୨୦ରେ ରାସ୍ତାକୁ ଓହ୍ଲାଇବ ବିଜେଡି

ଭୁବନେଶ୍ୱର, ୧୭ା୭(ବ୍ୟୁରୋ): ଦୀର୍ଘଦିନର ନୀରବତା ପରେ ବିଜେଡି କେନ୍ଦ୍ର ସରକାରଙ୍କ ବିରୋଧରେ ଆନ୍ଦୋଳନ କରିବା ପାଇଁ ଅଣ୍ଟା ଭିଡିଛି। କେନ୍ଦ୍ର ସରକାର ଓଡ଼ିଶା ଚାଷୀଙ୍କ ପ୍ରତି ଅବହେଳା କରୁଥିବା ନେଇ ବିଜେଡି ପକ୍ଷରୁ ଅଭିଯୋଗ କରାଯାଇଛି। ଏହି ପ୍ରସଙ୍ଗରେ ଦଳ ତରଫରୁ ଆସନ୍ତା ୨୦ ତାରିଖରେ ଭାରତୀୟ ଖାଦ୍ୟ ନିଗମର କାର୍ଯ୍ୟାଳୟ ଓ ଗୋଦାମ ସମ୍ମୁଖରେ ପ୍ରତିବାଦ କରାଯିବ ବୋଲି ବିଜୁ ମହିଳା ଜନତା ଦଳ ସଭାପତି ସ୍ନେହାଙ୍ଗିନୀ ଛୁରିଆ ସୂଚନା ଦେଇଛନ୍ତି।
ବିଜେଡି ରାଜ୍ୟ କାର୍ଯ୍ୟାଳୟଠାରେ ଶୁକ୍ରବାର ଆୟୋଜିତ ଖବରଦାତା ସମ୍ମିଳନୀରେ ସ୍ନେହାଙ୍ଗିନୀ କହିଛନ୍ତି ଯେ, ଧାନ ସଂଗ୍ରହ କରିବା ଦାୟିତ୍ୱ କେନ୍ଦ୍ରର। ହେଲେ ରାଜ୍ୟ ଭାଜପା ନେତାମାନେ ଓଡ଼ିଶାବାସୀଙ୍କୁ ଏକଥା କହୁନାହାନ୍ତି। ୨୦୦୩-୦୪ରେ ୩୦ ଜିଲାରୁ ଧାନ ସଂଗ୍ରହ ନିଶ୍ଚିତ କରିବା ଲାଗି କେନ୍ଦ୍ରଠାରୁ ରାଜ୍ୟ ସରକାର ଦାୟିତ୍ୱ ନେଇଥିଲେ। ଭାଜପା ନେତୃତ୍ୱାଧୀନ କେନ୍ଦ୍ର ସରକାର କରିବା କାର୍ଯ୍ୟକୁ ରାଜ୍ୟ ସରକାର କରୁଛନ୍ତି। ୨୦୨୦-୨୧ ଖରିଫ ଋତୁରେ ଓଡ଼ିଶା ସରକାର ୭୭.୩୩ ଲକ୍ଷ ମେଟ୍ରିକ ଟନ୍‌ ଧାନ ଚାଷୀଙ୍କ ଠାରୁ ସଂଗ୍ରହ କରିଛନ୍ତି, ଯାହାର ମୂଲ୍ୟ ୧୪,୪୪୬ କୋଟି ଟଙ୍କା। କେନ୍ଦ୍ର ସରକାର ଚଳିତ ଖରିଫ ଋତୁରେ ଖାଦ୍ୟ ସବ୍‌ସିଡି ବାବଦରେ ୩୮୨୪ କୋଟି ଟଙ୍କା ପ୍ରଦାନ କରିଛନ୍ତି। ରାଜ୍ୟର ସବ୍‌ସିଡି ବାବଦରେ ୧୧୧୭ କୋଟି ଟଙ୍କାକୁ ବାଦ୍‌ ଦେଲେ ଅନାଦେୟ ବ୍ୟାଙ୍କ ଋଣ ବାବଦରେ ୬୫୭୦ କୋଟି ଟଙ୍କା ବାକିଆ ପଡିଛି। ଖାଦ୍ୟ ସବ୍‌ସିଡି ବାବଦରେ ଦୀର୍ଘଦିନ ଧରି ବାକିଆ ଗଡୁଥିବା ୬୫୭୦ କୋଟି ଟଙ୍କା କେନ୍ଦ୍ର ସରକାର ତୁରନ୍ତ ପ୍ରଦାନ କରନ୍ତୁ। ରାଜ୍ୟର ବଳକା ୨୦ ଲକ୍ଷ ମେଟ୍ରିକ ଟନ୍‌ ଚାଉଳ କେନ୍ଦ୍ର ସରକାର ଉଠାଇବା ଆବଶ୍ୟକ। କେନ୍ଦ୍ର ସରକାର ମାତ୍ର ୧୩ ଲକ୍ଷ ମେଟ୍ରିକ ଟନ୍‌ ଚାଉଳ ଉଠାଇଥିବା ବେଳେ ୭ ଲକ୍ଷ ମେଟ୍ରିକ୍‌ ଟନ୍‌ ଚାଉଳ ବର୍ତ୍ତମାନ ସୁଦ୍ଧା ପଡ଼ିରହିଛି। ତୁରନ୍ତ ଏହି ବଳକା ଚାଉଳକୁ କେନ୍ଦ୍ର ସରକାର ଉଠାଇବା ପାଇଁ ବିଜେଡି ଦାବି କରିଛି। ବିଭିନ୍ନ କାରଣ ଯୋଗୁ ଖରିଫ ଧାନ ସଂଗ୍ରହ ସମୟ ଅବଧି ୩୦ ଜୁନ୍‌ରୁ ସେପ୍ଟେମ୍ବର ୩୦କୁ ବଢାଇବା ପାଇଁ ଓଡ଼ିଶା ସରକାର କେନ୍ଦ୍ରକୁ ଅନୁରୋଧ କରିଥିଲେ। କିନ୍ତୁ ଦୁର୍ଭାଗ୍ୟବଶତଃ କେନ୍ଦ୍ର ସରକାର ଏହାକୁ କେବଳ ଗୋଟିଏ ମାସ ପାଇଁ ବଢାଇଛନ୍ତି। ଏହା ଆଦୌ ଗ୍ରହଣୀୟ ନୁହେଁ ଏବଂ ଚାଷୀ ବିରୋଧୀ। ଏ ନେଇ ବିଜେଡି ରାସ୍ତାକୁ ଓହ୍ଲାଇବ ବୋଲି ସ୍ନେହାଙ୍ଗିନୀ ସୂଚନା ଦେଇଛି। ଖବରଦାତା ସମ୍ମିଳନୀରେ ବିଜେଡି ମୁଖପାତ୍ର ଶ୍ରୀମୟୀ ମିଶ୍ର ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ସୂର୍ଯ୍ୟଙ୍କ ଗୋଚରରେ ଚମକିବ ୫ ରାଶିର ଭାଗ୍ୟ, ହେବ ବଡ଼ ପ୍ରମୋସନ ବଢିବ ଧନ

ସୂର୍ଯ୍ୟ ଗ୍ରହ ୧୭ ସେପ୍ଟେମ୍ୱର ୨୦୨୬, ଗୁରୁବାର ସକାଳ ୭ଟା ୫୮ ମିନିଟରେ କନ୍ୟା ରାଶିରେ ଗୋଚର କରିବେ। ଏହା କନ୍ୟା ସଂକ୍ରାନ୍ତି ହେବ। ଏହାର ପ୍ରଭାବରେ…

‘ଭାରତରେ ଦେହ ବ୍ୟବସାୟ ଆଇନଗତ ହେବା ଉଚିତ,’ ପୁନମ ପାଣ୍ଡେ କୁହନ୍ତି, ମୋର କାମୁକ ଭିଡିଓ ଗୁଡ଼ିକ ଦେଶ ତଥା ବିଶ୍ୱକୁ…

ମୁମ୍ବାଇ,୬।୯: ପ୍ରସିଦ୍ଧ ମଡେଲ ଏବଂ ଅଭିନେତ୍ରୀ ପୁନମ ପାଣ୍ଡେ ତାଙ୍କ ଡ୍ରେସିଂ ସେନ୍ସ ଏବଂ ବୟାନ ପାଇଁ ପ୍ରାୟତଃ ଶିରୋନାମାରେ ରହିଥାନ୍ତି। ସମ୍ପ୍ରତି, ବେଶ୍ୟାବୃତ୍ତି ବା ଦେହ…

ସୁନିତା-କୋମଲ ବିବାଦ ଉପରେ ନୀରବତା ଭାଙ୍ଗିଛନ୍ତି ଗୋବିନ୍ଦା, ଇସାରାରେ କହିଲେ ଖୁବ ବଡ଼ କଥା

ମୁମ୍ବାଇ,୬।୯: ପତ୍ନୀ ସୁନିତା ଆହୁଜାଙ୍କ ସହ ସମ୍ପର୍କରେ ମତଭେଦ ଏବଂ ଅଭିନେତ୍ରୀ କୋମଲ ରାଣୀଙ୍କ ସହ ତଥା କଥିତ ସମ୍ପର୍କର ଗୁଜବ ସମ୍ପର୍କରେ ଖବର ଆସିବା ପରେ…

ବରଗଡ଼ରେ ନୂଆଖାଇ ଲଗ୍ନ ଧାର୍ଯ୍ୟ, ଏହି ମୁହୂର୍ତ୍ତରେ ଶୁଭବେଳା…

ବରଗଡ଼,୬ା୯(ପ୍ରେମାନନ୍ଦ ଖମାରୀ): ବରଗଡ଼ର ଅଧିଷ୍ଠାତ୍ରୀ ଗ୍ରାମଦେବୀ ସମଲେଶ୍ୱରୀଙ୍କ ପୀଠରେ ରବିବାର ନୂଆଖାଇ ଲଗ୍ନ ନିରୂପଣ କରାଯାଇଛି। ବିଧି ଓ ପରମ୍ପରା ଅନୁଯାୟୀ ଆସନ୍ତା ୧୪ ତାରିଖ ନିଶାର୍ଦ୍ଧ…

ସ୍ତ୍ରୀଙ୍କୁ ସନ୍ଦେହ ଚକ୍ଷୁରେ ଦେଖୁଥିଲେ ସ୍ବାମୀ, ନିର୍ମମ ଭାବେ ହତ୍ୟା କରିବା ପରେ…

ସମ୍ବଲପୁର,୬ା୯(ପ୍ରମୋଦ ବହିଦାର): ସମ୍ବଲପୁର ଟାଉନ ଥାନା ଅନ୍ତର୍ଗତ ସେନ ପାର୍କ ନିକଟସ୍ଥ ପ୍ରାଣୀ ଚିକିତ୍ସାଳୟ ସମ୍ମୁଖରେ ଏକ ଅଭାବନୀୟ ତଥା ବର୍ବରୋଚିତ ହତ୍ୟାକାଣ୍ଡ ଘଟିଯାଇଛି। ଚରିତ୍ର ଉପରେ…

ଯେଉଁ କାମ ପାଇଁ ଦିନେ ଯୁବକଙ୍କୁ ପରିହାସ କରୁଥିଲେ ଲୋକେ, ଆଜି ବିଦେଶରୁ ଆସିଲା ଚାକିରି ଅଫର, ପୂରା କାହାଣୀ ଜାଣିଲେ…

ଭାରତରେ ନଦୀଗୁଡ଼ିକର ଦୁର୍ଦ୍ଦଶା କହିଲେ ନ ସରେ। ସରକାରୀ ପ୍ରୟାସ ସତ୍ତ୍ୱେ ନଦୀଗୁଡ଼ିକର ଅବସ୍ଥା ସୁଧାର ହୋଇନାହିଁ। ସମ୍ପ୍ରତି ମଧ୍ୟପ୍ରଦେଶର ରାଜଗଡ଼ ଜିଲାର ଜଣେ ୨୦ ବର୍ଷୀୟ…

Video: ମେଟ୍ରୋରେ ଯାତ୍ରା କଲେ ପ୍ରଧାନମନ୍ତ୍ରୀ ମୋଦି, ପିଲାମାନଙ୍କ ସହିତ ଆଲୋଚନା ସମୟରେ ତାଙ୍କ ସଂସଦୀୟ କ୍ଷେତ୍ର କାଶୀକୁ ମନେ ପକାଇଲେ, ଯାହାକୁ ନେଇ ହେଲାଣି ଚର୍ଚ୍ଚା

ନୂଆଦିଲ୍ଲୀ,୬।୯: ଦିଲ୍ଲୀ ମେଟ୍ରୋରେ ଯାତ୍ରା କରୁଥିବା ଯାତ୍ରୀମାନେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ, ଶନିବାର (ସେପ୍ଟେମ୍ବର 5, 2026) ସାରେ, ସେମାନଙ୍କ ସହିତ ଯାତ୍ରା କରୁଥିବା ଦେଖି ଖୁସିରେ…

ରୋନାଲ୍ଡୋ-ମେସିଙ୍କୁ ନେଇ ଇତିହାସରେ ପ୍ରଥମ ଥର ଘଟିବାକୁ ଯାଉଛି ଏମିତି ଘଟଣା, ଅପେକ୍ଷାରେ ପ୍ରଶଂସକ

ନୂଆଦିଲ୍ଲୀ,୬।୯: ପର୍ତ୍ତୁଗାଲର କ୍ରିଷ୍ଟିଆନୋ ରୋନାଲ୍ଡୋ ଏବଂ ଆର୍ଜେଣ୍ଟିନାର ଲିଓନେଲ ମେସି ଫୁଟବଲ ଜଗତର ଦୁଇ କିମ୍ବଦନ୍ତୀ ତାରକା। ପ୍ରାୟ 15 ବର୍ଷ ଧରି, ସେମାନଙ୍କର ପ୍ରତିଦ୍ୱନ୍ଦ୍ୱିତା ବିଶ୍ୱ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri