ଭାଜପା ଗଡ଼କୁ ବିଜେଡିର ଦଖଲ ଉଦ୍ୟମ

ନୟାଗଡ଼ ଅଫିସ,୧୦।୨: ଗୋତିସାହି, ହରିହରପୁର, ମଗରବନ୍ଧ, ପଞ୍ଚରିଡ଼ାମାନପୁର, ଶରଣକୁଳ, ସୋଲପଟା, ଗୋଡ଼ିପଲ୍ଲୀ ପଞ୍ଚାୟତକୁ ନେଇ ନୟାଗଡ଼ ଜିଲା ଓଡ଼ଗାଁ ବ୍ଲକର ୩ନଂ. ଜୋନ୍‌ ଗଠିତ । ଏଠାରେ ୪ଜଣ ପ୍ରାର୍ଥୀ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି। କୁମାରୀ ପାତ୍ର ଭାଜପାରୁ ପ୍ରାର୍ଥୀ ହୋଇଥିବାବେଳେ ସସ୍ମିତା କୁମାରୀ ଦାଶ କଂଗ୍ରେସରୁ ନିର୍ବାଚନ ମଇଦାନକୁ ଓହ୍ଲାଇଛନ୍ତି। ଚିନ୍ମୟୀ ଦାଶ ବିଜେଡି ପ୍ରାର୍ଥୀ ହୋଇଥିବାବେଳେ ଭାରତର କମ୍ୟୁନିଷ୍ଟ ପାର୍ଟି (ମାକ୍ସବାଦୀ)ରୁ ଜ୍ୟୋତିପ୍ରଭା ଜେନା ନିର୍ବାଚନ ଲଢ଼ୁଛନ୍ତି । ତେବେ ସରପଞ୍ଚ ଓ ସମିତି ସଭ୍ୟ ପଦବୀ ଦଳୀୟ ହୋଇ ନ ଥିଲେ ମଧ୍ୟ ଏଠାରେ ଶାସକ ବିଜେଡିର ସମର୍ଥନରେ ପ୍ରାର୍ଥୀ ଚୟନ ଦଳର ଭୋଟକୁ ବିଭାଜନ କରୁଛି। ଅଧିକାଂଶ ପ୍ରାର୍ଥୀ ନିଜ ପାଇଁ ଭୋଟ ମାଗୁଥିବାବେଳେ ଜିଲା ପରିଷଦ ଭୋଟ ଯାହାକୁ ଦିଅନ୍ତୁ ଚଳିବ ବୋଲି କହୁଛନ୍ତି। ଏଭଳି ସ୍ଥଳେ ବିଜେଡି ଜିଲା ପରିଷଦ ପ୍ରାର୍ଥୀ କାହାକୁ ସହଯୋଗ କରିବେ ଜାଣି ପାରୁନାହାନ୍ତି। ଯାହାକି ବିଜେଡି ପାଇଁ ମୁଣ୍ଡବ୍ୟଥାର କାରଣ ପାଲଟିଛି । ଏସବୁସତ୍ତ୍ୱେ ଭାଜପା ଗଡ଼କୁ ବିଜେଡି ଦଖଲ କରିବାକୁ ପ୍ରାର୍ଥୀ ଚିନ୍ମୟୀ ଦାଶ ଲକ୍ଷ୍ୟ ରଖି ପ୍ରଚାରକୁ ତ୍ୱରାନ୍ବିତ କରିଛନ୍ତି ।

୨୦୧୭ ପଞ୍ଚାୟତ ନିର୍ବାଚନରେ ଏହି ଜୋନ୍‌ ଭାଜପା ଦଖଲରେ ଥିଲା । ସନ୍ୟାସୀ ପ୍ରଧାନ ଜିଲାପରିଷଦ ସଭ୍ୟ ଥିଲେ । ତେବେ ବିଜେଡିର ଟାର୍ଗେଟକୁ ଟକ୍ଟର ଦେବାକୁ ଭାଜପା ରଣନୀତି ପ୍ରସ୍ତୁତ କରି ନିର୍ବାଚନ ପ୍ରଚାର କରୁଛି । ଭାଜପା ପକ୍ଷରୁ କେନ୍ଦ୍ର ସରକାରଙ୍କ ବିଭିନ୍ନ ଲୋକହିତକର ଯୋଜନା, ବିଜେଡି କିପରି କେନ୍ଦ୍ର ସରକାରଙ୍କ ଯୋଜନାକୁ ହାଇଜାକ୍‌ କରୁଛି ସେନେଇ ପ୍ରଚାର ଚାଲିଛି । ପୁଣି ବିଜେଡି ସରକାର ସମୟରେ ହୋଇଥିବା ୩ନଂ. ଜୋନ୍‌ରେ ବିଭିନ୍ନ ଦୁର୍ନୀତି ନେଇ ଭୋଟରଙ୍କୁ ଅବଗତ କରାଉଛନ୍ତି । ବିଜେଡି ପ୍ରାର୍ଥୀ,ନେତା ପଛରେ ପଡ଼ିନାହାନ୍ତି। ସେମାନେ କେନ୍ଦ୍ରସରକାରଙ୍କ ବିଭିନ୍ନ ଦୋଷ ଦୁର୍ବଳତା,ଓଡ଼ିଶାକୁ ଅଣଦେଖା ନେଇ ଭୋଟରଙ୍କୁ ଭେଟୁଛନ୍ତି । ପୁଣି ନବୀନ ସରକାରଙ୍କ ବିଭିନ୍ନ ଯୋଜନା ସମ୍ପର୍କରେ ବଖାଣୁଛନ୍ତି । ଜିତିଲାପରେ କ’ଣ କରିବେ ନୂଆନୂଆ ପ୍ରତିଶ୍ରୁତି ଦେଉଛନ୍ତି। ଅନ୍ୟପକ୍ଷେ କଂଗ୍ରେସ ଚୁପ ବସିନାହିଁ। ଏହି ଜୋନ୍‌ରେ ବିଜେଡି ପ୍ରାର୍ଥୀ ଚିନ୍ମୟୀ ଦାଶଙ୍କ ଯାଆ ସସ୍ମିତା କୁମାରୀ ଦାଶ ପ୍ରାର୍ଥୀ ହୋଇଛନ୍ତି । ସସ୍ମିତା ଉଭୟ ବିଜେଡି ଓ ଭାଜପା ସରକାରଙ୍କ ଦୋଷ ଦୁର୍ବଳତାକୁ ଲୋକଲୋଚନକୁ ଆଣି ପରିବର୍ତ୍ତନର ହାୱା ବାଣ୍ଟୁଛନ୍ତି । ଲୋକଙ୍କ ନିକଟରେ ଉଭୟଦଳ କିପରି ଭୋଟରଙ୍କୁ ପ୍ରତାରଣା କରୁଛନ୍ତି ତାହା କହୁଛନ୍ତି । ଭାରତର କମ୍ୟୁନିଷ୍ଟ ପାର୍ଟି (ମାକ୍ସବାଦୀ)ମଧ୍ୟ ପଛରେ ପଡ଼ି ନାହାନ୍ତି। ଭୋଟର ସବୁ ଦେଖୁଛନ୍ତି,ଶୁଣୁଛନ୍ତି କି଼ନ୍ତୁ କିଛି କହୁ ନାହାନ୍ତି। ତେବେ ଗୋଟିଏ କଥା ଦେଖିବାକୁ ମିଳୁଛି ଭୋଟର ବଦଳିବାରେ ଲାଗିଛନ୍ତି । ଗ୍ରାମାଞ୍ଚଳରେ ବିଭିନ୍ନ ସମସ୍ୟା ଥିଲେ ମଧ୍ୟ ବିକାଶ ଚାଲିଛି ବୋଲି ସରକାର ଡିଣ୍ଡିମ ପିଟୁଛନ୍ତି। ହେଲେ ଭୋଟର ଏହାର ଠିକ୍‌ ଜବାବ ଦେବେ ବୋଲି କେତେଜଣ ଭୋଟର ନିଜ ନାମ ଗୋପନ ରଖି କହିଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

ସିଭିଲ୍‌ ସର୍ଭିସ୍‌ ପ୍ରିଲିମ୍‌ ପରୀକ୍ଷା ପାଇଁ ସ୍ବତନ୍ତ୍ର ଟ୍ରେନ୍‌

ଭୁବନେଶ୍ୱର,୨୬ା୯(ବ୍ୟୁରୋ)-ୟୁପିଏସ୍‌ସି ଦ୍ୱାରା ପରିଚାଳିତ ସିଭିଲ୍‌ ସର୍ଭିସ୍‌ ପ୍ରିଲିମିନାରୀ ପରୀକ୍ଷା ଅକ୍ଟୋବର ୪ ତାରିଖରେ ଅନୁଷ୍ଠିତ ହେବ। ପରୀକ୍ଷାର୍ଥୀଙ୍କ ଯାତାୟାତ ସୁବିଧାକୁ ଦୃଷ୍ଟିରେ ରଖି ଆସନ୍ତା ୩...

ଓଜନ କମାଇବା ପାଇଁ ପୋଲିସ ବାବୁଙ୍କୁ ନିର୍ଦ୍ଦେଶ

ଭୁବନେଶ୍ୱର,୧୫ା୨(ବ୍ୟୁରୋ): ଭୁବନେଶ୍ବର ପୋଲିସର ସବୁ ଅଧିକାରୀ ଓ କର୍ମଚାରୀଙ୍କୁ ଫିଟ୍‌ ରହିବାକୁ କମିଶନରେଟ ପୋଲିସ ନିର୍ଦ୍ଦେଶ ଦେଇଛି। ଡିଜି କ୍ୟାମ୍ପ ହାଉସ୍‌ରେ ବସିଥିବା ବୈଠକରେ ଏହି...

ପୋଲିସ କ୍ୟାଣ୍ଟିନରେ ମହିଳାଙ୍କୁ ବଳାତ୍କାର ଘଟଣା: ପୀଡିତାଙ୍କ ପରିବାର, ଏସପିଙ୍କୁ ଭେଟିଲେ ପୂର୍ବତନ ଏମପି

ମାଲକାନଗିରି,୧୫ା୫ (ଡି.ଏନ.ଏ.) – ମାଲକାନଗିିରି ଜିଲା ସଦର ମହକୁମାସ୍ଥିତ ପୋଲିସ କ୍ୟାଣ୍ଟିନ୍‌ରେ କାମ କରୁଥିବା ଜଣେ ମହିଳା ବଳାତ୍କାରର ଶିକାର ହୋଇଥିଲେ। ତାଙ୍କୁ ଚିକିତ୍ସା ପାଇଁ...

ଆଗକୁ ଉଲ୍ଲଂଘନକାରୀଙ୍କ ଉପରେ କଡ଼ା ପଦକ୍ଷେପ

ଭୁବନେଶ୍ୱର,୨୮।୫ (ବ୍ୟୁରୋ): ଦେଶରେ କରୋନା ସଂକ୍ରମଣ ବଢ଼ୁଥିବାବେଳେ ଚତୁର୍ଥ ପର୍ଯ୍ୟାୟ ଲକ୍‌ଡାଉନ୍‌ ବଳବତ୍ତର ରହିଛି। ଏଥିଯୋଗୁ ସାମାଜିକ ତଥା ଆର୍ଥିକ ସ୍ଥିତି ବିଗିଡି ଯାଉଥିବାରୁ କଟକଣାରେ...

ମାଲକାନଗିରିରେ ଅଜଣା ରୋଗରେ ଆଉ ଜଣଙ୍କର ଜୀବନଗଲା

ମାଲକାନଗିରି,୨୨ା୯(ଡି.ଏନ୍‌.ଏ.): ମାଲକାନଗିରି ଜିଲା ମାଥିଲି ବ୍ଲକ ସାଲିମି ପଞ୍ଚାୟତ ଅନ୍ତର୍ଗତ ହଳଦୀକୁଣ୍ଡ ଗ୍ରାମରେ ବୁଧବାର ରାତିରେ ଆଉ ଜଣେ ଯୁବକଙ୍କ ଅଜଣା ରୋଗରେ ମୃତ୍ୟୁ ଘଟିଛି।...

ବରଗଡ଼ରୁ ଆଜି ୬୨ ପଜିଟିଭ୍‌ ଚିହ୍ନଟ, ୮୨୦୦ ଟପିଲା ଆକ୍ରାନ୍ତଙ୍କ ସଂଖ୍ୟା

ବରଗଡ଼ ଅଫିସ,୨୨ା୧୦: ବରଗଡ଼ ଜିଲାରେ କରୋନା ଆକ୍ରାନ୍ତଙ୍କ କମିବାର ନାଁ ନେଉନି। ଗୁରୁବାର ଜିଲାରେ ପୁଣି ୬୨ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରେ...

ଭାଲୁ ଆକ୍ରମଣ ବୃଦ୍ଧ ଗୁରୁତର

ଲଖନପୁର,୨।୧୧(ଡି.ଏନ୍‌.ଏ.): ଝାରସୁଗୁଡ଼ା ଜିଲା ଲଖନପୁର ବ୍ଲକ ଭଇଁସାମୁଣ୍ଡା ଗ୍ରାମର ଜଣେ ବୃଦ୍ଧ ଭାଲୁ ଆକ୍ରମଣରେ ଗୁରୁତର ହୋଇଛନ୍ତି। ସେ ହେଲେ ମନିଜର ବାରିକ(୬୫ ) ।...

ହାଇକୋର୍ଟଙ୍କ ନିର୍ଦ୍ଦେଶକୁ ବିଏମ୍‌ସିର ବେଖାତିର,ବେଆଇନ ଦର୍ଶାଇ ଭାଙ୍ଗିଲେ ଓମ୍‌ଫେଡ୍‌ ଦୋକାନ

ଭୁବନେଶ୍ୱର,୧୫ା୮(ବ୍ୟୁରୋ):ରାଜଧାନୀରେ ବିଏମ୍‌ସିର ଏକ ମନମାନି ଘଟଣା ସ୍ଥାନୀୟ ସିଏମ୍‌ପିଡିଆଇ କଲୋନୀରେ ଦେଖିବାକୁ ମିଳିଛି। ପିସି ନ ଦେବାରୁ ବିଏମ୍‌ସି ଅଧିକାରୀମାନେ ରମେଶ ଚନ୍ଦ୍ର ବାରିକଙ୍କ ଏକ...

Advertisement
Archives

Model This Week