ପ୍ରଥମ ବିଜୟ ଆଶାରେ ବିଜେଡି

ବଣାଇଁଁ, ୯ା୪ (ପ୍ରଦୀପ ତ୍ରିପାଠୀ):ସୁନ୍ଦରଗଡ଼ ଲୋକ ସଭା ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ବଣାଇଁ ବିଧାନସଭା କ୍ଷେତ୍ର ଅଦ୍ୟାବଧି ବିଜୁ ଜନତା ଦଳ (ବିଜେଡି) ପାଇଁ ସ୍ବପ୍ନ ହୋଇ ରହିଛି। ଦଳ ଗଠନଠାରୁ ଏହା ଖାତା ଖୋଲିପାରି ନ ଥିବାରୁ ଆଗାମୀ ନିର୍ବାଚନରେ ଭଲ କରିବା ପାଇଁ କସରତ ଆରମ୍ଭ କରିଛି। ବିଜେଡି ଭୀମସେନ ଚୌଧୁରୀଙ୍କୁ ଏଥର ପ୍ରାର୍ଥୀ କରିଥିବା ବେଳେ ଭାଜପା ସେବତୀ ନାୟକଙ୍କୁ ନିର୍ବାଚନ ମଇଦାନକୁ ଛାଡ଼ିଛି। କ୍ରମାଗତ ଦୁଇଥର ବିଧାୟକ ରହିଆସିଥିବା ଲକ୍ଷ୍ମଣ ମୁଣ୍ଡା କଂଗ୍ରେସ-ସିପିଆଇ(ଏମ୍‌) ମେଣ୍ଟ ପ୍ରାର୍ଥୀ ଭାବେ ଉଭା ହୋଇଛନ୍ତି।
ବଣାଇଁଁ ବିଧାନସଭା କ୍ଷେତ୍ର ଆଦିବାସୀଙ୍କ ପାଇଁ ସଂରକ୍ଷିତ ରହିଛି। ଏକଦା ଏଠାରୁ କଂଗ୍ରେସ ପ୍ରାର୍ଥୀ ଜିତି ଆସୁଥିବା ବେଳେ ୧୯୯୦ରେ ପ୍ରଥମ ଥର ପାଇଁ ଏହି ଆସନ ଭାଜପା ହାତକୁ ଯାଇଥିଲା। ୧୯୯୦ ଓ ୧୯୯୫ରେ ଜୁଏଲ ଓରାମ ଏହି କ୍ଷେତ୍ରରୁ ବିଧାୟକ ହୋଇଥିଲେ। ହେଲେ ୧୯୯୮ ସାଧାରଣ ନିର୍ବାଚନରେ ଜୁଏଲ ଲୋକ ସଭା ଆସନ ପାଇଁ ପ୍ରତିଦ୍ୱନ୍ଦ୍ୱିତା କରି ସୁନ୍ଦରଗଡ଼ ଏମ୍‌ପି ଭାବେ ନିର୍ବାଚିତ ହୋଇଥିଲେ। ଫଳରେ ୧୯୯୮ରେ ବଣାଇଁଁ ଆସନରେ ଉପନିର୍ବାଚନ ହେବାରୁ ସେଠାରୁ କଂଗ୍ରେସର ଜନାର୍ଦ୍ଦନ ଦେହୁରୀ ବିଧାୟକ ହୋଇଥିଲେ। ୨୦୦୦ରେ ଭାଜପା ଓ ବିଜେଡି ମଧ୍ୟରେ ମେଣ୍ଟ ହେବାରୁ ଭାଜପା ପ୍ରାର୍ଥୀ ଦୟାନିଧି କିଷାନ ୨୦୦୪ ପର୍ଯ୍ୟନ୍ତ ବିଧାୟକ ହୋଇଥିଲେ। ୨୦୦୪ରେ ହୋଇଥିବା ନିର୍ବାଚନରେ ପ୍ରାର୍ଥତ୍ତ୍ୱକୁ ନେଇ ଭାଜପାରେ କନ୍ଦଳ ଦେଖାଦେବାରୁ ସିପିଆଇ(ଏମ୍‌)ର ଲକ୍ଷ୍ମଣ ମୁଣ୍ଡା ବିଜୟୀ ହୋଇଥିଲେ। ଭାଜପା-ବିଜେଡି ମେଣ୍ଟ ଭାଙ୍ଗିବା ପରେ ୨୦୦୯ରେ ଭାଜପାର ଭୀମସେନ ଚୌଧୁରୀ ବିଧାୟକ ହୋଇଥିଲେ। ଏହାପରେ ୨୦୧୪ ଓ ୨୦୧୯ରେ ସିପିଆଇ(ଏମ୍‌) ପ୍ରାର୍ଥୀ ଲକ୍ଷ୍ମଣ ମୁଣ୍ଡା ବିଧାୟକ ହୋଇଛନ୍ତି।
ବିଜେଡି ଗଠନକୁ ୨୭ ବର୍ଷ ପୂରିବା ଓ ତନ୍ମଧ୍ୟରୁ ଦଳ ୨୪ ବର୍ଷ ଶାସନ କ୍ଷମତାରେ ଥାଇ ମଧ୍ୟ ବଣାଇଁଁ ବିଧାନସଭା ନିର୍ବାଚନମଣ୍ଡଳୀରେ ଖାତା ଖୋଲି ପାରି ନ ଥିବା ବିଷୟ ସର୍ବଦା ଚର୍ଚ୍ଚାରେ ରହିଆସିଛି। ଦଳୀୟ ପ୍ରାର୍ଥୀଙ୍କ ଚୟନ ଠିକ୍‌ ହେଉ ନ ଥିବାରୁ ଦଳ ଉଧେଇ ପାରୁ ନାହିଁ ବୋଲି ରାଜନୈତିକ ସମୀକ୍ଷକମାନେ ମତ ଦେଉଛନ୍ତି।
୨୦୧୧ ଜନଗଣନା ଅନୁସାରେ ବଣାଇଁଁ ନିର୍ବାଚନମଣ୍ଡଳୀରେ ଭୋଟରଙ୍କ ମଧ୍ୟରେ ମୁଣ୍ଡା ସମ୍ପ୍ରଦାୟର ମତଦାତା ୨୦ ପ୍ରତିଶତ, କିଷାନ ସମ୍ପ୍ରଦାୟ ଭୋଟ ପ୍ରାୟ ୧୦ ପ୍ରତିଶତ ରହିଛି। ଜାତି ଆଧାର ଓ ଶ୍ରମିକ ସଙ୍ଗଠନକୁ ପାଥେୟ କରି ଲକ୍ଷ୍ମଣ ମୁଣ୍ଡା ବାରମ୍ବାର ଜିତି ଆସୁଥିବା କୁହାଯାଉଛି। କ୍ୟାଡରଭିତ୍ତିକ ଦଳୀୟ ଶୃଙ୍ଖଳା ସିପିଆଇ(ଏମ୍‌) ପ୍ରାର୍ଥୀଙ୍କ ବିଜୟର ଅନ୍ୟତମ କାରଣ ବୋଲି ଦର୍ଶାଯାଉଛି। ଯଦି ଶାସକ ଦଳ କଥା ଦେଖାଯାଏ, ଭୀମସେନ ଚୌଧୁରୀ ପୂର୍ବରୁ ଉଭୟ ଭାଜପା ଓ କଂଗ୍ରେସ ଛାଡ଼ି ବିଜେଡି ଆଶ୍ରାରେ ରହିଛନ୍ତି। ଭାଜପା ଏହି ଆସନରେ ମହିଳା କାର୍ଡ ଖେଳି ସେବତୀ ନାୟକଙ୍କୁ ପ୍ରାର୍ଥୀ କରିଛି। ସୁନ୍ଦରଗଡ଼ ଲୋକ ସଭା ନିର୍ବାଚନମଣ୍ଡଳୀ ଅଧୀନରେ ଥିବା ୭ଟି ବିଧାନସଭା କ୍ଷେତ୍ର ମଧ୍ୟରୁ ବଣାଇଁଁ ବିଧାନସଭା କ୍ଷେତ୍ର ଉପରଲିଖିତ ତିନି ଦଳ ଭିତରୁ କାହା ନିକଟକୁ ଯିବ, ତାହାକୁ ଅପେକ୍ଷା ରହିଛି। ଉଲ୍ଲେଖଯୋଗ୍ୟ, ଆସନ୍ତା ମେ ୨୦ରେ ଏଠାରେ ମତଦାନ ହେବା ନେଇ ଦିନ ଧାର୍ଯ୍ୟ ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ବିଦ୍ୟୁତ୍‌ କାର୍ଯ୍ୟାଳୟରେ ପଡ଼ିଲା ତାଲା

କାଟପାଡ଼,୩ା୧୦(କେ.ରାଜଶେଖର ରାଓ): କୋରାପୁଟ ଜିଲା କୋଟପାଡ଼ ସଡ଼ରଙ୍ଗା ପଞ୍ଚାୟତ ବେଲଗଁା ଅଞ୍ଚଳରେ ୧ ମାସରୁ ଊର୍ଦ୍ଧ୍ୱ ହେବ ଟ୍ରାନ୍ସଫର୍ମର ପୋଡ଼ିଯାଇଥିବାରୁ ଉପଭୋକ୍ତାମାନେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ରାତି…

ବଣୁଆ ହାତୀ ହେଲା ଲୋକଙ୍କ ସାଥୀ, ୬ ମାସ ହେଲା ଘରଘର ବୁଲି ଖାଉଛି ଖାଦ୍ୟ

ଜମନକିରା,୩।୧୦(ରବୀନ୍ଦ୍ର ପ୍ରସାଦ ଦାନୀ): ଜଙ୍ଗଲର ବଣୁଆ ଦନ୍ତା ଏବେ ଗାଁ ଲୋକଙ୍କ ଆପଣାର ପାଲଟିଛି। ଗତ ୬ ମାସରୁ ଅଧିକ ସମୟ ଧରି ସମ୍ବଲପୁର ଜିଲା ଜମନକିରା…

ଦୁର୍ଗା ପୂଜା ପୂର୍ବରୁ କେନ୍ଦୁଝର ପୋଲିସର ବ୍ୟାପକ ସୁରକ୍ଷା ଯାଞ୍ଚ: ଆନନ୍ଦପୁର ଉପଖଣ୍ଡରେ…

ହାଟଡିହୀ,୩।୧୦(ଶୁଭକାନ୍ତ ନାୟକ): ଆସନ୍ତା ଦୁର୍ଗା ପୂଜା ପାର୍ବଣ ସମୟରେ ଅପରାଧ ନିୟନ୍ତ୍ରଣ ଓ ଶାନ୍ତିଶୃଙ୍ଖଳା ରକ୍ଷା ପାଇଁ କେନ୍ଦୁଝର ଏସ୍‌ପି ନୀତିନ କୁଶଲକର ଦାଗୁଡୁଙ୍କ ସ୍ୱତନ୍ତ୍ର ନିର୍ଦ୍ଦେଶ…

ଖେଳାଳି ଚୟନରେ ଅନିୟମିତତା ଅଭିଯୋଗ, ସୁବର୍ଣ୍ଣପୁରରେ ଜୋର ଧରିଲା ଚର୍ଚ୍ଚା…

ଅମରପାଲି,୩।୧୦(ପୀତାମ୍ବର ସାହୁ): ଜିଲାସ୍ତରୀୟ ଦୌଡ଼କୁଦ ପ୍ରତିଯୋଗିତାରେ ଭାଗ ନ ନେଇ ଜଣେ ଖେଳାଳି ରାଜ୍ୟସ୍ତରୀୟ ପ୍ରତିଯୋଗିତା ପାଇଁ ମନୋନୀତ ହୋଇଥିବା ଅଭିଯୋଗ । ଏହାକୁ ନେଇ ସୁବର୍ଣ୍ଣପୁର…

ସ୍ୱର୍ଣ୍ଣ ବିଜେତା ଭାରତୀୟ ହକି ଦଳ ପାଇଁ ଓଡ଼ିଶା ସରକାରଙ୍କ ଆର୍ଥିକ ପୁରସ୍କାର ଘୋଷଣା: ପ୍ରତି ଖେଳାଳିଙ୍କୁ ୧୧ ଲକ୍ଷ, କୋଚ୍‌ଙ୍କୁ ମିଳିବ…

ଭୁବନେଶ୍ୱର,୩ା୧୦: ଏସୀୟ କ୍ରୀଡ଼ାରେ ସ୍ୱର୍ଣ୍ଣ ପଦକ ଜିତି ଆଗାମୀ ୨୦୨୮ ଅଲିମ୍ପିକ୍ସ ପାଇଁ ସିଧାସଳଖ ଯୋଗ୍ୟତା ଅର୍ଜନ କରିଥିବା ଭାରତୀୟ ପୁରୁଷ ହକି ଦଳ ପାଇଁ ବଡ଼…

ଦୁର୍ଘଟଣାରେ ଆହତଙ୍କୁ ବୋହି ମେଡିକାଲ ନେଲେ ଦୁଇ ହୋମଗାର୍ଡ, ସାହସିକତା ପାଇଁ ଗଜପତି ଏସ୍‌ପିଙ୍କ ପ୍ରଶଂସା

ମୋହନା,୩ା୧୦(ମନ୍ମଥ ମିଶ୍ର): ଗଜପତି ଜିଲା ଅଡବା ଥାନା ଅନ୍ତର୍ଗତ ଅନ୍ତରବା ଛକ ନିକଟରେ ଶନିବାର ସନ୍ଧ୍ୟା ପ୍ରାୟ ୫ଟା ସମୟରେ ଏକ ସଡ଼କ ଦୁର୍ଘଟଣା ଘଟିଛି। ମହିନ୍ଦ୍ରା…

ଶିକ୍ଷକଙ୍କ ବୃତ୍ତିଗତ ଦକ୍ଷତା ବୃଦ୍ଧି ଉପରେ ମନ୍ଥନ

ଦିଗପହଣ୍ଡି,୩ା୧୦(ଅଶେଷ ନାଥ ମିଶ୍ର): ଶିକ୍ଷୟିତ୍ରୀ ଓ ଶିକ୍ଷକମାନଙ୍କର ନିରନ୍ତର ବୃତ୍ତିଗତ ଦକ୍ଷତା ବିକାଶ ଲକ୍ଷ୍ୟରେ ଦିଗପହଣ୍ଡି ନୂଆସାହି ପ୍ରାଥମିକ ବିଦ୍ୟାଳୟ ପରିସରରେ ମାସିକ କ୍ଲଷ୍ଟର ସ୍ତରୀୟ ସହଭାଗିତା…

କରଞ୍ଜିଆରୁ ଫେରୁଥିଲେ ଏସ୍‌ପି, ଡ୍ୟୁଟିରୁ ଗାଏବ୍ ଥିଲେ ସାହାରପଡ଼ା ଫାଣ୍ଡି ଅଧିକାରୀ: ତୁରନ୍ତ ସସପେଣ୍ଡ୍…

ପାଟଣା,୩ା୧୦(ବୀର କିଶୋର ଦାଶ): କାର୍ଯ୍ୟରେ ଅବହେଳା, ଜିଲା ଆରକ୍ଷୀ ଅଧୀକ୍ଷକ (ଏସ୍‌ପି)ଙ୍କ ନିର୍ଦ୍ଦେଶ ଅବମାନନା ଏବଂ ଶୃଙ୍ଖଳାହୀନ ଆଚରଣ ଅଭିଯୋଗରେ କେନ୍ଦୁଝର ଜିଲା ପାଟଣା ଥାନା ଅନ୍ତର୍ଗତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?