ଖଣି କମ୍ପାନୀର ଟଙ୍କାରେ ବିଜେଡି ହୋଇଛି ଧନୀ, ଏହି ପରିଚିତ କମ୍ପାନୀରୁ ମିଳିଛି ପୁଳାପୁଳା ଚାନ୍ଦା

ଭୁବନେଶ୍ୱର,୨୨।୩: ଖଣି କମ୍ପାନୀଗୁଡିକରୁ ଚାନ୍ଦାରେ ପୁଳାପୁଳା ଟଙ୍କା ପାଇଛି ବିଜେଡି। ନିର୍ବାଚନୀ ବଣ୍ଡ ଆକାରରେ ଚାନ୍ଦା ପାଇବାରେ ବିଜେଡି ଦେଶର ପଞ୍ଚମମ ସର୍ବାଧିକ ପାଣ୍ଠି ହାସଲକାରୀ ଦଳ ପାଲଟିଛି। ବିଜେଡିକୁ ବିଶେଷକରି ଏସେଲ ମାଇନିଂ, ରୁଙ୍ଗଟା ସନ୍ସ, ରଶ୍ମୀ ମେଟାଲିକ୍ସ, ବେଦାନ୍ତ, ମେସର୍ସ ଏସଏନ ମହାନ୍ତି, ଉତ୍କଳ ଆଲୁମିନା, ଜିନ୍ଦଲ ଷ୍ଟିଲ ଆଣ୍ଡ ପାୱାର, ଜିନ୍ଦଲ ଷ୍ଟେନଲେସ ଲିଃ ଭଳି କମ୍ପାନୀଠୁ କୋଟି କୋଟି ଟଙ୍କାର ଚାନ୍ଦା ନିର୍ବାଚନୀ ପାଣ୍ଠି ଆକାରରେ ମିଳିଛି। ସୁପ୍ରିମକୋର୍ଟଙ୍କ କଡା ନିର୍ଦ୍ଦେଶ ପରେ ଆଜି ନିର୍ବାଚନ କମିଶନଙ୍କ ଦ୍ୱାରା ସାର୍ବଜନୀନ କରାଯାଇଥିବା ନିର୍ବାଚନୀ ବଣ୍ଡରୁ ଏହା ଜଣାପଡିଛି।

ମିଳିଥିବା ସୂଚନା ଅନୁସାରେ, ରାଜ୍ୟରେ କ୍ଷମତାସୀନ ବିଜେଡିକୁ ୨୦୧୯ ଜୁଲାଇ ୮ରୁ ୨୦୨୩ ନଭେମ୍ବର ୨୦ତାରିଖ ମଧ୍ୟରେ ୯୪୪.୫୦କୋଟି ଟଙ୍କାର ଚାନ୍ଦା ମିଳିଛି। ବିଜେଡିକୁ ଚାନ୍ଦା ଆକାରରେ ସର୍ବାଧିକ ଏସେଲ ମାଇନିଂ ଠାରୁୁ ୧୭୪.୫୦କୋଟି ଟଙ୍କାର ନିର୍ବାଚନୀ ବଣ୍ଡ ମିଳିଛି। ସେହିପରି ରୁଙ୍ଗଟା ସନ୍ସ ପ୍ରାଇଭେଟ ଲିମିଟେଡ ୨୦୨୧ ଏପ୍ରିଲ ୫ତାରିଖରେ ୫୦କୋଟି ଟଙ୍କା(୫୦ଟି ବଣ୍ଡ) କିଣିଛି।

ସେହିପରି ବେଦାନ୍ତ ଲିମିଟେଡ ୪୦କୋଟି ଟଙ୍କା ଦେଇଛି। ଜିନ୍ଦଲ ଷ୍ଟିଲ ଆଣ୍ଡ ପାୱାର ୨୦୨୩ ଅକ୍ଟୋବର ୧୫ରେ ୨୫କୋଟି ଟଙ୍କା, ୨୦୨୩ ଜୁଲାଇ ୪ରେ ୫୦କୋଟି ଟଙ୍କା ଓ ୨୦୨୨ ଅକ୍ଟୋବର ୭ରେ ୨୫କୋଟି ଟଙ୍କା ଏଭଳି ମୋଟ ୧୦୦କୋଟି ଟଙ୍କାର ନିର୍ବାଚନୀ ବଣ୍ଡ କିଣିଛି। ଜିନ୍ଦଲ ଷ୍ଟେନଲେସ ଲିଃ ୨୦୨୩ ଜୁଲାଇରେ ୧୦କୋଟି ଓ ୨୦୨୨ ଜୁଲାଇ ୧ରେ ୨୦କୋଟି ଟଙ୍କାର ନିର୍ବାଚନୀ ବଣ୍ଡ ବିଜେଡିକୁ ଦେଇଥିବା ଜଣାପଡିଛି।


Enter your email to get our daily news in your inbox.

All Right Reserved By Dharitri.Com

ଶିକ୍ଷକ ସମ୍ମାନ ସମାରୋହ: ଆଦର୍ଶ ଶିକ୍ଷୟିତ୍ରୀ-ଶିକ୍ଷକ ସମ୍ବର୍ଦ୍ଧିତ

କଟକସଦର,୫ା୯(ସୁଶାନ୍ତ କୁମାର ଜେନା): ପବିତ୍ର ଗୁରୁଦିବସ ଉପଲକ୍ଷେ କଟକ ସଦର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ବ୍ରହ୍ମପୁରଠାରେ ଶନିବାର ଶିକ୍ଷକ ସମ୍ମାନ ସମାରୋହ- ୨୦୨୬ର ଆୟୋଜନ କରାଯାଇଥିଲା। ଏହି…

ରାଜରାସ୍ତାରେ ଶିକ୍ଷକଙ୍କ ରଣହୁଙ୍କାର, ଲୋୟର ପିଏମ୍‌ଜିରେ ହଜାର ହଜାର ଶିକ୍ଷକଙ୍କ ବିକ୍ଷୋଭ

ଭୁବନେଶ୍ୱର, ୫।୯: ଯେଉଁ ଦିନଟି ଶିକ୍ଷକଙ୍କୁ ସମ୍ମାନ ଓ ଶ୍ରଦ୍ଧା ଜଣାଇବାର ଦିନ, ସେହି ଗୁରୁଦିବସରେ ରାଜରାସ୍ତାକୁ ଓହ୍ଲାଇ ନିଜ ହକ୍‌ ପାଇଁ ଗର୍ଜିଲେ ରାଜ୍ୟର ହଜାର…

ଅନନ୍ୟ ଗୁରୁ: ଅବସର ପରେ ବି ଛାତ୍ରୀଛାତ୍ରଙ୍କୁ ଦେଉଛନ୍ତି ସାମାଜିକ ଶୃଙ୍ଖଳାର ବାର୍ତ୍ତା

ଦାରିଙ୍ଗବାଡ଼ି,୫ା୯(ଅରୁଣ ସାହୁ): ଆଜି ପବିତ୍ର ଗୁରୁଦିବସ ଏହି ସମୟରେ ଅଞ୍ଚଳରେ ରହିଥିବା ଅନେକ ବର୍ଷୀୟାନ ଗୁରୁ ଅବସର ନେବା ପରେ ମଧ୍ୟ ଜାରି ରଖିଛନ୍ତି ଛାତ୍ରୀଛାତ୍ରଙ୍କୁ ଉତ୍ତମ…

୧୮ ଘଣ୍ଟା ଧରି ଶୁଟିଂ କଲେ ପ୍ରୀତି ଜିଣ୍ଟା: ପଛରେ କାରଣ ଜାଣିଲେ…

ଦୀର୍ଘ ଦିନ ପରେ ଅଭିନେତ୍ରୀ ପ୍ରୀତି ଜିଣ୍ଟା ‘ପାର୍ଟିସନ ୧୯୪୭’ ସହିତ ବଡ଼ ପରଦାକୁ ଫେରିଛନ୍ତି। ଚଳିତ ବର୍ଷ ତାଙ୍କର ଦ୍ୱିତୀୟ ଫିଲ୍ମ ରିଲିଜ ଅପେକ୍ଷାରେ ଅଛନ୍ତି।…

ଆଜିଠୁ ଆରମ୍ଭ ହେଲା ମାଗଣା LPG ସିଲିଣ୍ଡର ଯୋଜନା; ବର୍ଷକୁ ମିଳିବ ୩ଟି ସିଲିଣ୍ଡର, ଖାତାକୁ ଆସିବ ୩ହଜାର ଟଙ୍କା

ନୂଆଦିଲ୍‌ଲୀ,୫।୯: ରନ୍ଧନ ଗ୍ୟାସ ସିଲିଣ୍ଡରର ବଢ଼ୁଥିବା ଦର ଯୋଗୁଁ ଚିନ୍ତିତ ଥିବା ପରିବାରଗୁଡ଼ିକ ପାଇଁ ଏକ ବଡ଼ ଖୁସି ଖବର ଆସିଛି! ଯଦି ଆପଣଙ୍କ ଘରେ ମଧ୍ୟ…

ରୋହିତ ଶର୍ମାଙ୍କ ଭବିଷ୍ୟତ ବିଷୟରେ BCCI କେବେ ନେବ ନିଷ୍ପତ୍ତି? ସାମ୍ନାକୁ ଆସିଲା ତାରିଖ

ନୂଆଦିଲ୍ଲୀ,୫।୯: ଭାରତୀୟ ODI ଦଳରେ ରୋହିତ ଶର୍ମାଙ୍କ ଭବିଷ୍ୟତ କ’ଣ ଅଛି, ଏବଂ ସେ କ’ଣ 2027 ODI ବିଶ୍ୱକପ ପାଇଁ ଯୋଜନାର ଅଂଶ ହେବେ? ଏହି…

ଜୁନ୍‌ରେ ଅବସରପ୍ରାପ୍ତ ଶିକ୍ଷକଙ୍କ ଘରୁ ଚୋରି କରିଥିଲେ ଲକ୍ଷାଧିକ ଟଙ୍କାର ସୁନାଗହଣା: ୨ ଜଣଙ୍କୁ ଧରି…

ଝରିଗାଁ,୫ା୯(କିଶୋର ଚନ୍ଦ୍ର ମଣ୍ଡଳ): ନବରଙ୍ଗପୁର ଜିଲା ଝରିଗାଁ ପୋଲିସକୁ ମିଳିଛି ବଡ଼ ସଫଳତା। ଝରିଗାଁ ଥାନା ଅଞ୍ଚଳରେ ଗତ ଜୁନ୍‌ ମାସରେ ଲକ୍ଷାଧିକ ଟଙ୍କା ସହ ସୁନା…

ପରିବାରରୁ ଅଲଗା ରାସନ କାର୍ଡ କିପରି କରିବେ? ଅବିବାହିତଙ୍କ ପାଇଁ କ’ଣ ରହିଛି ନିୟମ, ଜାଣନ୍ତୁ ସମ୍ପୂର୍ଣ୍ଣ ପ୍ରକ୍ରିୟା

ନୂଆଦିଲ୍ଲୀ,୫।୯:ରାସନ କାର୍ଡ କେବଳ ଶସ୍ତାରେ ରାସନ ପାଇବାର ମାଧ୍ୟମ ନୁହେଁ, ବରଂ ଏହା ଏକ ଗୁରୁତ୍ୱପୂର୍ଣ୍ଣ ସରକାରୀ ପରିଚୟପତ୍ର ଏବଂ ଠିକଣା ପ୍ରମାଣପତ୍ର (Address Proof) ଭାବରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri