ଟେନ୍‌ସନ୍‌ରେ ବିଜେଡି: ବିଧାୟକ ପ୍ରାର୍ଥୀଙ୍କ କୁଶପୁତ୍ତଳିକା ଦାହ କଲେ ନିଜ ଦଳର କର୍ମୀ

ଖଜୁରିପଡ଼ା,୭ା୪(ବିଦୁର ବେହେରା): କନ୍ଧମାଳ ଜିଲାର ୩ ନିର୍ବାଚନମଣ୍ଡଳୀ ଏବଂ ଗୋଟିଏ ସଂସଦୀୟ କ୍ଷେତ୍ର ପାଇଁ ପ୍ରମୁଖ ୩ ଦଳ ପ୍ରାର୍ଥୀ ଘୋଷଣା କରିଛନ୍ତି। ଯେଉଁମାନଙ୍କୁ ଦଳ ପ୍ରାର୍ଥୀ କରିଛି, ତାହାକୁ ନେଇ ଏବେ ସବୁଠି ଅସନ୍ତୋଷର ସ୍ବର ଉଠିଥିବା ବେଳେ ଦେବେନ୍ଦ୍ର କହଁରଙ୍କ ସମର୍ଥକମାନେ ରବିବାର ବିଜେଡି ପ୍ରାର୍ଥୀ ଜୟଶ୍ରୀଙ୍କର ପ୍ରାର୍ଥିତ୍ୱକୁ ଜୋରଦାର ବିରୋଧ କରିଛନ୍ତି। ସେମାନେ ଖଜୁରିପଡା ବଜାରରେ ବିଜେଡି ବିଧାୟକ ପ୍ରାର୍ଥୀ ଜୟଶ୍ରୀ କହଁରଙ୍କ ଫଟୋ ଚିରିବା ସହିତ ନିଆଁ ଲଗାଇଛନ୍ତି।
ଫୁଲବାଣୀ ନିର୍ବାଚନମଣ୍ଡଳୀରୁ ବିଜେଡି ପ୍ରାର୍ଥୀ ହେବା ପାଇଁ ପୂର୍ବତନ ବିଧାୟକ ଦେବେନ୍ଦ୍ର କହଁର ଆଶାୟୀ ଥିଲେ। ହେଲେ ଦଳ ତାଙ୍କୁ ଅଣଦେଖା କରି ଜୟଶ୍ରୀ କହଁରଙ୍କୁ ପ୍ରାର୍ଥୀ କରିଛି, ଯାହାକୁ ନେଇ ଦେବେନ୍ଦ୍ରଙ୍କ ସମର୍ଥକଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଥିଲା। ଦେବେନ୍ଦ୍ର ମଧ୍ୟ ବିଜେଡିରୁ ଇସ୍ତଫା ଦେଇଛନ୍ତି।
ଟଙ୍କା କାରବାର କରି ଜୟଶ୍ରୀ କହଁରଙ୍କୁ ବିଜେଡି ଟିକେଟ ଦେଇଥିବା ନେଇ ଦେବେନ୍ଦ୍ର ଏବଂ ପୂର୍ବତନ ବ୍ଲକ ଅଧ୍ୟକ୍ଷ ବୀରେନ୍ଦ୍ର କହଁର ଅଭିଯୋଗ କରିଛନ୍ତି।
ସେହିପରି ପ୍ରତ୍ୟେକ ଥର ଫିରିଙ୍ଗିଆ ବ୍ଲକରୁ ବିଜେଡି ପ୍ରାର୍ଥୀ ଦେଉଥିବାରୁ ଏହାକୁ ନେଇ ଖଜୁରିପଡ଼ା ବିଜେଡି କର୍ମୀମାନେ ବିରୋଧ କରୁଛନ୍ତି। ଖଜୁରିପଡ଼ା ବ୍ଲକରୁ ବିଜେଡି ବିଧାୟକ ପ୍ରାର୍ଥୀ ପାଇଁ ଟିକେଟ ଦୌଡ଼ରେ ଅନେକ ନେତା ଥିଲେ। କିନ୍ତୁ ଫିରିଙ୍ଗିଆର ନେତା ତଥା ପୂର୍ବତନ ମନ୍ତ୍ରୀ ପଦ୍ମନାଭ ବେହେରାଙ୍କ ସମର୍ଥକ ଜୟଶ୍ରୀ କହଁରଙ୍କୁ ଦଳ ପ୍ରାର୍ଥୀ କଲା। ଏହି ପରିପ୍ରେକ୍ଷୀରେ ପୂର୍ବତନ ବିଧାୟକ ଦେବେନ୍ଦ୍ର କହଁର, ପୂର୍ବତନ ଖଜୁରିପଡ଼ା ବ୍ଲକ ଅଧ୍ୟକ୍ଷ ବୀରେନ୍ଦ୍ର କହଁର, ଅନ୍ୟ ସମର୍ଥକଙ୍କ ସହ ସରପଞ୍ଚ ସମିତି ସଭ୍ୟମାନେ ମିଶି ପଦ୍ମନାଭ ବେହେରା ଏବଂ ବିଧାୟିକା ପ୍ରାର୍ଥୀ ଜୟଶ୍ରୀ କହଁର, ପର୍ଯ୍ୟବେକ୍ଷକ ବିଜୟ ନାୟକଙ୍କ କୁଶପୁତ୍ତଳିକା ଦାହ କରିଛନ୍ତି। ପଦ୍ମନାଭ ହଟାଅ, କନ୍ଧମାଳ ବଞ୍ଚାଅ, ବିଜୟ ନାୟକ ଗୋ ବ୍ୟାକ୍‌, ଜୟଶ୍ରୀଙ୍କୁ ହଟାଇ ଉଚିତ ପ୍ରାର୍ଥୀ ଚୟନ କରିବାକୁ ନାରାବାଜି କରିଛନ୍ତି। ଏଥର ଫୁଲବାଣୀ ନିର୍ବାଚନମଣ୍ଡଳୀରେ ବିଜେଡି ଉଚିତ୍‌ ପ୍ରାର୍ଥୀ ଦେଇ ନ ଥିବାରୁ ଦଳୀୟ କର୍ମୀମାନେ ସହଯୋଗ କରିବେ ନାହିଁ ବୋଲି କହିଛନ୍ତି।

 


Enter your email to get our daily news in your inbox.

All Right Reserved By Dharitri.Com

ଜୀବିକା ଦେଇଛି ବାଉଁଶ କାରିଗରୀ

କୋକସରା,୨୬ା୭ (ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ବ୍ଲକ ବରାଡଙ୍ଗା ପଞ୍ଚାୟତର ଏକ ଆଦିବାସୀ ବହୁଳ ଗ୍ରାମ ଝୁଲେନବର। ଜଙ୍ଗଲ ପରିବେଷ୍ଟିତ ଗାଁରେ ପ୍ରାୟ...

ହରିଣ ଛୁଆକୁ ଘେରିଗଲେ ବିଲୁଆ ଦଳ:, ଆଉ ତା’ପରେ…

ପାତ୍ରପୁର,୨୬।୭(ଉମା ଚରଣ ନେପାକ): ସାମନ୍ତିଆପଲ୍ଲୀ ବନାଞ୍ଚଳ ଅଧୀନ ଗୋପୀନାଥପୁର ନିକଟସ୍ଥ ଜଙ୍ଗଲରୁ ଶୁକ୍ରବାର ଏକ ଆହତ ହରିଣ ଛୁଆ ଉଦ୍ଧାର ହୋଇଛି। କିଛି ବିଲୁଆ ହରିଣମାନଙ୍କୁ...

ବର୍ଷା ଅଭାବ: ଚାଷ ଜମିରେ ଚରିଲେ ଗୋରୁ

ଔପଦା, ୨୬।୭(ଧରିତ୍ରୀ ପଣ୍ଡା)-ଜୟ ଯବାନ, ଜୟ କିଷାନ ଧ୍ୱନିରେ ଚାଷ ଅଛି ଯାହାର, କି ଆନନ୍ଦ ତାହାର ଉକ୍ତିର ଆଜି ବିପରୀତ ଦେଖାଦେଇଛି। ଧାନ ଚାଷ...

ଗିରଫ ହେଲେ କୁବେର ଯନ୍ତ୍ରୀ, ଚଢାଉ ପରେ ଧରାପଡିଲା ଅମାପ ଅମାପ ସମ୍ପତ୍ତି

ଭୁବନେଶ୍ୱର,୨୬।୭: ଗିରଫ ହେଲେ କୁବେର ନିର୍ମାଣ ଯନ୍ତ୍ରୀ ସୁନୀଲ ରାଉତ। ଆୟ ବର୍ହିଭୂତ ସମ୍ପତ୍ତି ଠୂଳ ଅଭିଯୋଗରେ ଶୁକ୍ରବାର ଯନ୍ତ୍ରୀ ସୁନୀଲ ରାଉତଙ୍କୁ ଗିରଫ କରିଛି...

ଅସହାୟ ପିଲାଙ୍କୁ ଶିକ୍ଷାଦାନ ପାଇଁ ହାତ ବଢାଇଲେ ଡାକ୍ତର

କେସିଙ୍ଗା,୨୬।୭(ତୁମେଶର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ କାଣ୍ଡେଲ ଗ୍ରାମର ପୂର୍ଣଚନ୍ଦ୍ର ହରିଜନ ଗତ ୪ବର୍ଷ ତଳେ କିଡ୍‌ନୀ ରୋଗରେ ଆକ୍ରାନ୍ତ ହୋଇ ତାଙ୍କର ମୃତ୍ୟୁ...

ମହିଳାଙ୍କ ଉପରକୁ ଚଢ଼ିଗଲା ଟ୍ରକ୍‌

ବଡବିଲ,୨୬।୭(ଦେବପ୍ରିୟ ରଣା): ୫୨୦ ନମ୍ବର ଜାତୀୟ ରାଜପଥ କେନ୍ଦୁଝର ଜିଲା ରୁଗୁଡ଼ି ଥାନା କେନ୍ଦୁଡିହି ଛକରେ ଶୁକ୍ରବାର ଏକ ଦୁର୍ଘଟଣା ଘଟିଛି। ଏକ ଟ୍ରକ୍‌ ଧକ୍କାରେ...

ଲକ୍ଷ୍ମୀବସ୍‌ର ମନମୁଖୀ କାର୍ଯ୍ୟ: ତାତିଲେ ଘରୋଇ ବସ୍‌ ମାଲିକ ସଂଘ

ଛତ୍ରପୁର,୨୬।୭ (ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲାରେ ଲକ୍ଷ୍ମୀବସ ମନମୁଖୀ ଓ ବେନିୟମ ଭାବେ ଚଳାଚଳ ନେଇ ଏହାକୁ ଘରୋଇ ବସ୍‌ ମାଲିକ ସଂଘ ବିରୋଧ କରିଛନ୍ତି।...

ଗଞ୍ଜେଇ କାରବାରରେ ଶିକ୍ଷକ

ଟିଟିଲାଗଡ଼,୨୬।୭: ଅବକାରୀ ବିଭାଗ ଏବଂ ପୋଲିସ ଶୁକ୍ରବାର ଚଢାଉ କରି ଏକ ବଡ଼ ଧରଣର ଗଞ୍ଜେଇ ର଼୍ୟାକେଟ୍‌କୁ ଧରିବାର ସଫଳ ହୋଇଛି। ଅଧକାରୀମାନେ ଟିଟିଲାଗଡ଼ରୁ ୨୪୩...

Advertisement
Mettle Meet 2024

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri