ବିଜେଡି, ଭାଜପାରେ ବିଦ୍ରୋହୀ କଣ୍ଟା

ଖଇରା,୩୧।୧(ଡି.ଏନ.ଏ.) ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ଯେତେ ପାଖେଇ ଆସୁଛି ବାଲେଶ୍ୱର ଜିଲା ଖଇରା ବ୍ଲକର ୪ଟି ଜୋନରେ ଉଷ୍ମତା ସେତେ ବଢ଼ିବା ସହ ସମୀକରଣ ମଧ୍ୟ ବଦଳିବାରେ ଲାଗିଛି। ପ୍ରାର୍ଥତ୍ପତ୍ର ପ୍ରତ୍ୟାହାର ପରେ ୩ନଂ. ଜୋନରେ ୪ଜଣ, ୪ନଂ ଜୋନରେ ୫ଜଣ, ୫ନଂ. ଜୋନରେ ୪ଜଣ, ୬ନଂ ଜୋନରେ ୩ଜଣ ପ୍ରାର୍ଥୀ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି। ସମସ୍ତ ୪ଟି ଯାକ ଜୋନରେ ବିଜେଡି, ଭାଜପା ଓ କଂଗ୍ରେସ ପ୍ରାର୍ଥୀ ଦେଇଥିବା ବେଳେ ୪ନଂ. ଜୋନରେ ସିପିଏମ୍‌, ୩ ଓ ୪ନଂ ଜୋନରେ ବିଏସ୍‌ପି, ୫ନଂ. ଜୋନରେ ଆପ ଦଳ ମଧ୍ୟ ପ୍ରତିଦ୍ୱନ୍ଦ୍ୱିତାକୁ ଓହ୍ଲାଇଛନ୍ତି। ମୋଟ ୧୮ଜଣ ସମିତି ସଭ୍ୟା/ସଭ୍ୟ ଓ ୨୯ଜଣ ସରପଞ୍ଚ ପ୍ରାର୍ଥୀ ପ୍ରତିଦ୍ୱନ୍ଦ୍ୱିତାରୁ ଓହରିବା ପରେ ୯୪ଜଣ ସମିତିସଭ୍ୟା/ସଭ୍ୟ ଓ ୯୭ଜଣ ସରପଞ୍ଚ ନିର୍ବାଚନ ମଇଦାନରେ ଅବତୀର୍ଣ୍ଣ ହୋଇଛନ୍ତି। କିଛି ପଞ୍ଚାୟତରେ ବିଦ୍ରୋହୀ କଣ୍ଟା ସାଜି ଶାସକ ବିଜେଡି ଓ ମୁଖ୍ୟ ବିରୋଧୀ ଭାଜପା ସମର୍ଥୀତ ପ୍ରାର୍ଥୀମାନଙ୍କ ବିଜୟରେ ବାଟ ଓଗାଳିଛନ୍ତି। ବିଜେଡି ନେତୃବୃନ୍ଦ ଡାଲଙ୍ଗ-୨, ସୁଣ୍ଢିରାଗଣ୍ଡିବେଡ ଭଳି କିଛି ପଞ୍ଚାୟତରେ ଅସନ୍ତୁଷ୍ଟଙ୍କୁ ମନାଇବାରେ ସଫଳ ହୋଇଥିଲେ ହେଁ ଡୁଙ୍ଗୁରା, ଗଡ଼ପୋଖରୀ, ମହତୀପୁର, ନୟାଖଣ୍ଡି ଭଳି ଆଉକିଛି ପଞ୍ଚାୟତରେ ବିଦ୍ରୋହୀଙ୍କ ଜିଦଖୋର ଆଚରଣ ବିଜେଡି ସମର୍ଥୀତ ପ୍ରାର୍ଥୀମାନଙ୍କୁ ଅଡୁଆରେ ପକାଇପାରେ। ପଳସା ପଞ୍ଚାୟତରେ ଅସନ୍ତୁଷ୍ଟ ବିଜେଡି କୁହାଯାଉଥିବା ବ୍ଲକ ଅଧ୍ୟକ୍ଷା ଅଭିଲିପ୍ସା ସାହୁ ପୁନର୍ବାର ସମତି ସଭ୍ୟା ଭାବେ ଲଢୁଥିବା ବେଳେ ବିଜେଡି ମଧ୍ୟ ଜଣେ ଟାଣୁଆ ପ୍ରାର୍ଥୀଙ୍କୁ ଛିଡ଼ା କରାଇଥିବାରୁ ଫଳାଫଳ ପାଇଁ ସମଗ୍ର ଖଇରା ବ୍ଲକବାସୀ ଉତ୍ସୁକତାର ସହ ଚାହିଁ ବସିଛନ୍ତି। ସେହିଭଳି ମୁଖ୍ୟ ବିରୋଧି ଭାଜପାରେ ମଧ୍ୟ ବିଦ୍ରୋହ ଦେଖିବାକୁ ମିଳିଛି। ୪ନଂ. ଜୋନରେ ଆଶାୟୀଥିବା ଜଣେ ବରିଷ୍ଠ ଭାଜପା ନେତାଙ୍କୁ ଟିକେଟ ନ ମିଳିବାରୁ ସେ ତାଙ୍କ ସ୍ତ୍ରୀଙ୍କୁ ଗୋବିନ୍ଦପୁର ପଞ୍ଚାୟତରେ ସମିତିସଭ୍ୟା ଭାବେ ଛିଡ଼ା କରାଇଛନ୍ତି। ପ୍ରାର୍ଥତ୍ତ୍ୱ ଚୟନରେ ଅସନ୍ତୋଷ ପ୍ରକାଶ କରି ଏହି ଜୋନର ସମସ୍ତ ପୁରୁଖା ନେତା ନିରବ ରହିଛନ୍ତି ଏବଂ ସମସ୍ତ ବୈଠକକୁ ବର୍ଜନ କରୁଥିବା ଦେଖିବାକୁ ମିଳିଛି। ଯଦି ସେମାନଙ୍କୁ ମନାଇବାରେ ଭାଜପା ନେତୃବୃନ୍ଦ ବିଫଳ ହୁଅନ୍ତି ତେବେ ଏହା ଦଳ ପାଇଁ ମହଙ୍ଗା ସାବ୍ୟସ୍ତ ହେବ ବୋଲି କୁହାଯାଉଛି। କିଛି ପଞ୍ଚାୟତରେ ଅସନ୍‌ୁଷ୍ଟ ବିଜେଡି, ଭାଜପା ଓ କଂଗ୍ରେସ ମଧ୍ୟରେ ଅଘୋଷିତ ମେଣ୍ଟ କରି ନିର୍ବାଚନ ଲଢୁଥିବା ଦେଖିବାକୁ ମିଳିଛି। ଦଳୀୟ ନେତା ଏବେ ବିଦ୍ରୋହୀଙ୍କ ମାନଭଞ୍ଜନ ପାଇଁ ପ୍ରାଣମୁର୍ଚ୍ଛା ଉଦ୍ୟମ କରୁଥିବାରୁ ଏଥିରେ ସଫଳ କି ବିଫଳ ହେବେ ଆଗାମୀ ଦିନରେ ଜଣାପଡ଼ିବ ା


Enter your email to get our daily news in your inbox.

All Right Reserved By Dharitri.Com

ପୁଣି ପ୍ରାର୍ଥୀ ବଦଳାଇବ ଭାଜପା, ପର୍ଶୁରାମ ଧଡାଙ୍କ ଘର ବାହୁଡା ପରେ ଜୋର ଧରିଲା ଚର୍ଚ୍ଚା

ଭୁବନେଶ୍ୱର,୨୬।୪: ପୁଣିଥରେ ପ୍ରାର୍ଥୀ ବଦଳାଇପାରେ ଭାରତୀୟ ଜନତା ପାର୍ଟି । ସୋର ବିଧାୟକ ପର୍ଶୁରାମ ଧଡା ଭାଜପାରେ ସାମିଲ ହେବା ପରେ ପ୍ରାର୍ଥୀ ପରିବର୍ତନ ନେଇ...

ଗାଁକୁ ଆସିପାରିଲା ନି ଆମ୍ବୁଲାନ୍ସ: ଖଟିଆରେ ବୁହାହେଲେ ଗର୍ଭବତୀ

ବାଲେଶ୍ୱର,(ମାନସ ବିଶ୍ୱାଳ)୨୬।୪: ବାଲେଶ୍ୱର ଜିଲା ସୋର ବ୍ଲକ ଅନନ୍ତପୁର ପଞ୍ଚାୟତରେ ସ୍ବାଧୀନତାର ୭୭ ବର୍ଷ ପରେ ମଧ୍ୟ ଗର୍ଭବତୀ ମହିଳାଙ୍କୁ ହସ୍ପିଟାଲ ଯିବା ପାଇଁ ଖଟିଆର...

ନିଜେ ପଞ୍ଚମ ଫେଲ୍, ଚାକିରି ଦେବା ଆଳରେ ଠକିନେଲେ ୨କୋଟିରୁ ଊର୍ଦ୍ଧ୍ୱ ଟଙ୍କା 

ସୋର, ୨୫।୪: (ଜନ୍ମେଜୟ ମିଶ୍ର): ଚାକିରି କରାଇ ଦେବାର ଆଳ ଦେଖାଇ ବାଲେଶ୍ୱର ଜିଲା ସୋର ଅଞ୍ଚଳର ଜଣେ ଯୁବକ ବିଭିନ୍ନ ଲୋକଙ୍କଠାରୁ ୨କୋଟିରୁ ଊର୍ଦ୍ଧ୍ୱ...

ପାଚିଲା ଧାନ କ୍ଷେତରେ ହାତୀପଲଙ୍କ ଉପଦ୍ରବ:ଚାଷୀ ମୁଣ୍ଡରେ ଚଡକ

ରୂପସା,୨୩।୪(ବାଞ୍ଛାନିଧି ଦେ)ବାଲେଶ୍ବର ଜିଲା ବସ୍ତା ଥାନା ସଦାନନ୍ଦପୁର ପଞ୍ଚାୟତ ଅନ୍ତର୍ଗତ ନାଇକୁଡି ଗ୍ରାମରେ ଝାଡଖଣ୍ତି ହାତୀପଲଙ୍କ ଉପଦ୍ରବ ଦେଖିବାକୁ ମିଳିଛି l ୫୦ରୁ ଊର୍ଦ୍ଧ ଝାଡଖଣ୍ତି...

ସରପଞ୍ଚରୁ ବିଧାୟିକା ପ୍ରାର୍ଥୀ

ବାଲେଶ୍ୱର,୨୧।୪(ମାନସ ବିଶ୍ୱାଳ)ବାଲେଶ୍ୱର ଜିଲାର ଦୁଇଟି ବିଧାନସଭା ଆସନର ପ୍ରାର୍ଥୀଙ୍କ ନାମ ବିଜେଡି ଷଷ୍ଠ ପର୍ଯ୍ୟାୟ ପ୍ରାର୍ଥୀ ତାଲିକାରେ ଘୋଷଣା କରିଛି। ରେମୁଣା ବିଧାନସଭା କ୍ଷେତ୍ରରୁ ବିଦ୍ୟାସ୍ମିତା...

କାମ ସାରି ଘରକୁ ଫେରୁଥିବା ବେଳେ ପଛପଟୁ ଧକ୍କା ଦେଲା ପିକଅପ୍‌ ଭ୍ୟାନ୍‌

ବାଲେଶର ଅଫିସ,୨୦।୪( ମାନସ ବିଶ୍ୱାଳ): ବାଲେଶ୍ବର ଜିଲା ନୀଳଗିରି ଥାନାରେ ହୋମଗାର୍ଡ ଭାବେ କାର୍ଯ୍ୟ କରୁଥିବା ଛୋଟକାନପୁର ଗ୍ରାମର ଲକ୍ଷ୍ମୀଧର ଜେନା ( ୫୬) ଶନିବାର...

ମତ୍ସ୍ୟଜୀବୀଙ୍କୁ ମିଳୁନି ମୌଳିକ ସୁବିଧା

କାଳିପଦା, ୨୦।୪(ରାଜଶ୍ରୀ ପାଣିଗ୍ରାହୀ)ନିର୍ବାଚନ ପୂର୍ବରୁ ସବୁବର୍ଗର ଲୋକଙ୍କୁ ଖୁସି କରିବା ଲାଗି ବିଭିନ୍ନ ଲୋଭନୀୟ ଯୋଜନା ମାଧ୍ୟମରେ ସରକାର ଲୋକଙ୍କ ପାଖରେ ପହଞ୍ଚାଇବାକୁ ଚେଷ୍ଟା କରୁଛନ୍ତି।...

ପର୍ଯ୍ୟବେକ୍ଷକଙ୍କ ଆଗରେ ଅସନ୍ତୋଷ ଝାଡ଼ିଲେ ଛାମୁଆ ନେତା

ବାଲେଶ୍ୱର, ୨୦୪(ମାନସ ବିଶ୍ୱାଳ):  ବାଲେଶ୍ୱର ଜିଲା ବାମପଦାସ୍ଥିତ ନୋସି ବିଜିନେସ ପାର୍କରେ ଶୁକ୍ରବାର ବିଜେଡିର ବାଲେଶ୍ୱର ସଂସଦୀୟ କ୍ଷେତ୍ରର ନିର୍ବାଚନୀ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri