ମେଣ୍ଟ: ଦ୍ୱନ୍ଦ୍ୱରେ ଭୋଟର

ଭୁବନେଶ୍ୱର,୧୧ା୩(ଜିତେନ୍ଦ୍ର କୁମାର ନାୟକ): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ ୫-ଟି ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନଙ୍କ ସ୍ବଳ୍ପ ସମୟର ଭିଡିଓ ଯେଉଁଭଳି ଭାବେ ହୋଇଥିଲା, ତାହା ରାଜ୍ୟର ରାଜନୈତିକ ଉଷ୍ମତା ସମ୍ପର୍କରେ ଅନେକ ସୂଚନା ଦେଉଛି। ଭିଡିଓରେ ଯେପରି ଭାବେ ପାଣ୍ଡିଆନ ପ୍ରଶ୍ନ କରିଛନ୍ତି ଏବଂ ନବୀନ ତାଙ୍କୁ ଉତ୍ତର ଦେଇଛନ୍ତି, ସେଥିରେ ଅନେକ ଭାବିଲେ ଯେ ରାଜନୀତିରେ ଗୁଜବ ଏବଂ ମିଥ୍ୟା ସବୁଠାରୁ ଗର୍ହିତ। ଏଥିରେ ଯାହା କୁହାଯାଇଛି, ତାହା ନିଶ୍ଚିତ ଭାବେ ସତ୍ୟ ହୋଇଥିବାବେଳେ ସାମ୍ପ୍ରତିକ ରାଜ୍ୟ ରାଜନୈତିକ ପରିସ୍ଥିତି ସହିତ ଖାପ ଖାଉଛି। ରାଜନୈତିକ ମହଲରେ ଏହାକୁ ଅନେକ ରଙ୍ଗ ଦିଆଯାଇଛି। ତନ୍ମଧ୍ୟରୁ ଅଧିକଙ୍କ ମତ ହେଉଛି ଯେ, ବିଜେଡି ସୁପ୍ରିମୋ ସିଧାସଳଖ କହିବା ପରିବର୍ତ୍ତେ ଇଙ୍ଗିତ କରିଛନ୍ତି ଯେ, ବିଜୁ ଜନତା ଦଳ ସହିତ ଭାରତୀୟ ଜନତା ପାର୍ଟିର ମେଣ୍ଟ ସମ୍ପର୍କିତ ଆଲୋଚନା ଗୁଜବ ଏବଂ ମିଥ୍ୟା। ଅନ୍ୟପଟେ ସମସ୍ତେ ଜାଣନ୍ତି ଯେ, ନିର୍ବାଚନ ପୂର୍ବରୁ, ବିଶେଷକରି ୨୦୨୪ ନିର୍ବାଚନ ଯେଉଁଭଳି ଭାବେ ଉଭୟ ମୋଦି ଏବଂ ନବୀନଙ୍କ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ; ସେଥିନେଇ କୌଣସି ଦଳ ଅତିଶୀଘ୍ର ନିଜର ତାସପାଲି ଜନତାଙ୍କ ସମ୍ମୁଖରେ ରଖିବାକୁ ଚାହାନ୍ତି ନାହିଁ। ଓଡ଼ିଶାର ଭୋଟର ଏବେ ସମ୍ପୂର୍ଣ୍ଣ ଭାବେ ଦ୍ୱନ୍ଦ୍ୱରେ ପଡ଼ିଛନ୍ତି। ଅଧିକ ଭୋଟରଙ୍କ ମୁହଁରୁ ମେଣ୍ଟ ବିରୋଧୀ ମନ୍ତବ୍ୟ ଶୁଣିବାକୁ ମିଳୁଛି। ଅନ୍ୟପଟେ ବିରୋଧୀ କଂଗ୍ରେସ ତା’ର ପ୍ରଚାର ଆରମ୍ଭ କରି ପୋଷ୍ଟରରେ ‘କଂଗ୍ରେସ ଆସୁଛି’ ବୋଲି ଲେଖିଥିବାବେଳେ ଆମ୍‌ ଆଦ୍‌ମୀ ପାର୍ଟି (ଆପ୍‌)ର ଦାୟିତ୍ୱରେ ଥିବା ନେତାମାନେ ଯୋଜନା କରୁଛନ୍ତି ଯେ, ମେଣ୍ଟ ପରେ ଯେଉଁ ବିଦ୍ରୋହୀ ପ୍ରାର୍ଥୀମାନେ ପ୍ରାୟ ସବୁ ନିର୍ବାଚନମଣ୍ଡଳୀରେ ଛିଡ଼ା ହେବେ, ସେମାନଙ୍କୁ ଆପ୍‌ ଟିକେଟ୍‌ ଯଚାଯାଇପାରିବ।


Enter your email to get our daily news in your inbox.

All Right Reserved By Dharitri.Com

ଏଥର ଯୋଡ଼ା ପଦ୍ମ ଫୁଟିବ: ଜଗଦ୍ଦେବ

ଖୋର୍ଦ୍ଧା,୨୮ା୪(ପ୍ରଭାତ ପାଣିଗ୍ରାହୀ)ବିଜୁ ଜନତା ଦଳ (ବିଜେଡି) ପକ୍ଷରୁ ଶନିବାର ବିଧାନସଭା ଆସନ ପାଇଁ ଅଷ୍ଟମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା କରାଯାଇଛି। ୩ ଆସନ ମଧ୍ୟରୁ...

ମହାନଦୀକୁ ନେଇ ଭାଜପା-ବିଜେଡି ଦୋଷ ଲଦାଲଦି

ସମ୍ବଲପୁର,୨୮ା୪ (ଭବାନୀ ଶଙ୍କର ଭୋଇ/ପ୍ରମୋଦ ବହିଦାର)ଗ୍ରୀଷ୍ମଋତୁର ସୂର୍ଯ୍ୟ ତାପଠୁଁ ବଳିଗଲାଣି ସମ୍ବଲପୁରର ରାଜନୈତିକ ତାତି। ପ୍ରମୁଖ ରାଜନୈତିକ ଦଳ ବିଜେଡି ଓ ଭାଜପା ମଧ୍ୟରେ ଆରୋପ-ପ୍ରତ୍ୟାରୋପ...

ଆଞ୍ଚଳିକ ସମସ୍ୟା ପ୍ରତି ବିତୃଷ୍ଣାର ପ୍ରତିଫଳନ ନୋଟା

କେନ୍ଦ୍ରାପଡ଼ା,୨୮ା୪ (ଜଗନ୍ନାଥ ଧଳ)ଦେଶରେ ଭୋଟଦାନ ଚାଲିଛି। ଏଭଳି ସମୟରେ ପ୍ରାର୍ଥୀଙ୍କ ବିଷୟରେ ଯେଭଳିି ଚର୍ଚ୍ଚା ହେଉଛି ନୋଟା (ନନ୍‌ ଅଫ୍‌ ଦି ଏବଭ) ମଧ୍ୟ ଆଲୋଚନା...

ଚମ୍ପୁଆରୁ ମୁରଲୀ, ଫକୀରମୋହନ ତେଲକୋଇରୁ ଭାଜପା ବିଧାୟକ ପ୍ରାର୍ଥୀ

କେନ୍ଦୁଝର,୨୮ା୪(ନରେଶ ଚନ୍ଦ୍ର ପଟ୍ଟନାୟକ)ଦୀର୍ଘଦିନ ଧରି ଘୋଷଣା ହୋଇପାରୁ ନ ଥିବା ଚମ୍ପୁଆ ଓ ତେଲକୋଇ ନିର୍ବାଚନମଣ୍ଡଳୀ ପାଇଁ ଭାଜପା ଶନିବାର ପ୍ରାର୍ଥୀଙ୍କ ନାମ ଘୋଷଣା କରିିଛି।...

ଟୁକୁନୀଙ୍କ ମନ୍ତବ୍ୟକୁ ନେଇ ପଦ୍ମପୁରରେ ଝଡ଼

ପଦ୍ମପୁର, ୨୮ା୪(ପ୍ରଦୀପ୍ତ ଦାଶ)ବଲାଙ୍ଗୀର ଜିଲା ଟିଟିଲାଗଡ ସହରରେ ବରିଷ୍ଠ ନାଗରିକ ସମୂହଙ୍କ ପକ୍ଷରୁ ଆୟୋଜିତ ଏକ ନିର୍ବାଚନୀ ସଭାରେ ମନ୍ତ୍ରୀ ତଥା ଟିଟିଲାଗଡ଼ ବିଧାୟକ ପ୍ରାର୍ଥତ୍ନୀ...

ବରୀରେ ପ୍ରାର୍ଥୀ ଘୋଷଣା କରିପାରୁନି ଭାଜପା

ବରୀ,୨୮ା୪(ମହେନ୍ଦ୍ର ସ୍ବାଇଁ)ଯାଜପୁର ଜିଲାର ବରୀ ନିର୍ବାଚନମଣ୍ଡଳୀରେ ଭାଜପା ଏଯାଏ ପ୍ରାର୍ଥୀ ଦେଇପାରିନାହିଁ। ଏଠାରେ ବିଜେଡି ବିଶ୍ୱରଞ୍ଜନ ମଲ୍ଲିକ ଓ କଂଗ୍ରେସ ଆରତୀ ଦେଓଙ୍କୁ ପ୍ରାର୍ଥୀ କରିବା...

ଭାଜପା,ବିଜେଡି କଳହପ୍ରିୟ: ଅଜୟ କୁମାର

କଟକ, ୨୮ା୪(ଶିଳ୍ପା ପ୍ରିୟଦର୍ଶିନୀ)ବାରବାଟୀ-କଟକ କଂଗ୍ରେସ ପକ୍ଷରୁ କଂଗ୍ରେସ ସମାବେଶ କଟକସ୍ଥିତ ଖ୍ରୀଷ୍ଟିଆନ୍‌ ପଡିଆଠାରେ ଶନିବାର ଅନୁଷ୍ଠିତ ହୋଇଯାଇଛି। ବରିଷ୍ଠ କଂଗ୍ରେସ ନେତା ଇଂ. ମହମ୍ମଦ ମୋକିମଙ୍କ...

ଡବଲ ଇଞ୍ଜିନ ନୁହେଁ, ଯୋଡି ଶଙ୍ଖ ଦରକାର: ପାଣ୍ଡିଆନ

ନୂଆପଡ଼ା,୨୮ା୪ (ମକାରୁ ବେମାଲ)୫-ଟି ଅଧ୍ୟକ୍ଷ ତଥା ବିଜେଡି ବରିଷ୍ଠ ନେତା କାର୍ତ୍ତିକ ପାଣ୍ଡିଆନ ଶନିବାର ନୂଆପଡ଼ା ଜିଲା ଗସ୍ତରେ ଆସି ସ୍ଥାନୀୟ ମିନି ଷ୍ଟାଡିୟମଠାରେ ଆୟୋଜିତ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri