ବିଜେଡି ରଣନୀତି ଆଗରେ ବିରୋଧୀ ଦଳ ଫିକା

ଖୋର୍ଦ୍ଧା ଅଫିସ, ୩ା୨: ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ଲାଗି ଖୋର୍ଦ୍ଧା ଜିଲାରେ ପ୍ରଚାର ଜମି ଆସିଲାଣି। ୩ ପ୍ରମୁଖ ଦଳ ବିଜେଡି, ଭାଜପା ଓ କଂଗ୍ରେସର ପ୍ରାର୍ଥୀମାନେ ସୋସିଆଲ ମିଡିଆରେ ପ୍ରଚାର କରିବା ସହ ଘର ଘର ବୁଲି ଭୋଟ ମାଗିଲେଣି। ତେବେ ଏଥର ଶାସକ ଦଳ ବିଜେଡିର ରଣନୀତି ଆଗରେ ବିରୋଧୀ ଦଳଗୁଡ଼ିକର ରଣନୀତି ଫିକା ପଡ଼ିବ ବୋଲି ଚର୍ଚ୍ଚା ହେଉଛି।

ଜିଲାରେ ମୋଟ ୩୦ଟି ଜିଲାପରିଷଦ ଜୋନ, ୧୯୦ଟି ପଞ୍ଚାୟତ, ୧୫୪୬ଟି ଗ୍ରାମ ଏବଂ ୨୭୧୨ଟି ୱାର୍ଡ ରହିଛି। ଗତ ୨୦୧୭ ନିର୍ବାଚନରେ ୧୨ଲକ୍ଷରୁ ଊର୍ଦ୍ଧ୍ୱ ଭୋଟର ମତଦାନ କରିଥିଲେ। ଚଳିତବର୍ଷ ୧୦ଲକ୍ଷରୁ ଉର୍ଦ୍ଧ୍ୱ ଭୋଟର ମତଦାନ ସାବ୍ୟସ୍ତ କରିବେ। ୨୦୧୨ରେ ବିଜେଡି ୨୫ଟି ଆସନରେ ଜିତିଥିବା ବେଳେ କଂଗ୍ରେସ ଗୋଟିଏ, ଭାଜପା ଓ ଅନ୍ୟ ଦଳ ୨ଟି ଲେଖାଏ ଆସନରେ ବିଜୟ ଲାଭ କରିଥିଲେ। ୨୦୧୭ ନିର୍ବାଚନରେ ବିଜେଡି ୨୦ଟି ଏବଂ ଭାଜପା ୧୦ଟି ଜିଲାପରିଷଦ ଆସନରେ ଜିତିଥିଲା। କଂଗ୍ରେସ ଖାତା ଖୋଲିପାରି ନ ଥିଲା। ଗତ ୨୦୧୭ ନିର୍ବାଚନରେ ଖୋର୍ଦ୍ଧାର ୩ଟି ଜୋନରେ ବିଜେଡି, ଚିଲିକାର ୩ଟି ଜୋନରେ ଭାଜପା, ଜଟଣୀର ୨ଟି ଜୋନରେ ବିଜେଡି, ଟାଙ୍ଗୀର ୪ଟି ଜୋନ ମଧ୍ୟରୁ ଗୋଟିକରେ ଭାଜପା ଏବଂ ୩ଟିରେ ବିଜେଡି ବିଜୟ ଲାଭ କରିଥିଲା। ବାଣପୁରର ୩ଟି ଜୋନରୁ ବିଜେଡି ୧ ଓ ଭାଜପା ୨, ବାଲିଅନ୍ତାର ୩ ବିଜେଡି, ବାଲିପାଟଣାର ଭାଜପା ୧ ବିଜେଡି ୨, ବେଗୁନିଆର ଭାଜପା ୨, ବିଜେଡି୧, ବୋଲଗଡ଼ରେ ବିଜେଡି ୨, ଭାଜପା ୧ ଏବଂ ଭୁବନେଶ୍ୱର ବ୍ଲକର ୩ଟି ଜୋନରେ ବିଜେଡି ପ୍ରାର୍ଥୀ ବିଜୟ ଲାଭ କରିଥିଲେ। ୨୦୧୨ ଓ ୨୦୧୭ରେ ବିଜେଡିକୁ ବହୁମତ ମିଳିଥିବାରୁ ଜିଲାପରିଷଦ ଅଧ୍ୟକ୍ଷ ପଦ ବିଜେଡି ହାତରେ ରହିଥିଲା। ଚଳିତ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ମଧ୍ୟ ସମସ୍ତ ବିଜେଡି ପ୍ରାର୍ଥୀ ବିଜୟ ଲାଭ କରିବେ ବୋଲି ଦଳୀୟ କର୍ମକର୍ତ୍ତା ଦୃଢୋକ୍ତି ପ୍ରକାଶ କରିଛନ୍ତି। ଏଥର ବିଜେଡି ନିଜ ଗଡ଼ ବଜାୟ ରଖିବା, ଭାଜପା ଅଧିକ ଆସନ ଦଖଲ କରିବା ଏବଂ କଂଗ୍ରେସ ଖାତା ଖୋଲିବା ପାଇଁ ଲାଗିପଡ଼ିଛନ୍ତି। ତେବେ ୩ ପ୍ରମୁଖ ଦଳରେ ଅନ୍ତଃକନ୍ଦଳ ରହିଛି। ସେହିପରି ଦଳୀୟ ଟିକେଟକୁ ନେଇ ବିଜେଡି କର୍ମୀଙ୍କ ମଧ୍ୟରେ ଅସନ୍ତୋଷ ତେଜୁଛି।

ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ସ୍ବଚ୍ଛ ଭାବମୂର୍ତ୍ତି ଓ ବିକାଶ ଏଜେଣ୍ଡାକୁ ବିଜେଡି ଅସ୍ତ୍ର କରିଥିବା ବେଳେ ଭାଜପା କେନ୍ଦ୍ର ସରକାରଙ୍କ ସଫଳତା ଏବଂ କଂଗ୍ରେସ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିଫଳତାକୁ ଅସ୍ତ୍ର କରିଥିବା ଜଣାପଡ଼ିଛି। କର୍ମୀ ସମାବେଶ ଓ ବୈଠକ ଜରିଆରେ ବିଜେଡି ସମର୍ଥନ ହାସଲ ପ୍ରକ୍ରିୟା ଜାରି ରଖିଛି। ଅନ୍ୟପଟେ କଂଗ୍ରେସର ପ୍ରାର୍ଥୀଙ୍କ ପ୍ରଚାର ପାଇଁ ପାଣ୍ଠି ସମସ୍ୟା ଦେଖାଦେଇଛି। ଖୋର୍ଦ୍ଧାର ୮ଟି ବିଧାନସଭା ଆସନ ମଧ୍ୟରୁ କେବଳ ଜଟଣୀ କଂଗ୍ରେସ କବ୍‌ଜାରେ ରହିଛି। ତେଣୁ କଂଗ୍ରେସ ପାଇଁ ବିଜୟ ଲାଭ ଏତେ ସହଜ ହେବନାହିଁ। ଆଗାମୀ ୨୦୨୪ ସାଧାରଣ ନିର୍ବାଚନ ଉପରେ ୨୦୨୨ ପଞ୍ଚାୟତ ନିର୍ବାଚନ ଫଳାଫଳ ପ୍ରଭାବ ପକାଇପାରେ। ଏହାକୁ ଦୃଷ୍ଟିରେ ରଖି ଭାଜପା ଓ ବିଜେଡି ପକ୍ଷରୁ ନିଜ ପ୍ରାର୍ଥୀଙ୍କୁ ଜିତାଇବା ଲାଗି ଜୋରଦାର ଉଦ୍ୟମ ଚାଲିଛି। ବରିଷ୍ଠ ନେତାମାନେ ନିଜ ନିର୍ବାଚନମଣ୍ଡଳୀରେ ଡେରା ପକାଇଛନ୍ତି। ପ୍ରଚାରରେ ବିଜେଡି ଆଗୁଆ ଥିବାବେଳେ ଭାଜପା ଓ କଂଗ୍ରେସ ପଛରେ ପଡ଼ିଛନ୍ତି। ବିଜେଡିର ରଣନୀତି ବିରୋଧୀଙ୍କ ପାଇଁ ଚିନ୍ତାର କାରଣ ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ରାଜସ୍ଥାନର କୋଲିଆ ଗାଁର ଗୁପ୍ତା ପରିବାରର ପ୍ରୟାସରେ ଅନେକ ହଜାର ମହିଳା ସଶକ୍ତହେବା ସହ ରୋଜଗାରକ୍ଷମ ହୋଇପାରିଛନ୍ତି। ୨୦୧୫ରେ ଏକ କୌଶଳ ବିକାଶ କେନ୍ଦ୍ର ଖୋଲି...

ଉତ୍ସବ ଓ ଭାଷଣ

ଗୋଟିଏ ବର୍ଷ ସରୁଛି, ଆଉ ଗୋଟିଏ ଆସୁଛି। ଏଇ ଗମନାଗମନ ବେଳରେ ସାରା ରାଇଜ ଉତ୍ସବମୁଖର ହୋଇଉଠିଛି। ଶିକ୍ଷା ଅନୁଷ୍ଠାନରେ ଚାଲିଛି କ୍ରୀଡ଼ା ଉତ୍ସବ, ପୁରସ୍କାର...

ପେନ୍‌ସନ୍‌ଭୋଗୀଙ୍କ ଆଶଙ୍କା

ଏବେ ସାମାଜିକ ଗଣମାଧ୍ୟମରେ ଗୋଟିଏ ବାର୍ତ୍ତା ପ୍ରଚାରିତ ହେଉଛି ଯେ ଆଗାମୀ ଅଷ୍ଟମ ଦରମା ଆୟୁକ୍ତଙ୍କ ସୁପାରିସରେ ପେନ୍‌ସନଭୋଗୀଙ୍କ ପେନ୍‌ସନ୍‌ ପରିମାଣ ପୁନଃ ନିର୍ଦ୍ଧାରିତ ହେବନାହିଁ।...

ଜିତୁଙ୍କୁ ବଡ଼ ଦାୟିତ୍ୱ ଦେଲେ ନବୀନ: ସମର୍ଥକଙ୍କ ମହଲରେ ଉତ୍ସାହ

ମଥୁରାନଗରୀ,୩୦।୧୨(ପ୍ରେମାନନ୍ଦ ଖମାରୀ):ବରଗଡ଼ର ଯୁବନେତା ଅମରନାଥ ଭୋଇ(ଜିତୁ)ଙ୍କୁ ବିଜେଡ଼ି ବଡ଼ ଦାୟିତ୍ୱ ଦେଇଛି। ତାଙ୍କୁ ବିଜୁ ଯୁବ ଜନତା ଦଳର ଉପସଭାପତି(ବରିଷ୍ଠ)ଭାବେ ମନୋନୀତ କରିଛି। ଯୁବନେତା ଜିତୁଙ୍କୁ...

କ୍ଷମା ମାଗିଲେ ଲଲିତ ମୋଦି

ନୂଆଦିଲ୍ଲୀ,୩୦ା୧୨ : ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ର ପୂର୍ବତନ ଅଧ୍ୟକ୍ଷ ଲଲିତ ମୋଦି ନିକଟରେ ପଳାତକ ବ୍ୟବସାୟୀ ବିଜୟ ମାଲ୍ୟାଙ୍କ ସହ ଲଣ୍ଡନରେ ପାର୍ଟି କରୁଥିବାର...

ସାମୁଦ୍ରିକ କ୍ଷମତା ବଢ଼ାଉଛି ଚାଇନା

ବେଜିଂ,୩୦ା୧୨:ତାଇଓ୍ବାନକୁ ଚାଇନା ନିଜ ଅଞ୍ଚଳ ବୋଲି ଦାବି କରିଆସୁଥିବାବେଳେ ଏହାକୁ ନେଇ ଜାପାନ ସହ ବେଜିଂର କୂଟନୈତିକ ଉତ୍ତେଜନା ଦେଖାଦେଇଛି। ଏଭଳି ସମୟରେ ଚାଇନା ସେନା...

ମୋତେ ଆଉ ଝିଅ ମିଳିବେ ତ… ବର୍ଷାଙ୍କୁ ହାତ ଯୋଡି ଏମିତି କହିଦେଲେ ଗୁଲୁଆ

ଭୁବନେଶ୍ୱର,୩୦।୧୨: ଓଡ଼ିଆ କମେଡିଆନ ଗୁଲୁଆ ଏବଂ ତାଙ୍କ ସ୍ତ୍ରୀ ବର୍ଷାଙ୍କ ପାରିବାରିକ ବିବାଦ ପଦାରେ ପଡ଼ିଛି। ଗୁଲୁଆଙ୍କର ଏକାଧିକ ଝିଅଙ୍କ ସହ ସମ୍ପର୍କ ଥିବା ଅଭିଯୋଗ...

ଭିଜିବ ନୂଆ ବର୍ଷ, ୫ ରାଜ୍ୟକୁ ଚେତାବନୀ ଜାରି କଲା ପାଣିପାଗ ବିଭାଗ

ନୂଆଦିଲ୍ଲୀ,୩୦।୧୨: ଦେଶରେ ପ୍ରବଳ ଥଣ୍ଡା ମଧ୍ୟରେ ନୂଆ ବର୍ଷ ଆସିବାକୁ ଯାଉଛି। ଏହି ସମୟରେ, ଭାରତୀୟ ପାଣିପାଗ ବିଭାଗ (IMD) ନୂତନ ବର୍ଷର ଗୋଟିଏ ଦିନ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri