ହେଲିକପ୍ଟର ବ୍ୟବହାର ନେଇ ବିଜେଡି-ଭାଜପା ଟୁଇଟ୍‌ ଯୁଦ୍ଧ

ଭୁବନେଶ୍ୱର,୪।୯(ସୁନିତ୍‌ ମିଶ୍ର): ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ(୫-ଟି) ବେସରକାରୀ କାର୍ଯ୍ୟକ୍ରମରେ ଯୋଗଦେବା ଲାଗି ହେଲିକପ୍ଟର ବ୍ୟବହାର କରିଛନ୍ତି ବୋଲି ଭାଜପା ଅଭିଯୋଗ ଆଣିବା ପରେ ଏହି ପ୍ରସଙ୍ଗରେ ରାଜ୍ୟ ପରିବହନ ମନ୍ତ୍ରୀ ତଥା ବିଜେଡି ନେତ୍ରୀ ଟୁକୁନି ସାହୁ ପ୍ରବଳ ବର୍ଷିଛନ୍ତି। ଆସନ୍ତା ବିଧାନସଭାରେ ଏହି ପ୍ରସଙ୍ଗରେ ତଥ୍ୟ ରଖି ଭାଜପାର ମିଛ ଲୋକଙ୍କ ଆଗରେ ରଖିବେ ବୋଲି ସେ ଟୁଇଟ୍‌ କରି କହିଛନ୍ତି। ଭାଜପା ବିଧାୟିକା କୁସୁମ ଟେଟେ ମନ୍ତ୍ରୀ ସାହୁଙ୍କ ପ୍ରତିକ୍ରିୟା ଉପରେ ପାଲଟା ଜବାବ ରଖିଛନ୍ତି। ଟେଟେଙ୍କ ପ୍ରତିକ୍ରିୟାକୁ ପୁନର୍ବାର ବିଜେଡି ପାଲଟା କାଉଣ୍ଟର କରିଛି।
ଟୁକୁନି ସାହୁ ଟୁଇଟ୍‌ କରି କହିଛନ୍ତି ଯେ, କୁଚକ୍ରୀ ଗୋଷ୍ଠୀଙ୍କର ମୁଣ୍ଡ ଖରାପ ହୋଇଗଲାଣି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ ତାଙ୍କ କାର୍ଯ୍ୟାଳୟ ଯେଉଁଭଳି ଲୋକଙ୍କ ସମସ୍ୟା ବୁଝୁଛି ଓ ସମାଧାନ କରୁଛି ସେମାନଙ୍କ ମୁଣ୍ଡ କାମ କରୁନି। ସେଥିପାଇଁ ଭାଜପା ନେତାମାନେ ଇଆଡୁ ସିଆଡୁ ବୟାନ ଦେଉଛନ୍ତି। ଏମାନେ ଚାହୁଁ ନ ଥିଲେ ଲୋକଙ୍କ ସମସ୍ୟାର ସମାଧାନ ହେଉ, ସେଥିପାଇଁ ବିଭ୍ରାନ୍ତିକର ବକ୍ତବ୍ୟ ଦେଇଚାଲିଛନ୍ତି। କିଏ କହୁଛି ହେଲିକପ୍ଟର ଗସ୍ତ ବାବଦକୁ ୩୦୦ କୋଟି ଟଙ୍କା ଖର୍ଚ୍ଚ ହୋଇଛି ତ ଆଉ କିଏ କହୁଛି ୫୦୦ କୋଟି। ସେମାନଙ୍କ ନିଜ କଥାରେ ତାଳମେଳ ରହୁନାହିଁ। ପ୍ରକୃତରେ ଗତ ୫ ବର୍ଷରେ ହେଲିକପ୍ଟରରେ ଗସ୍ତ ବାବଦକୁ ପ୍ରାୟ ୫୦ କୋଟି ଟଙ୍କା ଖର୍ଚ୍ଚ ହୋଇଛି। ଅର୍ଥାତ୍‌ ବର୍ଷକୁ ହାରାହାରି ୧୦ରୁ ୧୨ କୋଟି ଟଙ୍କା ବ୍ୟୟ ହୋଇଛି। ସାହୁ ଆହୁରି ଲେଖିଛନ୍ତି, ଆସନ୍ତା ବିଧାନସଭାରେ ସେ ଏ ବାବଦରେ ସବୁ ତଥ୍ୟ ରଖିବେ। ସେତେବେଳେ ଏମାନଙ୍କ ସବୁ ମିଥ୍ୟା ପ୍ରଚାର ଧରାପଡ଼ିବା ସହିତ ମୁଖା ଖୋଲିଯିବ। ନିଜର ବ୍ୟକ୍ତିଗତ ସ୍ବାର୍ଥ ପାଇଁ ଏପରି ମିଥ୍ୟା ପ୍ରଚାର କରୁଛନ୍ତି, ସେମାନଙ୍କୁ ଲଜ୍ଜା ଲାଗିବା ଦରକାର। ଏମାନଙ୍କ ପାଖରେ ଯଦି ସାମାନ୍ୟ ଲଜ୍ଜା ଥିବ, ତେବେ ବିଭ୍ରାନ୍ତିକର ତଥ୍ୟ ପ୍ରଚାର କରୁଥିବାରୁ ରାଜ୍ୟବାସୀଙ୍କ ନିକଟରେ କ୍ଷମା ପ୍ରାର୍ଥନା କରିବେ ବୋଲି ମନ୍ତ୍ରୀ ସାହୁ କହିଛନ୍ତି।
ମନ୍ତ୍ରୀ ସାହୁଙ୍କ ଟୁଇଟ୍‌ ଉପରେ ପ୍ରତିକ୍ରିୟା ରଖି କୁସୁମ କହିଛନ୍ତି ଯେ, ରାଜ୍ୟରେ ଚାଲିଥିବା ଶାସନ ବ୍ୟବସ୍ଥା ଆପଣଙ୍କୁ ବ୍ୟଥିତ କରୁନାହିଁ। ଆପଣଙ୍କ କଥାରୁ ପ୍ରମାଣ ହୋଇଛି ମନ୍ତ୍ରୀ ଠାରୁ ସଚିବ ବଡ଼। ଦୁଇଟି ବିଭାଗର ମନ୍ତ୍ରୀ ଭାବେ କେତେଥର ହେଲିକପ୍ଟର ବ୍ୟବହାର କରିଛନ୍ତି। ଭାଜପା ଯେଉଁ ବୈଧାନିକ ପ୍ରଶ୍ନ କରିଛି ତା’ର ଉତ୍ତର କେବେ ଦେବେ। ମାତ୍ର ୬ ମାସରେ ୭୫ ଥର ସରକାରୀ ଅର୍ଥରେ ହେଲିକପ୍ଟର, ସ୍ବତନ୍ତ୍ର ବିମାନ, ଅତ୍ୟାଧୁନିକ ବିଜ୍‌ନେସ୍‌ ଜେଟ୍‌ ବ୍ୟବହାର ହୋଇଛି। ଏହିସବୁ ଥର କେଉଁମାନେ ହେଲିକପ୍ଟର ବ୍ୟବହାର କରିଛନ୍ତି ତାହା ସ୍ପଷ୍ଟ କରନ୍ତୁ। ଜିଲା ଗସ୍ତ କାର୍ଯ୍ୟକ୍ରମରେ ଯେଉଁଭଳି ୫୦୦ କୋଟି ଟଙ୍କା ଖର୍ଚ୍ଚ ହେଲା ତାହା ଜନବିରୋଧୀ ନୁହେଁ କି ବୋଲି ପ୍ରଶ୍ନ କରିବା ସହିତ ଆସନ୍ତା ବିଧାନସଭାରେ ଭାଜପା ଏହାର କଡ଼ାଗଣ୍ଡା ଜବାବ ଦେବ ବୋଲି ଟେଟେ କହିଛନ୍ତି।
ବିଜେଡି ନେତ୍ରୀ ଈପ୍‌ସିତା ସାହୁ ଟୁଇଟ୍‌ ଜରିଆରେ ଟେଟେଙ୍କୁ ଟାର୍ଗେଟ କରି କହିଛନ୍ତି, ଆପଣଙ୍କ ନିକଟତମ ସମ୍ପର୍କୀୟ ୨ ନମ୍ବର କୋଇଲା ବେପାର ଏବଂ ଟେଣ୍ଡର ଫିକ୍ସିଂ କରି ଯେଉଁ ୫୦୦ କୋଟି ଟଙ୍କା ରୋଜଗାର କରିଛନ୍ତି କହୁ କହୁ ସେକଥା କହିଦେଲେ। ଆପଣଙ୍କ ନିକଟତମ ସମ୍ପର୍କୀୟ ଚାକିରି ଦେବା ନାଁରେ ଯେଉଁ ଠକାମି କରିଛନ୍ତି ସେଥିଲାଗି ଉଦ୍‌ବେଗ ପ୍ରକାଶ କରୁଛନ୍ତି ନା କ’ଣ ବୋଲି ସେ ପ୍ରଶ୍ନ କରିଛନ୍ତି। ଏନ୍‌ଟିପିସିରୁ ପାଉଁଶ ପରିବହନ ବାବଦକୁ ହୋଇଥିବା ଟେଣ୍ଡର ଫିକ୍ସିଂରେ କିଏ ସମ୍ପୃକ୍ତ ଅଛନ୍ତି। ୫୦୦ କୋଟି ଟଙ୍କା ଆପଣଙ୍କୁ କମ୍‌ ଲାଗିପାରେ ହେଲେ ସମସ୍ତେ ଜାଣନ୍ତି ଆପଣ କେତେ କୋଟି ଟଙ୍କାର ମାଲିକ। ଆପଣଙ୍କ ଭଳି ଜଣେ ଦୁର୍ନୀତୀଗ୍ରସ୍ତ ଏବଂ ଜନବିରୋଧୀ ନେତାଙ୍କ ଅସଲ ଚେହେରା ଆସନ୍ତା ବିଧାନସଭା ଅଧିବେଶନରେ ଖୋଲିଯିବ ବୋଲି ଈପ୍‌ସିତା କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବିଶ୍ୱର ସର୍ବକନିଷ୍ଠ ଚାର୍ଟାର୍ଡ ଆକାଉଣ୍ଟାଣ୍ଟ ହୋଇ ବିଶ୍ୱରେକର୍ଡ

ନୂଆଦିଲ୍ଲୀ, ୧୮।୮: ଭାରତୀୟ ବଂଶୋଦ୍ଭବ ଦୁବାଇର ୧୬ ବର୍ଷୀୟ ଲକ୍ଷ୍ମଣନ୍‌ ମେୟାପ୍ପନ ବିଶ୍ୱର ସବୁଠାରୁ କନିଷ୍ଠ ପୁରୁଷ ଚାର୍ଟାର୍ଡ ଆକାଉଣ୍ଟାଣ୍ଟ (ସିଏ)ହେବାର ଗୌରବ ଅର୍ଜନ କରିଛନ୍ତି। ମାତ୍ର…

ମୁରଥଲ ଢାବାରେ ରୋବଟ୍ ୱେଟର! ଗ୍ରାହକଙ୍କୁ ପରଷୁଛି ମନପସନ୍ଦର ଖାଦ୍ୟ

ମୁରଥଲ,୧୮।୮: ସ୍ବାଦିଷ୍ଟ ଗରମ ପରଠା ଏବଂ ପାରମ୍ପରିକ ଖାଦ୍ୟ ପାଇଁ ପ୍ରସିଦ୍ଧ ହରିୟାଣାର ମୁରଥଲ ଏବେ ଚର୍ଚ୍ଚାରେ । ଏଠାରେ ଥିବା ‘ରେଶମ ଢାବା’ରେ ଗ୍ରାହକମାନଙ୍କୁ ଏକ…

ତାମିଲନାଡୁ ମନ୍ତ୍ରୀଙ୍କ ଏମିତି କଥାରେ କ୍ଷମା ମାଗିଲେ ମୁଖ୍ୟମନ୍ତ୍ରୀ ବିଜୟ

ଚେନ୍ନାଇ,୧୮।୮: ମୁଖ୍ୟମନ୍ତ୍ରୀ ସି. ଜୋସେଫ ବିଜୟଙ୍କୁ ତାମିଲନାଡୁ ବିଧାନସଭାରେ ତାଙ୍କର ଜଣେ ମନ୍ତ୍ରୀଙ୍କ ପକ୍ଷରୁ କ୍ଷମା ମାଗିବାକୁ ପଡିଲା। ତାମିଲନାଡୁ ମନ୍ତ୍ରୀ ରଞ୍ଜିତ କୁମାର ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କୁ…

ସାନଖେମୁଣ୍ଡିରେ ଲୋକଙ୍କ ଅଭିଯୋଗ ଶୁଣିଲେ ଗଞ୍ଜାମ ଜିଲାପାଳ, ରୋଗୀଙ୍କ ଚିକିତ୍ସା ପାଇଁ ଦେଲେ ୪୭ ହଜାର…

ଦିଗପହଣ୍ଡି,୧୮।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ସମ୍ମିଳନୀ କକ୍ଷର ଜିଲା ପୋଲିସ ପ୍ରଶାସନ ପକ୍ଷରୁ ମିଳିତ ଜନ ଶୁଣାଣି ଅନୁଷ୍ଠିତ ହୋଇଯାଇଛି । ସାନଖେମୁଣ୍ଡି…

୨୦ ଫୁଟ୍‌ ତଳକୁ ଖସିଲା ଚକାଡ଼ୋଳା ବସ୍; ୪୦ ଯାତ୍ରୀ…..

ନୟାଗଡ,୧୮।୮(ଲୋକନାଥ ମିଶ୍ର): ୨୦ ଫୁଟ୍‌ ତଳକୁ ଖସିଲା ବସ୍‌ ।ବଲାଙ୍ଗୀର ଖୋର୍ଦ୍ଧା ୫୭ ନଂ ଜାତୀୟ ରାଜପଥ ଅନ୍ତର୍ଗତ ବାଇପାସ୍‌ର ସୁନାଲଟି ଛକ ନିକଟରେ ଏହି ଦୁର୍ଘଟଣା…

ହ୍ରାସ ପାଇଛି ଟ୍ରମ୍ପଙ୍କ ଲୋକପ୍ରିୟତା; ଇରାନ ସହିତ ସମ୍ଭାବ୍ୟ ଯୁଦ୍ଧ ଯୋଗୁ…

ଓ୍ବାଶିଂଟନ,୧୮।୮: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଲୋକପ୍ରିୟତା ତାଙ୍କ ବର୍ତ୍ତମାନ କାର୍ଯ୍ୟକାଳର ସର୍ବନିମ୍ନ ସ୍ତରକୁ ପହଞ୍ଚିଛି। ଏକ ରଏଟର୍ସ/ଇପସୋସ ସର୍ଭେରୁ ଜଣାପଡିଛି ଯେ 33% ଉତ୍ତରଦାତା ଟ୍ରମ୍ପଙ୍କ…

ଭାରତର ନିର୍ବାଚନ ପ୍ରକ୍ରିୟାକୁ ତାରିଫ କଲେ ଟ୍ରମ୍ପ, ଜ୍ଞାନେଶ କୁମାରଙ୍କ ନାମ ନେଇ ବଡ଼ କଥା କହିଲେ…

ଓ୍ବାଶିଂଟନ,୧୮।୮: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଭାରତର ନିର୍ବାଚନ ବ୍ୟବସ୍ଥାକୁ ପ୍ରଶଂସା କରିଛନ୍ତି। ଆମେରିକାରେ କଠୋର ଭୋଟିଂ ନିୟମ ଏବଂ ‘ସେଭ ଆମେରିକା ଆକ୍ଟ’ କାର୍ଯ୍ୟକାରୀ କରିବାକୁ…

ମାସକ ମଧ୍ୟରେ କେସିଙ୍ଗାରୁ ୩ ଅଜଗର ଉଦ୍ଧାର, ବଜ୍ରଗଡ଼ ଜଙ୍ଗଲରେ…

କେସିଙ୍ଗା,୧୮।୮(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକରେ ମାସକ ମଧ୍ୟରେ ୩ ଟି ଆଜଗର ଉଦ୍ଧାର କରାଯାଇଛି । ନୂନ ମାଠ ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଖାସ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri