ୱକଫ ବିଲ୍‌କୁ ନେଇ ବଦଳିଲା BJDର ନିଷ୍ପତ୍ତି, ରାଜ୍ୟ ରାଜନୀତିରେ ହଇଚଇ

ନୂଆଦିଲ୍ଲୀ/ଭୁବନେଶ୍ୱର, ୨।୪: ବିଜୁ ଜନତା ଦଳ (ବିଜେଡି) କେନ୍ଦ୍ର ସରକାରଙ୍କ ଓ୍ବକଫ (ସଂଶୋଧନ) ବିଲ ୨୦୨୪କୁ କଡ଼ା ବିରୋଧ କରିଛି। ଏହି ବିଲ ମୁସଲିମ ସମ୍ପ୍ରଦାୟର ଧାର୍ମିକ ଓ ସମ୍ପତ୍ତି ଅଧିକାର ଉପରେ ଆଘାତ ଦେବ ବୋଲି ଦଳ ଅଭିଯୋଗ କରିଛି। ବିଜେଡି ନେତା ତଥା ରାଜ୍ୟ ସଭା ଏମପି ମୁଜିବୁଲ୍ଲା ଖାନ କହିଛନ୍ତି ଯେ, ଓ୍ବକଫ ସମ୍ପତ୍ତି ମୁସଲିମ ସମାଜର କଲ୍ୟାଣ ଓ ବିକାଶ ପାଇଁ ଉଦ୍ଦିଷ୍ଟ, କିନ୍ତୁ ଏହି ବିଲ ତାହାକୁ ଦୁର୍ବଳ କରିବ। ସେ ଆହୁରି କହିଛନ୍ତି, “ଓ୍ବକଫ ଜମିରେ ଅନୁପ୍ରବେଶ ରୋକିବା ପାଇଁ କାର୍ଯ୍ୟାନୁଷ୍ଠାନ ଦରକାର, ନା ଯେ ଏପରି ବିଲ ଆଣି ସମ୍ପ୍ରଦାୟର ଅଧିକାର ଖରାପ କରାଯାଉ।”

ତେବେ ଏହାକୁ ନେଇ ଗର୍ଜିଛନ୍ତି ବିଜେଡି ରାଷ୍ଟ୍ରୀୟ ମୁଖପାତ୍ର ସସ୍ମିତ ପାତ୍ର। ସେ କହିଛନ୍ତି, ରାଜ୍ୟ ସଭାରେ ବିଲକୁ ବିରୋଧ କରିବ BJD। ଆଲୋଚନାରେ ଅଂଶଗ୍ରହଣ କରିବା ସହ ବିରୋଧ କରିବ। ବିଲ ବିରୋଧରେ ଭୋଟ ଦେବେ ବିଜେଡି ଏମପି। ଏନେଇ ସୂଚନା ଦେଇଛନ୍ତି ବିଜେଡି ରାଷ୍ଟ୍ରୀୟ ମୁଖପାତ୍ର ସସ୍ମିତ ପାତ୍ର।

ବିଜେଡି ସଭାପତି ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ବିଜେଡି ଏହି ବଲକୁ “ଅନ୍ୟାୟପୂର୍ଣ୍ଣ” ଓ “ଏକତରଫା” ବୋଲି ସମାଲୋଚନା କରିଛି। ଓ୍ବକଫ ବୋର୍ଡରେ ଅଣ-ମୁସଲିମଙ୍କୁ ସାମିଲ କରିବା ଓ ସରକାରଙ୍କ ହସ୍ତକ୍ଷେପ ବଢ଼ାଇବା ଭଳି ପ୍ରସ୍ତାବକୁ ଦଳ ବିରୋଧ କରିଛି। ବିଜେଡିର ମାଇନରିଟି ସେଲ ରାଜ୍ୟରେ ବିକ୍ଷୋଭ କରିବା ସହ ରାଷ୍ଟ୍ରପତିଙ୍କୁ ସ୍ମାରକପତ୍ର ଦେଇ ନିଜର ଅସନ୍ତୋଷ ପ୍ରକାଶ କରିଛି।

ଆଜି ଲୋକ ସଭାରେ ଏହି ବିଲ ଉପରେ ଆଲୋଚନା ହେବାକୁ ଥିବା ବେଳେ ବିଜେଡି ନିଜର ବିରୋଧୀ ଅବସ୍ଥାନକୁ ଦୃଢ଼ ରଖିଛି। ନବୀନ ପଟ୍ଟନାୟକ ମୁସଲିମ ସମ୍ପ୍ରଦାୟର ପ୍ରତିନିଧିଙ୍କୁ ଭେଟି ସମ୍ବିଧାନର ମୂଲ୍ୟବୋଧ ଓ ସାମ୍ପ୍ରଦାୟିକ ସଦଭାବନା ରକ୍ଷା ପାଇଁ ଦଳର ପ୍ରତିବଦ୍ଧତାକୁ ପୁନର୍ବାର ଦୋହରାଇଛନ୍ତି। ତେବେ ଏନଡିଏ କିମ୍ବା ଇଣ୍ଡିଆ ମେଣ୍ଟର ଅଂଶ ନହୋଇଥିବା ବିଜେଡିର ସଂସଦୀୟ ପ୍ରଭାବ କେତେ ଦୂର ରହିବ, ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ନୁହେଁ।

ତେବେ ବିଲ ବିରୋଧରେ ଦଳ ଭୋଟ ଦେବନି ବୋଲି ମଧ୍ୟ ନିଷ୍ପତ୍ତି ନେଇଥିଲା। ଲୋକ ସଭାରେ ବିଜେଡିର ଏମପି ନ ଥିବାବେଳେ ରାଜ୍ୟ ସଭାରେ ଦଳର ୭ଜଣ ଏମପି ଅଛନ୍ତି। ଏହି କ୍ରମରେ ଭୋଟିଂ ବେଳେ ବିଜେଡି ଏମପି ଅନୁପସ୍ଥିତ ରହିବେ ବୋଲି ସୂଚନା ମିଳିଥିଲା। କିନ୍ତୁ ଏବେ ବିଜେଡି ତା’ର ନିଷ୍ପତ୍ତି ପରିବର୍ତ୍ତନ କରିଛି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?