ଭାଜପା ଗଡ଼କୁ ବିଜେଡିର ଦଖଲ ଉଦ୍ୟମ

ନୟାଗଡ଼ ଅଫିସ,୧୦।୨: ଗୋତିସାହି, ହରିହରପୁର, ମଗରବନ୍ଧ, ପଞ୍ଚରିଡ଼ାମାନପୁର, ଶରଣକୁଳ, ସୋଲପଟା, ଗୋଡ଼ିପଲ୍ଲୀ ପଞ୍ଚାୟତକୁ ନେଇ ନୟାଗଡ଼ ଜିଲା ଓଡ଼ଗାଁ ବ୍ଲକର ୩ନଂ. ଜୋନ୍‌ ଗଠିତ । ଏଠାରେ ୪ଜଣ ପ୍ରାର୍ଥୀ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି। କୁମାରୀ ପାତ୍ର ଭାଜପାରୁ ପ୍ରାର୍ଥୀ ହୋଇଥିବାବେଳେ ସସ୍ମିତା କୁମାରୀ ଦାଶ କଂଗ୍ରେସରୁ ନିର୍ବାଚନ ମଇଦାନକୁ ଓହ୍ଲାଇଛନ୍ତି। ଚିନ୍ମୟୀ ଦାଶ ବିଜେଡି ପ୍ରାର୍ଥୀ ହୋଇଥିବାବେଳେ ଭାରତର କମ୍ୟୁନିଷ୍ଟ ପାର୍ଟି (ମାକ୍ସବାଦୀ)ରୁ ଜ୍ୟୋତିପ୍ରଭା ଜେନା ନିର୍ବାଚନ ଲଢ଼ୁଛନ୍ତି । ତେବେ ସରପଞ୍ଚ ଓ ସମିତି ସଭ୍ୟ ପଦବୀ ଦଳୀୟ ହୋଇ ନ ଥିଲେ ମଧ୍ୟ ଏଠାରେ ଶାସକ ବିଜେଡିର ସମର୍ଥନରେ ପ୍ରାର୍ଥୀ ଚୟନ ଦଳର ଭୋଟକୁ ବିଭାଜନ କରୁଛି। ଅଧିକାଂଶ ପ୍ରାର୍ଥୀ ନିଜ ପାଇଁ ଭୋଟ ମାଗୁଥିବାବେଳେ ଜିଲା ପରିଷଦ ଭୋଟ ଯାହାକୁ ଦିଅନ୍ତୁ ଚଳିବ ବୋଲି କହୁଛନ୍ତି। ଏଭଳି ସ୍ଥଳେ ବିଜେଡି ଜିଲା ପରିଷଦ ପ୍ରାର୍ଥୀ କାହାକୁ ସହଯୋଗ କରିବେ ଜାଣି ପାରୁନାହାନ୍ତି। ଯାହାକି ବିଜେଡି ପାଇଁ ମୁଣ୍ଡବ୍ୟଥାର କାରଣ ପାଲଟିଛି । ଏସବୁସତ୍ତ୍ୱେ ଭାଜପା ଗଡ଼କୁ ବିଜେଡି ଦଖଲ କରିବାକୁ ପ୍ରାର୍ଥୀ ଚିନ୍ମୟୀ ଦାଶ ଲକ୍ଷ୍ୟ ରଖି ପ୍ରଚାରକୁ ତ୍ୱରାନ୍ବିତ କରିଛନ୍ତି ।

୨୦୧୭ ପଞ୍ଚାୟତ ନିର୍ବାଚନରେ ଏହି ଜୋନ୍‌ ଭାଜପା ଦଖଲରେ ଥିଲା । ସନ୍ୟାସୀ ପ୍ରଧାନ ଜିଲାପରିଷଦ ସଭ୍ୟ ଥିଲେ । ତେବେ ବିଜେଡିର ଟାର୍ଗେଟକୁ ଟକ୍ଟର ଦେବାକୁ ଭାଜପା ରଣନୀତି ପ୍ରସ୍ତୁତ କରି ନିର୍ବାଚନ ପ୍ରଚାର କରୁଛି । ଭାଜପା ପକ୍ଷରୁ କେନ୍ଦ୍ର ସରକାରଙ୍କ ବିଭିନ୍ନ ଲୋକହିତକର ଯୋଜନା, ବିଜେଡି କିପରି କେନ୍ଦ୍ର ସରକାରଙ୍କ ଯୋଜନାକୁ ହାଇଜାକ୍‌ କରୁଛି ସେନେଇ ପ୍ରଚାର ଚାଲିଛି । ପୁଣି ବିଜେଡି ସରକାର ସମୟରେ ହୋଇଥିବା ୩ନଂ. ଜୋନ୍‌ରେ ବିଭିନ୍ନ ଦୁର୍ନୀତି ନେଇ ଭୋଟରଙ୍କୁ ଅବଗତ କରାଉଛନ୍ତି । ବିଜେଡି ପ୍ରାର୍ଥୀ,ନେତା ପଛରେ ପଡ଼ିନାହାନ୍ତି। ସେମାନେ କେନ୍ଦ୍ରସରକାରଙ୍କ ବିଭିନ୍ନ ଦୋଷ ଦୁର୍ବଳତା,ଓଡ଼ିଶାକୁ ଅଣଦେଖା ନେଇ ଭୋଟରଙ୍କୁ ଭେଟୁଛନ୍ତି । ପୁଣି ନବୀନ ସରକାରଙ୍କ ବିଭିନ୍ନ ଯୋଜନା ସମ୍ପର୍କରେ ବଖାଣୁଛନ୍ତି । ଜିତିଲାପରେ କ’ଣ କରିବେ ନୂଆନୂଆ ପ୍ରତିଶ୍ରୁତି ଦେଉଛନ୍ତି। ଅନ୍ୟପକ୍ଷେ କଂଗ୍ରେସ ଚୁପ ବସିନାହିଁ। ଏହି ଜୋନ୍‌ରେ ବିଜେଡି ପ୍ରାର୍ଥୀ ଚିନ୍ମୟୀ ଦାଶଙ୍କ ଯାଆ ସସ୍ମିତା କୁମାରୀ ଦାଶ ପ୍ରାର୍ଥୀ ହୋଇଛନ୍ତି । ସସ୍ମିତା ଉଭୟ ବିଜେଡି ଓ ଭାଜପା ସରକାରଙ୍କ ଦୋଷ ଦୁର୍ବଳତାକୁ ଲୋକଲୋଚନକୁ ଆଣି ପରିବର୍ତ୍ତନର ହାୱା ବାଣ୍ଟୁଛନ୍ତି । ଲୋକଙ୍କ ନିକଟରେ ଉଭୟଦଳ କିପରି ଭୋଟରଙ୍କୁ ପ୍ରତାରଣା କରୁଛନ୍ତି ତାହା କହୁଛନ୍ତି । ଭାରତର କମ୍ୟୁନିଷ୍ଟ ପାର୍ଟି (ମାକ୍ସବାଦୀ)ମଧ୍ୟ ପଛରେ ପଡ଼ି ନାହାନ୍ତି। ଭୋଟର ସବୁ ଦେଖୁଛନ୍ତି,ଶୁଣୁଛନ୍ତି କି଼ନ୍ତୁ କିଛି କହୁ ନାହାନ୍ତି। ତେବେ ଗୋଟିଏ କଥା ଦେଖିବାକୁ ମିଳୁଛି ଭୋଟର ବଦଳିବାରେ ଲାଗିଛନ୍ତି । ଗ୍ରାମାଞ୍ଚଳରେ ବିଭିନ୍ନ ସମସ୍ୟା ଥିଲେ ମଧ୍ୟ ବିକାଶ ଚାଲିଛି ବୋଲି ସରକାର ଡିଣ୍ଡିମ ପିଟୁଛନ୍ତି। ହେଲେ ଭୋଟର ଏହାର ଠିକ୍‌ ଜବାବ ଦେବେ ବୋଲି କେତେଜଣ ଭୋଟର ନିଜ ନାମ ଗୋପନ ରଖି କହିଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

୭୦% ଚାଷୀଙ୍କୁ ମିଳୁନି କେସିସି ଋଣ

ଭୁବନେଶ୍ୱର,୨୭।୧୨(ରବିନାରାୟଣ ଜେନା): ରାଜ୍ୟରେ ଚାଷୀଙ୍କ ବିକାଶ ପାଇଁ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପକ୍ଷରୁ ବହୁବିଧ ଯୋଜନା କାର୍ଯ୍ୟକାରୀ କରାଯାଉଛି। ଏହାକୁ ତୃଣମୂଳସ୍ତରରେ କାର୍ଯ୍ୟକାରୀ କରିବା...

ପହିଲାରୁ ୩ ଡିଗ୍ରୀ ବଢ଼ିବ ତାପମାତ୍ରା

ଭୁବନେଶ୍ୱର,୨୮ା୧୨(ଅନୁରାଧା ମହାରଣା): ରାଜ୍ୟରେ ପ୍ରବଳ ଶୀତ ସହ କୁହୁଡ଼ି ପ୍ରଭାବରେ ଜନଜୀବନ ଅସ୍ତବ୍ୟସ୍ତ ହେବାରେ ଲାଗିଛି। ୩୧ ତାରିଖ ପର୍ଯ୍ୟନ୍ତ ଏଭଳି ସ୍ଥିତି ଲାଗି ରହିବ।...

ସରକାରଙ୍କ ବଡ଼ ଘୋଷଣା, ଅନ୍‌ଲାଇନରେ ହେବନି…

କଟକ,୨୮।୧୨(କାର୍ତ୍ତିକ ସାହୁ): ଏଣିକି ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ (ଆର୍‌ଟିଓ)ରେ ମୋଟରଯାନ ନିୟମ ଉଲ୍ଲଂଘନରେ ଜାରି ହୋଇଥିବା ଇ-ଚାଲାଣ ବାବଦରେ ନଗଦ ଅର୍ଥ ଅଫ୍‌ଲାଇନରେ ଗ୍ରହଣ କରାଯିବ।...

ନୂଆ ଇତିହାସ ରଚିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ୨୮ ଡିସେମ୍ବରରେ…

ନୂଆଦିଲ୍ଲୀ, ୨୭।୨୫: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆସନ୍ତା ୨୮ ଡିସେମ୍ବରରେ ଭାରତୀୟ ନୌସେନାର ଏକ ପନଡୁବ୍ବୀରେ ସମୁଦ୍ର ଯାତ୍ରା କରିବେ। ଏହି ଯାତ୍ରା କର୍ନାଟକର କାରବାର...

ଜ୍ୱାଇଁଙ୍କ ଟାଙ୍ଗିଆ ଚୋଟରେ ଚାଲିଗଲା ଶାଶୁଙ୍କ ଜୀବନ

ବାଲିଗୁଡା,୨୭ା୧୨(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲା ବାଲିଗୁଡା ଉପଖଣ୍ଡ ଅଧୀନ କ.ନୂଆଗାଁ ଥାନା ସିର୍ତିଗୁଡା ଗ୍ରାମରେ ଶନିବାର ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିିଛି। ପାରିବାରିକ...

 ‘Pay Later with BharatPe’: ଏବେ UPIରେ ମିଳିବ ଉଧାର: ଜାଣନ୍ତୁ କେତେ ଦିନ ମଧ୍ୟରେ ଫେରାଇବାକୁ ହେବ ଟଙ୍କା…

ନୂଆଦିଲ୍ଲୀ, ୨୭।୧୨:  ଆଜିର ଦ୍ରୁତଗତି ଜୀବନଶୈଳୀରେ ପ୍ରତ୍ୟେକ ବ୍ୟକ୍ତି ଡିଜିଟାଲ୍ ପେମେଣ୍ଟ୍ ଉପରେ ନିର୍ଭରଶୀଳ ହୋଇଯାଇଛନ୍ତି। ପରିବା କିଣିବା ହେଉ, କାଫେରେ କଫି ପିଇବା ହେଉ...

ବିଶ୍ୱ ରେକର୍ଡ ସୃଷ୍ଟି କଲା ଚାଇନା ଟ୍ରେନ୍‌

ବେଜିଂ,୨୭ା୧୨: ଚାଇନାର ସବୁଠୁ ଦ୍ରୁତଗାମୀ ମାଗଲେଭ୍‌ ଟ୍ରେନ୍‌ ନୂଆ ବିଶ୍ୱ ରେକର୍ଡ ସୃଷ୍ଟି କରିଛି। ଏହି ଟ୍ରେନ୍‌ ମାତ୍ର ୨ ସେକେଣ୍ଡରେ ଘଣ୍ଟାପ୍ରତି ୭୦୦ କି.ମି....

ଯୁବକଙ୍କୁ ଚାପିଦେଲା ଟ୍ରକ୍‌: ଆଉ ତା’ପରେ…

କୋକସରା,୨୭ା୧୨(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): ୨୬ ନମ୍ବର ଜାତୀୟ ରାଜପଥର କୋକସରା ଥାନା କୁସୁମଖୁଣ୍ଟି ନିକଟରେ ଶନିବାର ରାତି ପ୍ରାୟ ୭ଟାରେ ଏକ ଟ୍ରକ୍‌ ଧକ୍କାରେ ଜଣେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri