ବିଜେଡି ରଣନୀତି ଆଗରେ ବିରୋଧୀ ଦଳ ଫିକା

ଖୋର୍ଦ୍ଧା ଅଫିସ, ୩ା୨: ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ଲାଗି ଖୋର୍ଦ୍ଧା ଜିଲାରେ ପ୍ରଚାର ଜମି ଆସିଲାଣି। ୩ ପ୍ରମୁଖ ଦଳ ବିଜେଡି, ଭାଜପା ଓ କଂଗ୍ରେସର ପ୍ରାର୍ଥୀମାନେ ସୋସିଆଲ ମିଡିଆରେ ପ୍ରଚାର କରିବା ସହ ଘର ଘର ବୁଲି ଭୋଟ ମାଗିଲେଣି। ତେବେ ଏଥର ଶାସକ ଦଳ ବିଜେଡିର ରଣନୀତି ଆଗରେ ବିରୋଧୀ ଦଳଗୁଡ଼ିକର ରଣନୀତି ଫିକା ପଡ଼ିବ ବୋଲି ଚର୍ଚ୍ଚା ହେଉଛି।

ଜିଲାରେ ମୋଟ ୩୦ଟି ଜିଲାପରିଷଦ ଜୋନ, ୧୯୦ଟି ପଞ୍ଚାୟତ, ୧୫୪୬ଟି ଗ୍ରାମ ଏବଂ ୨୭୧୨ଟି ୱାର୍ଡ ରହିଛି। ଗତ ୨୦୧୭ ନିର୍ବାଚନରେ ୧୨ଲକ୍ଷରୁ ଊର୍ଦ୍ଧ୍ୱ ଭୋଟର ମତଦାନ କରିଥିଲେ। ଚଳିତବର୍ଷ ୧୦ଲକ୍ଷରୁ ଉର୍ଦ୍ଧ୍ୱ ଭୋଟର ମତଦାନ ସାବ୍ୟସ୍ତ କରିବେ। ୨୦୧୨ରେ ବିଜେଡି ୨୫ଟି ଆସନରେ ଜିତିଥିବା ବେଳେ କଂଗ୍ରେସ ଗୋଟିଏ, ଭାଜପା ଓ ଅନ୍ୟ ଦଳ ୨ଟି ଲେଖାଏ ଆସନରେ ବିଜୟ ଲାଭ କରିଥିଲେ। ୨୦୧୭ ନିର୍ବାଚନରେ ବିଜେଡି ୨୦ଟି ଏବଂ ଭାଜପା ୧୦ଟି ଜିଲାପରିଷଦ ଆସନରେ ଜିତିଥିଲା। କଂଗ୍ରେସ ଖାତା ଖୋଲିପାରି ନ ଥିଲା। ଗତ ୨୦୧୭ ନିର୍ବାଚନରେ ଖୋର୍ଦ୍ଧାର ୩ଟି ଜୋନରେ ବିଜେଡି, ଚିଲିକାର ୩ଟି ଜୋନରେ ଭାଜପା, ଜଟଣୀର ୨ଟି ଜୋନରେ ବିଜେଡି, ଟାଙ୍ଗୀର ୪ଟି ଜୋନ ମଧ୍ୟରୁ ଗୋଟିକରେ ଭାଜପା ଏବଂ ୩ଟିରେ ବିଜେଡି ବିଜୟ ଲାଭ କରିଥିଲା। ବାଣପୁରର ୩ଟି ଜୋନରୁ ବିଜେଡି ୧ ଓ ଭାଜପା ୨, ବାଲିଅନ୍ତାର ୩ ବିଜେଡି, ବାଲିପାଟଣାର ଭାଜପା ୧ ବିଜେଡି ୨, ବେଗୁନିଆର ଭାଜପା ୨, ବିଜେଡି୧, ବୋଲଗଡ଼ରେ ବିଜେଡି ୨, ଭାଜପା ୧ ଏବଂ ଭୁବନେଶ୍ୱର ବ୍ଲକର ୩ଟି ଜୋନରେ ବିଜେଡି ପ୍ରାର୍ଥୀ ବିଜୟ ଲାଭ କରିଥିଲେ। ୨୦୧୨ ଓ ୨୦୧୭ରେ ବିଜେଡିକୁ ବହୁମତ ମିଳିଥିବାରୁ ଜିଲାପରିଷଦ ଅଧ୍ୟକ୍ଷ ପଦ ବିଜେଡି ହାତରେ ରହିଥିଲା। ଚଳିତ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ମଧ୍ୟ ସମସ୍ତ ବିଜେଡି ପ୍ରାର୍ଥୀ ବିଜୟ ଲାଭ କରିବେ ବୋଲି ଦଳୀୟ କର୍ମକର୍ତ୍ତା ଦୃଢୋକ୍ତି ପ୍ରକାଶ କରିଛନ୍ତି। ଏଥର ବିଜେଡି ନିଜ ଗଡ଼ ବଜାୟ ରଖିବା, ଭାଜପା ଅଧିକ ଆସନ ଦଖଲ କରିବା ଏବଂ କଂଗ୍ରେସ ଖାତା ଖୋଲିବା ପାଇଁ ଲାଗିପଡ଼ିଛନ୍ତି। ତେବେ ୩ ପ୍ରମୁଖ ଦଳରେ ଅନ୍ତଃକନ୍ଦଳ ରହିଛି। ସେହିପରି ଦଳୀୟ ଟିକେଟକୁ ନେଇ ବିଜେଡି କର୍ମୀଙ୍କ ମଧ୍ୟରେ ଅସନ୍ତୋଷ ତେଜୁଛି।

ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ସ୍ବଚ୍ଛ ଭାବମୂର୍ତ୍ତି ଓ ବିକାଶ ଏଜେଣ୍ଡାକୁ ବିଜେଡି ଅସ୍ତ୍ର କରିଥିବା ବେଳେ ଭାଜପା କେନ୍ଦ୍ର ସରକାରଙ୍କ ସଫଳତା ଏବଂ କଂଗ୍ରେସ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିଫଳତାକୁ ଅସ୍ତ୍ର କରିଥିବା ଜଣାପଡ଼ିଛି। କର୍ମୀ ସମାବେଶ ଓ ବୈଠକ ଜରିଆରେ ବିଜେଡି ସମର୍ଥନ ହାସଲ ପ୍ରକ୍ରିୟା ଜାରି ରଖିଛି। ଅନ୍ୟପଟେ କଂଗ୍ରେସର ପ୍ରାର୍ଥୀଙ୍କ ପ୍ରଚାର ପାଇଁ ପାଣ୍ଠି ସମସ୍ୟା ଦେଖାଦେଇଛି। ଖୋର୍ଦ୍ଧାର ୮ଟି ବିଧାନସଭା ଆସନ ମଧ୍ୟରୁ କେବଳ ଜଟଣୀ କଂଗ୍ରେସ କବ୍‌ଜାରେ ରହିଛି। ତେଣୁ କଂଗ୍ରେସ ପାଇଁ ବିଜୟ ଲାଭ ଏତେ ସହଜ ହେବନାହିଁ। ଆଗାମୀ ୨୦୨୪ ସାଧାରଣ ନିର୍ବାଚନ ଉପରେ ୨୦୨୨ ପଞ୍ଚାୟତ ନିର୍ବାଚନ ଫଳାଫଳ ପ୍ରଭାବ ପକାଇପାରେ। ଏହାକୁ ଦୃଷ୍ଟିରେ ରଖି ଭାଜପା ଓ ବିଜେଡି ପକ୍ଷରୁ ନିଜ ପ୍ରାର୍ଥୀଙ୍କୁ ଜିତାଇବା ଲାଗି ଜୋରଦାର ଉଦ୍ୟମ ଚାଲିଛି। ବରିଷ୍ଠ ନେତାମାନେ ନିଜ ନିର୍ବାଚନମଣ୍ଡଳୀରେ ଡେରା ପକାଇଛନ୍ତି। ପ୍ରଚାରରେ ବିଜେଡି ଆଗୁଆ ଥିବାବେଳେ ଭାଜପା ଓ କଂଗ୍ରେସ ପଛରେ ପଡ଼ିଛନ୍ତି। ବିଜେଡିର ରଣନୀତି ବିରୋଧୀଙ୍କ ପାଇଁ ଚିନ୍ତାର କାରଣ ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ରେଳ ଲାଇନ୍‌ ପାରି ହେଉଥିଲେ, ଧକ୍କା ଦେଲା ବାଙ୍ଗିରିପୋଷି-ରୁପ୍ସା ଟ୍ରେନ: ମୁଣ୍ଡରୁ ଗଣ୍ଡି ଅଲଗା…

ବୈଶିଙ୍ଗା, ୧।୪ (ରତନ ଦାଶ): ମୟୂରଭଞ୍ଜ ଜିଲା ବୈଶିଙ୍ଗା ଥାନା ଅନ୍ତର୍ଗତ ମଛପଦା ନିକଟରେ ବୁଧବାର ରାତିରେ ଏକ ମର୍ମନ୍ତୁଦ ରେଳ ଦୁର୍ଘଟଣା ଘଟିଯାଇଛି। ବାଙ୍ଗିରିପୋଷି-ରୁପ୍ସା ଡିଏମୟୁ…

ଗଜପତି ପୋଲିସର ବଡ଼ ସଫଳତା: ୧ କୋଟି ୮୦ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, ୩ ମାଫିଆ…

ମୋହନା, ୧।୪(ମନ୍ମଥ ମିଶ୍ର): ରାଜ୍ୟ ସରକାରଙ୍କ ଗଞ୍ଜେଇ ମୁକ୍ତ ଓଡ଼ିଶା ଅଭିଯାନ ମଧ୍ୟରେ ଗଜପତି ପୋଲିସକୁ ଏକ ବଡ଼ ସଫଳତା ମିଳିଛି। ଜିଲାର ଆର୍‌. ଉଦୟଗିରି ଥାନା…

IPL ୨୦୨୬: ଲକ୍ଷ୍ନୌକୁ ଲଗାତାର ୫ମ ଥର ପାଇଁ ହରାଇଲା ଦିଲ୍ଲୀ କ୍ୟାପିଟାଲ୍ସ; ଦଳକୁ ଦମ୍‌ଦାର ବିଜୟ ଦେଲେ ସମୀର ରିଜଭୀ…

ଲକ୍ଷ୍ନୌ, ୧ା୪: ଆଇପିଏଲ ୨୦୨୬ରେ ଦିଲ୍ଲୀ କ୍ୟାପିଟାଲ୍ସ ବିଜୟ ଅଭିଯାନ ଆରମ୍ଭ କରିଛି। ଲକ୍ଷ୍ନୌ ସୁପର ଜାଏଣ୍ଟସ (LSG) ବିପକ୍ଷ ମ୍ୟାଚରେ ଦିଲ୍ଲୀ ୧୪୨ ରନର ଲକ୍ଷ୍ୟକୁ…

ବ୍ୟାକଫୁଟରେ ସୁପରପାୱାର ଆମେରିକା, ଇରାନ ସହ ଯୁଦ୍ଧରୁ ଓହରିବ! ଟ୍ରମ୍ପଙ୍କ ବଡ଼ ବୟାନ…

ୱାଶିଂଟନ, ୧ା୪:ଇରାନ ଏବଂ ଆମେରିକା ମଧ୍ୟରେ ଚାଲିଥିବା ସଂଘର୍ଷ ଏବେ ଏକ ନୂଆ ମୋଡ଼ ନେଇଛି। ସୁପରପାୱାର ଆମେରିକାର ରଣନୀତି ଫେଲ ମାରୁଥିବା ବେଳେ ରାଷ୍ଟ୍ରପତି ଡୋନାଲ୍ଡ…

ରାସାୟନିକ ଦୁର୍ଘଟଣା ରୋକିବାରେ ‘ଗ୍ରାସିମ୍‌’ ତୁଲାଉଛି ଗୁରୁଦାୟିତ୍ୱ, ଜନସାଧାରଣଙ୍କ ମଧ୍ୟରେ…

ଗଞ୍ଜାମ,୧ା୪(ଅନାଥ ତରାଇ/ବିଦ୍ୟାଧର ସାହୁ)- ପରିବେଶ ସୁରକ୍ଷା ଏବଂ ଜନସାଧାରଣଙ୍କ ନିରାପତ୍ତା ପ୍ରତି ନିଜର ପ୍ରତିବଦ୍ଧତା ପ୍ରଦର୍ଶନ କରି ପୁଣିଥରେ ଚର୍ଚ୍ଚାରେ ଗ୍ରାସିମ୍‌ ଇଣ୍ଡଷ୍ଟ୍ରିଜ୍‌। ମଙ୍ଗଳବାର ଅପରାହ୍ନ ପ୍ରାୟ…

ଥୁଆମୂଳ ରାମପୁରରେ ମା’ ଠାକୁରାଣୀଙ୍କ ଚୈତ୍ର ଘଣ୍ଟଯାତ୍ରା ସମ୍ପନ୍ନ: ଭକ୍ତିମୟ ପରିବେଶରେ ନିଜ ଆସ୍ଥାନକୁ ଫେରିଲେ ମା’

ଥୁଆମୂଳ ରାମପୁର,୧।୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ମୁଖ୍ୟାଳୟରେ ଅତି ଆଡ଼ମ୍ବର ସହକାରେ ଅନୁଷ୍ଠିତ ହେଉଥିବା ମା’ ଠାକୁରାଣୀଙ୍କ ପବିତ୍ର ଚୈତ୍ର ଘଣ୍ଟଯାତ୍ରା…

ବଲାଙ୍ଗୀରରେ ଓଡ଼ିଶା ଦିବସ ପାଳନକୁ ବିରୋଧ: ସଂସ୍କୃତି ଭବନରେ କୋଶଲ ସମର୍ଥକଙ୍କ ହଙ୍ଗାମା, ୮ ଅଟକ

ବଲାଙ୍ଗୀର,୧।୪(ସୁନିଲ କୁମାର ମହାନ୍ତି): ଆଜି ସମଗ୍ର ରାଜ୍ୟରେ ଓଡ଼ିଶା ଦିବସ ବା ଉତ୍କଳ ଦିବସ ପାଳିତ ହେଉଥିବା ବେଳେ ବଲାଙ୍ଗୀରରେ ଏହାକୁ ନେଇ ଅଭାବନୀୟ ପରିସ୍ଥିତି ସୃଷ୍ଟି…

ଲଜ୍ଜା: ୧୩ ବର୍ଷର ନାବାଳିକାଙ୍କୁ ଗର୍ଭବତୀ କଲେ ଦୁଇ ସନ୍ତାନର ବାପା, ଅଭିଯୁକ୍ତଙ୍କୁ ପୋଲିସ ବାନ୍ଧି…

ପାତ୍ରପୁର, ୧।୪ (ଉମା ଚରଣ ନେପାକ): ବ୍ରହ୍ମପୁର ପୋଲିସ ଜିଲା ଅନ୍ତର୍ଗତ ଜରଡ଼ା ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି। ଆଙ୍କୁଲି ପଞ୍ଚାୟତର ଜଣେ ୧୩…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri