ରଣନୀତି ପ୍ରସ୍ତୁତିରେ ବିଜେଡି-ଭାଜପା

ଅନୁଗୋଳ ଅଫିସ,୧।୪

୨୦୨୨ ପୌର ନିର୍ବାଚନ ଅନୁଗୋଳରେ ଅନେକ ନୂତନତା ଆଣିଛି। ପ୍ରଥମ ଥର ପାଇଁ ପୌର ପରିଷଦ ଅଧ୍ୟକ୍ଷ ପଦ ବିଜେଡି ହାତେଇପାରିଛି। ସେହିପରି ଅଧିକ କାଉନସିଲର ପଦବୀ ଅକ୍ତିଆର କରି ଭାଜପା ଏଠାରେ ବିଜେଡିକୁ ପଛରେ ପକାଇ ଦେଇଛି। ଏପରି କି ଏପ୍ରିଲ ୭ରେ ହେବାକୁ ଥିବା ଉପାଧ୍ୟକ୍ଷ ନିର୍ବାଚନ ଜିତିବାକୁ ଭାଜପା ପ୍ରସ୍ତୁତି ଚଳାଇଛି। ଏଥିପାଇଁ ଦଳ ନିକଟରେ ଆବଶ୍ୟକ ସଂଖ୍ୟା ରହିଥିବାରୁ ବିଜୟୀ ହେବାରେ କୌଣସି ଅସୁବିଧା ନାହିଁ। ତେବେ ଏହି ପଦବୀ ପାଇଁ ଏକାଧିକ ଆଶାୟୀଙ୍କ ମଧ୍ୟରୁ ଦଳ କାହାକୁ ପ୍ରାର୍ଥୀ କରିବ ସେ ନେଇ ରାଜ୍ୟସ୍ତରରେ ବିଚାରବିମର୍ଶ ଶେଷ ହୋଇନାହିଁ। ଅପରପକ୍ଷରେ ବିଜେଡି ମଧ୍ୟ ଏହି ପଦବୀ ଉପରେ ନଜର ରଖିଛି। ଭାଜପାଠାରୁ କମ୍‌ ସଂଖ୍ୟକ କାଉନସିଲର ଥିବା ସତ୍ତ୍ୱେ କିପରି ଉପାଧ୍ୟକ୍ଷ ନିର୍ବାଚନରେ ବିଜୟ ହାସଲ କରିହେବ ସେ ନେଇ ଦଳ ପକ୍ଷରୁ ରଣନୀତି ପ୍ରସ୍ତୁତ କରାଯାଉଛି। ତେବେ ଦୁଇ ଦଳର ପ୍ରାର୍ଥୀଙ୍କ ମଧ୍ୟରୁ ଯିଏ ଜିତିଲେ ମଧ୍ୟ ଏହା ଅନୁଗୋଳ ପୌର ଇତିହାସରେ ଆଉ ଏକ ନୂଆ ଘଟଣା ହେବ।
୨୩ ଓ୍ବାର୍ଡ ବିଶିଷ୍ଟ ଅନୁଗୋଳ ପୌର ପରିଷଦର ଅଧ୍ୟକ୍ଷ ପଦ ପାଇଁ ଏଥର ସିଧାସଳଖ ନିର୍ବାଚନ ହୋଇଥିଲା। ଏଥିରେ ଭାଜପା ପ୍ରାର୍ଥୀ ଦିଲୀପ କୁମାର ପ୍ରଧାନଙ୍କୁ ହରାଇ ବିଜେଡିର ଅକ୍ଷୟ କୁମାର ସାମନ୍ତ ଅଧ୍ୟକ୍ଷ ନିର୍ବାଚିତ ହୋଇଥିଲେ। ଅନୁଗୋଳକୁ ନିଜ ଗଡ଼ କହୁଥିବା କଂଗ୍ରେସ ଏଠାରେ ବଲବୀର ସିଂଙ୍କୁ ପ୍ରାର୍ଥୀ କରିଥିଲା। ବଲବୀରଙ୍କୁ ୩୧୪୮ ଭୋଟ ମିଳିଥିବାବେଳେ ଭାଜପାର ଦିଲୀପ ୮୯୬୪ ଓ ବିଜେଡି ପ୍ରାର୍ଥୀ ଅକ୍ଷୟ ୯୦୬୧ ଭୋଟ ପାଇଥିଲେ। ଫଳରେ ଅକ୍ଷୟଙ୍କ ଠାରୁ ମାତ୍ର ୯୭ ଖଣ୍ଡ କମ୍‌ ଭୋଟ ପାଇଁ ଦିଲୀପ ବିଜୟରୁ ବଞ୍ଚିତ ହୋଇଥିଲେ। ହେଲେ ଭାଜପା କାଉନସିଲର ପ୍ରାର୍ଥୀମାନେ ଅତି ଉତ୍ତମ ପ୍ରଦର୍ଶନ କରି ୨୩ ଓ୍ବାର୍ଡ ମଧ୍ୟରୁ ୧୩ଟିରେ ବିଜୟୀ ହୋଇଥିଲେ। ତେବେ ଦଳ ଅଧ୍ୟକ୍ଷ ପଦ ହାତେଇବାରୁ ଅଳ୍ପକେ ବଞ୍ଚିତ ହୋଇଥିଲେ ମଧ୍ୟ ଉପାଧ୍ୟକ୍ଷ ପଦ ଅକ୍ତିଆର କରି ସନ୍ତୁଷ୍ଟ ହେବାକୁ ଲକ୍ଷ୍ୟ ରଖିଛି। ଏହି ପଦବୀ ପାଇଁ ପ୍ରାର୍ଥୀ ହେବାକୁ ଭାଜପାର ଏକାଧିକ କାଉନସିଲର ଆଗ୍ରହୀ ଅଛନ୍ତି।
ବିଶେଷକରି ୯ନଂ. ଓ୍ବାର୍ଡରୁ ଜିତିଥିବା ସରିତା ମିଶ୍ରଙ୍କ ନାମକୁ ନେଇ ଅଧିକ ଚର୍ଚ୍ଚା ହେଉଛି। ଦଳର ସାଙ୍ଗଠନିକ ପଦପଦବୀରେ ରହି କାମ କରିବାର ଅଭିଜ୍ଞତା ସହିତ ଅନୁଗୋଳ ନଗରରେ ନିଆରା ଢଙ୍ଗରେ ସମାଜସେବା ତାଙ୍କୁ ଏଥିପାଇଁ ପ୍ରମୁଖ ଦାବିଦାର କରିଥିବା ଭାଜପା କର୍ମୀଙ୍କ ମଧ୍ୟରେ ଆଲୋଚନା ହେଉଛି। ସେହିପରି ୪ ନମ୍ବର ଓ୍ବାର୍ଡରୁ ବିଜୟୀ ହୋଇଥିବା ଭାଜପାର ଅନୁପମା ସାହୁ ମଧ୍ୟ ଏହି ଦୌଡ଼ରେ ଥିବା କୁହାଯାଉଛି। ଅନ୍ୟପକ୍ଷରେ ମାତ୍ର ୧୦ କାଉନସିଲରଙ୍କୁ ନେଇ ବିଜେଡି ଏହି ପ୍ରତିଦ୍ୱନ୍ଦ୍ୱିତାକୁ ଓହ୍ଲାଇବ ବୋଲି ସୂଚନା ମିଳିଛି। ୧ନଂ ଓ ୨୩ନଂ. ଓ୍ବାର୍ଡ କାଉନସିଲର ଏଥିପାଇଁ ଆଶାୟୀ ଥିବା ଆଲୋଚନା ହେଉଛି। ଦଳର ଜଣେ ବରିଷ୍ଠ ନେତାଙ୍କ କହିବା ଅନୁଯାୟୀ, ପୌର ପରିଷଦର ଅଧ୍ୟକ୍ଷ ପରି ଉପାଧ୍ୟକ୍ଷ ନିର୍ବାଚନ ମଧ୍ୟ ବିଜେଡି ଜିତିବ। ଏଥିପାଇଁ ଦଳ ପକ୍ଷରୁ ସ୍ବତନ୍ତ୍ର ରଣନୀତି କରାଯାଉଛି। ଭାଜପାକୁ ଏତେ ସହଜରେ ବାଟ ଛାଡ଼ି ଦିଆଯିବ ନାହିଁ। ଦଳ ନିକଟରେ ସଂଖ୍ୟା ଗରିଷ୍ଠତା ନ ଥିଲେ ମଧ୍ୟ ଏହି ନିର୍ବାଚନରେ କିପରି ବିଜୟ ପାଇହେବ ସେ ନେଇ ଗୋଟିଚାଳନା ଆରମ୍ଭ ହୋଇଥିବା ସମ୍ପୃକ୍ତ ବରିଷ୍ଠ ନେତା ଜଣକ ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କଳାହାଣ୍ଡିରେ ମନ୍ଥର ଗତିରେ ଚାଲିଛି ଧାନକିଣା

ଭବାନୀପାଟଣା,୨୦।୧୨(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲାରେ ଧାନର ଅଭାବୀ ବିକ୍ରି ଦେଖିବାକୁ ମିଳିଛି। ଜିଲାରେ ଗତ ନଭେମ୍ବର ୨୯ରୁ ଖରିଫ ଧାନ ପାଇଁ ମଣ୍ଡି ଶୁଭାରମ୍ଭ...

ଗ୍ରାମ୍ୟ ଜଙ୍ଗଲ ଜମିରେ ଧାନକଟାକୁ ନେଇ ଦୁଇ ଗୋଷ୍ଠୀ ମଧ୍ୟରେ ବିବାଦ

ମହାକାଳପଡ଼ା,୨୦ା୧୨(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଜମ୍ବୁ ସାମୁଦ୍ରିକ ଥାନା ଅଧୀନ ପେଟଛେଲା ଗାଁରେ ୨୪ ଏକର ସରକାରୀ ଗ୍ରାମ୍ୟ ଜଙ୍ଗଲ ଜମିରେ...

ମଣ୍ଡି ଖୋଲିବା ଦାବିରେ ଜିଲାପାଳଙ୍କ ଅଫିସ ସମ୍ମୁଖରେ ଧାରଣା ଦେଲେ ଚାଷୀ

ବଲାଙ୍ଗୀର,୨୦ା୧୨(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲାର ଅଧିକାଂଶ ମଣ୍ଡି ଏ ଯାଏ ଖୋଲିପାରିନାହିଁ। ଯାହା ଫଳରେ ଚାଷୀମାନେ ଧାନ ବିକ୍ରି କରି ନ ପାରି ହଇରାଣ...

ରେଞ୍ଜରଙ୍କ ଘରୁ ମିଳିଲାଣି ପୁଳାପୁଳା ଟଙ୍କା : ୬୭ ଲକ୍ଷର ଜମା

ଜଗତ୍‌ସିଂହପୁର,୨୦।୧୨: ଜଗତସିଂହପୁର ରାହାମା ରେଞ୍ଜର ରାଜେନ୍ଦ୍ର ସାମନ୍ତରାୟଙ୍କ ଘରେ ଭିଜିଲାନ୍ସ ଚଢ଼ାଉ ପରେ ମିଳିଲାଣି ୬୭ ଲକ୍ଷ ବ୍ୟାଙ୍କ ଓ ପୋଷ୍ଟାଲ ଜମା। ଆୟ ବର୍ହିଭୂତ...

ରାଜସ୍ବ ନିରୀକ୍ଷକଙ୍କୁ ପାଠ ପଢ଼ାଇଲେ ରାଜସ୍ବ ମନ୍ତ୍ରୀ: କହିଲେ ଯମ ଅଜାଣତରେ…

ଜୟପୁର,୨୦।୧୨: ରାଜସ୍ବ ନିରୀକ୍ଷକଙ୍କୁ ପାଠ ପଢ଼ାଇଲେ ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ। ସେ କହିଛନ୍ତି ଯମ ଅଜାଣତରେ ମଣିଷର ମୃତ୍ୟୁ ହୁଏନି। ଏହା ସହ ସେ...

ଦାମୀ କାର ଭିତରେ ସିକ୍ରେଟ୍‌ ଚ୍ୟାମ୍ବର: ପୁଷ୍ପା ଷ୍ଟାଇଲରେ ଗଞ୍ଜେଇ ଚାଲାଣ ବେଳେ ମାଡ଼ିବସିଲା…

ବଲାଙ୍ଗୀର,୨୦।୧୨:(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ୨୬ ନଂ ଜାତୀୟ ରାଜପଥରେ ପୁଷ୍ପା ଷ୍ଟାଇଲରେ ଏକ କ୍ରେଟା କାରରେ ଗଞ୍ଜେଇ ଚାଲାଣ ହେଉଥିବା ଖବର ପାଇ ମାଡ଼ିବସିଲା...

ଗୋଡ଼ି ଛାଣିଲେ ମିଳେ ପଇସା, ଆଶ୍ଚର୍ଯ୍ୟ ଲାଗିଲେ ବି…

ଯାଜପୁର ଟାଉନ, ୨୦ା୧୨(ପ୍ରଯକ୍ତା ପ୍ରିୟଦର୍ଶିନୀ ମହାନ୍ତି): ମାନବ ସମାଜରେ ସମସ୍ତେ ନିଜ ପେଟପାଟଣା ପାଇଁ କିଛି ନା କିଛି କର୍ମ କରି ଦୁଇ ପଇସା ରୋଜଗାର...

ମୁଖ୍ୟମନ୍ତ୍ରୀଙ୍କ ବାସଭବନ ଘେରାଉବେଳେ ଅଣ୍ଡାମାଡ଼ କଲା ଯୁବ କଂଗ୍ରେସ

ଭୁବନେଶ୍ୱର,୨୦ା୧୨: ରାଜ୍ୟରେ ଆଇନଶୃଙ୍ଖଳା ବିପର୍ଯ୍ୟସ୍ତ ହୋଇପଡ଼ିଛି। ଏହି ଅଭିଯୋଗରେ ଗର୍ଜନ କରିଛି ଯୁବ କଂଗ୍ରେସ। ରାଜଧାନୀ ଭୁବନେଶ୍ବରରେ ବିକ୍ଷୋଭ ପ୍ରଦର୍ଶନ ସହ ଅଣ୍ଡାମାଡ଼ କରିଛି ଯୁବ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri