ମାଗଣା ବିଜୁଳି ଗ୍ୟାରେଣ୍ଟିିର କରେଣ୍ଟ ଭାଜପାକୁ ଜୋରରେ ଲାଗିଛି: ବିଜେଡି

ଭୁବନେଶ୍ୱର,୧୬ା୫(ଅନିଲ ଦାସ): ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପରେ ଓଡିଶା ଭାଜପା ଭଲ ଭାବେ ଜାଣିସାରିଲାଣି ଯେ ସେମାନେ ଶୋଚନୀୟ ପରାଜୟକୁ ସାମ୍ନା କରୁଛନ୍ତି, ଆଉ ବିଜେଡି ୯୦% ଆସନରେ ବାଜିମାତ୍‌ କରିବାକୁ ଯାଉଛି। ଏହା ସେମାନଙ୍କ ମନୋବଳକୁ ଭାଙ୍ଗି ଦେଇଛି। ଏଥିପାଇଁ ସେମାନେ ଅଭ୍ୟାସଗତ ଭାବେ ମିଛ କହିବା ଆରମ୍ଭ କରିଛନ୍ତି ବୋଲି କହିଛନ୍ତି ବିଜେଡି ନେତା ଭୃଗୁ ବକ୍ସିପାତ୍ର । ଶଙ୍ଖଭବନଠାରେ ଗଣମାଧ୍ୟମକୁ କହିଛନ୍ତି ଯେ ମାଗଣା ବିଜୁଳି ସଂକ୍ରାନ୍ତରେ ଆମ ନିର୍ବାଚନୀ ଇସ୍ତାହାରରେ ସ୍ପଷ୍ଟ ଭାବେ କୁହାଯାଇଛି, ୯୦% ଓଡିଶାବାସୀ ଏହି ମାଗଣା ବିଜୁଳି ପାଇବେ। ସାଢେ ୪ କୋଟି ଓଡିଶାବାସୀ ଜାଣିଛନ୍ତି, ନବୀନବାବୁଙ୍କ ଗ୍ୟାରେଣ୍ଟି ସବୁ ଶତ ପ୍ରତିଶତ ପାଳନ ହେବ । ଏହି ମାଗଣା ବିଜୁଳି ଘୋଷଣା ଶୁଣିବା ପରେ ସେମାନଙ୍କ ଶରୀରରେ ଏତେ ଜୋରରେ କରେଣ୍ଟ ଲାଗିଛି ଯେ ସେମାନେ ସମ୍ପୂର୍ଣ୍ଣ ବିଚଳିତ ହୋଇଯାଇଛନ୍ତି ଓ ମନଇଚ୍ଛା କଥା କହିବା ଆରମ୍ଭ କରିଛନ୍ତି।

ବିଜୁଳି ଯୋଗାଣ ସଂକ୍ରାନ୍ତରେ ମଧ୍ୟ ସେମାନଙ୍କର ମିଛ ଧରାପଡିଛି ବୋଲି ସେ କହିଛନ୍ତି। ଭାଜପା ନେତା ସମୀର ମହାନ୍ତିଙ୍କ ପ୍ରତିକ୍ରିୟା ଶୁଣି ଲାଗିଲା, କେନ୍ଦ୍ର ସରକାର ହଜାର ହଜାର କୋଟି ଟଙ୍କାର ଦୁର୍ନୀତି କରୁଛନ୍ତି ବୋଲି ସେ କହିବାକୁ ଚାହୁଁଛନ୍ତି। ଆମେ ଶୁଣୁଥିଲୁ, ଚଳିତ ନିର୍ବାଚନରେ ଟିକେଟ ମିଳିଲା ନାହିଁ ବୋଲି ସେ ରାଗରେ ଥିଲେ। ଲାଗୁଛି ସେ ଏତେ ରାଗରେ ଅଛନ୍ତି ଯେ, ନିଜ ଦଳର ସରକାର ବିରୋଧରେ ତଦନ୍ତ କରିବାକୁ ଦାବି କରୁଛନ୍ତି। ତଦନ୍ତ ହେଉ, ସବୁ ସତ ପଦାକୁ ଆସିଯିବ।  ମାଗଣା ବିଜୁଳି ପ୍ରତିଶ୍ରୁତି କରେଣ୍ଟ ଏମିତି ଲାଗିଛି ଯେ, ସେ ନିଜେ କଣ କହୁଛନ୍ତି ଜାଣିପାରୁନାହାନ୍ତି। ସେଥିପାଇଁ ନିଜ ସରକାର ବିରୋଧରେ ତଦନ୍ତ ଦାବି କରୁଥିବା ଭୃଗୁ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୧ରେ ଡାକ୍ତରଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନ: ୨୪ରେ ୧ ଘଣ୍ଟିଆ ଓପିଡି ସେବା ବନ୍ଦ

ଭୁବନେଶ୍ୱର, ୨୧ା୬ (ବନ୍ଦନା ସେଠୀ): ଅନ୍ତର୍ଜାତୀୟ ଡାକ୍ତର ଦିବସ ଅବସରରେ ଜୁଲାଇ ୧ରେ କାର୍ଯ୍ୟ ବନ୍ଦ ଆନ୍ଦୋଳନର ଆହ୍ବାନ ଦେଇଛି ଓଡ଼ିଶା ମେଡିକାଲ ସର୍ଭିସେସ୍‌ ଆସୋସିଏଶନ (ଓମ୍‌ସା)।…

ଏସ୍‌ଆଇଆର୍‌ରେ ଆଠମଲ୍ଲିକ ରାଜ୍ୟରେ ପ୍ରଥମ

ଆଠମଲ୍ଲିକ,୨୧ା୬(ଉଦୀପ୍ତ ପୁରୋହିତ) ଅନୁଗୋଳ ଜିଲା ଆଠମଲ୍ଲିକ ଉପଜିଲାପାଳ ତଥା ନିର୍ବାଚନ ପଞ୍ଜୀକରଣ ଅଧିକାରୀ ଉପେନ୍ଦ୍ର ଲୁହାଙ୍କ ନେତୃତ୍ୱରେ ଚାଲିଥିବା ସ୍ବତନ୍ତ୍ର ସଂଘନ ସଂଶୋଧନ (ଏସ୍‌ଆଇଆର୍‌) ୨୦୨୬ କାର୍ଯ୍ୟକ୍ରମ…

ଭବାନୀପାଟଣା: ଜଜ୍‌ଙ୍କ ବାସଭବନ ପରେ ମେଡିକାଲ ପଛପଟେ ବୁଲୁଛି ଜଙ୍ଗଲୀ ଭାଲୁ, ଉଦ୍ଧାର କାର୍ଯ୍ୟରେ…

ଭବାନୀପାଟଣା, ,୨୦।୬(ଉତ୍ତମ କୁମାର ଦାଶ)- କଳାହାଣ୍ଡି ଜିଲା ଭବାନୀପାଟଣା ସହରରେ ଜଙ୍ଗଲୀ ଭାଲୁ ପଶିଆସିବା ଯୋଗୁ ସ୍ଥାନୀୟ ବାସିନ୍ଦାଙ୍କ ମଧ୍ୟରେ ତୀବ୍ର ଆତଙ୍କ ପ୍ରକାଶ ପାଇଛି। ଶନିବାର…

୪୯ ପ୍ଲଟ, କୋଟି କୋଟି ଟଙ୍କାର ସମ୍ପତ୍ତି ଠାବ: ଗିରଫ ହେଲେ ଯନ୍ତ୍ରୀ ସତ୍ୟନାରାୟଣ ସେଠୀ

କୋରାପୁଟ, ୨୦।୬ (ଅମିତାଭ ବେହେରା): ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ କୋରାପୁଟ ଜିଲ୍ଲା କୋଟପାଡ଼ ବ୍ଲକର ସହକାରୀ ନିର୍ବାହୀ ଯନ୍ତ୍ରୀ ସତ୍ୟନାରାୟଣ ସେଠୀଙ୍କୁ ଓଡ଼ିଶା ଭିଜିଲାନ୍ସ…

ଚାମେଲି ଓଝାଙ୍କୁ ନ୍ୟାୟ ପ୍ରଦାନ ଦାବି ତେଜିଲା

ଭବାନୀପାଟଣା,୨୦।୬(ଉତ୍ତମ କୁମାର ଦାଶ): କେନ୍ଦ୍ରାପଡ଼ା ଜିଲା ତିଖିରି ପଞ୍ଚାୟତ ସରପଞ୍ଚ ଚାମେଲି ଓଝାଙ୍କୁ ନ୍ୟାୟ ପ୍ରଦାନ ଦାବି କରିଛି କଳାହାଣ୍ଡି ସରପଞ୍ଚ ସଂଘ। ଶନିବାର ରାଜ୍ୟ ସରପଞ୍ଚ…

ବ୍ଲଡ୍‌ ବ୍ୟାଙ୍କ ବନ୍ଦ ଯୋଗୁ ଶିଶୁଙ୍କୁ ମିଳିଲାନି ରକ୍ତ, ହସ୍ପିଟାଲରେ ଚାଲିଗଲା ଜୀବନ

ଧର୍ମଗଡ଼,୨୦।୬(ଘାସିରାମ ଜଗତ): କଳାହାଣ୍ଡି ଜିଲାରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ଧର୍ମଗଡ଼ ଉପଖଣ୍ଡ ଚିକିତ୍ସାଳୟରେ ରକ୍ତ ନ ମିଳିବାରୁ ଜଣେ ଶିଶୁଙ୍କ ମୃତ୍ୟୁ ଘଟିଥିବା ପରିବାର…

ଭାଲୁକୁ ପିଟି ପିଟି ହତ୍ୟା, ବନ୍ଧା ହେଲେ ୫ ଅଭିଯୁକ୍ତ

ମାଲକାନଗିରି,୨୦ା୬(ଦୁର୍ଯ୍ୟୋଧନ ପାତ୍ର)- ମାଲକାନଗିରି ଜିଲା ମାଥିଲି ବନାଞ୍ଚଳ ଅଧୀନ ଢାଇଗୁଡା ଗ୍ରାମ ନିକଟରେ ଭାଲୁକୁ ଆକ୍ରମଣ କରିଥିବା ୫ ଅଭିଯୁକ୍ତଙ୍କୁ ବନ ବିଭାଗ ପକ୍ଷରୁ ଗିରଫ କରାଯାଇଛି।…

ଠିକା କାମକୁ କେନ୍ଦ୍ର କରି ମାଡ଼ପିଟ, ଭାଜପା କର୍ମୀ ଗଲେ ଜେଲ

ରିଷିଡା, ୨୦।୬ (ସୁଶାନ୍ତ ମଲ୍ଲିକ): ଏକ ଠିକା କାମକୁ କେନ୍ଦ୍ର କରି ହୋଇଥିବା ଗଣ୍ଡଗୋଳ ଓ ମାଡ଼ପିଟ ଘଟଣାରେ ଜଣେ ଭାଜପା କର୍ମୀ ଜେଲ ଯିବା ଘଟଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri