କେନ୍ଦ୍ରମନ୍ତ୍ରୀଙ୍କୁ ଭୁଲ୍‌ ପ୍ରମାଣ କରିବାକୁ ବିଜେଡି, ଭାଜପାର ଉଦ୍ୟମ

ଭୁବନେଶ୍ବର, ୨୪।୮(ବ୍ୟୁରୋ): କେନ୍ଦ୍ରମନ୍ତ୍ରୀ ରାମଦାସ ଅଠଓ୍ବାଲେଙ୍କ ମନ୍ତବ୍ୟକୁ ନେଇ ଉଭୟ ବିଜେଡି ଏବଂ ଭାଜପାକୁ ବିରୋଧୀ କଡ଼ା ଭାଷାରେ ସମାଲୋଚନା କରିଛନ୍ତି। ଅନ୍ୟପଟେ ଭାଜପା କେନ୍ଦ୍ରମନ୍ତ୍ରୀ ତାଙ୍କ ଦଳର ନୁହନ୍ତି ବୋଲି କହି କଥାର ଗୁରୁତ୍ୱକୁ ହ୍ରାସ କରିବାକୁ ଚେଷ୍ଟା କରୁଛି। ସେହିପରି ବିଜେଡି ମଧ୍ୟ ଏହି କଥାକୁ ଭୁଲ୍‌ ବୋଲି ପ୍ରମାଣ କରିବାକୁ ଚେଷ୍ଟା କରିଛି। କିନ୍ତୁ ଆମ୍‌ ଆଦ୍‌ମୀ ପାର୍ଟି(ଏଏପି), କଂଗ୍ରେସ ସମେତ ଅନ୍ୟ କେତେକ ରାଜନୈତିକ ଦଳ ଅଠଓ୍ବାଲେଙ୍କ ମନ୍ତବ୍ୟକୁ ନେଇ ବିଜେଡି, ଭାଜପା ଉପରେ ବର୍ଷିଛନ୍ତି। ଅଠଓ୍ବାଲେଙ୍କ ମନ୍ତବ୍ୟ କିନ୍ତୁ ଭାଜପାକୁ ଅଧିକ ମାତ୍ରାରେ କ୍ଷତି ପହଞ୍ଚାଇଥିବା ରାଜନୈତିକ ମହଲରେ ଚର୍ଚ୍ଚା ଚାଲିଛି। ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର ଏହା ଉପରେ ମଙ୍ଗଳବାର ରଖିଥିବା ମନ୍ତବ୍ୟରୁ ଏହା ବାରି ହୋଇପଡୁଥିବା ଆଲୋଚନା ହେଉଛିି। ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଏନ୍‌ଡିଏରୁ ଓହରିଯିବା ପରେ କେନ୍ଦ୍ର ନେତାମାନେ ଏବେ ନୂଆ ସମୀକରଣ ଦିଗରେ ଚିନ୍ତା କରୁଥିବା ଚର୍ଚ୍ଚା ବଢ଼ିଲାଣି । ଏନ୍‌ଡିଏ ନେତୃତ୍ୱାଧୀନ ଭାଜପା ସରକାର ନୀତୀଶ ସମର୍ଥନ ହଟାଇଦେବା ପରେ ସେହି ସ୍ଥାନରେ ବିଜେଡିକୁ ବସାଇବା ନେଇ ଚିନ୍ତା କରୁଥିବା କୁହାଯାଉଛି। କାରଣ ଆଗରୁ ଚନ୍ଦ୍ରାବାବୁ ନାଇଡୁଙ୍କ ଟିଡିପି(ତେଲୁଗୁ ଦେଶମ ପାର୍ଟି), ଅକାଳୀ ଦଳ ଏବଂ ଶିବସେନା ଏନ୍‌ଡିଏ ଛାଡ଼ିଥିଲେ। ତେଣୁ ଆଗକୁ ରାଜ୍ୟ ସଭା ଉପାଧ୍ୟକ୍ଷ ପଦରେ ବିଜେଡିର ଜଣେ ନେତାଙ୍କୁ ବସାଇ ନବୀନଙ୍କ ସହ ମେଣ୍ଟ କରିପାରେ ବୋଲି ଭାଜପା ଚିନ୍ତା କରୁଥିବା ବିଭିନ୍ନ ମହଲରେ ଆଲୋଚନା ହେଉଛି। ୨୦୧୯ ନିର୍ବାଚନ ପରଠାରୁ ବିଜେଡି ସବୁ ପ୍ରସଙ୍ଗରେ କେନ୍ଦ୍ରକୁ ସମର୍ଥନ କରିଆସିଥିବା ବେଳେ ନିକଟରେ ରାଷ୍ଟ୍ରପତି ଏବଂ ଉପରାଷ୍ଟ୍ରପତି ନିର୍ବାଚନରେ ଏନ୍‌ଡିଏକୁ ମଧ୍ୟ ବିଜେଡି ସମର୍ଥନ ଦେଇଛି।
ବିଜେଡି ବରିଷ୍ଠର ନେତା ତଥା ବିଧାୟକ ଦେବୀପ୍ରସାଦ ମିଶ୍ର କହିଛନ୍ତି, ବିଜେଡିର ମେଣ୍ଟ ବିକାଶ ଲାଗି ବିସର୍ଜନ ପାଇଁ ନୁହେଁ। ଆଞ୍ଚଳିକ ଦଳ ଭାବେ ବିଜେଡି ଜାତୀୟ ଦଳଗୁଡିକଠାରୁ ଦୂରତା ବଜାୟ ରଖି ଆସିଛି। ଅଠଓ୍ବାଲେ ବେଳେ ବେଳେ ମଜାରେ ଅନେକ କିଛି କଥା କହିଦିଅନ୍ତି। ଏହାକୁ ମଧ୍ୟ କହୁ କହୁ କହି ଦେଇଥିବେ। ସଂଘୀୟ ବ୍ୟବସ୍ଥାରେ ରାଜ୍ୟର ହକ୍‌ ପାଇଁ ଉଚିତ ବିଲ୍‌କୁ ସଂସଦରେ ବିଜେଡି ସମର୍ଥନ କରେ। ଏହାର ଅର୍ଥ ନୁହେଁ ବିଜେଡି ଏନ୍‌ଡିଏର ଅଂଶ। ଦଳର ନେତା ଭାବେ ନବୀନ ପଟ୍ଟନାୟକ ସବୁ ନିଷ୍ପତ୍ତି ନିଅନ୍ତି। ସେ ହିଁ ସବୁକିଛି ନିର୍ଦ୍ଧାରଣ କରିବେ ବୋଲି ଦେବୀ କହିଛନ୍ତି।
କଂଗ୍ରେସ ବିଧାୟକ ସନ୍ତୋଷ ସିଂ ସାଲୁଜା କହିଛନ୍ତି, ସବୁ ସମୟରେ ଏନ୍‌ଡିଏ ବା ଭାଜପାକୁ ବିଜେଡି ସରକାର ସମର୍ଥନ କରିଚାଲିଛି। କେନ୍ଦ୍ର ଓ ରାଜ୍ୟ ସରକାର ହେଉଛନ୍ତି ଗୋଟିଏ ମୁଦ୍ରାର ଦୁଇଟି ପାର୍ଶ୍ୱ। ଏମାନଙ୍କୁ ସିବିଆଇ ବା ଇଡି ଭୟ ଦେଖାଉ କି ନ ଦେଖାଉ ବିଜେଡିକୁ କହିବା ଆଗରୁ ସେ କେନ୍ଦ୍ରକୁ ସମର୍ଥନ ଦେଇଦେବ ବୋଲି ସାଲୁଜା କହିଛନ୍ତି।
ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର କହିଛନ୍ତି, ରାମଦାସ ଅଠଓ୍ବାଲେ ଭାଜପାର ନୁହନ୍ତି। ସେ ରିପବ୍ଲିକାନ ପାର୍ଟିର ଲୋକ। ରିପବ୍ଲିକାନ ପାର୍ଟି କ’ଣ କହିଲା ତା’ର ଉତ୍ତର ଭାଜପା ଦେବାକୁ ବାଧ୍ୟ ନୁହେଁ। ନବୀନଙ୍କ ସହ ବୁଝାମଣା କରିବାର ପ୍ରଶ୍ନ ଉଠୁନାହିଁ। ତାଙ୍କୁ କାହିଁକି ଭାଜପା ଗ୍ରହଣ କରିବ। ତାଙ୍କ ସହିତ ଆମର କିଛି ନାହିଁ। ଦଳର ଯିଏ ମୁଖପାତ୍ର କିମ୍ବା ଯେଉଁମାନେ ପାର୍ଟି ଚଳାଉଛନ୍ତି ସେମାନେ କିଛି କହିଛନ୍ତି କି? ଅଠଓ୍ବାଲେଙ୍କ ଟିପ୍ପଣୀ ଉପରେ ମତ ରଖିବାକୁ ଉଚିତ ଭାବୁନାହିଁ। କୌଣସି ବୁଝାମଣା ବିଜେଡି ସହ ହେବାର ନାହିଁ। ଯଦି ହେବାର ଥିଲା ତେବେ ତାଙ୍କୁ ବିରୋଧୀ ଦଳ ନେତା କି ନୂଆ ପ୍ରଭାରୀ ବଛାଯାଇ ନ ଥାଆନ୍ତା। ନିକଟ ଭବିଷ୍ୟତରେ ବହୁ ପରିବର୍ତ୍ତନ ସଙ୍ଗଠନ ଭିତରେ ହେବାକୁ ଯାଉଥିବା ଜୟନାରାୟଣ କହିଛନ୍ତି।
ଆମ୍‌ ଆଦମୀ ପାର୍ଟି ପକ୍ଷରୁ କୁହାଯାଇଛି ଓଡ଼ିଶାରେ ଭାଜପା-ବିଜେଡିର ମିଳିତ ରାଜନୀତିକୁ ଲୋକଙ୍କ ସମ୍ମୁଖରେ ଉନ୍ମୋଚିତ କରୁଛୁ। ମାତ୍ର ବିଜେଡି ରାଜନୀତିରେ ସମଦୂରତ୍ୱ କଥା କହି ଲୋକଙ୍କୁ ଠକି ଚାଲିଛି। ସେହିପରି ଭାଜପା ନେତା ଅମିତ ଶାହା ନବୀନ ସରକାରକୁ ପୋଡ଼ା ଟ୍ରାନ୍ସଫର୍ମର କହି ନିଜକୁ ବିରୋଧୀ ଭାବେ ପରିଚୟ ଦେବାର ଉଦ୍ୟମ କରିଛନ୍ତି। ମାତ୍ର ଏହି ପୋଡ଼ା ଟ୍ରାନ୍ସଫର୍ମର ସେମାନଙ୍କ ପାଇଁ କେତେ ଲୋଡ଼ା ତାହା ଅଠୱାଲେଙ୍କ ବକ୍ତବ୍ୟରୁ ସ୍ପଷ୍ଟ ହୋଇଛି। ବିଜେଡି ଏନ୍‌ଡିଏରେ ନ ଥାଇ ମଧ୍ୟ କେନ୍ଦ୍ର ସରକାରଙ୍କ ସବୁଠୁ ବିଶ୍ୱସ୍ତ ଏବଂ ପାର୍ଲାମେଣ୍ଟରେ ସବୁଠାରୁ ଭରସାଯୋଗ୍ୟ ଦଳ ବୋଲି ଦାବି କରିଛନ୍ତି। ଭାଜପା-ବିଜେଡିର ମିଳିତ ସରକାର ଚାଲିଛି ବୋଲି ଯେଉଁ ଦାବି କରୁଛି ତାହା ପ୍ରମାଣିତ ହେଉଛି ବୋଲି ଏଏପି ପକ୍ଷରୁ କୁହାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଦିନିକିଆ ବିଶ୍ୱକପ୍‌ କାର୍ଯ୍ୟସୂଚୀ ଘୋଷଣା କଲା ଆଇସିସି: ଅକ୍ଟୋବର ୧୦ରେ ଭାରତ-ପାକିସ୍ତାନ ହାଇଭୋଲଟେଜ ମ୍ୟାଚ୍‌

ଦୁବାଇ, ୧ା୧୦: ୨୦୨୭ରେ ଦକ୍ଷିଣ ଆଫ୍ରିକା, ଜିମ୍ବାଓ୍ବେ ଓ ନାମ୍ବିଆରେ ହେବାକୁ ଥିବା ପୁରୁଷ ଦିନିକିଆ ବିଶ୍ୱକପ୍‌ ପାଇଁ ଗୁରୁବାର ଆଇସିସି ପକ୍ଷରୁ କାର୍ଯ୍ୟସୂଚୀ ଘୋଷଣା କରାଯାଇଛି।…

ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ

ଛତ୍ରପୁର,୧।୧୦,(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଗୁରୁବାର ରାତି ପ୍ରାୟ ସାଢ଼େ ୧୦ଟାରେ ଛତ୍ରପୁର ମେନ୍‌ ରୋଡ଼ସ୍ଥିତ ଏକ ରାଜସ୍ଥାନ ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଫ୍ରିଜ୍‌ରରେ ସର୍ଟସର୍କିଟ…

ଦେଢ଼ମାସ ହେଲା ପିଇବା ପାଣିରୁ ବଞ୍ଚିତ ଗ୍ରାମବାସୀ, ପଞ୍ଚାୟତରେ ତାଲା ପକାଇଲେ ଗ୍ରାମବାସୀ

ନିରାକାରପୁର,୧ା୧୦(ମାନସ ଚନ୍ଦ୍ର ପଟ୍ଟନାୟକ): ଖୋର୍ଦ୍ଧା ବ୍ଲକ ଓରବରସିଂହ ପଞ୍ଚାୟତ ଅନ୍ତର୍ଗତ କୃଷ୍ଣପୁରରେ ଥିବା ପାନୀୟଜଳ ପ୍ରକଳ୍ପର ପାଇପ୍‌ ଅନେକ ସ୍ଥାନରେ ଫାଟି ଯାଇଥିବାରୁ ଦୀର୍ଘ ଦେଢ଼ମାସ ଧରି…

ବନ୍ୟା ପାଣିଘେରରେ ୧୫ପରିବାର, ପ୍ରଶାସନ ନୀରବ…

ମାର୍ଶାଘାଇ, ୧ା୧୦(ଶୁଭେନ୍ଦୁ ପ୍ରସାଦ ଚୌଧୁରୀ): ଲୁଣାନଦୀରେ ବନ୍ୟା ଆସି ମାର୍ଶଘାଇ ବ୍ଲକ ମଣିକୁଣ୍ଡା ପଞ୍ଚାୟତ ବାଲିକଷୋଟି ଘୋଲ ଅଞ୍ଚଳର ୧୫ପରିବାର ଗତ ୫ଦିନ ହେବ ପାଣିଘେରରେ ରହିଛନ୍ତି।…

ଜେଜେବାପା ହେଲେ ନବଜୋତ ସିଂହ ସିଦ୍ଧୁ; ଘରକୁ ଆସିଲା ଲକ୍ଷ୍ମୀ

ଚଣ୍ଡିଗଡ଼,୧।୧୦: ପୂର୍ବତନ କ୍ରିକେଟର୍‌ ତଥା ରାଜନେତା ନବଜୋତ ସିଂହ ସିଦ୍ଧୁ ଏକ ଖୁସିର ମୁହୂର୍ତ୍ତ ପାଳନ କରୁଛନ୍ତି: ସେ ଏବେ ଜେଜେବାପା ହୋଇଛନ୍ତି। ତାଙ୍କ ପରିବାରରେ ଏକ…

ନବୀନଙ୍କୁ ଭେଟିଲେ ହିଞ୍ଜିଳିର ବରିଷ୍ଠ ନେତା, କର୍ମୀ

ହିଞ୍ଜିଳିକାଟୁ,୧।୧୦ (ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଶେରଗଡ଼ ବ୍ଲକ, ହିଞ୍ଜିଳି ବ୍ଲକ ଓ ହିଞ୍ଜିଳିକାଟୁ ପୌରାଞ୍ଚଳର ବିଜୁ ଜନତା ଦଳ (ବିଜେଡି)ର…

ଅପେକ୍ଷାର ହେଲା ଅନ୍ତ, ICC ଦ୍ୱାରା ୨୦୨୭ ଦିନିକିଆ ବିଶ୍ୱକପର କାର୍ଯ୍ୟସୂଚୀ ଘୋଷଣା; ବର୍ଷକ ପରେ ଲଢିବେ ଭାରତ-ପାକିସ୍ତାନ

କେପ ଟାଉନ,୧।୧୦: ଆନ୍ତର୍ଜାତୀୟ କ୍ରିକେଟ ପରିଷଦ (ICC) ୨୦୨୭ ODI ବିଶ୍ୱକପ ପାଇଁ କାର୍ଯ୍ୟସୂଚୀ ଘୋଷଣା କରିଛି। କ୍ରିକେଟର ଏହି ବୃହତ ଆୟୋଜନ ୨୦୨୭ ମସିହା ଅକ୍ଟୋବର…

ଓଡ଼ିଶା କୃଷକ ସଭା ପକ୍ଷରୁ ସାଙ୍ଗଠନିକ ବୈଠକ; କର୍ମକର୍ତ୍ତା ଚୟନ, ଏ. ହରି ସଭାପତି , କୁରେଶୁ ସମ୍ପାଦକ

ଦିଗପହଣ୍ଡି,୧।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ଶ୍ରୀ ଚନ୍ଦ୍ର ଚୁଡେଶ୍ୱର ଶୈବପୀଠ ସଭା ମଣ୍ଡପରେ ଓଡ଼ିଶା କୃଷକ ସଭା ଦିଗପହଣ୍ଡି ଶାଖା ପକ୍ଷରୁ ଗୁରୁବାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?