Posted inଜାତୀୟ

ମୋଦିଙ୍କୁ ବିଜେଡିର ସମର୍ଥନ

ନୂଆଦିଲ୍ଲୀ,୨ା୮: ଦିଲ୍ଲୀ ସେବା ଅଧ୍ୟାଦେଶ ସମ୍ପର୍କିତ କେନ୍ଦ୍ର ସରକାର ଆଣିଥିବା ଗଭର୍ନମେଣ୍ଟ ଅଫ୍‌ ନ୍ୟାଶନାଲ କ୍ୟାପିଟାଲ ଟେରିଟୋରି ଅଫ୍‌ ଦିଲ୍ଲୀ (ସଂଶୋଧନ) ବିଲ୍‌, ୨୦୨୩କୁ ବିଜେଡି ସମର୍ଥନ କରିଥିବା ମଙ୍ଗଳବାର ଘୋଷଣା କରିଛି। ସେହିପରି ବିରୋଧୀ ଇଣ୍ଡିଆନ୍‌ ନ୍ୟାଶନାଲ ଡେଭେଲପ୍‌ମେଣ୍ଟ ଇନ୍‌କ୍ଲୁସିଭ୍‌ ଆଲାଏନ୍ସ (ଇଣ୍ଡିଆ) ପକ୍ଷରୁ କେନ୍ଦ୍ର ବିରୋଧେରେ ଆଗତ ଅନାସ୍ଥା ପ୍ରସ୍ତାବ ବିରୋଧରେ ଭୋଟ ଦେବା ପାଇଁ ବିଜେଡି ନିଷ୍ପତ୍ତି ନେଇଛି। ଆନ୍ଧ୍ର ପ୍ରଦେଶ ମୁଖ୍ୟମନ୍ତ୍ରୀ ଜଗନ୍‌ମୋହନ ରେଡ୍ଡୀଙ୍କ ଓ୍ବାଇଏସ୍‌ଆର୍‌ସିପି ଦିଲ୍ଲୀ ଅମଲାତନ୍ତ୍ରୀଙ୍କ ନିଯୁକ୍ତି ଓ ବଦଳି ପ୍ରସଙ୍ଗରେ କେନ୍ଦ୍ର ସରକାର ଆଣିଥିବା ଏହି ବିଲ୍‌କୁ ସମର୍ଥନ ଘୋଷଣା କରିବା ପରେ ବିଜେଡି ହେଉଛି ଏହି କ୍ଷେତ୍ରରେ ଦ୍ୱିତୀୟ ଦଳ। ଦୁଇଟି ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ କେନ୍ଦ୍ର ସରକାରଙ୍କୁ ବିଜେଡିର ସମର୍ଥନ ଘୋଷଣା ଫଳରେ ଭାଜପା ନେତୃତ୍ୱାଧୀନ ଜାତୀୟ ଗଣତାନ୍ତ୍ରିକ ମେଣ୍ଟ (ଏନ୍‌ଡିଏ) ସରକାରକୁ ଆଶ୍ୱସ୍ତି ମିଳିଛି। ବିଶେଷକରି ରାଜ୍ୟ ସଭାରେ ଶାସକ ପକ୍ଷର ସଂଖ୍ୟାଗରିଷ୍ଠତା ନ ଥିବାବେଳେ ବିଜେଡିର ଉକ୍ତ ନିଷ୍ପତ୍ତି ସରକାରଙ୍କୁ ସୁହାଇବ। ରାଜ୍ୟ ସଭାରେ ବିଜେଡି ନେତା ସସ୍ମିତ ପାତ୍ର କହିଛନ୍ତି, ଆମ ଦଳ ଏହି ବିଲ୍‌କୁ ସମର୍ଥନ କରିବ। ଅନାସ୍ଥା ପ୍ରସ୍ତାବ ବିରୋଧରେ ମଧ୍ୟ
ଭୋଟ ଦେବୁ। ଏଥିଲାଗି ଉଭୟ ଲୋକ ସଭା ଓ ରାଜ୍ୟ ସଭାରେ ବିଜେଡି ପକ୍ଷରୁ ଏମ୍‌ପିମାନଙ୍କ ପାଇଁ ୩ ଧାଡ଼ିଆ ହୁଇପ୍‌ ଜାରି କରାଯାଇଛି। ରାଜ୍ୟ ସଭାରେ ବିଜେଡିର ୯ ଏମ୍‌ପି ଅଛନ୍ତି। ଓ୍ବାଇଏସ୍‌ଆର୍‌ କଂଗ୍ରେସର ମଧ୍ୟ ଉଚ୍ଚ ସଦନରେ ୯ ସଦସ୍ୟ ରହିଛନ୍ତି। ଦୁଇଦଳର ଏମ୍‌ପିଙ୍କୁ ମିଶାଇଲେ ୧୮ ହେଉଥିବାରୁ ଦିଲ୍ଲୀ ଅମଲାତନ୍ତ୍ରୀ ନିୟନ୍ତ୍ରଣ ସମ୍ପର୍କିତ କେନ୍ଦ୍ରର ବିଲ୍‌କୁ ଗୃହୀତ କରାଇବାରେ ଅସୁବିଧା ହୋଇ ନ ପାରେ। ଏନ୍‌ଡିଏ ଅଂଶିଦାର ନ ହୋଇ ମଧ୍ୟ ଏହି ଦୁଇ ଦଳ ଅନେକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ମୋଦି ସରକାରଙ୍କୁ ସମର୍ଥନ କରିଆସିଛନ୍ତି।
୨୩୮ ଆସନ ବିଶିଷ୍ଟ ରାଜ୍ୟ ସଭାରେ ଶାସକ ଏନ୍‌ଡିଏର ଏମ୍‌ପିଙ୍କ ସଂଖ୍ୟା ୧୦୦ରୁ ଅଧିକ। ମନୋନୀତ, ସରକାରଙ୍କୁ ସମର୍ଥନ କରିଆସୁଥିବା ସ୍ବାଧୀନ ଏମ୍‌ପି ଏବଂ ବିଜେଡି-ଓ୍ବାଇଏସ୍‌ଆର୍‌ସିପି ସଦସ୍ୟଙ୍କ ସମର୍ଥନ ମିଳିଲେ ସରକାର ସଂଖ୍ୟାଗରିଷ୍ଠତା ହାସଲ କରି ଅନାୟାସରେ ବିଲ୍‌କୁ ଗୃହୀତ କରାଇନେବେ। ଅନ୍ୟପକ୍ଷେ ରାଜ୍ୟ ସଭାରେ ‘ଇଣ୍ଡିଆ’ର ପ୍ରାୟ ୧୦୯, ଭାରତ ରାଷ୍ଟ୍ର ସମିତି (ବିଆର୍‌ଏସ୍‌) ଏବଂ କପିଲ ସିବଲଙ୍କ ଭଳି କେତେଜଣ ସ୍ବାଧୀନ ଏମ୍‌ପି ଉକ୍ତ ବିଲ୍‌ ବିରୋଧରେ ଭୋଟ ଦେଇପାରନ୍ତି ବୋଲି ଜଣେ ବରିଷ୍ଠ ନେତା କହିଛନ୍ତି। ରାଜ୍ୟ ସଭାର ମୋଟ ଆସନ ସଂଖ୍ୟା ୨୪୩। କିନ୍ତୁ କେତୋଟି ଆସନ ଖାଲି ପଡ଼ିଛି। ଇଣ୍ଡିଆର ୨୬ ଦଳ ମଧ୍ୟରୁ ୧୮ ଦଳର ମୋଟ ସଦସ୍ୟ ସଂଖ୍ୟା ୧୦୧। ଏହି ବ୍ଲକ୍‌ ସହ ବିଆର୍‌ଏସ୍‌ର ୭ ଏମ୍‌ପି ବିଲ୍‌କୁ ବିରୋଧ କରିପାରନ୍ତି। ଲୋକ ସଭାରେ ମୋଟ ଆସନ ସଂଖ୍ୟା ୫୪୩ ହୋଇଥିବାବେଳେ ୬ ଆସନ ଖାଲିପଡ଼ିଛି। ନିମ୍ନ ସଦନରେ କେବଳ ଭାଜପାର ସଦସ୍ୟ ସଂଖ୍ୟା ୩୦୫ ହୋଇଥିବାରୁ ଅନାସ୍ଥା ପ୍ରସ୍ତାବ କାଟ୍‌ ଖାଇବା ନିଶ୍ଚିତ। ଏଭଳି ସ୍ଥିତିରେ ବିଜେଡିର ୧୨ ସଦସ୍ୟ ଏହି ପ୍ରସ୍ତାବ ବିରୋଧରେ ଭୋଟ ଦେବାକୁ ଯାଉଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୧୭ ଅଗଷ୍ଟରେ ମଘା ନକ୍ଷତ୍ରରେ ପ୍ରବେଶ କରିବେ ସୂର୍ଯ୍ୟ, ମେଷ ସମେତ ୩ ରାଶିରେ ଧନବର୍ଷା

୧୭ ଅଗଷ୍ଟ ସକାଳେ ସୂର୍ଯ୍ୟ କେତୁଙ୍କ ଦ୍ୱାରା ଶାସିତ ମଘା ନକ୍ଷତ୍ରରେ ପ୍ରବେଶ କରିବେ। ସୂର୍ଯ୍ୟଙ୍କ ପାଇଁ ନକ୍ଷତ୍ରର ଏହି ପରିବର୍ତ୍ତନ ସକାଳ ୮:୦୩ ରେ ଘଟିବ।…

ତ୍ରିରଙ୍ଗା ଅଭିଯାନରେ ସାମିଲ ହେଲେ ଜିଲାପାଳ, ସ୍ବାଧୀନତା ସଂଗ୍ରାମୀ ତ୍ୟାଗ ଓ ବଳିଦାନକୁ ମନେ ପକାଇ…

ଛତ୍ରପୁର,୧୩ା୮(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ସ୍ବାଧୀନତା ଦିବସ ପୂର୍ବରୁ ଦେଶବ୍ୟାପୀ ‘ହର୍‌ଘର ତ୍ରିରଙ୍ଗା’ ଅଭିଯାନକୁ ସଫଳ କରିବା ଲକ୍ଷ୍ୟରେ ଗଞ୍ଜାମ ଜିଲାପାଳ ଭି. କୀର୍ତ୍ତି ଭାସନ ନିଜ ବାସଭବନରେ…

ଦାରିଙ୍ଗବାଡିରେ ହର୍‌ ଘର୍‌ ତ୍ରିରଙ୍ଗା: ଯୋଗଦେଲେ ଶହ ଶହ ଛାତ୍ରୀଛାତ୍ର

ଦାରିଙ୍ଗବାଡି, ୧୩।୮(ଅରୁଣ ସାହୁ): ଆଉ ମାତ୍ର ଗୋଟିଏ ଦିନ ପରେ ଦେଶ ପାଳିବ ସ୍ବାଧୀନତା ଦିବସ। ଏହି ଅବସରରେ ସାରା ଦେଶ ଉତ୍ସବ ମୁଖର ହୋଇଥିବାବେଳେ ଏଥିରେ…

ଆହୁରି ସକ୍ରିୟ ହେଲା ଲଘୁଚାପ, ଏହି ଜିଲାକୁ ରେଡ୍ ଓ୍ବାର୍ନିଂ ଜାରି କଲା IMD

ଭୁବନେଶ୍ବର,୧୩।୮: ପଶ୍ଚିମବଙ୍ଗ ଉପକୂଳରେ ଅବପାତରେ ପରିଣତ ହେଲା ଲଘୁଚାପ । ଏହାର ପ୍ରଭାବରେ ସାରା ରାଜ୍ୟରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି ।…

ହୀରାକୁଦ ଡ୍ୟାମକୁ ପ୍ରବେଶ କରୁଛି ୧ ଲକ୍ଷ ଘନଫୁଟରୁ ଅଧିକ ବନ୍ୟାଜଳ, ୨ ଗେଟ୍‌ରେ ହେଉଛି ନିଷ୍କାସନ

ସମ୍ବଲପୁର,୧୩ା୮(ପ୍ରମୋଦ ବହିଦାର): ହୀରାକୁଦ ଜଳଭଣ୍ଡାର ପୁଣି ୪ଟି ସ୍ଲୁଇସ୍‌ ଗେଟ୍‌ ବନ୍ଦ କରାଯାଇଛି ଫଳରେ ବର୍ତ୍ତମାନ କେବଳ ୨ଟି ଗେଟ୍‌ରେ ଅତିରିକ୍ତ ବନ୍ୟାଜଳ ନିଷ୍କାସନ କରାଯାଉଛି। ତେବେ…

କୂଳ ଲଙ୍ଘୁଛି ସମୁଦ୍ର: ପଥର ବନ୍ଧ ନିର୍ମାଣ ଦାବି ଦୋହରାଇଲେ ଅଞ୍ଚଳବାସୀ

ଛତ୍ରପୁର,୧୩।୮(ଦିଲୀପ ସାମଲ): ଦିନକୁ ଦିନ ସମୁଦ୍ର କୂଳ ଲଘୁଂଥିବାରୁ ଛତ୍ରପୁର ପୌରପରିଷଦ ଅନ୍ତର୍ଗତ ଆର୍ଯ୍ୟପଲ୍ଲୀ ଅଞ୍ଚଳବାସୀ ଭୟଭୀତ ଅବସ୍ଥାରେ ଅଛନ୍ତି। ସମୁଦ୍ର ଉପକୂଳରେ ସ୍ଥାୟୀ ପଥର ବନ୍ଧ…

ଗୁଟଖା-ତମାଖୁ ଉପରେ ସରକାରଙ୍କ ବଡ଼ ଆକ୍ସନ୍! ୧ ବର୍ଷ ପାଇଁ ବ୍ୟାନ୍

ବେଙ୍ଗାଲୁରୁ,୧୩।୮: ଗୁଟଖା-ତମାଖୁକୁ ନେଇ ବଡ଼ ନିଷ୍ପତ୍ତି ନେଇନ୍ତି କର୍ନାଟକ ସରକାର । ରାଜ୍ୟ ସରକାର ଗୁଟ୍‌ଖା, ପାନ ମସଲା ଏବଂ ତମାଖୁ-ନିକୋଟିନ୍‌ଯୁକ୍ତ ଉତ୍ପାଦଗୁଡ଼ିକ ଉପରେ ଏକ ବର୍ଷ…

ଆର୍ଯ୍ୟପଲ୍ଲୀ ସମୁଦ୍ରରେ ଲୀନ ହେବା ପୂର୍ବରୁ ବଞ୍ଚାଅ: ଦୀର୍ଘକାଳୀନ ପଦକ୍ଷେପ ଦାବି

ଛତ୍ରପୁର, ୧୩।୮(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଗଞ୍ଜାମ ଜିଲାର ଛତ୍ରପୁର ନିକଟସ୍ଥ ଆର୍ଯ୍ୟପଲ୍ଲୀ ଅଞ୍ଚଳରେ ସମୁଦ୍ର କ୍ରମଶଃ କୂଳ ଲଙ୍ଘି ଗାଁ ଆଡକୁ ମାଡ଼ି ଆସୁଥିବାରୁ ଅଞ୍ଚଳବାସୀଙ୍କ ମଧ୍ୟରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri