ବିଜେଡିର ସମୀକ୍ଷା ବୈଠକ: ଯୋଗଦେଲେ ଜି. ଉଦୟଗିରି ନିର୍ବାଚନ ମଣ୍ଡଳୀର କର୍ମକର୍ତ୍ତା, ଲୋକ ପ୍ରତିନିଧି

ଦାରିଙ୍ଗବାଡି, ୧୧।୬(ଅରୁଣ ସାହୁ): କନ୍ଧମାଳ ଜିଲା ଜି.ଉଦୟଗିରି ନିର୍ବାଚନ ମଣ୍ଡଳୀରେ ବିଜେଡି ପ୍ରାର୍ଥୀଙ୍କ ପରାଜୟପରେ ମଙ୍ଗଳବାର ଦାରିଙ୍ଗବାଡି ମିଶ୍ର କଲ୍ୟାଣ ମଣ୍ଡପଠାରେ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ଏଥିରେ ତତ୍କାଳ ଉପବାଚସ୍ପତି ତଥା ଚଳିତ ନିର୍ବାଚନରେ ବିଜେଡି ପ୍ରାର୍ଥୀ ସାଲୁଗା ପ୍ରଧାନ ଯୋଗଦେଇ ଆତ୍ମସମୀକ୍ଷା କରିଥିଲେ। ନିର୍ବାଚନରେ ହାରିବା ବିଜୟ ହେବା ଏକ ପ୍ରକ୍ରିୟା କିନ୍ତୁ ଏଥିପାଇଁ କୌଣସି ଲୋକ ପ୍ରତିନିଧି ନିରାଶ ନ ହୋଇ ସାଧାରଣ ଲୋକଙ୍କ ସହ ରହି ସେମାନଙ୍କୁ ପୂର୍ବ ଭଳି ସହଯୋଗ କରିବା ଲୋକଙ୍କ ସେବାକୁ ବଜାୟ ରଖିବାକୁ ଆହ୍ବାନ ଦେଇଥିଲେ।
ଏଥିସହ ସେ କହିଥିଲେ, ନିର୍ବାଚନ ଫଳାଫଳ ଆସିବା ପରେ ଦଳର ରାଜ୍ୟ ସଭାପତି ତଥା ତତ୍କାଳ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସମୀକ୍ଷା କରି କହିଛନ୍ତି, ମୁଁ ଓଡିଶା ବାସୀଙ୍କ ସହ ଅଛି ଆମେ ରାଜ୍ୟ ପାଇଁ ଅନେକ କାର୍ଯ୍ୟ କରିଛେ। ତେଣୁ ଲୋକଙ୍କ ସେବା କରିବା ଓ ସେ ସମସ୍ତଙ୍କ ସହ ଅଛନ୍ତି ବୋଲି କହିଥିଲେ। ତେଣୁ ଆମ ରାଜ୍ୟ ନେତା ଆମ ସହ ସର୍ବଦା ରହିଥିବାରୁ ଆମେ ଲୋକଙ୍କ ସେବା ପୂର୍ବଭଳି କରିବା ବୋଲି କହିଥିଲେ। ଅଞ୍ଚଳରେ ରାଜ୍ୟ ସରକାରଙ୍କ ପକ୍ଷରୁ ଅନେକ ବିକାଶ କାର୍ଯ୍ୟ କରାଯାଇଥିଲା ନିର୍ବାଚନ ଆସିଲା ଲୋକଙ୍କ ମତ କିଭଳି ବଦଳିଗଲା ତାହା କହିବା ମୁସ୍କିଲ ବୋଲି କହିଥିଲେ। ତେଣୁ ଆମେ କର୍ମ କରିଛୁ କିନ୍ତୁ କୌଣସି ପାଇଁ ଲୋକଙ୍କ ମତ ବଦଳିଛି ତାକୁ ସ୍ବୀକାର କରୁଛୁ ବୋଲି କହିଥିଲେ। ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଦାରିଙ୍ଗବାଡି ବ୍ଲକ ଅଧ୍ୟକ୍ଷ ସୁଶାନ୍ତ କୁମାର ପ୍ରଧାନ, ଟିକାବାଲି ବ୍ଲକ ଅଧ୍ୟକ୍ଷ ଦିଲୀପ କଂହର, ଦଳର ଜି. ଉଦୟଗିରି ବ୍ଲକ ସଭାପତି ଲିଙ୍ଗରାଜ କଂହର, ରାଇକିଆ ବ୍ଲକ ସଭାପତି ରାଜମୋହନ ଦିଗାଲ,ଦାରିଙ୍ଗବାଡି ବ୍ଲକ ସଭାପତି ଜ୍ୟୋତିରାଜ ପ୍ରଧାନ, କାର୍ଯ୍ୟକାରୀ ସଭାପତି ଦିଲୀପ ପ୍ରଧାନ, ଜି. ଉଦୟଗିରି ଏନଏଏସି ଅଞ୍ଚଳର ସଭାପତି ସଞ୍ଜୀବ ପାତ୍ର, ପ୍ରମୁଖ ଯୋଗଦେଇ ବିଜେଡି ବିଧାୟକ ପ୍ରାର୍ଥୀ ସାଲୁଗା ପ୍ରଧାନ ପରାଜୟ ହୋଇଥିବାର ଆତ୍ମସମୀକ୍ଷା କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଜୀବିକା ଦେଇଛି ବାଉଁଶ କାରିଗରୀ

କୋକସରା,୨୬ା୭ (ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ବ୍ଲକ ବରାଡଙ୍ଗା ପଞ୍ଚାୟତର ଏକ ଆଦିବାସୀ ବହୁଳ ଗ୍ରାମ ଝୁଲେନବର। ଜଙ୍ଗଲ ପରିବେଷ୍ଟିତ ଗାଁରେ ପ୍ରାୟ...

ହରିଣ ଛୁଆକୁ ଘେରିଗଲେ ବିଲୁଆ ଦଳ:, ଆଉ ତା’ପରେ…

ପାତ୍ରପୁର,୨୬।୭(ଉମା ଚରଣ ନେପାକ): ସାମନ୍ତିଆପଲ୍ଲୀ ବନାଞ୍ଚଳ ଅଧୀନ ଗୋପୀନାଥପୁର ନିକଟସ୍ଥ ଜଙ୍ଗଲରୁ ଶୁକ୍ରବାର ଏକ ଆହତ ହରିଣ ଛୁଆ ଉଦ୍ଧାର ହୋଇଛି। କିଛି ବିଲୁଆ ହରିଣମାନଙ୍କୁ...

ବର୍ଷା ଅଭାବ: ଚାଷ ଜମିରେ ଚରିଲେ ଗୋରୁ

ଔପଦା, ୨୬।୭(ଧରିତ୍ରୀ ପଣ୍ଡା)-ଜୟ ଯବାନ, ଜୟ କିଷାନ ଧ୍ୱନିରେ ଚାଷ ଅଛି ଯାହାର, କି ଆନନ୍ଦ ତାହାର ଉକ୍ତିର ଆଜି ବିପରୀତ ଦେଖାଦେଇଛି। ଧାନ ଚାଷ...

ଗିରଫ ହେଲେ କୁବେର ଯନ୍ତ୍ରୀ, ଚଢାଉ ପରେ ଧରାପଡିଲା ଅମାପ ଅମାପ ସମ୍ପତ୍ତି

ଭୁବନେଶ୍ୱର,୨୬।୭: ଗିରଫ ହେଲେ କୁବେର ନିର୍ମାଣ ଯନ୍ତ୍ରୀ ସୁନୀଲ ରାଉତ। ଆୟ ବର୍ହିଭୂତ ସମ୍ପତ୍ତି ଠୂଳ ଅଭିଯୋଗରେ ଶୁକ୍ରବାର ଯନ୍ତ୍ରୀ ସୁନୀଲ ରାଉତଙ୍କୁ ଗିରଫ କରିଛି...

ଅସହାୟ ପିଲାଙ୍କୁ ଶିକ୍ଷାଦାନ ପାଇଁ ହାତ ବଢାଇଲେ ଡାକ୍ତର

କେସିଙ୍ଗା,୨୬।୭(ତୁମେଶର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ କାଣ୍ଡେଲ ଗ୍ରାମର ପୂର୍ଣଚନ୍ଦ୍ର ହରିଜନ ଗତ ୪ବର୍ଷ ତଳେ କିଡ୍‌ନୀ ରୋଗରେ ଆକ୍ରାନ୍ତ ହୋଇ ତାଙ୍କର ମୃତ୍ୟୁ...

ମହିଳାଙ୍କ ଉପରକୁ ଚଢ଼ିଗଲା ଟ୍ରକ୍‌

ବଡବିଲ,୨୬।୭(ଦେବପ୍ରିୟ ରଣା): ୫୨୦ ନମ୍ବର ଜାତୀୟ ରାଜପଥ କେନ୍ଦୁଝର ଜିଲା ରୁଗୁଡ଼ି ଥାନା କେନ୍ଦୁଡିହି ଛକରେ ଶୁକ୍ରବାର ଏକ ଦୁର୍ଘଟଣା ଘଟିଛି। ଏକ ଟ୍ରକ୍‌ ଧକ୍କାରେ...

ଲକ୍ଷ୍ମୀବସ୍‌ର ମନମୁଖୀ କାର୍ଯ୍ୟ: ତାତିଲେ ଘରୋଇ ବସ୍‌ ମାଲିକ ସଂଘ

ଛତ୍ରପୁର,୨୬।୭ (ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲାରେ ଲକ୍ଷ୍ମୀବସ ମନମୁଖୀ ଓ ବେନିୟମ ଭାବେ ଚଳାଚଳ ନେଇ ଏହାକୁ ଘରୋଇ ବସ୍‌ ମାଲିକ ସଂଘ ବିରୋଧ କରିଛନ୍ତି।...

ଗଞ୍ଜେଇ କାରବାରରେ ଶିକ୍ଷକ

ଟିଟିଲାଗଡ଼,୨୬।୭: ଅବକାରୀ ବିଭାଗ ଏବଂ ପୋଲିସ ଶୁକ୍ରବାର ଚଢାଉ କରି ଏକ ବଡ଼ ଧରଣର ଗଞ୍ଜେଇ ର଼୍ୟାକେଟ୍‌କୁ ଧରିବାର ସଫଳ ହୋଇଛି। ଅଧକାରୀମାନେ ଟିଟିଲାଗଡ଼ରୁ ୨୪୩...

Advertisement
Mettle Meet 2024

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri