ଭାଜପାର ଆହ୍ବାନ: AI ମାଧ୍ୟମରେ ଶର୍ଟ ଭିଡିଓ ନ ଛାଡ଼ି ନବୀନ ଆଲୋଚନା ଲାଗି ମଞ୍ଚକୁ ଆସନ୍ତୁ…

ଭୁବନେଶ୍ୱର,୨୨।୫: ଚଳିତ ନିର୍ବାଚନକୁ ନେଇ ରାଜ୍ୟରେ ରାଜନୀତି ସରଗରମ ରହିଛି। ଦୁଇ ପ୍ରମୁଖ ଦଳ ଭାଜପା ଏବଂ ବିଜେଡିର ତୁଙ୍ଗ ନେତାମାନେ ନିର୍ବାଚନ ପ୍ରଚାରରେ ଲାଗିଛନ୍ତି। ଏଭଳି ସ୍ଥିତିରେ ଭାଜପାର ମଙ୍ଗ କେନ୍ଦ୍ରୀୟ ନେତାମାନେ ଧରିଥିବା ବେଳେ ବିଜେଡି ସୁପ୍ରିମୋ ଏବଂ ଭି କେ ପାଣ୍ଡିଆନ ପ୍ରଚାର ଚଳାଇଛନ୍ତି। ପ୍ରାୟତଃ ବିରୋଧିଙ୍କ କଟାକ୍ଷକୁ ଖାତିର କରୁ ନ ଥିବା ନବୀନ ଏହି ନିର୍ବାଚନରେ ଭିଡିଓ ବାର୍ତ୍ତା ମାଧ୍ୟମରେ ଜବାବ ରଖୁଥିବା ଦେଖାଯାଉଛି। ଏହାକୁ ନେଇ ଭାଜପା ସନ୍ଦେହ ପ୍ରକାଶ କରିଛି। ନିର୍ବାଚନୀ ସଭାରେ ନବୀନ ଗୋଟିଏ ମିନିଟ୍‌ରେ ସ୍କ୍ରିପ୍ଟେଡ୍‌ ଲେଖା ପଢ଼ି ଦେଉଛନ୍ତି। ହେଲେ ଶର୍ଟ ଭିଡିଓରେ ବେଶ ପ୍ରାଞ୍ଜଳ ଭାବେ ସମସ୍ତ ଘଟଣାକୁ ପରିପ୍ରକାଶ କରୁଛନ୍ତି। ଏଣୁ ବାସ୍ତବରେ ସେ କହୁଛନ୍ତି ନା ତାହା AI କିଛି ସ୍ପଷ୍ଟ ହୋଇପାରୁନାହିଁ ବୋଲି ବୁଧବାର ଭାଜପା ନେତା ସମୀର ମହାନ୍ତି କହିଛନ୍ତି। ଏଭଳି ଭିଡିଓ କରିବା ଛାଡ଼ନ୍ତୁ, ଆଲୋଚନା କରିବାକୁ ମଞ୍ଚକୁ ଆସନ୍ତୁ ବୋଲି ସେ ଆହ୍ବାନ ଦେଇଛନ୍ତି।

ଗଣମାଧ୍ୟମକୁ ସମୀର କହିଛନ୍ତି, ଶର୍ଟ ଭିଡିଓରେ ନବୀନ ବାବୁ ନିଜେ କହୁଛନ୍ତି ନା ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ବା AI କହୁଛି, ଜଣାପଡ଼ୁନାହିଁ। ଯଦି ଶର୍ଟ ଭିଡିଓରେ ନବୀନ ବାବୁ କହୁଥାନ୍ତେ, ତା’ହେଲେ ସଭା ସମିତିରେ ବି କୁହନ୍ତେ। କିନ୍ତୁ ସଭାରେ ଗୋଟିଏ ମିନିଟରେ ସ୍କ୍ରିପ୍ଟେଡ ଲେଖା ପଢ଼ି ଦେଉଛନ୍ତି। ନବୀନ ବାବୁଙ୍କ ଶାରୀରିକ ଅସୁସ୍ଥତା ଯୋଗୁ ଏକଥା ସମ୍ଭବ ହୋଇ ପାରୁନି ବୋଲି ବରିଷ୍ଠ ଭାଜପା ନେତା ସମୀର ମହାନ୍ତି କହିଛନ୍ତି। ତେବେ ତାଙ୍କୁ ଯିଏ ରିମୋଟ ଧରି ଚଳାଉଛନ୍ତି, ଏକଥା ସବୁ ଜାଣିଛନ୍ତି । ତେଣୁ ’AI ମାଧ୍ୟମରେ ନବୀନ ବାବୁଙ୍କ ଶର୍ଟ ଭିଡିଓ କରାଯାଇ ସୋଶାଲ ମିଡିଆରେ ଛଡ଼ା ଯାଉଛି। ମାତ୍ର ରାଜ୍ୟବାସୀ ସତ କ’ଣ ଜାଣି ସାରିଲେଣି ବୋଲି ସେ କହିଛନ୍ତି। ଯେଉଁ ବିଷୟରେ ଆଲୋଚନା ହେଉଛି, ତାହାର ସ୍ପଷ୍ଟ ଉତ୍ତର ରଖନ୍ତୁ। ଗୁମାସ୍ତାଙ୍କ ଲେଖାକୁ ଟେକନୋଲୋଜି ମାଧ୍ୟମରେ ପଢ଼ି ଶର୍ଟ ଭିଡିଓ କରି ଗଣମାଧ୍ୟମରେ ନ ଛାଡ଼ନ୍ତୁ । ତା’ ପରିବର୍ତ୍ତେ ଆଲୋଚନା ପାଇଁ ମଞ୍ଚକୁ ଆସନ୍ତୁ ବୋଲି ସେ ଆହ୍ବାନ ଦେଇଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

ପେଟ୍ରୋଲ ପମ୍ପ ଛାଡ଼ନ୍ତୁ, ଘର ଆଗରେ ଲଗାନ୍ତୁ EV ଚାର୍ଜିଂ ଷ୍ଟେଶନ; କେଇଦିନରେ ବଦଳିଯିବ ଆପଣଙ୍କ ଭାଗ୍ୟ!

ନୂଆଦିଲ୍ଲୀ,୬।୫: ଦିନ ଥିଲା ଯେତେବେଳେ ପେଟ୍ରୋଲ ପମ୍ପର ମାଲିକ ହେବା ପ୍ରତ୍ୟେକ ବ୍ୟବସାୟୀଙ୍କ ପାଇଁ ଏକ ବଡ଼ ସ୍ବପ୍ନ ଥିଲା। କିନ୍ତୁ ବଦଳୁଥିବା ସମୟ ସହିତ ଏହି…

ପ୍ରଥମ ଦିନ ଖେଳ ଶେଷ ସୁଦ୍ଧା ଭାରତ ୩୬୮/୩

ନୂଆ ଚଣ୍ଡିଗଡ଼,୬ା୬ ଭାରତ-ଆଫଗାନିସ୍ତାନ ମଧ୍ୟରେ ଏକମାତ୍ର ଟେଷ୍ଟ କ୍ରିକେଟ ମ୍ୟାଚ୍‌ ଆରମ୍ଭ ହୋଇଯାଇଛି। ମ୍ୟାଚ୍‌ର ପ୍ରଥମ ଦିନ ସମ୍ପୂର୍ଣ୍ଣ ରୂପେ ଭାରତୀୟ ବ୍ୟାଟରଙ୍କ ନିୟନ୍ତ୍ରଣରେ ରହିଛି। ଅଧିନାୟକ…

ମା ଙ୍କୁ ଆକ୍ରମଣ ପରେ ଝିଅଙ୍କୁ ବଳାତ୍କାର ଉଦ୍ୟମ: ଅଭିଯୁକ୍ତ ଗଲେ ଜେଲ   

ଦିଗପହଣ୍ଡି,୬|୬(ଅଶେଷ ନାଥ ମିଶ୍ର)ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଳକ ଚୁଡୁଙ୍ଗପୁର ଗ୍ରାମର ଜଣେ ବିବାହିତା ଯୁବତୀ ତାଙ୍କ ଘର ବାରଣ୍ଡାରେ ବସିଥିବା ବେଳେ  ଗ୍ରାମର ଏ.ଶଙ୍କର ପାତ୍ର ତାଙ୍କୁ…

ରକ୍ତ ଦାନ ମହତ ଦାନ: ଆୟୋଜନ ପାଇଁ ପ୍ରସ୍ତୁତି

ଦିଗପହଣ୍ଡି, ୬|୬(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡିର ଜଣାଶୁଣା ଫଟୋ ଏବଂ ଭିଡିଓଗ୍ରାଫର ସ୍ବର୍ଗତ ଓଡ଼ି ପ୍ରଦୀପ କୁମାରଙ୍କ ଦ୍ଵାଦଶାହ ସ୍ମୃତି ସଭା ଅବସରରେ  ଏକ…

ଟୁର୍ନାମେଣ୍ଟର ପ୍ରଥମ ମ୍ୟାଚ୍‌ରେ ଏମ୍‌ଭି-୯୭କୁ ହରାଇ ବେଣ୍ଡାଗୁଡ଼ା ବିଜୟୀ

କୋରୁକୋଣ୍ଡା,୬ା୬(ଅଶୋକ କୁମାର ପରିଡ଼ା): ମାଲକାନଗିରି ଜିଲା କୋରୁକୋଣ୍ଡା ବ୍ଲକ ତୁମୁସାପାଲ୍ଲୀ ପଞ୍ଚାୟତ ଏମ୍‌ଭି-୨୨ ଗ୍ରାମ ପଡ଼ିଆରେ ଜୟ ମା’ କାଳୀ କ୍ରିକେଟ ଟୁର୍ନାମେଣ୍ଟ ଶନିବାର ଶୁଭାରମ୍ଭ ହୋଇଯାଇଛି।…

କେସିଙ୍ଗା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ପ୍ରକୃତ ଚିତ୍ର : ଭିତ୍ତିଭୂମି ଥାଇ ମଧ୍ୟ ଟ୍ରମା ସେଣ୍ଟର ନିର୍ମାଣରେ ବିଳମ୍ବ

କେସିଙ୍ଗା, ୬।୬ (ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲାର କେସିଙ୍ଗା ସହରରେ ଅବସ୍ଥିତ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ସମସ୍ତ ପ୍ରକାର ମୌଳିକ ଭିତ୍ତିଭୂମି ଥିବା ସତ୍ତ୍ୱେ ବିଭିନ୍ନ ସମସ୍ୟା ଦେଖାଦେଉଛି।…

୧୯ଟିକିଆ ହାତୀପଲର ହାବୁଡ଼ରେ ମଣିଷ ଜୀବନ

କେନ୍ଦୁଝର,୬।୬ (ନରେଶ ଚନ୍ଦ୍ର ପଟ୍ଟନାୟକ): ଭୂୟାଁ ଓ ଜୁଆଙ୍ଗ ପିଢ଼ ଅନ୍ତର୍ଗତ ନିଲାମୁଣ୍ଡି ସାହି ନିକଟରେ ହାତୀ ଆକ୍ରମଣରେ ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଛି। ଶୁକ୍ରରର ସନ୍ଧ୍ୟା…

କାଳବୈଶାଖୀରେ ଭାଙ୍ଗିଲା ଘର କାନ୍ଥ, ବାସହରା ହୋଇପଡ଼ିଛନ୍ତି ବୈବସତଙ୍କ ପରିବାର

ରିଷିଡ଼ା,୬ା୬(ସୁଶାନ୍ତ ମଲ୍ଲିକ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ରିଷିଡ଼ା ଗ୍ରାମର ବୈବସତ ରଣା ପିତା ସତ୍ୟ ରଣାଙ୍କ ପରିବାର ଆବାସ ଯୋଜନାରୁ ବଞ୍ଚିତ ହୋଇ ଦୟନୀୟ ଭାବେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri