BJD: ନବୀନ ନିବାସରେ ହେଲା ଫାଇନାଲ, କାଲି ବଡ଼ ଘୋଷଣା!

ଭୁବନେଶ୍ୱର,୧୮।୪: ବିଜୁ ଜନତା ଦଳ (ବିଜେଡି) ସଂଗଠନରେ ଏକ ବଡ଼ ପରିବର୍ତ୍ତନ ହେବାକୁ ଯାଉଛି। ଦଳର ସଭାପତି ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିକଟରେ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେବାକୁ ଯାଉଛନ୍ତି, ଯାହା ଦଳର ଆଭ୍ୟନ୍ତରୀଣ ଗଠନ ଓ ରାଜନୈତିକ ରଣନୀତିକୁ ନୂଆ ଦିଗ ଦେବ। ସାଂଗଠନିକ ନିର୍ବାଚନ ପ୍ରକ୍ରିୟା ଶେଷ ହେବା ପରେ ନବୀନ ଏକ ନୂତନ ଟିମ ଗଠନ କରିବେ, ଯେଉଁଥିରେ ଅଭିଜ୍ଞ ନେତାଙ୍କ ସହ ଯୁବ ନେତୃତ୍ୱଙ୍କୁ ମଧ୍ୟ ସ୍ଥାନ ଦିଆଯିବ।

ବିଜେଡିର ସାଂଗଠନିକ ନିର୍ବାଚନ ଆଗାମୀ ଦୁଇ ସପ୍ତାହ ମଧ୍ୟରେ ଶେଷ ହେବାକୁ ଯାଉଛି। ଏହି ପ୍ରକ୍ରିୟା ପରେ ନବୀନ ପଟ୍ଟନାୟକ ଦଳର ନୂତନ ଟିମ ଘୋଷଣା କରିବେ। ଏହି ଟିମରେ ଅଭିଜ୍ଞ ନେତାଙ୍କ ସହ ଯୁବ ଓ ଗତିଶୀଳ ନେତୃତ୍ୱଙ୍କୁ ସାମିଲ କରାଯିବ, ଯାହା ଦଳକୁ ଆଗାମୀ ର୍ନିବାଚନ ପାଇଁ ଅଧିକ ସଶକ୍ତ କରିବ।

ଏପ୍ରିଲ ୧୭ରେ ନବୀନ ପଟ୍ଟନାୟକ ବିଜେଡି ସଭାପତି ପଦ ପାଇଁ ନାମାଙ୍କନ ଦାଖଲ କରିଛନ୍ତି। ଏହା ସହ ସେ ନବମ ଥର ପାଇଁ ଦଳର ସଭାପତି ଭାବେ ର୍ନିବାଚିତ ହେବାକୁ ଯାଉଛନ୍ତି, ଯାହା ଏକ ବିରଳ ରେକର୍ଡ।

ନିକଟ ଅତୀତରେ ବିଜେଡି ଅନ୍ତଃକଳହର ସମ୍ମୁଖୀନ ହୋଇଛି, ବିଶେଷ କରି ଓ୍ବଫ (ସଂଶୋଧନ) ବିଲ ଉପରେ ରାଜ୍ୟ ସଭାରେ ଦଳର ଏମପିଙ୍କ ବିଭିନ୍ନ ମତଦାନ ଯୋଗୁଁ। ଏହି ଘଟଣା ଦଳ ଭିତରେ ଅସନ୍ତୋଷ ସୃଷ୍ଟି କରିଥିଲା। ବିଶେଷଜ୍ଞମାନେ ମତ ଦେଉଛନ୍ତି ଯେ, ନବୀନଙ୍କ ଏହି ସାଂଗଠନିକ ପରିବର୍ତ୍ତନ ଦଳକୁ ୨୦୨୪ ର୍ନିବାଚନରେ ପରାଜୟ ପରେ ନୂଆ ଉଦ୍ୟମ ଦେବା ଲକ୍ଷ୍ୟରେ କରାଯାଉଛି। ଏହା ଦ୍ୱାରା ଦଳ ଜନସାଧାରଣଙ୍କ ମଧ୍ୟରେ ନିଜର ପୂର୍ବ ଅବସ୍ଥାନକୁ ପୁନରୁଦ୍ଧାର କରିବାକୁ ଚେଷ୍ଟା କରୁଛି।

କିଛିଦିନ ଧରି ବିଜେଡିକୁ ନେଇ ରାଜ୍ୟ ରାଜନୀତି ଜୋର ଧରିଛି। ପ୍ରଥମେ ଓ୍ବକଅଫ୍‌ ବିଲ୍‌ ତା’ ପରେ ପାଣ୍ଡିଆନଙ୍କ ସପକ୍ଷରେ ନବୀନ ବାହାରିବା। ଏହାରି ଭିତରେ ବିଜେଡିର ସାଂଗଠିନକ ନିର୍ବାଚନକୁ ନେଇ ବଡ଼ ଖବର ସାମ୍ନାକୁ ଆସିଛି। ଆସନ୍ତା ଏପ୍ରିଲ ୧୯ରେ ବିଜେଡି ସଭାପତି ନିର୍ବାଚନ ହେବା ନେଇ ବଡ଼ ଖବର ସାମ୍ନାକୁ ଆସିଛି। ବିଜେଡିର ସାଙ୍ଗଠନିକ ସ୍ତରରେ ବଡ଼ ଧରଣର ଅଦଳ ବଦଳ ହେବାକୁ ଯାଉଛି। କୁହାଯାଉଛି ଏଥର ନୂଆ ଢାଞ୍ଚାରେ ସଂଗଠନ ଗଢ଼ିବ ବିଜେଡି । ପ୍ରଥମଥର ପାଇଁ କ୍ଷମତାରେ ନ ଥିବାବେଳେ ବିଜେଡିରେ ସାଂଗଠନିକ ଅଦଳବଦଳ ହେବାକୁ ଯାଉଛି। ସଭାପତି ଭାବେ ନବୀନ ପଟ୍ଟନାୟକ ରହିବା ନିଶ୍ଚିତ ବୋଲି ଚର୍ଚ୍ଚା ହେଉଥିବାବେଳେ ତାଙ୍କ ପରେ ୨ନଂ ନେତା କିଏ ହେବେ ଏନେଇ ଚର୍ଚ୍ଚା ଆରମ୍ଭ ହୋଇଛି। ଏପ୍ରିଲ ୧୯ରେ ନିଜ ପରେ ଦଳର ପାଓ୍ବାରଫୁଲ ନେତା ଭାବେ କାହାକୁ ବାଛିବେ ନବୀନ? କିଏ ହେବେ ବିଜେଡିର ନବୀନଙ୍କ ପରେ କ୍ଷମତାକେନ୍ଦ୍ରୀକ ବ୍ୟକ୍ତି। ଏନେଇ ରାଜନୀତିରେ ଚର୍ଚ୍ଚା ଜୋର ଧରିଛି।

କିଏ ହେବେ ବିଜେଡିରେ ୨ନଂ ନେତା ? କହିବାର ଅର୍ଥ, ନବୀନଙ୍କ ପରେ ଦଳରେ କିଏ ହେବେ ପାୱାରଫୁଲ ? କିଏ ହେବେ ଦ୍ୱିତୀୟ କ୍ଷମତା କେନ୍ଦ୍ର। ରାଜନୀତିରେ ଆମେ ଦ୍ୱିତୀୟ କ୍ଷମତା କେନ୍ଦ୍ର ବିଷୟରେ ସବୁବେଳେ ଶୁଣି ଆସିଛେ। ଏହାକୁ ନେଇ ବିଭିନ୍ନ ରାଜନୈତିକ ଚର୍ଚ୍ଚା ମଧ୍ୟ ଆମର ନଜିର ରହିଛି। ୨ୟ କ୍ଷମତା କେନ୍ଦ୍ର ଅର୍ଥାତ୍‌ ଦଳର ମୁଖିଆଙ୍କ ପରେ ସବୁଠୁ ଶକ୍ତିଶାଳୀ ନେତା। ଏହାରି ଭିତରେ ବିଜେଡିର ୨ୟ କ୍ଷମତା କେନ୍ଦ୍ର କିଏ ହେବେ ଏନେଇ ଚର୍ଚ୍ଚା ଜୋର ଧରିଛି।

କୁହାଯାଉଛି, ବିଜେଡିର ସାଙ୍ଗଠନିକ ସ୍ତରରେ ବଡ଼ ଧରଣର ଅଦଳ ବଦଳ ହେବାକୁ ଯାଉଛି । ୨୦୨୪ ନିର୍ବାଚନ ପୂର୍ବରୁ ଅଫିସିଆଲି ଭାବରେ ସଭାପତି ନବୀନ ପଟ୍ଟନାୟକଙ୍କ ପରେ ସଂଗଠନ ସଂପାଦକ ଥିବା ବବି ଦାସଙ୍କୁ ଦ୍ବିତୀୟ ପ୍ରଭାବଶାଳୀ ନେତା ବୋଲି ବିବେଚନା କରାଯାଉଥିଲା । ନିର୍ବାଚନ ପରାଜୟର ପ୍ରାୟ ୧୦ ମାସ ପରେ ଯେଉଁ ସାଙ୍ଗଠନିକ ପୁନର୍ଗଠନ ହେବାକୁ ଯାଉଛି, ସେଥିରେ ନବୀନଙ୍କ ପରେ କାହାକୁ ପାୱାରଫୁଲ କରାଯିବ, ତାକୁ ନେଇ ସସପେନ୍ସ ଆରମ୍ଭ ହୋଇଛି। ଏହି ଚର୍ଚ୍ଚାରେ ଯେଉଁ ନେତାଙ୍କ ନାଁ ଆଗକୁ ଆସୁଛି ସେମାନେ ହେଲେ ବରିଷ୍ଠ ନେତା ଦେବୀ ପ୍ରସାଦ ମିଶ୍ର, ନବୀନଙ୍କ ରାଜନୈତିକ ସଚିବ ସଂତୃପ୍ତ ମିଶ୍ର, ବିରୋଧୀ ଦଳ ଉପନେତା ପ୍ରସନ୍ନ ଆଚାର୍ଯ୍ୟ, ବରିଷ୍ଠ ବିଧାୟକ ପ୍ରତାପ ଦେବ, ଏବଂ ପୂର୍ବତନ ମନ୍ତ୍ରୀ ପ୍ରତାପ ଜେନା ପ୍ରମୁଖ।

ତେବେ ବିଜେଡିରେ ଦ୍ୱିତୀୟ କ୍ଷମତା କେନ୍ଦ୍ର କିଏ? ୨୦୨୪ ନିର୍ବାଚନରେ ଯେତେବେଳେ ବିଜେଡିର ଷ୍ଟାର ତାଲିକା ପ୍ରକାଶ ପାଇଲା ସେତେବେଳେ ନବୀନଙ୍କ ପରେ ଭିକେ ପାଣ୍ଡିଆନଙ୍କ ନାଁ ଥିଲା। ଲିଷ୍ଟରେ ୧ ନମ୍ବରରେ ନବୀନ ଥିବାବେଳେ ୨ନଂରେ ପାଣ୍ଡିଆନ ଥିଲେ। ପ୍ରଚାରବେଳେ ନବୀନଙ୍କ ଅନୁପସ୍ଥିତିରେ ଦଳର ବଡ଼ ବଡ଼ ନ ଥିଲାବେଳେ ମଞ୍ଚରେ ପାଣ୍ଡିଆନଙ୍କୁ ଦେଖିବାକୁ ମିଳୁଥିଲା। ଏକ ପ୍ରକାର ଆମେ ଦେଖିଲେ ଜାଣି ପାରିବା ନବୀନ ନିର୍ବାଚନବେଳେ ହେଉ କି ନିଜ ରାଜନୈତିକ କ୍ୟାରିୟରେ ନିଜର ଦ୍ୱିତୀୟ କ୍ଷମତା କେନ୍ଦ୍ର ଦ୍ୱାରା ଦଳର ସମସ୍ତ କାମ କରିଥାନ୍ତି। କୌଣସି ବଡ଼ ଘୋଷଣା ହେଉ କି ରାଜନୈତିକ ଗୋଟି ଚାଳନା। ତେବେ ଏହାର ଉଦାହରଣ ୨୪ ନିର୍ବାଚନରେ ମଧ୍ୟ ଦେଖିବାକୁ ମିଳିଥିଲା।

ନବୀନ ପଟ୍ଟନାୟକ, ଯିଏ ୧୯୯୭ ମସିହାରୁ ବିଜେଡିର ସଭାପତି ଏବଂ ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ରହିଛନ୍ତି, ସେ ଏବେ ବି ଦଳର ଏକମାତ୍ର ପ୍ରମୁଖ ନେତା ଭାବେ ରହିଛନ୍ତି। ନବୀନଙ୍କ ପରେ ଦଳର ନେତୃତ୍ୱ ନେଇ ବିଭିନ୍ନ ନାଁ ଆଲୋଚନାରେ ରହିଛି। ପୂର୍ବରୁ ଭି.କେ. ପାଣ୍ଡିଆନଙ୍କୁ ନବୀନଙ୍କ ଉତ୍ତରାଧିକାରୀ ଭାବେ ଦେଖାଯାଉଥିଲା, କିନ୍ତୁ ୨୦୨୪ରେ ନବୀନ ସ୍ପଷ୍ଟ କରିଥିଲେ ଯେ, “ଓଡ଼ିଶାର ଜନତା ମୋ ପରେ ନେତା ନିର୍ଦ୍ଧାରଣ କରିବେ। ବରିଷ୍ଠ ନେତା ପ୍ରଣବ ପ୍ରକାଶ ଦାସ, ଯିଏ ପୂର୍ବରୁ ସାଙ୍ଗଠନିକ ସଚିବ ଥିଲେ, ତାଙ୍କୁ ଗୁରୁତ୍ୱପୂର୍ଣ୍ଣ ନେତା ଭାବେ ଦେଖାଯାଉଛି। ତେବେ ଏହାରି ଭିତରେ ବିଜେଡି ନେତା ଭୂପିନ୍ଦର ସିଂ କହିଛନ୍ତି, “ନବୀନ ହିଁ ଏକମାତ୍ର ନେତା, ଏବଂ ଦଳ ବାହାର ଲୋକଙ୍କୁ ନେତୃତ୍ୱ ଦେବାକୁ ଗ୍ରହଣ କରିବ ନାହିଁ।”

ଯାହା ସୂଚନା ମିଳିଛି, ଚଳିତ ମାସ ତୃତୀୟ ସପ୍ତାହ ସୁଦ୍ଧା ବିଜେଡିର ସାଙ୍ଗଠନିକ ନିର୍ବାଚନ ପ୍ରକ୍ରିୟା ଶେଷ ହେବ। ୧୯ ତାରିଖରେ ସଭାପତି ନିର୍ବାଚିତ ହେବାର ସମ୍ଭାବନା ଅଧିକ ରହିଛି । ନବୀନ ପୁନର୍ବାର ସଭାପତି ହେବା ଏକ ପ୍ରକାର ନିଶ୍ଚିତ ହୋଇସାରିଛି । ତେଣୁ ନବୀନଙ୍କ ପରେ ନମ୍ବର ୨ ନେତାଙ୍କୁ ନେଇ ନାନା ଚର୍ଚ୍ଚା ଚାଲିଛି । ପୂର୍ବ ପରି ସଙ୍ଗଠନ ସମ୍ପାଦକ ପଦବୀ ବଳବତ୍ତର ରହିବ ନା ପୂର୍ବରୁ ଉଚ୍ଛେଦ ହୋଇଥିବା ମହାସଚିବ ପଦ ଫେରିବ, ତାହା ରହସ୍ୟଘେରରେ ରହିଛି । ଏଥର ଦଳରେ ରାଜନୈତିକ ବ୍ୟାପାର କମିଟି ରହିପାରେ । କିଛି ବରିଷ୍ଠ ନେତାଙ୍କୁ ନେଇ ଏହି କମିଟି ଗଠନ ହେବ । ଯେଉଁ କମିଟି ଦଳୀୟ ବ୍ୟାପାର ବୁଝି ସଭାପତିଙ୍କୁ ରିପୋର୍ଟ ପ୍ରଦାନ କରିବ। ଦଳର ଆଭ୍ୟନ୍ତରୀଣ ବ୍ୟାପାରରେ ବି ଏହି କମିଟିର ହସ୍ତକ୍ଷେପ ରହିବ।odi


Enter your email to get our daily news in your inbox.

All Right Reserved By Dharitri.Com

ହାରିଲା ପାକିସ୍ତାନ, ତଥାପି ଇସଲାମାବାଦରେ କାହିଁକି ଉତ୍ସବର ମାହୋଲ! ଭାଇରାଲ୍ ଭିଡିଓକୁ ନେଇ ଚର୍ଚ୍ଚା

ଇସଲାମାବାଦ,୧୫।୯: ଇଂଲଣ୍ଡ ଗସ୍ତରେ ପରାଜିତ ହୋଇ ଫେରିଥିବା ପାକିସ୍ତାନ ଦଳକୁ ଚାରିଆଡୁ କଡ଼ା ସମାଲୋଚନା କରାଯାଉଛି। କିନ୍ତୁ ଏହି ନିରାଶାଜନକ ପ୍ରଦର୍ଶନ ମଧ୍ୟରେ ଦଳର ୨୧ ବର୍ଷୀୟ…

ସନ୍ଧ୍ୟା ହେଲେ ଗାଁରେ ପଶୁଛନ୍ତି, ନଷ୍ଟ କରୁଛନ୍ତି ଧାନ ଫସଲ: କଲ୍ୟାଣସିଂହପୁରରେ ୧୩ ଟିକିଆ ହାତୀପଲଙ୍କ ଉପଦ୍ରବ, ଭୟରେ…

କଲ୍ୟାଣସିଂହପୁର,୧୫।୯(ଦୀପକ କୁମାର ପରିଡ଼ା): ରାୟଗଡ଼ା ଜିଲା କଲ୍ୟାଣସିଂହପୁର ବ୍ଲକ୍ ଅନ୍ତର୍ଗତ ସିଙ୍ଗାରି ପଞ୍ଚାୟତରେ ପୁଣି ଥରେ ହାତୀପଲଙ୍କ ଉପଦ୍ରବ ଦେଖିବାକୁ ମିଳିଛି। ଏକ ୧୩ ଟିକିଆ ହାତୀପଲ…

ଏଣିକି ପେଟ୍ରୋଲ ଓ ବିଜୁଳି ବିଲ ପେମେଣ୍ଟ କଲେ ଲାଗିବ ୫ଟଙ୍କା ଏକ୍ସଟ୍ରା ଚାର୍ଜ; ସାଧାରଣ ଲୋକଙ୍କୁ ବଡ଼ ଝଟ୍‌କା

ନୂଆଦିଲ୍ଲୀ,୧୫।୯: ବଢ଼ୁଥିବା ମହଙ୍ଗା ମାଡ଼ ମଧ୍ୟରେ ଏବେ UPI ପେମେଣ୍ଟ ଉପରେ ଦେବାକୁ ପଡ଼ିବ ଚାର୍ଜ। ଅର୍ଥାତ ଆପଣଙ୍କର UPI ଆଉ ମାଗଣା ରହିଲା ନାହିଁ। ଏହି…

ମୃତଦେହ ନେଇ ଶ୍ମଶାନ ଯାଉଥିବା ବେଳେ ବଡ଼ ଅଘଟଣ: ଟ୍ରକ୍ ଧକ୍କା ଦେଇ ଘୋଷାଡ଼ି ନେଲା, ୫ ଗୁରୁତରଙ୍କୁ ବିଧାୟକ ନିଜ ଗାଡ଼ିରେ…

ଦିଗପହଣ୍ଡି,୧୫।୯(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି – ରାୟଗଡ଼ା ୩୨୬ ନଂ ଜାତୀୟ ରାଜପଥର ପୋଡ଼ାମାରି ନିକଟସ୍ଥ ରାଜନାପଲ୍ଲୀ ଗ୍ରାମ ମୁଖ୍ୟରାସ୍ତାରେ ମଙ୍ଗଳବାର ସନ୍ଧ୍ୟା ପ୍ରାୟ ସାଢ଼େ ୭ଟାରେ…

UPI ପେମେଣ୍ଟ ଉପରେ ନୂଆ ଚାର୍ଜ: ୫୦୦୦ରେ ୨୦ ଓ ୧୦,୦୦୦ରେ କଟିବ ୪୦ ଟଙ୍କା, ଜାଣନ୍ତୁ…

ନୂଆଦିଲ୍‌ଲୀ,୧୫।୯: ଡିଜିଟାଲ କାରବାର ଉପରେ ଶୁଳ୍କ ଲାଗୁ ନେଇ ବିରୋଧ ମଧ୍ୟରେ ସରକାର UPI ଉପରେ ମର୍ଚାଣ୍ଟ ଡିସକାଉଣ୍ଟ ରେଟ (MDR)କୁ ନେଇ ଏକ ନୂଆ ନିଷ୍ପତ୍ତି…

ଯୌତୁକ ନିର୍ଯ୍ୟାତନା ପରେ ସ୍ତ୍ରୀ ବାପ ଘରେ, ଏବେ ଅନ୍ୟ ଯୁବତୀଙ୍କୁ ନେଇ ସ୍ୱାମୀ ଫେରାର, ଥାନାରେ…

ଦିଗପହଣ୍ଡି,୧୫।୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଥାନା ଅନ୍ତର୍ଗତ ସାନଖେମୁଣ୍ଡି ବ୍ଲକ୍ ଡେଙ୍ଗାଓସ୍ତା ଗ୍ରାମରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ଅଧିକ ଯୌତୁକ ପାଇଁ…

ରାତି ଗୋଟାଏରେ ଭାଙ୍ଗିଥିଲେ ତାଲା, ବାଜିଲା ସାଇରନ୍! ୟୁନିୟନ ବ୍ୟାଙ୍କରୁ ବଡ଼ ଡକାୟତି ପଣ୍ଡ, ୭ ଡକାୟତ…

ବୈଶିଙ୍ଗା,୧୫।୯ (ରତନ ଦାଶ): ମୟୂରଭଞ୍ଜ ଜିଲା ବୈଶିଙ୍ଗା ଥାନା ଅନ୍ତର୍ଗତ ମାନଗୋବିନ୍ଦପୁରଠାରେ ଥିବା ୟୁନିୟନ ବ୍ୟାଙ୍କରୁ ଏକ ବଡ଼ ଡକାୟତି ଯୋଜନା ପଣ୍ଡ ହୋଇଯାଇଛି। ବ୍ୟାଙ୍କରେ ଲାଗିଥିବା…

ଆଉ ମାଗଣା ନୁହେଁ UPI! ₹୨୦୦୦ ରୁ ଅଧିକ ଦେଣନେଣ ଉପରେ ଲାଗିବ ଚାର୍ଜ, ନୂଆ ନିୟମ ଜାରି କଲେ ସରକାର…

ନୂଆଦିଲ୍ଲୀ,୧୫।୯: ୟୁପିଆଇ (UPI) ଦେଣନେଣକୁ ନେଇ ସୃଷ୍ଟି ହୋଇଥିବା ଦ୍ୱନ୍ଦ୍ୱ ଉପରେ ସରକାର ପୂର୍ଣ୍ଣଚ୍ଛେଦ ପକାଇଛନ୍ତି। ସରକାରଙ୍କ ଦ୍ୱାରା ଜାରି ନୂଆ ବିଜ୍ଞପ୍ତି ଅନୁଯାୟୀ, ଅକ୍ଟୋବର ୧୫ରୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?