ନ୍ୟୁଜ୍‌ ଶେୟାର ବନ୍ଦକଲା ଫେସ୍‌ବୁକ୍‌

କାନ୍‌ବେରା,୧୯ା୨: ମାର୍କ ଜୁକରବର୍ଗଙ୍କ ଫେସ୍‌ବୁକ୍‌ ଓ ଅଷ୍ଟ୍ରେଲିଆ ସରକାରଙ୍କ ମଧ୍ୟରେ ନ୍ୟୁଜ୍‌ କଣ୍ଟେଣ୍ଟ ପାଇଁ ପେମେଣ୍ଟକୁ ନେଇ ତିକ୍ତତା ବଢ଼ିବାରେ ଲାଗିଛି। ନୂଆ ଆଇନ ଉପରେ ଆପତ୍ତି ଜଣାଇ ଫେସ୍‌ବୁକ୍‌ ଅଷ୍ଟ୍ରେଲିଆର ବିରୋଧୀ ନେତାମାନଙ୍କ ସମେତ ସ୍ବାସ୍ଥ୍ୟ ବିଭାଗ ଓ ପାଣିପାଗ ବିଭାଗର ଆକାଉଣ୍ଟକୁ ବନ୍ଦ କରିଦେଇଛି। ଏତିକି ନୁହେଁ, ଅଷ୍ଟ୍ରେଲିଆରେ ଫେସ୍‌ବୁକ୍‌ ନିଜ ପେଜ୍‌କୁ ମଧ୍ୟ ବନ୍ଦ କରିଦେଇଛି। ପ୍ରଧାନମନ୍ତ୍ରୀ ସ୍କଟ୍‌ ମୋରିସନ୍‌ କମ୍ପାନୀର ଏହି ପଦକ୍ଷେପକୁ ‘ଅହଂକାରୀ ଓ ନୈରାଶ୍ୟଜନକ’ ବୋଲି ଅଭିହିତ କରିଛନ୍ତି।
ଫେସ୍‌ବୁକ୍‌ ପକ୍ଷରୁ ଗୁରୁବାର ଘୋଷଣା କରାଯାଇଛି ଯେ ଉକ୍ତ ସୋସିଆଲ ମିଡିଆ ପ୍ଲାଟ୍‌ଫର୍ମରେ ଅଷ୍ଟ୍ରେଲୀୟ ୟୁଜରମାନଙ୍କ ନ୍ୟୁଜ୍‌ ଶେୟାରକୁ ବ୍ଲକ୍‌ କରିଦିଆଯାଇଛି। ଏହା ବ୍ୟତୀତ ଅଷ୍ଟ୍ରେଲିଆ ବାହାରେ ଦରିଆପାରି ବ୍ୟବହାରକାରୀ ମଧ୍ୟ ଅଷ୍ଟ୍ରେଲୀୟ ନ୍ୟୁଜ୍‌ ଶେୟାର କରିପାରିବେ ନାହିଁ। ଏହି ବ୍ୟାନ୍‌ ଯୋଗୁ ଅଷ୍ଟ୍ରେଲିଆରେ ଜରୁରୀ ସେବା ଉପରେ ଅତି ଖରାପ ପ୍ରଭାବ ପଡ଼ିଛି। ଅଷ୍ଟ୍ରେଲିଆ ସରକାର ଆଣିବାକୁ ଯାଉଥିବା ନ୍ୟୁଜ୍‌ ମିଡିଆ କୋଡ୍‌ ଆଇନର ଜବାବରେ ଏପରି କରିଥିବା ଫେସ୍‌ବୁକ୍‌ କହିଛି। ପ୍ରସ୍ତାବିତ ଆଇନ ଖୁବ୍‌ଶୀଘ୍ର ଲାଗୁ ହେବାକୁ ଯାଉଛି। ଏଥିରେ ଫେସ୍‌ବୁକ୍‌ ଓ ଗୁଗଲ ଭଳି ଡିଜିଟାଲ ମିଡିଆ ପ୍ଲାଟ୍‌ଫର୍ମଗୁଡ଼ିକ ଯେଉଁ ନ୍ୟୁଜ୍‌ ମିଡିଆ କମ୍ପାନୀର କଣ୍ଟେଣ୍ଟ ହୋଷ୍ଟ କରିବେ ସେମାନଙ୍କୁ ଅର୍ଥ ପଇଠ କରିବେ। ତେବେ ଅଷ୍ଟ୍ରେଲୀୟ ପବ୍ଲିଶର୍ସ ଉକ୍ତ ସୋସିଆଲ ମିଡିଆ ପ୍ଲାଟ୍‌ଫର୍ମରେ ନ୍ୟୁଜ୍‌ କଣ୍ଟେଣ୍ଟ ପ୍ରକାଶନ ଜାରି ରଖିପାରିବେ। କିନ୍ତୁ ଲିଙ୍କ୍‌ ଓ ପୋଷ୍ଟଗୁଡ଼ିକୁ ଅଷ୍ଟ୍ରେଲୀୟ ଭ୍ୟୁୟର୍ସ ଦେଖି କିମ୍ବା ଶେୟାର କରିପାରିବେ ନାହିଁ ବୋଲି ଫେସ୍‌ବୁକ୍‌ ଏକ ବିବୃତିରେ କହିଛି। ଅନ୍ୟପକ୍ଷେ ଫେସ୍‌ବୁକ୍‌ର ଏହି ପଦକ୍ଷେପ ଯୋଗୁ ଅଷ୍ଟ୍ରେଲିଆରେ ଜରୁରୀ ସେବା ବହୁଳ ଭାବେ ବାଧାପ୍ରାପ୍ତ ହୋଇଛି। ଫେସ୍‌ବୁକ୍‌ ଉପରେ ଚାପ ପକାଇବା ପାଇଁ ସୋସିଆଲ ମିଡିଆରେ ୟୁଜର୍ସ ଫେସ୍‌ବୁକ୍‌ ବର୍ଜନ ଅଭିଯାନ ଆରମ୍ଭ କରିଛନ୍ତି।

ମିଡିଆ ପେମେଣ୍ଟ ଲ’କୁ ଫେସ୍‌ବୁକ୍‌ର ବିରୋଧ
ଫେସ୍‌ବୁକ୍‌, ଗୁଗଲକୁ ଛୋଟ ପବ୍ଲିଶର୍ସଙ୍କ ନ୍ୟୁଜ୍‌ ଦେଖାଇବା ପାଇଁ ଦେବାକୁ ପଡ଼ିବ ଅର୍ଥ
ନ୍ୟୁଜ୍‌ ଶେୟାର କରିବା ଉପରେ ରୋକ ଲଗାଇଲା ଫେସ୍‌ବୁକ୍‌
ଅଷ୍ଟ୍ରେଲିଆରେ ନିଜ ପେଜ୍‌ ବନ୍ଦ କଲା
ନେତାଙ୍କ ଆକାଉଣ୍ଟ, ସ୍ବାସ୍ଥ୍ୟ ଓ ପାଣିପାଗ ବିଭାଗ ଆକାଉଣ୍ଟ ମଧ୍ୟ ବନ୍ଦ
ବ୍ୟାନ୍‌ ଯୋଗୁ ଜରୁରୀ ସେବା ପ୍ରଭାବିତ
ଚାପ ପକାଇବା ପାଇଁ ସୋସିଆଲ ମିଡିଆରେ ୟୁଜର୍ସ ଆରମ୍ଭ କଲେ ଫେସ୍‌ବୁକ୍‌ ବର୍ଜନ ଅଭିଯାନ

ବିରୋଧ କାହିଁକି
ଅଷ୍ଟ୍ରେଲିଆ ସିନେଟରେ ଏକ ନୂଆ ଆଇନ ଅଣାଯାଇଛି, ଯେଉଁଥିରେ କୁହାଯାଇଛି ଯେ ଫେସ୍‌ବୁକ୍‌ ଓ ଗୁଗଲକୁ ନ୍ୟୁଜ୍‌ କମ୍ପାନୀଗୁଡ଼ିକୁ ଖବର ଶେୟାର କରିବା ବଦଳରେ ଅର୍ଥ ପଇଠ କରିବାକୁ ପଡ଼ିବ। ପ୍ରସ୍ତାବିତ ଆଇନ ପ୍ଲାଟଫର୍ମ ଓ ନ୍ୟୁଜ୍‌ ଶେୟାର କରୁଥିବା ପବ୍ଲିଶର୍ସଙ୍କ ମଧ୍ୟରେ ଥିବା ସମ୍ପର୍କକୁ ଖରାପ କରିବ ବୋଲି ଫେସ୍‌ବୁକ୍‌ର ରିଜିଓନାଲ ମ୍ୟାନେଜିଂ ଡାଇରେକ୍ଟର ଓ୍ବିଲିୟମ୍‌ ଇଷ୍ଟନ କହିଛନ୍ତି। ଅନ୍ୟପକ୍ଷେ ସରକାର ନିଜ ନିଷ୍ପତ୍ତିରୁ ପଛଘୁଞ୍ଚା ଦେବେ ନାହିଁ ବୋଲି ଅଷ୍ଟ୍ରେଲିଆର ଯୋଗାଯୋଗ ମନ୍ତ୍ରୀ ପଲ୍‌ ଫ୍ଲେଚର ସ୍ପଷ୍ଟ କରିଛନ୍ତି।

ତାତ୍ପର୍ଯ୍ୟ କ’ଣ

ସାରା ବିଶ୍ୱରେ ପବ୍ଲିଶରମାନେ ଲୋକଙ୍କ ପାଖରେ ପହଞ୍ଚତ୍ବା ପାଇଁ ଫେସ୍‌ବୁକ୍‌କୁ ଏକ ମାଧ୍ୟମ ରୂପେ ବ୍ୟବହାର କରିଥାଆନ୍ତି। ଏଥିଯୋଗୁ ଏହି କଣ୍ଟେଣ୍ଟ କଞ୍ଜମ୍ପଶନ ପ୍ଲାଟ୍‌ଫର୍ମରୁ ଉଭୟ ରିଚ୍‌ (ପହଞ୍ଚ) ଓ ରେଭେନ୍ୟୁ (ରାଜସ୍ବ) ମିଳିଥାଏ। ୟୁଜର୍ସ ମଧ୍ୟ ଫେସ୍‌ବୁକ୍‌ରେ ଅନେକ ନ୍ୟୁଜ୍‌ ଶେୟାର କରିଥାନ୍ତି। ଏହିସବୁ ଫଳରେ ଫେସ୍‌ବୁକ୍‌ର ଟାଇମ୍‌ଲାଇନ୍‌ ଜରିଆରେ ନ୍ୟୁଜ୍‌ ସାଇଟ୍‌ଗୁଡ଼ିକରେ ଲକ୍ଷ ଲକ୍ଷ ଭିଜିଟ୍‌ ଆସିଥାଏ। ପବି୍ଲଶରମାନେ ମଧ୍ୟ ନିଜ କଣ୍ଟେଣ୍ଟଗୁଡ଼ିକୁ ଇନ୍‌ଷ୍ଟାଣ୍ଟ ଆର୍ଟିକିଲ ରୂପେ ହୋଷ୍ଟ କରିବା ପାଇଁ ଫେସ୍‌ବୁକ୍‌ ସହିତ ବାଣିଜି୍ୟକ ଚୁକ୍ତି କରିଥାନ୍ତି। ନୂଆ ଆଇନ ପବ୍ଲିଶର୍ସଙ୍କ ବିରୋଧରେ ଯିବ ବୋଲି ଫେସ୍‌ବୁକ୍‌ର ଅଷ୍ଟ୍ରେଲିଆ ଓ ନ୍ୟୁଜିଲାଣ୍ଡ ପରିଚାଳନା ନିର୍ଦ୍ଦେଶକ ଓ୍ବିଲିଅମ୍‌ ଇଷ୍ଟନ୍‌ ଏକ ବ୍ଲଗ୍‌ ପୋଷ୍ଟରେ ଯୁକ୍ତି ବାଢ଼ିଛନ୍ତି। ସେ କହିଛନ୍ତି, ଗତବର୍ଷ ଫେସ୍‌ବୁକ୍‌ ଅଷ୍ଟ୍ରେଲୀୟ ପ୍ରକାଶକଙ୍କ ଯୋଗୁ ୫.୧ ବିଲିୟନ୍‌ ଡଲାର ଫ୍ରି ରେଫରାଲ ଆୟ କରିଛନ୍ତି।

ବିଶ୍ୱ ଉପରେ ପ୍ରଭାବ
ଅଷ୍ଟ୍ରେଲିଆ ସରକାରଙ୍କ ପକ୍ଷରୁ ନିଆଯାଉଥିବା ପଦକ୍ଷେପ ପରେ ସାରା ବିଶ୍ୱରେ ଏଭଳି ଆଇନ ଅଣାଯାଇପାରେ ବୋଲି ଫେସ୍‌ବୁକ୍‌ ଓ ଗୁଗଲ ଆଶଙ୍କା ବ୍ୟକ୍ତ କରିଛନ୍ତି। ଉଦାହରଣ ସ୍ବରୂପ ଫ୍ରାନ୍ସ ଭଳି ଦେଶଗୁଡ଼ିକର ପ୍ରକାଶକଙ୍କ ସହ ଗୁଗଲ ଚୁକ୍ତି ସ୍ବାକ୍ଷର କରିବାରେ ଲାଗିଛି। ଅନ୍ୟ ରାଷ୍ଟ୍ରଗୁଡ଼ିକରେ ମଧ୍ୟ ଫେସ୍‌ବୁକ୍‌ ପକ୍ଷରୁ ‘ଫେସ୍‌ବୁକ୍‌ ନ୍ୟୁଜ୍‌’ ଯୋଜନାର କାର୍ଯ୍ୟକାରିତାକୁ ତ୍ୱରାନ୍ବିତ କରାଯାଇପାରେ। ଉକ୍ତ ପ୍ଲାଟ୍‌ଫର୍ମରେ ନ୍ୟୁଜ୍‌ ପ୍ରସାରଣକୁ ନେଇ ଫେସ୍‌ବୁକ୍‌ କଡ଼ା ଆଭିମୁଖ୍ୟ ଗ୍ରହଣ କରିପାରେ। ମୋଟାମୋଟି ଭାବେ ଏଥିଯୋଗୁ ଭ୍ୟୁୟର୍ସ କ୍ଷତିଗ୍ରସ୍ତ ହେବେ ବୋଲି କୁହାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଘର ଉପରେ ଖସି ପଡ଼ିଲା ବିମାନ

ମିଲନ,୩।୧୦: ଇଟାଲିର ମିଲନ ସହରର ଏକ ଦୁଇ ମହଲା ବିଶିଷ୍ଟ କୋଠା ଉପରେ ରବିବାର ଖସି ପଡ଼ିଛି ଏକ ବେସରକାରୀ ବିମାନ। ଏହି ଦୁର୍ଘଟଣାରେ ୮...

ଆଇଜାକ୍‌ ହର୍‌ଜୋଗ୍‌ ଇସ୍ରାଏଲ ରାଷ୍ଟ୍ରପତି

ଜେରୁଜେଲମ, ୩ା୬: ଇସ୍ରାଏଲରେ ବୁଧବାର ଅନୁଷ୍ଠିତ ରାଷ୍ଟ୍ରପତି ନିର୍ବାଚନରେ ଅଭିଜ୍ଞ ରାଜନେତା ଆଇଜାକ୍‌ ହର୍‌ଜୋଗ୍‌ ବିଜୟୀ ହୋଇଛନ୍ତି। ଇସ୍ରାଏଲ ପାର୍ଲାମେଣ୍ଟ ‘ନେସେଟ୍‌’ରେ ୧୨୦ ଜଣ ସଦସ୍ୟ...

ଗିରଫ ହେଲେ ବିଶ୍ୱ ସୁନ୍ଦରୀ

କଲମ୍ବୋ,୮।୪ : ନିକଟରେ ମିସ୍‌ ଶ୍ରୀଲଙ୍କାଙ୍କ ମୁଣ୍ଡରୁ ମୁକୁଟ ଛଡ଼ାଇ ନେଇଥିବା ବର୍ତ୍ତମାନ ମିସ୍‌ ଓ୍ବାଲର୍‌ଡ (ବିଶ୍ୱ ସୁନ୍ଦରୀ) କରୋଲିନ ଜୁରିଙ୍କୁ ଗୁରୁବାର ଗିରଫ କରିଛି...

ବଳାତ୍କାରୀଙ୍କଠାରୁ ରକ୍ଷା ପାଇବା ପାଇଁ ୩୦ ଫୁଟ ଉଚ୍ଚରୁ ଡେଇଁଲେ ଯୁବତୀ, ଆଉ ତା’ ପରେ…

ସେଣ୍ଟପିଟର୍ସବର୍ଗ,୧୫।୪: ଋଷିଆରେ ଏକ ଆଶ୍ଚର୍ଯ୍ୟକର ଘଟଣା ସାମ୍ନାକୁ ଆସିଛି। ଜଣେ ଯୁବତୀ ନିଜକୁ ବଞ୍ଚାଇବା ପାଇଁ ୩୦ ଫୁଟ ଉପରୁ ଡେଇଁ ପଡ଼ିଛନ୍ତି। ଏହି ଯୁବତୀଙ୍କ...

ଆନ୍ଦୋଳନକୁ ସମର୍ଥନ କଲେ ରିହାନା-ଗ୍ରେଟା

ଓ୍ବାଶଂଟନ,୩।୨: କୃଷି ଆଇନକୁ ନେଇ ଭାରତରେ ଜାରି ରହିଥିବା ଚାଷୀ ସଂଗଠନଙ୍କ ଆନ୍ଦୋଳନକୁ ଏବେ ସେଲିବ୍ରିଟିଙ୍କ ସମର୍ଥନ ମିଳିବାରେ ଲାଗିଛି।  ଆମେରିକା ପପ୍‌ ଷ୍ଟାର ରିହାନା...

କାନ୍ଧାହାର ପାଲଟିଛି ଯୁଦ୍ଧକ୍ଷେତ୍ର, ୨୦ ପ୍ରଦେଶରେ ମୁହାଁମୁହିଁ ସ୍ଥିତି…

କାବୁଲ,୨୯।୭: ଆଫଗାନିସ୍ତାନର ୨୦ଟି ପ୍ରଦେଶରେ ତାଲିବାନ ଆତଙ୍କବାଦୀ ଏବଂ ଆଫଗାନିସ୍ତାନ ସୈନ୍ୟ ମଧ୍ୟରେ ଯୁଦ୍ଧ ଜାରି ରହିଛି। ଘଜନୀ, ତାଖର, ହେଲମାଣ୍ଡ ଏବଂ ବାଗଲାନ ପ୍ରଦେଶରେ...

ପାକିସ୍ତାନକୁ ଝିଣ୍ଟିକା ଦାଉରୁ ରକ୍ଷା କରିବାକୁ ଚାଇନା ପଠାଇବ ବତକ

ଇସ୍‌ଲାମାବାଦ,୨୮।୨: ଏବେ ପାକିସ୍ତାନରେ ଝିଣ୍ଟିକା ବା ପଙ୍ଗପାଳଙ୍କ ଉପଦ୍ରବ ବହୁ ମାତ୍ରାରେ ବଢିଯାଇଛି। ଏମାନଙ୍କ ଉପଦ୍ରବ ଯୋଗଁ ବହୁ ପରିମାଣରେ ଫସଲ ହାନୀ ଘଟୁଛି। ଧିରେ...

ତାଲିବାନ୍‌ ପାଇଁ ଆର୍ଥିକ ଚ୍ୟାଲେଞ୍ଜ

କାବୁଲ,୨୨।୮: ତାଲିବାନ୍‌ର କାବୁଲ ଦଖଲ ପରେ ପ୍ରଥମ ଥର ପାଇଁ ରାଜଧାନୀରେ ପାଦ ଥାପିଛନ୍ତି ଆତଙ୍କବାଦୀ ସଙ୍ଗଠନର ସହପ୍ରତିଷ୍ଠାତା ତଥା ଉପନେତା ମୁଲ୍ଲା ଅବ୍‌ଦୁଲ ଗନି...

Advertisement


Archives

Model This Week