ବରଗଡ଼ ଜିଲାରେ ଭୋଟ ଗଣତି: ୯ ଆସନରେ ବିଜେଡ଼ି, ୩ଟିରେ ଭାଜପା ଆଗୁଆ

ବରଗଡ଼ ଅଫିସ୍‌,୨୬।୨: ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନର ଭୋଟ ଗଣତି ଶନିବାର ଚାଲିଛି । ପ୍ରଥମ ପର୍ଯ୍ୟାୟରେ ବରଗଡ଼ ଜିଲାର ୧୨ଟି ବ୍ଲକ ଅନ୍ତର୍ଗତ ଜୋନ୍‌-୧ ଗୁଡ଼ିକର ଭୋଟ୍‌ ଗଣନା ଚାଲିଛି । ଭୋଟ ଗଣନାର ପ୍ରଥମ ରାଉଣ୍ଡ ଶେଷସୁଦ୍ଧା ଜିଲାର ପାଇକମାଲ, ଗାଇସିଲେଟ ଏବଂ ଝାରବନନ୍ଧକୁ ଛାଡ଼ି ଦେଲେ ଅନ୍ୟ ସବୁଠି ବିଜେଡ଼ି ଆଗୁଆ ରହିଛି। ପାଇକମାଲ, ଗାଇସିଲେଟ ଓ ଝାରବନ୍ଦରେ ଭାଜପା ଆଗୁଆ ଥିବା ବେଳେ ସବୁ ଆସନରେ କଂଗ୍ରେସର ସ୍ଥିତି ନୈରାଶ୍ୟଜନକ ରହିଛି। ବରପାଲିରେ ବିଜେଡ଼ି ପ୍ରାର୍ଥି ଗୋବିନ୍ଦ ସାହୁଙ୍କୁ ୯୦୪ଖଣ୍ଡ ଭୋଟ୍‌ ମିଳିଥିବା ବେଳେ ଭାଜପା ପ୍ରାର୍ଥୀ ସଂଗ୍ରାମ କେଶରୀ ବାରିକଙ୍କ ସପକ୍ଷରେ ୭୯୧ ଖଣ୍ଡ ଭୋଟ୍‌ ଯାଇଛି । କଂଗ୍ରେସ ପ୍ରାର୍ଥୀ ତ୍ରିନାଥ ମେହେରଙ୍କୁ ୨୭୩ ଖଣ୍ଡ ଭୋଟରେ ସନ୍ତୁଷ୍ଟ ହେବାକୁ ପଡ଼ିଛି । ସେହିପରି ଭଟଲିରେ ବିଜେଡ଼ି ପ୍ରାର୍ଥିନୀ ଭାରତୀ ଭୁଏଙ୍କୁ ୧୩୧୧, ଭାଜପାର ତିଲୋତ୍ତମା ଭୁଏଙ୍କୁ ୬୩୬ ଏବଂ କଂଗ୍ରେସର ଋକୁଣୀ ନାଏକଙ୍କୁ ୯୦ଖଣ୍ଡ ଭୋଟ୍‌ ମିଳିଛି । ଅମ୍ବାଭୋନାରେ ବିଜେଡ଼ି ପ୍ରାର୍ଥିନୀ ନୀଳକୁମାରୀ ନାଏକଙ୍କ ସପକ୍ଷରେ ୧୦୨୯ ଭୋଟ୍‌ ପଡ଼ିଥିବା ବେଳେ ଭାଜପାର ପ୍ରଫୁଲ୍ଲ ପ୍ରଧାନଙ୍କୁ ୬୧୩ ଏବଂ ରଞ୍ଜିତ ଦାଶଙ୍କୁ ୫୦ ଖଣ୍ଡ ଭୋଟ୍‌ ମିଳିଛି। ରାଜବୋଡ଼ାସମ୍ବର ବ୍ଲକରେ ବିଜେଡ଼ି ପ୍ରାର୍ଥିନୀ ରଜନୀ ସାହୁ ୧୦୨୯ ଭୋଟ୍‌ ପାଇ ଆଗରେ ଅଛନ୍ତି । ଭାଜପାର ସରସ୍ବତୀ ସାହୁଙ୍କୁ ୭୪୫ ଏବଂ କଂଗ୍ରେସର ପ୍ରେମାନନ୍ଦ ନାଏକଙ୍କୁ ୬୩ ଭୋଟରେ ସନ୍ତୁଷ୍ଟ ହେବାକୁ ପଡ଼ିଛି ।

ସୋହେଲାରେ ବିଜେଡ଼ି ପ୍ରାର୍ଥିନୀ ଜାଇଫୁଲ ସିଂ ବରିହା ଆଗରେ ଥିବାବେଳେ ଦ୍ୱିତୀୟରେ ଭାଜପାର ଭୂମିସୂତା ସାବତ ଏବଂ ତୃତୀୟରେ ମମତା ବେହେରା ଅଛନ୍ତି । ବରଗଡ଼ରେ ବିଜେଡ଼ି ପ୍ରାର୍ଥିନୀ ପୁଷ୍ପା ଭୋଇଙ୍କୁ ୯୦୫, ଭାଜପାର ମୁକ୍ତା ସାହୁଙ୍କୁ ୫୭୩ ଏବଂ କଂଗ୍ରେସର ଦ୍ରୌପଦୀ ଭୋଇଙ୍କୁ ୯୩ ଖଣ୍ଡ ଭୋଟ ମିଳିଛି । ଝାରବନ୍ଧରେ ବିଜେଡ଼ିର ସୁଶିଲ ମରେଇଙ୍କ ସପକ୍ଷରେ ୨୪୦୬ ଭୋଟ୍‌ ଯାଇଥିବା ବେଳେ ଭାଜପାର ଗରୀବ ଭୋଇଙ୍କୁ ୨୪୨୦ ଏବଂ କଂଗ୍ରେସର ଦୀନବନ୍ଧୁ ବାଲମଙ୍କୁ ୬୪୩ ଭୋଟ୍‌ ମିଳିଛି । ଭେଡ଼େନରେ ବିଜେଡ଼ି ପ୍ରାର୍ଥିନୀ ପଦ୍ମିନୀ ଗଡ଼ତିଆଙ୍କୁ ୧୦୮୫, ଭାଜପାର ଉଲ୍ଲାସ ଛୁରିଆଙ୍କୁ ୬୫୩ ଏବଂ କଂଗ୍ରେସର ସୀମା ଭାଇନାଙ୍କୁ ୧୦୬ ଖଣ୍ଡ ଭୋଟ୍‌ ମିଳିଛି । ଅତାବିରାରେ ବିଜେଡ଼ି ପ୍ରାର୍ଥୀ ସୁଦାମ ଜାଲଙ୍କୁ ୧୦୦୧, ଭାଜପାର ବିରେନ୍ଦ୍ର ନାରାୟଣ ହୋତାଙ୍କୁ ୩୭୩ ଏବଂ କଂଗ୍ରେସର ସୁରେଶ ମାଝିଙ୍କୁ ୧୩୩ ଖଣ୍ଡ ଭୋଟ୍‌ ମିଳିଛି । ବିଜେପୁରରେ ବିଜେଡ଼ି ପ୍ରାର୍ଥିନୀ ମାନିନୀ ଭୋଇ ୧୧୧୩ ଭୋଟ୍‌ ପାଇ ଆଗରେ ଅଛନ୍ତି । ଭାଜପାର ଆଲ୍ଳାଦିନୀ ମହାପାତ୍ରଙ୍କୁ ୮୦୬ ଏବଂ କଂଗ୍ରେସର ସାବିତ୍ରୀ ଗୁରୁଙ୍କୁ ୨୭୬ ଭୋଟ ମିଳିଛି । ଗାଇସିଲେଟରେ ଭାଜପାର ନେହେରୁ ବରିହା ୧୧୬୦ ଭୋଟ ପାଇ ଆଗରେ ଅଛନ୍ତି । ବିଜେଡ଼ିର ନୀଲ ବରିହା ୯୭୧ ଏବଂ କଂଗ୍ରେସର ସରୋଜ ବରିହାଙ୍କୁ ୨୩୮ଭୋଟ୍‌ ମିଳିଛି । ପାଇକମାଲରେ ଭାଜପାର ତ୍ରିପୁରା ବରିହା ୧୭୯୫ ଭୋଟ୍‌ ପାଇ ଆଗରେ ଅଛନ୍ତି । ବିଜେଡ଼ିର ଗୀତାଞ୍ଜଳି ପୁଟାଙ୍କୁ ୧୪୦୮ ଏବଂ କଂଗ୍ରେସର ରମା ନାଏକଙ୍କୁ ୨୬୩ ଖଣ୍ଡ ଭୋଟ୍‌ ମିଳିଥିବା ସୂଚନା ମିଳିଛି ।


Enter your email to get our daily news in your inbox.

All Right Reserved By Dharitri.Com

ମୁଖ୍ୟମନ୍ତ୍ରୀ ପୁନର୍ବିଚାର କରିବେ ବୋଲି ବିଶ୍ୱାସ: ସମୀର

ଗୋପ, ୧୯ା୪(ଭାରତୀ ଭୂଷଣ ଉପାଧ୍ୟାୟ): ନିମାପଡ଼ା ବିଧାୟକ ସମୀର ରଞ୍ଜନ ଦାଶଙ୍କୁ ବିଜେଡି ପକ୍ଷରୁ ଟିକେଟ ନ ମିଳିବା ନେଇ ଏବେ ତାଙ୍କ ସମର୍ଥକଙ୍କ ମଧ୍ୟରେ...

ନିମାପଡ଼ା ଆସନରେ ମାଷ୍ଟରଷ୍ଟ୍ରୋକ୍‌ ଖେଳିପାରେ କଂଗ୍ରେସ

ନିମାପଡ଼ା,୧୯ା୪(ରଞ୍ଜନ ପଟ୍ଟନାୟକ): ନିମାପଡ଼ା ବିଧାନସଭା ନିର୍ବାଚନମଣ୍ଡଳୀ ପାଇଁ ଭାଜପା ଏବଂ ବିଜେଡି ପ୍ରାର୍ଥୀ ଘୋଷଣା କରିସାରିଥିବା କଂଗ୍ରେସ ପଡ଼ିଛି ପଛରେ। ୨୦୧୯ ନିର୍ବାଚନରେ ଦିଲ୍ଲୀପ ନାୟକକଂଗ୍ରେସରୁ...

ଚିଟ୍‌ଫଣ୍ଡ ଅଭିଯୁକ୍ତଙ୍କ ପାସ୍‌ପୋର୍ଟ ଫେରାଅ: ହାଇକୋର୍ଟ

କଟକ,୧୯ା୪ (କାର୍ତ୍ତିକ ସାହୁ) ଜଣେ ଚିଟ୍‌ଫଣ୍ଡ ଅଭିଯୁକ୍ତଙ୍କ ପାସ୍‌ପୋର୍ଟ ଫେରାଇବାକୁ ହାଇକୋର୍ଟ ସିବିଆଇକୁ ଆଦେଶ ଦେଇଛନ୍ତି। ଏଥିସହ ସମ୍ପୃକ୍ତ ଅଭିଯୁକ୍ତଙ୍କ ପାସ୍‌ପୋର୍ଟ ଫେରାଇବା ବିରୋଧରେ ସିବିଆଇ...

କୋରାପୁଟରେ ଶକ୍ତି ପ୍ରଦର୍ଶନ କଲେ ମାମୁଁ ଭଣଜା

କୋରାପୁଟ,୧୯।୪(ଅମିତାଭ ବେହେରା) କୋରାପୁଟ ସଂସଦୀୟ କ୍ଷେତ୍ରରେ ଆସନ୍ତା ମେ ୧୩ରେ ପ୍ରଥମ ପର୍ଯ୍ୟାୟ ମତଦାନ ହେବ। ଗତକାଲି ଅର୍ଥାତ ୧୮ରୁ ପାର୍ଥୀପତ୍ର ଦାଖଲ ଆରମ୍ଭ ହୋଇଥିବାବେକେ...

ଟ୍ରେନ୍‌ ଚଳାଚଳରେ ପରିବର୍ତ୍ତନ

ସମ୍ବଲପୁର,୧୯ା୪(ପ୍ରମୋଦ ବହିଦାର): ରେଳବାଇ ସୁରକ୍ଷା ଜନିତ ରକ୍ଷଣାବେକ୍ଷଣ କାର୍ଯ୍ୟ ପାଇଁ ସମ୍ବଲପୁର ରେଳମଣ୍ଡଳ ଅଧୀନସ୍ଥ କେତେକ ଟ୍ରେନ୍‌ ଚଳାଚଳରେ ପରିବର୍ତ୍ତନ କରାଯାଇଥିବା ନେଇ ସମ୍ବଲପୁର ରେଳ...

ତାପମାତ୍ରାରେ ଭୁବନେଶ୍ୱକୁ ଟପିଲା କଟକ

ଭୁବନେଶ୍ୱର,୧୯।୪: ରାଜ୍ୟରେ ଜାରି ରହିଛି ପ୍ରଚଣ୍ଡ ତାତି। ସକାଳ ୮ଟା ପରେ ଘରୁ ବାହାରିବା ମୁସ୍କିଲ ହୋଇପଡୁଛି। ରାଜ୍ୟରେ ଏ ବର୍ଷ ପ୍ରଥମ ଥର ପାଇଁ...

୨୦୧୯ରେ ପୁରୀ ବିଧାନସଭାରେ କାହିଁକି ହାରିଥିଲା ବିଜେଡି, କାରଣ କହିଲେ ସଭାପତି…

ପୁରୀ,୧୯।୪: ୨୦୧୯ରେ ପୁରୀ ବିଧାନସଭା ଆସନରେ କାହିଁକି ହାରିଲା ବିଜେଡି । ଏନେଇ କାରଣ କହିଛନ୍ତି ଖୋଦ ଜିଲା ବିଜେଡି ସଭାପତି । ସଭାପତି ଦିବାକର...

ପିକ୍‌ଅପ୍‌ରୁ ଜବତ ହେଲା ପୁଳାପୁଳା ଟଙ୍କା

ପଦ୍ମପୁର,୧୯ା୪(ପ୍ରଦୀପ୍ତ ଦାଶ): ବରଗଡ଼ ଜିଲା ପଦ୍ମପୁର ଥାନା ପୋଲିସ ଶୁକ୍ରବାର ଏକ ପିକ୍‌ଅପ୍‌ରୁ ପୁଳାପୁଳା ଟଙ୍କା ଜବତ କରିଛି। ଗାଇସିଲେଟ -ପଦ୍ମପୁର ରାସ୍ତାର ଗଡ଼ଭାଟି ଛକରୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri