ବରଗଡ଼ ଜିଲାରେ ଭୋଟ ଗଣତି: ୯ ଆସନରେ ବିଜେଡ଼ି, ୩ଟିରେ ଭାଜପା ଆଗୁଆ

ବରଗଡ଼ ଅଫିସ୍‌,୨୬।୨: ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନର ଭୋଟ ଗଣତି ଶନିବାର ଚାଲିଛି । ପ୍ରଥମ ପର୍ଯ୍ୟାୟରେ ବରଗଡ଼ ଜିଲାର ୧୨ଟି ବ୍ଲକ ଅନ୍ତର୍ଗତ ଜୋନ୍‌-୧ ଗୁଡ଼ିକର ଭୋଟ୍‌ ଗଣନା ଚାଲିଛି । ଭୋଟ ଗଣନାର ପ୍ରଥମ ରାଉଣ୍ଡ ଶେଷସୁଦ୍ଧା ଜିଲାର ପାଇକମାଲ, ଗାଇସିଲେଟ ଏବଂ ଝାରବନନ୍ଧକୁ ଛାଡ଼ି ଦେଲେ ଅନ୍ୟ ସବୁଠି ବିଜେଡ଼ି ଆଗୁଆ ରହିଛି। ପାଇକମାଲ, ଗାଇସିଲେଟ ଓ ଝାରବନ୍ଦରେ ଭାଜପା ଆଗୁଆ ଥିବା ବେଳେ ସବୁ ଆସନରେ କଂଗ୍ରେସର ସ୍ଥିତି ନୈରାଶ୍ୟଜନକ ରହିଛି। ବରପାଲିରେ ବିଜେଡ଼ି ପ୍ରାର୍ଥି ଗୋବିନ୍ଦ ସାହୁଙ୍କୁ ୯୦୪ଖଣ୍ଡ ଭୋଟ୍‌ ମିଳିଥିବା ବେଳେ ଭାଜପା ପ୍ରାର୍ଥୀ ସଂଗ୍ରାମ କେଶରୀ ବାରିକଙ୍କ ସପକ୍ଷରେ ୭୯୧ ଖଣ୍ଡ ଭୋଟ୍‌ ଯାଇଛି । କଂଗ୍ରେସ ପ୍ରାର୍ଥୀ ତ୍ରିନାଥ ମେହେରଙ୍କୁ ୨୭୩ ଖଣ୍ଡ ଭୋଟରେ ସନ୍ତୁଷ୍ଟ ହେବାକୁ ପଡ଼ିଛି । ସେହିପରି ଭଟଲିରେ ବିଜେଡ଼ି ପ୍ରାର୍ଥିନୀ ଭାରତୀ ଭୁଏଙ୍କୁ ୧୩୧୧, ଭାଜପାର ତିଲୋତ୍ତମା ଭୁଏଙ୍କୁ ୬୩୬ ଏବଂ କଂଗ୍ରେସର ଋକୁଣୀ ନାଏକଙ୍କୁ ୯୦ଖଣ୍ଡ ଭୋଟ୍‌ ମିଳିଛି । ଅମ୍ବାଭୋନାରେ ବିଜେଡ଼ି ପ୍ରାର୍ଥିନୀ ନୀଳକୁମାରୀ ନାଏକଙ୍କ ସପକ୍ଷରେ ୧୦୨୯ ଭୋଟ୍‌ ପଡ଼ିଥିବା ବେଳେ ଭାଜପାର ପ୍ରଫୁଲ୍ଲ ପ୍ରଧାନଙ୍କୁ ୬୧୩ ଏବଂ ରଞ୍ଜିତ ଦାଶଙ୍କୁ ୫୦ ଖଣ୍ଡ ଭୋଟ୍‌ ମିଳିଛି। ରାଜବୋଡ଼ାସମ୍ବର ବ୍ଲକରେ ବିଜେଡ଼ି ପ୍ରାର୍ଥିନୀ ରଜନୀ ସାହୁ ୧୦୨୯ ଭୋଟ୍‌ ପାଇ ଆଗରେ ଅଛନ୍ତି । ଭାଜପାର ସରସ୍ବତୀ ସାହୁଙ୍କୁ ୭୪୫ ଏବଂ କଂଗ୍ରେସର ପ୍ରେମାନନ୍ଦ ନାଏକଙ୍କୁ ୬୩ ଭୋଟରେ ସନ୍ତୁଷ୍ଟ ହେବାକୁ ପଡ଼ିଛି ।

ସୋହେଲାରେ ବିଜେଡ଼ି ପ୍ରାର୍ଥିନୀ ଜାଇଫୁଲ ସିଂ ବରିହା ଆଗରେ ଥିବାବେଳେ ଦ୍ୱିତୀୟରେ ଭାଜପାର ଭୂମିସୂତା ସାବତ ଏବଂ ତୃତୀୟରେ ମମତା ବେହେରା ଅଛନ୍ତି । ବରଗଡ଼ରେ ବିଜେଡ଼ି ପ୍ରାର୍ଥିନୀ ପୁଷ୍ପା ଭୋଇଙ୍କୁ ୯୦୫, ଭାଜପାର ମୁକ୍ତା ସାହୁଙ୍କୁ ୫୭୩ ଏବଂ କଂଗ୍ରେସର ଦ୍ରୌପଦୀ ଭୋଇଙ୍କୁ ୯୩ ଖଣ୍ଡ ଭୋଟ ମିଳିଛି । ଝାରବନ୍ଧରେ ବିଜେଡ଼ିର ସୁଶିଲ ମରେଇଙ୍କ ସପକ୍ଷରେ ୨୪୦୬ ଭୋଟ୍‌ ଯାଇଥିବା ବେଳେ ଭାଜପାର ଗରୀବ ଭୋଇଙ୍କୁ ୨୪୨୦ ଏବଂ କଂଗ୍ରେସର ଦୀନବନ୍ଧୁ ବାଲମଙ୍କୁ ୬୪୩ ଭୋଟ୍‌ ମିଳିଛି । ଭେଡ଼େନରେ ବିଜେଡ଼ି ପ୍ରାର୍ଥିନୀ ପଦ୍ମିନୀ ଗଡ଼ତିଆଙ୍କୁ ୧୦୮୫, ଭାଜପାର ଉଲ୍ଲାସ ଛୁରିଆଙ୍କୁ ୬୫୩ ଏବଂ କଂଗ୍ରେସର ସୀମା ଭାଇନାଙ୍କୁ ୧୦୬ ଖଣ୍ଡ ଭୋଟ୍‌ ମିଳିଛି । ଅତାବିରାରେ ବିଜେଡ଼ି ପ୍ରାର୍ଥୀ ସୁଦାମ ଜାଲଙ୍କୁ ୧୦୦୧, ଭାଜପାର ବିରେନ୍ଦ୍ର ନାରାୟଣ ହୋତାଙ୍କୁ ୩୭୩ ଏବଂ କଂଗ୍ରେସର ସୁରେଶ ମାଝିଙ୍କୁ ୧୩୩ ଖଣ୍ଡ ଭୋଟ୍‌ ମିଳିଛି । ବିଜେପୁରରେ ବିଜେଡ଼ି ପ୍ରାର୍ଥିନୀ ମାନିନୀ ଭୋଇ ୧୧୧୩ ଭୋଟ୍‌ ପାଇ ଆଗରେ ଅଛନ୍ତି । ଭାଜପାର ଆଲ୍ଳାଦିନୀ ମହାପାତ୍ରଙ୍କୁ ୮୦୬ ଏବଂ କଂଗ୍ରେସର ସାବିତ୍ରୀ ଗୁରୁଙ୍କୁ ୨୭୬ ଭୋଟ ମିଳିଛି । ଗାଇସିଲେଟରେ ଭାଜପାର ନେହେରୁ ବରିହା ୧୧୬୦ ଭୋଟ ପାଇ ଆଗରେ ଅଛନ୍ତି । ବିଜେଡ଼ିର ନୀଲ ବରିହା ୯୭୧ ଏବଂ କଂଗ୍ରେସର ସରୋଜ ବରିହାଙ୍କୁ ୨୩୮ଭୋଟ୍‌ ମିଳିଛି । ପାଇକମାଲରେ ଭାଜପାର ତ୍ରିପୁରା ବରିହା ୧୭୯୫ ଭୋଟ୍‌ ପାଇ ଆଗରେ ଅଛନ୍ତି । ବିଜେଡ଼ିର ଗୀତାଞ୍ଜଳି ପୁଟାଙ୍କୁ ୧୪୦୮ ଏବଂ କଂଗ୍ରେସର ରମା ନାଏକଙ୍କୁ ୨୬୩ ଖଣ୍ଡ ଭୋଟ୍‌ ମିଳିଥିବା ସୂଚନା ମିଳିଛି ।


Enter your email to get our daily news in your inbox.

All Right Reserved By Dharitri.Com

ମଦ ଦୋକାନ ଉଦ୍‌ଘାଟନ କଲେ ଭାଜପା ନେତା: ପ୍ରତିଶ୍ରୁତି ଭୁଲିଗଲା ଦଳ

ସମ୍ବଲପୁର,୧୦ା୭(ବି.ଶଙ୍କର): ସାଧାରଣ ନିର୍ବାଚନ ପୂର୍ବରୁ ଭାଜପା କ୍ଷମତାକୁ ଆସିଲେ ରାଜ୍ୟକୁ ନିଶାମୁକ୍ତ କରାଯିବ ଏବଂ ମଦ ବନ୍ଦ ହେବ ବୋଲି ପ୍ରତିଶ୍ରୁତି ଦେଇଥିଲା। ଅଥଚ ସରକାର ଗଠନ…

ଇଂଲଣ୍ଡ ବିପକ୍ଷରେ ପରାଜୟ ପରେ ବଡ଼ ବୟାନ ଦେଲେ ଅଧିନାୟକ, ପରିବର୍ତ୍ତନର ସମୟ….

ନୂଆଦିଲ୍ଲୀ,୧୦।୭: ଶ୍ରେୟାସ ଆୟରଙ୍କ ଅଧିନାୟକତ୍ୱରେ, ଭାରତୀୟ ଦଳ ଲଗାତାର ଦ୍ୱିତୀୟ ଟି-୨୦ ଅନ୍ତର୍ଜାତୀୟ ସିରିଜ ହାରିଛି । ଇଂଲଣ୍ଡ ବିପକ୍ଷରେ ଚାଲିଥିବା ପାଞ୍ଚ ମ୍ୟାଚ୍ ବିଶିଷ୍ଟ ଟି-୨୦…

ଫକିର ମୋହନ ବିଶ୍ୱବିଦ୍ୟାଳୟରେ ଛାତ୍ରୀଛାତ୍ରଙ୍କ ଆନ୍ଦୋଳନ, ପରୀକ୍ଷା ବିଳମ୍ବକୁ ନେଇ…

ବାଲେଶ୍ୱର,୧୦।୭( ବାଞ୍ଛାନିଧି ଦେ): ବାଲେଶ୍ଵର ଫକୀର ମୋହନ ବିଶ୍ୱବିଦ୍ୟାଳୟ ସମ୍ମୁଖରେ ଗୁରୁବାର ବିଳମ୍ବିତ ରାତିରେ ଉତ୍ତେଜନା ଦେଖାଦେଇଛି । ନ୍ୟାୟ ଦାବିରେ ଧାରଣାରେ ବସିଛନ୍ତି ଶତାଧିକ ନର୍ସିଂ…

‘ଇଣ୍ଡିଆନ ଆଇଡଲ’ର ଟପ୍‌-୬ରେ ଜ୍ୟୋତିର୍ମୟୀ: ପ୍ରଶଂସା କଲେ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୧୦ା୭ (ସୌମ୍ୟରଞ୍ଜନ ରାଉତ):ଓଡ଼ିଆ କଣ୍ଠଶିଳ୍ପୀ ଜ୍ୟୋତିର୍ମୟୀ ନାୟକ ଜାତୀୟସ୍ତରର ଲୋକପ୍ରିୟ ସଙ୍ଗୀତ ରିଆଲିଟି ଶୋ’ ‘ଇଣ୍ଡିଆନ ଆଇଡଲ-୧୬’ରେ ଦମ୍‌ଦାର ପରଫର୍ମାନ୍ସ ମାଧ୍ୟମରେ ଟପ୍‌-୬ରେ ସ୍ଥାନ ହାସଲ କରିଛନ୍ତି।…

ତାମିଲନାଡୁ ଗ୍ୟାସ ଦୁର୍ଘଟଣା: ମୃତକଙ୍କ ପରିବାରକୁ ଭେଟିଲା ବିଜେଡି ପ୍ରତିନିଧି ଦଳ, ସରକାରଙ୍କୁ କଡ଼ା ସମାଲୋଚନା

କେନ୍ଦୁଝର, ୯।୭(ନରେଶ ଚନ୍ଦ୍ର ପଟ୍ଟନାୟକ): ତାମିଲନାଡୁ ଗ୍ୟାସ୍ ଦୁର୍ଘଟଣାରେ ପ୍ରାଣ ହରାଇଥିବା କେନ୍ଦୁଝର ଜିଲ୍ଲାର ୧୫ ଜଣ ଆଦିବାସୀ ଶ୍ରମିକଙ୍କ ପରିବାରକୁ ରାଜ୍ୟ ବିଜୁ ଜନତା ଦଳ…

ଅଡବା ପୋଲିସକୁ ବଡ଼ ସଫଳତା: ୭୨.୫ ଲିଟର ବେଆଇନ ମଦ ଜବତ, ଜଣେ ଗିରଫ

ମୋହନା, ୯।୭(ମନ୍ମଥ ମିଶ୍ର): ଗଜପତି ଜିଲା ଅଡବା ଥାନା ପୋଲିସକୁ ବେଆଇନ ମଦ କାରବାର ବିରୋଧରେ ଏକ ବଡ଼ ସଫଳତା ମିଳିଛି। ଥାନା ଅନ୍ତର୍ଗତ ପଟୁମା ଗାଁରେ…

ମମତାଙ୍କୁ ଝଟକା ଦେଇଥିବା ୩ ନେତାଙ୍କୁ BJP ଦେଲା ବଡ଼ ଉପହାର

କୋଲକାତା,୯।୭: ପଶ୍ଚିମବଙ୍ଗରେ ହେବାକୁ ଥିବା ରାଜ୍ୟ ସଭା ଉପନିର୍ବାଚନ ପାଇଁ BJP ପ୍ରାର୍ଥୀଙ୍କ ତାଲିକା ପ୍ରକାଶ କରିଛି। ଦଳ ସୁସ୍ମିତା ଦେବ, ସୁଖେନ୍ଦୁ ଶେଖର ରାୟ ଏବଂ…

ମୁଖ୍ୟମନ୍ତ୍ରୀଙ୍କୁ ନିଜ ଜିଲାରେ ବଦନାମ କରୁଛନ୍ତି ତାଙ୍କ ଦଳର ଲୋକ: ବିଜେଡି ବିଧାୟକ

ହାଟଡିହୀ, ୯।୭(ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ଆନନ୍ଦପୁର ବିଧାନସଭା କ୍ଷେତ୍ରର ରାଜନୀତି ଏବେ ଏକ ରୋଚକ ମୋଡ଼ରେ ପହଞ୍ଚିଛି। ‘ବୈତରଣୀ ବଞ୍ଚାଅ ଅଭିଯାନ’ ପ୍ରସଙ୍ଗକୁ ନେଇ ଆନନ୍ଦପୁରରୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri