ସୁବାସ ସିଂ ସବୁଠାରୁ ଧନୀ

କଟକ ଅଫିସ,୯।୩: ସିଲିଭର ସିଟି କଟକରେ ମେୟର ପଦ ପାଇଁ ବିଜେଡି, କଂଗ୍ରେସ ଓ ବିଜେପି ପ୍ରାର୍ଥୀଙ୍କ ମଧ୍ୟରେ କଡା ଟକ୍କର ଦେଖିବାକୁ ମିଳିପାରେ ବୋଲି ଆକଳନ କରାଯାଉଛି। ଏହାପୂର୍ବରୁ ମେୟର ପ୍ରାର୍ଥୀମାନଙ୍କ ସମ୍ପତ୍ତି ତାଲିକା ପ୍ରକାଶ ପାଇଛି। ଶାସକ ବିଜୁ ଜନତା ଦଳ(ବିଜେଡି) ପକ୍ଷରୁ ମଇଦାନକୁ ଓହ୍ଲାଇଥିବା କଟକର ଶ୍ରମିକ ନେତା ତଥା ରାଜ୍ୟ ସଭା ଏମ୍‌ପି ସୁବାସ ସିଂ ସବୁଠାରୁ ଧନୀ ବୋଲି ଜଣାପଡ଼ିଛି । ସମ୍ପତ୍ତି ତାଲିକାରେ କଂଗ୍ରେସର ଗିରିବାଳା ବେହେରା ଓ ଭାଜପାର ଶ୍ରୀତମ ଦାସଙ୍କୁ ସେ ପଛରେ ପକାଇ ଦେଇଛନ୍ତି।

ନାମାଙ୍କନ ଦାଖଲ ବେଳେ କରିଥିବା ସତ୍ୟପାଠ ଅନୁସାରେ ସୁବାସ ସିଂଙ୍କ ସମ୍ପତ୍ତି ପରିମାଣ ୫ କୋଟିରୁ ଅଧିକ । ସୁବାସଙ୍କ ନାମରେ ୭୬ ଲକ୍ଷ, ୭୬ ହଜାର ୬୮୯ ଟଙ୍କାର ବ୍ୟାଙ୍କ ଡିପୋଜିଟ୍‌, ବୀମା ଓ ନିବେଶ ଆଦି ରହିଛି । ସେହିଭଳି ତାଙ୍କ ସ୍ତ୍ରୀଙ୍କ ନାମରେ ୪ କୋଟି ୫୮ ଲକ୍ଷ ୫୪ ହଜାର ୫୯୯ ଟଙ୍କାର ବ୍ୟାଙ୍କ ଡିପୋଜିଟ, ବୀମା ଓ ନିବେଶ ରହିଛି । ସୁବାସଙ୍କ ପାଖରେ ଥିବା ଜମିର ମୂଲ୍ୟ ୭୭ ଲକ୍ଷ, ୧୯ ହଜାର ୯୬ ଟଙ୍କା ବୋଲି ଦର୍ଶାଯାଇଛି । ତାଙ୍କ ନାମରେ ପ୍ରାୟ ୬ ଲକ୍ଷ ଟଙ୍କାର ବ୍ୟାଙ୍କ ଲୋନ ରହିଛି ।

ସେହିଭଳି କଂଗ୍ରେସର ମେୟର ପ୍ରାର୍ଥୀ ଗିରିବାଳା ବେହେରାଙ୍କ ନିକଟରେ ୨୦ ଲକ୍ଷ ୫୦ ହଜାର ଟଙ୍କା, ବୀମା ଓ ନିବେଶ ରହିଛି । ତାଙ୍କ ନିକଟରେ ୭୫ ଲକ୍ଷ ଟଙ୍କା ମୂଲ୍ୟର ଜମି ରହିଛି । ତାଙ୍କ ସ୍ବାମୀଙ୍କର ମଧ୍ୟ ୯୫ ଲକ୍ଷ ଟଙ୍କା ମୂଲ୍ୟର ଜମି ରହିଛି।

ଅପରପକ୍ଷେ ଭାଜପା ଟିକେଟରୁ ନିର୍ବାଚନ ମଇଦାନକୁ ଓହ୍ଲାଇଥିବା ଶ୍ରୀତମଙ୍କର ୩୩ ଲକ୍ଷ ୬୬ ହଜାର ଓ ତାଙ୍କ ପତ୍ନୀଙ୍କ ନାମରେ ୧୩ ଲକ୍ଷ ୬୮ ହଜାର ଟଙ୍କା, ନିବେଶ ଓ ବୀମା ଆଦି ରହିଛି । ଶ୍ରୀତମଙ୍କ ନିକଟରେ ୪୧ ଲକ୍ଷ ୯୦ ହଜାର ଟଙ୍କାର ଘରବା଼ଡ଼ି ଓ ତାଙ୍କ ପତ୍ନୀଙ୍କ ନାଁରେ ୪ ଲକ୍ଷ ୮୫ ହଜାର ଟଙ୍କାର ଘରବାଡ଼ି ରହିଛି । ଶ୍ରୀତମ ୪୪ ଲକ୍ଷ ୫୦ ହଜାର ଟଙ୍କାର ବ୍ୟାଙ୍କ ଲୋନ ରହିଥିବା ସେ ସତ୍ୟପାଠରେ ଦର୍ଶାଇଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

ଧର୍ମେନ୍ଦ୍ରଙ୍କୁ ପାଣ୍ଡିଆନଙ୍କ ଡାଇରେକ୍ଟ ଆଟାକ୍‌, କହିଲେ…

ଭୁବନେଶ୍ୱର,୨୬।୪: ଉମରକୋଟ ଓ ଝରିଗାଁରେ ଜୋରଦାର ପ୍ରଚାର କରିଛନ୍ତି ବିଜୁ ଜନତା ଦଳର ନେତା କାର୍ତ୍ତିକ ପାଣ୍ଡିଆନ । ନବରଙ୍ଗପୁର ଲୋକ ସଭା ନିର୍ବାଚନ ମଣ୍ଡଳୀର...

ଭାଜପାରେ ମିଶିବା ପରେ ଏମିତି କହିଲେ ପର୍ଶୁରାମ ଧଡ଼ା

ଭୁବନେଶ୍ବର, ୨୬।୪: ଭାଜପାରେ ସାମିଲ ହେବା ପରେ ସୋର ବିଧାୟକ ପର୍ଶୁରାମ ଧଡ଼ା ପ୍ରତିକ୍ରିୟା ଦେଇଛନ୍ତି। ସେ କହିଛନ୍ତି, ମୋଦିଙ୍କ ନେତୃତ୍ୱରେ ଭାରତ ବିକଶିତ ରାଷ୍ଟ୍ର...

ଆହୁରି ୫ଦିନ ଅଣାୟତ ହେବ ତାତି, ଘରୁ ବାହାରିଲେ…

ଭୁବନେଶ୍ୱର,୨୬।୪: ସାରା ରାଜ୍ୟରେ ଜାରି ରହିଛି ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ । ପ୍ରବଳ ଗରମ ଓ ଗୁଳୁଗୁଳିରେ ସାରା ରାଜ୍ୟ ସନ୍ତୁଳି ହେଉଥିବା ବେଳେ ଆହୁରି...

VIDEO: ଅଟୋ ଚଳାଇ, ଆଖୁ ପେଡ଼ି ପ୍ରଚାର କଲେ ବିଜେଡି ଏମ୍‌ପି ପ୍ରାର୍ଥୀ ମନ୍ମଥ

ଭୁବନେଶ୍ବର, ୨୬।୪: ବିଜେଡି ଟିକେଟ୍‌ରେ ଭୁବନେଶ୍ବର ଲୋକ ସଭା ଆସନରୁ ପ୍ରାର୍ଥୀ ହୋଇଥିବା ମନ୍ମଥ ରାଉତରାୟ ନିର୍ବାଚନ ପାଇଁ ଜେରଦାର ପ୍ରଚାର କରୁଛନ୍ତି। ଏହି ସମୟରେ...

ଜଙ୍ଗଲରେ ନିଆଁ ଲଗାଇ କରୁଥିଲେ ବନ୍ୟଜନ୍ତୁ ଶିକାର: ମାଡ଼ିବସିଲା ବନ ବିଭାଗ

ଦାରିଙ୍ଗବାଡି,୨୬।୪(ଅରୁଣ ସାହୁ): ଜଙ୍ଗଲରେ ନିଆଁ ଲଗାଇ ଧ୍ବଂସ କରିବା ଏବଂ ଗରମରେ ବନ୍ୟଜନ୍ତୁ ଆଉଟୁପାଉଟୁ ହୋଇ ପାଣି ପିଇବାକୁ ଆସିବା ବେଳେ ଶିକାର କରୁଥିବା ୩ଜଣ...

ସାନଖେମୁଣ୍ଡି ବିଧାନସଭା ପାଇଁ ନାମାଙ୍କନ ପତ୍ର ଦାଖଲ କଲେ ବିଜେଡି ପ୍ରାର୍ଥିନୀ ସୁଶ୍ରୀ

ଛତ୍ରପୁର ୨୬। ୪ (ଦିଲ୍ଲୀପ କୁମାର ସାମଲ) : ଗଞ୍ଜାମ ଜିଲାରେ ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ଲାଗି ଆଜିଠାରୁ ନାମଙ୍କନ ପତ୍ର ଦାଖଲ ପ୍ରକ୍ରିୟା ଆରମ୍ଭ...

ମୁଖ୍ୟମନ୍ତ୍ରୀ ୨ଟି ଆସନରୁ ଲଢ଼ିବା ପ୍ରସଙ୍ଗରେ ଭାଜପା ନେତାଙ୍କ ଟାର୍ଗେଟ୍‌, କହିଲେ ପାଣ୍ଡିଆନଙ୍କୁ ପଛଦ୍ବାର ବାଟେ…

ଭୁବନେଶ୍ବର, ୨୬।୪: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦୁଇଟି ଆସନରୁ ଲଢ଼ିବା ପ୍ରସଙ୍ଗରେ ଭାଜପା ନେତା ସମୀର ମହାନ୍ତି ଟାର୍ଗେଟ୍‌ କରିଛନ୍ତି। ସେ କହିଛନ୍ତି, ଗୁମାସ୍ତା, ରିମୋଟ୍‌...

ଉମରକୋଟରେ ପାଣ୍ଡିଆନଙ୍କ ହେଲିକପ୍ଟର ଯାଞ୍ଚ କଲା ପୋଲିସ

ଭୁବନେଶ୍ବର, ୨୬।୪: ଉମରକୋଟରେ ୫ଟି ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନଙ୍କ ହେଲିକପ୍ଟର ଯାଞ୍ଚ କରିଛନ୍ତି ମାଜିଷ୍ଟ୍ରେଟ ଓ ପୋଲିସ। ପ୍ରଚାର ପାଇଁ ଯାଇଥିବା ବେଳେ ହେଲିକପ୍ଟର ହୋଇଛି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri