ଜିତିବା ପାଇଁ ଭାଜପା ନେତାଙ୍କ ଶରଣ ପଶିଲେ ବିଜେଡି ବିଧାୟକ

ନୟାଗଡ଼/ରଣପୁର,୧୬।୪(ଲୋକନାଥ ମିଶ୍ର/ସୁକାନ୍ତ କିଶୋର ଡାକୁଆ):ନିର୍ବାଚନ ସମୟରେ ସାଧାରଣତଃ ଦେଖାଯାଇଥାଏ ପ୍ରାର୍ଥୀମାନେ ବିରୋଧୀ ଦଳର କର୍ମୀ ଓ ନେତାଙ୍କ ସମର୍ଥନ ପାଇବା ପାଇଁ ନିବେଦନ କରିଥାନ୍ତି। ଏହା ଅଧିକାଂଶ ପ୍ରାର୍ଥୀ କରିଥିବା ଶୁଣିବାକୁ ମିଳେ। ଏହିଭଳି ଏକ କଥୋପକଥନର ଅଡିଓ ଏବେ ନୟାଗଡ଼ରେ ଭାଇରାଲ ହୋଇଥିବା ନଜରକୁ ଆସିଛି।
ଜିଲାରେ ବିଧାନସଭା ଓ ଲୋକ ସଭା ନିର୍ବାଚନ ପାଇଁ ଲଢ଼େଇ ଆରମ୍ଭ ହୋଇଯାଇଛି। ଏହାରି ଭିତରେ ରଣପୁର ବିଧାୟକ ପ୍ରାର୍ଥୀ ସତ୍ୟ ନାରାୟଣ ପ୍ରଧାନ (ବାଦଲ)ଙ୍କର ଏକ ଅଡିଓର ବାର୍ତ୍ତାଳାପ ଭାଇରାଲ ହେବାରେ ଲାଗିଛି। ବିଜେଡି ପାଇଁ ଭୋଟ କରାଇଦେବାକୁ ଓଡ଼ଗଁା ବ୍ଲକ ଭାଜପା ନେତା ତଥା ଶିଖରପୁର ସରପଞ୍ଚ ସନ୍ନ୍ୟାସୀ ପ୍ରଧାନଙ୍କୁ ବିଧାୟକ ପ୍ରାର୍ଥୀ କାକୁତିମିନତି ହୋଇ ସହଯୋଗ କରିବାକୁ ଅନୁରୋଧ କରଛନ୍ତିି। ଏଥିସହ ସନ୍ନ୍ୟାସୀଙ୍କୁ ଭାଜପାରେ ମିଶିବାକୁ ବିଧାୟକ ପ୍ରଧାନ ପରାମର୍ଶ ଦେଇଥିବା ଶୁଣିବାକୁ ମିଳୁଛି। ଭାଇରାଲ ଅଡିଓକୁ ନେଇ ରଣପୁର ନିର୍ବାଚନମଣ୍ଡଳୀ ରାଜନୀତି ସରଗରମ ହୋଇ ଉଠିଛି।
ରଣପୁର ବିଜେଡିରେ ଗୋଷ୍ଠୀ କନ୍ଦଳ ବଢ଼ି ଚାଲିଥିବାବେଳେ ବିଧାୟକ ପ୍ରାର୍ଥୀ ନିଜର ପରାଜୟକୁ ଏଡ଼ାଇବା ପାଇଁ ନୂଆ କୌଶଳ ଆପଣେଇବାରେ ଲାଗିଛନ୍ତି। ବାର୍ତ୍ତାଳାପରେ ବିଧାୟକ ପ୍ରଧାନ କହୁଛନ୍ତି, କିଏ ସନ୍ନ୍ୟାସୀ ମୁଁ ବାଦଲ କହୁଛି। କ’ଣ ନମ୍ବର କଟି ଗଲାଣି କି। ସନ୍ନ୍ୟାସୀ କହୁଛନ୍ତି, ଆପଣତ ବିଜେଡିରେ ମୁଁ ଭାଜପାରେ ଆଉ ନମ୍ବର କ’ଣ ରଖିବି। ମୋ ଉପରେ କାହିଁକି ରାଗିଛ ବୋଲି ବାଦଲ ପଚାରୁଛନ୍ତି। କାଳୁ (ଦେବାଶିଷ ପଟ୍ଟନାୟକ, ଯିଏ କି ନୟାଗଡ଼ ଜିଲା ପରିଷଦର ଚେୟାରମ୍ୟାନ) କଥାରେ ଏପରି ରାଗିବା ଠିକ୍‌ ନୁହେଁ। ସନ୍ନ୍ୟାସୀ କହୁଛନ୍ତି, ପଞ୍ଚାୟତ ନିର୍ବାଚନ ପାଇଁ ଆପଣ ମୋତେ ଆପଣଙ୍କର ନୟାଗଡ଼ ଘରେ ଫାଇନାଲ କଲେ। ହେଲେ ସହଯୋଗ ନ କରିବାରୁ ଅସନ୍ତୋଷ ବ୍ୟକ୍ତ କଲେ। ନିର୍ବାଚନର ୨ ବର୍ଷ ପରେ ଏବେ ଆପଣଙ୍କର ମୋ କଥା ମନେପଡ଼ିିଲା। ଏକଥା ମୋତେ କେତେ ବାଧୁଛି। ବାଦଲ କହୁଛନ୍ତି, ତୁମେ ନିଲମ୍ବିତ ହେଲା ପରେ ମୁଁ ଅନେକ ଥର କହିଛି ନିଲମ୍ବନ ଉଠାଇବାକୁ। ଏପରିକି ନବୀନ ନିବାସରେ କହିଛି। ତେବେ ପୂର୍ବତନ ବିଧାୟକ ରବି ମହାପାତ୍ର ମୋ ବିରୋଧରେ ସବୁବେଳେ ଲାଗିଲେ। କାଳୁଙ୍କୁ ମତାଇ ହଇରାଣ କଲେ। ନିର୍ବାଚନ ବେଳେ ଲେଖି କରି ଦେଲେ ମୁଁ ସପୋର୍ଟ କରୁଛି ସସ୍‌ପେଣ୍ଡ କରାଯାଉ। ସନ୍ନ୍ୟାସୀ କହୁଛନ୍ତି, ସସ୍‌ପେଣ୍ଡ ହେଲା ପରେ ମୁଁ ଅନ୍ୟ କୌଣସି ଦଳରେ ମିଶି ନ ଥିଲି। ମୋତେ ଆପଣଙ୍କ ନୟାଗଡ଼ ଘରକୁ ଡକାଇ ଭାଜପାରେ ମିଶିବାକୁ ପରାମର୍ଶ ଦେଇଥିଲେ।
ବାଦଲ କହୁଛନ୍ତି, ମୁଁ ସ୍ବାଧୀନରେ ଯିବାକୁ କହୁଥିଲି। ତୁମେ କହିଲ ସ୍ବାଧୀନରେ ଜିତିବା ସମ୍ଭବ ନୁହେଁ। ଏଣୁ ଭାଜପାକୁ ହିଁ ଯିବାକୁ ପଡ଼ିବ। ଜିତିବାକୁ ପଡ଼ିବ। ବାଦଲ କହୁଛନ୍ତି, ରବି ମହାପାତ୍ରଙ୍କୁ ଠୋକର ଦେବାକୁ ଏପରି କରିବାକୁ ପଡ଼ିଥିଲା। ରବିଙ୍କ ମୁହଁରେ ସେ ସମୟରେ କାଳି ଚୂନ ବୋଳିବାକୁ ହିଁ ଥିବାରୁ ଏପରି କରିବାକୁ ପଡ଼ିଲା। ବୁଝାମଣା ଭିତରେ ମୁଁ ଭାଜପାକୁ ଗଲି ବୋଲି ସନ୍ନ୍ୟାସୀ କହିବା ପରେ ବାଦଲ ସ୍ବୀକାର କରୁଛନ୍ତି। ଏଥିସହ ସନ୍ନ୍ୟାସୀ କହୁଛନ୍ତି, ପୁରୀ ଏମ୍‌ପି ପିନାକୀ ମିଶ୍ର ମୋତେ ଡାକିଥିଲେ ଆଲୋଚନାକୁ ଯାଇଥିଲି। ନୟାଗଡ଼ ବିଧାୟକ ଅରୁଣ ସାହୁଙ୍କୁ ମୁଁ ମଧ୍ୟ ଏହି କଥା କହିଛି। ଅରୁଣବାବୁ କହିଲେ ପିନାକୀବାବୁ, ଆଉ ଆମେ ୩ଜଣ ବସିବା। ବାଦଲ କହୁଛନ୍ତି, ଏହି ନିର୍ବାଚନ ମୋର ଶେଷ ଥର। ମୋର ଆଗକୁ ଆଉ ନିର୍ବାଚନ ଲଢ଼ିବାର ନାହିଁ। ମୋତେ ତୁମର ସହଯୋଗ ଦରକାର। ମୁଁ ଯିବି କଥା ହେବା କହିବା ପରେ ସନ୍ନ୍ୟାସୀ ସହମତି ପ୍ରକାଶ କରୁଛନ୍ତି। ତେବେ ସନ୍ନ୍ୟାସୀ କହୁଛନ୍ତି, ମୋ ପ୍ରତି ଅନ୍ୟାୟ ଓ ମୋତେ ହଇରାଣ କରାଯାଇଛି। ଚେୟାରମ୍ୟାନ ପାଇଁ ଅରୁଣବାବୁ ମୋତେ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରାଇ ହଇରାଣ କଲେ। ବାଦଲ କହୁଛନ୍ତି, ତୁମେ ଚେୟାରମ୍ୟାନ ହୁଅ ବୋଲି ମୁଁ ବାରମ୍ବାର ଚେଷ୍ଟା କଲି। ହେଲେ ଚେୟାରମ୍ୟାନ ନିର୍ବାଚନ ପରଠାରୁ ମୋର ସେମାନେ ଶତ୍ରୁ ହୋଇଗଲେ। ସନ୍ନ୍ୟାସୀ ପୁଣି କହୁଛନ୍ତି ମୋତେ ଚେୟାରମ୍ୟାନ କଲେନି। ଭାଇସ୍‌ ଚେୟାରମ୍ୟାନ କରିବାକୁ ୬ମାସ ପରେ ନିଷ୍ପତ୍ତି ହୋଇଥିଲା। ତାହା ମଧ୍ୟ ହେଲାନି। ବାଦଲ କହିଥିଲେ, ଏଥିପାଇଁ ନିୟମ ବି ହୋଇଥିଲା ହେଲେ ନିୟମ ରଖିଲେନି। ବାର୍ତ୍ତାଳପ ଶେଷ ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ପରିବହନ ବିଭାଗର କଠୋର ଆଭିମୁଖ୍ୟ: ବୈଧ ବୀମା ନଥିବା ଗାଡ଼ି…

ଭୁବନେଶ୍ୱର, ୧୦।୮: ବୈଧ ବୀମା ନଥିବା ଗାଡ଼ି ବିରୋଧରେ ପରିବହନ ବିଭାଗର କଠୋର ଆଭିମୁଖ୍ୟ। ଟୋଲଗେଟ୍‌ରେ ଇ- ଡିଟେକ୍ସନ ପଦ୍ଧତିରେ କଡ଼ାକଡ଼ି ଯାଞ୍ଚ କରାଯିବ। ବୀମା, ଫିଟନେସ,…

ଜିଲା ଶିକ୍ଷାଅଧିକାରୀଙ୍କୁ କଳାହାଣ୍ଡି ଘରୋଇ ସଂଘର ଦାବିପତ୍ର: ସିଓଆର ଓ ଆରଟିଇ ପ୍ରତିପୂରଣ ପାଇଁ …

ଭବାନୀପାଟଣା,୧୦।୮(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଘରୋଇ ସ୍କୁଲ ସଂଘ ର ସଭ୍ୟମାନେ ସୋମବାର ଜିଲା ଶିକ୍ଷା ଅଧିକାରୀଙ୍କୁ ଭେଟି ସିଓଆର ଓ ଆରଟିଇ ପ୍ରତିପୂରଣ ଏକ…

ଜେ.କେ. ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଛାତ୍ରୀଛାତ୍ରଙ୍କୁ ସ୍ୱାଗତ

ରିଷିଡା, ୧୦।୮ (ସୁଶାନ୍ତ ମଲ୍ଲିକ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକର ରିଷିଡାସ୍ଥିତ ଜଗନ୍ନାଥ କୌଶଲ୍ୟା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଯୁକ୍ତଦୁଇ ପ୍ରଥମ ବର୍ଷ (କଳା ଓ ବିଜ୍ଞାନ)…

ରାଜନୀତିରେ ହଲଚଲ: ଯୁବମୋର୍ଚ୍ଚା ସଭାପତି ନିଯୁକ୍ତ କଲା ଭାଜପା, ଏହି ୨ ଜଣଙ୍କୁ ମିଳିଲା ଗୁରୁଦାୟିତ୍ୱ

ଗଞ୍ଜାମ,୧୦।୮ (ବିଦ୍ୟାଧର ସାହୁ ): ପଞ୍ଚାୟତ ଓ ପୌର ନିର୍ବାଚନ ଯେତିକି ପାଖାଉଛି ରାଜନୈତିକ ଉଷ୍ମତା ସେତିକି ବଢୁଛି ।ଏଥିପାଇଁ ବିଭିନ୍ନ ରାଜନୈତିକ ଦଳ ପକ୍ଷରୁ ପ୍ରସ୍ତୁତ…

ଗାଁରେ ଚାଞ୍ଚଲ୍ୟ: ଘରେ ଆତ୍ମହତ୍ୟା କଲେ ନାବାଳିକା, ପୋଲିସ ପହଞ୍ଚି…

ଗୁଣପୁର,୧୦।୮(ସୁଜାତା ପାଢ଼ୀ): ରାୟଗଡ଼ା ଜିଲା ଗୁଣପୁର ସହରର ପୁରୁଣା ଗୁଣପୁର ଉପର ସଉରା ସାହିରେ ଜଣେ ୧୪ ବର୍ଷୀୟା ନାବାଳିକା ଘରେ ଆତ୍ମହତ୍ୟା କରିଥିବା ଘଟଣା ଘଟିଛି।…

ଘର ତାଲା ଭାଙ୍ଗି ଚୋରି: ୩୦ ଭରି ସୁନା ଅଳଙ୍କାର, ୮ ଲକ୍ଷ ଟଙ୍କା ଲୁଟି ନେଲେ ଦୁର୍ବୃତ୍ତ….

ଦିଗପହଣ୍ଡି,୧୦|୮(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ଏନଏସି ୧ ନଂ ୱାର୍ଡ ରାଜପୁର ରୋଡରେ ରହୁଥିବା ଅବସରପ୍ରାପ୍ତ ପ୍ରଧାନଶିକ୍ଷକ ଭାସ୍କର ସାହୁଙ୍କ ଘର ସମ୍ମୁଖ କବାଟ…

କୂଳ ଲଙ୍ଘୁଛି ଆର୍ଯ୍ୟପଲ୍ଲୀ ସମୁଦ୍ର: ବଢୁଛି ଲୋକଙ୍କ ମଧ୍ୟରେ ଭୟ, ବର୍ଷାରେ ଉପଜିଲାପାଳ…

ଛତ୍ରପୁର,୧୦।୮ (ଦିଲ୍ଲୀପସାମଲ /ଦ୍ୱାରିକା ପଟ୍ଟନାୟକ ): ଦିନକୁ ଦିନ ସମୁଦ୍ର କୂଳ ଲଙ୍ଘିବା ଯୋଗୁ ଛତ୍ରପୁର ପୌର ପରିଷଦ ଅନ୍ତର୍ଗତ ଆର୍ଯ୍ୟପଲ୍ଲୀ ଅଞ୍ଚଳରେ ଲୋକଙ୍କ ମଧ୍ୟରେ ଭୟ…

ନାକ ଫୁଲ ଗିଳି ଦେଲେ ଶେହନାଜ: ଶୁଟି ସେଟ୍‌ରେ ଘଟିଲା…

ଚୁଲବୁଲି ଅଭିନେତ୍ରୀ ଶେହନାଜ ଗିଲଙ୍କ ସହ ଏକ ଦୁର୍ଘଟଣା ଘଟିଛି। ଶୁଟିଂ କରୁଥିବା ସମୟରେ ସେ ଭୁଲବଶତଃ ତାଙ୍କ ନାକ ଫୁଲ ଗିଳିଦେଇଛନ୍ତି। ଏହି ଘଟଣା ସେଟରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri