ଭାଜପା ଗଡ଼କୁ ବିଜେଡିର ଦଖଲ ଉଦ୍ୟମ

ନୟାଗଡ଼ ଅଫିସ,୧୦।୨: ଗୋତିସାହି, ହରିହରପୁର, ମଗରବନ୍ଧ, ପଞ୍ଚରିଡ଼ାମାନପୁର, ଶରଣକୁଳ, ସୋଲପଟା, ଗୋଡ଼ିପଲ୍ଲୀ ପଞ୍ଚାୟତକୁ ନେଇ ନୟାଗଡ଼ ଜିଲା ଓଡ଼ଗାଁ ବ୍ଲକର ୩ନଂ. ଜୋନ୍‌ ଗଠିତ । ଏଠାରେ ୪ଜଣ ପ୍ରାର୍ଥୀ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି। କୁମାରୀ ପାତ୍ର ଭାଜପାରୁ ପ୍ରାର୍ଥୀ ହୋଇଥିବାବେଳେ ସସ୍ମିତା କୁମାରୀ ଦାଶ କଂଗ୍ରେସରୁ ନିର୍ବାଚନ ମଇଦାନକୁ ଓହ୍ଲାଇଛନ୍ତି। ଚିନ୍ମୟୀ ଦାଶ ବିଜେଡି ପ୍ରାର୍ଥୀ ହୋଇଥିବାବେଳେ ଭାରତର କମ୍ୟୁନିଷ୍ଟ ପାର୍ଟି (ମାକ୍ସବାଦୀ)ରୁ ଜ୍ୟୋତିପ୍ରଭା ଜେନା ନିର୍ବାଚନ ଲଢ଼ୁଛନ୍ତି । ତେବେ ସରପଞ୍ଚ ଓ ସମିତି ସଭ୍ୟ ପଦବୀ ଦଳୀୟ ହୋଇ ନ ଥିଲେ ମଧ୍ୟ ଏଠାରେ ଶାସକ ବିଜେଡିର ସମର୍ଥନରେ ପ୍ରାର୍ଥୀ ଚୟନ ଦଳର ଭୋଟକୁ ବିଭାଜନ କରୁଛି। ଅଧିକାଂଶ ପ୍ରାର୍ଥୀ ନିଜ ପାଇଁ ଭୋଟ ମାଗୁଥିବାବେଳେ ଜିଲା ପରିଷଦ ଭୋଟ ଯାହାକୁ ଦିଅନ୍ତୁ ଚଳିବ ବୋଲି କହୁଛନ୍ତି। ଏଭଳି ସ୍ଥଳେ ବିଜେଡି ଜିଲା ପରିଷଦ ପ୍ରାର୍ଥୀ କାହାକୁ ସହଯୋଗ କରିବେ ଜାଣି ପାରୁନାହାନ୍ତି। ଯାହାକି ବିଜେଡି ପାଇଁ ମୁଣ୍ଡବ୍ୟଥାର କାରଣ ପାଲଟିଛି । ଏସବୁସତ୍ତ୍ୱେ ଭାଜପା ଗଡ଼କୁ ବିଜେଡି ଦଖଲ କରିବାକୁ ପ୍ରାର୍ଥୀ ଚିନ୍ମୟୀ ଦାଶ ଲକ୍ଷ୍ୟ ରଖି ପ୍ରଚାରକୁ ତ୍ୱରାନ୍ବିତ କରିଛନ୍ତି ।

୨୦୧୭ ପଞ୍ଚାୟତ ନିର୍ବାଚନରେ ଏହି ଜୋନ୍‌ ଭାଜପା ଦଖଲରେ ଥିଲା । ସନ୍ୟାସୀ ପ୍ରଧାନ ଜିଲାପରିଷଦ ସଭ୍ୟ ଥିଲେ । ତେବେ ବିଜେଡିର ଟାର୍ଗେଟକୁ ଟକ୍ଟର ଦେବାକୁ ଭାଜପା ରଣନୀତି ପ୍ରସ୍ତୁତ କରି ନିର୍ବାଚନ ପ୍ରଚାର କରୁଛି । ଭାଜପା ପକ୍ଷରୁ କେନ୍ଦ୍ର ସରକାରଙ୍କ ବିଭିନ୍ନ ଲୋକହିତକର ଯୋଜନା, ବିଜେଡି କିପରି କେନ୍ଦ୍ର ସରକାରଙ୍କ ଯୋଜନାକୁ ହାଇଜାକ୍‌ କରୁଛି ସେନେଇ ପ୍ରଚାର ଚାଲିଛି । ପୁଣି ବିଜେଡି ସରକାର ସମୟରେ ହୋଇଥିବା ୩ନଂ. ଜୋନ୍‌ରେ ବିଭିନ୍ନ ଦୁର୍ନୀତି ନେଇ ଭୋଟରଙ୍କୁ ଅବଗତ କରାଉଛନ୍ତି । ବିଜେଡି ପ୍ରାର୍ଥୀ,ନେତା ପଛରେ ପଡ଼ିନାହାନ୍ତି। ସେମାନେ କେନ୍ଦ୍ରସରକାରଙ୍କ ବିଭିନ୍ନ ଦୋଷ ଦୁର୍ବଳତା,ଓଡ଼ିଶାକୁ ଅଣଦେଖା ନେଇ ଭୋଟରଙ୍କୁ ଭେଟୁଛନ୍ତି । ପୁଣି ନବୀନ ସରକାରଙ୍କ ବିଭିନ୍ନ ଯୋଜନା ସମ୍ପର୍କରେ ବଖାଣୁଛନ୍ତି । ଜିତିଲାପରେ କ’ଣ କରିବେ ନୂଆନୂଆ ପ୍ରତିଶ୍ରୁତି ଦେଉଛନ୍ତି। ଅନ୍ୟପକ୍ଷେ କଂଗ୍ରେସ ଚୁପ ବସିନାହିଁ। ଏହି ଜୋନ୍‌ରେ ବିଜେଡି ପ୍ରାର୍ଥୀ ଚିନ୍ମୟୀ ଦାଶଙ୍କ ଯାଆ ସସ୍ମିତା କୁମାରୀ ଦାଶ ପ୍ରାର୍ଥୀ ହୋଇଛନ୍ତି । ସସ୍ମିତା ଉଭୟ ବିଜେଡି ଓ ଭାଜପା ସରକାରଙ୍କ ଦୋଷ ଦୁର୍ବଳତାକୁ ଲୋକଲୋଚନକୁ ଆଣି ପରିବର୍ତ୍ତନର ହାୱା ବାଣ୍ଟୁଛନ୍ତି । ଲୋକଙ୍କ ନିକଟରେ ଉଭୟଦଳ କିପରି ଭୋଟରଙ୍କୁ ପ୍ରତାରଣା କରୁଛନ୍ତି ତାହା କହୁଛନ୍ତି । ଭାରତର କମ୍ୟୁନିଷ୍ଟ ପାର୍ଟି (ମାକ୍ସବାଦୀ)ମଧ୍ୟ ପଛରେ ପଡ଼ି ନାହାନ୍ତି। ଭୋଟର ସବୁ ଦେଖୁଛନ୍ତି,ଶୁଣୁଛନ୍ତି କି଼ନ୍ତୁ କିଛି କହୁ ନାହାନ୍ତି। ତେବେ ଗୋଟିଏ କଥା ଦେଖିବାକୁ ମିଳୁଛି ଭୋଟର ବଦଳିବାରେ ଲାଗିଛନ୍ତି । ଗ୍ରାମାଞ୍ଚଳରେ ବିଭିନ୍ନ ସମସ୍ୟା ଥିଲେ ମଧ୍ୟ ବିକାଶ ଚାଲିଛି ବୋଲି ସରକାର ଡିଣ୍ଡିମ ପିଟୁଛନ୍ତି। ହେଲେ ଭୋଟର ଏହାର ଠିକ୍‌ ଜବାବ ଦେବେ ବୋଲି କେତେଜଣ ଭୋଟର ନିଜ ନାମ ଗୋପନ ରଖି କହିଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

ଅପହରଣର ୬୫ ବର୍ଷ ପରେ ଘରକୁ ଫେରିଲେ ବୃଦ୍ଧା; ବର୍ତ୍ତମାନର ବୟସ ୮୦, କାହାଣୀ ଜାଣିଲେ…

ଲକ୍ଷ୍ନୌ,୧୫।୨: ଉତ୍ତର ପ୍ରଦେଶର ହରଦୋଇ ଜିଲାରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ଯେତେବେଳେ ଜଣେ ୮୦ ବର୍ଷୀୟ ବୃଦ୍ଧା ତାଙ୍କ ପିତାମାତାଙ୍କ ଘରକୁ ଫେରିଲେ, ସେତେବେଳେ…

ଡିଜିଟାଲ ଯୁଗରେ ମନ୍ଦିରରେ ବସିଛନ୍ତି କ୍ୟାସଲେସ ଭିକାରୀ, କ୍ୟୁଆର କୋଡ୍ ସ୍କାନ କରି ପେମେଣ୍ଟ….

ପାରଳାଖେମୁଣ୍ଡି,୧୫।୨(ଗିରିଧାରୀ ପରିଛା): ଡିଜିଟାଲ ଯୁଗରେ ବର୍ତ୍ତମାନ ଭିକାରୀମାନେ ମଧ୍ୟ କ୍ୟାସଲେସ ବିଧି ଆପଣାଇଲେଣି । ଏପରି କିଛି ଭିଡିଓ ସୋସିଆଲ ମିଡିଆରେ ବେଶ୍ ଭାଇରାଲ୍ ହୋଇଥାଏ ।…

ଲିଙ୍ଗରାଜ ମନ୍ଦିରରେ ଉଠିଲା ମହାଦୀପ: ନିର୍ଦ୍ଧାରିତ ସମୟ ପୂର୍ବରୁ ସମ୍ପନ୍ନ ହେଲା ନୀତିକାନ୍ତି

ଭୁବନେଶ୍ୱର,୧୫।୨: ପବିତ୍ର ମହାଶିବରାତ୍ରି ଅବସରରେ ଭୁବନେଶ୍ୱରର ପ୍ରସିଦ୍ଧ ଶ୍ରୀଲିଙ୍ଗରାଜ ମନ୍ଦିରରେ ମହାପ୍ରଭୁଙ୍କ ମହାଦୀପ ଉଠିଛି। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ଚଳିତ ବର୍ଷ ପ୍ରଶାସନ ଓ ସେବାୟତଙ୍କ…

ପାକିସ୍ତାନ ଅଧିନାୟକଙ୍କ ମାଷ୍ଟରଷ୍ଟ୍ରୋକ୍‌ରେ ଫସିଲା ଭାରତ: ଖାତା ଖୋଲିବା ପୂର୍ବରୁ ଅଭିଷେକ ଆଉଟ୍

କଲମ୍ବୋ,୧୫।୨: ଟି-୨୦ ବିଶ୍ୱକପ୍‌ର ଗୁରୁତ୍ୱପୂର୍ଣ୍ଣ ମ୍ୟାଚରେ ଭାରତକୁ ଝଟକା ଦେବାରେ ସଫଳ ହୋଇଛି ପାକିସ୍ତାନ । ପାକିସ୍ତାନ ଅଧିନାୟକ ସଲମାନ ଅଲି ଆଘାଙ୍କ ଏକ ଚତୁର ରଣନୀତି…

ଶିବ ସନ୍ଦେଶ ଅଭିଯାନ ରଥ ପରିଭ୍ରମଣ ଉଦଯାପିତ, ଆଧ୍ୟାତ୍ମିକ ଜ୍ଞାନ ସଂପର୍କରେ ଜନ ସମାଜକୁ…

ଭଞ୍ଜନଗର,୧୫।୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବ୍ରହ୍ମକୁମାରୀ ଇଶ୍ୱରୀୟ ବିଶ୍ଵବିଦ୍ୟାଳୟ ଶାଖା ପକ୍ଷରୁ ଗତ ୨ ତାରିଖରୁ ବାହାରିଥିବା ଶିବ ସନ୍ଦେଶ ଅଭିଯାନ ରଥ ପରିଭ୍ରମଣ କାର୍ଯ୍ୟକ୍ରମ…

ଏପ୍ରିଲରୁ ଲାଗୁ ହୋଇପାରେ ଭାରତ-ୟୁକେ ଚୁକ୍ତି, କଣ ଶସ୍ତା କଣ ମହଙ୍ଗା ହେବ ଜାଣନ୍ତୁ

ନୂଆଦିଲ୍ଲୀ,୧୫।୨: ଭାରତ ଏବଂ ୟୁକେ ମଧ୍ୟରେ ଜୁଲାଇ ୨୦୨୫ ରେ ସ୍ୱାକ୍ଷରିତ ହୋଇଥିବା ଭାରତ-ୟୁକେ ମୁକ୍ତ ବାଣିଜ୍ୟ ଚୁକ୍ତିନାମା ଏପ୍ରିଲ ୨୦୨୬ ରେ କାର୍ଯ୍ୟକାରୀ ହେବା ନେଇ…

ନୂଆ ଦାୟିତ୍ବ ଦେଲେ ନବୀନ, ଗଜପତି ଜିଲା ବିଜେଡି ମହିଳା ସଭାପତି ହେଲେ ସଂଯୁକ୍ତା ବେହେରା

ଗଜପତି,୧୫।୨(ଗିରିଧାରୀ ପରିଛା): ବିଜେଡି ସୁପ୍ରିମୋ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଜପତି ଜିଲା ମହିଳା ବିଜେଡି ସଭାପତି ଭାବେ ସଂଯୁକ୍ତା ବେହେରାଙ୍କୁ ମନୋୟନ କରିଛନ୍ତି ।…

କଣ୍ଠଶିଳ୍ପୀ ଗୀତା ପଟ୍ଟନାୟକଙ୍କ ପରଲୋକ, କଟକର ଏକ ଘରୋଇ ହସ୍ପିଟାଲ୍‌ରେ ଦେହାନ୍ତ

କଟକ,୧୫ା୨:  ଓଡ଼ିଶାର ସୁନାମଧନ୍ୟ କଣ୍ଠଶିଳ୍ପୀ ଗୀତା ପଟ୍ଟନାୟକଙ୍କ ପରଲୋକ । କଟକର ଏକ ଘରୋଇ ହସ୍ପିଟାଲ୍‌ରେ ଚିକିତ୍ସାଧୀନ ଅବସ୍ଥାରେ ଦେହାନ୍ତ ହୋଇଥିବା ସୂଚନା ରହିଛି । ଗତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri