Posted inଜାତୀୟ

ବିହାରରେ ନୀତିଶଙ୍କୁ ଘେରିବାକୁ ଭାଜପାର ରଣନୀତି, ଏହି ନେତାଙ୍କୁ ଭେଟିଲେ ଅମିତ ଶାହା

ପାଟନା,୧୧।୭: ୨୪ ଲୋକସଭା ନିର୍ବାଚନ ପାଇଁ ଅଣ୍ଟା ଭିଡିଲାଣି ଭାଜପା। ଦେଶର ବିଭିନ୍ନ ରାଜ୍ୟ ସଭାପତି ଏବଂ ପ୍ରଭାରୀଙ୍କ ସହ ଘନଘନ ବୈଠକ କରୁଛନ୍ତି ଗୃହମନ୍ତ୍ରୀ ଅମିତ ଶାହା। ସେପଟେ ନୀତୀଶ କୁମାର ବିରୋଧୀଙ୍କୁ ଏକଜୁଟ କରିବାରେ ଲାଗି ପଡିଛନ୍ତି। ମହାରାଷ୍ଟ୍ର ରାଜନୀତିକୁ ଦୋହଲାଇଦେବା ଭଳି ବିହାରର ସମଦଶା ହେବ ବୋଲି ଭାଜପା କହି ଆସୁଛି। ସେଥିପାଇଁ ନୀତୀଶ କୁମାରଙ୍କ ଟାଣପଣକୁ ଦୁର୍ବଳ କରିବା ପାଇଁ ରଣନୀତି ପ୍ରସ୍ତୁତ କରିିଛି। ଏହି ପର୍ଯ୍ୟାୟରେ ଭାଜପାର ବରିଷ୍ଠ ନେତା ତଥା ଗୃହମନ୍ତ୍ରୀ ଅମିତ ଶାହା ବିହାରର ନେତା ନାଗମଣିଙ୍କୁ ଭେଟିଛନ୍ତି।

ଆଗାମୀ ଲୋକସଭା ନିର୍ବାଚନରେ ନୀତୀଶଙ୍କୁ ଘେରିବା ପାଇଁ ବିଜେପି ତାଙ୍କ ଲବ-କୁଶ ଅର୍ଥାତ କୁଶଓ୍ବା ସମୀକରଣଙ୍କୁ ହାତେଇବାକୁ ଚାହିଁଛିି। ଏହି କ୍ରମରେ ଅମିତ ଶାହା ପୂର୍ବତନ ମନ୍ତ୍ରୀ ତଥା ବିହାର ନେତା ନାଗମଣିଙ୍କୁ ନୂଆଦିଲ୍ଲୀରେ ଭେଟିଛନ୍ତି। ନାଗମଣିି ଗତ ବର୍ଷ ଶୋଶିଷ ଇନକିଲାବ ପାର୍ଟି ନାମକ ଏକ ନୂତନ ଦଳ ଗଠନ କରିଛନ୍ତି।

ବିହାରରେ ଜନସଂଖ୍ୟା ଦୃଷ୍ଟିରୁ ଯାଦବଙ୍କ ପରେ କୁଶୱା ସମ୍ପ୍ରଦାୟ ଅଧିବାସୀ ଦ୍ୱିତୀୟ ସ୍ଥାନରେ ଅଛନ୍ତିି। ଏମାନେ କୁର୍ମି ସମ୍ପ୍ରଦାୟର ଆସନ୍ତି। ଏହି ସମ୍ପ୍ରଦାୟଙ୍କ ଭୋଟ ହାତେଇବା ପାଇଁ ଭାଜପା ନିକଟରେି ସମ୍ରାଟ ଚୌଧୁରୀଙ୍କୁ ବିହାରର ପ୍ରଦେଶ ଅଧ୍ୟକ୍ଷ ଭାବରେ ନିଯୁକ୍ତ କରିଛି। ନାଗମଣି କୁଶୱା ସମ୍ପ୍ରଦାୟରୁ ଆସନ୍ତି। ତେଣୁ ନାଗମଣିଙ୍କ ସହ ମେଣ୍ଟ କରି ଭାଜପା କୁଶଓ୍ବାଙ୍କ ଭୋଟ ଜିତିବା ପାଇଁ ଯୋଜନା କରିଛି।

ଅମିତ ଶାହାଙ୍କ ସହ ସାକ୍ଷାତକାର ପରେ ନାଗମଣି ଗଣମାଧ୍ୟମକୁ କହିଛନ୍ତି, ଆଞ୍ଚଳିକ ଦଳମାନଙ୍କୁ ଏକାଠି କରି ଭାଜପା ରାଜ୍ୟରେ ମହାମେଣ୍ଟ କରିବ। ଏହାଦ୍ୱାରା ବିରୋଧି ସହ ପ୍ରତିଦ୍ୱନ୍ଦ୍ୱିତା କରିବା ସହଜ ହେବ। ସେ ଆହୁରି କହିଛନ୍ତି ଯେ, ନାଗାମଣିଙ୍କ ଶୋଷିତ ଇନକିଲାବ ପାର୍ଟି ଖୁବ ଶୀଘ୍ର ଏନଡିଏର ଏକ ଅଂଶ ହେବ।


Enter your email to get our daily news in your inbox.

All Right Reserved By Dharitri.Com

ମୋହନାରୁ ବ୍ରହ୍ମପୁର ଚୋରା ଚାଲାଣ ବେଳେ ଧରାପଡ଼ିଲେ ୨ ଗଞ୍ଜେଇ ବେପାରୀ: ୨୩ କେଜି ଗଞ୍ଜେଇ ସହ…

ଦିଗପହଣ୍ଡି ,୨୯।୯ ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ପାଟପୁର ପୋଲିସ ଟିମ୍ ମଙ୍ଗଳବାର ଅପରାହ୍ନରେ ଗଞ୍ଜେଇ ଚୋରା ଚାଲାଣ ପଣ୍ଡ କରିବା ସହ ଏକ ଗଞ୍ଜେଇ…

ଦିଗପହଣ୍ଡି ବିଧାୟକ ସିଦ୍ଧାନ୍ତ ମହାପାତ୍ରଙ୍କ ବିରୋଧରେ ମହାମେଳି: ଅସନ୍ତୋଷ ଝାଡ଼ିଲେ ବରିଷ୍ଠ ନେତା, ପଞ୍ଚାୟତ ନିର୍ବାଚନ ପୂର୍ବରୁ…

ଦିଗପହଣ୍ଡି,୨୯।୯ ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ନିର୍ବାଚନ ମଣ୍ଡଳୀର ବରିଷ୍ଠ ଭାଜପା କାର୍ଯ୍ୟକର୍ତ୍ତାଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ବିଧାୟକ ଡ. ସିଦ୍ଧାନ୍ତ ମହାପାତ୍ର ବରିଷ୍ଠ…

ରାଜନଗରରେ ସୁଜାତାଙ୍କ ସନ୍ଦେହଜନକ ମୃତ୍ୟୁ: ଶାଶୂଘର ଲୋକଙ୍କ ବିରୋଧରେ ହତ୍ୟା ଅଭିଯୋଗ, ସ୍ୱାମୀଙ୍କୁ ଅଟକ ରଖିଲା…

ରାଜନଗର,୨୯।୯(ଭାସ୍କର ରାଉତରାୟ): ରାଜନଗର ଥାନା ଅନ୍ତର୍ଗତ ସାନବଡ଼ ଗୋପାଳପୁର ପଞ୍ଚାୟତ ଗୋସିଗାଁର ଇନ୍ଦ୍ରମଣି ରାଉତଙ୍କ ବୋହୂ ସୁଜାତା ପ୍ରଧାନଙ୍କର ସନ୍ଦେହଜନକ ମୃତ୍ୟୁ ଘଟିଛି। ଏହି ଘଟଣାରେ ଶାଶୂଘର…

ବଦଳିବ ଗ୍ରହଙ୍କ ଚାଲ୍: ବୁଧ-ମଙ୍ଗଳଙ୍କ ଯୋଗରୁ ଖୋଲିଯିବ ୪ଟି ରାଶିର ଭାଗ୍ୟ, ହେବେ ମାଲାମାଲ୍!

ଜ୍ୟୋତିଷ ଶାସ୍ତ୍ରରେ ଗ୍ରହମାନଙ୍କର ସ୍ଥିତି ଏବଂ ସେମାନଙ୍କ ମଧ୍ୟରେ ସୃଷ୍ଟି ହେଉଥିବା ସମ୍ପର୍କକୁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ମନେକରାଯାଏ। ଦୁଇଟି ଗ୍ରହ ପରସ୍ପରଠାରୁ ଏକ ବିଶେଷ କୋଣରେ ଅବସ୍ଥାନ…

ଟ୍ରାଫିକ ଚାଲାଣ ବାକିଥିଲେ କଟିବ ଘର ଲାଇନ୍‌! ସୁପ୍ରିମକୋର୍ଟ କହିଲେ ବଡ଼କଥା

ନୂଆଦିଲ୍ଲୀ,୨୯।୯: ଗାଡ଼ି ଚଳାଉଛନ୍ତି କି? ତେବେ ଆପଣଙ୍କ ପାଇଁ ଆସିଛି ଗୁରୁତ୍ୱପୂର୍ଣ୍ଣ ଖବର। ଟ୍ରାଫିକ୍‌ ନିୟମ ଉଲ୍ଲଂଘନ କରି ଇ-ଚାଲାଣ କଟିବା ପରେ ଦୀର୍ଘଦିନ ଧରି ଜରିମାନା…

PNB ଘୋଟାଲାରେ ବଡ଼ ସଫଳତା! ନୀରବ ମୋଦିଙ୍କ ସହଯୋଗୀ ସନ୍ଦୀପ ମିସ୍ତ୍ରୀଙ୍କୁ UAEରୁ ଅଣାଗଲା ଭାରତ, ଗିରଫ କଲା CBI

ମୁମ୍ବାଇ,୨୯।୯: ନୀରବ ମୋଦିଙ୍କ ସହ ଜଡ଼ିତ ବହୁଚର୍ଚ୍ଚିତ PNB (ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ) ଘୋଟାଲାରେ କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା (CBI)କୁ ମିଳିଛି ବଡ଼ ସଫଳତା। ଏହି ମାମଲାରେ…

ମୁଖ୍ୟମନ୍ତ୍ରୀ ବିଜୟ ‘ମାମା’ଙ୍କ ସୁନା ମୁଦି କିପରି ନବଜାତ ଶିଶୁଙ୍କ ପାଇଁ ହୋଇପାରେ କ୍ଷତିକାରକ: ଅଭିଭାବକମାନେ ମାନନ୍ତୁ…

ଚେନ୍ନାଇ,୨୯।୯: ତାମିଲନାଡୁର ମୁଖ୍ୟମନ୍ତ୍ରୀ ସି. ଜୋସେଫ ବିଜୟ ସୋମବାର ନିଜର ଏକ ନିର୍ବାଚନୀ ପ୍ରତିଶ୍ରୁତି ପୂରଣ କରିବା ଆରମ୍ଭ କରିଛନ୍ତି। ସେପ୍ଟେମ୍ବର ୨୮ରେ, ସେ ରାଜ୍ୟର ନବଜାତ…

ଏସବୁ ରାଜ୍ୟରେ ବଢିଲା DA! ଅକ୍ଟୋବରରେ ବଢିକି ଆସିବ ଦରମା! ପେନସନଭୋଗୀଙ୍କୁ ବି ଦଶହରା ଭେଟି ଦେଲେ ସରକାର

ନୂଆଦିଲ୍ଲୀ,୨୯।୯: ଯଦି ଆପଣ ଜଣେ ସରକାରୀ କର୍ମଚାରୀ କିମ୍ୱା ଘରେ କୌଣସି ବୟସ୍କ ପେନସନଭୋଗୀ ଅଛନ୍ତି, ତେବେ ଏହି ଖବର ଆପଣଙ୍କ ମୁହଁରେ ଏକ ବଡ଼ ହସ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?