ଭାଜପାର ପ୍ରଚାର ଜୋର, ପ୍ରାର୍ଥୀ ଖୋଜୁଛି ବିଜେଡି

ଯାଜପୁର,୧୫ା୪(ହର୍ଷବର୍ଦ୍ଧନ ବେହେରା): ଯାଜପୁର ଜିଲା କୋରେଇ ନିର୍ବାଚନମଣ୍ଡଳୀରେ ଭାଜପାର ନିର୍ବାଚନୀ ପ୍ରଚାର ଜୋରସୋରରେ ଚାଲିଛି। ଭାଜପା ପ୍ରାର୍ଥୀ ଆକାଶ ଦାସନାୟକ ବିଭିନ୍ନ କାର୍ଯ୍ୟକ୍ରମ ଓ ବନ୍ଧୁମିଳନ ଜରିଆରେ ଭୋଟରଙ୍କ ନିକଟତର ହେବାକୁ ପ୍ରୟାସ ଜାରି ରଖିଛନ୍ତି। କଂଗ୍ରେସ ରବିବାର ରାତିରେ ବ୍ୟାସନଗରର ପୂର୍ବତନ ପୌରାଧ୍ୟକ୍ଷା ବନ୍ଦିତା ପରିଡ଼ାଙ୍କୁ ପ୍ରାର୍ଥୀ ଭାବେ ଘୋଷଣା କରିଛନ୍ତି। ହେଲେ ବିଜେଡିର ପ୍ରାର୍ଥୀ ଘୋଷଣା ଝୁଲି ରହିଥିବାରୁ ଦଳୀୟ କର୍ମୀମାନେ ଏକପ୍ରକାର ନୀରବି ଯାଇଥିବା ମନେହେଉଛି।
ଯାଜପୁର ଜିଲାର ବରୀ, ବଡ଼ଚଣା, ଧର୍ମଶାଳା ଭଳି କୋରେଇ ନିର୍ବାଚନମଣ୍ଡଳୀ ବେଶ୍‌ ଚର୍ଚ୍ଚାରେ ରହିଛି। ଏଠାରେ ଶାସକ ଦଳ ବିଜେଡିରେ ପ୍ରାର୍ଥୀ ହେବାକୁ ଲମ୍ବାଲାଇନ ଲାଗିଛି। ଦଳର ରଣନୀତି ଉପରେ ପ୍ରାର୍ଥୀଙ୍କ ଜିତିବା ହାରିବା ଏଠାରେ ନିର୍ଭର କରିଥାଏ। ଭାଜପା-ବିଜେଡି ମେଣ୍ଟ ଭାଙ୍ଗିବା ପରେ ୨୦୦୯ରୁ ଭାଜପା ଏଠାରେ ବିଜୟର ସ୍ବାଦ ଚାଖି ପାରିନାହିଁ। ସେହିପରି ୧୯୮୫ ପରେ ଏହି ଆସନରେ କଂଗ୍ରେସ ହାର ମାନି ଆସିଛି। ଏଭଳି ସ୍ଥିତିରେ ନିର୍ବାଚନ ଅତି ଗୁରୁତ୍ୱପୂର୍ଣ୍ଣ ହୋଇଛି ା ଚଳିତ ବିଧାନସଭା ନିର୍ବାଚନ ଲାଗି କୋରେଇ ଆସନରୁ ବିଜେଡିର ୫ରୁ ଊର୍ଦ୍ଧ୍ୱ ଆଶାୟୀ ରହିଛନ୍ତି। ସମସ୍ତ ଆଶାୟୀ କହୁଛନ୍ତି ତାଙ୍କର ଟିକେଟ ଫାଇନାଲ। ଏପରିକି ଯାଜପୁର ବିଧାୟକ ତଥା ବିଜେଡିରୁ ସମ୍ବଲପୁର ଲୋକ ସଭା ପ୍ରାର୍ଥୀ ପ୍ରଣବ ପ୍ରକାଶ ଦାସ(ବବି)ଙ୍କ ନାମ ମଧ୍ୟ ଏଠାରେ ଚର୍ଚ୍ଚା ହେଉଛି। ଏହାବାଦ୍‌ ସୁକିନ୍ଦା ବିଧାୟକ ପ୍ରୀତିରଞ୍ଜନ ଘଡ଼େଇଙ୍କ ସ୍ତ୍ରୀ ଝିଲ୍ଲିକ ଭଟ୍ଟାଚାର୍ଯ୍ୟ, ବିଧାୟକ ଅଶୋକ ବଳ, ଜିଲା ବିଜେଡି ମହିଳା ସଭାନେତ୍ରୀ ସବିତା ରାଉତ, ପୂର୍ବତନ ପୌରାଧ୍ୟକ୍ଷ ରସାନନ୍ଦ ମହାନ୍ତି ପ୍ରମୁଖ ଟିକେଟ ଦୌଡ଼ରେ ରହିଛନ୍ତି।
ଜିଲାର ବ୍ୟାସନଗର ପୌରପରିଷଦ ଓ କୋରେଇ ବ୍ଲକ ସମେତ ରସୁଲପୁର ବ୍ଲକର ଭୋଟକା, ଲକ୍ଷ୍ମୀନଗର, ପହଙ୍ଗା, ବଡକଇଁଚି, ଗନ୍ଧଣ, ଟିକରପଡ଼ା, ବାହାଦଲପୁର, ନରସିଂହପୁର ଓ ମୁଙ୍ଗପାଳ ଗ୍ରାମପଞ୍ଚାୟତକୁ ନେଇ କୋରେଇ ନିର୍ବାଚନମଣ୍ଡଳୀ ଗଠିତ ହୋଇଛି। ଏହାର ଲୋକସଂଖ୍ୟା ୨,୭୦,୩୨୪ ହୋଇଥିବାବେଳେ ୨,୦୭,୨୮୩ ଭୋଟର ରହିଛନ୍ତି। ସେଥିମଧ୍ୟରେ ବ୍ୟାସନଗର ପୌରପରିଷଦ ରହିଛି। କଳିଙ୍ଗନଗର ଶିଳ୍ପାଞ୍ଚଳ ପାଇଁ ବ୍ୟାସନଗରରେ ଲୋକସଂଖ୍ୟା ଆଶାତୀତ ଭାବେ ବୃଦ୍ଧି ପାଇବାରେ ଲାଗିଛି। ଗତ ୩ ସାଧାରଣ ନିର୍ବାଚନ ଫଳାଫଳକୁ ଅବଲୋକନ କଲେ ଏଠାରେ ବିଜେଡି ବେଶ୍‌ ଶକ୍ତିଶାଳୀ। ଗତ ପଞ୍ଚାୟତ ନିର୍ବାଚନରେ ୪ଟି ଜିଲା ପରିଷଦ ଆସନରେ ବିଜେଡି ବିଜୟୀ ହୋଇ ଭୋଟରଙ୍କ ପ୍ରିୟଭାଜନ ଥିବା ପ୍ରମାଣ ଦେଇସାରିଛି। ଏବେ ୨୦୦୪ରୁ ୨୦୧୯ ପର୍ଯ୍ୟନ୍ତ ବିଜେଡି ଟିକେଟରେ ବିଧାୟକ ନିର୍ବାଚିତ ହୋଇଥିବା ଆକାଶ ଦାସନାୟକ ଭାଜପା ପ୍ରାର୍ଥୀ ହୋଇଛନ୍ତି। ତେଣୁ ସେହି ସମୟର ବିକାଶର କଥା କହୁଛନ୍ତି। ସେହିପରି ଦୁର୍ନୀତିମୁକ୍ତ ଶାସନ ଓ ଶାନ୍ତି ପ୍ରତି ସର୍ବଦା ବିଶ୍ୱାସ ରଖି ଲୋକଙ୍କ ସେବାରେ ସେ ନିୟୋଜିତ ରହିବା ସହ ବଂଶବାଦ ରାଜନୀତିକୁ ସେ ବିଶ୍ୱାସ କରନ୍ତି ନାହିଁ ବୋଲି ଭୋଟରଙ୍କୁ କହୁଛନ୍ତି। ପାଣିକୋଇଲିଠାରେ ତାଙ୍କ ଉଦ୍ୟମରେ ଏକ ଟ୍ରମା କେୟାର ସେଣ୍ଟର ପ୍ରତିଷ୍ଠା ହୋଇପାରିଛି ବୋଲି ସେ ଦାବି କରୁଛନ୍ତି। ରବିବାର କୋରେଇ ବ୍ଲକ ଖମଣ ପଞ୍ଚାୟତର ଭାଜପା କର୍ମୀମାନେ ବଢ଼େଇଟିକର ବୁଢ଼ିବାସୁଳାଇ ପୀଠରେ ଏକ ବନ୍ଧୁମିଳନର ଆୟୋଜନ କରିଥିଲେ। ଏଥିରେ ଆକାଶ ଏବଂ ଭାଜପାର ଯାଜପୁର ଲୋକ ସଭା ପ୍ରାର୍ଥୀ ରବିନାରାୟଣ ବେହେରାଙ୍କୁ ଭବ୍ୟ ସ୍ବାଗତ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ଅସନ୍ତୁଷ୍ଟମାନଙ୍କୁ କିପରି ବୁଝାଇ ଦଳ ମଧ୍ୟକୁ ଅଣାଯିବ ସେ ନେଇ ବିଭିନ୍ନ ମତପ୍ରକାଶ ପାଇଥିଲା। ତେବେ ଭାଜପାର ଅନ୍ୟତମ ଟାଣୁଆ ନେତା ବିଶ୍ୱଜିତ ନାୟକ ଓ ଆଲେକଜାଣ୍ଡାର ଦାସ ଟିକେଟ ନ ପାଇ ଅସନ୍ତୁଷ୍ଟ ଥିବାରୁ ତାଙ୍କର ଅସହଯୋଗ ଆକାଶଙ୍କ ପାଇଁ ବାଧା ହୋଇପାରେ ବୋଲି ଚର୍ଚ୍ଚା ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ପାଣି ପାଇଁ ତାତିଲେ ମହିଳା, ହାଣ୍ଡି-ମାଠିଆ ଧରି ରାସ୍ତାରେ ବସିଲେ

ପୁରୁଷୋତ୍ତମପୁର,୩୦ା୯(ସବିତା ପାଣି): ପାଣି ପାଇଁ ଫୁଟିଲା ଅସନ୍ତୋଷ। ହାଣ୍ଡି-ମାଠିଆ ଧରି ରାଜରାସ୍ତାକୁ ଓହ୍ଲାଇଲେ ମହିଳା। ଦୁଇ ମାସ ଧରି ପାନୀୟଜଳ ମିଳୁ ନ ଥିବା ଅଭିଯୋଗରେ ଗଞ୍ଜାମ…

ବଦଳିବ ରାହୁ-କେତୁଙ୍କ ଚାଲି: କନ୍ୟା,ମୀନ ରାଶିଙ୍କ ସମେତ ୬ ରାଶିଙ୍କ ଗୋଲଡେନ ଟାଇମ୍‌ ଆରମ୍ଭ, ଧନବର୍ଷା ସହ ବଡ଼ ଚାକିରିର ଅଫର୍‌

ରାହୁ ମକର ରାଶିକୁ ଏବଂ କେତୁ କର୍କଟ ରାଶିକୁ ଆସିବା ଫଳରେ ଡିସେମ୍ୱର ମାସରେ ଅନେକ ରାଶିଙ୍କ ପାଇଁ ଭଲ ସମୟ ଆରମ୍ଭ ହେବ। ଭାଗ୍ୟଶାଳୀ ରାଶିମାନଙ୍କ…

ବିଦ୍ୟାଭାରତୀଙ୍କୁ ସୁପ୍ରିମକୋର୍ଟରୁ ମିଳିଲା ବଡ଼ ଝଟ୍‌କା: ଆବେଦନ ଖାରଜ

ଭୁବନେଶ୍ୱର,୩୦।୯: : ବହୁଚର୍ଚ୍ଚିତ ACF ସୌମ୍ୟରଞ୍ଜନ ମହାପାତ୍ରଙ୍କ ମୃତ୍ୟୁ ମାମଲାରେ ତାଙ୍କ ପତ୍ନୀ ବିଦ୍ୟାଭାରତୀ ମହାପାତ୍ରଙ୍କୁ ସୁପ୍ରିମକୋର୍ଟରୁ ବଡ଼ ଝଟ୍‌କା ଲାଗିଛି। ବିଦ୍ୟାଭାରତୀଙ୍କ ପକ୍ଷରୁ ଦାଖଲ ହୋଇଥିବା…

ମେସେଜ ପାଇଁ ଟଙ୍କା ନେବ ହ଼୍ବାଟସଆପ୍‌! ୧ ଅକ୍ଟୋବରରୁ ବଦଳିବ ନିୟମ; ସାଧାରଣ ୟୁଜର୍ସଙ୍କୁ ପଡ଼ିବ ପ୍ରଭାବ?

ନୂଆଦିଲ୍‌ଲୀ,୩୦।୯: ଯଦି ଆପଣ ହ଼୍ବାଟସଆପ (WhatsApp)ରେ କୌଣସି କମ୍ପାନୀଠାରୁ ଅର୍ଡର ଅପଡେଟ, ଡେଲିଭରି ସୂଚନା କିମ୍ୱା କଷ୍ଟମର ସର୍ଭିସ ନେଉଛନ୍ତି, ତେବେ ଆପଣଙ୍କ ପାଇଁ ଏକ ଆଶ୍ୱସ୍ତିକର…

ଲୋଇସିଂହାର ଗର୍ବ ଇଫ୍ରାତା: ‘ଇଣ୍ଡିଆ ଟ୍ୟାଲେଣ୍ଟ ଫାଇଟ’ରେ ଚମକିଲେ

ଲୋଇସିଂହା,୩୦।୯(ସୁଶାନ୍ତ ବାରିକ):ଜାତୀୟସ୍ତରୀୟ ରିଆଲିଟି ଶୋ’ ଟ୍ୟାଲେଣ୍ଟ ଫାଇଟସୁପର ମଡେଲ’ ଜୁନିୟର କାଟାଗୋରିରେ ଚାମ୍ପିୟନ ହୋଇ ଲୋଇସିଂହା ତଥା ବଲାଙ୍ଗୀର ଜିଲା ପାଇଁ ଗୌରବ ଆଣିଛନ୍ତି ଇଫ୍ରାତା। ତାଙ୍କ…

ଟ୍ରେନଯାତ୍ରୀଙ୍କ ପାଇଁ ବଡ଼ ସୂଚନା: ଅକ୍ଟୋବର ୧ରୁ କଡ଼ା ଚେକିଂ, ଟିକେଟ୍‌ ସାଙ୍ଗରେ ଏହି ID ନ ରଖିଲେ ଫସିବେ!

ନୂଆଦିଲ୍ଲୀ,୩୦।୯: ଯଦି ଆପଣ ଆଗାମୀ ଦିନରେ ଟ୍ରେନରେ ଯାତ୍ରା କରିବାକୁ ଯୋଜନା କରୁଛନ୍ତି, ତେବେ ଏହି ଖବରଟି ଆପଣଙ୍କ ପାଇଁ ଅତ୍ୟନ୍ତ ଜରୁରୀ। କେନ୍ଦ୍ରୀୟ ରେଳବାଇ ପକ୍ଷରୁ…

ମା’ ରାମଚଣ୍ଡୀ ପୀଠରେ ‘ସ୍ବଚ୍ଛତା ହିଁ ସେବା’: ପ୍ଲାଷ୍ଟିକମୁକ୍ତ ପାଇଁ ଶପଥ

ଗଞ୍ଜାମ, ୩୦।୯ (ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଲକ ଅନ୍ତର୍ଗତ କରପଡ଼ା ପଞ୍ଚାୟତର ନୀଳାଦ୍ରିପୁର ପାହାଡ଼ ଶିଖରରେ ଅବସ୍ଥିତ ପ୍ରସିଦ୍ଧ ମା’ ରାମଚଣ୍ଡୀ ପୀଠରେ ମଙ୍ଗଳବାର ବିଶାଳ ସଫେଇ…

ବ୍ୟବସାୟୀ ଗୁଣ୍ଡା ସାହୁ ଅପହରଣ ମାମଲା: ସରିଲା କ୍ଷୀତିଶଙ୍କ ରିମାଣ୍ଡ ଅବଧି, ପୋଲିସ ହାତରେ ଲାଗିଲା କିଛି ନୂଆ ତଥ୍ୟ

ବଲାଙ୍ଗୀର,୩୦ା୯(ସୁନିଲ କୁମାର ମହାନ୍ତି): ବଲାଙ୍ଗୀରର ଜଣାଶୁଣା ବ୍ୟବସାୟୀ ଗୁଣ୍ଡା ଓରଫ ନରେନ୍ଦ୍ର ସାହୁ ଅପହରଣ ଏବଂ ନିସ୍ତୁକ ମାଡ଼ ମାମଲାର ମୁଖ୍ୟ ଅଭିଯୁକ୍ତ କ୍ଷୀତିଶ ଚନ୍ଦ୍ର ସାହୁଙ୍କ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?