ନୂଆଦିଲ୍ଲୀ,୨୦।୧୦: ଭାଜପା ପକ୍ଷରୁ ଜାତୀୟ ଯୁବ ମୋର୍ଚ୍ଚାର ନୂଆ ପଦାଧିକାରୀଙ୍କ ନାମ ଘୋଷଣା କରାଯାଇଛି। ଏଥିରେ ଉତ୍ତରପ୍ରଦେଶର ନିଖିଲ ମଣି ତିୱାରୀଙ୍କୁ ଜାତୀୟ ଉପାଧ୍ୟକ୍ଷ ଏବଂ ହର୍ଷବର୍ଦ୍ଧନ ସିଂହଙ୍କୁ ଜାତୀୟ ମହାମନ୍ତ୍ରୀ ଭାବେ ନିଯୁକ୍ତ କରାଯାଇଛି।
ଦଳ ପକ୍ଷରୁ ଜାରି ପ୍ରେସ ବିଜ୍ଞପ୍ତି ଅନୁଯାୟୀ, ଭାରତୀୟ ଜନତା ପାର୍ଟିର ଜାତୀୟ ଅଧ୍ୟକ୍ଷ ନୀତିନ ନବୀନଙ୍କ ନିର୍ଦ୍ଦେଶକ୍ରମେ ଭାଜପା ଯୁବ ମୋର୍ଚ୍ଚାର ଜାତୀୟ ପଦାଧିକାରୀ ଏବଂ ଅନ୍ୟାନ୍ୟ ଦାୟିତ୍ୱରେ ନିଯୁକ୍ତି ଦିଆଯାଇଛି।
ଜମ୍ମୁ-କଶ୍ମୀରର ବିଧାୟିକା ଶଗୁନ ପରିହାର, ଉତ୍ତରପ୍ରଦେଶର ନିଖିଲ ମଣି ତିୱାରୀ, ନାଗାଲାଣ୍ଡର ଅରବିନ୍ଦ ଦମାନୀ, ତେଲଙ୍ଗାନାର ମାଲୋଥ କୋମଲ ନାଏକ, ବିହାରର ରାଜ ରାଜେନ୍ଦ୍ର ସିଂହ, ପଶ୍ଚିମବଙ୍ଗର ବିଧାୟକ ସୌମେନ କରଫା ଏବଂ ଛତିଶଗଡ଼ର ଭୂପେନ୍ଦ୍ର ନାଗଙ୍କୁ ଜାତୀୟ ଉପାଧ୍ୟକ୍ଷ ଭାବେ ନିଯୁକ୍ତ କରାଯାଇଛି।
ଉତ୍ତରପ୍ରଦେଶର ହର୍ଷବର୍ଦ୍ଧନ ସିଂହ, ଓଡ଼ିଶାର ଅର୍ପିତା ଉପରାଜିତା ବଡ଼ଜେନା ଏବଂ ଆନ୍ଧ୍ରପ୍ରଦେଶର ମିତ୍ତା ବଂଶୀ କୃଷ୍ଣାଙ୍କୁ ଜାତୀୟ ମହାମନ୍ତ୍ରୀ ଭାବେ ନିଯୁକ୍ତ କରାଯାଇଛି।
ଆସାମର ବିଶ୍ୱଜିତ ଖୌଣ୍ଡ, ମଧ୍ୟପ୍ରଦେଶର ଆଶିଷ ଝାଲା, ମହାରାଷ୍ଟ୍ରର ସାୟଲୀ ରଘୁନାଥ କୁଲକର୍ଣ୍ଣୀ, ରାଜସ୍ଥାନର ହିମାଂଶୁ ଶର୍ମା, ପଞ୍ଜାବର ସର୍ଦ୍ଦାର ଅରମାନଜୋତ ବରାର, ଝାଡ଼ଖଣ୍ଡର ଅମନ ଯାଦବ ଏବଂ ବିହାରର ରାହୁଲ ଝାଙ୍କୁ ଜାତୀୟ ମନ୍ତ୍ରୀ ଭାବେ ନିଯୁକ୍ତି ମିଳିଛି।

