ମେଣ୍ଟ: ଦ୍ୱନ୍ଦ୍ୱରେ ଭୋଟର

ଭୁବନେଶ୍ୱର,୧୧ା୩(ଜିତେନ୍ଦ୍ର କୁମାର ନାୟକ): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ ୫-ଟି ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନଙ୍କ ସ୍ବଳ୍ପ ସମୟର ଭିଡିଓ ଯେଉଁଭଳି ଭାବେ ହୋଇଥିଲା, ତାହା ରାଜ୍ୟର ରାଜନୈତିକ ଉଷ୍ମତା ସମ୍ପର୍କରେ ଅନେକ ସୂଚନା ଦେଉଛି। ଭିଡିଓରେ ଯେପରି ଭାବେ ପାଣ୍ଡିଆନ ପ୍ରଶ୍ନ କରିଛନ୍ତି ଏବଂ ନବୀନ ତାଙ୍କୁ ଉତ୍ତର ଦେଇଛନ୍ତି, ସେଥିରେ ଅନେକ ଭାବିଲେ ଯେ ରାଜନୀତିରେ ଗୁଜବ ଏବଂ ମିଥ୍ୟା ସବୁଠାରୁ ଗର୍ହିତ। ଏଥିରେ ଯାହା କୁହାଯାଇଛି, ତାହା ନିଶ୍ଚିତ ଭାବେ ସତ୍ୟ ହୋଇଥିବାବେଳେ ସାମ୍ପ୍ରତିକ ରାଜ୍ୟ ରାଜନୈତିକ ପରିସ୍ଥିତି ସହିତ ଖାପ ଖାଉଛି। ରାଜନୈତିକ ମହଲରେ ଏହାକୁ ଅନେକ ରଙ୍ଗ ଦିଆଯାଇଛି। ତନ୍ମଧ୍ୟରୁ ଅଧିକଙ୍କ ମତ ହେଉଛି ଯେ, ବିଜେଡି ସୁପ୍ରିମୋ ସିଧାସଳଖ କହିବା ପରିବର୍ତ୍ତେ ଇଙ୍ଗିତ କରିଛନ୍ତି ଯେ, ବିଜୁ ଜନତା ଦଳ ସହିତ ଭାରତୀୟ ଜନତା ପାର୍ଟିର ମେଣ୍ଟ ସମ୍ପର୍କିତ ଆଲୋଚନା ଗୁଜବ ଏବଂ ମିଥ୍ୟା। ଅନ୍ୟପଟେ ସମସ୍ତେ ଜାଣନ୍ତି ଯେ, ନିର୍ବାଚନ ପୂର୍ବରୁ, ବିଶେଷକରି ୨୦୨୪ ନିର୍ବାଚନ ଯେଉଁଭଳି ଭାବେ ଉଭୟ ମୋଦି ଏବଂ ନବୀନଙ୍କ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ; ସେଥିନେଇ କୌଣସି ଦଳ ଅତିଶୀଘ୍ର ନିଜର ତାସପାଲି ଜନତାଙ୍କ ସମ୍ମୁଖରେ ରଖିବାକୁ ଚାହାନ୍ତି ନାହିଁ। ଓଡ଼ିଶାର ଭୋଟର ଏବେ ସମ୍ପୂର୍ଣ୍ଣ ଭାବେ ଦ୍ୱନ୍ଦ୍ୱରେ ପଡ଼ିଛନ୍ତି। ଅଧିକ ଭୋଟରଙ୍କ ମୁହଁରୁ ମେଣ୍ଟ ବିରୋଧୀ ମନ୍ତବ୍ୟ ଶୁଣିବାକୁ ମିଳୁଛି। ଅନ୍ୟପଟେ ବିରୋଧୀ କଂଗ୍ରେସ ତା’ର ପ୍ରଚାର ଆରମ୍ଭ କରି ପୋଷ୍ଟରରେ ‘କଂଗ୍ରେସ ଆସୁଛି’ ବୋଲି ଲେଖିଥିବାବେଳେ ଆମ୍‌ ଆଦ୍‌ମୀ ପାର୍ଟି (ଆପ୍‌)ର ଦାୟିତ୍ୱରେ ଥିବା ନେତାମାନେ ଯୋଜନା କରୁଛନ୍ତି ଯେ, ମେଣ୍ଟ ପରେ ଯେଉଁ ବିଦ୍ରୋହୀ ପ୍ରାର୍ଥୀମାନେ ପ୍ରାୟ ସବୁ ନିର୍ବାଚନମଣ୍ଡଳୀରେ ଛିଡ଼ା ହେବେ, ସେମାନଙ୍କୁ ଆପ୍‌ ଟିକେଟ୍‌ ଯଚାଯାଇପାରିବ।


Enter your email to get our daily news in your inbox.

All Right Reserved By Dharitri.Com

ଲଗାଣ ବର୍ଷାରେ ବେହାଲ ଥୁଆମୂଳ ରାମପୁର: ଧସିଲା ପାହାଡ଼, ଗଛ ପଡ଼ି ରାସ୍ତା ଅବରୋଧ

ଥୁଆମୂଳ ରାମପୁର, ୨୫।୯ (ଦୁର୍ଗା କୀର୍ତ୍ତି): ବଙ୍ଗୋପସାଗରରେ ସୃଷ୍ଟ ଗଭୀର ଅବପାତ ପ୍ରଭାବରେ କଳାହାଣ୍ଡି ଜିଲାରେ ‘ରେଡ୍‌ ୱାର୍ଣ୍ଣିଂ’ ଜାରି ହୋଇଥିବା ବେଳେ ଥୁଆମୂଳ ରାମପୁର ବ୍ଲକ୍‌ରେ…

ବିଶେଷ ଫରକ ପଡ଼ିବ ନାହିଁ, ବିରାଟ-ରୋହିତଙ୍କ ଦିନିକିଆରୁ ଅବସରକୁ ନେଇ ଏ କ’ଣ କହିଦେଲେ ସେହ୍ବାଗ

ନୂଆଦିଲ୍ଲୀ,୨୫।୯: ଭାରତ ଓ ୱେଷ୍ଟଇଣ୍ଡିଜ୍‌ ମଧ୍ୟରେ ୩ ମ୍ୟାଚ୍‌ ବିଶିଷ୍ଟ ଦିନିକିଆ (ODI) ସିରିଜ୍‌ ସେପ୍ଟେମ୍ବର ୨୭ରୁ ଆରମ୍ଭ ହେବାକୁ ଯାଉଛି। ଏହି ସିରିଜ୍‌ରେ ଆଉ ଥରେ…

ଘର ନୁହେଁ, ଏବେ ବୃଦ୍ଧାଶ୍ରମରେ ରହୁଛନ୍ତି ବିନୋଦ କାମ୍ବଲୀ; ଭାଇରାଲ ଭିଡିଓ ଦେଖି ସ୍ତବ୍ଧ କ୍ରିକେଟ୍ ଜଗତ!

ମୁମ୍ବାଇ,୨୫।୯: ଭାରତୀୟ କ୍ରିକେଟ୍‌ ଟିମ୍‌ର ପୂର୍ବତନ ତାରକା ବ୍ୟାଟର୍‌ ବିନୋଦ କାମ୍ବଲି ପୁଣି ଥରେ ଚର୍ଚ୍ଚାକୁ ଆସିଛନ୍ତି। ନିକଟରେ ସୋସିଆଲ ମିଡିଆରେ ସାମ୍ନାକୁ ଆସିଥିବା ତାଙ୍କର ଏକ…

UPI Payment Rules: ₹୬,୦୦୦ ବିଲ୍‌କୁ ₹୨,୦୦୦ କରି ଭାଗ ଭାଗ କରି ପେମେଣ୍ଟ କରୁଛନ୍ତି କି? ଜାଣନ୍ତୁ କ’ଣ ରହିଛି ନିୟମ

ନୂଆଦିଲ୍ଲୀ,୨୫।୯: ୟୁପିଆଇ (UPI) ଜରିଆରେ ନେଣଦେଣ କରୁଥିବା ଗ୍ରାହକ ଓ ବ୍ୟବସାୟୀଙ୍କ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଖବର। ୨୦୨୬ ଅକ୍ଟୋବର ୧୫ ତାରିଖରୁ UPI ନିୟମରେ ବଡ଼…

ମାନସିକ ଭିନ୍ନକ୍ଷମ ଯୁବତୀ ୮ ମାସର ଗର୍ଭବତୀ, ପ୍ରଶାସନିକ ସହାୟତା ଦାବି

କଲ୍ୟାଣସିଂହପୁର, ୨୫।୯ (ଦୀପକ କୁମାର ପରିଡ଼ା): ରାୟଗଡ଼ା ଜିଲା କଲ୍ୟାଣସିଂହପୁର ବ୍ଲକ ସଦର ମହକୁମାରେ ଏକ ଅତ୍ୟନ୍ତ ସମ୍ବେଦନଶୀଳ ତଥା ଲଜ୍ଜାଜନକ ଘଟଣା ସାମ୍ନାକୁ ଆସିଛି। ଜଣେ…

ଲଗାଣ ବର୍ଷାରେ ଭୂସ୍ଖଳନ: ୬ ଟ୍ରେନ୍‌ ବାତିଲ

କୋରାପୁଟ,୨୫।୯(ଅମିତାଭ ବେହେରା ): ରାୟଗଡ଼ା ଡିଭିଜନ ଅଧୀନ ମୁନିଗୁଡ଼ା-ଚାଟିକୋଣା ଷ୍ଟେଶନ ଏବଂ କୋରାପୁଟ ଜୟପୁର ମଧ୍ୟରେ ଥିବା ମାଲିଗୁଡାଠାରେ ଭୂସ୍ଖଳନ ଯୋଗୁ ରେଳ ଚଳାଚଳ ପ୍ରଭାବିତ ହୋଇଛି।…

ଲଗାଣ ବର୍ଷାରେ କାନ୍ଥ ପଡ଼ି ୩ ବର୍ଷର ଶିଶୁକନ୍ୟା ମୃତ

ପାଟଣା, ୨୫।୯ (ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ବଡ଼ପାଟଣା ପଞ୍ଚାୟତ ଅନ୍ତର୍ଗତ ସ୍ୱାମ ମୁଣ୍ଡାସାହିରେ ଶୁକ୍ରବାର ଲଗାଣ ବର୍ଷାରେ ଇଟା କାନ୍ଥ ଭୁଶୁଡ଼ି…

ଭୁଶୁଡ଼ିଲା ନୀଳମାଧବ ମନ୍ଦିର ମେଘନାଦ ପାଚେରୀ ଗାର୍ଡ ୱାଲ

ଖଣ୍ଡପଡ଼ା,୨୫।୯(ଅଜୟ କୁମାର ମହାରଣା): ଜଗନ୍ନାଥ ସଂସ୍କୃତିର ଆଦିପୀଠ ଭାବେ ପରିଚିତ କଣ୍ଟିଲୋର ଶ୍ରୀ ନୀଳମାଧବ ମନ୍ଦିର। ଲଗାଣ ବର୍ଷାରେ ଶୁକ୍ରବାର ମନ୍ଦିରର ଉତ୍ତର ପୂର୍ବ(ସ୍ନାନ ମଣ୍ଡପକୁ ସଂଲଗ୍ନ)…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?