ଅଧ୍ୟକ୍ଷ ପାଇଁ ବିଜେଡି-କଂଗ୍ରେସ କଡ୍ଡା ଟକ୍କର

ଜଗତ୍‌ସିଂହପୁର ଅଫିସ, ୨୧ା୩: ଜଗତ୍‌ସିଂହପୁର ପୌର ନିର୍ବାଚନରେ ବିଜେଡି, କଂଗ୍ରେସ ଓ ଭାଜପା ନେତୃତ୍ୱ ଦଳୀୟ ପ୍ରାର୍ଥୀଙ୍କୁ ଜିତାଇବା ପାଇଁ ପୁରା ଦମ୍‌ ଲଗାଇ ଦେଇଛନ୍ତି। ଏକାଧିକ ଓ୍ବାର୍ଡରେ କେଉଁ ଦଳ ଆଗରେ ରହିଛି ସେଚିତ୍ର ଅସ୍ପଷ୍ଟ ରହିଛି। ତେବେ ଅଧ୍ୟକ୍ଷ ପଦବୀକୁ ନେଇ ବିଜେଡି ଓ କଂଗ୍ରେସ ପ୍ରାର୍ଥୀଙ୍କ ମଧ୍ୟରେ ମୁକାବିଲା ହେବା ନେଇ ଚର୍ଚ୍ଚା ହେଉଛି। ଯଦିଓ ବିଜେଡି ସପକ୍ଷରେ ଗତ ପଞ୍ଚାୟତ ନିର୍ବାଚନର ଫଳାଫଳ ସହଯୋଗ କରୁଛି, କିନ୍ତୁ ଦଳୀୟ ଗୋଷ୍ଠୀ କନ୍ଦଳର ଫାଇଦା ନେବାକୁ ବିରୋଧୀମାନେ ଉଦ୍ୟମ କରୁଛନ୍ତି। ଗୁରୁତ୍ୱପୂର୍ଣ୍ଣ କଥା ହେଲା ପ୍ରଥମ ଥର ପାଇଁ ଭାଜପା ସମସ୍ତ ୱାର୍ଡରେ ପ୍ରାର୍ଥୀ ଦେଇ ନୂଆ ସମୀକରଣ ସୃଷ୍ଟି କରିଛି। ଭାଜପାର ଉତ୍‌ଥାନ ଉଭୟ ବିଜେଡି ଓ କଂଗ୍ରେସ ନେତୃତ୍ୱଙ୍କ ଚିନ୍ତାର କାରଣ ପାଲଟିଛି। କାରଣ କେତୋଟି ୱାର୍ଡରେ ଭାଜପାର ଭୋଟ ବୃଦ୍ଧି ବିଜେଡି ପାଇଁ ମହଙ୍ଗା ସାବ୍ୟସ୍ତ ହେଉଥିବାବେଳେ ଆଉ କେତୋଟିରେ କଂଗ୍ରେସ ପ୍ରଭାବିତ ହେବା ନେଇ ଆଶଙ୍କା ସୃଷ୍ଟି ହୋଇଛି । ୨୦୧୩ ନିର୍ବାଚନ କଥା ଦେଖିଲେ କଂଗ୍ରେସ ଓ ବିଜେଡି ମଧ୍ୟରେ ଲଢ଼େଇ ହୋଇଥିଲା। ଶେଷରେ ପୌର ପରିଷଦ କଂଗ୍ରେସ ଦଖଲକୁ ଯାଇଥିଲା। ଭାଜପା ସ୍ଥିତି ଅତି ଦୁର୍ବଳ ଥିଲା। ଏପରି କି ଏହି ଦଳ ୧୨ଟି ୱାର୍ଡରେ ପ୍ରାର୍ଥୀ ଦେଇପାରି ନ ଥିଲା। ଏଥର କେବଳ ସମସ୍ତ ୱାର୍ଡରେ ପ୍ରାର୍ଥୀ ଦିଆଯାଇନି, ୪ଟି ୱାର୍ଡରେ ବିରୋଧୀଙ୍କୁ କଡ୍ଡା ଟକ୍କର ଦେଉଛି। ଏ ସମ୍ପର୍କରେ କେତେଜଣ ରାଜନୈତିକ ସମୀକ୍ଷକଙ୍କ କହିବା କଥା ହେଲା, ଗତ ନିର୍ବାଚନରେ ପୌରାଧ୍ୟକ୍ଷ ପଦବୀ ପାଇଁ ପରୋକ୍ଷ ନିର୍ବାଚନ ଥିଲା ତେଣୁ ପାରିଷଦମାନଙ୍କ ନିଷ୍ପତ୍ତି ଚୂଡ଼ାନ୍ତ ହେଉଥିଲା। ଏହି ଆଧାରରେ ଅଧିକାଂଶ କଂଗ୍ରେସ ପାରିଷଦ ପୌରାଧ୍ୟକ୍ଷ ବାଛିଥିଲେ। ଆଗାମୀ ନିର୍ବାଚନରେ ଅଧ୍ୟକ୍ଷ ପଦବୀ ପାଇଁ ସିଧାସଳଖ ନିର୍ବାଚନ ହେଉଛି। ଅର୍ଥାତ୍‌ ପୌରାଞ୍ଚଳର ଭୋଟରମାନେ ଅଧ୍ୟକ୍ଷା ପ୍ରାର୍ଥୀମାନଙ୍କ ମଧ୍ୟରୁ ଜଣଙ୍କୁ ଭୋଟ ଦେଇ ଜିତାଇବେ। ସେ ଦୃଷ୍ଟିରୁ କଂଗ୍ରେସ, ବିଜେଡି ଓ ଭାଜପା ପକ୍ଷରୁ ଦଳୀୟ ପ୍ରାର୍ଥୀଙ୍କୁ ଜିତାଇବା ପାଇଁ ବିଭିନ୍ନ ରଣନୀତି ଆପଣାଯାଉଛି। ଗତ ନିର୍ବାଚନରେ ପରିଷଦର ୨୧ଟି ୱାର୍ଡ ମଧ୍ୟରୁ କଂଗ୍ରେସ ଦଖଲକୁ ସର୍ବାଧିକ ୧୨ଟି ୱାର୍ଡ (ସଂଖ୍ୟା ୨, ୪, ୫, ୭, ୯, ୧୦, ୧୨, ୧୪, ୧୫, ୧୬ ଓ ୧୭, ୧୯) ଯାଇଥିଲା। ବିଜେଡି ସପକ୍ଷରେ ୯ଟି (ୱାର୍ଡ ସଂଖ୍ୟା ୧, ୩, ୬, ୮, ୧୧, ୧୩, ୧୮, ୨୦ ଓ ୨୧) ଥିଲା। ସେତେବେଳେ ପରିଷଦର ମୋଟ ଭୋଟର ସଂଖ୍ୟା ୨୩,୪୮୫ ଥିଲା । ଏଥର ୨,୦୩୨ ଜଣ ଭୋଟର ବଢ଼ିଛନ୍ତି, ଅର୍ଥାତ୍‌ ମୋଟ ଭୋଟର ସଂଖ୍ୟା ୨୫,୫୧୭ରେ ପହଞ୍ଚତ୍ଛି। ଏହାକୁ ହିସାବକୁ ନେଲେ ଜଣାଯାଏ ନୂଆ ଭୋଟର ପ୍ରମୁଖ ଭୂମିକା ନିଭାଇବେ। ୨୦୧୩ ନିର୍ବାଚନରେ କଂଗ୍ରେସ ସପକ୍ଷରେ ପୌରାଞ୍ଚଳର ୯,୮୫୦ ଜଣ ଭୋଟର ଭୋଟ ଦେଇଥିଲେ। ବିଜେଡିକୁ ୮,୮୭୫ ଓ ଭାଜପା ସପକ୍ଷରେ ମାତ୍ର ୧୪୦ ଖଣ୍ଡ ଭୋଟ ଯାଇଥିଲା। ଏବେ କଂଗ୍ରେସ ପୂର୍ବ ସ୍ଥିତିଠାରୁ ଅଧିକ ଭୋଟ ହାତେଇବା ପାଇଁ ଚେଷ୍ଟା ଜାରି ରଖିଛି। ବିଜେଡି ପକ୍ଷରୁ ମଧ୍ୟ ବିଭିନ୍ନ ରଣନୀତି ଆପଣାଯାଉଛି। ଯେହେତୁ ପୌରାଞ୍ଚଳରେ ଶିକ୍ଷିତ ଭୋଟରଙ୍କୁ ପ୍ରଭାବିତ କରିବା କଷ୍ଟକର ତେଣୁ ୩ ପ୍ରମୁଖ ଦଳ ଅନୁସୂଚିତ ଜାତି ଓ ଜନଜାତି ସମ୍ପ୍ରଦାୟଙ୍କ ଉପରେ ନଜର କେନ୍ଦ୍ରୀଭୂତ କରୁଛନ୍ତି। ଏପରି କି ଭୋଟରଙ୍କୁ ପ୍ରଭାବିତ କରିବା ପାଇଁ ଅର୍ଥବଳ ପ୍ରୟୋଗ କରାଯାଉଛି। ବିଭିନ୍ନ ସାହି, ବସ୍ତିରେ ମଦ ଓ ମାଂସର ଆସର ଜମିଲାଣି। ବିଜେଡି ନେତା ତଥା ବିଧାୟକ ପ୍ରଶାନ୍ତ ମୁଦୁଲି, ପିସିିସି ଉପସଭାପତି ତଥା ପୂର୍ବତନ ବିଧାୟକ ଚିରଞ୍ଜୀବ ବିଶ୍ୱାଳ ଓ ଭଜପା ଜିଲା ସଭାପତି ସତ୍ୟବ୍ରତ ମହାପାତ୍ର ଦଳୀୟ ପ୍ରଚାରର ମଙ୍ଗ ଧରିଛନ୍ତି। ବିଜେଡି ପକ୍ଷରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଲୋକପ୍ରିୟତା, ଜନକଲ୍ୟାଣକାରୀ ଯୋଜନା ଓ ପ୍ରଗତିକୁ ପ୍ରସଙ୍ଗ କରାଯାଉଛି। କଂଗ୍ରେସ ଜଗତ୍‌ସିଂହପୁର ପୌରାଞ୍ଚଳରେ ଗତ ୩ ବର୍ଷ ଭିତରେ ହୋଇଥିବା ଦୁର୍ନୀତି ସମ୍ପର୍କରେ ଲୋକଙ୍କୁ ଅବଗତ କରାଯାଇ ଭୋଟ ଭିକ୍ଷା କରୁଛି। ଭାଜପା ମଧ୍ୟ ଅନୁରୂପ ଭାବେ ଦୁର୍ନୀତି ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଲୋକପ୍ରିୟତାକୁ ନେଇ ଭୋଟରଙ୍କୁ ନିଜ ଆଡ଼କୁ ଆକୃଷ୍ଟ କରିବାକୁ ପ୍ରୟାସ କରୁଛି।


Enter your email to get our daily news in your inbox.

All Right Reserved By Dharitri.Com

ବାପାଙ୍କ ଶୁଦ୍ଧିକ୍ରିୟାରେ ଯୋଗଦେବେ ଗ୍ୟାଙ୍ଗଷ୍ଟର ଧଳସାମନ୍ତ ଭ୍ରାତା

କଟକ,୨୫ା୪(କାର୍ତ୍ତିକ ସାହୁ): ଗ୍ୟାଙ୍ଗଷ୍ଟର ଧଳସାମନ୍ତ ଭ୍ରାତା ତାଙ୍କ ଦିବଙ୍ଗତ ବାପାଙ୍କ ଶୁଦ୍ଧିକ୍ରିୟାରେ ଯୋଗଦେବା ନିମନ୍ତେ ଅଦାଲତ ଅନୁମତି ଦେଇଛନ୍ତି। ଆସନ୍ତା ୨୯ ଓ ୩୦ ତାରିଖରେ...

ଗରା ଧରି ଜିଲାପାଳଙ୍କୁ ପାଣି ମାଗିଲେ ଜୁଆଙ୍ଗ ଆଦିବାସୀ

କେନ୍ଦୁଝର,୨୫ା୪(ନରେଶ ଚନ୍ଦ୍ର ପଟ୍ଟନାୟକ): ସରକାର ଆଦିବାସୀ ଓ ଗରିବ ଲୋକଙ୍କ ପାଇଁ ମାଳମାଳ ଯୋଜନା କରି ଅନେକ କୋଟି ଖର୍ଚ୍ଚ କରୁଛନ୍ତି। ମାତ୍ର ଜିଲାର ପୁରାତନ...

୨୦୧୮ ଗୁଳିକାଣ୍ଡ: କୁଖ୍ୟାତ ଅପରାଧୀ ତପୁଙ୍କୁ ୭ ବର୍ଷ କାରାଦଣ୍ଡ

କଟକ,୨୫ା୪ (କାର୍ତ୍ତିକ ସାହୁ): କଟକ ସଦର ଥାନା ଅଞ୍ଚଳରେ ୨୦୧୮ ମସିହା ମାର୍ଚ୍ଚ ୨ ତାରିଖରେ ଦୁଇଗୋଷ୍ଠୀ ମଧ୍ୟରେ ସଂଘଟିତ ଗୁଳିମାଡ଼ ମାମଲାର ରାୟ ଗୁରୁବାର...

ଶିମିଳିପାଳର ୩୧ ପଏଣ୍ଟରେ ଲାଗିଛି ନିଆଁ

ବାରିପଦା,୨୫ା୪(ନୀଳାଦ୍ରି ବିହାରୀ ଦଣ୍ଡପାଟ): ଶିମିଳିପାଳ ଅଭୟାରଣ୍ୟରେ ପ୍ରତିଦିନ ବନାଗ୍ନି ଦେଖିବାକୁ ମିଳୁଛି। ସବୁଜିମା ଭରା ବିସ୍ତୀର୍ଣ୍ଣ ଅଞ୍ଚଳରେ ନିଆଁ ମାଡ଼ି ଚାଲିଛି। କର୍ମଚାରୀମାନେ ଅକ୍ଳାନ୍ତ ପରିଶ୍ରମ...

ବାପାଙ୍କ ଶୁଦ୍ଧିକ୍ରିୟା ପାଇଁ ଗାଁକୁ ଯାଇଥିଲେ, ଘରେ ବୁଲିଲା କଳାକନା

ବାସୁଦେବପୁର,୨୫ା୪(ନାରାୟଣ ପ୍ରସାଦ ବାରିକ୍‌): ବାପାଙ୍କ ଶୁଦ୍ଧିକ୍ରିୟାକୁ ଯାଇଥିଲେ। ଏପଟେ ଘରେ କଳାକନା ବୁଲାଇ ଦେଲେ ଚୋର। ବାସୁଦେବପୁର ପୌରପାଳିକାର ବିଦ୍ୟୁତ୍‌ ମାର୍ଗରେ ବୁଧବାର ରାତିରେ ଏଭଳି...

ଓଡ଼ିଶାରେ ଭାଜପା ସରକାରକୁ ଆସିଲେ ଲୋକେ ରୋଜଗାର ପାଇଁ ବାହାର ରାଜ୍ୟକୁ ଯିବେ ନାହିଁ: ଅମିତ ଶାହା

ସୋନପୁର,୨୫।୪: କେନ୍ଦ୍ରମନ୍ତ୍ରୀ ଅମିତ ଶାହା ଗୁରୁବାର ଓଡ଼ିଶାରେ ଡବଲ ଇଞ୍ଜିନ ସରକାର ଗଢିବାକୁ ଲୋକ ମାନଙ୍କୁ ଆହ୍ୱାନ ଦେଇଛନ୍ତି। ନବୀନ ସରକାରକୁ ଓପାଡ଼ି ଏଠାରେ ଭାଜପା...

ପଦ୍ମ ଧରିବା ପରେ ପ୍ରବୋଧଙ୍କୁ ସ୍ବାଗତ କଲା ଭାଜପା, ମିଳିବ କି’ ଟିକେଟ

ଭୁବନେଶ୍ୱର,୨୫।୪: କଂଗ୍ରେସରୁ ଇସ୍ତଫା ପରେ ଭାଜପାର ସାମିଲ ହୋଇଛନ୍ତି ପୂର୍ବତନ ହକି ତାରକା ପ୍ରବୋଧ ତିର୍କୀ । ଏହି ଅବସରରେ ଭାଜପା ଶୀର୍ଷ ନେତୃତ୍ୱ ଫୁଳତୋଡା...

ଅଂଶୁଘାତ ରୋଗୀଙ୍କ ଚିକିତ୍ସା ପାଇଁ ଏମ୍ସରେ ସ୍ବତନ୍ତ୍ର ୟୁନିଟ୍‌

ଭୁବନେଶ୍ୱର,୨୫ା୪(ଅସମାପିକା ସାହୁ): ରାଜ୍ୟରେ ପ୍ରଚଣ୍ଡ ରୌଦ୍ରତାପ ଯୋଗୁ ଦିନକୁ ଦିନ ବୃଦ୍ଧି ଘଟୁଥିବା ଅଂଶୁଘାତ ରୋଗୀଙ୍କ ଚିକିତ୍ସା ନିମନ୍ତେ ଏମ୍ସ ଭୁବନେଶ୍ୱରରେ ଏକ ସ୍ବତନ୍ତ୍ର ହିଟ୍‌...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri