ବିଜେଡି-ଭାଜପା ଟଣାଓଟରା

ଭୁବନେଶ୍ୱର,୨୪।୨(ବ୍ୟୁରୋ): ପେଟ୍ରୋଲ ଓ ଡିଜେଲ ଦର ହୁ ହୁ ହୋଇ ବଢ଼ିଚାଲିଛି। ଦେଶର କେତେକ ରାଜ୍ୟରେ ପେଟ୍ରୋଲ ୧୦୦ ଟଙ୍କା ଛୁଇଁଲାଣି। ଓଡ଼ିଶାର କେତେକ ସ୍ଥାନରେ ମଧ୍ୟ ପ୍ରିମିୟମ ପେଟ୍ରୋଲ ଦର ୧୦୦ ଟଙ୍କା ଟପିଗଲାଣି। ଜନସାଧାରଣ ତ୍ରାହି ତ୍ରାହି ଡାକିଲେଣି। ଦର ବୃଦ୍ଧିକୁ ନେଇ କଂଗ୍ରେସ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଉପରେ ବର୍ଷିଥିବା ବେଳେ ବିଜେଡି ଓ ଭାଜପା ଟିକସ ହ୍ରାସକୁ ନେଇ ପରସ୍ପର ଗୋହି ଖୋଳାଖୋଳି ହୋଇଛନ୍ତି। କେନ୍ଦ୍ର ଓ ରାଜ୍ୟ ସରକାର ଗରିବଙ୍କୁ କୋଭିଡ୍‌ ମହାମାରୀ ବେଳେ ଲୁଟୁଛନ୍ତି। ମଙ୍ଗଳବାର ବିଧାନସଭାରେ ପେଟ୍ରୋଲ, ଡିଜେଲ ଦର ବୃଦ୍ଧି ସମ୍ପର୍କିତ ମୁଲତବୀ ପ୍ରସ୍ତାବ ଆଣି କଂଗ୍ରେସ କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ କାଠଗଡ଼ାରେ ଛିଡା କରାଇଛିି।
ମୁଲତବୀ ପ୍ରସ୍ତାବ ଆଲୋଚନା ଆରମ୍ଭ କରି କଂଗ୍ରେସ ସଦସ୍ୟ ତାରା ପ୍ରସାଦ ବାହିନୀପତି କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ କଡ଼ା ସମାଲୋଚନା କରିଥିଲେ। ସେ କହିଥିଲେ ଯେ, ଦେଶରେ ପେଟ୍ରୋଲ ଦର ୧୦୦ ଟଙ୍କା ଟପିଲାଣି। ଗ୍ୟାସ ଦର ୮୦୦ ଟଙ୍କା ଉପରକୁ ଗଲାଣି। କେନ୍ଦ୍ର ସରକାର ପେଟ୍ରୋଲ ଉପରୁ ୩୩ ଟଙ୍କା ଟିକସ ନେଉଥିବା ବେଳେ ଡିଜେଲ ଉପରୁ ୩୨ ଟଙ୍କା ନେଉଛନ୍ତି। ରାଜ୍ୟ ସରକାର ଭାଟ୍‌ ବାବଦରେ ୨୦ ଟଙ୍କା ନେଉଛନ୍ତି। କୋଭିଡ୍‌ ସମୟରେ ପେଟ୍ରୋଲ ଉପରୁ ୧୦ ଓ ଡିଜେଲ ଉପରୁ ୧୩ ଟଙ୍କା ସୀମା ଶୁଳ୍କ ନେଉଛନ୍ତି। ଉପା ସରକାର ଥିବା ବେଳେ ବିଜେଡି ନେତା ପଲ୍ଲୀରୁ ଦିଲ୍ଲୀ ଯାଏ ଗ୍ୟାସ ସିଲିଣ୍ଡର ଧରି ବୁଲୁଥିଲେ। ଏବେ ପାଟି ଖୋଲୁନି। ଛତିଶଗଡ଼ ପେଟ୍ରୋଲ ଦର କମାଇଛି। ରାଜ୍ୟ ସରକାର ଟିକସ କମାନ୍ତୁ ବୋଲି ତାରା କହିଥିଲେ। କଂଗ୍ରେସ ସଦସ୍ୟ ସନ୍ତୋଷ ସିଂ ସାଲୁଜା କହିଥିଲେ, ପାକିସ୍ତାନରେ ପେଟ୍ରୋଲ ୫୧ ଟଙ୍କା ୧୩ ପଇସାରେ ମିଳୁଥିବା ବେଳେ ନେପାଳରେ ୬୮ ଟଙ୍କାରେ ମିଳୁଛି। କେତେକ ଦେଶରେ ୧୦ରୁ ୧୫ ଟଙ୍କାରେ ପେଟ୍ରୋଲ ମିଳୁଛି। ବିଜେଡି କାହିଁକି ତୁଣ୍ଡିମାରି ବସିଛି। କେନ୍ଦ୍ରରେ ଭାଜପା ସରକାର ଯାହା କହୁଛନ୍ତି, ବିଜେଡି ସେୟା କରୁଛି। ତୈଳ ଦର ବୃଦ୍ଧି ଚାଷୀମାନଙ୍କୁ ପ୍ରଭାବିତ କରିଛି। ରାଜ୍ୟ ସରକାର କେନ୍ଦ୍ରକୁ ନ ଅନାଇ ତୈଳ ଉପରୁ ଭାଟ୍‌ କମାନ୍ତୁ ବୋଲି ସେ ଦାବି କରିଥିଲେ। ଭାଜପା ସଭ୍ୟ ବିଷ୍ଣୁ ସେଠୀ କହିଥିଲେ, ପେଟ୍ରୋଲ ଦର ବଢାଇ କେନ୍ଦ୍ର ସରକାର ଗରିବ କଲ୍ୟାଣ କାମରେ ସେହି ଅର୍ଥକୁ ଲଗାଉଛନ୍ତି। ଓଡ଼ିଶାରେ ଉଜ୍ଜ୍ୱଳା ଯୋଜନାରେ ୪୫ ଲକ୍ଷ ୩୪ ହଜାର ପରିବାରକୁ ମାଗଣାରେ ଗ୍ୟାସ ଯୋଗାଇ ଦିଆଯାଇଛି। ଗରିବ କଲ୍ୟାଣ ଯୋଜନାରେ ୧.୯୫ ଲକ୍ଷ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି। କଂଗ୍ରେସକୁ ଇଙ୍ଗିତ କରି ସେ କହିଲେ ଯେ, ହଜାରେ ମୂଷା ଖାଇବା ପରେ ବିଲେଇ ତୀର୍ଥ କରିବାକୁ ଯାଉଛି। କଂଗ୍ରେସ ସମୟରେ ଗରିବଙ୍କୁ ଲୁଟ୍‌ କରି ସୁଇସ୍‌ ବ୍ୟାଙ୍କରେ ଟଙ୍କା ଠୁଳ ହେଉଥିଲା। ଏବେ ଦୁର୍ନୀତିର ନଁାଗନ୍ଧ ନାହିଁ। କୌଣସ ମନ୍ତ୍ରୀ କଥା ଦୂରରେ ଥାଉ କୌଣସି ଏମ୍‌ପିଙ୍କ ନାମରେ ଦୁର୍ନୀତି ଅଭିଯୋଗ ନାହିଁ। ଭାଜପା ସଦସ୍ୟ ମୋହନ ଚରଣ ମାଝି ଓ ମୁକେଶ ମହାଲିଙ୍ଗ କହିଲେ, ମେଘାଳୟ ଓ ଛତିଶଗଡ ସରକାର ତୈଳ ଦର କମାଇଛନ୍ତି। ଓଡ଼ିଶା ସରକାର ତୈଳରୁ ୪୧ ପ୍ରତିଶତ ଟିକସ ପାଉଛନ୍ତି। ଏହାକୁ କମାଇ ପାରିବେ। ବିଜେଡି ସଭ୍ୟ ଅଶ୍ୱିନୀ ପାତ୍ର କହିଲେ, କେନ୍ଦ୍ର ସରକାର ଡିଜେଲ ଓ ପେଟ୍ରୋଲ ଉପରେ ୨୦୨୦ ମେ’ରୁ ଇନ୍‌ଫ୍ରାଷ୍ଟ୍ରକ୍ଚର ସେସ୍‌ ଲଗାଇ ଲିଟର ପିଛା ୧୮ ଟଙ୍କା ଆଦାୟ କରୁଛନ୍ତି। ସେଥିରୁ ରାଜ୍ୟଗୁଡିକ କିଛି ପାଉନାହାନ୍ତି। ତାହାକୁ କେନ୍ଦ୍ର ସରକାର ଉଚ୍ଛେଦ କରନ୍ତୁ ବୋଲି ସେ ଦାବି କରିଥିଲେ। ବିଜେଡି ସଦସ୍ୟ ଲତିକା ପ୍ରଧାନ କହିଥିଲେ, କେନ୍ଦ୍ର ସରକାର ଡିଜେଲ ଉପରୁ ୩୨ଟଙ୍କା ୯୦ ପଇସା ନେଉଥିବା ବେଳେ ପେଟ୍ରୋଲ ଉପରୁ ୩୫ ଟଙ୍କା ୭୦ ପଇସା ଟିକସ ନେଉଛନ୍ତି। ୧୦୦ ଟଙ୍କାର ପେଟ୍ରୋଲ ପକାଇ ଘରକୁ ଆସିବା ବେଳକୁ ତାହା ସରି ଯାଉଛି। ଇନ୍‌ଫ୍ରାଷ୍ଟ୍ରକ୍ଚର ସେସ୍‌ କେନ୍ଦ୍ର ସରକାର ଉଠାଇ ଦିଅନ୍ତୁ ବୋଲି ସେ ଦାବି କରିଛନ୍ତି। ତୈଳ ଦର ବୃଦ୍ଧିକୁ ପ୍ରତିବାଦ କରି କଂଗ୍ରେସ ସଦସ୍ୟମାନେ ବିଧାନସଭାକୁ ସାଇକେଲରେ ଆସିଥିଲେ।
ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ଏହାର ଜବାବରେ କହିଥିଲେ ଯେ, ପେଟ୍ରୋଲ ଓ ଡିଜେଲ ଉପରୁ ରାଜ୍ୟ ସରକାର କେନ୍ଦ୍ର ସରକାରଙ୍କଠାରୁ କମ୍‌ ଟିକସ ଆଦାୟ କରୁଛନ୍ତି। ତୈଳ ବିକ୍ରୟ କରୁଥିବା କମ୍ପାନୀଗୁଡିକର ବେସ୍‌ ପ୍ରାଇସ, କେନ୍ଦ୍ରୀୟ ଉତ୍ପାଦ ଶୁଳ୍କ, ଅତିରିକ୍ତ ଉତ୍ପାଦ ଶୁଳ୍କ ଓ ମୂଲ୍ୟଯୁକ୍ତ ଟିକସ(ଭାଟ୍‌)କୁ ଭିତ୍ତିକରି ପେଟ୍ରୋଲ ଓ ଡିଜେଲର ଖୁଚୁରା ମୂଲ୍ୟ ନିରୂପଣ କରାଯାଇଥାଏ। ଭୁବନେଶ୍ୱରରେ ୨୦୨୧ ଫେବୃୟାରୀ ୨୩ରେ ପେଟ୍ରୋଲ ଲିଟର ପିଛା ଖୁଚୁରା ମୂଲ୍ୟ ୯୧.୬୬ ଟଙ୍କା ଥିଲା। ସେଥିରୁ ତୈଳ ବିକ୍ରି କରୁଥିବା କମ୍ପାନୀଗୁଡିକ ପକ୍ଷରୁ ସ୍ଥିର କରାଯାଇଥିବା ବେସ୍‌ ପ୍ରାଇସ ୩୩.୬୮ ଟଙ୍କା ଥିବାବେଳେ କେନ୍ଦ୍ରୀୟ ଉତ୍ପାଦ ଶୁଳ୍କ ୧.୪୦ ପଇସା ଓ ଅତିରିକ୍ତ ଉତ୍ପାଦନ ଶୁଳ୍କ ୧୧ ଟଙ୍କା, ଇନ୍‌ଫ୍ରାଷ୍ଟକ୍ଚର ସେସ୍‌ ୧୮ ପଇସା ଓ କୃଷି ଭିତ୍ତିଭୂମି ଉନ୍ନୟନ ସେସ୍‌ ୨ ଟଙ୍କା ୫୦ ପଇସାକୁ ମିଶାଇ କେନ୍ଦ୍ର ସରକାର ମୋଟ ୩୨.୯୦ ଟଙ୍କା ଆଦାୟ କରୁଥିବାବେଳେ ରାଜ୍ୟ ସରକାର ୩୨ ପ୍ରତିଶତ ଭାଟ୍‌ ବାବଦକୁ ୨୧.୪୦ ଟଙ୍କା ଆଦାୟ କରୁଛନ୍ତି। ସେହିପରି ଭୁବନେଶ୍ୱରରେ ଫେବୃୟାରୀ ୨୩ରେ ଡିଜେଲର ଖୁରୁରା ବିକ୍ରୟ ମୂଲ୍ୟ ୮୮.୬୩ ଟଙ୍କା ରହିଛି। ସେଥିରୁ କେନ୍ଦ୍ର ସରକାର ବିଭିନ୍ନ ଟିକସ ବାବଦରେ ୩୧ ଟଙ୍କା ୮୦ ପଇସା ଆଦାୟ କରୁଥିବା ବେଳେ ରାଜ୍ୟ ସରକାର ଭାଟ୍‌ ବାବଦକୁ ୧୮ ଟଙ୍କା ୯୦ ପଇସା ନେଉଛନ୍ତି। ୧୦୧ତମ ସମ୍ବିଧାନ ସଂଶୋଧନ ଅଧିନିୟମ ଅନୁସାରେ ଜିଏସ୍‌ଟି ପ୍ରଚଳନ ହେବା ଫଳରେ ବର୍ତ୍ତମାନ କେବଳ ୬ଟି ଦ୍ରବ୍ୟ ଯଥା ଅଶୋଧିତ ପେଟ୍ରୋଲ, ଡିଜେଲ, ବିମାନ ଇନ୍ଧନ, ପ୍ରାକୃତିକ ଗ୍ୟାସ ଓ ମାନବ ବ୍ୟବହୃତ ମଦ ବ୍ୟତୀତ ଅନ୍ୟ ସମସ୍ତ ଦ୍ରବ୍ୟ ଉପରେ ଜିଏସ୍‌ଟି ଲାଗୁ ହୋଇଛି। ମନ୍ତ୍ରୀ କହିଛନ୍ତି ଯେ, ଭୁବନେଶ୍ୱରରେ ପେଟ୍ରୋଲ ଲିଟର ପିଛା ୯୧ ଟଙ୍କା ୬୬ ପଇସା ଥିବାବେଳେ ଭୋପାଳରେ ୯୮ ଟଙ୍କା ୯୬ ପଇସା, ମୁମ୍ବାଇରେ ୯୭.୩୪ ଟଙ୍କା, କୋଲକାତାରେ ୯୧ ଟଙ୍କା ୧୨ ପଇସା, ଚେନ୍ନାଇରେ ୯୨ ଟଙ୍କା ୯୦ ପଇସା, ହାଇଦ୍ରାବାଦରେ ୯୪ ଟଙ୍କା ୫୪ ପଇସା, ପାଟନାରେ ୯୩ ଟଙ୍କା ୨୫ ପଇସା, ଥିରୁଭାନନ୍ତପୁରମ୍‌ରେ ୯୨ ଟଙ୍କା ୪୬ ପଇସା, ଜୟପୁରରେ ୯୭ ଟଙ୍କା ୪୭ ପଇସା, ବିଶାଖାପାଟଣାରେ ୯୫ ଟଙ୍କା ୫୪ ପଇସା ରହିଛି। ସେହିପରି ଭୁବନେଶ୍ୱରରେ ଡିଜେଲ ଲିଟର ପିଛା ୮୮ ଟଙ୍କା ୬୩ ପଇସା ଥିବା ବେଳେ ଭୋପାଳରେ ୮୯ ଟଙ୍କା ୬୦ ପଇସା, ମୁମ୍ବାଇରେ ୮୮ ଟଙ୍କା ୪୪ ପଇସା, ଚେନ୍ନାଇରେ ୮୬ ଟଙ୍କା ୩୧ ପଇସା, ହାଇଦ୍ରାବାଦରେ ୮୮ ଟଙ୍କା ୬୯ ପଇସା ରହିଛି। ସେହି ଟିକସ ଜନହିତକର କାର୍ଯ୍ୟରେ ଲାଗୁଛି ବୋଲି ଅର୍ଥମନ୍ତ୍ରୀ ପୂଜାରୀ କହିଛନ୍ତି।

 

 


Enter your email to get our daily news in your inbox.

All Right Reserved By Dharitri.Com

ପଡ଼ୋଶୀ ଦେଶରେ ପେଟ୍ରୋଲ-ଡିଜେଲ ଶସ୍ତା! LPG ସିଲିଣ୍ଡର ଦାମ ୧୦୦ ଟଙ୍କା କମିଲା…

ନୂଆଦିଲ୍ଲୀ, ୨ା୭: ଜୁଲାଇ ପହିଲାରେ ଭାରତରେ ବାଣିଜ୍ୟିକ ଏଲପିଜି ସିଲିଣ୍ଡରର ମୂଲ୍ୟ ହ୍ରାସ ପାଇଥିବା ବେଳେ, ପଡ଼ୋଶୀ ଦେଶ ନେପାଳର ଲୋକମାନଙ୍କୁ ମଧ୍ୟ ଏକ ବଡ଼ ଆଶ୍ୱସ୍ତି…

ପାଠ୍ୟ ପୁସ୍ତକରେ ତ୍ରୁଟି, ତେଜୁଛି ଆନ୍ଦୋଳନ

ବରଗଡ଼,୨।୭(ପ୍ରେମାନନ୍ଦ ଖମାରୀ):ନୂତନଭାବେ ପ୍ରକାଶ ପାଇଥିବା ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ବିଭିନ୍ନ ପାଠ୍ୟ ପୁସ୍ତକରେ ରହିଥିବା ଅନେକ ତ୍ରୁଟିକୁ ନେଇ ରାଜ୍ୟରେ ଅସନ୍ତୋଷ ଥମିବାର ନାଁ ନେଉ…

ହ୍ୱାଟ୍ସଆପ୍‌ର ନୂଆ ‘ୟୁଜରନେମ୍‌’ ଫିଚର ଉପରେ କେନ୍ଦ୍ରର ରୋକ

ନୂଆଦିଲ୍ଲୀ, ୨ା୭ (ପି.ଟି.): ହ୍ୱାଟ୍ସଆପ୍‌ ଚିଫ୍‌ କମ୍ପ୍ଲାଏନ୍ସ ଅଫିସରଙ୍କୁ ପଠାଯାଇଥିବା ସରକାରୀ ନୋଟିସରେ ସ୍ପଷ୍ଟ କୁହାଯାଇଛି ଯେ, ଏକ ପ୍ରମୁଖ ସାମାଜିକ ଗଣମାଧ୍ୟମ ସଂସ୍ଥା ଭାବେ ମେଟା…

୨ଦିନରେ ଧାନ ଉଠିବା ନେଇ ଆଶଙ୍କାରେ ଚାଷୀ: ମଣ୍ଡିରେ ଗଜା ହେଲାଣି ଧାନ

ନୂଆପଡ଼ା,୨ା୭ (ମକାରୁ ବେମାଲ):ନୂଆପଡ଼ା ଜିଲାରେ ରବି ମଣ୍ଡି ଧାନ ଉଠାଣ ଅବଧି ଜୁନ ୩୦ ରହିଥିଲା। ଜିଲାର ବିଭିନ୍ନ ମଣ୍ଡିରେ ପଡି ରହିଥିବା ଧାନକୁ ଦେଖି ରାଜ୍ୟ…

ପ୍ରମାଣପତ୍ର ପାଇଁ ଆସି ଦିବ୍ୟାଙ୍ଗ ହଟହଟା: ନିରାଶରେ ଘରକୁ ଫେରୁଛନ୍ତି

ବରଗଡ଼,୨।୭(ପ୍ରେମାନନ୍ଦ ଖମାରୀ):ବରଗଡ଼ ଜିଲାରେ ପ୍ରମାଣପତ୍ର ପାଇଁ ଦିବ୍ୟାଙ୍ଗମାନେ ହଟହଟା ହେବା ସାଧାରଣରେ ପରିଣତ ହୋଇଛି। କେତେବେଳେ ପ୍ରମାଣପତ୍ର ଇସ୍ୟୁ କରିବାକୁ ଡାକ୍ତର ନାହାନ୍ତି ତ ଆଉକେବେ ନିର୍ଦ୍ଧାରିତ…

ଅଗଷ୍ଟ ୩୦ରେ ଏନ୍‌ଇଇଟି-ପିଜି ପରୀକ୍ଷା

ନୂଆଦିଲ୍ଲୀ,୨ା୭: ନ୍ୟାଶନାଲ ବୋର୍ଡ ଅଫ୍‌ ଏକ୍ଜାମିନେଶନ୍ସ ଇନ୍‌ ମେଡିକାଲ ସାଇନ୍ସ (ଏନ୍‌ବିଇଏମ୍‌ଏସ୍‌) ନୂଆଦିଲ୍ଲୀ ଚଳିତବର୍ଷର ଏନ୍‌ଇଇଟି-ପିଜି ପରୀକ୍ଷା ପାଇଁ ବୁଧବାର ଆବେଦନ ପ୍ରକ୍ରିୟା ଆରମ୍ଭ କରିଛନ୍ତି। ଏହି…

ବିନା ବିଦ୍ୟୁତ୍‌ରେ ସମୁଦ୍ର ପାଣି ହେବ ପିଇବାଯୋଗ୍ୟ

ବେଜିଂ, ୨ା୭: ଚାଇନାର ଗବେଷକମାନେ ଏକ ଅଭିନବ ସୌରଶକ୍ତିଚାଳିତ ଜଳ ବିଶୋଧନ ପ୍ରଯୁକ୍ତି ପ୍ରସ୍ତୁତ କରିଛନ୍ତି, ଯାହା ସମୁଦ୍ରର ଲୁଣି ପାଣିକୁ ଅତି ସହଜରେ ପିଇବା ଯୋଗ୍ୟ…

୩ ପରେ ୪ର୍ଥ

ଭୁବନେଶ୍ୱର,୨।୭(ସୁନିତ୍‌ ମିଶ୍ର): ଭାଜପାର ରାଜ୍ୟ ସଭା ସଦସ୍ୟ ସୁଜିତ୍‌ କୁମାର ଗତ ୨୫ ତାରିଖରେ ଚୌଦ୍ୱାର ଥାନାରେ ଜେଲ ଡିଜିଙ୍କ ବିରୋଧରେ ଏକ ଲିଖିତ ଅଭିଯୋଗ ଦେଇଛନ୍ତି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri