ମେଣ୍ଟ ନ କରି କ୍ଷତି ସହିଲା ବିଜେଡି! ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା

ଭୁବନେଶ୍ୱର,୨।୬: ସରିଛି ୨୦୨୪ ଲୋକ ସଭା ନିର୍ବାଚନ। ନିର୍ବାଚନ ସରିବାର କେଇ ଘଣ୍ଟା ପରେ ଏକଜିଟ ପୋଲ ବା ଭୋଟ ବାହୁଡା ମତ ପ୍ରକାଶ ପାଇଛି। ବିଭିନ୍ନ ଏଜେନ୍ସି ଓ ନ୍ୟୁଜ ଚ୍ୟାନେଲ ଅନୁଯାୟୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କେନ୍ଦ୍ର ସହ ଅଧିକାଂଶ ରାଜ୍ୟରେ ବହୁମତ ପାଇବା ନେଇ ଆକଳନ କରାଯାଇଛି। ତେବେ ସବୁଠାରୁ ଆଶ୍ଚର୍ଯ୍ୟକର କଥା ହେଉଛି ଏକଜିଟ ପୋଲ ଅନୁସାରେ ପଶ୍ଚିମବଙ୍ଗ ପରି ଓଡ଼ିଶାରେ ମଧ୍ୟ ଭାଜପା ଅଧାରୁ ଅଧିକ ସିଟ୍‌ ଜିତି ଲୋକସଭାରେ ରେକର୍ଡ କରିବ ବୋଲି ଅନୁମାନ କରାଯାଇଛି। ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା ହେଉଛି କି, ଓଡ଼ିଶାର ଆଞ୍ଚଳିକ ତଥା କ୍ଷମତାସୀନ ଦଳ ବିଜୁ ଜନତା ଦଳ ଯଦି ଭାଜପା ସହ ମେଣ୍ଟ କରିଥାନ୍ତା ତେବେ ତାଙ୍କୁ ଆକଳନ ଅନୁସାରେ ଏପରି ପରାଜୟ ସହିବାକୁ ପଡିନଥାନ୍ତା।

ନିର୍ବାଚନ ତାରିଖ ଘୋଷଣା ହେବା ପୂର୍ବରୁ ଭାଜପା ଓ ବିଜେଡି ମଧ୍ୟରେ ଭିତିରିଆ ମେଣ୍ଟ ସମ୍ପର୍କକୁ ନେଇ ଅନେକ ରାଉଣ୍ଡ ଆଲୋଚନା ହୋଇଥିଲା। କିନ୍ତୁ ଶେଷରେ ଆଲୋଚନା ସଫଳ ହୋଇପାରି ନ ଥିଲା। ରାଜ୍ୟରେ ଏକାକୀ ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିବାକୁ ବିଜେଡି ଘୋଷଣା କରିଥିଲା। ଏହାପରେ ରାଜ୍ୟରେ ଲୋକ ସଭା ଓ ବିଧାନସଭାରେ ଉଭୟ ଭାଜପା, ବିଜେଡି ଅଲଗା ଅଲଗା ନିର୍ବାଚନରେ କଡ଼ା ପ୍ରତିଦ୍ୱନ୍ଦ୍ୱିତା କରିଥିଲେ। ଏହାର ପ୍ରକୃତ ରେଜଲ୍ଟ ଜୁନ ୪ରେ ଘୋଷଣା ହେବାକୁ ଥିବାବେଳେ ପ୍ରକୃତରେ କିଏ ବାଜିମାତ କରୁଛି ନା ବିଜେଡି ତା’ ୨୫ବର୍ଷ ଗଡ ରକ୍ଷା କରିପାରୁଛି ତାହା ଦେଖିବା ବାକି ରହିଲା। କିନ୍ତୁ ତା’ ପୂର୍ବରୁ ବିଭିନ୍ନ ଏଜେନ୍ସି ଦ୍ୱାରା କରାଯାଇଥିବା ବୁଥ ବାହୁଡା ମତ ଅନୁସାରେ ବିଜେଡିକୁ ରାଜ୍ୟରେ ଶୋଚନୀୟ ପରାଜୟର ସମ୍ମୁଖୀନ ହେବାକୁ ପଡିପାରେ। ଆଉ ଭାଜପା ବଡ଼ ବିଜୟ ସହ ସରକାରକୁ ଆସିପାରେ। ତେବେ ସବୁ ଏକଜିଟ ପୋଲକୁ ନଜର ପକାଇ ଆସନ୍ତୁ ଜାଣିବା ବିଜେଡି ମେଣ୍ଟ କରିଥିଲେ ଲାଭରେ ରହିଥାନ୍ତା? ନା ଏକାକୀ ଲଢି କ୍ଷତି ସହିବାକୁ ଯାଉଛି।

ଓଡ଼ିଶାରେ ଲୋକ ସଭା ନିର୍ବାଚନ ଏବଂ ବିଧାନସଭା ନିର୍ବାଚନ ଏକାସାଙ୍ଗରେ ଅନୁଷ୍ଠିତ ହୋଇଯାଇଛି। ରାଜ୍ୟରେ ଲୋକ ସଭା ଆସନ ସଂଖ୍ୟା ୨୧ ଥିବାବେଳେ ବିଧାନସଭା ଆସନ ୧୪୭ ରହିଛି। ତେବେ ଶନିବାର କରାଯାଇଥିବା ସମସ୍ତ ଏକଜିଟ ପୋଲ ସର୍ଭେରୁ ଜଣାପଡିଛି ଯେ ଭାଜପା ଲୋକ ସଭାରେ ୧୩ଟି ସିଟ ମିଳିବାକୁ ଥିବାବେଳେ ବିଜେଡିକୁ ୭ଟି ସିଟ୍‌ରେ ସନ୍ତୁଷ୍ଟ ରହିବାକୁ ପଡିପାରେ। ଗତ ଲୋକସଭା ନିର୍ବାଚନରେ ଭାଜପା ୮ଟି ଆସନ ପାଇଥିଲା। କୁହାଯାଉଛି କି ଦଳ ଆଉ ଆଉ ୫ଟି ସିଟ ହାସଲ କରିପାରେ। ସେହିପରି ବିଜେଡିକୁ ଯେଉଁଠି ୧୨ଟି ଆସନ ମିଳିଥିଲା ଏବେ ସେ ୫ଟି ଆସନ କ୍ଷତି ସହିପାରେ। ତେବେ ଏହା ତ ଏକଜିଟ ପୋଲର ଭବିଷ୍ୟବାଣୀ, ପ୍ରକୃତ ଚିତ୍ର କ’ଣ ତାହା ଜୁନ ୪ରେ ଜଣାପଡିବ।

୨୦୧୪ ଲୋକସଭା ନିର୍ବାଚନରେ ବିଜେଡି ରାଜ୍ୟର ମୋଟ ୨୧ଟି ଲୋକସଭା ଆସନରୁ ୨୦ଟି ହାତେଇଥିଲା। କିନ୍ତୁ ୨୦୧୯ରେ ବିଜେଡିକୁ ୮ଟି ଆସନ ହରାଇବାକୁ ପଡିଥିଲା। ଏଥିରେ ବିଜେଡିକୁ ୧୨ଟି ଆସନରେ କ୍ଷତି ସହିବାକୁ ପଡିଥିଲା। ପରବର୍ତ୍ତୀ ମୂହୁର୍ତ୍ତରେ ଏହାଦ୍ୱାରା ଭାଜପା ଉପକୃତ ହୋଇଥିଲା। ୨୦୧୪ ଲୋକସଭା ନିର୍ବାଚନରେ ଭାଜପା କେବଳ ଗୋଟିଏ ଆସନ ପାଇଥିଲା, କିନ୍ତୁ ୨୦୧୯ରେ ଆଠଟି ସିଟ ହାତେଇଥିଲା। କଂଗ୍ରେସ କେବଳ ଗୋଟିଏ ଆସନ ପାଇଥିଲା। ତେବେ ଚଳିତ ନିର୍ବାଚନରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉପରେ ଜନତା ପୁଣି ଆସ୍ଥା ପ୍ରକଟ କରିବେ ନା ଭାଜପାକୁ ସୁଯୋଗ ଦେବେ ତାହା ଦେଖିବା ବାକି ରହିଲା।


Enter your email to get our daily news in your inbox.

All Right Reserved By Dharitri.Com

କୋରାପୁଟରେ ପ୍ରବଳ ବର୍ଷା ସମ୍ଭାବନା, ଅଧିକାରୀଙ୍କୁ ମୁଖ୍ୟାଳୟ ନଛାଡ଼ିବା ନିର୍ଦ୍ଦେଶ

କୋରାପୁଟ, ୨୧/୯( ଅମିତାଭ ବେହେରା ): ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି ହୋଇ ଏହା ଅବପାତର ରୂପ ନେବା ନେଇ ଭାରତୀୟ ପାଣିପାଗ ବିଭାଗ (ଆଇଏମ୍‌ଡି) ପକ୍ଷରୁ ସତର୍କ…

୧୪୦ ଅନ୍ତେବାସୀ ହଷ୍ଟେଲ ଛାଡ଼ିବା ଘଟଣା: ୪୬ ଦିନ ପରେ ଉଚ୍ଚସ୍ତରୀୟ ତଦନ୍ତ

ଝରିଗାଁ,୨୧।୯(କିଶୋର ଚନ୍ଦ୍ର ମଣ୍ଡଳ): ମୌଳିକ ସୁବିଧା-ସୁଯୋଗର ଅଭାବ ଏବଂ ନିମ୍ନମାନର ଖାଦ୍ୟ ଯୋଗାଣ ଯୋଗୁ ନବରଙ୍ଗପୁର ଜିଲା ଝରିଗାଁ ବ୍ଲକ ସାନରଟମରା ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟ…

ଗଭୀର ଅବପାତ ପ୍ରଭାବ: ୩ ଦିନ ବନ୍ଦ ରହିବ ଗଞ୍ଜାମର ସମସ୍ତ ଅଙ୍ଗନବାଡ଼ି କେନ୍ଦ୍ର

ଛତ୍ରପୁର, ୨୧/୯ (ଦିଲ୍ଲୀପ ସାମଲ/ଦ୍ଵାରକା ପଟ୍ଟନାୟକ) : ଗଭୀର ଅବପାତ ଯୋଗୁ ସମ୍ଭାବ୍ୟ ପ୍ରତିକୂଳ ପାଣିପାଗ ପରିସ୍ଥିତିକୁ ଦୃଷ୍ଟିରେ ରଖି ଗଞ୍ଜାମ ଜିଲା ପ୍ରଶାସନ ପକ୍ଷରୁ ଆଗୁଆ…

ପ୍ରକାଶ ପାଇଲା ଚୂଡ଼ାନ୍ତ ଭୋଟର ତାଲିକା-୨୦୨୬: ବରଗଡ଼ ଜିଲାରେ ୧୧.୧୧ ଲକ୍ଷ ଭୋଟର

ବରଗଡ,୨୧।୯(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାପାଳଙ୍କ କାର୍ଯ୍ୟାଳୟ ସଭାଗୃହଠାରେ ସୋମବାର ଭୋଟର ତାଲିକାର ସ୍ବତନ୍ତ୍ର ସଘନ ସଂଶୋଧନ (ଏସଆଇଆର) ପ୍ରକ୍ରିୟା ଅନ୍ତର୍ଗତ ଚୂଡ଼ାନ୍ତ ଭୋଟର ତାଲିକା-୨୦୨୬ ଆନୁଷ୍ଠାନିକ ଭାବେ…

ଫୁଟ୍‌ବଲ ମ୍ୟାଚ୍‌ ଦେଖି ଫେରୁଥିଲେ ୨ ଯୁବକ, ଧକ୍କା ଦେଲା ଅଜଣା ଗାଡ଼ି: ଘଟଣାସ୍ଥଳରେ…

ବାରିପଦା,୨୧।୯(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲା ଶୁଳିଆପଦା ବ୍ଲକ କାଳିଆଶୋଳ ନିକଟରେ ସୋମବାର ରାତିରେ ଏକ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଛି ଏକ ଅଜଣା ଗାଡ଼ି ଧକ୍କା…

ପୋଖରୀକୁ ଗାଧୋଇବାକୁ ଯାଇଥିଲେ ନିହାରିକା, ଖସିଗଲା ଗୋଡ଼: ଆଉ ତା’ପରେ…

ଲାଞ୍ଜିଗଡ,୨୧।୯(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ ବ୍ଲକ ଲାଞ୍ଜି ପଞ୍ଚାୟତ ବିଶ୍ୱନାଥପୁର ଥାନା ଅନ୍ତର୍ଗତ ସିନ୍ଧିପଦର ଗ୍ରାମର ଜଣେ ନାବାଳିକାର ପାଣିରେ ବୁଡି ମୃତ୍ୟୁ ଘଟିଛି…

ସମ୍ଭାବ୍ୟ ବାତ୍ୟାକୁ ନେଇ ବଡ଼ ଅପଡେଟ୍‌: ଏହି ବାଟ ଦେଇ ଅତିକ୍ରମ କରିବ ସ୍ଥଳଭାଗ!

ଭୁବନେଶ୍ୱର, ୨୧।୯: ସଷ୍ଟି ହେଲା ଅବପାତ। ପୁରୀଠାରୁ ଦକ୍ଷିଣ-ପୂର୍ବ ଦିଗ ଓ ଗୋପାଳପୁରଠାରୁ ପୂର୍ବ-ଦକ୍ଷିଣ-ପୂର୍ବ ଦିଗରେ ୩୧୦ କି.ମି ଦୂରରେ ଅବପାତ କେନ୍ଦ୍ରୀଭୂତ। କଳିଙ୍ଗପାଟନମରୁ ୩୯୦ କି.ମି…

ବହୁମୁଖୀ ଭବନ ଲୋକାର୍ପଣ କଲେ ବିଧାୟକ ସିଦ୍ଧାନ୍ତ ମହାପାତ୍ର: ବାଣ୍ଟିଲେ ଭତ୍ତା

ଦିଗପହଣ୍ଡି, ୨୧।୯ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏନଏସି ଅଞ୍ଚଳରେ ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଉଦ୍‌ଘାଟନ ଓ ଶିଳାନ୍ୟାସ ଅନୁଷ୍ଠିତ ହୋଇଛି। ସୋମବାର ଦିଗପହଣ୍ଡି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?