ତୁଟିଛି ମେଣ୍ଟ ଭାଗବଣ୍ଟା, ଏବେ ଘୋଷଣାକୁ ଅପେକ୍ଷା

ଭୁବନେଶ୍ୱର, ୧୩।୩(ସୁନିତ୍‌ ମିଶ୍ର): ବିଜେଡି-ଭାଜପା ଭିତରେ ମେଣ୍ଟ ହେବା ନେଇ ଯେଉଁ ଚର୍ଚ୍ଚା ଆରମ୍ଭ ହୋଇଛି ଏପର୍ଯ୍ୟନ୍ତ ସେ କଥାର କୌଣସି ସ୍ପଷ୍ଟ ଚିତ୍ର ବାହାରକୁ ଆସୁନାହିଁ। ଉଭୟ ଦଳର ନେତା ଯଦିଓ ମେଣ୍ଟ କଥାକୁ ଖଣ୍ଡନ କରୁନାହାନ୍ତି, ସେମାନଙ୍କ ନିକଟରେ ସେଭଳି କିଛି ଖବର ରହୁ ନ ଥିବାରୁ ଯାହା ଦଳର ସୁପ୍ରିମୋ ନିଷ୍ପତ୍ତି ନେବେ, ତାହାକୁ ସମସ୍ତେ ମାନିନେବେ ବୋଲି କେବଳ କହୁଛନ୍ତି। ଉଭୟ ଦଳର ନେତା ମଧ୍ୟ ମେଣ୍ଟ ନେଇ ଶୀର୍ଷସ୍ତରରେ ଚାଲିଥିବା କଥା ଜାଣୁଛନ୍ତି; ହେଲେ ବାସ୍ତବ ସ୍ଥିତି ବିଷୟରେ କିଛି ଖବର ପାଉନାହାନ୍ତି। ଅନ୍ୟପଟେ ଭାଜପା ରାଜ୍ୟ ସଭାପତି ମନମୋହନ ସାମଲ ୨ ଦିନ ହେଲା ଦିଲ୍ଲୀରେ ଡେରା ପକାଇ ରହିଥିବା ବେଳେ ଗଣମାଧ୍ୟମକୁ କୌଣସି ସୂଚନା ଦେଉନାହାନ୍ତି। ଏଭଳି ମେଣ୍ଟ ଚର୍ଚ୍ଚା ଲାଗି ରହିଥିବା ବେଳେ ଜାତୀୟ ଗଣମାଧ୍ୟମର ବିଶିଷ୍ଟ ସାମ୍ବାଦିକ ରାଜଦୀପ ସରଦେଶାଇ ‘ଏକ୍ସ’ରେ କରିଥିବା ପୋଷ୍ଟ ଆଲୋଚନାକୁ ବଳ ଯୋଗାଇଛି। ରାଜଦୀପ ସୋମବାର ବିଳମ୍ବିତ ରାତିରେ ବିଜେଡି-ଭାଜପା ମଧ୍ୟରେ ମେଣ୍ଟ ଆଲୋଚନା ସଫଳ ହୋଇଥିବା କଥା କହିଥିବା ବେଳେ ଦିନେ କିମ୍ବା ଦୁଇ ଦିନ ମଧ୍ୟରେ ଏନେଇ ଘୋଷଣା ହୋଇଯିବ ବୋଲି ସେ ପୋଷ୍ଟରେ ଉଲ୍ଲେଖ କରିଛନ୍ତି। ଏହାସହ ଲୋକ ସଭାରେ ବିଜେଡି ୮ ଏବଂ ଭାଜପା ୧୩ଟି ଆସନରେ ଲଢ଼ିବାକୁ ଥିବାବେଳେ ବିଧାନସଭାରେ ବିଜେଡି ୯୮ ଓ ଭାଜପା ୪୯ ଆସନରେ ଲଢ଼ିବ ବୋଲି ଉଭୟ ଦଳ ମଧ୍ୟରେ କଥା ସରିଥିବା ସେ ଉଲ୍ଲେଖ କରିଛନ୍ତି। ଓଡ଼ିଶାରେ ହେବାକୁ ଥିବା ମେଣ୍ଟ ବୁଝାମଣାରେ କାହା ଭାଗରେ କେତେ ଆସନ ପଡ଼ିବ ସେକଥା ପ୍ରାୟ କାହା ପାଖରେ ନ ଥିବାବେଳେ ରାଜଦୀପଙ୍କ ଏଭଳି ପୋଷ୍ଟକୁ ମଧ୍ୟ ଅନେକେ ଗ୍ରହଣ କରୁଛନ୍ତି। ଅନୁରୂପ ଭାବେ, ୧୪୭ ବିଧାନସଭା ଆସନରୁ କିଏ କେଉଁ ଆସନ ନେବେ, ତା’ର ଏକ ତାଲିକା ମଧ୍ୟ ସାମାଜିକ ଗଣମାଧ୍ୟମରେ ଘୂରିବୁଲୁଛି। ଉକ୍ତ ତାଲିକାରେ ମଧ୍ୟ ୪୯ଟି ନିର୍ବାଚନମଣ୍ଡଳୀ ଭାଜପାର ଥିବାବେଳେ ୯୮ଟି ବିଜେଡି ହିସାବରେ ଥିବା ଉଲ୍ଲେଖ କରାଯାଇଛି। ଏହାକୁ ନେଇ ମେଣ୍ଟ ଆଲୋଚନା ଏକ ପ୍ରକାର ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିସାରିଥିବା ରାଜନୈତିକ ମହଲରେ ଚର୍ଚ୍ଚା ହେଉଛି।
ଅପରପକ୍ଷରେ ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ମଙ୍ଗଳବାର ଓଡ଼ିଶା ଆସିବେ ବୋଲି ଯାହା ଚର୍ଚ୍ଚା ହେଉଥିଲା ସେପରି କିଛି ଘଟିନାହିଁ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦିଲ୍ଲୀ ଗସ୍ତ କରିବେ ବୋଲି ଯେଉଁ ଆଲୋଚନା ହେଉଥିଲା ସେକଥା ମଧ୍ୟ ମଙ୍ଗଳବାର ସୁଦ୍ଧା ଘଟିନାହିଁ। ହେଲେ ଭାଜପା ରାଜ୍ୟ ନେତୃତ୍ୱଙ୍କୁ ନେଇ ଦିଲ୍ଲୀରେ ଘନ ଘନ ବୈଠକ ବସିଛି। କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଦିଲ୍ଲୀସ୍ଥିତ ବାସଭବନରେ ଦୀର୍ଘ ସମୟ ଧରି ଏକ ପ୍ରକାର ଆଲୋଚନା ହୋଇଥିବା ଖବର ମିଳିଛି। ଯଦିଓ ବିଜେଡି ଏବଂ ଭାଜପାର ଶୀର୍ଷ ନେତୃତ୍ୱଙ୍କ ମଧ୍ୟରେ ମେଣ୍ଟ ହେବା କଥା ପୂର୍ବରୁ ଚୂଡ଼ାନ୍ତ ହୋଇସାରିଥିଲା ବୋଲି କୁହାଯାଇ ଆସୁଥିଲା, କିନ୍ତୁ କେଉଁ ଆସନରେ କିଏ ଲଢ଼ିବେ, ତା’ର ତାଲିକା କରିବା ଲାଗି କୁଆଡ଼େ ରାଜ୍ୟ ନେତୃତ୍ୱଙ୍କୁ ଦିଲ୍ଲୀ ଡକରା ହୋଇଥିବା ଚର୍ଚ୍ଚା ହେଉଛି। ଆସନ ଭାଗବଣ୍ଟା ସମ୍ପର୍କିତ ତାଲିକା ପ୍ରସ୍ତୁତ ହେବା ପରେ ଉଭୟ ଦଳର ଶୀର୍ଷ ନେତୃତ୍ୱ ମେଣ୍ଟ ଘୋଷଣା କରିପାରନ୍ତି ବୋଲି ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା ହେଉଛି।
ଏଭଳି ସ୍ଥିତିରେ ମେଣ୍ଟ ଚର୍ଚ୍ଚାକୁ ଉଭୟ ବିଜେଡି ଏବଂ ଭାଜପା ବିଧାୟକ ଅସ୍ବୀକାର କରୁନାହାନ୍ତି। ବିଜେଡି ବିଧାୟକ ପର୍ଶୁରାମ ଧଡ଼ା କହିଛନ୍ତି, ଓଡ଼ିଶାବାସୀଙ୍କ ସ୍ବାର୍ଥ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସବୁବେଳେ ପଦକ୍ଷେପ ନେଇଛନ୍ତି। ମେଣ୍ଟ କିଛି ନୂଆ କଥା ନୁହେଁ। ବିଗତ ଦିନରେ ବି ଓଡ଼ିଶାରେ ମେଣ୍ଟ ହୋଇଥିଲା। ଆଗାମୀ ଦିନରେ ମଧ୍ୟ ମେଣ୍ଟ ହେବ। ଆସନ ବୁଝାମଣା ନେଇ ମୁଖ୍ୟମନ୍ତ୍ରୀ ଉଭୟ ଦଳ ସହ ଆଲୋଚନା କରି ନିଷ୍ପତ୍ତି ନେବେ। ମେଣ୍ଟ ହେଲେ ବିଜେଡି ସବୁବେଳେ ଲାଭରେ ରହିଛି। ଲାଭ ଏବଂ କ୍ଷତି କଥା ସମୟ କହିବ ବୋଲି ପର୍ଶୁରାମ କହିଛନ୍ତି। ଭାଜପା ବିଧାୟକ ସୂର୍ଯ୍ୟବଂଶୀ ସୂରଜ କହିଛନ୍ତି, ମେଣ୍ଟ ଚର୍ଚ୍ଚା ଗଣମାଧ୍ୟମରେ ରହିଛି। ଏ ସମ୍ପର୍କିତ ଆଲୋଚନା ସେମାନଙ୍କ ନିକଟକୁ ଆସିନାହିଁ। ଦଳର ସଭାପତି ଏବଂ ରାଜ୍ୟ ପ୍ରଭାରୀ ଏ ସମ୍ପର୍କରେ ମତାମତ ପୂର୍ବରୁ ରଖିଛନ୍ତି। ଶୀର୍ଷ ନେତୃତ୍ୱଙ୍କ ନିଷ୍ପତ୍ତି ଜାଣିବା ପରେ ଯାହା କିଛି କହିହେବ। କେନ୍ଦ୍ର ଯାହା ନିଷ୍ପତ୍ତି ନେବ ତାହାକୁ ମାନିବେ ବୋଲି ସେ କହିଛନ୍ତି।
ଅପରପକ୍ଷରେ ମେଣ୍ଟ ସମ୍ପର୍କିତ କିଛି ସ୍ପଷ୍ଟ ଚିତ୍ର ବୁଧବାର ସୁଦ୍ଧା ସାମ୍ନାକୁ ଆସିବା ନେଇ ଜାତୀୟ ଗଣମାଧ୍ୟମର କିଛି ବରିଷ୍ଠ ଖବରଦାତା ଆଲୋଚନା ଆରମ୍ଭ କରିଛନ୍ତି। ଭାଜପା ନେତାମାନେ ଏ ବାବଦରେ କିଛି ସେମିତି ମୁହଁ ଖୋଲୁ ନ ଥିବାବେଳେ ବିଜେଡିର କିନ୍ତୁ ବହୁ ନେତା ବୁଧବାର ଏ ସମ୍ବନ୍ଧରେ ଘୋଷଣା ହେବା ନେଇ ଯଥେଷ୍ଟ ସମ୍ଭାବନା ରହିଥିବା କହୁଛନ୍ତି। ତେବେ ମେଣ୍ଟ ହେବା ନେଇ ଯେଉଁ ଦ୍ୱନ୍ଦ୍ୱ ରହିଛି ସେକଥା କେବେ ଦୂରହେବ, ତାହା ସମୟ କହିବ। ଯେତିକି ମେଣ୍ଟ ସଂକ୍ରାନ୍ତ ଚର୍ଚ୍ଚା ସ୍ପଷ୍ଟ ନ ହେଉଛି, ବିଜେଡି ଏବଂ ଭାଜପା ନେତାମାନଙ୍କ ବ୍ୟସ୍ତତା ସେତିକି ବଢ଼ି ବଢ଼ିଚାଲିଛି।


Enter your email to get our daily news in your inbox.

All Right Reserved By Dharitri.Com

ଆଳୁ ଅଭାବ: ଦର ବଢ଼ିଲା

ଭୁବନେଶ୍ୱର, ୨୭।୭(ସୁନିତ୍‌ ମିଶ୍ର): ସପ୍ତାହକ ମଧ୍ୟରେ ଆଳୁ ଦର ୧୫ ଟଙ୍କାରୁ ଅଧିକ ବୃଦ୍ଧି ପାଇସାରିଲାଣି। ଆଳୁ ଏବେ କେଉଁଠି ୪୫ ଟଙ୍କା ତ ଆଉ...

ସରକାର ନିଜ ଦୋଷ ଲୁଚାଉଛନ୍ତି: ବିରୋଧୀ

ଭୁବନେଶ୍ୱର,୨୭ା୭(ଅନିଲ ଦାସ): ରଥ ଉପରୁ ବଡ଼ ଠାକୁର ଖସିପଡ଼ିବା, ଦଳାଚକଟାରେ ଜଣଙ୍କ ମୃତ୍ୟୁ ହେବା, ଟ୍ରାଫିକ ଅବ୍ୟବସ୍ଥା, ଅଣ ସେବାୟତ ରଥ ଉପରେ ଚଢ଼ିବା ପ୍ରସଙ୍ଗକୁ...

ବିଜେଡି ସରକାରର ବଜେଟଠାରୁ ଏଥର ୧୫% ଅଧିକ: ସମୀର

ଭୁବନେଶ୍ୱର, ୨୭।୭(ସୁନିତ୍‌ ମିଶ୍ର): ନୂତନ ରାଜନୈତିକ ସଂସ୍କୃତିର ପ୍ରତିଷ୍ଠାକରି ଭାଜପା ପ୍ରଥମ ଥର ଓଡ଼ିଶାରେ ସରକାର ଗଠନ କରିଛି। ଭାଜପା ସରକାରର ପ୍ରଥମ ବଜେଟ ଓଡ଼ିଶା...

ଆମ ଓଡ଼ିଶା ନବୀନ ଓଡ଼ିଶା ଯୋଜନାକୁ ନେଇ ବିରୋଧୀ-ଶାସକ ମୁହାଁମୁହିଁ

ଭୁବନେଶ୍ୱର,୨୭।୭(ଅନିଲ ଦାସ): ଆମ ଓଡ଼ିଶା ନବୀନ ଓଡ଼ିଶା ଯୋଜନାକୁ ନେଇ ବିଜେଡି -ଭାଜପା ବିଧାନସଭାରେ ମୁହାଁମୁହିଁ ହୋଇଛନ୍ତି। ଯୋଜନାର ନଁା ବଦଳିବାକୁ ନେଇ ବିଜେଡି ବିଧାୟକ...

ସୃଷ୍ଟି ହେଲା ଆଉ ଏକ ଲଘୁଚାପ, ପ୍ରବଳ ବର୍ଷିବ

ଭୁବନେଶ୍ୱର, ୨୬ା୭(ଅନୁରାଧା ମହାରଣା) – ଲଘୁଚାପ ପ୍ରଭାବରେ ଓଡ଼ିଶାରେ ତୁହାକୁ ତୁହା ବର୍ଷା ଲାଗିରହିଥିବାବେଳେ ପ୍ରାୟ ସବୁ ଜିଲାରେ ସ୍ଥିତି ବିଗିଡ଼ିବାରେ ଲାଗିଛି। ବର୍ଷା ଯୋଗୁ...

ମମତାଙ୍କୁ ଚିଠି ଲେଖିବା ନେଇ ନବୀନଙ୍କୁ ଟାର୍ଗେଟ କଲା ଭାଜପା

ଭୁବନେଶ୍ୱର, ୨୬।୭(ସୁନିତ୍‌ ମିଶ୍ର): ନିଜ ୨୪ ବର୍ଷ ଶାସନରେ ନବୀନ ପଟ୍ଟନାୟକଙ୍କ ନେତୃତ୍ୱାଧୀନ ବିଜେଡି ସରକାର ଓଡ଼ିଶାକୁ କୌଣସି କ୍ଷେତ୍ରରେ ଆତ୍ମନିର୍ଭରଶୀଳ ରାଜ୍ୟ ଭାବେ ଗଢ଼ି...

କୃଷି ବିଭାଗରେ ସରକାରୀ କାର୍ଯ୍ୟ ଓଡ଼ିଆ ଭାଷାରେ କରିବାକୁ ନିର୍ଦ୍ଦେଶ

ଭୁବନେଶ୍ୱର,୨୬।୭(ଶର୍ମିଷ୍ଠା ପାଣିଗ୍ରାହୀ): କୃଷି ଓ କୃଷକ ସଶକ୍ତିକରଣ ବିଭାଗ ଏହାର ନିର୍ଦ୍ଦେଶାଳୟ ଏବଂ ବିଭାଗ ଅଧିନରେ ଥିବା ଅନ୍ୟ ଅଧସ୍ତନ କାର୍ଯ୍ୟାଳୟଗୁଡିକରେ ସମସ୍ତ ସରକାରୀ କାର୍ଯ୍ୟ...

ଅଗ୍ନିବୀର ଯୋଜନା ନେଇ ବଡ଼ ଘୋଷଣା କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝି

ଭୁବନେଶ୍ୱର,୨୬।୭: ଅଗ୍ନିବୀରଙ୍କୁ ପାଇଁ ବଡ଼ ଘୋଷଣା କରିଛନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ମାଝି। ରାଜ୍ୟର ସବୁ ୟୁନିଫର୍ମ ସେବାରେ ସେମାନଙ୍କୁ ଗ୍ରହଣ କରାଯିବ ବୋଲି ଘୋଷଣା...

Advertisement
Mettle Meet 2024

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri