ବିଶ୍ୱରେ ବିଟ୍‌କଏନ

ଡାରୋନ ଆକ୍‌ମୋଗ୍ଲୁ

ବିଟ୍‌କଏନର ମୂଲ୍ୟ ପ୍ରଥମଥର ଲାଗି ଉଚ୍ଚରେ ପହଞ୍ଚତ୍ଥିବାରୁ ଏଲ୍‌ସାଲଭାଡର ଏବଂ କ୍ୟୁବା ଏହାକୁ ଲିଗାଲ ଟେଣ୍ଡର ଭାବେ ସ୍ବୀକାର କରିବାକୁ ବିଚାର କରୁଛନ୍ତି। ତେବେ ମୁଦ୍ରା ଏବଂ ରାଜନୀତି ପାଇଁ ଭବିଷ୍ୟତରେ ଏହାର ପ୍ରଭାବ କ’ଣ ରହିବ ତାହା ବିଚାର କରାଯାଉନାହିଁ। ମୁଦ୍ରା ବିଶ୍ୱାସ ଉପରେ ନିର୍ଭର କରେ। ଜିନିଷ ଏବଂ ସେବା ବଦଳରେ ଏହା ଗ୍ରହଣ କରାଯାଏ। ଏହାକୁ ଭବିଷ୍ୟତରେ ଅନ୍ୟମାନେ ଗ୍ରହଣ କରିବେ ବୋଲି ଲୋକମାନେ ବିଶ୍ୱାସ କରନ୍ତି ଓ ଏହାଯୋଗୁ ଏଭଳି ମୁଦ୍ରା କାରବାର ଚାଲିଆସୁଛି। ଅନ୍ୟପକ୍ଷରେ କ୍ରିପ୍ଟେକରେନ୍ସିଗୁଡ଼ିକର ସ୍ଥାୟୀ ସଂସ୍ଥାଗତ ଭିତ୍ତିଭୂମି ଅଭାବ ରହିଛି। ଏଗୁଡ଼ିକ ଉପରେ ଲୋକ ବା ସରକାରଙ୍କ ବିଶ୍ୱାସ ମଜଭୁତ କରିବା ଦରକାର। ଏଗୁଡ଼ିକର ନିୟମିତ ପରିବର୍ତ୍ତନ ଉପରେ ବିଶ୍ୱାସ ସ୍ଥାପନ କରିବା, ଏହାକୁ ସହଜ ଓ ପରିବର୍ତ୍ତନଶୀଳ କରିବା ଦରକାର, ଯେଭଳି ବିଟ୍‌କଏନରେ ଅନିୟନ୍ତ୍ରିତ ପରିବର୍ତ୍ତନ ବ୍ୟାପକ ଭାବେ ଦେଖାଦେଇଛିି।
ତେବେ ବିଟ୍‌କଏନ ସହ ଅନ୍ୟ କ୍ରିପ୍ଟୋକରେନ୍ସିଗୁଡ଼ିକ ‘ପ୍ରୁଫ୍‌ ଅଫ୍‌ ଓ୍ବର୍କ’ ପ୍ରକ୍ରିୟା ଉପରେ ନିର୍ଭର କରେ। ଏହାର କାରବାରଗୁଡ଼ିକର ଲଗାତର ସମୀକ୍ଷା ହେବା ଏବଂ ଏକ ବିକେନ୍ଦ୍ରିତ ଲେଜର (ଏ କ୍ଷେତ୍ରରେ ବକ୍‌ଚେନ ଉପରେ ଆଧାରିତ) ରେ ତାହାକୁ ଲଗ୍‌ଇନ କରିବା ଦରକାର। ଲଗାତର ଏହି ପ୍ରକ୍ରିୟାରେ କାରବାରର ସମୀକ୍ଷା ଓ ନବୀକରଣ କାର୍ଯ୍ୟକୁ ଏବଂ ନବନିର୍ମିତ ବିଟ୍‌କଏନକୁ ସ୍ବୀକୃତି ଦେବାକୁ ହେବ। ଏସବୁ ପ୍ରକ୍ରିୟାରେ ବିଭିନ୍ନ ସୁଯୋଗକୁ ଭିତ୍ତି କରି କାର୍ଯ୍ୟକୁ ପ୍ରୋତ୍ସାହିତ କରିବାକୁ ଲକ୍ଷ ଲକ୍ଷ କମ୍ପ୍ୟୁଟର ଆବଶ୍ୟକ ପଡ଼ିବ। ଏବେ ବିଟ୍‌କଏନ ମାଇନିଂ (ଯେଉଁ ପଦ୍ଧତିରେ କମ୍ପ୍ୟୁଟଶନାଲ ପଜଲ୍‌ର ସମାଧାନ ଦ୍ୱାରା ନୂଆ ବିଟ୍‌କଏନ ସୃଷ୍ଟି କରାଯାଏ) କାର୍ଯ୍ୟ ପାଇଁ ଆବଶ୍ୟକ ପ୍ରଚୁର ଶକ୍ତି ଆବଶ୍ୟକ ହେଉଛି। ଏହା ମାଲେସିଆ ଓ ସ୍ବିଡେନରେ ଉପଯୋଗ ଶକ୍ତି ପରିମାଣକୁ ଟପିଯାଇଛି। ବର୍ତ୍ତମାନ ସାରା ବିଶ୍ୱ ଜଳବାୟୁ ପରିବର୍ତ୍ତନକୁ ନେଇ ସଚେତନ ହୋଇଛି, ହେଲେ ଏହି ବିପୁଳ ଶକ୍ତି ନଷ୍ଟ ନିଶ୍ଚିତ ଭାବେ ବିଟ୍‌କଏନକୁ ଅନାକର୍ଷକ କରିବ। ଏହାର ଗୁରୁତ୍ୱକୁ ଫିକା ପକାଇଦେବ।
ବିଟ୍‌କଏନର ପରିବର୍ତ୍ତନଶୀଳତା ଏବଂ ମାଇନିଂ ପ୍ରକ୍ରିୟାରେ ପ୍ରଚୁର କାର୍ବନ ନିର୍ଗମନ ହେଉଛି। ଏହା ସତ୍ତ୍ୱେ ୫ଟି ବିଷୟକୁ ସମ୍ମିଳିତ ଭାବେ ଲୋକମାନଙ୍କ ସମ୍ମୁଖରେ ରଖାଯାଉଛି। ଏହା ବିଟ୍‌କଏନକୁ ଏକ ଆକର୍ଷଣୀୟ ସିଦ୍ଧାନ୍ତ ରୂପେ ଦର୍ଶାଉଛି। ଏହାର ରାଜନେିତିକ ଗୁରୁତ୍ୱ, ଆପରାଧିକ କାର୍ଯ୍ୟକଳାପର ସକ୍ଷମତା, ଯୋଗାଇ ଦେଉଥିବା ଲାଭ, ସାମ୍ପ୍ରତିକ ସମୟର ବିକଶିତ ପ୍ରଯୁକ୍ତି ଏବଂ ଅନ୍ୟ କେତେକ ଲାଭଦାୟକ ଅର୍ଥନୈତିକ ସୁଯୋଗଗୁଡ଼ିକ ରହିଥିବା କୁହାଯିବା ସହ ଏଥିରେ ଶୀଘ୍ର ଧନୀ ହେବାର ଇଚ୍ଛା ବିଟ୍‌କଏନକୁ ଆକର୍ଷଣୀୟ କରିପାରିଛି। ତେବେ ଏସବୁ ବିଷୟଗୁଡ଼ିକର ବିପରୀତ ଧାରା ଉପରେ ଆଲୋଚନା କରିବା। ଆମେ ଏକ ନିମ୍ନଗାମୀ ଆର୍ଥିକ ବ୍ୟବସ୍ଥା ମଧ୍ୟରେ ରହିଛୁ। ଏପରିକି କଲେଜ ଡିଗ୍ରୀ ଥାଇ କର୍ମଚାରୀମାନେ ଚାକିରିରେ ଭଲ ଓ ଉଚ୍ଚ ଦରମା ପାଇପାରୁ ନାହାନ୍ତି କି ଚାକିରି ସ୍ଥାୟୀ ହୋଇପାରୁନାହିଁ। ଆର୍ଥିକ ସୁଯୋଗଗୁଡ଼ିକର ଅଧିକ ଅଭାବ ଥିବାବେଳେ ଶୀଘ୍ର ଧନୀ ହେବାର ଯୋଜନା ମୁଖ୍ୟତଃ ଆକର୍ଷକ ହୋଇପାରିଛି। ବିଟ୍‌କଏନରେ ନିବେଶ କଲେ ପ୍ରଚୁର ଲାଭ ପାଇପାରିବେ ବୋଲି ଏବେ ସମଗ୍ର ଶିଳ୍ପ ଜଗତ ଲୋକମାନଙ୍କୁ ପୂରାଦମ୍‌ରେ ବୁଝାଇବାରେ ଲାଗିଛିି। ଏହାକୁ ମଧ୍ୟ ଲୋକେ ବିଶ୍ୱାସ କରୁଛନ୍ତି। ଏଣୁ ଏଥିରେ ଆଶ୍ଚର୍ଯ୍ୟ ହେବାର କୌଣସି କାରଣ ନାହିଁ। ଏଥିରୁ ପ୍ରଚୁର ଲାଭ ମିଳୁଛି ବୋଲି ଆମେରିକା ଓ ସାରା ବିଶ୍ୱରେ ଲୋକମାନେ ଅନୁଭବ କରୁଛନ୍ତି, ଯେଉଁଥିପାଇଁ କ୍ରିପ୍ଟୋକରେନ୍ସି ମଧ୍ୟକୁ ଟଙ୍କାର ସୁଅ ଛୁଟିଛି।
ବିକଶିତ ପ୍ରଯୁକ୍ତି ଯୁଗକୁ ଦୃଷ୍ଟିରେ ରଖି ଏକ କ୍ରିପ୍ଟୋକରେନ୍ସି ଶଉକିଆ ଏବଂ ଖୁଚୁରା ନିବେଶକଙ୍କ ପାଇଁ ପ୍ରଚୁର ଲାଭଦାୟକ ବୋଲି କୁହାଯାଉଛି। ଆମକୁ ସବୁବେଳେ କୁହାଯାଉଛି ଯେ, ପ୍ରଯୁକ୍ତିଗତ ସୃଜନଶୀଳତା ଏକ ସମୁଜ୍ଜ୍ୱଳ ଭବିଷ୍ୟତ ଗଠନ କରୁଛି ଏବଂ ତୃଣମୂଳ ସ୍ତରରେ ଲୋକମାନେ ବିଟ୍‌କଏନକୁ ପ୍ରଯୁକ୍ତିଗତ ଆବିଷ୍କାରର ଏକ ଚମକତ୍ାରିତା ବୋଲି ସ୍ବୀକାର କରୁଛନ୍ତି। ବିନା କୌଣସି ସରକାରୀ ଆଇନ କିମ୍ବା ନିରୀକ୍ଷଣରେ କାମ କରିବାରେ ସକ୍ଷମ ହେଉଥିତ୍ବା ଏଭଳି ଏକ ଜଟିଳ ବିକେନ୍ଦ୍ରିତ ପଦ୍ଧତି ସୃଷ୍ଟି କରିବାକୁ ବାସ୍ତବ ସର୍ଜନାମତ୍କତା ଏବଂ ଶ୍ରେଷ୍ଠତା ପ୍ରତିପାଦନ କରିବା ପାଇଁ ଆମ ଚିନ୍ତାଧାରା ବାଟ କଢ଼ାଇନେଇଛି। ମୁଦ୍ରା ଯୋଗାଣ ନିୟନ୍ତ୍ରଣ କରି ଅଧିକ ଲାଭ କିମ୍ବା ଅତିରିକ୍ତ କ୍ରୟ କ୍ଷମତା ପ୍ରଦାନ କରିବା (ବିଶେଷକରି ସରକାରଙ୍କ ପାଇଁ) ବିଟ୍‌କଏନ କ୍ଷେତ୍ରରେ ଅନୁରୋଧ କରିବା ଆଉ ଏକ କଥା। ଆମେରିକା ସରକାର ନୂଆ କରେନ୍ସି ପ୍ରଚଳନ କରିଥିବାବେଳେ ଏହାକୁ ସେବା କ୍ରୟ କିମ୍ବା ଋଣ ପରିଶୋଧ କରିବାରେ ଉପଯୋଗ କରିପାରିବେ ।
କୁହାଯାଏ, ଲାଭ ପାଇବାର ସମ୍ଭାବନା ଭାରି ଆକର୍ଷଣୀୟ। ସେଥିପାଇଁ ଏବେ ସୂଚିଭୁକ୍ତ କ୍ରିପ୍ଟୋକରେନ୍ସି ସଂଖ୍ୟା ୧,୬୦୦ରୁ ଅଧିକ ରହିଛି, ଯେଉଁଥିରୁ ଏହାର ଆକର୍ଷଣର ଗଭୀରତା ବୁଝାପଡ଼ୁଛି। ବିଟ୍‌କଏନ କ୍ଷେତ୍ରରେ କେନ୍ଦ୍ରିକୃତ ଅଧିକାର ନାହିଁ ଏବଂ ଏଥିରୁ ଜଣାପଡ଼ୁଛି ଆବଣ୍ଟିତ ଲାଭ ମାଇନିଂ କାର୍ଯ୍ୟ ପାଇଁ ହିଁ ପ୍ରୋତ୍ସାହନ ଯୋଗାଇଦେଉଛି। ସାରା ବିଶ୍ୱରେ ଏବେ ୧୦ ଲକ୍ଷରୁ ଊର୍ଦ୍ଧ୍ୱ ଲୋକଙ୍କ ଦ୍ୱାରା ମାଇନିଂ କାର୍ଯ୍ୟ ପରିଚାଳିତ ହେଉଛି। ଚାହିଦାର ଉତ୍ସର୍ଗୀକୃତ ଉତ୍ସ ଏକ ନୂଆ କରେନ୍ସିକୁ ଭରସାଯୋଗ୍ୟ ଆଧାର ଗଠନ କରିବାରେ ସାହାଯ୍ୟ କରିବ। ଆପରାଧିକ ବିଶ୍ୱରେ ସାଧାରଣତଃ କ୍ରିପ୍ଟୋକରେନ୍ସି, ବିଶେଷକରି ବିଟ୍‌କଏନ ପାଇଁ ଏହି କଥା ସ୍ପଷ୍ଟଭାବେ ପ୍ରଚାର କରାଯାଉଛି। ପ୍ରାରମ୍ଭିକ ସମୟରେ ବିଟ୍‌କଏନର ଚାହିଦା ବିଷୟରେ ସିଲ୍କ ରୋଡ୍‌ ଭଳି ଡାର୍କ ଓ୍ବେବ୍‌ସାଇଟ ଦ୍ୱାରା ପ୍ରୋତ୍ସାହିତ କରାଯାଇଥିଲା। ଫଳରେ ଏହା ସବୁ ପ୍ରକାର ବେଆଇନ କାରବାର କରିବାକୁ ସକ୍ଷମ ହୋଇଥିତ୍ଲା। ଏକ ଆକଳନରୁ ଜଣାପଡ଼ିଛି,ଏବେ ବି ବିଟ୍‌କଏନ କାରବାରର ପ୍ରାୟ ଅଧା ହେଉଛି ଆପରାଧିକ କାର୍ଯ୍ୟକଳାପ। ଏହି ୪ଟି ବିଷୟ କୃତ୍ରିମ ଭାବେ ବିଟ୍‌କଏନକୁ ପ୍ରୋତ୍ସାହିତ କରିଛି।
ସ୍ପଷ୍ଟତଃ ବିଟ୍‌କଏନରୁ ରୋଜଗାର କରୁଥିତ୍ତ୍ତ୍ବା ଲୋକମାନଙ୍କ ଦ୍ୱାରା ଆମ ସମାଜର ରୁଗ୍‌ଣ ଆର୍ଥିକ ସ୍ଥିତିର ସମାଧାନ ହେବ ନାହିଁ କିମ୍ବା ବାସ୍ତବ ବିଶ୍ୱରେ ପ୍ରଚଳିତ ବିକଶିତ ପ୍ରଯୁକ୍ତି ମାନସିକତାର ସତ୍ୟତା ପ୍ରମାଣିତ କରିପାରିବ ନାହିଁ। ଏହାବାଦ୍‌ ମାଇନିଂ ମାଧ୍ୟମରେ ଲାଭ ବିତରଣରୁ ଯେଉଁ ଉପକାର ମିଳୁଛି ତା’ଠାରୁ ବ୍ୟାପକ ଶକ୍ତି ଉପଯୋଗ ଏବଂ ପ୍ରଚୁର କାର୍ବନ ଉତ୍ସର୍ଜନ ଦ୍ୱାରା ଅଧିକ ବିପରୀତ ପ୍ରଭାବ ପଡ଼ୁଛି।
ବିଟ୍‌କଏନ ପାଇଁ ରାଜନୈତିକ ଯୁକ୍ତି ଉପସ୍ଥାପନ କରାଯାଉଛି। ଏହା କ’ଣ ଆମକୁ ଅର୍ଥ ବ୍ୟବସ୍ଥା ଉପରେ ରହିଥିତ୍ବା ଦେଶର ଅତ୍ୟଧିକ କ୍ଷମତାରୁ ମୁକ୍ତ କରି ପାରିବ କି? ନା, ବିଟ୍‌କଏନ ଏହା କେବେ ବି କରିପାରିବ ନାହିଁ। ଏହା ଏକ ପିଲାଳିଆ ଉଦାରବାଦୀ ଚିନ୍ତାଧାରାର ସଙ୍କେତ ପ୍ରଦାନ କରେ, ଯେଉଁଥିରେ କେବଳ ଏକ ବ୍ୟକ୍ତିଗତ ଉକତ୍ୃଷ୍ଟତା ପ୍ରତିପାଦିତ କରୁଥିତ୍ତ୍ବା ଅତ୍ୟଧିକ ଆମତ୍ବିଶ୍ୱାସର ପ୍ରତିଭାଶାଳୀ ଯୁଦ୍ଧକୁ ସୂଚାଏ। ପ୍ରକୃତରେ, ବାସ୍ତବ ବିଶ୍ୱର ଯେଉଁ ବ୍ୟକ୍ତି ବା ବ୍ୟକ୍ତିମାନେ ସାତୋଶି ନାକାମୋତୋ ଉପନାମରେ ବିଟ୍‌କଏନ ଡିଜାଇନ କରିଥିଲେ ଏବଂ ଏହାର ପ୍ରେରଣାଦାୟକ ଇସ୍ତାହାର ଉଲ୍ଲେଖ କରିଥିଲେ,ତାହା କଳ୍ପିତ ଜନଗାଲ୍ଟଙ୍କ ଠାରୁ ଅଧିକ କାଳ୍ପନିକ ଯୋଗ୍ୟ। ପାଶ୍ଚାତ୍ୟଦେଶଗୁଡ଼ିକ ଅତ୍ୟଧିତ୍କ ମୁଦ୍ରାସ୍ଫୀତି ସୃଷ୍ଟି କରିବା କିମ୍ବା ଅନ୍ତର୍ଜାତୀୟ ମୁଦ୍ରା ବ୍ୟବସ୍ଥାକୁ ଅଣଦେଖା କରିବା ଦ୍ୱାରା ଏହା ପୂରା ଲୋପ ହେବା ଭଳି ସ୍ଥିତିରେ ପହଞ୍ଚିଛି। ବର୍ତ୍ତମାନ ବାସ୍ତବ ବିପଦ ରାଜନୈତିକ ଧ୍ରୁବୀକରଣ, ମୁକ୍ତ ଲୋକତନ୍ତ୍ର ଏବଂ ପ୍ରତିଷ୍ଠିତ ଅର୍ଥନୀତିଜ୍ଞ ଓ ଏକଚ୍ଛତ୍ରବାଦୀ ରାଜନୀତିଜ୍ଞମାନଙ୍କୁ ଆକଟ କରିବାରେ ଅପାରଗ ଗଣତାନ୍ତ୍ରିକ ପଦ୍ଧତିରେ ରହିଛି। ଏକ ନୂଆ କରେନ୍ସି ଏହିସବୁ ସମସ୍ୟାର ସମାଧାନ କରିପାରିବ ନାହିଁ। ରାଜନେତା, ଅମଲାତନ୍ତ୍ରୀ ଏବଂ ସିଲିକନ୍‌ ଭ୍ୟାଲି ଓ ଓ୍ବାଲ୍‌ଷ୍ଟ୍ରିଟ ଟାଇକୁନ୍‌ମାନେ ସେମାନଙ୍କ ଦାୟିତ୍ୱ ଠିକ୍‌ ଭାବେ ନିର୍ବାହ କରିବା ଦରକାର। ଏହା ମଧ୍ୟ ସେମାନେ ନିଶ୍ଚିତ କରିବା ଲାଗି ପଦକ୍ଷେପ ନେବା ଆବଶ୍ୟକ। ଏଥିପାଇଁ ଲୋକତାନ୍ତ୍ରିକ ସହଭାଗିତା ଲୋଡ଼ା ଏବଂ ନାଗରିକମାନେ ସକ୍ରିୟତା ପ୍ରକାଶ କରିବା ଉଚିତ। ସେମାନଙ୍କ ପ୍ରତିବଦ୍ଧତା ରହିବା ଆବଶ୍ୟକ। ବିଟ୍‌କଏନ ଭଳି ଅନ୍ୟସବୁ ଆକର୍ଷଣକାରୀ କରେନ୍ସି ଏବକାର ସ୍ଥିତିରେ ଆବଶ୍ୟକ ବାସ୍ତବ କାର୍ଯ୍ୟରୁ ଦୃଷ୍ଟି ହଟାଇ ନେଉଛି।
ପ୍ରଫେସର ଅଫ୍‌ ଇକ୍‌ନୋମିକ୍ସ, ମାସାଚ୍ୟୁସେଟ୍ସ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଟେକ୍‌ନଲୋଜି


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଚେନ୍ନାଇ ପେରୁଙ୍ଗୁଡ଼ିର ସିରାଜ ଖାନ୍‌ ଜଣେ ଶିକ୍ଷୟିତ୍ରୀ। ସେ ତାଙ୍କ କର୍ମମୟ ଜୀବନରୁ ସମୟ ବଞ୍ଚାଇ ମହିଳାମାନଙ୍କୁ ସ୍ବାବଲମ୍ବୀ କରିବାରେ ଲାଗିଛନ୍ତି। ଏହା କୌଣସି ସରକାରୀ ସହଯୋଗରେ…

ଆଧ୍ୟାତ୍ମିକ ପଥେ

ଏବେ ଚାରିଆଡେ ଆଲୋଚନା ହେଉଛି ଯେ, ଆମ ଯୁବଶକ୍ତି ଭୁଲ ଦିଗର ପଥଯାତ୍ରୀ ହେଉଛନ୍ତି, ସ୍ବାଧୀନତା ନଁାରେ ସ୍ବେଚ୍ଛାଚାରିତା ଏବଂ ଅତ୍ୟାଧୁନିକତାକୁ ଆପଣେଇ ନେଉଛନ୍ତି। ଏହି ପରିପ୍ରେକ୍ଷିରେ…

ବ୍ୟକ୍ତିଗତ ସ୍ବାଧୀନତା ଓ ପୋଲିସ କ୍ଷମତା

ଗୋଟିଏ ଗଣତାନ୍ତ୍ରିକ ଏବଂ ଆଇନ ଅନୁଶାସିତ ରାଷ୍ଟ୍ରରେ ପୋଲିସ ବ୍ୟବସ୍ଥା ହେଉଛି ସମାଜର ସୁରକ୍ଷା ଓ ଶୃଙ୍ଖଳାର ମେରୁଦଣ୍ଡ। ଅପରାଧମୁକ୍ତ ସମାଜ ଗଠନ ଏବଂ ସାଧାରଣ ନାଗରିକଙ୍କ…

ୟୁପିରେ ଅଦଳବଦଳ

ନିକଟରେ ଉତ୍ତର ପ୍ରଦେଶ(ୟୁପି)ରେ ବାବୁ ଅଦଳବଦଳ କରାଯାଇଛି। ଯୋଗୀ ଆଦିତ୍ୟନାଥ ସରକାର ରାଜ୍ୟରେ ୨୦୨୪ ବ୍ୟାଚ୍‌ର ୧୮ ଜଣ ଯୁବ ଆଇଏଏସ୍‌ ଅଧିକାରୀଙ୍କୁ ଆସିଷ୍ଟାଣ୍ଟ ମାଜିଷ୍ଟ୍ରେଟରୁ ଜଏଣ୍ଟ…

ଏଇ ଭାରତରେ

ଟ୍ରେନ୍‌ରେ ଏକ ଭ୍ରାମ୍ୟମାଣ ହସ୍ପିଟାଲ ବିଭିନ୍ନ ଷ୍ଟେଶନକୁ ଯାଇ ରୋଗୀଙ୍କ ଚିକିତ୍ସା କରୁଛି। ଏହା ମହାରାଷ୍ଟ୍ରର ଭୁଶାଓ୍ବାଲ ରେଲଓ୍ବେ ଡିଭିଜନର ଚେଷ୍ଟା ଯୋଗୁ ସମ୍ଭବ ହୋଇଛି। ଜାନୁଆରୀ…

ଆଚରଣ-ଉଚ୍ଚାରଣରେ ପ୍ରଭେଦ

ମାନବ ସଭ୍ୟତା ଓ ସଂସ୍କୃତିର ମୂଳଦୁଆ ହେଉଛି ନୈତିକତା, ସହନଶୀଳତା ଏବଂ ସଦ୍‌ଭାବନା। ଏକ ସୁସ୍ଥ ସମାଜ ଗଠନ ପାଇଁ ମଣିଷର କଥା ଓ କାର୍ଯ୍ୟ ମଧ୍ୟରେ…

ଦୋଷ କୁମ୍ଭାରର ନା ମାଟିର

ହଁ ହଁ ସମୁଦୀ। ଇଏ ମୋ ପୁଅ। ଏକୋଇର ବଳା ବିଶିକେଶନ। ଜନମରୁ ଗେହ୍ଲା। ଅଧିକ ସ୍ନେହ ଦେଇ ବଢ଼େଇଛି। ଦିନେ ବି ମୋ ଗାଉଁଲି ଗାଁକୁ…

ଜନସାଂଖ୍ୟିକ ପରିବର୍ତ୍ତନ ଓ ଅର୍ଥନୀତି

ହ୍ରାସ ପାଉଥିବା ଜନ୍ମହାର ଏବଂ ବୃଦ୍ଧି ପାଉଥିବା ଆୟୁଷ ଜନସାଂଖି୍ୟକ ପରିବର୍ତ୍ତନକୁ ସୂଚିତ କରିଛି। ବିଶ୍ୱସ୍ତରରେ ଗତ ଶତାବ୍ଦୀର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନଗୁଡ଼ିକ ମଧ୍ୟରୁ ଏହା ଅନ୍ୟତମ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri