ବିଏମ୍‌ସି ପାଇଁ ବିଜେଡି ପ୍ରାର୍ଥୀ ତାଲିକା ଘୋଷଣା

ବ୍ରହ୍ମପୁର ଅଫିସ,୭ା୩: ବ୍ରହ୍ମପୁର ପୌର ନିର୍ବାଚନ ପାଇଁ ରବିବାର କର୍ପୋରେଟର ପାଇଁ ୫୬ ଓ ମେୟର ଲାଗି ଜଣେ ମହିଳା ନିତା କୁମାରୀ ପଣ୍ଡା ନାମାଙ୍କନ ଦାଖଲ କରିଛନ୍ତି। କର୍ପୋରେଟର ପ୍ରାର୍ଥୀଙ୍କ ମଧ୍ୟରେ ବିଭିନ୍ନ ଦଳ ଓ ସ୍ବାଧୀନ ଅଛନ୍ତି। ଅପରପକ୍ଷରେ ବିଜେଡିର ୪୨ ଜଣଙ୍କ ନାମ ଘୋଷଣା ହୋଇଥିଲେ ମଧ୍ୟ କେତେକ ନାମାଙ୍କନ ଦେଇଛନ୍ତି ଓ ଅନ୍ୟମାନେ ଶେଷ ଦିବସ ସୋମବାର ଦାଖଲ କରିବେ। ସେହିପରି ଭାଜପାରୁ ଅନେକ ଦାଖଲ କରିଛନ୍ତି। ତେବେ କଂଗ୍ରେସର ପୂର୍ଣ୍ଣାଙ୍ଗ କର୍ପୋରେଟର ତାଲିକା ରବିବାର ସୁଦ୍ଧା ଘୋଷଣା ହୋଇନାହିଁ। କଂଗ୍ରେସର ୧୪ ଜଣ ପ୍ରାର୍ଥୀ ମନୋନୟନ ପତ୍ର ଦାଖଲ କରିଥିବା ଜଣାପଡ଼ିଛି। ମେୟର ପଦ ପାଇଁ ରବିବାର ସୁଦ୍ଧା ମାତ୍ର ୨ ମହିଳା ପ୍ରାର୍ଥୀ ପତ୍ର ଦାଖଲ କରିଛନ୍ତି। ତନ୍ମଧ୍ୟରେ ଜଣେ ଆମ ଆଦମୀ ପାର୍ଟିର ସି. ପ୍ରିୟଙ୍କା ଅଛନ୍ତି। ସୋମବାର ପ୍ରମୁଖ ରାଜନୈତିକ ଦଳ ବିଜେଡି, ଭାଜପା ଓ କଂଗ୍ରେସର ମେୟର ପ୍ରାର୍ଥୀମାନେ ନାମାଙ୍କନ ଦାଖଲ କରିବାର କାର୍ଯ୍ୟକ୍ରମ ରହିଛି। ସଦ୍ୟ ଭାଜପାରୁ ଇସ୍ତଫା ଦେଇଥିବା ଜଣେ ମହିଳା ମୋର୍ଚ୍ଚା ନେତ୍ରୀ କଂଗ୍ରେସର ମେୟର ପ୍ରାର୍ଥୀ ହେବାର କଂଗ୍ରେସ କର୍ମୀଙ୍କ ମହଲରେ ଚର୍ଚ୍ଚା ହେଉଛି। ଅପରପକ୍ଷରେ ବିଜେଡିର କର୍ପୋରେଟର ତାଲିକା ପ୍ରକାଶ ପରେ ଶତାଧିକ ଆଶାୟୀ ଅସନ୍ତୁଷ୍ଟ ହୋଇଯାଇଛନ୍ତି। ସେଥିରୁ ଅନେକ ବିଦ୍ରୋହି ସାଜି ବିଭିନ୍ନ ୱାର୍ଡରେ ଦଳୀୟ ପ୍ରାର୍ଥୀଙ୍କୁ କଣ୍ଟା ହୋଇପାରନ୍ତି। ଅଧିକାଂଶ ସ୍ବାଧୀନ ପ୍ରାର୍ଥୀ ଭାବେ ସୋମବାର ନାମାଙ୍କନ ଦାଖଲ କରିବାର ପ୍ରସ୍ତୁତି ଚଳାଇଛନ୍ତିି। ଏହା ଫଳରେ ପ୍ରଥମ କରି ବିଜେଡିରେ ସମସ୍ୟା ସୃଷ୍ଟି ହେବ ଓ ବିରୋଧୀଙ୍କୁ ସୁହାଇବାର ରାଜନୈତିକ ସମୀକ୍ଷକ ଚର୍ଚ୍ଚା କରୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କୋଭିଡ୍‌ ହେଲ୍‌ଥ ସେଣ୍ଟରରେ ୫-ଟି ସଚିବ

ନୟାଗଡ଼ ଅଫିସ/ରଣପୁର,୬ା୫(ସ୍ବ.ପ୍ର.): ରାଜ୍ୟରେ କରୋନା ସଂକ୍ରମଣ ରୋକିବା ଲାଗି ରାଜ୍ୟ ସରକାର ବିଭିନ୍ନ ପଦକ୍ଷେପ ନେଉଛନ୍ତି। ବିଭିନ୍ନ କୋଭିଡ୍‌ ହସ୍ପିଟାଲ୍‌ ଯାଇ ସ୍ଥିତି ପରଖୁଛନ୍ତି। ଏହି...

ରୋଡ୍‌ ଟ୍ୟାକ୍ସ ଫାଙ୍କିଥିବା ବସ୍‌କୁ ୧୩ ଲକ୍ଷ ଜରିମାନା

ବାଲେଶ୍ୱର ଅଫିସ୍‌, ୭ା୩(ଡି.ଏନ୍‌.ଏ.): ବାଲେଶ୍ୱର ପୋଲିସ ଲାଇନ ଛକରେ ଶନିବାର ପୂର୍ବାହ୍ନରେ ଏକ ଘରୋଇ ବସ୍‌କୁ ସିଜ୍‌ କରାଯିବା ସହିତ ଲକ୍ଷାଧିକ ଟଙ୍କାର ଜରିମାନା କରାଯାଇଛି।...

ଚେକିଂ ବେଳେ ଦୁର୍ଘଟଣା, ପୋଲିସ ଏସ୍‌ଆଇ ମୃତ

ବାରିପଦା ଅଫିସ,୧୯ା୧୧- ବାରିପଦା ଟାଉନ ଥାନା ପୋଲିସ ପକ୍ଷରୁ ତକତପୁରଠାରେ ଯାନବାହନ ଚେକିଂ ବେଳେ ସୋମବାର ସାରେ ଦୁର୍ଘଟଣା ଘଟିଛି। ଏଥିରେ ସବ୍‌ ଇନ୍ସପେକ୍ଟର(ଏସ୍‌ଆଇ) ଦୟାନିଧି...

ବାଧୁଛି କଟ୍‌ନୀ ଛଟ୍‌ନୀ

ଭଦ୍ରକ ଅଫିସ,୨।୧- ଭଦ୍ରକ ଜିଲାରେ ଚଳିତବର୍ଷ ଲକ୍ଷ୍ୟଧାର୍ଯ୍ୟଠାରୁ ଅଧିକ ଧାନ ଅମଳ ହୋଇଛି। ହେଲେ ଜିଲାର ଅଧିକାଂଶ ଅଞ୍ଚଳରେ ମଣ୍ଡି ଖୋଲାଯାଇ ନ ଥିବା ବେଳେ...

ଆବାସ ଯୋଜନା କାହା ଲାଗି : ଏସ୍‌ଇସିସି ତାଲିକାକୁ ନେଇ ସନ୍ଦେହ

ଫୁଲବାଣୀ ଅଫିସ/ଫିରିଙ୍ଗିଆ, ୧୯ା୫-କନ୍ଧମାଳ ଜିଲା ଫିରିଙ୍ଗିଆ ବ୍ଲକରେ ଆବାସ ଯୋଜନା ସମ୍ପୂର୍ଣ୍ଣ ଦିଗହରା। ଏହି ବ୍ଲକରେ ବ୍ୟାପକ ଭାବେ ଇନ୍ଦିରା ଆବାସ ଦୁର୍ନୀତି ହୋଇଥିବା ନେଇ...

ଡାୟାଲିସିସ୍‌ ସେବା ୟୁନିଟ୍‌ରେ ଏସି, ଫ୍ୟାନ୍‌ ଅଚଳ

ନୟାଗଡ଼ ଅଫିସ,୨୪।୪: ନୟାଗଡ଼ ଜିଲା ମୁଖ୍ୟ ଚିକିତ୍ସାଳୟ ପରିସରରେ ପିପିପି ମୋଡ଼ରେ ଚାଲିଥିବା ସହାୟ ନିଃଶୁଳ୍କ ଡାୟାଲିସିସ୍‌ ସେବା ୟୁନିଟରେ ଏସି ଓ ଫ୍ୟାନ ଅଚଳ...

ସୁର ସାମ୍ରାଜ୍ଞୀଙ୍କୁ ବାଲୁକାକଳାରେ ଶୁଭେଚ୍ଛା ଜଣାଇଲେ ସୁଦର୍ଶନ ପଟ୍ଟନାୟକ

ଭୁବନେଶ୍ୱର, ୨୮।୯(ବ୍ୟୁରୋ): ସୁର ସାମ୍ରାଜ୍ଞୀ ଲତା ମଙ୍ଗେସକରଙ୍କର ସୋମବାର ହେଉଛି ଜନ୍ମଦିନ। ସେ ସେପ୍ଟେମ୍ବର ୨୮, ୧୯୨୯ ମସିହାରେ ପ୍ରସିଦ୍ଧ ସଙ୍ଗୀତକାର ଦିନାଥ ମଙ୍ଗେସକରଙ୍ଗ କୋଳରେ...

ହତ୍ୟା କରିଥିବା ମାନିଲେ ଶର୍ମିଷ୍ଠା

ଭୁବନେଶ୍ୱର, (ବ୍ୟୁରୋ)/କଟକ ଅଫିସ୍‌/ ନୟାଗଡ଼ ଅଫିସ/ରଣପୁର (ସ୍ବ.ପ୍ର.)/ଚାନ୍ଦବାଲି (ଡି.ଏନ.ଏ.),୨ା୪: ବହୁଚର୍ଚ୍ଚିତ କ୍ୟାମେରାମ୍ୟାନ ମାନସ ସ୍ବାଇଁ ହତ୍ୟା ମାମଲାରେ ଜେଲ ଯାଇ ରିମାଣ୍ଡରେ ଆସିଥିବା ୪ ଅଭିଯୁକ୍ତଙ୍କ...

Advertisement
Archives

Model This Week