରପରିଷଦ ରହିଛି। କଳିଙ୍ଗନଗର ଶିଳ୍ପାଞ୍ଚଳ ପାଇଁ ବ୍ୟାସନଗରରେ ଲୋକସଂଖ୍ୟା ଆଶାତୀତ ଭାବେ ବୃଦ୍ଧି ପାଇବାରେ ଲାଗିଛି। ଗତ ୩ ସାଧାରଣ ନିର୍ବାଚନ ଫଳାଫଳକୁ ଅବଲୋକନ କଲେ ଏଠାରେ ବିଜେଡି ବେଶ୍‌ ଶକ୍ତିଶାଳୀ। ଗତ ପଞ୍ଚାୟତ ନିର୍ବାଚନରେ ୪ଟି ଜିଲା ପରିଷଦ ଆସନରେ ବିଜେଡି ବିଜୟୀ ହୋଇ ଭୋଟରଙ୍କ ପ୍ରିୟଭାଜନ ଥିବା ପ୍ରମାଣ ଦେଇସାରିଛି। ଏବେ ୨୦୦୪ରୁ ୨୦୧୯ ପର୍ଯ୍ୟନ୍ତ ବିଜେଡି ଟିକେଟରେ ବିଧାୟକ ନିର୍ବାଚିତ ହୋଇଥିବା ଆକାଶ ଦାସନାୟକ ଭାଜପା ପ୍ରାର୍ଥୀ ହୋଇଛନ୍ତି। ତେଣୁ ସେହି ସମୟର ବିକାଶର କଥା କହୁଛନ୍ତି। ସେହିପରି ଦୁର୍ନୀତିମୁକ୍ତ ଶାସନ ଓ ଶାନ୍ତି ପ୍ରତି ସର୍ବଦା ବିଶ୍ୱାସ ରଖି ଲୋକଙ୍କ ସେବାରେ ସେ ନିୟୋଜିତ ରହିବା ସହ ବଂଶବାଦ ରାଜନୀତିକୁ ସେ ବିଶ୍ୱାସ କରନ୍ତି ନାହିଁ ବୋଲି ଭୋଟରଙ୍କୁ କହୁଛନ୍ତି। ପାଣିକୋଇଲିଠାରେ ତାଙ୍କ ଉଦ୍ୟମରେ ଏକ ଟ୍ରମା କେୟାର ସେଣ୍ଟର ପ୍ରତିଷ୍ଠା ହୋଇପାରିଛି ବୋଲି ସେ ଦାବି କରୁଛନ୍ତି। ରବିବାର କୋରେଇ ବ୍ଲକ ଖମଣ ପଞ୍ଚାୟତର ଭାଜପା କର୍ମୀମାନେ ବଢ଼େଇଟିକର ବୁଢ଼ିବାସୁଳାଇ ପୀଠରେ ଏକ ବନ୍ଧୁମିଳନର ଆୟୋଜନ କରିଥିଲେ। ଏଥିରେ ଆକାଶ ଏବଂ ଭାଜପାର ଯାଜପୁର ଲୋକ ସଭା ପ୍ରାର୍ଥୀ ରବିନାରାୟଣ ବେହେରାଙ୍କୁ ଭବ୍ୟ ସ୍ବାଗତ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ଅସନ୍ତୁଷ୍ଟମାନଙ୍କୁ କିପରି ବୁଝାଇ ଦଳ ମଧ୍ୟକୁ ଅଣାଯିବ ସେ ନେଇ ବିଭିନ୍ନ ମତପ୍ରକାଶ ପାଇଥିଲା। ତେବେ ଭାଜପାର ଅନ୍ୟତମ ଟାଣୁଆ ନେତା ବିଶ୍ୱଜିତ ନାୟକ ଓ ଆଲେକଜାଣ୍ଡାର ଦାସ ଟିକେଟ ନ ପାଇ ଅସନ୍ତୁଷ୍ଟ ଥିବାରୁ ତାଙ୍କର ଅସହଯୋଗ ଆକାଶଙ୍କ ପାଇଁ ବାଧା ହୋଇପାରେ ବୋଲି ଚର୍ଚ୍ଚା ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ସୃଷ୍ଟି ହେଲା ଆଉ ଏକ ଲଘୁଚାପ, ପ୍ରବଳ ବର୍ଷିବ

ଭୁବନେଶ୍ୱର, ୨୬ା୭(ଅନୁରାଧା ମହାରଣା) – ଲଘୁଚାପ ପ୍ରଭାବରେ ଓଡ଼ିଶାରେ ତୁହାକୁ ତୁହା ବର୍ଷା ଲାଗିରହିଥିବାବେଳେ ପ୍ରାୟ ସବୁ ଜିଲାରେ ସ୍ଥିତି ବିଗିଡ଼ିବାରେ ଲାଗିଛି। ବର୍ଷା ଯୋଗୁ...

ମମତାଙ୍କୁ ଚିଠି ଲେଖିବା ନେଇ ନବୀନଙ୍କୁ ଟାର୍ଗେଟ କଲା ଭାଜପା

ଭୁବନେଶ୍ୱର, ୨୬।୭(ସୁନିତ୍‌ ମିଶ୍ର): ନିଜ ୨୪ ବର୍ଷ ଶାସନରେ ନବୀନ ପଟ୍ଟନାୟକଙ୍କ ନେତୃତ୍ୱାଧୀନ ବିଜେଡି ସରକାର ଓଡ଼ିଶାକୁ କୌଣସି କ୍ଷେତ୍ରରେ ଆତ୍ମନିର୍ଭରଶୀଳ ରାଜ୍ୟ ଭାବେ ଗଢ଼ି...

କୃଷି ବିଭାଗରେ ସରକାରୀ କାର୍ଯ୍ୟ ଓଡ଼ିଆ ଭାଷାରେ କରିବାକୁ ନିର୍ଦ୍ଦେଶ

ଭୁବନେଶ୍ୱର,୨୬।୭(ଶର୍ମିଷ୍ଠା ପାଣିଗ୍ରାହୀ): କୃଷି ଓ କୃଷକ ସଶକ୍ତିକରଣ ବିଭାଗ ଏହାର ନିର୍ଦ୍ଦେଶାଳୟ ଏବଂ ବିଭାଗ ଅଧିନରେ ଥିବା ଅନ୍ୟ ଅଧସ୍ତନ କାର୍ଯ୍ୟାଳୟଗୁଡିକରେ ସମସ୍ତ ସରକାରୀ କାର୍ଯ୍ୟ...

ଅଗ୍ନିବୀର ଯୋଜନା ନେଇ ବଡ଼ ଘୋଷଣା କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝି

ଭୁବନେଶ୍ୱର,୨୬।୭: ଅଗ୍ନିବୀରଙ୍କୁ ପାଇଁ ବଡ଼ ଘୋଷଣା କରିଛନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ମାଝି। ରାଜ୍ୟର ସବୁ ୟୁନିଫର୍ମ ସେବାରେ ସେମାନଙ୍କୁ ଗ୍ରହଣ କରାଯିବ ବୋଲି ଘୋଷଣା...

ଜୀବିକା ଦେଇଛି ବାଉଁଶ କାରିଗରୀ

କୋକସରା,୨୬ା୭ (ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ବ୍ଲକ ବରାଡଙ୍ଗା ପଞ୍ଚାୟତର ଏକ ଆଦିବାସୀ ବହୁଳ ଗ୍ରାମ ଝୁଲେନବର। ଜଙ୍ଗଲ ପରିବେଷ୍ଟିତ ଗାଁରେ ପ୍ରାୟ...

ହରିଣ ଛୁଆକୁ ଘେରିଗଲେ ବିଲୁଆ ଦଳ:, ଆଉ ତା’ପରେ…

ପାତ୍ରପୁର,୨୬।୭(ଉମା ଚରଣ ନେପାକ): ସାମନ୍ତିଆପଲ୍ଲୀ ବନାଞ୍ଚଳ ଅଧୀନ ଗୋପୀନାଥପୁର ନିକଟସ୍ଥ ଜଙ୍ଗଲରୁ ଶୁକ୍ରବାର ଏକ ଆହତ ହରିଣ ଛୁଆ ଉଦ୍ଧାର ହୋଇଛି। କିଛି ବିଲୁଆ ହରିଣମାନଙ୍କୁ...

ଆଳୁ ଦରକୁ ନେଇ ଯୋଗାଣ ମନ୍ତ୍ରୀଙ୍କ ବଡ଼ ବୟାନ, ୨ ଦିନ ମଧ୍ୟରେ…

ଭୁବନେଶ୍ୱର,୨୬।୭: ଆଳୁ ଦର ସମୀକ୍ଷା ପରେ ଗଣମାଧ୍ୟମରେ ପ୍ରତିକ୍ରୟା ଦେଇଛନ୍ତି ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର। ୨ ଦିନ ମଧ୍ୟରେ ସମସ୍ୟାର ସମାଧାନ ହେବ କହଛନ୍ତି...

ବର୍ଷା ଅଭାବ: ଚାଷ ଜମିରେ ଚରିଲେ ଗୋରୁ

ଔପଦା, ୨୬।୭(ଧରିତ୍ରୀ ପଣ୍ଡା)-ଜୟ ଯବାନ, ଜୟ କିଷାନ ଧ୍ୱନିରେ ଚାଷ ଅଛି ଯାହାର, କି ଆନନ୍ଦ ତାହାର ଉକ୍ତିର ଆଜି ବିପରୀତ ଦେଖାଦେଇଛି। ଧାନ ଚାଷ...

Advertisement
Mettle Meet 2024

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri