ପ୍ରଚାର ଶେଷଦିନରେ କମାଲ ଦେଖାଇଲା ବିଜେଡି

ପୁରୁଷୋତ୍ତମପୁର,୧୮ା୫(ସିମାଞ୍ଚଳ ମିଶ୍ର): ଗଞ୍ଜାମ ଜିଲା ଖଲ୍ଲିକୋଟ ବିଧାନସଭା ନିର୍ବାଚନକୁ ଆଉ ମାତ୍ର ଗୋଟିଏ ଦିନ ବାକି ରହିଥିବା ବେଳେ ଏଥିଲାଗି ଶନିବାର ପ୍ରଚାର ଶେଷ ହୋଇଛି। ଏହି ଶେଷଦିନରେ କଂଗ୍ରେସ, ବିଜେଡି ଓ ଭାଜପା ପକ୍ଷରୁ ପ୍ରଚାର କରାଯାଇଥିବା ବେଳେ ସେଥିମଧ୍ୟରୁ ବିଜେଡି ତାର ମଧ୍ୟ ପ୍ରତିଦ୍ୱନ୍ଦ୍ୱୀ ଭାଜପାକୁ କମାଲ ଦେଖାଇ ହଜାର ହଜାର କର୍ମୀଙ୍କୁ ନେଇ ପୁରୁଷୋତ୍ତମପୁରରେ ରୋଡ୍‌ ଶୋ’ ମାଧ୍ୟମରେ ପ୍ରଚାର କରି ଶକ୍ତି ଦେଖାଇଛନ୍ତି ବିଧାୟିକା ପ୍ରାର୍ଥିନୀ ସୂର୍ଯ୍ୟମଣି ବୈଦ୍ୟ। କିଛିଦିନ ହେଲା ବିଜେଡିରେ ଦେଖାଦେଇଥିବା ଅସନ୍ତୋଷକୁ ନେଇ ଭାଜପା ଫାଇଦା ଉଠାଇବାକୁ ଆଶା ରଖି ବସିଥିବା ବେଳେ ଏହି ଶେଷଦିନରେ ଭାଜପାର ଆଶା ମଉଳିଯାଇଛି। ବିଜେଡି ସମସ୍ତ ଅସନ୍ତୁଷ୍ଟଙ୍କୁ ମନାଇ ଏକ କରିବାରେ ସକ୍ଷମ ହୋଇ କର୍ମୀମାନଙ୍କୁ ନିଜ ସପକ୍ଷରେ ଫେରାଇ ଆଣି ପ୍ରଚାରକୁ ଜୋରଦାର କରିଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଜନହିତକର ଯୋଜନା ଓ ବିକାଶମୂଳକ କାର୍ଯ୍ୟ ସମ୍ପର୍କରେ ଜନସାଧାରଣଙ୍କୁ ଅବଗତ କରାଇ ଭୋଟ୍‌ ଦେବାକୁ ନିବେଦନ କରିଛନ୍ତି। ପ୍ରଚାର ବେଳେ ସୂର୍ଯ୍ୟମଣି ବିଭିନ୍ନ ସ୍ଥାନରେ ଲୋକେ ସମ୍ବର୍ଦ୍ଧନା ଦେଇଥିଲେ। ଏଥିରେ ବରିଷ୍ଠ ନେତା ବାଉରୀ ପଣ୍ଡା, ଗୌରୀଶଙ୍କର ରାଉଳ, ପ୍ରଭାତ ପଟ୍ଟନାୟକ ପ୍ରକାଶ, ତ୍ରିପାଠୀ କ୍ରୁଷ୍ଣଚନ୍ଦ୍ର ଗୌଡ଼,ଦିଗାମ୍ବର ପାଣିଗ୍ରାହୀ,ଅଶୋକ ମହାକୁଡ, ପ୍ରେମାନନ୍ଦ ସାହୁ, ସୁଦର୍ଶନ ନାୟକ ପ୍ରମୁଖ ଯୋଗଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଜୀବିକା ଦେଇଛି ବାଉଁଶ କାରିଗରୀ

କୋକସରା,୨୬ା୭ (ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ବ୍ଲକ ବରାଡଙ୍ଗା ପଞ୍ଚାୟତର ଏକ ଆଦିବାସୀ ବହୁଳ ଗ୍ରାମ ଝୁଲେନବର। ଜଙ୍ଗଲ ପରିବେଷ୍ଟିତ ଗାଁରେ ପ୍ରାୟ...

ହରିଣ ଛୁଆକୁ ଘେରିଗଲେ ବିଲୁଆ ଦଳ:, ଆଉ ତା’ପରେ…

ପାତ୍ରପୁର,୨୬।୭(ଉମା ଚରଣ ନେପାକ): ସାମନ୍ତିଆପଲ୍ଲୀ ବନାଞ୍ଚଳ ଅଧୀନ ଗୋପୀନାଥପୁର ନିକଟସ୍ଥ ଜଙ୍ଗଲରୁ ଶୁକ୍ରବାର ଏକ ଆହତ ହରିଣ ଛୁଆ ଉଦ୍ଧାର ହୋଇଛି। କିଛି ବିଲୁଆ ହରିଣମାନଙ୍କୁ...

ବର୍ଷା ଅଭାବ: ଚାଷ ଜମିରେ ଚରିଲେ ଗୋରୁ

ଔପଦା, ୨୬।୭(ଧରିତ୍ରୀ ପଣ୍ଡା)-ଜୟ ଯବାନ, ଜୟ କିଷାନ ଧ୍ୱନିରେ ଚାଷ ଅଛି ଯାହାର, କି ଆନନ୍ଦ ତାହାର ଉକ୍ତିର ଆଜି ବିପରୀତ ଦେଖାଦେଇଛି। ଧାନ ଚାଷ...

ଗିରଫ ହେଲେ କୁବେର ଯନ୍ତ୍ରୀ, ଚଢାଉ ପରେ ଧରାପଡିଲା ଅମାପ ଅମାପ ସମ୍ପତ୍ତି

ଭୁବନେଶ୍ୱର,୨୬।୭: ଗିରଫ ହେଲେ କୁବେର ନିର୍ମାଣ ଯନ୍ତ୍ରୀ ସୁନୀଲ ରାଉତ। ଆୟ ବର୍ହିଭୂତ ସମ୍ପତ୍ତି ଠୂଳ ଅଭିଯୋଗରେ ଶୁକ୍ରବାର ଯନ୍ତ୍ରୀ ସୁନୀଲ ରାଉତଙ୍କୁ ଗିରଫ କରିଛି...

ଅସହାୟ ପିଲାଙ୍କୁ ଶିକ୍ଷାଦାନ ପାଇଁ ହାତ ବଢାଇଲେ ଡାକ୍ତର

କେସିଙ୍ଗା,୨୬।୭(ତୁମେଶର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ କାଣ୍ଡେଲ ଗ୍ରାମର ପୂର୍ଣଚନ୍ଦ୍ର ହରିଜନ ଗତ ୪ବର୍ଷ ତଳେ କିଡ୍‌ନୀ ରୋଗରେ ଆକ୍ରାନ୍ତ ହୋଇ ତାଙ୍କର ମୃତ୍ୟୁ...

ମହିଳାଙ୍କ ଉପରକୁ ଚଢ଼ିଗଲା ଟ୍ରକ୍‌

ବଡବିଲ,୨୬।୭(ଦେବପ୍ରିୟ ରଣା): ୫୨୦ ନମ୍ବର ଜାତୀୟ ରାଜପଥ କେନ୍ଦୁଝର ଜିଲା ରୁଗୁଡ଼ି ଥାନା କେନ୍ଦୁଡିହି ଛକରେ ଶୁକ୍ରବାର ଏକ ଦୁର୍ଘଟଣା ଘଟିଛି। ଏକ ଟ୍ରକ୍‌ ଧକ୍କାରେ...

ଲକ୍ଷ୍ମୀବସ୍‌ର ମନମୁଖୀ କାର୍ଯ୍ୟ: ତାତିଲେ ଘରୋଇ ବସ୍‌ ମାଲିକ ସଂଘ

ଛତ୍ରପୁର,୨୬।୭ (ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲାରେ ଲକ୍ଷ୍ମୀବସ ମନମୁଖୀ ଓ ବେନିୟମ ଭାବେ ଚଳାଚଳ ନେଇ ଏହାକୁ ଘରୋଇ ବସ୍‌ ମାଲିକ ସଂଘ ବିରୋଧ କରିଛନ୍ତି।...

ଗଞ୍ଜେଇ କାରବାରରେ ଶିକ୍ଷକ

ଟିଟିଲାଗଡ଼,୨୬।୭: ଅବକାରୀ ବିଭାଗ ଏବଂ ପୋଲିସ ଶୁକ୍ରବାର ଚଢାଉ କରି ଏକ ବଡ଼ ଧରଣର ଗଞ୍ଜେଇ ର଼୍ୟାକେଟ୍‌କୁ ଧରିବାର ସଫଳ ହୋଇଛି। ଅଧକାରୀମାନେ ଟିଟିଲାଗଡ଼ରୁ ୨୪୩...

Advertisement
Mettle Meet 2024

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri