ବିଜେଡି ହାତରେ ସବୁ ଜିଲା ପରିଷଦ

ଭୁବନେଶ୍ୱର,୨ା୩(ବ୍ୟୁରୋ): ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନର ଫଳାଫଳର ସମ୍ପୂର୍ଣ୍ଣ ରିପୋର୍ଟ ମଙ୍ଗଳବାର ରାଜ୍ୟ ନିର୍ବାଚନ କମିଶନଙ୍କ କାର୍ଯ୍ୟାଳୟ ତରଫରୁ ପ୍ରକାଶ କରାଯାଇଛି। ବିଜେଡି ଚଳିତ ନିର୍ବାଚନରେ ରେକର୍ଡ ସଂଖ୍ୟାରେ ବିଜୟୀ ହୋଇଛି। ୩ ଦିନର ଗଣତି ପରେ ୩୦ ଜିଲାର ୮୫୧ଟି ଜୋନ୍‌ର ଫଳାଫଳ ଏକ ପ୍ରକାର ସ୍ପଷ୍ଟ ହୋଇଯାଇଛି। ନିର୍ବାଚନ ପୂର୍ବରୁ ଗୋଟିଏ ଜିଲା ପରିଷଦ ଆସନକୁ ବିଜେଡି ନିର୍ଦ୍ୱନ୍ଦ୍ୱରେ ହାତେଇ ସାରିଥିବା ବେଳେ ବାକି ୮୫୧ ଆସନରେ ନିର୍ବାଚନ ହୋଇଥିଲା। ସେଥିରୁ ବିଜେଡି ମୋଟ୍‌ ୭୬୫ଟି ଆସନରେ ବାଜିମାତ୍‌ କରିନେଇଛି। ଅର୍ଥାତ୍‌ ବିଜେଡିକୁ ମୋଟ ରାଜ୍ୟର ୭୬୬ ଆସନରେ ସଫଳତା ମିଳିଛି। ବାକି ବିରୋଧୀ ଭାଜପାକୁ ୪୨, କଂଗ୍ରେସକୁ ୩୭ ଏବଂ ସ୍ବାଧୀନ ଓ ଅନ୍ୟାନ୍ୟ ଦଳକୁ ମୋଟ ୭ଟି ଆସନରେ ସଫଳତା ମିଳିଛି। ବିଜେଡିକୁ ଏଭଳି ଏକପାଖିଆ ସଫଳତା ପରେ ବିରୋଧୀ ଶିବିରରେ ମଧ୍ୟ ଗଭୀର ପ୍ରଭାବ ପଡ଼ିଥିବା ଭଳି ମନେ ହେଉଛି। ଫଳାଫଳ ଆସିବା ପରେ ୩୦ ଜିଲାରେ ଜିଲା ପରିଷଦ ଅଧ୍ୟକ୍ଷ ପଦବୀ ବିଜେଡି ହାତରେ ରହିବା କଥାକୁ ଆଉ କେହି ଏଡାଇଦେଇ ପାରିବେ ନାହିଁ।
ନିର୍ବାଚନ କମିଶନଙ୍କ ରିପୋର୍ଟ ମୁତାବକ, ମୋଟ ୨,୧୦,୨୮,୪୦୩ ବୈଧ ଭୋଟ ମଧ୍ୟରୁ ବିଜେଡିକୁ ୧,୧୦,୮୯,୭୧୨ ଭୋଟ ମିଳିିଛି। ସେହିପରି ଭାଜପାକୁ ୬୩,୨୩,୭୪୬, କଂଗ୍ରେସକୁ ୨୮,୫୪,୩୯୮, ସ୍ବାଧୀନକୁ ୨,୮୧,୨୧୩ ଏବଂ ଅନ୍ୟାନ୍ୟଙ୍କୁ ୪,୭୯,୩୩୪ ଖଣ୍ଡ ଭୋଟ ମିଳିଛି। ସେହି ଅନୁଯାୟୀ ବିଜେଡି ପଞ୍ଚାୟତ ନିର୍ବାଚନରେ ୫୨.୭୩%, ଭାଜପା ୩୦.୦୭% ଏବଂ କଂଗ୍ରେସ ୧୩.୫୭% ଭୋଟ ହାତେଇବାରେ ସଫଳ ହୋଇଛି। ଚଳିତ ପଞ୍ଚାୟତ ନିର୍ବାଚନରେ ୮୫୩ଟି ଜିଲା ପରିଷଦ ଆସନ ଲାଗି ଭୋଟ ହେବାର ଥିଲା। ସେଥିରୁ କେନ୍ଦୁଝର ଜିଲା ଘଟଗଁା ବ୍ଲକ ଜୋନ୍‌-୮ର ବିଜେଡି ପ୍ରାର୍ଥୀ ଅନାଦି ଚରଣ ସିଂଙ୍କ ନିର୍ବାଚନ ପୂର୍ବରୁ ଦେହାନ୍ତ ହେବା କାରଣରୁ ସେହି ଆସନରେ ନିର୍ବାଚନ ବନ୍ଦ ରହିଛି। ସେହିପରି ବରଗଡ଼ ଜିଲା ଅମ୍ବାଭୋନା ବ୍ଲକର ଜୋନ୍‌-୬ରେ ବିଜେଡି ପ୍ରାର୍ଥତ୍ନୀ କଳ୍ପନା ପଧାନ ନିର୍ଦ୍ୱନ୍ଦ୍ୱରେ ବିଜୟୀ ହୋଇଛନ୍ତି। ବାକି ୮୫୧ ଆସନର ଫଳାଫଳ ଆସିବା ପରେ ବିଜେଡି ଓଡ଼ିଶାର ୩୦ ଜିଲାରେ ଜିଲା ପରିଷଦ ଗଠନ କରିବା ଏକ ପ୍ରକାର ସ୍ପଷ୍ଟ ହୋଇଯାଇଛି। ସେହିପରି ୧୦ ଜିଲାରେ ଭାଜପା ଏବଂ ୧୮ ଜିଲାରେ କଂଗ୍ରେସ ଖାତା ଖୋଲିବାରେ ମଧ୍ୟ ବିଫଳ ହୋଇଛି। ସେହିପରି ଭଦ୍ରକ, ଦେବଗଡ଼, ଯାଜପୁର ଏବଂ ଝାରସୁଗୁଡ଼ା ଜିଲାରେ ବିଜେଡି ଶତପ୍ରତିଶତ ରେଜଲ୍ଟ କରି ଦେଖାଇଛି।
୨୦୧୭ ପଞ୍ଚାୟତ ନିର୍ବାଚନରେ ବିଜେଡି ୪୭୩, ଭାଜପା ୨୯୭ ଏବଂ କଂଗ୍ରେସ ୬୦ଟି ଆସନରେ ବିଜୟୀ ହୋଇଥିଲା। ହେଲେ ଏଥର ବିଜେଡି ଗତଥର ତୁଳନାରେ ୨୯୩ଟି ଅଧିକ ଆସନରେ ବିଜୟୀ ହୋଇଥିଲା ବେଳେ ଭାଜପା ୨୫୫, କଂଗ୍ରେସ ୨୩ ଆସନ ହରାଇଛି। ମୟୂରଭଞ୍ଜ ଜିଲାର ଅଧିକାଂଶ ଜୋନ୍‌ ଗତଥର ସମ୍ପୂର୍ଣ୍ଣ ଭାଜପା ହାତରେ ଥିବାବେଳେ ଏଥର ସେଠାରେ ଖାତା ଖୋଲିପାରିନାହିଁ। ୫୬ଟି ଜୋନ୍‌ ମଧ୍ୟରୁ ଭାଜପା ଓ କଂଗ୍ରେସ ସେଠାରେ ସମ୍ପୂର୍ଣ୍ଣ ଫେଲ୍‌ ମାରିଥିବାବେଳେ ଅନ୍ୟାନ୍ୟ ପ୍ରାର୍ଥୀଙ୍କ ହାତକୁ ୩ଟି ଆସନ ଯାଇଛି। ମୟୂରଭଞ୍ଜରେ ଗତଥର ଜିଲା ପରିଷଦ ଭାଜପା ଗଠନ କରିଥିଲାବେଳେ ଏଥର ଗୋଟିଏ ହେଲେ ଆସନରେ ଜିତି ନ ପାରିବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ମୋଟାମୋଟି ପଶ୍ଚିମ ଓଡ଼ିଶାକୁ ଗତଥର ଭାଜପା ନିଜ ଗଡ଼ ଭାବେ ପ୍ରମାଣିତ କରିଥିଲା। ହେଲେ ସେହି ଧାରା ବଜାୟ ରଖିବାରେ ଏଥର ଫେଲ୍‌ ହୋଇଛି। ଉକ୍ତ ଫଳାଫଳକୁ ଦେଖିଲେ ଭାଜପାକୁ ଭୋଟର ଏଥର ପ୍ରତ୍ୟାଖ୍ୟାନ କରିଥିବା ସ୍ପଷ୍ଟ ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ପଦ୍ମପୁର ଆସନରେ ପ୍ରାର୍ଥୀ ଘୋଷଣା ଦ୍ୱନ୍ଦ୍ୱ

ପଦ୍ମପୁର,୨୮।୩. (ପ୍ରଦୀପ୍ତ ଦାଶ): ବରଗଡ଼ ଜିଲାରେ ଥିବା ବିଧାନସଭା ଆସନ ପାଇଁ ବିଜେଡି ବୁଧବାର ପ୍ରାର୍ଥୀ ଘୋଷଣା କରିଛି। କିନ୍ତୁ ପଦ୍ମପୁର ବିଧାନସଭା ଆସନ ପାଇଁ...

ମା’ ପୁଅଙ୍କୁ ହତ୍ୟା କଲେ ମାଓବାଦୀ

ରାଉରକେଲା,୨୮।୩(ସଙ୍ଗୀତା ଜେନା): ଓଡ଼ିଶା-ଝାଡ଼ଖଣ୍ଡ ସୀମାବର୍ତ୍ତୀ ପଶ୍ଚିମ ସିଂହଭୂମ ଚାଇଁବାସା ଅଞ୍ଚଳରେ ମାଓବାଦୀମାନେ ଜଣେ ବୃଦ୍ଧା ଓ ତାଙ୍କ ପୁଅଙ୍କୁ ହତ୍ୟା କରିଛନ୍ତି। ମୃତକ ହେଲେ ଚାଇଁବାସା...

ବସ୍‌ ଧକ୍କାରେ ଚାଲିଗଲା ଜୈନ ସନ୍ନ୍ୟାସିନୀଙ୍କ ଜୀବନ

ଫୁଲନଖରା,୨୮ା୩(ସତ୍ୟରଞ୍ଜନ ଦାସମହାପାତ୍ର): ଭୁବନେଶ୍ୱର-କଟକ ୧୬ ନମ୍ବର ଜାତୀୟ ରାଜପଥର ବମ୍ଫକୁଦ ନିକଟରେ ଏକ ଯାତ୍ରୀବାହୀ ବସ୍‌ ଧକ୍କାରେ ଜଣେ ଜୈନ ସନ୍ନ୍ୟାସିନୀଙ୍କ ମୃତ୍ୟୁ ଘଟିଛି। ସେ...

ରାଜ୍ୟରେ ବଢିବ ତାପମାତ୍ରା, ୨ଦିନରେ ୪୦ ଛୁଇଁବ

ଭୁବନେଶ୍ୱର,୨୮।୩(ଅସମାପିକା ସାହୁ): ମାର୍ଚ୍ଚ ମାସ ଶେଷ ନ ହେଉଣୁ ରାଜ୍ୟରେ ପାରଦ ଉପରମୁହାଁ ହୋଇଛି। ଗୁରୁବାର ରାଜ୍ୟର ୧୬ଟି ସହରରେ ତାପମାତ୍ରା ୩୮ଡିଗ୍ରୀ ଅତିକ୍ରମ କରିଥିବାବେଳେ...

ମାହାଙ୍ଗା ଡବଲ ମର୍ଡର ମାମଲା: ଅନ୍ତରୀଣ ସୁରକ୍ଷା ବଳବତ୍ତର

କଟକ,୨୮ା୩ (କାର୍ତ୍ତିକ ସାହୁ) ମାହାଙ୍ଗା ଡବଲ ମର୍ଡର ମାମଲାରେ ବିଧାୟକ ପ୍ରତାପ ଜେନାଙ୍କ ଅନ୍ତରୀଣ ସୁରକ୍ଷାକୁ ହାଇକୋର୍ଟ ବଳବତ୍ତର ରଖିଛନ୍ତି। ନିମ୍ନକୋର୍ଟର ନିର୍ଦ୍ଦେଶ ବିରୋଧରେ ବିଧାୟକ...

କଂଗ୍ରେସରୁ ଇସ୍ତଫା ଦେଲେ ପୂର୍ବତନ ବିଧାୟକ, ବିଜେଡିରେ ଯୋଗଦେବା ସମ୍ଭାବନା

ନୂଆଦିଲ୍ଲୀ ,୨୮।୩: ବିଧାନସଭା ନିର୍ବାଚନ ପୂର୍ବରୁ ଟିଟିଲାଗଡର ପୂର୍ବତନ ବିଧାୟକ ସୁରେନ୍ଦ୍ର ସିଂ ଭୋଇ କଂଗ୍ରେସ ଦଳରୁ ଇସ୍ତଫା ଦେଇଛନ୍ତି। ତିନିଥର ପୂର୍ବତନ କଂଗ୍ରେସ ବିଧାୟକ...

ଭାଜପା ସହ ହେଲା ନାହିଁ ମେଣ୍ଟ ତ ନବୀନ ଖେଳିଲେ ନୂଆ ଗେମ! ପୁରୁଷଙ୍କ ଟିକେଟ କାଟି ପତ୍ନୀମାନଙ୍କୁ କଲେ ପ୍ରାର୍ଥୀ

ନୂଆଦିଲ୍ଲୀ/ଭୁବନେଶ୍ୱର,୨୮।୩: ଓଡ଼ିଶାରେ ଶାସକ ବିଜୁ ଜନତା ଦଳ (ବିଜେଡି) ଆଗାମୀ ବିଧାନସଭା ନିର୍ବାଚନ ପାଇଁ ୪ ମହିଳାଙ୍କୁ ସେମାନଙ୍କ ସ୍ବାମୀଙ୍କ ସ୍ଥାନରେ ପ୍ରାର୍ଥୀ କରିଛି। ଏହି...

ରାଜ୍ୟର ୬ଟି ଲୋକ ସଭା ଆସନରେ କାହାକୁ ଟିକେଟ ଦେବ ବିଜେଡି, ଚର୍ଚ୍ଚାରେ ଏହି ନାଁ

ଭୁବନେଶ୍ୱର,୨୮।୩: ୨୦୨୪ ସାଧାରଣ ନିର୍ବାଚନ ପାଇଁ ଓଡ଼ିଶାର ୨୧ଟି ଲୋକ ସଭା ନିର୍ବାଚନ ମଣ୍ଡଳୀ ଭିତରୁ ୧୮ଟି ସ୍ଥାନରେ ନିଜର ପ୍ରାର୍ଥୀ ଘୋଷଣା କରିଥିବା ବେଳେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri