ଦୁଇ ଆସନରେ ୧୨ ପ୍ରାର୍ଥୀ

ନିରାକାରପୁର, ୧୦ା୨(ଡି.ଏନ୍‌.ଏ.): ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ଜମି ଆସିଲାଣି ପ୍ରଚାର। ପ୍ରାର୍ଥୀମାନେ ନିଜସ୍ବ ଢଙ୍ଗରେ ଘରକୁ ଘର ବୁଲି ପ୍ରଚାର କରୁଛନ୍ତି। ପ୍ରତି ଗାଁ, ଓ୍ବାର୍ଡରେ ବସୁଛି ଘନ ଘନ ବୈଠକ। ଗାଁ ଓ୍ବାର୍ଡର ସମସ୍ୟା ବୁଝୁଛନ୍ତି। ସମାଧାନ ପାଇଁ ଭୋଟରଙ୍କୁ ନୂଆ ସମ୍ଭାବନା ଓ ପ୍ରତିଶ୍ରୁତି ଦେଇ ମନାଇବାକୁ ଉଦ୍ୟମ କରୁଛନ୍ତି। ଏହାରି ମଧ୍ୟରେ ଖୋର୍ଦ୍ଧା ଜିଲା ଟାଙ୍ଗୀ ବ୍ଲକ ଅନ୍ତର୍ଗତ ଡିଆ ପଞ୍ଚାୟତ ସରପଞ୍ଚ ଓ ସମିତି ସଭ୍ୟ ପଦ ପାଇଁ ୧୨ ପ୍ରାର୍ଥୀଙ୍କ ମଧ୍ୟରେ କଡ଼ା ମୁକାବିଲା ହେବ। ସରପଞ୍ଚ ଆସନ ପାଇଁ ସାଧାରଣ ବର୍ଗ ହୋଇଥିବା ବେଳେ ଅଶୋକ କୁମାର ମହାପାତ୍ର, ସୁଜିତ୍‌ କୁମାର ବିଶ୍ୱାଳ, ବିଦୁଭୂଷଣ ମହାରଣା, ପ୍ରଶାନ୍ତ କୁମାର ବେହେରା, ଅରକ୍ଷିତ ଦଳେଇ, ନିରଞ୍ଜନ ରାଉତରାୟ ଓ ସୁଶାନ୍ତ କୁମାର ଦଳେଇ ପ୍ରାର୍ଥୀ ହୋଇଛନ୍ତି। ସେହିପରି ସମିତି ସଭ୍ୟ ପଦ ପାଇଁ ଉତ୍ତମ କୁମାର ମହାନ୍ତି, ସୁମିତ୍ରା ପାଇକରାୟ, ଦୁରୁନାଥ ଶର୍ମା, ସୁନିତା ପ୍ରଧାନ ଓ ସୂର୍ଯ୍ୟ ନାରାୟଣ ଦାସ ପ୍ରାର୍ଥୀ ରହିଛନ୍ତି।

୨୦୧୭ ନିର୍ବାଚନ ପୂର୍ବରୁ ନିରାକାରପୁରଠାରୁ ଅଲଗା ହୋଇ ଡିଆ ସ୍ବତନ୍ତ୍ର ପଞ୍ଚାୟତର ମାନ୍ୟତା ପାଇଥିଲା। ତେବେ ଏହି ପଞ୍ଚାୟତର ନିଜସ୍ବ କାର୍ଯ୍ୟାଳୟ ନାହିଁ। ଅବିଭକ୍ତ ନିରାକାରପୁର ପଞ୍ଚାୟତ କାର୍ଯ୍ୟାଳୟରେ ଥିବା ରାଜୀବ ଗୃହ ମଧ୍ୟରେ ଅସ୍ଥାୟୀ ଭାବେ ଡିଆ ପଞ୍ଚାୟତ କାର୍ଯ୍ୟ ଚାଲିଛି। ଡିଆ ପଞ୍ଚାୟତରେ ୧୧ଟି ଓ୍ବାର୍ଡ ରହିଥିବା ବେଳେ ୩୭୭୪ ଜଣ ମତଦାତା ଅଛନ୍ତି, ଯେଉଁଥିରେ ୧୯୬୫ ପୁରୁଷ ଓ ୧୮୦୯ ମହିଳା ଭୋଟର ରହିଛନ୍ତି। ୧୧ଟି ଓ୍ବାର୍ଡର ଓ୍ବାର୍ଡସଭ୍ୟ ପାଇଁ ୧ନଂ. ଓ୍ବାର୍ଡରେ ୨ଜଣ ପ୍ରାର୍ଥୀ ରହିଛନ୍ତି। ସେହିପରି ୨ନଂ.ରେ ଜଣେ ପ୍ରାର୍ଥୀ ରହିଥିବା ବେଳେ ୩ନଂ.ରେ ୩, ୪ନଂ.ରେ ୩, ୫ନଂ.ରେ ୩, ୬ନଂ.ରେ ୩, ୭ନଂ.ରେ ୩, ୮ନଂ.ରେ ୨, ୯ନଂ.ରେ ୨, ୧୦ନଂ.ରେ ୩ ଏବଂ ୧୧ନଂ. ଓ୍ବାର୍ଡରେ ଜଣେ ପ୍ରାର୍ଥୀ ରହିଛନ୍ତି। ତେବେ ୨ ଓ ୧୧ ନମ୍ବର ଓ୍ବାର୍ଡର ଓ୍ବାର୍ଡସଭ୍ୟ ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ହୋଇଛନ୍ତି ା


Enter your email to get our daily news in your inbox.

All Right Reserved By Dharitri.Com

ଡାକ୍ତରଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନ, ଭଞ୍ଜନଗରରେ ରୋଗୀ ସେବା ପ୍ରଭାବିତ, ମୃତଦେହ ବ୍ୟବଚ୍ଛେଦ ହୋଇ ନ ପାରିବାରୁ…

ଭଞ୍ଜନଗର,୧ା୭(ବାବୁଲା ପ୍ରଧାନ): ଓଡ଼ିଶା ମେଡିକାଲ ସର୍ଭିସେସ୍‌ ଆସୋସିଏଶନ (OMSA)ର ଆହ୍ବାନ କ୍ରମେ ବିଭିନ୍ନ ଦାବି ଏବଂ ଡାକ୍ତରମାନଙ୍କ ସୁରକ୍ଷା ପ୍ରସଙ୍ଗକୁ ନେଇ ଭଞ୍ଜନଗର ଉପଖଣ୍ଡ ଚିକିତ୍ସାଳୟର ଡାକ୍ତରମାନେ…

ପାରିବାରିକ କଳହ ହେଲା କାଳ, ଦିଅରର ଆକ୍ରମଣରେ ଚାଲିଗଲା ଭାଉଜଙ୍କ ଜୀବନ

ବେଲଗୁଣ୍ଠା,୧ା୭( କୃଷ୍ଣ ଚନ୍ଦ୍ର ପଟ୍ଟନାୟକ): ଘରୋଇ ଅଶାନ୍ତିରୁ ଚାଲିଗଲା ମହିଳାଙ୍କ ଜୀବନ। ଏହିଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ବେଲଗୁଣ୍ଠା ବ୍ଳକ୍ ତଥା ଗାଙ୍ଗପୁର ଥାନା ଅନ୍ତର୍ଗତ…

ଦୁର୍ଘଟଣାଗ୍ରସ୍ତଙ୍କୁ ଡାକ୍ତରଖାନା ନେଲେ ଭାଜପା ନେତା

ହାଟଡିହୀ,୧ା୭(ଶୁଭକାନ୍ତ ନାୟକ): ସାହାଯ୍ୟ ଏବଂ ମହାନତାର ପ୍ରମାଣ ଦେଖାଇଛନ୍ତି କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡର ଭାଜପା ନେତା ଆଲୋକ ସେଠୀ। ବୁଧବାର ଆଲୋକ ଏକ କାର୍ଯ୍ୟକ୍ରମରେ ଯୋଗ…

ଆଷାଢ଼ରେ ନାହିଁ ବର୍ଷା; ପୋଡ଼ିଗଲାଣି ଧାନ ତଳି, ଘୋଡ଼ାହାଡ଼ ଡ଼୍ୟାମକୁ ଦିଗପହଣ୍ଡି-ସାନଖେମୁଣ୍ଡି ଚାଷୀଙ୍କ ଭରସା  

ଦିଗପହଣ୍ଡି,୧ା୭(ଅଶେଷ ନାଥ ମିଶ୍ର): ଆଷାଢ଼ରେ ଗଞ୍ଜାମ ଜିଲା ଦିଗପହଣ୍ଡି ଓ ସାନଖେମୁଣ୍ଡି ବ୍ଲକ ଅଞ୍ଚଳରେ ବର୍ଷା ନାହିଁ ।ଚାଷୀ ବୃନ୍ଦ ଖରିଫ ଧାନ ଚାଷ ପାଇଁ ବିହନ…

ବିଜେଡିରୁ ଭାଜପା, ପୁଣି ବିଜେଡିକୁ ଆସିବା ପରେ ଏବେ ହରଡ଼ଘଣାରେ ବ୍ଲକ ଅଧ୍ୟକ୍ଷା

ଛତ୍ରପୁର,୧ା୭(ଦିଲ୍ଲୀପ ସାମଲ): ବିଜେଡିରୁ ଭାଜପା ଓ ପୁଣି ବିଜେଡିକୁ ଆସିବା ପରେ ଗଞ୍ଜାମ ଜିଲା ବୁଗୁଡା ବ୍ଲକ ଅଧ୍ୟକ୍ଷା କେ.ପ୍ରିୟଦର୍ଶିନୀ ଆଚାରୀ ଏବେ ହରଡ଼ଘଣାରେ ପଡ଼ିଯାଇଛନ୍ତି। ଅଧ୍ୟକ୍ଷାଙ୍କ…

୧୦ ଦଫା ଦାବି ନେଇ ଡାକ୍ତରଙ୍କ ଧର୍ମଘଟ, ସରକାର ଆମ ଦାବି ପୂରଣ ନ କଲେ…

କେସିଙ୍ଗା,୧ା୭(ତୁମେଶ୍ୱର ସାହୁ): ଜୁଲାଇ ୧ରେ ଡାକ୍ତର ଦିବସରେ ଓଡ଼ିଶା ମେଡିକାଲ ସର୍ଭିସ ଆସୋସିଏଶନର ନିର୍ଦ୍ଦେଶ କ୍ରମେ କେସିଙ୍ଗା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଡାକ୍ତରଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନ ବୁଧବାରଠାରୁ ଆରମ୍ଭ…

ପାଟପୁର ଥାନା ପକ୍ଷରୁ ନିଆରା ପ୍ରୟାସ, ନିଶା ଦ୍ରବ୍ୟ ସେବନ ବିରୋଧରେ ନେଲେ ଶପଥ 

ଦିଗପହଣ୍ଡି,୧ା୭(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁର ଥାନା ଆମ ପୋଲିସ ସମିତି ପକ୍ଷରୁ ବୁଧବାର ନିଶାମୁକ୍ତ ଓଡ଼ିଶା ଅଭିଯାନ ଆନୁକୁଲ୍ୟରେ ସଚେତନତା ସଭା…

ସମ୍ପର୍କରେ କଳଙ୍କ: ନାବାଳିକା ଶାଳୀଙ୍କୁ ଗର୍ଭବତୀ କଲେ ଭିଣୋଇ, ଏମିତି ଧରାପଡିଲା…

ପାରଳାଖେମୁଣ୍ଡି,୧ା୭(ଗିରିଧାରୀ ପରିଛା): ଗଜପତି ଜିଲା ଗାରାବନ୍ଧ ଥାନା ଅନ୍ତର୍ଗତ ରାୟଗଡ଼ ବ୍ଲକର ସାନ ଅନତାରସିଂ ଗ୍ରାମରୁ ଏକ ଲଜ୍ଜାଜନକ ଘଟଣା ସାମ୍ନାକୁ ଆସିଛି । ଜଣେ ବିବାହିତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri