ବର୍ଦ୍ଧମାନ ରାଜକୁମାରଙ୍କ ହାତ ଧରିଲେ ପୁରୀ ରାଜକୁମାରୀ

ଭୁବନେଶ୍ୱର(ବ୍ୟୁରୋ)/ ପୁରୀ ଅଫିସ, ୧୦।୨: ପୁରୀ ଗଜପତି ଦିବ୍ୟସିଂହ ଦେବଙ୍କ କନିଷ୍ଠା କନ୍ୟା ଦେବେଶୀ ଦେବୀଙ୍କ ବୁଧବାର ଭୁବନେଶ୍ୱରସ୍ଥିତ ଏକ ତାରକା ହୋଟେଲରେ ରାଜକୀୟ ପରମ୍ପରାରେ ବିବାହ ଅନୁଷ୍ଠିତ ହୋଇଯାଇଛି। ହରିୟାଣା ଗୁରୁଗ୍ରାମର ରାଜୀବ କେହେରଙ୍କ ପୁଅ ତଥା ବର୍ଦ୍ଧମାନ ରାଜକୁମାର ଆଦିତ୍ୟ କେହେରଙ୍କୁ ଜୀବନସାଥୀ ଭାବେ ଦେବେଶୀ ଗ୍ରହଣ କରିଛନ୍ତି। ଯୋଡ଼ି ଶଙ୍ଖ, ମହୁରୀ, ପୁରୀ ନାଗା, ମେଢ, ସିଂହବାଦ୍ୟର ତାଳେ ତାଳେ ରୋଶଣି କରି ବର ବେଶରେ ଆସିଥିଲେ ରାଜକୁମାର ଆଦିତ୍ୟ। ରାଜକୀୟ ପରମ୍ପରାରେ ବିବାହ କାର୍ଯ୍ୟ ସମ୍ପନ୍ନ ହୋଇଥିଲା। କୋଭିଡ୍‌ କଟକଣା ପାଇଁ ବିଶେଷ ଧୁମ୍‌ଧାମରେ ବିବାହ ହୋଇ ପାରି ନ ଥିଲା। ତେଣୁ ସ୍ବଳ୍ପ ସଂଖ୍ୟକ ଅତିଥିଙ୍କ ମଧ୍ୟରେ ବିବାହ କାର୍ଯ୍ୟ ସମ୍ପନ୍ନ ହୋଇଛି। ଉକ୍ତ ବିବାହରେ ଦେଶର ବିଭିନ୍ନ ରାଜ୍ୟର ରାଜପରିବାରର ସଦସ୍ୟ ସାମିଲ ହୋଇଥିଲେ। ବିବାହ ପୂର୍ବରୁ ଶ୍ରୀନଅରରେ ପାଟ ମୁଦି, ତିଳକ, ମଙ୍ଗଳକୃତ୍ୟ ଆଦି ରୀତି ସମ୍ପନ୍ନ ହୋଇଥିଲା। ଗଜପତି ମହାରାଜା ଭୁବନେଶ୍ୱରର ତାରକା ହୋଟେଲରେ ବିବାହ ଭୋଜି ଆୟୋଜନ କରିଥିଲେ। ହୋଟେଲରେ ଅତିଥି ଏବଂ ବରପକ୍ଷଙ୍କ ପାଇଁ ପ୍ରାୟ ଶହେ ପ୍ରକାର ଓଡ଼ିଆ ପାରମ୍ପରିକ ଖାଦ୍ୟ ସହ ଚାଇନିଜ୍‌, କଣ୍ଟିନେଣ୍ଟାଲ ଖାଦ୍ୟ ପରଷା ଯାଇଥିଲା। ସେହିପରି ଶ୍ରୀନଅରରେ ମଧ୍ୟ ମହାପ୍ରସାଦ ସେବନ ବ୍ୟବସ୍ଥା ହୋଇଥିଲା। ରାଜନଅରରେ ଶ୍ରୀମନ୍ଦିର କାର୍ଯ୍ୟାଳୟ ଅଧିକାରୀ, ମନ୍ଦିର ପରିଚାଳନା କମିଟି, ବରିଷ୍ଠ ସେବାୟତ ପ୍ରମୁଖଙ୍କୁ ଆମନ୍ତ୍ରଣ କରାଯାଇଥିଲା। ସୂଚନାଯୋଗ୍ୟ, ବର୍ଦ୍ଧମାନ ରାଜ ପରିବାର ସହ ବିଭିନ୍ନ ରାଜ୍ୟର ରାଜ ପରିବାର ସଦସ୍ୟମାନେ ମଙ୍ଗଳବାର ପୁରୀରେ ପହଞ୍ଚତ୍ଥିଲେ। ସନ୍ଧ୍ୟାରେ କୋଭିଡ କଟକଣା ସହ ମହାପ୍ରଭୁ ଜଗନ୍ନାଥଙ୍କୁ ଦର୍ଶନ କରିଥିଲେ। ନୀଳଗିରି ରାଜ ପରିବାର ସଦସ୍ୟ ଜୋତ୍ସ୍ନୋ ଦେବୀ ମର୍ଦ୍ଦରାଜ ଯୋଗ ଦେଇଛନ୍ତି। ସହରରେ ରାଜାଘର ବିବାହ ଶୋଭାଯାତ୍ରା ଦେଖିବା ପାଇଁ ପ୍ରବଳ ଗହଳି ହୋଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ବସ୍‌ଷ୍ଟାଣ୍ଡ ଅଛି, ବସ୍‌ ଆସୁନାହିଁ

ବଲାଙ୍ଗୀର ଅଫିସ, ୨ା୩: ରାଜ୍ୟ ସରକାର ଓ ସ୍ଥାନୀୟ ପ୍ରଶାସନର ଅଦୂରଦର୍ଶିତା ତଥା ବିଚିତ୍ର ନିଷ୍ପତ୍ତି ବଲାଙ୍ଗୀର ସହରର ଚଳଚଞ୍ଚଳ ସରକାରୀ ବସଷ୍ଟାଣ୍ଡକୁ ଏବେ ଜନଶୂନ୍ୟ...

ଦୀପାବଳିରେ ଯାଇଥିଲେ ବଡବଡୁଆ ଡାକିବାକୁ ଦଳିଦେଲା ହାତୀ

ନିରାକାରପୁର,୪।୧୧(ଡି.ଏନ୍‌.ଏ ): ଖୋର୍ଦ୍ଧା ଜିଲା ଜଙ୍କିଆ ଥାନା ଅଧୀନ ଛଣଗିରି ପଞ୍ଚାୟତ ଅଞ୍ଚଳରେ ଗୁରୁବାର ରାତିରେ ଏକ ହନ୍ତା ହାତୀ ଆକ୍ରମଣରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ...

ସଡ଼କ ସୁରକ୍ଷା ଚଳଚ୍ଚିତ୍ର ପୁରସ୍କାର ରାଶି ବୃଦ୍ଧି

ଭୁବନେଶ୍ୱର,୨୨।୫(ବ୍ୟୁରୋ): ଜାତୀୟ ସଡ଼କ ସୁରକ୍ଷା କ୍ଷୁଦ୍ର ଚଳଚ୍ଚିତ୍ର ମହୋତ୍ସବର ପୁରସ୍କାର ରାଶିକୁ ବୃଦ୍ଧି କରାଯାଇଛି। ଶ୍ରେଷ୍ଠ ଚଳଚ୍ଚିତ୍ର ପାଇଁ ପୁରସ୍କାର ରାଶି ୫୦ହଜାରରୁ ୧ଲକ୍ଷ ଟଙ୍କାକୁ...

୨୪ଘଣ୍ଟା ପରେ କମିବ ଲଘୁଚାପ ପ୍ରଭାବ

ଭୁବନେଶ୍ୱର,୨୧।୯(ବ୍ୟୁରୋ): ସ୍ଥଳ ଭାଗ ମୁହାଁ ଲଘୁଚାପ। ଏହାର ପ୍ରଭାବରେ ବୁଧବାର ପଶ୍ଚିମ ସମେତ କିଛି ଆଭ୍ୟନ୍ତରୀଣ ଜିଲାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି ବୋଲି...

‘ଫନୀ’ର ପ୍ରଭାବ : ଉପୁଡିଲା ଗଛ, ଆଶ୍ରୟ ସ୍ଥଳରେ ଲୋକଙ୍କ ଥଇଥାନ

ଓଡଗାଁ, ୩।୫(ସ୍ବ.ପ୍ର.): ଗୁରୁବାର ଅପରାହ୍ନରୁ ‘ଫନୀ’ର ପ୍ରଭାବରେ ସ୍ଥାନୀୟ ଅଞ୍ଚଳରେ ହାଲୁକା ପବନ ସାଙ୍ଗକୁ ଲଗାତର ବର୍ଷା ଲାଗିରହିଛି । ଶୁକ୍ରବାର ଭୋରରୁ ବର୍ଷାର ପରିମାଣ...

ଜମ୍ମୁ-କଶ୍ମୀର ବୁଲିବାକୁ ଯାଉଥିବା ଓଡ଼ିଆଙ୍କ ପାଇଁ ବିଶେଷ ରିହାତି

ଭୁବନେଶ୍ୱର,୭।୨(ବ୍ୟୁରୋ): ଜମ୍ମୁ ଓ କଶ୍ମୀର ବୁଲିବାକୁ ଯାଉଥିବା ଓଡ଼ିଆ ପର୍ଯ୍ୟଟକଙ୍କ ପାଇଁ ସ୍ବତନ୍ତ୍ର ରିହାତି ବ୍ୟବସ୍ଥା କରାଯାଇଛି। କଶ୍ମୀର ଘରୋଇ ଟୁର୍‌ ଅପରେଟର ସଂଘ ପକ୍ଷରୁ...

ଗଞ୍ଜାମ ଏନ୍‌ଏସିରେ ଲହଡ଼ି ଭାଙ୍ଗୁଛି ବର୍ଷାଜଳ

ଗଞ୍ଜାମ,୨୪।୭(ଡି.ଏନ୍‌.ଏ.): ଗଞ୍ଜାମ ଏନ୍‌ଏସି ଅଞ୍ଚଳର ଡ୍ରେନଜ ବ୍ୟବସ୍ତା ଠିକ୍‌ ନ ଥିବା ଯୋଗୁ ଅସରାଏ ବର୍ଷାରେ ଗାଁ ଦାଣ୍ଡରେ ଜଳ ଲହଡ଼ି ଭାଙ୍ଗୁଥିବା ଦେଖିବାକୁ ମିଳିଛି।...

ସହର ସୁରକ୍ଷାକୁ ଗୁରୁତ୍ୱ ନାହିଁ

ଅନୁଗୋଳ ଅଫିସ, ୨୨।୧୨ ବଜାର ମଧ୍ୟରେ ହେଉ କିମ୍ବା କଲୋନୀ, ଲୁଟ୍‌, ଛିନତାଇ କରି ସହଜରେ ଖସିଯାଉଛନ୍ତି ଦୁର୍ବୃତ୍ତ। ସର୍ବସମ୍ମୁଖରେ ଅପରାଧ ଘଟୁଥିଲେ ମଧ୍ୟ ରୋକିବାକୁ...

Advertisement
Archives

Model This Week