ଭାଜପା-ବିଜେଡିର ଟୁଇଟ୍‌ ଯୁଦ୍ଧ

ଭୁବନେଶ୍ୱର, ୨୪।୬(ବ୍ୟୁରୋ): ରାଜ୍ୟର ଟିକାକରଣ କେନ୍ଦ୍ରରେ ମୁଖ୍ୟମନ୍ତ୍ରୀଙ୍କ ପୋଷ୍ଟର ରହିବା ଏବଂ ପ୍ରଧାନମନ୍ତ୍ରୀଙ୍କ ପୋଷ୍ଟରକୁ ବାଦ୍‌ ଦିଆଯିବାକୁ ନେଇ ରାଜନୀତି ଆରମ୍ଭ ହୋଇଛି। ଏହାକୁ ନେଇ ବିଭିନ୍ନ ଜିଲାରେ ଭାଜପା କର୍ମୀମାନେ ତୀବ୍ର ପ୍ରତିବାଦ କରିଥିବାବେଳେ ଉଭୟ ଦଳର ତୁଙ୍ଗ ନେତାଙ୍କ ଭିତରେ ଆରମ୍ଭ ହୋଇଥିବା ଟୁଇଟ୍‌ ଯୁଦ୍ଧ ରାଜନୈତିକ ପାଣିପାଗକୁ ଉଷ୍ମ କରିଛି। ବୁଧବାର ଭାଜପା ଏମ୍‌ପି ଅପରାଜିତା ଷଡ଼ଙ୍ଗୀ ଟୁଇଟ୍‌ କରି ରାଜ୍ୟ ସରକାରଙ୍କ ଉପରେ ବର୍ଷିଛନ୍ତି। ସେ ତାଙ୍କ ଟୁଇଟ୍‌ରେ ଉଲ୍ଲେଖ କରିଛନ୍ତି, ଓଡ଼ିଶା ଟିକା କିଣିବାରେ ଅସମର୍ଥ ହୋଇ କେନ୍ଦ୍ରର ସହଯୋଗ ଲୋଡ଼ିଲା। ଏହାପରେ କେନ୍ଦ୍ର ସହଯୋଗର ହାତ ବଢ଼ାଇଲା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓଡ଼ିଶାକୁ ଟିକା ଯୋଗାଣ ବ୍ୟବସ୍ଥା କଲେ। ତେଣୁ ସୌଜନ୍ୟତା ଦୃଷ୍ଟିରୁ ଟିକାକରଣ କେନ୍ଦ୍ରରେ ମୁଖ୍ୟମନ୍ତ୍ରୀଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ଫଟୋ ଲଗାଯିବା କଥା। ହେଲେ ଏହା ନ କରିବା ହୀନମନ୍ୟତାର ପରିଚାୟକ ବୋଲି ଅପରାଜିତା ଟୁଇଟ୍‌ରେ ଉଲ୍ଲେଖ କରିଛନ୍ତି। ଅନ୍ୟପଟେ ଅପରାଜିତାଙ୍କ ଟୁଇଟ୍‌ର ଜବାବରେ ବିଜେଡି ରାଜ୍ୟ ସଭା ସଦସ୍ୟ ତଥା ମୁଖପାତ୍ର ସସ୍ମିତ ପାତ୍ର ପ୍ରତିକ୍ରିୟା ରଖିଛନ୍ତି। ସେ ଭାଜପାକୁ ଟାର୍ଗେଟ କରି କହିଛନ୍ତି ଯେ, ଟିକାକରଣ ସାର୍ଟିଫିକେଟରେ ପ୍ରଧାନମନ୍ତ୍ରୀଙ୍କ ଫଟୋ ରହୁଛି। ଟିକାକରଣ କେନ୍ଦ୍ରରେ ଫଟୋକୁ ନେଇ ରାଜନୀତି କରିବା ଲଜ୍ଜାଜନକ ବିଷୟ। ସୂଚନାଯୋଗ୍ୟ, ବାଲେଶ୍ୱର ଗାନ୍ଧୀ ସ୍ମୃତିଭବନ ଟିକା କେନ୍ଦ୍ରରେ ଫଟୋକୁ ନେଇ କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀଙ୍କ ଉପସ୍ଥିତିରେ ଉତ୍ତେଜନା ଦେଖାଦେଇଥିଲା। ଟିକା ଦେବା ପରେ ରାଜ୍ୟ ସରକାରଙ୍କ ପକ୍ଷରୁ ଦିଆଯାଉଥିବା ପ୍ଲାକାର୍ଡରେ ମୁଖ୍ୟମନ୍ତ୍ରୀଙ୍କ ଫଟୋ ଓ ବିଜେଡି ଲୋଗୋ ଥିବାରୁ ଭାଜପା ପକ୍ଷରୁ ପ୍ରତିବାଦ କରାଯାଇଥିଲା। ଦଳୀୟ କର୍ମୀମାନେ ଟିକାକରଣ କେନ୍ଦ୍ରରେ ଥିବା ପ୍ଲାକାର୍ଡକୁ ଫିଙ୍ଗିଦେଇଥିଲେ। ସୋମବାର ଅନୁଗୋଳ, ବାଲେଶ୍ୱର, ରାୟଗଡ଼ା ଏବଂ ଜୟପୁରରେ ଭାଜପା କର୍ମୀମାନେ ପ୍ରତିବାଦ କରିଥିଲେ। ମଙ୍ଗଳବାର ବ୍ରହ୍ମପୁରରେ ସମାନ ସ୍ଥିତି ଦେଖିବାକୁ ମିଳିଥିଲା। ଭାଜପାର ଏଭଳି କାର୍ଯ୍ୟକୁ ବିଜେଡି ଅରାଜକତା ବୋଲି କହିଛି।


Enter your email to get our daily news in your inbox.

All Right Reserved By Dharitri.Com

୩୫୦୦ କୋଟି ଋଣ କରିବ ଓଡ଼ିଶା

ଭୁବନେଶ୍ୱର,୧୨। ୯(ବ୍ୟୁରୋ):  କୋଭିଡ୍‌-୧୯ ମହାମାରୀ ଯୋଗୁ ରାଜ୍ୟ ଭୟଙ୍କର ଆର୍ଥିକ ସଙ୍କଟ ମଧ୍ୟରେ ଗତିକରୁଛି। ମହାମାରୀ ଯୋଗୁ ଦ୍ରବ୍ୟ ଓ ସେବା ଟିକସ(ଜିଏସ୍‌ଟି) ଆଦାୟ ଗୁରୁତର...

ଓଡ଼ିଶୀରେ ତ୍ରିବେଣୀ ସଙ୍ଗମ:କୋଣାର୍କ ଉତ୍ସବର ତୃତୀୟ ସନ୍ଧ୍ୟା

କୋଣାର୍କ,୪ା୧୨(ଡି.ଏନ.ଏ.):କୋଣାର୍କ ସୂର୍ଯ୍ୟମନ୍ଦିର ପାଦଦେଶରେ ଥିବା ମୁକ୍ତାକାଶ ରଙ୍ଗମଞ୍ଚରେ ଓଡ଼ିଶା ପର୍ଯ୍ୟଟନ ବିଭାଗ ଦ୍ୱାରା ଆୟୋଜିତ କୋଣାର୍କ ଉତ୍ସବର ମଙ୍ଗଳବାର ଥିଲା ତୃତୀୟ ସନ୍ଧ୍ୟା। ଏଥିରେ ପୁରାଣ...

ଯୁକ୍ତ୨ କଳା: ଖାତା ରିଚେକିଂ ଆବେଦନ ଆରମ୍ଭ

ଭୁବନେଶ୍ୱର, ୧୨। ୯(ବ୍ୟୁରୋ): ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ (ସିଏଚ୍‌ଏସ୍‌ଇ) ଦ୍ୱାରା ପରିଚାଳିତ ଯୁକ୍ତ୨ କଳା ଓ ଧନ୍ଦାମୂଳକ ଶିକ୍ଷା ପରୀକ୍ଷା ଖାତା ରିଚେକିଂ ଶୁକ୍ରବାରଠାରୁ ଆରମ୍ଭ...

ସଡ଼କ ସୁରକ୍ଷା ନିୟମ ପାଳିବାକୁ ମୁଖ୍ୟମନ୍ତ୍ରୀଙ୍କ ଆହ୍ବାନ

ଭୁବନେଶ୍ୱର,୧୯।୧(ବ୍ୟୁରୋ): ସୋମବାରଠାରୁ ଦେଶରେ ଜାତୀୟ ସଡ଼କ ସୁରକ୍ଷା ମାସ ପାଳନ କରାଯାଉଛି। ଏହା ଜାନୁୟାରୀ ୧୮ରୁ ଫେବୃୟାରୀ ୧୭ ତାରିଖ ଯାଏ ଚାଲିବ। ଏହି ଅବସରରେ...

୪୮୦ ବସ୍ତା ୟୁରିଆ ସାର ବାଟରୁ ଉଭାନ ଧରାପଡିଲା

ବଡ଼ଗାଁ, ୨୫।୯ (ଡି.ଏନ.ଏ): ସୁନ୍ଦରଗଡ଼ ଜିଲା ବଡ଼ଗାଁ ବ୍ଲକ ଅନ୍ତର୍ଗତ ସାହାଜବାହାଲ ଗ୍ରାମସ୍ଥିତ ସମବାୟ ସମିତି (ଲ୍ୟାମ୍ପ୍ସ)ର କର୍ମଚାରୀମାନେ ଚଞ୍ଚକତା କରି ଲକ୍ଷ ଲକ୍ଷ ଟଙ୍କା...

ସଂକ୍ରମଣର ଭୟ ଥିବାରୁ ନିର୍ମାଣ ହେଉଛି ସ୍ବତନ୍ତ୍ର କୋଭିଡ-୧୯ ହସ୍ପିଟାଲ: ଏବେସୁଦ୍ଧା ୨୪ଟି କାର୍ଯ୍ୟକ୍ଷମ, ୧୧ଟିର ନିର୍ମାଣ ଚାଲିଛି

ଭୁବନେଶ୍ୱର,୧୬।୪(ବ୍ୟୁରୋ): କରୋନା ମହାମାରୀ ସଂକ୍ରମଣକୁ ପ୍ରତିହତ କରିବା ଲାଗି ରାଜ୍ୟ ତଥା ଜିଲା ସ୍ତରରେ ୩୫ଟି କୋଭିଡ୍‌ ଡାକ୍ତରଖାନା ପ୍ରତିଷ୍ଠା ହେବାକୁ ନିଷ୍ପତ୍ତି ନିଆଯାଇଥିଲା। ବର୍ତ୍ତମାନସୁଦ୍ଧା...

ରାଜ୍ୟରେ ଗତ ୨୪ ଘଣ୍ଟାରେ ୨୩୭ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର,୧।୧୨(ବ୍ୟୁରୋ): ରାଜ୍ୟରେ ଗତ ୨୪ ଘଣ୍ଟା ୨୩୭ ମଧ୍ୟରେ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୩୯ ଜଣ ପିଲା ଅଛନ୍ତି। ଯେଉଁମାନଙ୍କ...

ପ୍ରଶାସନ, ସ୍ବାସ୍ଥ୍ୟ ବିଭାଗର ପ୍ରସ୍ତୁତି ସମୀକ୍ଷା କଲେ ଆର୍‌ଡିସି

ବ୍ରହ୍ମପୁର ଅଫିସ,୨୭ା୩-କରୋନା ସଂକ୍ରମଣର ପ୍ରତିରୋଧ ନେଇ ଜିଲା ପ୍ରଶାସନ ପକ୍ଷରୁ ବ୍ରହ୍ମପୁରରେ ଗ୍ରହଣ କରାଯାଇଥିବା ବିଭିନ୍ନ ପଦକ୍ଷେପର ଶୁକ୍ରବାର ସମୀକ୍ଷା କରିଛନ୍ତି ଦକ୍ଷିଣାଞ୍ଚଳ ରାଜସ୍ବ କମିଶନର...

Advertisement
Archives

Model This Week