କେନ୍ଦ୍ରମନ୍ତ୍ରୀଙ୍କୁ ଭୁଲ୍‌ ପ୍ରମାଣ କରିବାକୁ ବିଜେଡି, ଭାଜପାର ଉଦ୍ୟମ

ଭୁବନେଶ୍ବର, ୨୪।୮(ବ୍ୟୁରୋ): କେନ୍ଦ୍ରମନ୍ତ୍ରୀ ରାମଦାସ ଅଠଓ୍ବାଲେଙ୍କ ମନ୍ତବ୍ୟକୁ ନେଇ ଉଭୟ ବିଜେଡି ଏବଂ ଭାଜପାକୁ ବିରୋଧୀ କଡ଼ା ଭାଷାରେ ସମାଲୋଚନା କରିଛନ୍ତି। ଅନ୍ୟପଟେ ଭାଜପା କେନ୍ଦ୍ରମନ୍ତ୍ରୀ ତାଙ୍କ ଦଳର ନୁହନ୍ତି ବୋଲି କହି କଥାର ଗୁରୁତ୍ୱକୁ ହ୍ରାସ କରିବାକୁ ଚେଷ୍ଟା କରୁଛି। ସେହିପରି ବିଜେଡି ମଧ୍ୟ ଏହି କଥାକୁ ଭୁଲ୍‌ ବୋଲି ପ୍ରମାଣ କରିବାକୁ ଚେଷ୍ଟା କରିଛି। କିନ୍ତୁ ଆମ୍‌ ଆଦ୍‌ମୀ ପାର୍ଟି(ଏଏପି), କଂଗ୍ରେସ ସମେତ ଅନ୍ୟ କେତେକ ରାଜନୈତିକ ଦଳ ଅଠଓ୍ବାଲେଙ୍କ ମନ୍ତବ୍ୟକୁ ନେଇ ବିଜେଡି, ଭାଜପା ଉପରେ ବର୍ଷିଛନ୍ତି। ଅଠଓ୍ବାଲେଙ୍କ ମନ୍ତବ୍ୟ କିନ୍ତୁ ଭାଜପାକୁ ଅଧିକ ମାତ୍ରାରେ କ୍ଷତି ପହଞ୍ଚାଇଥିବା ରାଜନୈତିକ ମହଲରେ ଚର୍ଚ୍ଚା ଚାଲିଛି। ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର ଏହା ଉପରେ ମଙ୍ଗଳବାର ରଖିଥିବା ମନ୍ତବ୍ୟରୁ ଏହା ବାରି ହୋଇପଡୁଥିବା ଆଲୋଚନା ହେଉଛିି। ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଏନ୍‌ଡିଏରୁ ଓହରିଯିବା ପରେ କେନ୍ଦ୍ର ନେତାମାନେ ଏବେ ନୂଆ ସମୀକରଣ ଦିଗରେ ଚିନ୍ତା କରୁଥିବା ଚର୍ଚ୍ଚା ବଢ଼ିଲାଣି । ଏନ୍‌ଡିଏ ନେତୃତ୍ୱାଧୀନ ଭାଜପା ସରକାର ନୀତୀଶ ସମର୍ଥନ ହଟାଇଦେବା ପରେ ସେହି ସ୍ଥାନରେ ବିଜେଡିକୁ ବସାଇବା ନେଇ ଚିନ୍ତା କରୁଥିବା କୁହାଯାଉଛି। କାରଣ ଆଗରୁ ଚନ୍ଦ୍ରାବାବୁ ନାଇଡୁଙ୍କ ଟିଡିପି(ତେଲୁଗୁ ଦେଶମ ପାର୍ଟି), ଅକାଳୀ ଦଳ ଏବଂ ଶିବସେନା ଏନ୍‌ଡିଏ ଛାଡ଼ିଥିଲେ। ତେଣୁ ଆଗକୁ ରାଜ୍ୟ ସଭା ଉପାଧ୍ୟକ୍ଷ ପଦରେ ବିଜେଡିର ଜଣେ ନେତାଙ୍କୁ ବସାଇ ନବୀନଙ୍କ ସହ ମେଣ୍ଟ କରିପାରେ ବୋଲି ଭାଜପା ଚିନ୍ତା କରୁଥିବା ବିଭିନ୍ନ ମହଲରେ ଆଲୋଚନା ହେଉଛି। ୨୦୧୯ ନିର୍ବାଚନ ପରଠାରୁ ବିଜେଡି ସବୁ ପ୍ରସଙ୍ଗରେ କେନ୍ଦ୍ରକୁ ସମର୍ଥନ କରିଆସିଥିବା ବେଳେ ନିକଟରେ ରାଷ୍ଟ୍ରପତି ଏବଂ ଉପରାଷ୍ଟ୍ରପତି ନିର୍ବାଚନରେ ଏନ୍‌ଡିଏକୁ ମଧ୍ୟ ବିଜେଡି ସମର୍ଥନ ଦେଇଛି।
ବିଜେଡି ବରିଷ୍ଠର ନେତା ତଥା ବିଧାୟକ ଦେବୀପ୍ରସାଦ ମିଶ୍ର କହିଛନ୍ତି, ବିଜେଡିର ମେଣ୍ଟ ବିକାଶ ଲାଗି ବିସର୍ଜନ ପାଇଁ ନୁହେଁ। ଆଞ୍ଚଳିକ ଦଳ ଭାବେ ବିଜେଡି ଜାତୀୟ ଦଳଗୁଡିକଠାରୁ ଦୂରତା ବଜାୟ ରଖି ଆସିଛି। ଅଠଓ୍ବାଲେ ବେଳେ ବେଳେ ମଜାରେ ଅନେକ କିଛି କଥା କହିଦିଅନ୍ତି। ଏହାକୁ ମଧ୍ୟ କହୁ କହୁ କହି ଦେଇଥିବେ। ସଂଘୀୟ ବ୍ୟବସ୍ଥାରେ ରାଜ୍ୟର ହକ୍‌ ପାଇଁ ଉଚିତ ବିଲ୍‌କୁ ସଂସଦରେ ବିଜେଡି ସମର୍ଥନ କରେ। ଏହାର ଅର୍ଥ ନୁହେଁ ବିଜେଡି ଏନ୍‌ଡିଏର ଅଂଶ। ଦଳର ନେତା ଭାବେ ନବୀନ ପଟ୍ଟନାୟକ ସବୁ ନିଷ୍ପତ୍ତି ନିଅନ୍ତି। ସେ ହିଁ ସବୁକିଛି ନିର୍ଦ୍ଧାରଣ କରିବେ ବୋଲି ଦେବୀ କହିଛନ୍ତି।
କଂଗ୍ରେସ ବିଧାୟକ ସନ୍ତୋଷ ସିଂ ସାଲୁଜା କହିଛନ୍ତି, ସବୁ ସମୟରେ ଏନ୍‌ଡିଏ ବା ଭାଜପାକୁ ବିଜେଡି ସରକାର ସମର୍ଥନ କରିଚାଲିଛି। କେନ୍ଦ୍ର ଓ ରାଜ୍ୟ ସରକାର ହେଉଛନ୍ତି ଗୋଟିଏ ମୁଦ୍ରାର ଦୁଇଟି ପାର୍ଶ୍ୱ। ଏମାନଙ୍କୁ ସିବିଆଇ ବା ଇଡି ଭୟ ଦେଖାଉ କି ନ ଦେଖାଉ ବିଜେଡିକୁ କହିବା ଆଗରୁ ସେ କେନ୍ଦ୍ରକୁ ସମର୍ଥନ ଦେଇଦେବ ବୋଲି ସାଲୁଜା କହିଛନ୍ତି।
ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର କହିଛନ୍ତି, ରାମଦାସ ଅଠଓ୍ବାଲେ ଭାଜପାର ନୁହନ୍ତି। ସେ ରିପବ୍ଲିକାନ ପାର୍ଟିର ଲୋକ। ରିପବ୍ଲିକାନ ପାର୍ଟି କ’ଣ କହିଲା ତା’ର ଉତ୍ତର ଭାଜପା ଦେବାକୁ ବାଧ୍ୟ ନୁହେଁ। ନବୀନଙ୍କ ସହ ବୁଝାମଣା କରିବାର ପ୍ରଶ୍ନ ଉଠୁନାହିଁ। ତାଙ୍କୁ କାହିଁକି ଭାଜପା ଗ୍ରହଣ କରିବ। ତାଙ୍କ ସହିତ ଆମର କିଛି ନାହିଁ। ଦଳର ଯିଏ ମୁଖପାତ୍ର କିମ୍ବା ଯେଉଁମାନେ ପାର୍ଟି ଚଳାଉଛନ୍ତି ସେମାନେ କିଛି କହିଛନ୍ତି କି? ଅଠଓ୍ବାଲେଙ୍କ ଟିପ୍ପଣୀ ଉପରେ ମତ ରଖିବାକୁ ଉଚିତ ଭାବୁନାହିଁ। କୌଣସି ବୁଝାମଣା ବିଜେଡି ସହ ହେବାର ନାହିଁ। ଯଦି ହେବାର ଥିଲା ତେବେ ତାଙ୍କୁ ବିରୋଧୀ ଦଳ ନେତା କି ନୂଆ ପ୍ରଭାରୀ ବଛାଯାଇ ନ ଥାଆନ୍ତା। ନିକଟ ଭବିଷ୍ୟତରେ ବହୁ ପରିବର୍ତ୍ତନ ସଙ୍ଗଠନ ଭିତରେ ହେବାକୁ ଯାଉଥିବା ଜୟନାରାୟଣ କହିଛନ୍ତି।
ଆମ୍‌ ଆଦମୀ ପାର୍ଟି ପକ୍ଷରୁ କୁହାଯାଇଛି ଓଡ଼ିଶାରେ ଭାଜପା-ବିଜେଡିର ମିଳିତ ରାଜନୀତିକୁ ଲୋକଙ୍କ ସମ୍ମୁଖରେ ଉନ୍ମୋଚିତ କରୁଛୁ। ମାତ୍ର ବିଜେଡି ରାଜନୀତିରେ ସମଦୂରତ୍ୱ କଥା କହି ଲୋକଙ୍କୁ ଠକି ଚାଲିଛି। ସେହିପରି ଭାଜପା ନେତା ଅମିତ ଶାହା ନବୀନ ସରକାରକୁ ପୋଡ଼ା ଟ୍ରାନ୍ସଫର୍ମର କହି ନିଜକୁ ବିରୋଧୀ ଭାବେ ପରିଚୟ ଦେବାର ଉଦ୍ୟମ କରିଛନ୍ତି। ମାତ୍ର ଏହି ପୋଡ଼ା ଟ୍ରାନ୍ସଫର୍ମର ସେମାନଙ୍କ ପାଇଁ କେତେ ଲୋଡ଼ା ତାହା ଅଠୱାଲେଙ୍କ ବକ୍ତବ୍ୟରୁ ସ୍ପଷ୍ଟ ହୋଇଛି। ବିଜେଡି ଏନ୍‌ଡିଏରେ ନ ଥାଇ ମଧ୍ୟ କେନ୍ଦ୍ର ସରକାରଙ୍କ ସବୁଠୁ ବିଶ୍ୱସ୍ତ ଏବଂ ପାର୍ଲାମେଣ୍ଟରେ ସବୁଠାରୁ ଭରସାଯୋଗ୍ୟ ଦଳ ବୋଲି ଦାବି କରିଛନ୍ତି। ଭାଜପା-ବିଜେଡିର ମିଳିତ ସରକାର ଚାଲିଛି ବୋଲି ଯେଉଁ ଦାବି କରୁଛି ତାହା ପ୍ରମାଣିତ ହେଉଛି ବୋଲି ଏଏପି ପକ୍ଷରୁ କୁହାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ବଢ଼ିପାରେ ମଧ୍ୟାହ୍ନଭୋଜନ ମୁଣ୍ଡ ପିଛା ଖର୍ଚ୍ଚ

ଭୁବନେଶ୍ୱର,୨୭ା୭(ଅନିଲ ଦାସ): ସ୍କୁଲରେ ଛାତ୍ରୀଛାତ୍ରମାନଙ୍କୁ ଦିଆଯାଉଥିବା ମଧ୍ୟାହ୍ନଭୋଜନ ମୁଣ୍ଡପିଛା ମୂଲ୍ୟ ବଢ଼ିପାରେ। ଏ ନେଇ ରାଜ୍ୟ ସରକାର ଚିନ୍ତା କରୁଛନ୍ତି। ବିଜେଡି ସଭ୍ୟ ରଣେନ୍ଦ୍ର ପ୍ରତାପ...

ଆଳୁ ଅଭାବ: ଦର ବଢ଼ିଲା

ଭୁବନେଶ୍ୱର, ୨୭।୭(ସୁନିତ୍‌ ମିଶ୍ର): ସପ୍ତାହକ ମଧ୍ୟରେ ଆଳୁ ଦର ୧୫ ଟଙ୍କାରୁ ଅଧିକ ବୃଦ୍ଧି ପାଇସାରିଲାଣି। ଆଳୁ ଏବେ କେଉଁଠି ୪୫ ଟଙ୍କା ତ ଆଉ...

ସରକାର ନିଜ ଦୋଷ ଲୁଚାଉଛନ୍ତି: ବିରୋଧୀ

ଭୁବନେଶ୍ୱର,୨୭ା୭(ଅନିଲ ଦାସ): ରଥ ଉପରୁ ବଡ଼ ଠାକୁର ଖସିପଡ଼ିବା, ଦଳାଚକଟାରେ ଜଣଙ୍କ ମୃତ୍ୟୁ ହେବା, ଟ୍ରାଫିକ ଅବ୍ୟବସ୍ଥା, ଅଣ ସେବାୟତ ରଥ ଉପରେ ଚଢ଼ିବା ପ୍ରସଙ୍ଗକୁ...

ବିଜେଡି ସରକାରର ବଜେଟଠାରୁ ଏଥର ୧୫% ଅଧିକ: ସମୀର

ଭୁବନେଶ୍ୱର, ୨୭।୭(ସୁନିତ୍‌ ମିଶ୍ର): ନୂତନ ରାଜନୈତିକ ସଂସ୍କୃତିର ପ୍ରତିଷ୍ଠାକରି ଭାଜପା ପ୍ରଥମ ଥର ଓଡ଼ିଶାରେ ସରକାର ଗଠନ କରିଛି। ଭାଜପା ସରକାରର ପ୍ରଥମ ବଜେଟ ଓଡ଼ିଶା...

ଆମ ଓଡ଼ିଶା ନବୀନ ଓଡ଼ିଶା ଯୋଜନାକୁ ନେଇ ବିରୋଧୀ-ଶାସକ ମୁହାଁମୁହିଁ

ଭୁବନେଶ୍ୱର,୨୭।୭(ଅନିଲ ଦାସ): ଆମ ଓଡ଼ିଶା ନବୀନ ଓଡ଼ିଶା ଯୋଜନାକୁ ନେଇ ବିଜେଡି -ଭାଜପା ବିଧାନସଭାରେ ମୁହାଁମୁହିଁ ହୋଇଛନ୍ତି। ଯୋଜନାର ନଁା ବଦଳିବାକୁ ନେଇ ବିଜେଡି ବିଧାୟକ...

ସୃଷ୍ଟି ହେଲା ଆଉ ଏକ ଲଘୁଚାପ, ପ୍ରବଳ ବର୍ଷିବ

ଭୁବନେଶ୍ୱର, ୨୬ା୭(ଅନୁରାଧା ମହାରଣା) – ଲଘୁଚାପ ପ୍ରଭାବରେ ଓଡ଼ିଶାରେ ତୁହାକୁ ତୁହା ବର୍ଷା ଲାଗିରହିଥିବାବେଳେ ପ୍ରାୟ ସବୁ ଜିଲାରେ ସ୍ଥିତି ବିଗିଡ଼ିବାରେ ଲାଗିଛି। ବର୍ଷା ଯୋଗୁ...

ମମତାଙ୍କୁ ଚିଠି ଲେଖିବା ନେଇ ନବୀନଙ୍କୁ ଟାର୍ଗେଟ କଲା ଭାଜପା

ଭୁବନେଶ୍ୱର, ୨୬।୭(ସୁନିତ୍‌ ମିଶ୍ର): ନିଜ ୨୪ ବର୍ଷ ଶାସନରେ ନବୀନ ପଟ୍ଟନାୟକଙ୍କ ନେତୃତ୍ୱାଧୀନ ବିଜେଡି ସରକାର ଓଡ଼ିଶାକୁ କୌଣସି କ୍ଷେତ୍ରରେ ଆତ୍ମନିର୍ଭରଶୀଳ ରାଜ୍ୟ ଭାବେ ଗଢ଼ି...

କୃଷି ବିଭାଗରେ ସରକାରୀ କାର୍ଯ୍ୟ ଓଡ଼ିଆ ଭାଷାରେ କରିବାକୁ ନିର୍ଦ୍ଦେଶ

ଭୁବନେଶ୍ୱର,୨୬।୭(ଶର୍ମିଷ୍ଠା ପାଣିଗ୍ରାହୀ): କୃଷି ଓ କୃଷକ ସଶକ୍ତିକରଣ ବିଭାଗ ଏହାର ନିର୍ଦ୍ଦେଶାଳୟ ଏବଂ ବିଭାଗ ଅଧିନରେ ଥିବା ଅନ୍ୟ ଅଧସ୍ତନ କାର୍ଯ୍ୟାଳୟଗୁଡିକରେ ସମସ୍ତ ସରକାରୀ କାର୍ଯ୍ୟ...

Advertisement
Mettle Meet 2024

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri