ଅଧ୍ୟକ୍ଷ ପାଇଁ ବିଜେଡି-କଂଗ୍ରେସ କଡ୍ଡା ଟକ୍କର

ଜଗତ୍‌ସିଂହପୁର ଅଫିସ, ୨୧ା୩: ଜଗତ୍‌ସିଂହପୁର ପୌର ନିର୍ବାଚନରେ ବିଜେଡି, କଂଗ୍ରେସ ଓ ଭାଜପା ନେତୃତ୍ୱ ଦଳୀୟ ପ୍ରାର୍ଥୀଙ୍କୁ ଜିତାଇବା ପାଇଁ ପୁରା ଦମ୍‌ ଲଗାଇ ଦେଇଛନ୍ତି। ଏକାଧିକ ଓ୍ବାର୍ଡରେ କେଉଁ ଦଳ ଆଗରେ ରହିଛି ସେଚିତ୍ର ଅସ୍ପଷ୍ଟ ରହିଛି। ତେବେ ଅଧ୍ୟକ୍ଷ ପଦବୀକୁ ନେଇ ବିଜେଡି ଓ କଂଗ୍ରେସ ପ୍ରାର୍ଥୀଙ୍କ ମଧ୍ୟରେ ମୁକାବିଲା ହେବା ନେଇ ଚର୍ଚ୍ଚା ହେଉଛି। ଯଦିଓ ବିଜେଡି ସପକ୍ଷରେ ଗତ ପଞ୍ଚାୟତ ନିର୍ବାଚନର ଫଳାଫଳ ସହଯୋଗ କରୁଛି, କିନ୍ତୁ ଦଳୀୟ ଗୋଷ୍ଠୀ କନ୍ଦଳର ଫାଇଦା ନେବାକୁ ବିରୋଧୀମାନେ ଉଦ୍ୟମ କରୁଛନ୍ତି। ଗୁରୁତ୍ୱପୂର୍ଣ୍ଣ କଥା ହେଲା ପ୍ରଥମ ଥର ପାଇଁ ଭାଜପା ସମସ୍ତ ୱାର୍ଡରେ ପ୍ରାର୍ଥୀ ଦେଇ ନୂଆ ସମୀକରଣ ସୃଷ୍ଟି କରିଛି। ଭାଜପାର ଉତ୍‌ଥାନ ଉଭୟ ବିଜେଡି ଓ କଂଗ୍ରେସ ନେତୃତ୍ୱଙ୍କ ଚିନ୍ତାର କାରଣ ପାଲଟିଛି। କାରଣ କେତୋଟି ୱାର୍ଡରେ ଭାଜପାର ଭୋଟ ବୃଦ୍ଧି ବିଜେଡି ପାଇଁ ମହଙ୍ଗା ସାବ୍ୟସ୍ତ ହେଉଥିବାବେଳେ ଆଉ କେତୋଟିରେ କଂଗ୍ରେସ ପ୍ରଭାବିତ ହେବା ନେଇ ଆଶଙ୍କା ସୃଷ୍ଟି ହୋଇଛି । ୨୦୧୩ ନିର୍ବାଚନ କଥା ଦେଖିଲେ କଂଗ୍ରେସ ଓ ବିଜେଡି ମଧ୍ୟରେ ଲଢ଼େଇ ହୋଇଥିଲା। ଶେଷରେ ପୌର ପରିଷଦ କଂଗ୍ରେସ ଦଖଲକୁ ଯାଇଥିଲା। ଭାଜପା ସ୍ଥିତି ଅତି ଦୁର୍ବଳ ଥିଲା। ଏପରି କି ଏହି ଦଳ ୧୨ଟି ୱାର୍ଡରେ ପ୍ରାର୍ଥୀ ଦେଇପାରି ନ ଥିଲା। ଏଥର କେବଳ ସମସ୍ତ ୱାର୍ଡରେ ପ୍ରାର୍ଥୀ ଦିଆଯାଇନି, ୪ଟି ୱାର୍ଡରେ ବିରୋଧୀଙ୍କୁ କଡ୍ଡା ଟକ୍କର ଦେଉଛି। ଏ ସମ୍ପର୍କରେ କେତେଜଣ ରାଜନୈତିକ ସମୀକ୍ଷକଙ୍କ କହିବା କଥା ହେଲା, ଗତ ନିର୍ବାଚନରେ ପୌରାଧ୍ୟକ୍ଷ ପଦବୀ ପାଇଁ ପରୋକ୍ଷ ନିର୍ବାଚନ ଥିଲା ତେଣୁ ପାରିଷଦମାନଙ୍କ ନିଷ୍ପତ୍ତି ଚୂଡ଼ାନ୍ତ ହେଉଥିଲା। ଏହି ଆଧାରରେ ଅଧିକାଂଶ କଂଗ୍ରେସ ପାରିଷଦ ପୌରାଧ୍ୟକ୍ଷ ବାଛିଥିଲେ। ଆଗାମୀ ନିର୍ବାଚନରେ ଅଧ୍ୟକ୍ଷ ପଦବୀ ପାଇଁ ସିଧାସଳଖ ନିର୍ବାଚନ ହେଉଛି। ଅର୍ଥାତ୍‌ ପୌରାଞ୍ଚଳର ଭୋଟରମାନେ ଅଧ୍ୟକ୍ଷା ପ୍ରାର୍ଥୀମାନଙ୍କ ମଧ୍ୟରୁ ଜଣଙ୍କୁ ଭୋଟ ଦେଇ ଜିତାଇବେ। ସେ ଦୃଷ୍ଟିରୁ କଂଗ୍ରେସ, ବିଜେଡି ଓ ଭାଜପା ପକ୍ଷରୁ ଦଳୀୟ ପ୍ରାର୍ଥୀଙ୍କୁ ଜିତାଇବା ପାଇଁ ବିଭିନ୍ନ ରଣନୀତି ଆପଣାଯାଉଛି। ଗତ ନିର୍ବାଚନରେ ପରିଷଦର ୨୧ଟି ୱାର୍ଡ ମଧ୍ୟରୁ କଂଗ୍ରେସ ଦଖଲକୁ ସର୍ବାଧିକ ୧୨ଟି ୱାର୍ଡ (ସଂଖ୍ୟା ୨, ୪, ୫, ୭, ୯, ୧୦, ୧୨, ୧୪, ୧୫, ୧୬ ଓ ୧୭, ୧୯) ଯାଇଥିଲା। ବିଜେଡି ସପକ୍ଷରେ ୯ଟି (ୱାର୍ଡ ସଂଖ୍ୟା ୧, ୩, ୬, ୮, ୧୧, ୧୩, ୧୮, ୨୦ ଓ ୨୧) ଥିଲା। ସେତେବେଳେ ପରିଷଦର ମୋଟ ଭୋଟର ସଂଖ୍ୟା ୨୩,୪୮୫ ଥିଲା । ଏଥର ୨,୦୩୨ ଜଣ ଭୋଟର ବଢ଼ିଛନ୍ତି, ଅର୍ଥାତ୍‌ ମୋଟ ଭୋଟର ସଂଖ୍ୟା ୨୫,୫୧୭ରେ ପହଞ୍ଚତ୍ଛି। ଏହାକୁ ହିସାବକୁ ନେଲେ ଜଣାଯାଏ ନୂଆ ଭୋଟର ପ୍ରମୁଖ ଭୂମିକା ନିଭାଇବେ। ୨୦୧୩ ନିର୍ବାଚନରେ କଂଗ୍ରେସ ସପକ୍ଷରେ ପୌରାଞ୍ଚଳର ୯,୮୫୦ ଜଣ ଭୋଟର ଭୋଟ ଦେଇଥିଲେ। ବିଜେଡିକୁ ୮,୮୭୫ ଓ ଭାଜପା ସପକ୍ଷରେ ମାତ୍ର ୧୪୦ ଖଣ୍ଡ ଭୋଟ ଯାଇଥିଲା। ଏବେ କଂଗ୍ରେସ ପୂର୍ବ ସ୍ଥିତିଠାରୁ ଅଧିକ ଭୋଟ ହାତେଇବା ପାଇଁ ଚେଷ୍ଟା ଜାରି ରଖିଛି। ବିଜେଡି ପକ୍ଷରୁ ମଧ୍ୟ ବିଭିନ୍ନ ରଣନୀତି ଆପଣାଯାଉଛି। ଯେହେତୁ ପୌରାଞ୍ଚଳରେ ଶିକ୍ଷିତ ଭୋଟରଙ୍କୁ ପ୍ରଭାବିତ କରିବା କଷ୍ଟକର ତେଣୁ ୩ ପ୍ରମୁଖ ଦଳ ଅନୁସୂଚିତ ଜାତି ଓ ଜନଜାତି ସମ୍ପ୍ରଦାୟଙ୍କ ଉପରେ ନଜର କେନ୍ଦ୍ରୀଭୂତ କରୁଛନ୍ତି। ଏପରି କି ଭୋଟରଙ୍କୁ ପ୍ରଭାବିତ କରିବା ପାଇଁ ଅର୍ଥବଳ ପ୍ରୟୋଗ କରାଯାଉଛି। ବିଭିନ୍ନ ସାହି, ବସ୍ତିରେ ମଦ ଓ ମାଂସର ଆସର ଜମିଲାଣି। ବିଜେଡି ନେତା ତଥା ବିଧାୟକ ପ୍ରଶାନ୍ତ ମୁଦୁଲି, ପିସିିସି ଉପସଭାପତି ତଥା ପୂର୍ବତନ ବିଧାୟକ ଚିରଞ୍ଜୀବ ବିଶ୍ୱାଳ ଓ ଭଜପା ଜିଲା ସଭାପତି ସତ୍ୟବ୍ରତ ମହାପାତ୍ର ଦଳୀୟ ପ୍ରଚାରର ମଙ୍ଗ ଧରିଛନ୍ତି। ବିଜେଡି ପକ୍ଷରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଲୋକପ୍ରିୟତା, ଜନକଲ୍ୟାଣକାରୀ ଯୋଜନା ଓ ପ୍ରଗତିକୁ ପ୍ରସଙ୍ଗ କରାଯାଉଛି। କଂଗ୍ରେସ ଜଗତ୍‌ସିଂହପୁର ପୌରାଞ୍ଚଳରେ ଗତ ୩ ବର୍ଷ ଭିତରେ ହୋଇଥିବା ଦୁର୍ନୀତି ସମ୍ପର୍କରେ ଲୋକଙ୍କୁ ଅବଗତ କରାଯାଇ ଭୋଟ ଭିକ୍ଷା କରୁଛି। ଭାଜପା ମଧ୍ୟ ଅନୁରୂପ ଭାବେ ଦୁର୍ନୀତି ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଲୋକପ୍ରିୟତାକୁ ନେଇ ଭୋଟରଙ୍କୁ ନିଜ ଆଡ଼କୁ ଆକୃଷ୍ଟ କରିବାକୁ ପ୍ରୟାସ କରୁଛି।


Enter your email to get our daily news in your inbox.

All Right Reserved By Dharitri.Com

ନବ ନିର୍ମାଣ କୃଷକ ସଂଗଠନ ପରେ ଓଡ଼ିଶା ବନ୍ଦ ଡାକରା ଦେଲା କଂଗ୍ରେସ, ଏହି ଦିନ…

ଭୁବନେଶ୍ବର,୨୯।୯: ଆସନ୍ତା ଅକ୍ଟୋବର ୮ ତାରିଖରେ କଂଗ୍ରେସ ପକ୍ଷରୁ ଓଡ଼ିଶା ବନ୍ଦ ଡାକରା ଦିଆଯାଇଛି । ଏନେଇ ଘୋଷଣା କଲେ ପିସିସି ସଭାପତି ଭକ୍ତ ଚରଣ ଦାସ…

ବନ୍ଦ ହେଲା ହୀରାକୁଦର ୬ ଗେଟ୍‌, ଏତିକି ଗେଟ୍‌ ଦେଇ ନିଷ୍କାସନ ହେଉଛି ବନ୍ୟାଜଳ

ସମ୍ବଲପୁର,୨୯।୯(ପ୍ରମୋଦ ବହିଦାର): ହୀରାକୁଦ ଜଳଭଣ୍ଡାରକୁ ବନ୍ୟାଜଳ ପ୍ରବେଶ ପରିମାଣ ହ୍ରାସ ପାଇବା ପରେ ମଙ୍ଗଳବାର ୪ଟି ଗେଟ୍‌ ବନ୍ଦ କରି ଦିଆଯାଇଛି। ଫଳରେ ହୀରାକୁଦ ଜଳଭଣ୍ଡାରର ବାମ…

ସଭା କଲେ ନାଁ ନେଲେନି

ଭୁବନେଶ୍ୱର, ୨୯।୯(ସୁନିତ୍‌ ମିଶ୍ର): ଏମ୍‌ଏମ୍‌ଡିଆର୍‌ ସଂଶୋଧନ ବିଲ୍‌ ଏକ ସାଧାରଣ କଥା ନୁହେଁ। ରାଜ୍ୟର ଅଧିକାର ସହିତ ଏହି ବିଲ୍‌ ଜଡ଼ିତ। ଓଡ଼ିଶାର ଖଣି, ଜମି ଉପରେ…

ଗୋବିନ୍ଦା-କୋମଲ ରାଣୀଙ୍କ ସମ୍ପର୍କକୁ ନେଇ ଚର୍ଚ୍ଚା; ପୁଣି ମୁହଁ ଖୋଲିଲେ ସୁନିତା, କହିଲେ ସେ ଖୁସିରେ…

ମୁମ୍ବାଇ,୨୯।୯: ବଲିଉଡ୍‌ ଅଭିନେତା ଗୋବିନ୍ଦା ଏବଂ ତାଙ୍କ ପତ୍ନୀ ସୁନିତା ଆହୁଜାଙ୍କ ବିବାହିତ ଜୀବନକୁ ନେଇ କିଛି ସମୟ ଧରି ବିଭିନ୍ନ ଚର୍ଚ୍ଚା ହେଉଛି। ଏହାରି ମଧ୍ୟରେ…

ବିଦା ହେଲେ ପ୍ରେମିକା! ଏଥର ସୁନିତା ଆହୁଜାଙ୍କ ହାତ ଧରିଥିବା ନଜର ଆସିଲେ ଗୋବିନ୍ଦା; ୟୁଜର୍ସ କହିଲେ…

ମୁମ୍ବାଇ,୨୯।୯: ବଲିଉଡର ବରିଷ୍ଠ ଅଭିନେତା ଗୋବିନ୍ଦାଙ୍କ ବ୍ୟକ୍ତିଗତ ଜୀବନ କିଛି ସମୟ ଧରି କ୍ରମାଗତ ଭାବେ ଚର୍ଚ୍ଚାର ବିଷୟ ପାଲଟିଛି। ସୋସିଆଲ ମିଡିଆ ଏବଂ ମନୋରଞ୍ଜନ ଜଗତରେ…

ଶେଷ ହେବ ଅପେକ୍ଷା, ଏହିଦିନ ଘୋଷଣା ହେବ 2027 ODI World Cupର କାର୍ଯ୍ୟକ୍ରମ

ନୂଆଦିଲ୍ଲୀ,୨୯।୯: ଆନ୍ତର୍ଜାତୀୟ କ୍ରିକେଟ ପରିଷଦ (ICC) ଏବଂ କ୍ରିକେଟ ସାଉଥ ଆଫ୍ରିକା (CSA) ଗୁରୁବାର କେପ ଟାଉନରେ ୨୦୨୭ ବିଶ୍ୱକପର କାର୍ଯ୍ୟସୂଚୀ ଘୋଷଣା କରିବେ। ଏହି କାର୍ଯ୍ୟକ୍ରମ…

OSSTET ସ୍ଥଗିତ ଚର୍ଚ୍ଚା ଭିତରେ ସ୍ପଷ୍ଟ କଲା BSE, ଏହି ଦିନ ହେବ…

ଭୁବନେଶ୍ବର,୨୯।୯: ଓଡ଼ିଶା ମାଧ୍ୟମିକ ବିଦ୍ୟାଳୟ ଶିକ୍ଷକ ଯୋଗ୍ୟତା ପରୀକ୍ଷା (OSSTET-୨୦୨୬) ସ୍ଥଗିତ ହେବା ନେଇ ଚର୍ଚ୍ଚା ଜୋର ଧରିଥିଲା । ଏହାରି ଭିତରେ ମାଧ୍ୟମିକ ଶିକ୍ଷା ବୋର୍ଡ…

ବିରାଟ କୋହଲିଙ୍କ ସହ ସମ୍ପର୍କକୁ ନେଇ ମୁହଁ ଖୋଲିଲେ ରୋହିତ ଶର୍ମା, କହିଲେ,‘ଏହି କାରଣରୁ କମିଯାଇଛି ଯୋଗାଯୋଗ’

ନୂଆଦିଲ୍ଲୀ,୨୯।୯: ପ୍ରଥମ ଦିନିକିଆ ମ୍ୟାଚରେ ୱେଷ୍ଟଇଣ୍ଡିଜ ବିପକ୍ଷରେ ଆଠ ୱିକେଟର ଜବରଦସ୍ତ ବିଜୟ ପରେ, ଭାରତୀୟ ଦଳ ଦ୍ୱିତୀୟ ମ୍ୟାଚ ପାଇଁ ପ୍ରସ୍ତୁତି ଚଳାଇଛି। ବୁଧବାର ହେବାକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?