ଦୁଇ ଆସନରେ ୧୨ ପ୍ରାର୍ଥୀ

ନିରାକାରପୁର, ୧୦ା୨(ଡି.ଏନ୍‌.ଏ.): ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ଜମି ଆସିଲାଣି ପ୍ରଚାର। ପ୍ରାର୍ଥୀମାନେ ନିଜସ୍ବ ଢଙ୍ଗରେ ଘରକୁ ଘର ବୁଲି ପ୍ରଚାର କରୁଛନ୍ତି। ପ୍ରତି ଗାଁ, ଓ୍ବାର୍ଡରେ ବସୁଛି ଘନ ଘନ ବୈଠକ। ଗାଁ ଓ୍ବାର୍ଡର ସମସ୍ୟା ବୁଝୁଛନ୍ତି। ସମାଧାନ ପାଇଁ ଭୋଟରଙ୍କୁ ନୂଆ ସମ୍ଭାବନା ଓ ପ୍ରତିଶ୍ରୁତି ଦେଇ ମନାଇବାକୁ ଉଦ୍ୟମ କରୁଛନ୍ତି। ଏହାରି ମଧ୍ୟରେ ଖୋର୍ଦ୍ଧା ଜିଲା ଟାଙ୍ଗୀ ବ୍ଲକ ଅନ୍ତର୍ଗତ ଡିଆ ପଞ୍ଚାୟତ ସରପଞ୍ଚ ଓ ସମିତି ସଭ୍ୟ ପଦ ପାଇଁ ୧୨ ପ୍ରାର୍ଥୀଙ୍କ ମଧ୍ୟରେ କଡ଼ା ମୁକାବିଲା ହେବ। ସରପଞ୍ଚ ଆସନ ପାଇଁ ସାଧାରଣ ବର୍ଗ ହୋଇଥିବା ବେଳେ ଅଶୋକ କୁମାର ମହାପାତ୍ର, ସୁଜିତ୍‌ କୁମାର ବିଶ୍ୱାଳ, ବିଦୁଭୂଷଣ ମହାରଣା, ପ୍ରଶାନ୍ତ କୁମାର ବେହେରା, ଅରକ୍ଷିତ ଦଳେଇ, ନିରଞ୍ଜନ ରାଉତରାୟ ଓ ସୁଶାନ୍ତ କୁମାର ଦଳେଇ ପ୍ରାର୍ଥୀ ହୋଇଛନ୍ତି। ସେହିପରି ସମିତି ସଭ୍ୟ ପଦ ପାଇଁ ଉତ୍ତମ କୁମାର ମହାନ୍ତି, ସୁମିତ୍ରା ପାଇକରାୟ, ଦୁରୁନାଥ ଶର୍ମା, ସୁନିତା ପ୍ରଧାନ ଓ ସୂର୍ଯ୍ୟ ନାରାୟଣ ଦାସ ପ୍ରାର୍ଥୀ ରହିଛନ୍ତି।

୨୦୧୭ ନିର୍ବାଚନ ପୂର୍ବରୁ ନିରାକାରପୁରଠାରୁ ଅଲଗା ହୋଇ ଡିଆ ସ୍ବତନ୍ତ୍ର ପଞ୍ଚାୟତର ମାନ୍ୟତା ପାଇଥିଲା। ତେବେ ଏହି ପଞ୍ଚାୟତର ନିଜସ୍ବ କାର୍ଯ୍ୟାଳୟ ନାହିଁ। ଅବିଭକ୍ତ ନିରାକାରପୁର ପଞ୍ଚାୟତ କାର୍ଯ୍ୟାଳୟରେ ଥିବା ରାଜୀବ ଗୃହ ମଧ୍ୟରେ ଅସ୍ଥାୟୀ ଭାବେ ଡିଆ ପଞ୍ଚାୟତ କାର୍ଯ୍ୟ ଚାଲିଛି। ଡିଆ ପଞ୍ଚାୟତରେ ୧୧ଟି ଓ୍ବାର୍ଡ ରହିଥିବା ବେଳେ ୩୭୭୪ ଜଣ ମତଦାତା ଅଛନ୍ତି, ଯେଉଁଥିରେ ୧୯୬୫ ପୁରୁଷ ଓ ୧୮୦୯ ମହିଳା ଭୋଟର ରହିଛନ୍ତି। ୧୧ଟି ଓ୍ବାର୍ଡର ଓ୍ବାର୍ଡସଭ୍ୟ ପାଇଁ ୧ନଂ. ଓ୍ବାର୍ଡରେ ୨ଜଣ ପ୍ରାର୍ଥୀ ରହିଛନ୍ତି। ସେହିପରି ୨ନଂ.ରେ ଜଣେ ପ୍ରାର୍ଥୀ ରହିଥିବା ବେଳେ ୩ନଂ.ରେ ୩, ୪ନଂ.ରେ ୩, ୫ନଂ.ରେ ୩, ୬ନଂ.ରେ ୩, ୭ନଂ.ରେ ୩, ୮ନଂ.ରେ ୨, ୯ନଂ.ରେ ୨, ୧୦ନଂ.ରେ ୩ ଏବଂ ୧୧ନଂ. ଓ୍ବାର୍ଡରେ ଜଣେ ପ୍ରାର୍ଥୀ ରହିଛନ୍ତି। ତେବେ ୨ ଓ ୧୧ ନମ୍ବର ଓ୍ବାର୍ଡର ଓ୍ବାର୍ଡସଭ୍ୟ ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ହୋଇଛନ୍ତି ା


Enter your email to get our daily news in your inbox.

All Right Reserved By Dharitri.Com

ଅଟୋ ଚାଳକଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପ୍ରଶଂସା

ଭୁବନେଶ୍ୱର/ନୂଆପଡ଼ା,୧୦।୫: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଟୁଇଟ କରି ନୂଆପଡ଼ା ଜିଲାରେ ଅଟୋ ରିକ୍ସାରେ ମାଗଣା ଆମ୍ବୁଲାନ୍ସ ସେବା ଯୋଗାଉ ଥିବା କୁମର ତାଣ୍ଡିଙ୍କୁ ପ୍ରଶଂସା କରି...

କରୋନା ପାଇଁ ଖୋଲିଲା ସ୍ବତନ୍ତ୍ର ୱାର୍ଡ଼

ବାରିପଦା ଅଫିସ,୧୪ା୩: କରୋନା ଭାଇରସ୍‌ ଯେଭଳି ନ ବ୍ୟାପିବ ସେଥିଲାଗି ବିଭିନ୍ନ ସ୍ତରରେ ସଚେତନତା ସୃଷ୍ଟି କରାଯାଉଛି । ଏହି ରୋଗ ବିଶ୍ୱବ୍ୟାପୀ ଆତଙ୍କ ଖେଳାଇଥିବାରୁ...

ବଦଳିବ କପିଳାସ ଜୁ’ କଳେବର

ଢେଙ୍କାନାଳ ଅଫିସ, ୩୦।୬: ଖୁବ୍‌ଶୀଘ୍ର ବଦଳିବ ରାଜ୍ୟର ଅନ୍ୟତମ ପ୍ରସିଦ୍ଧ ପ୍ରାଣୀ ଉଦ୍ୟାନ ତଥା ଏଲିଫ୍ୟାଣ୍ଟ ରେସ୍‌କ୍ୟୁ ସେଣ୍ଟର ଥିବା କପିଳାସ ଜୁ’ର କଳେବର। ଏହି କାର୍ଯ୍ୟରେ...

ଓଡ଼ିଶାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୮୨ ଛୁଇଁଲା

ଭୁବନେଶ୍ୱର,୨୨।୪: (ବ୍ୟୁରୋ)- ରାଜ୍ୟରେ ପୁଣି ୩ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ଆକ୍ରାନ୍ତଙ୍କ ସଂଖ୍ୟା ୮୨ରେ ପହଁଚିଛି। ଏ ସମ୍ପର୍କରେ ରାଜ୍ୟ ସ୍ୱାସ୍ଥ୍ୟ...

ବ୍ରହ୍ମପୁର ରେଳ ଷ୍ଟେସନରେ ଖୋଲିଲା ସଂରକ୍ଷିତ ଟିକଟ୍‌ ବୁକିଂ କାଉଣ୍ଟର: ଜୁନ ପହିଲାରୁ ବ୍ରହ୍ମପୁର ଦେଇ ଚାଲିବ ୨ ଟ୍ରେନ

ବ୍ରହ୍ମପୁର ଅଫିସ,୨୨ା୫-ବ୍ରହ୍ମପୁର ରେଳଷ୍ଟେସନ ପରିସରରେ ଥିବା ସଂରକ୍ଷିତ ଟିକଟ କାଉଣ୍ଟର(ରିଜର୍ଭେସନ ଟିକଟ କାଉଣ୍ଟର) ଶୁକ୍ରବାରଠାରୁ ପୁଣି ଖୋଲିଛି। ରେଳ ବିଭାଗ ପକ୍ଷରୁ ଜୁନ ପହିଲାରୁ ଟ୍ରେନ...

ସରକାରୀ କାର୍ଯ୍ୟରେ ପାରିଶ୍ରମିକ ପାଇ ନ ଥିବା ଡ୍ରାଇଭରଙ୍କ ଧାରଣା

ଭୁବନେଶ୍ୱର,୨୭ା୨(ବ୍ୟୁରୋ): ନିର୍ବାଚନ, ଭିଭିଆଇପିଙ୍କ ସୁରକ୍ଷା ଓ କାରକେଡ୍‌ ଭଳି ବିଭିନ୍ନ ସରକାରୀ କାର୍ଯ୍ୟ ପାଇଁ ସରକାରଙ୍କ ପକ୍ଷରୁ ଘରୋଇ ଗାଡ଼ିକୁ ନିୟୋଜିତ କରାଯାଉଛି। ଏଥିନିମନ୍ତେ ଆରଟିଓ...

ଜାତୀୟ ରାଜପଥ କାର୍ଯ୍ୟରେ ମନ୍ଥରତା

ନୟାଗଡ଼ ଅଫିସ,୧୯ା୧୦: ନୟାଗଡ଼ ଦେଇ ଯାଇଛି ଖୋର୍ଦ୍ଧା-ବଲାଙ୍ଗୀର ୫୭ନଂ. ଜାତୀୟ ରାଜପଥ। ଏହି ରାଜପଥର ଶିମିଳିସାହିଠାରୁ କିରିଆଲାଞ୍ଜି ପର୍ଯ୍ୟନ୍ତ ୭ କିଲୋମିଟର ରାସ୍ତା ପ୍ରଶସ୍ତୀକରଣ ଓ...

ଉଦ୍‌ଘାଟନର ୭ମାସ ପରେ ରାସ୍ତା ଫାଟି ଆଁ

ଝରିଗାଁ, ୪ା୭(ସ୍ବ.ପ୍ର.):  ଦୁର୍ଗମ ଅଞ୍ଚଳର ବିକାଶ ତଥା ପକ୍କାରାସ୍ତା ନିର୍ମାଣ ପାଇଁ ରାଜ୍ୟ ସରକାରଙ୍କ ଉପାନ୍ତ ଯୋଜନା ରହିଛି। ନବରଙ୍ଗପୁର ଜିଲା ଝରିଗାଁ ବ୍ଲକର ବହୁ ଦୁର୍ଗମ...

Advertisement
Archives

Model This Week