ବିଜେଡି, ଭାଜପାରେ ବିଦ୍ରୋହୀ କଣ୍ଟା

ଖଇରା,୩୧।୧(ଡି.ଏନ.ଏ.) ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ଯେତେ ପାଖେଇ ଆସୁଛି ବାଲେଶ୍ୱର ଜିଲା ଖଇରା ବ୍ଲକର ୪ଟି ଜୋନରେ ଉଷ୍ମତା ସେତେ ବଢ଼ିବା ସହ ସମୀକରଣ ମଧ୍ୟ ବଦଳିବାରେ ଲାଗିଛି। ପ୍ରାର୍ଥତ୍ପତ୍ର ପ୍ରତ୍ୟାହାର ପରେ ୩ନଂ. ଜୋନରେ ୪ଜଣ, ୪ନଂ ଜୋନରେ ୫ଜଣ, ୫ନଂ. ଜୋନରେ ୪ଜଣ, ୬ନଂ ଜୋନରେ ୩ଜଣ ପ୍ରାର୍ଥୀ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି। ସମସ୍ତ ୪ଟି ଯାକ ଜୋନରେ ବିଜେଡି, ଭାଜପା ଓ କଂଗ୍ରେସ ପ୍ରାର୍ଥୀ ଦେଇଥିବା ବେଳେ ୪ନଂ. ଜୋନରେ ସିପିଏମ୍‌, ୩ ଓ ୪ନଂ ଜୋନରେ ବିଏସ୍‌ପି, ୫ନଂ. ଜୋନରେ ଆପ ଦଳ ମଧ୍ୟ ପ୍ରତିଦ୍ୱନ୍ଦ୍ୱିତାକୁ ଓହ୍ଲାଇଛନ୍ତି। ମୋଟ ୧୮ଜଣ ସମିତି ସଭ୍ୟା/ସଭ୍ୟ ଓ ୨୯ଜଣ ସରପଞ୍ଚ ପ୍ରାର୍ଥୀ ପ୍ରତିଦ୍ୱନ୍ଦ୍ୱିତାରୁ ଓହରିବା ପରେ ୯୪ଜଣ ସମିତିସଭ୍ୟା/ସଭ୍ୟ ଓ ୯୭ଜଣ ସରପଞ୍ଚ ନିର୍ବାଚନ ମଇଦାନରେ ଅବତୀର୍ଣ୍ଣ ହୋଇଛନ୍ତି। କିଛି ପଞ୍ଚାୟତରେ ବିଦ୍ରୋହୀ କଣ୍ଟା ସାଜି ଶାସକ ବିଜେଡି ଓ ମୁଖ୍ୟ ବିରୋଧୀ ଭାଜପା ସମର୍ଥୀତ ପ୍ରାର୍ଥୀମାନଙ୍କ ବିଜୟରେ ବାଟ ଓଗାଳିଛନ୍ତି। ବିଜେଡି ନେତୃବୃନ୍ଦ ଡାଲଙ୍ଗ-୨, ସୁଣ୍ଢିରାଗଣ୍ଡିବେଡ ଭଳି କିଛି ପଞ୍ଚାୟତରେ ଅସନ୍ତୁଷ୍ଟଙ୍କୁ ମନାଇବାରେ ସଫଳ ହୋଇଥିଲେ ହେଁ ଡୁଙ୍ଗୁରା, ଗଡ଼ପୋଖରୀ, ମହତୀପୁର, ନୟାଖଣ୍ଡି ଭଳି ଆଉକିଛି ପଞ୍ଚାୟତରେ ବିଦ୍ରୋହୀଙ୍କ ଜିଦଖୋର ଆଚରଣ ବିଜେଡି ସମର୍ଥୀତ ପ୍ରାର୍ଥୀମାନଙ୍କୁ ଅଡୁଆରେ ପକାଇପାରେ। ପଳସା ପଞ୍ଚାୟତରେ ଅସନ୍ତୁଷ୍ଟ ବିଜେଡି କୁହାଯାଉଥିବା ବ୍ଲକ ଅଧ୍ୟକ୍ଷା ଅଭିଲିପ୍ସା ସାହୁ ପୁନର୍ବାର ସମତି ସଭ୍ୟା ଭାବେ ଲଢୁଥିବା ବେଳେ ବିଜେଡି ମଧ୍ୟ ଜଣେ ଟାଣୁଆ ପ୍ରାର୍ଥୀଙ୍କୁ ଛିଡ଼ା କରାଇଥିବାରୁ ଫଳାଫଳ ପାଇଁ ସମଗ୍ର ଖଇରା ବ୍ଲକବାସୀ ଉତ୍ସୁକତାର ସହ ଚାହିଁ ବସିଛନ୍ତି। ସେହିଭଳି ମୁଖ୍ୟ ବିରୋଧି ଭାଜପାରେ ମଧ୍ୟ ବିଦ୍ରୋହ ଦେଖିବାକୁ ମିଳିଛି। ୪ନଂ. ଜୋନରେ ଆଶାୟୀଥିବା ଜଣେ ବରିଷ୍ଠ ଭାଜପା ନେତାଙ୍କୁ ଟିକେଟ ନ ମିଳିବାରୁ ସେ ତାଙ୍କ ସ୍ତ୍ରୀଙ୍କୁ ଗୋବିନ୍ଦପୁର ପଞ୍ଚାୟତରେ ସମିତିସଭ୍ୟା ଭାବେ ଛିଡ଼ା କରାଇଛନ୍ତି। ପ୍ରାର୍ଥତ୍ତ୍ୱ ଚୟନରେ ଅସନ୍ତୋଷ ପ୍ରକାଶ କରି ଏହି ଜୋନର ସମସ୍ତ ପୁରୁଖା ନେତା ନିରବ ରହିଛନ୍ତି ଏବଂ ସମସ୍ତ ବୈଠକକୁ ବର୍ଜନ କରୁଥିବା ଦେଖିବାକୁ ମିଳିଛି। ଯଦି ସେମାନଙ୍କୁ ମନାଇବାରେ ଭାଜପା ନେତୃବୃନ୍ଦ ବିଫଳ ହୁଅନ୍ତି ତେବେ ଏହା ଦଳ ପାଇଁ ମହଙ୍ଗା ସାବ୍ୟସ୍ତ ହେବ ବୋଲି କୁହାଯାଉଛି। କିଛି ପଞ୍ଚାୟତରେ ଅସନ୍‌ୁଷ୍ଟ ବିଜେଡି, ଭାଜପା ଓ କଂଗ୍ରେସ ମଧ୍ୟରେ ଅଘୋଷିତ ମେଣ୍ଟ କରି ନିର୍ବାଚନ ଲଢୁଥିବା ଦେଖିବାକୁ ମିଳିଛି। ଦଳୀୟ ନେତା ଏବେ ବିଦ୍ରୋହୀଙ୍କ ମାନଭଞ୍ଜନ ପାଇଁ ପ୍ରାଣମୁର୍ଚ୍ଛା ଉଦ୍ୟମ କରୁଥିବାରୁ ଏଥିରେ ସଫଳ କି ବିଫଳ ହେବେ ଆଗାମୀ ଦିନରେ ଜଣାପଡ଼ିବ ା


Enter your email to get our daily news in your inbox.

All Right Reserved By Dharitri.Com

ଭୟାବହ ଅଗ୍ନିକାଣ୍ଡ: ଜଳିଗଲା ବାଇକ୍‌ ଶୋ’ରୁମ୍‌

ବାଲେଶ୍ୱର, ୩୦।୯(ମୃତ୍ୟୁଞ୍ଜୟ ପଟ୍ଟନାୟକ): ବାଲେଶ୍ୱର ସହରରେ ବୁଧବାର ଘଟିଛି ଏକ ଭୟାବହ ଅଗ୍ନିକାଣ୍ଡ। ସହଦେବଖୁଣ୍ଟା ମ୍ୟୁନିସିପାଲ ହାଇସ୍କୁଲ ସମ୍ମୁଖରେ ଥିବା ଏକ ହିରୋ ବାଇକ ଶୋ-ରୁମରେ ପୂର୍ବାହ୍ନରେ…

ବନ୍ୟା ପାଇଁ ଡଙ୍ଗାରେ ଗଲେ ବର: ବନ୍ୟାଜଳରେ ବୁଡ଼ିରହିଛି ବିଭିନ୍ନ ପଞ୍ଚାୟତ

ଭୋଗରାଇ,୨୯ା୯(ପ୍ରଦୀପ ଦାସ):ସୁବର୍ଣ୍ଣରେଖା ନଦୀରେ ଆସିଛି ଚତୁର୍ଥ ବନ୍ୟା। ବାଲେଶ୍ୱର ଜିଲା ଭୋଗରାଇ ବ୍ଲକର ବିଭିନ୍ନ ପଞ୍ଚାୟତ ବନ୍ୟାଜଳରେ ବୁଡ଼ିରହିଛି। ଘରୁ ଗୋଡ଼ କାଢ଼ିଲେ ଅକାତକାତ ପାଣି। ଯାତାୟାତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?