Posted inଜାତୀୟ

ସିଏଏକୁ ବିରୋଧ ବଢ଼ୁଛି

ନୂଆଦିଲ୍ଲୀ/ଗୁଆହାଟୀ/କୋଲକାତା,୧୩ା୩: ଲୋକ ସଭା ନିର୍ବାଚନକୁ କିଛି ସପ୍ତାହ ବାକି ଥିବାବେଳେ କେନ୍ଦ୍ର ସରକାର ଦେଶରେ ଲାଗୁ କରିଥିବା ନାଗରିକତ୍ୱ ସଂଶୋଧନ ଆଇନ (ସିଏଏ), ୨୦୧୯କୁ ବିରୋଧ ବଢ଼ିବାରେ ଲାଗିଛି। ଏହି ଆଇନର ସାମ୍ବିଧାନିକ ବୈଧତାକୁ ଚ୍ୟାଲେଞ୍ଜ କରି ମଙ୍ଗଳବାର ସୁପ୍ରିମକୋର୍ଟରେ ଏକ ପିଟିଶନ ଦାଖଲ ହୋଇଛି। ଅନେକ ମୁସଲମାନ ସଙ୍ଗଠନ ଓ ବିରୋଧୀ ଦଳ ଏହାର କାର୍ଯ୍ୟକାରିତା ଉପରେ ରୋକ ଲଗାଇବା ପାଇଁ ଦାବି କରିଛନ୍ତି। ଆସାମରେ ୩୦ରୁ ଅଧିକ ସଙ୍ଗଠନ ସିଏଏକୁ ବିରୋଧ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହାଙ୍କ କୁଶପୁତ୍ତଳିକା ଦାହ କରିଛନ୍ତି।
୨୦୧୯ରେ ପାର୍ଲାମେଣ୍ଟରେ ଗୃହୀତ ହେବାର ୪ ବର୍ଷ ପରେ ସୋମବାର ଏହି ବିବାଦୀୟ ଆଇନକୁ ତତ୍କାଳ ଲାଗୁ କରିବା ପାଇଁ ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଥିଲା। ଉକ୍ତ ଆଇନ ଅନୁସାରେ ୨୦୧୪ ଡିସେମ୍ବର ୩୧ ପୂର୍ବରୁ ପାକିସ୍ତାନ, ବାଂଲାଦେଶ ଓ ଆଫଗାନିସ୍ତାନରୁ ଭାରତକୁ ଆସିଥିବା ଅଣମୁସଲିମ୍‌ ଶରଣାର୍ଥୀମାନଙ୍କୁ ନାଗରିକତ୍ୱ ପ୍ରଦାନ କରାଯିବ। କିନ୍ତୁ ବିଦେଶାଗତ ମୁସଲମାନ ଶରଣାର୍ଥୀ ଭାରତର ନାଗରିକତ୍ୱ ପାଇଁ ଆବେଦନ କରିପାରିବେ ନାହିଁ ବୋଲି ଉକ୍ତ ଆଇନରେ ସ୍ପଷ୍ଟ ଉଲ୍ଲେଖ ରହିଛି। ତେଣୁ ଏହାକୁ ଅଧିକାଂଶ ମୁସଲିମ୍‌ ସଙ୍ଗଠନ ବିରୋଧ କରୁଛନ୍ତି। ଉକ୍ତ ଆଇନ ବିରୋଧରେ ପୂର୍ବରୁ ଦାଖଲ ହୋଇଥିବା ରିଟ୍‌ ପିଟିଶନଗୁଡ଼ିକର ଶୁଣାଣି ନ ହେବା ପର୍ଯ୍ୟନ୍ତ ନାଗରିକତ୍ୱ ସଂଶୋଧନ ନିୟମ, ୨୦୨୪ କାର୍ଯ୍ୟକାରୀ ନ କରିବା ପାଇଁ କେନ୍ଦ୍ରକୁ ନିର୍ଦ୍ଦେଶ ଦେବା ସକାଶେ ସର୍ବୋଚ୍ଚ ଅଦାଲତରେ ଆଉ ଏକ ଆବେଦନ କରାଯାଇଛି। ପୂର୍ବରୁ ସିଏଏକୁ ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ କରିଥିବା ଇଣ୍ଡିଆନ୍‌ ୟୁନିୟନ୍‌ ମୁସ୍‌ଲିମ ଲିଗ୍‌ (ଆଇୟୁଏମ୍‌ଏଲ୍‌) ମଙ୍ଗଳବାର ପୁଣି ସର୍ବୋଚ୍ଚ ଅଦାଲତଙ୍କ ଦ୍ୱାରସ୍ଥ ହୋଇଛି। ମୂଳ ୨୫୦ ଆବେଦନର ଶୁଣାଣି ଶେଷ ନ ହେବା ଯାଏ ଯେପରି ମୁସଲମାନ ସମ୍ପ୍ରଦାୟ ବିରୋଧରେ କୌଣସି ପ୍ରକାର କଠୋର କାର୍ଯ୍ୟାନୁଷ୍ଠାନ ନିଆଯିବ ନାହିଁ, ସେଥିଲାଗି କେନ୍ଦ୍ରକୁ ନିର୍ଦ୍ଦେଶ ଦେବାକୁ ଆଇୟୁଏମ୍‌ଏଲ୍‌ ଅଦାଲତଙ୍କୁ ନିବେଦନ କରିଛି। ଏଥିସହ ମୁସଲମାନ ସମ୍ପ୍ରଦାୟର ଲୋକଙ୍କୁ ନାଗରିକତ୍ୱ ପାଇବା ପାଇଁ ଆବେଦନ କରିବାକୁ ସାମୟିକ ଭାବେ ଅନୁମତି ପ୍ରଦାନ କରିବା ସକାଶେ କେନ୍ଦ୍ରକୁ ନିର୍ଦ୍ଦେଶ ଦେବାକୁ ମଧ୍ୟ ଅନୁରୋଧ କରାଯାଇଛି। ସରକାର ଆଇନ ଆଣିବା ପରେ ୪.୫ ବର୍ଷ ପର୍ଯ୍ୟନ୍ତ ଅପେକ୍ଷା କଲେ । ସୁପ୍ରିମକୋର୍ଟଙ୍କ ରାୟ ଆସିବା ଯାଏ ଅପେକ୍ଷା କରିବାରେ ଅସୁବିଧା ନାହିଁ ବୋଲି ଆଇୟୁଏମ୍‌ଏଲ୍‌ ଏଥିରେ ଉଲ୍ଲେଖ କରିଛି। ଏହାବାଦ୍‌ ଡେମୋକ୍ରାଟିକ୍‌ ୟୁଥ୍‌ ଫେଡେରେଶନ୍‌ ଅଫ୍‌ ଇଣ୍ଡିଆ ପକ୍ଷରୁ ମଧ୍ୟ ନାଗରିକତ୍ୱ (ସଂଶୋଧନ) ନିୟମ, ୨୦୨୪ ଉପରେ ସ୍ଥଗିତାଦେଶ ଜାରି କରିବା ପାଇଁ ଏକ ପୃଥକ୍‌ ଆବେଦନ କରାଯାଇଛି।
ସୁପ୍ରିମକୋର୍ଟରେ ସିଏଏ ବିରୋଧରେ ଆଇନଗତ ଲଢ଼େଇ ଜାରି ରହିଥିବାବେଳେ ଆସାମରେ ନାଗରିକତ୍ୱ ସଂଶୋଧନ ଆଇନକୁ କଡ଼ା ବିରୋଧ କରାଯାଇଛି। ଆସାମର ୩୦ରୁ ଊର୍ଦ୍ଧ୍ୱ ସଙ୍ଗଠନ ଏହାର ପ୍ରତିବାଦରେ ଆଇନର କପି ପୋଡ଼ିବା ସହ ପ୍ରଧାନମନ୍ତ୍ରୀ ଓ ସ୍ବରାଷ୍ଟ୍ରମନ୍ତ୍ରୀଙ୍କ କୁଶପୁତ୍ତଳିକା ଦାହ କରିଛନ୍ତି। ଆସୋମ ଜାତୀୟତାବାଦୀ ଯୁବ ଛାତ୍ର ପରିଷଦ (ଏଜଓ୍ବୋଇସିପି) ଲକ୍ଷୀମପୁରରେ କୁଶପୁତ୍ତଳିକା ଦାହ କରିଥିବାବେଳେ କଂଗ୍ରେସ ବିଭିନ୍ନ ଭାଗରେ ବିକ୍ଷୋଭ ବେଳେ ଆଇନର ନକଲଗୁଡ଼ିକୁ ଜାଳିଦେଇଛି। ଆସାମ ବିଧାନସଭାର ବିରୋଧୀ ଦଳ ନେତା ଦେବବ୍ରତ ସାଇକିଆଙ୍କ ନେତୃତ୍ୱରେ କଂଗ୍ରେସ କର୍ମୀମାନେ ଗୁଆହାଟୀସ୍ଥିତ ରାଜ୍ୟ ମୁଖ୍ୟାଳୟ ରାଜୀବ ଭବନ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ସିପିଆଇଏମ୍‌ ପକ୍ଷରୁ ମଧ୍ୟ କାମରୁପର ରଙ୍ଗିଆ ସହରରେ ସିଏଏ କାର୍ଯ୍ୟକାରିତା ବିରୋଧରେ ବିକ୍ଷୋଭ କରାଯାଇଛି। ବିଭିନ୍ନ କଲେଜରେ ଛାତ୍ର ସଙ୍ଗଠନଗୁଡ଼ିକ ବିକ୍ଷାଭ ଶୋଭାଯାତ୍ରାର ଆୟୋଜନ କରିଛନ୍ତି। ଶିବସାଗର ଜିଲାରେ ରାଇଜୋର ଦଳ, କୃଷକ ମୁକ୍ତି ସଂଗ୍ରାମ ସମିତି ଓ ଛାତ୍ର ମୁକ୍ତି ପରିଷଦ ସମେତ ବିଧାୟକ ଅଖିଳ ଗୋଗୋଇ ବିବାଦୀୟ ଆଇନକୁ ବିରୋଧ କରି କେନ୍ଦ୍ର ସରକାର ବିରୋଧରେ ସ୍ଲୋଗାନ ଦେଇଛନ୍ତି। ଅନ୍ୟପକ୍ଷେ ୧୬ ଦଳକୁ ନେଇ ଗଠିତ ୟୁନାଇଟେଡ୍‌ ଅପୋଜିଶନ ଫୋରମ୍‌ ଆସାମ (ୟୁଓଏଫ୍‌ଏ) ତରଫରୁ ଦିଆଯାଇଥିବା ୧୨ ଘଣ୍ଟିଆ ‘ହରବତମକ ହରତାଳ’କୁ ବିଶେଷ ସମର୍ଥନ ମିଳିନାହିଁ।
ଦିଲ୍ଲୀରେ ଜାମିଆ ମିଲିଆ ଇସ୍‌ଲାମିଆ ୟୁନିଭର୍ସିଟି ଛାତ୍ରୀଛାତ୍ର ସିଏଏ ପ୍ରତ୍ୟାହାର ଦାବିରେ ବିକ୍ଷୋଭ କରିଛନ୍ତି। ବିଶ୍ୱବିଦ୍ୟାଳୟର ଏକ ଗେଟ୍‌ ନିକଟରେ ଖବରଦାତା ସମ୍ମିଳନୀରେ ବିକ୍ଷୋଭକାରୀ ଛାତ୍ରୀଛାତ୍ର କହିଛନ୍ତି, ସିଏଏକୁ ଉଚ୍ଛେଦ କରାଯାଉ। ଏଥିସହ ପ୍ରାୟ ୪ ବର୍ଷ ପୂର୍ବେ ସିଏଏ ବିରୋଧୀ ଆନ୍ଦୋଳନ ବେଳେ ଗିରଫ ହୋଇଥିବା ସମସ୍ତ ଛାତ୍ରୀଛାତ୍ରଙ୍କୁ ମୁକ୍ତ କରାଯାଉ। ସେମାନଙ୍କ ବିରୋଧରେ ରୁଜୁ ମାମଲାକୁ ତୁରନ୍ତ ପ୍ରତ୍ୟାହାର କରାଯାଉ। ଏହି ସମୟରେ ‘ଦିଲ୍ଲୀ ପୋଲିସ ଓ୍ବାପସ ଯାଓ’ ଏବଂ ‘ଇନ୍‌କିଲାବ ଜିନ୍ଦାବାଦ’ ସ୍ଲୋଗାନ ଦିଆଯାଇଥିଲା। ସିପିଆଇଏମ୍‌ ପଲିଟ୍‌ ବ୍ୟୁରୋ ପକ୍ଷରୁ ଜାରି ଏକ ବିବୃତିରେ ଧର୍ମୀୟ ପରିଚୟ ଆଧାରରେ ନାଗରିକତ୍ୱ ସଂଯୋଗକାରୀ ସିଏଏକୁ ଭାରତୀୟ ସମ୍ବିଧାନର ଧର୍ମନିରପେକ୍ଷ ସିଦ୍ଧାନ୍ତ ପରିପନ୍ଥୀ ବୋଲି ଦର୍ଶାଯାଇଛି। ତାମିଲ ସୁପରଷ୍ଟାର ବିଜୟ ଏହାକୁ ଅଗ୍ରହଣୀୟ ଆଇନ ବୋଲି ଅଭିହିତ କରିବା ସହ ତାମିଲନାଡ଼ୁ ସରକାର ଏହି ଆଇନକୁ କାର୍ଯ୍ୟକାରୀ କରନ୍ତୁ ନାହିଁ ବୋଲି ପରାମର୍ଶ ଦେଇଛନ୍ତି। ତାମିଝା ଭେତ୍ରି କାଝାଗାମ ନାମରେ ନୂଆ ଦଳ ଗଢ଼ିଥିବା ବିଜୟ ଏକ ପ୍ରେସ୍‌ ରିଲିଜରେ କହିଛନ୍ତି, ବିଭାଜନବାଦୀ ରାଜନୀତି ପାଇଁ ସିଏଏକୁ କାର୍ଯ୍ୟକାରୀ କରାଯାଉଛି। ଏହାଦ୍ୱାରା ସାମାଜିକ ସହାବସ୍ଥାନର ପରିବେଶ ନଷ୍ଟ ହୋଇଯିବ ବୋଲି ବିଜୟ ସତର୍କ କରାଇଛନ୍ତି।
ଉତ୍ତରପୂର୍ବର ଆଦିବାସୀ ଅଧ୍ୟୁସିତ ଅଞ୍ଚଳରେ ଲାଗୁ ହେବ ନାହିଁ
ନୂଆଦିଲ୍ଲୀ,୧୨ା୩(ପି.ଟି.): ସିଏଏ ଉତ୍ତରପୂର୍ବର ଅଧିକାଂଶ ଆଦିବାସୀ ଅଧ୍ୟୁସିତ ଅଞ୍ଚଳରେ ଲାଗୁହେବ ନାହିଁ। ସମ୍ବିଧାନର ଷଷ୍ଠ ପରିଚ୍ଛେଦ ଅଧୀନରେ ସ୍ବତନ୍ତ୍ର ପାହ୍ୟା ପାଇଥିବା ଅଞଚଳଗୁଡ଼ିକରେ ମଧ୍ୟ ଏହା କାର୍ଯ୍ୟକାରୀ ହେବ ନାହିଁ। ସୋମବାରଠାରୁ ଲାଗୁ ହୋଇଥିବା ଏହି ଆଇନ ଉତ୍ତରପୂର୍ବ ରାଜ୍ୟଗୁଡ଼ିକର ଇନର ଲାଇନ୍‌ ପରମିଟ୍‌ (ଆଇଏଲ୍‌ପି) ଶାସନାଧୀନ ଅଞ୍ଚଳରେ ମଧ୍ୟ କାର୍ଯ୍ୟକାରୀ ହେବ ନାର୍ହି। ଆଇଏଲ୍‌ପି ଅରୁଣାଚଳ ପ୍ରଦେଶ, ନାଗାଲାଣ୍ଡ, ମିଜୋରାମ ଓ ମଣିପୁରରେ ବଳବତ୍ତର ରହିଛି। ଦେଶର ଅନ୍ୟ ଭାଗରୁ ଏହି ରାଜ୍ୟକୁ ଆସିବାକୁ ହେଲେ ସମ୍ପୃକ୍ତ ରାଜ୍ୟ ସରକାରଙ୍କଠାରୁ ସ୍ବତନ୍ତ୍ର ଭାବେ ଅନୁମତି ନେବାକୁ ପଡ଼ିଥାଏ। ଆସାମ, ମେଘାଳୟ, ମିଜୋରାମ ଓ ତ୍ରିପୁରାର ଅଟୋନମସ୍‌ କାଉନ୍‌ସିଲ ରହିଥିବା ଅଞ୍ଚଳରେ ମଧ୍ୟ ଏହା ଲାଗୁ ହେବ ନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ସାମ୍ନାକୁ ଆସିଲା ବଡ଼ ଘୋଟାଲା, କମିଶନ୍‌ ନେଇ ୨୦୦ କୋଟିର ନକଲି ବିଲ୍‌ ପାସ୍‌

ନୂଆଦିଲ୍ଲୀ, ୨୬।୦୭: କରୋନା ସମୟରେ ୨୦୦ କୋଟି ଟଙ୍କାର ଏକ ବଡ ଦୁର୍ନୀତିର ଖୁଲାସା କରିଛି ଦୁର୍ନୀତି ନିବାରଣ ବ୍ୟୁରୋ ବା ଏସିବି । ଏହି...

ପ୍ରକାଶ ପାଇଲା ନିଟ୍‌ର ସଂଶୋଧିତ ତାଲିକା, ୬୭ରୁ ୧୭କୁ ଖସିଲେ ଟପ୍ପର

ନୂଆଦିଲ୍ଲୀ, ୨୬।୦୭: ଗତ କିଛିଦିନ ଧରି ବିବାଦରେ ରହିଥିବା ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି ବା ଏନ୍‌ଟିଏ ମେଡିକାଲ୍‌ ପ୍ରବେଶିକା ପରୀକ୍ଷା ନିଟ୍‌-ୟୁଜିର ଫାଇନାଲ୍‌ ରେଜଲ୍ଟ ପ୍ରକାଶ...

୯୯ରେ ସାପ କାମୁଡ଼େ, କଂଗ୍ରେସକୁ ଏମିତି କହିଦେଲେ କେନ୍ଦ୍ରମନ୍ତ୍ରୀ

ନୂଆଦିଲ୍ଲୀ, ୨୬।୦୭: ବରିଷ୍ଠ ଜନତା ଦଳ ୟୁନାଇଟେଡ (ଜେଡିୟୁ) ନେତା ତଥା କେନ୍ଦ୍ର ମନ୍ତ୍ରୀ ରାଜୀବ ରଂଜନ (ଲଲନ ସିଂ) ଶୁକ୍ରବାର ଦିନ କଂଗ୍ରେସକୁ ଟାର୍ଗେଟ୍‌...

ମନୀଷ ସିସୋଦିଆଙ୍କୁ ପୁଣି କୋର୍ଟ ଝଟ୍‌କା, ବଢ଼ିଲା ନ୍ୟାୟିକ ହେପାଜତ ଅବଧି

ନୂଆଦିଲ୍ଲୀ, ୨୬।୦୭: ଦିଲ୍ଲୀ ମଦ ଦୁର୍ନୀତି ସହ ଜଡ଼ିତ ସିବିଆଇ ମାମଲାରେ ଆଜି ପୁଣିଥରେ କୋର୍ଟ ଶୁଣାଣି କରିଛନ୍ତି । ରାଉଜ ଆଭେନ୍ୟୁ କୋର୍ଟ ଦିଲ୍ଲୀର...

‘ଦିଲ୍ଲୀରୁ ଗୋଟିଚାଳନା ସରିଛି, ଉତ୍ତରପ୍ରଦେଶରେ କିଛି ବଡ଼ ହେବାକୁ ଯାଉଛି’

ନୂଆଦିଲ୍ଲୀ,୨୬।୭: ଆମ ଆଦମୀ ପାର୍ଟି(ଏଏପି)ର ଏମ୍‌ପି ସଞ୍ଜୟ ସିଂ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ନେଇ ଏକ ବଡ଼ ଦାବି କରିଛନ୍ତି। ସଞ୍ଜୟ ଶୁକ୍ରବାର କହିଛନ୍ତି...

ରାହୁଲ ଗାନ୍ଧୀଙ୍କ ନୂଆ ଠିକଣା: ବଙ୍ଗଳା ନମ୍ବର-୫, ସୁନ୍‌ହେରୀ ବାଗ୍‌ ରୋଡ…

ନୂଆଦିଲ୍ଲୀ,୨୬।୭: କଂଗ୍ରେସ ନେତା ଏବଂ ଲୋକ ସଭାର ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀଙ୍କ ଠିକଣା ବଦଳିବାକୁ ଯାଉଛି। ସୁନ୍‌ହରୀ ବାଗ୍‌ ରୋଡ୍‌, ବଙ୍ଗଳା ନମ୍ବର-୫...

ଗୁଗୁଲ ସିଇଓ ସୁନ୍ଦର ପିଚାଇଙ୍କୁ ଭାରତରୁ ମିଳିଲା ବଡ଼ ଉପାଧି, କହିଲେ…

ନୂଆଦିଲ୍ଲୀ, ୨୬।୦୭: ଲୋକପ୍ରିୟ ସର୍ଚ୍ଚ ଇଞ୍ଜିନ୍‌ ଗୁଗୁଲର ସିଇଓ ସୁନ୍ଦର ପିଚାଇଙ୍କୁ ନିଜେ ପଢ଼ୁଥିବା ଅନୁଷ୍ଠାନରୁ ବଡ଼ ଉପାଧି ମିଳିଛି । ଆଇଆଇଟି ଖଡ଼ଗପୁରରୁ ସେ...

ଫିଟିଗଲା ଗୁମର, କଂଗ୍ରେସ ସହ ହୋଇଛି ଭିତିରି ମେଣ୍ଟ!

ନୂଆଦିଲ୍ଲୀ,୨୬।୭:ନିର୍ବାଚନରେ ହାରିବା ଏବଂ ମୁଖ୍ୟମନ୍ତ୍ରୀ ପଦ ହରାଇବା ପରେ ଜଗନମୋହନ ରେଡ୍ଡୀଙ୍କ ଅଡୁଆ ବଢିବାରେ ଲାଗିଛି। ଚନ୍ଦ୍ରବାବୁ ନାଇଡୁ ଆନ୍ଧ୍ରପ୍ରଦେଶର ସିଏମ ହୋଇଛନ୍ତି ଏବଂ ଦାୟିତ୍ୱ...

Advertisement
Mettle Meet 2024

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri